ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଆଜି ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିପାରିଛି : ପ୍ରଧାନମନ୍ତ୍ରୀ
ରାମେଶ୍ୱରମକୁ ନୂତନ ପମ୍ବନ ସେତୁ ସଂଯୋଗ ଟେକ୍ନୋଲୋଜି ଏବଂ ପରମ୍ପରାକୁ ଏକାଠି କରିଛି: ପ୍ରଧାନମନ୍ତ୍ରୀ
ଆଜି ସମଗ୍ର ଦେଶରେ ମେଗା ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି : ପ୍ରଧାନମନ୍ତ୍ରୀ
ଭାରତର ଅଭିବୃଦ୍ଧି ଆମର ନୀଳ ଅର୍ଥନୀତି ଦ୍ୱାରା ଯଥେଷ୍ଟ ଭାବରେ ପରିଚାଳିତ ହେବ ଏବଂ ବିଶ୍ୱ ଏହି କ୍ଷେତ୍ରରେ ତାମିଲନାଡୁର ଶକ୍ତି ଦେଖିପାରିବ : ପ୍ରଧାନମନ୍ତ୍ରୀ
ତାମିଲ ଭାଷା ଏବଂ ଐତିହ୍ୟ ଯେପରି ବିଶ୍ୱର କୋଣ ଅନୁକୋଣରେ ପହଂଚିପାରିବ ସେଥିପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ

ୱଣକ୍କମ୍!

ମୋର ପ୍ରିୟ ତାମିଲ ଭାଇ ଓ ଭଉଣୀମାନେ!

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ନମସ୍କାର!

ସାଥିମାନେ,

ଆଜି ରାମ ନବମୀର ପବିତ୍ର ପର୍ବ। କିଛି ସମୟ ପୂର୍ବରୁ, ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲ୍ଲାଙ୍କୁ ସୂର୍ଯ୍ୟଙ୍କ ଦିବ୍ୟ କିରଣ ଏକ ଭବ୍ୟ ତିଲକ ଦ୍ୱାରା ସୁଶୋଭିତ କରିଥିଲା। ଭଗବାନ ଶ୍ରୀ ରାମଙ୍କ ଜୀବନ ଏବଂ ତାଙ୍କ ରାଜ୍ୟରୁ ମିଳିଥିବା ସୁଶାସନର ପ୍ରେରଣା ରାଷ୍ଟ୍ର ନିର୍ମାଣ ପାଇଁ ଏକ ବଡ ମୂଳଦୁଆ ଭାବରେ କାର୍ଯ୍ୟ କରେ | ଏବଂ ଆଜି, ରାମ ନବମୀରେ, ଆପଣମାନେ ମୋ ସହିତ କୁହନ୍ତୁ  ଜୟ ଶ୍ରୀ ରାମ! ଜୟ ଶ୍ରୀ ରାମ! ଜୟ ଶ୍ରୀ ରାମ! ତାମିଲନାଡ଼ୁର ସଙ୍ଗମ-ଯୁଗର ସାହିତ୍ୟରେ ମଧ୍ୟ ଶ୍ରୀ ରାମଙ୍କ ଉଲ୍ଲେଖ ରହିଛି। ଏହି ପବିତ୍ର ଭୂମି ରାମେଶ୍ୱରମରୁ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

 

ସାଥିମାନେ,

ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଆଜି ମୁଁ ରାମନାଥ ସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିପାରିଲି। ଏହି ବିଶେଷ ଦିନରେ ମୋତେ ଆଠ ହଜାର ତିନି ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ହସ୍ତାନ୍ତର କରିବାର ସୁଯୋଗ ପାଇଲି। ଏହି ରେଳ ଏବଂ ସଡ଼କ ପ୍ରକଳ୍ପ ତାମିଲନାଡ଼ୁରେ ସଂଯୋଗକୁ ବୃଦ୍ଧି କରିବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି।

ସାଥିମାନେ,

 ଏହା ହେଉଛି ଭାରତ ରତ୍ନ ଡକ୍ଟର କଲାମଙ୍କ ଭୂମି। ତାଙ୍କ ଜୀବନ ଆମକୁ ଦର୍ଶାଇଥିଲା ଯେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ପରସ୍ପରର ପରିପୂରକ। ସେହିଭଳି, ରାମେଶ୍ୱରମକୁ ନୂତନ ପାମ୍ବନ ସେତୁ ପ୍ରଯୁକ୍ତି ଏବଂ ପରମ୍ପରାକୁ ଏକତ୍ର କରିଛି । ହଜାର ହଜାର ବର୍ଷ ପୁରୁଣା ସହରକୁ ଏକବିଂଶ ଶତାବ୍ଦୀର ଇଞ୍ଜିନିୟରିଂ ଦ୍ଵାରା ଚମତ୍କାର  ଭାବେ ଯୋଡ଼ାଯାଉଛି। ମୁଁ ଆମର ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି। ଏହି ସେତୁ ହେଉଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ୍ ରେଳ ସମୁଦ୍ର ସେତୁ। ଏହା ତଳେ ବଡ଼ ବଡ଼ ଜାହାଜ ଯାତ୍ରା କରିପାରିବ। ଏହାଦ୍ୱାରା ଟ୍ରେନ ଗୁଡିକ ମଧ୍ୟ ଦ୍ରୁତ ଗତିରେ ଯାତ୍ରା କରିପାରିବେ। ମୁଁ କିଛି ସମୟ ପୂର୍ବରୁ ଏକ ନୂତନ ଟ୍ରେନ୍ ସେବା ଏବଂ ଏକ ଜାହାଜକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛି। ଏହି ପ୍ରକଳ୍ପ ପାଇଁ ମୁଁ ପୁଣିଥରେ ତାମିଲନାଡ଼ୁର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି।

