ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଆଜି ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିପାରିଛି : ପ୍ରଧାନମନ୍ତ୍ରୀ
ରାମେଶ୍ୱରମକୁ ନୂତନ ପମ୍ବନ ସେତୁ ସଂଯୋଗ ଟେକ୍ନୋଲୋଜି ଏବଂ ପରମ୍ପରାକୁ ଏକାଠି କରିଛି: ପ୍ରଧାନମନ୍ତ୍ରୀ
ଆଜି ସମଗ୍ର ଦେଶରେ ମେଗା ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି : ପ୍ରଧାନମନ୍ତ୍ରୀ
ଭାରତର ଅଭିବୃଦ୍ଧି ଆମର ନୀଳ ଅର୍ଥନୀତି ଦ୍ୱାରା ଯଥେଷ୍ଟ ଭାବରେ ପରିଚାଳିତ ହେବ ଏବଂ ବିଶ୍ୱ ଏହି କ୍ଷେତ୍ରରେ ତାମିଲନାଡୁର ଶକ୍ତି ଦେଖିପାରିବ : ପ୍ରଧାନମନ୍ତ୍ରୀ
ତାମିଲ ଭାଷା ଏବଂ ଐତିହ୍ୟ ଯେପରି ବିଶ୍ୱର କୋଣ ଅନୁକୋଣରେ ପହଂଚିପାରିବ ସେଥିପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

‘ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ତାଙ୍କ ଶାସନକାଳରୁ ସୁଶାସନର ପ୍ରେରଣା ଦେଶ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଛି‘ ବୋଲି ସେ କହିଛନ୍ତି। ତାମିଲନାଡୁର ସଙ୍ଗମ ଯୁଗର ସାହିତ୍ୟରେ ମଧ୍ୟ ଭଗବାନ ଶ୍ରୀରାମଙ୍କ ବିଷୟରେ ଉଲ୍ଲେଖ ରହିଛି ବୋଲି ଉଲ୍ଲେଖ କରି ସେ ରାମେଶ୍ୱରମର ପବିତ୍ର ଭୂମିରୁ ଶ୍ରୀରାମ ନବମୀ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

 

"ଆଜି ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରି ମୁଁ ନିଜକୁ ଧନ୍ୟ ମନେ କରୁଛି" ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ୮,୩୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ ହସ୍ତାନ୍ତର କରିବାର ସୁଯୋଗ ମଧ୍ୟ ମିଳିଛି । ଏହି ରେଳ ଓ ସଡ଼କ ପ୍ରକଳ୍ପଗୁଡ଼ିକ ତାମିଲନାଡୁରେ ଯୋଗାଯୋଗକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ପରିବର୍ତନକାରୀ ପଦକ୍ଷେପ ପାଇଁ ସେ ତାମିଲନାଡୁବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାମେଶ୍ୱରମ ହେଉଛି ଭାରତ ରତ୍ନ ଡକ୍ଟର କଲାମଙ୍କ ଭୂମି, ଯାହାଙ୍କ ଜୀବନ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ପରସ୍ପରର ପରିପୂରକ ବୋଲି ସେ ଦର୍ଶାଇଥିଲେ। ଏ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ରାମେଶ୍ୱରମକୁ ନୂତନ ପମ୍ବନ ସେତୁ ସଂଯୋଗ ପ୍ରଯୁକ୍ତି ଏବଂ ପରମ୍ପରାର ମିଳନର ପ୍ରତୀକ"। ହଜାର ହଜାର ବର୍ଷ ପୁରୁଣା ଏକ ସହର ଏବେ ଏକବିଂଶ ଶତାବ୍ଦୀର ଇଞ୍ଜିନିୟରିଂ ବିଦ୍ୟାର ଚମତ୍କାର ସହ ଯୋଡ଼ି ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଇଞ୍ଜିନିୟର ଓ କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଥିଲେ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ସେତୁ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ରେଳ ସମୁଦ୍ର ସେତୁ, ଯାହା ଦ୍ରୁତ ରେଳ ଯାତ୍ରାକୁ ସକ୍ଷମ କରିବା ସହିତ ବଡ଼ ଜାହାଜଗୁଡ଼ିକୁ ତଳେ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ସେ ଆଜି ସକାଳେ ଏକ ନୂତନ ଟ୍ରେନ୍ ସେବା ଏବଂ ଏକ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା କଥା ଉଲ୍ଲେଖ କରିଥିଲେ ଏବଂ ଏହି ଉଲ୍ଲେଖନୀୟ ପ୍ରକଳ୍ପ ପାଇଁ ତାମିଲନାଡୁବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଅନେକ ଦଶନ୍ଧି ଧରି ଏହି ସେତୁ ପାଇଁ ଦାବି ହୋଇ ଆସୁଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଲୋକଙ୍କ ଆଶୀର୍ବାଦରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସୌଭାଗ୍ୟ ହାସଲ ହୋଇଛି। ପମ୍ବନ ସେତୁ ଉଭୟ ବ୍ୟବସାୟ କରିବାରେ ସହଜତା ଏବଂ ଭ୍ରମଣରେ ସହଜତାକୁ ସମର୍ଥନ କରୁଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ନୂତନ ଟ୍ରେନ୍ ସେବା ରାମେଶ୍ୱରମରୁ ଚେନ୍ନାଇ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିକାଶ ତାମିଲନାଡୁରେ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉପକୃତ କରିବ ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ବ୍ୟବସାୟ ସୁଯୋଗ ମଧ୍ୟ ସୃଷ୍ଟି କରିବ ।

 

"ଗତ ୧୦ ବର୍ଷ ମଧ୍ୟରେ , ଭାରତ ଏହାର ଅର୍ଥନୀତିର ଆକାରକୁ ଦ୍ୱିଗୁଣିତ କରିଛି" ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିବା ସହିତ କହିଥିଲେ ଯେ ଏହି ଦ୍ରୁତ ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଦେଶର ଉଲ୍ଲେଖନୀୟ ଆଧୁନିକ ଭିତ୍ତିଭୂମି । ଗତ ଦଶନ୍ଧି ମଧ୍ୟରେ ରେଳବାଇ, ସଡ଼କ, ବିମାନବନ୍ଦର, ବନ୍ଦର, ବିଜୁଳି, ପାଣି ଓ ଗ୍ୟାସ୍ ପାଇପଲାଇନ୍ ଭଳି ଭିତ୍ତିଭୂମି ପାଇଁ ବଜେଟ୍ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ବୋଲି ସେ ଗୁରୁତ୍ଵାରୋପ କରିଥିଲେ। ସେ କହିଥିଲେ ଯେ , "ଆଜି ସମଗ୍ର ଦେଶରେ ମେଗା ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି"। ଦେଶର ଉତ୍ତର କ୍ଷେତ୍ରରେ, ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ରେଳ ସେତୁ, ଚେନାବ ସେତୁ ଜାମ୍ମୁ - କଶ୍ମୀରରେ ନିର୍ମାଣ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ , ପଶ୍ଚିମରେ ମୁମ୍ବାଇରେ ଏବେ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ, ଅଟଳ ସେତୁ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରେ ଆସାମର ବୋଗିବିଲ ସେତୁ ପ୍ରଗତିର ପ୍ରମାଣ ଭାବେ ଉଭା ହୋଇଥିବା ବେଳେ ଦକ୍ଷିଣରେ, ବିଶ୍ୱର ଅନ୍ୟତମ ଭର୍ଟିକାଲ୍ ଲିଫ୍ଟ ସେତୁ, ପମ୍ବନ୍ ସେତୁ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ଆହୁରି ଆଲୋକପାତ କରିଥିଲେ ଯେ , ପୂର୍ବ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ବନ୍ଦେ ଭାରତ, ଅମୃତ ଭାରତ ଓ ନମୋ ଭାରତ ଭଳି ଆଧୁନିକ ଟ୍ରେନ୍ ରେଳ ନେଟୱାର୍କକୁ ଅଧିକ ଉନ୍ନତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଭାରତର ପ୍ରତ୍ୟେକ ଅଞ୍ଚଳ ପରସ୍ପର ସହ ଯୋଡ଼ି ହେଲେ ବିକଶିତ ରାଷ୍ଟ୍ର ହେବାର ମାର୍ଗ ସୁଦୃଢ଼ ହୋଇଥାଏ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ, ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ର ଓ ଅଞ୍ଚଳରେ ଏହା ଘଟିଛି। ଭାରତର ପ୍ରତ୍ୟେକ ରାଜ୍ୟ ଯୋଡ଼ି ହେବା ସହିତ ଦେଶର ସମ୍ପୂର୍ଣ୍ଣ ସମ୍ଭାବନାକୁ ଅନୁଭବ କରି ହେଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଯୋଗାଯୋଗ ତାମିଲନାଡୁ ସମେତ ଦେଶର ପ୍ରତ୍ୟେକ ଅଞ୍ଚଳକୁ ଉପକୃତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

"ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାରେ ତାମିଲନାଡୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ",ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁର ସାମର୍ଥ୍ୟ ଯେତେ ବୃଦ୍ଧି ପାଇବ, ଭାରତର ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବ । ଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ତାମିଲନାଡୁର ବିକାଶ ପାଇଁ ୨୦୧୪ ପୂର୍ବ ସମୟ ତୁଳନାରେ ତିନି ଗୁଣ ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ତାମିଲନାଡୁର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିରେ ଏହି ବର୍ଦ୍ଧିତ ପାଣ୍ଠି ବହୁତ ସହାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

 

ତାମିଲନାଡୁରେ ଭିତ୍ତିଭୂମି ବିକାଶ ଭାରତ ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ତାମିଲନାଡୁର ରେଳ ବଜେଟ୍ ସାତ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୪ ପୂର୍ବରୁ ତାମିଲନାଡୁରେ ରେଳ ପ୍ରକଳ୍ପକୁ ବାର୍ଷିକ ମାତ୍ର ୯୦୦ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବର୍ଷ ତାମିଲନାଡୁ ପାଇଁ ରେଳ ବଜେଟ୍ ୬ ହଜାର କୋଟି ଟପିଛି। କେନ୍ଦ୍ର ସରକାର ରାମେଶ୍ୱର ଷ୍ଟେସନ ସମେତ ରାଜ୍ୟର ୭୭ଟି ରେଳ ଷ୍ଟେସନର ଆଧୁନିକୀକରଣ କରୁଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ଗ୍ରାମୀଣ ସଡ଼କ ଏବଂ ରାଜପଥର ବିକାଶରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ , ୨୦୧୪ ରୁ କେନ୍ଦ୍ର ସରକାରଙ୍କ ସହାୟତାରେ ତାମିଲନାଡୁରେ ୪,୦୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ଚେନ୍ନାଇ ବନ୍ଦରକୁ ସଂଯୋଗ କରୁଥିବା ଏଲିଭେଟେଡ୍ କରିଡର ଉଲ୍ଲେଖନୀୟ ଭିତ୍ତିଭୂମିର ଆଉ ଏକ ଉଦାହରଣ ହେବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆଜି ପାଖାପାଖି ୮ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡିକ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ଯୋଗାଯୋଗ ବୃଦ୍ଧି କରିବ ଏବଂ ଆନ୍ଧ୍ରପ୍ରଦେଶ ସହିତ ଯୋଗାଯୋଗରେ ମଧ୍ୟ ଉନ୍ନତି ଆଣିବ ।

ଚେନ୍ନାଇ ମେଟ୍ରୋ ଭଳି ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ତାମିଲନାଡୁରେ ଯାତ୍ରାକୁ ସହଜ କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ବ୍ୟାପକ ଭିତ୍ତିଭୂମି ବିକାଶ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହୋଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ ।

ଗତ ଦଶନ୍ଧି ମଧ୍ୟରେ ଭାରତରେ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ରେକର୍ଡ ପୁଞ୍ଜିନିବେଶ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ ଯେ. ତାମିଲନାଡୁର କୋଟି କୋଟି ପରିବାର ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାମିଲନାଡୁରେ ନିର୍ମିତ ୧୨ ଲକ୍ଷରୁ ଅଧିକ ପକ୍କା ଘର ସମେତ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଗରିବ ପରିବାରକୁ ୪ କୋଟିରୁ ଅଧିକ ପକ୍କା ଘର ଯୋଗାଇ ଦିଆଯାଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୨ କୋଟି ଗ୍ରାମୀଣ ପରିବାର ପ୍ରଥମ ଥର ପାଇଁ ପାଇପ୍ ଯୋଗେ ପାଣି ପାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଏଥିରେ ତାମିଲନାଡୁର ୧ କୋଟି ୧୧ ଲକ୍ଷ ପରିବାର ସାମିଲ ଅଛନ୍ତି, ଯେଉଁମାନେ ଏବେ ପ୍ରଥମ ଥର ପାଇଁ ନିଜ ଘରେ ଟ୍ୟାପ୍ ପାଣିର ସୁବିଧା ପାଇଛନ୍ତି।

"ନାଗରିକମାନଙ୍କୁ ଗୁଣାତ୍ମକ ଏବଂ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବା ଆମ ସରକାରଙ୍କ ପ୍ରତିବଦ୍ଧତା" ବୋଲି ମତ ଦେବା ସହ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ତାମିଲନାଡୁରେ ୧ କୋଟିରୁ ଅଧିକ ଚିକିତ୍ସା କରାଯାଇଛି ଏବଂ ରାଜ୍ୟରେ ପରିବାର ପାଇଁ ୮,୦୦୦ କୋଟି ଟଙ୍କାର କମ୍ ଖର୍ଚ୍ଚ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାମିଲନାଡୁରେ ୧,୪୦୦ରୁ ଅଧିକ ଜନ ଔଷଧି କେନ୍ଦ୍ର ରହିଛି, ଯେଉଁଠାରେ ୮୦% ପର୍ଯ୍ୟନ୍ତ ରିହାତିରେ ଔଷଧ ଉପଲବ୍ଧ । ଏହି ସୁଲଭ ଔଷଧ ଦ୍ୱାରା ଲୋକଙ୍କ ପାଇଁ ୭୦୦ କୋଟି ଟଙ୍କା ସଞ୍ଚୟ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ତାମିଲନାଡୁକୁ ବିଗତ ବର୍ଷ ମାନଙ୍କରେ ୧୧ଟି ନୂତନ ମେଡିକାଲ କଲେଜ ମିଳିଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ, ଯୁବ ଭାରତୀୟମାନେ ଯେପରି ଆଉ ଡାକ୍ତର ହେବା ପାଇଁ ବିଦେଶ ଯିବାକୁ ବାଧ୍ୟ ନ ହୁଅନ୍ତି ସେଥିପାଇଁ ସରକାର ପ୍ରତିବଦ୍ଧ। ସେ ତାମିଲନାଡୁ ସରକାରଙ୍କୁ ତାମିଲ ଭାଷାରେ ଡାକ୍ତରୀ ଶିକ୍ଷାରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ଯାହା ଗରିବ ପରିବାରର ଅନେକ ପିଲାଙ୍କୁ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ତାମିଲନାଡୁର କ୍ଷୁଦ୍ର କୃଷକମାନେ ପାଖାପାଖି ୧୨,୦୦୦ କୋଟି ଟଙ୍କା ପାଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ସୁଶାସନ ସୁନିଶ୍ଚିତ କରେ ଯେ ଟିକସଦାତାମାନଙ୍କ ଦ୍ୱାରା ଦାନ କରାଯାଇଥିବା ପ୍ରତି ଟଙ୍କା ଗରିବ ନାଗରିକମାନଙ୍କୁ ମଧ୍ୟ ଯେପରି ଉପକୃତ କରିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ତାମିଲନାଡୁର କୃଷକମାନେ ମଧ୍ୟ ଉପକୃତ ହୋଇଛନ୍ତି, ଯେଉଁଥିରେ ୧୪,୮୦୦ କୋଟି ଟଙ୍କାର ଦାବି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

"ଭାରତର ନୀଳ ଅର୍ଥନୀତି ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି କ୍ଷେତ୍ରରେ ତାମିଲନାଡୁର ଶକ୍ତି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିବ" ବୋଲି ଶ୍ରୀ ମୋଦୀ କହିଥିଲେ । ସେ ତାମିଲନାଡୁର ମତ୍ସ୍ୟଜୀବୀ ସଂପ୍ରଦାୟର କଠିନ ପରିଶ୍ରମ ଉପରେ ଆଲୋକପାତ କରିବା ସହ ରାଜ୍ୟର ମତ୍ସ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ଗୁରୁତ୍ୱାରୋପ କରିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ ତାମିଲନାଡୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଯଥେଷ୍ଟ ପାଣ୍ଠି ହାସଲ କରିଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛି, ଯେଉଁଥିରେ ସାମୁଦ୍ରିକ ଶୈବାଳ ଉଦ୍ୟାନ, ମାଛଧରା ବନ୍ଦର ଏବଂ ଅବତରଣ କେନ୍ଦ୍ରରେ ଶହ ଶହ କୋଟି ଟଙ୍କାର ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ । ମତ୍ସ୍ୟଜୀବୀଙ୍କ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ , ଗତ ଏକ ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କାରୁ ୩,୭୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଫେରାଇ ଅଣାଯାଇଛି, ଯେଉଁଥିରେ କେବଳ ଗତ ବର୍ଷରେ ୬୦୦ରୁ ଅଧିକ ମତ୍ସ୍ୟଜୀବୀ ଅଛନ୍ତି।

ଭାରତ ପ୍ରତି ବଢୁଥିବା ବୈଶ୍ୱିକ ଆଗ୍ରହ ବିଷୟରେ ଉଲ୍ଲେଖ କରି, ଦେଶ ବିଷୟରେ ଜାଣିବା ଏବଂ ବୁଝିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ଏଥିରେ ଭାରତର ସଂସ୍କୃତି ଏବଂ ସଫ୍ଟ ପାୱାରର ଆକର୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ଏକବିଂଶ ଶତାବ୍ଦୀରେ ଏହି ମହାନ ପରମ୍ପରାକୁ ଆହୁରି ଉନ୍ନତ କରିବା ଆବଶ୍ୟକ ବୋଲି ବିଶ୍ୱାସ ବ୍ୟକ୍ତ କରି ସେ କହିଥିଲେ ଯେ, "ତାମିଲ ଭାଷା ଏବଂ ଐତିହ୍ୟ ଯେପରି ବିଶ୍ୱର କୋଣ ଅନୁକୋଣରେ ପହଂଚିପାରିବ ସେଥିପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ରାମେଶ୍ୱରମ ଏବଂ ତାମିଲନାଡୁର ପବିତ୍ର ଭୂମି ଦେଶକୁ ପ୍ରେରଣା ଦେବ ଓ ଉତ୍ସାହିତ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ଆଜି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ମୋଦୀ ପ୍ରତ୍ୟେକ ବିଜେପି କର୍ମୀଙ୍କ ନିରନ୍ତର ପ୍ରୟାସ ଦ୍ୱାରା ପରିଚାଳିତ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ବିକଶିତ ଭାରତ ଗଠନର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜେପି ସରକାରଙ୍କ ସୁଶାସନ ଏବଂ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଉଥିବା ନିଷ୍ପତିକୁ ଦେଶବାସୀ ଦେଖୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର କୋଣ ଅନୁକୋଣରେ ବିଜେପି କର୍ମୀମାନେ ତୃଣମୂଳ ସ୍ତରରେ ଯେପରି କାମ କରୁଛନ୍ତି ଏବଂ ଗରିବଙ୍କ ସେବା କରୁଛନ୍ତି ସେଥିପାଇଁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ। ଶେଷରେ ସେ ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କୁ କୃତଜ୍ଞତା ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁ ରାଜ୍ୟପାଳ ଶ୍ରୀ ଆର ଏନ ରବି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିବା ସହ ରାମେଶ୍ୱରମ୍ - ତାମ୍ବରମ୍ (ଚେନ୍ନାଇ)ର ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସେତୁର ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି। ରାମାୟଣ ଅନୁଯାୟୀ ରାମେଶ୍ୱରମ ନିକଟସ୍ଥ ଧନୁଷକୋଡିରୁ ରାମ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା ।

 

ରାମେଶ୍ୱରମକୁ ମୁଖ୍ୟ ଭୂମି ସହ ସଂଯୋଗ କରୁଥିବା ଏହି ସେତୁ ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା ଭାବେ ଉଭା ହୋଇଛି। ଏହା ୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ଦୈର୍ଘ୍ୟ ୨.୦୮ କିଲୋମିଟର, ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଲମ୍ବା ଲିଫ୍ଟ ସ୍ପାନ୍ ରହିଛି ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ଜାହାଜଗୁଡ଼ିକ ସୁରୁଖୁରୁରେ ଯାତାୟାତ କରିବା ସହ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ ହୋଇଥାଏ। ଷ୍ଟେନଲେସ୍ ଷ୍ଟିଲ ମଜବୁତୀକରଣ, ଉଚ୍ଚ ମାନର ସୁରକ୍ଷା ରଙ୍ଗ ଏବଂ ସମ୍ପୂର୍ଣ୍ଣ ୱେଲ୍ଡିଂ ଯୋଡ ଦ୍ଵାରା ନିର୍ମିତ ଏହି ପୋଲର ସ୍ଥାୟୀତ୍ୱ ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ପାଇଛି । ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଏହା ଦୁଇଟି ରେଳ ଧାରଣା ପାଇଁ ଡିଜାଇନ୍ କରାଯାଇଛି। ଏକ ସ୍ୱତନ୍ତ୍ର ପଲିସିଲୋକ୍ସେନ୍ କୋଟିଂ ଏହାକୁ କ୍ଷୟରୁ ରକ୍ଷା କରିଥାଏ, କଠୋର ସାମୁଦ୍ରିକ ପରିବେଶରେ ଏହାର ଦୀର୍ଘାୟୁ ସୁନିଶ୍ଚିତ କରିଥାଏ ।

 

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ – ୪୦ ର ୨୮ କିଲୋମିଟର ଦୀର୍ଘ ୱାଲାଜାପେଟ - ରାଣୀପେଟ ସେକ୍ସନକୁ ୪ ଲେନ୍ କରିବା ପ୍ରକଳ୍ପର ଶିଳାନ୍ୟାସ ଏବଂ ଜାତୀୟ ରାଜପଥ – ୩୩୨ ର ୪ ଲେନ୍ ବିଶିଷ୍ଟ ୨୯ କିଲୋମିଟର ଦୀର୍ଘ ଭିଲୁପୁରମ୍ - ପୁଡୁଚେରୀ ସେକ୍ସନକୁ ୪ ଲେନ୍ ବିଶିଷ୍ଟ କରିବା ପ୍ରକଳ୍ପ ; ଜାତୀୟ ରାଜପଥ – ୩୨ ର ୫୭ କିଲୋମିଟର ଦୀର୍ଘ ପୁଣ୍ଡିଆନକୁପମ- ସତନାଥପୁରମ୍ ସେକ୍ସନ ଏବଂ ୩୬ ନମ୍ବର ଜାତୀୟ ରାଜପଥର ୪୮ କିଲୋମିଟର ଦୀର୍ଘ ଚୋଲାପୁରମ୍ - ତାଞ୍ଜାଭୁର ସେକ୍ସନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପ୍ରକଳ୍ପଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ରାଜପଥଗୁଡ଼ିକ ଅନେକ ତୀର୍ଥସ୍ଥଳ ଏବଂ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବ, ସହର ମଧ୍ୟରେ ଦୂରତା ହ୍ରାସ କରିବ ଏବଂ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବନ୍ଦରକୁ ଶୀଘ୍ର ପ୍ରବେଶ କରିବାରେ ସକ୍ଷମ କରିବ ଏବଂ ସ୍ଥାନୀୟ କୃଷକମାନଙ୍କୁ ନିକଟସ୍ଥ ବଜାରକୁ କୃଷି ଜାତ ଦ୍ରବ୍ୟ ପରିବହନ କରିବାକୁ ସଶକ୍ତ କରିବ ଏବଂ ସ୍ଥାନୀୟ ଚମଡ଼ା ଏବଂ କ୍ଷୁଦ୍ର ଶିଳ୍ପର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”