 ସାଥିମାନେ,

ଅନେକ ଦଶନ୍ଧି ଧରି ଏହି ସେତୁର ଚାହିଦା ରହିଥିଲା। ଆପଣଙ୍କ ଆଶୀର୍ବାଦରେ, ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ସୌଭାଗ୍ୟ ଆମକୁ ମିଳିଛି। ପମ୍ବନ ସେତୁ ବ୍ୟବସାୟିକ ସୁଗମତା ଏବଂ ଭ୍ରମଣର ସୁଗମତା ଉଭୟକୁ ସମର୍ଥନ କରିଥାଏ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଏହି ନୂତନ ଟ୍ରେନ୍ ସେବା ଦ୍ୱାରା ରାମେଶ୍ୱରମରୁ ଚେନ୍ନାଇ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ। ଏହାଦ୍ୱାରା ତାମିଲନାଡ଼ୁର ବାଣିଜ୍ୟ ଏବଂ ପର୍ଯ୍ୟଟନ ଉଭୟ ଲାଭାନ୍ୱିତ ହେବ। ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ବ୍ୟବସାୟ କ୍ଷେତ୍ରରେ ସୁଯୋଗ ମଧ୍ୟ ସୃଷ୍ଟି ହେବ।

ସାଥିମାନେ,

ବିଗତ 10 ବର୍ଷ ମଧ୍ୟରେ ଭାରତ ନିଜର ଅର୍ଥବ୍ୟବସ୍ଥାର ଆକାରକୁ ଦ୍ୱିଗୁଣିତ କରିଛି। ଏହି ଦ୍ରୁତ ବିକାଶର ଏକ ପ୍ରମୁଖ କାରଣ ହେଉଛି ଆମର ବିଶ୍ୱସ୍ତରୀୟ ଆଧୁନିକ ଭିତ୍ତିଭୂମି। ବିଗତ ଦଶନ୍ଧି ମଧ୍ୟରେ, ଆମେ ରେଳପଥ, ସଡ଼କ, ବିମାନବନ୍ଦର, ବନ୍ଦର, ବିଜୁଳି, ପାଣି ଏବଂ ଗ୍ୟାସ ପାଇପଲାଇନର ବଜେଟକୁ ପାଖାପାଖି ଛଅ ଗୁଣ ବୃଦ୍ଧି କରିଛୁ। ଆଜି ଦେଶ ବୃହତ୍ ପ୍ରକଳ୍ପଗୁଡ଼ିକର ଦ୍ରୁତ ଅଗ୍ରଗତି ଦେଖୁଛି। ଯଦି ଆପଣ ଉତ୍ତର ଦିଗକୁ ଦେଖିବେ, ତେବେ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ମଧ୍ୟରୁ ଗୋଟିଏ, ଚେନାବ ସେତୁ ଜାମ୍ମୁ-କାଶ୍ମୀରରେ ନିର୍ମାଣ କରାଯାଇଛି। ପଶ୍ଚିମରେ, ଭାରତର ଦୀର୍ଘତମ ସାମୁଦ୍ରିକ ସେତୁ, ଅଟଳ ସେତୁ, ମୁମ୍ବାଇରେ ନିର୍ମାଣ କରାଯାଇଛି। ପୂର୍ବରେ, ଆସାମର ବୋଗିବିଲ୍ ସେତୁ ଏକ ମାଇଲଖୁଣ୍ଟ ଭାବେ ଉଭା ହୋଇଛି। ଏବଂ ଦକ୍ଷିଣରେ, ବିଶ୍ୱର ଅଳ୍ପ କେତେକ ଭର୍ଟିକାଲ୍ ଲିଫ୍ଟ ସେତୁ ମଧ୍ୟରୁ ଅନ୍ୟତମ ପମ୍ବନ ବ୍ରିଜ୍ ସମ୍ପୂର୍ଣ୍ଣ ହୋଇଛି। ସେହିଭଳି, ପୂର୍ବ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ କରିଡର ମଧ୍ୟ ବିକଶିତ କରାଯାଉଛି। ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ବନ୍ଦେ ଭାରତ, ଅମୃତ ଭାରତ ଏବଂ ନମୋ ଭାରତ ଭଳି ଆଧୁନିକ ଟ୍ରେନ୍ ରେଳ ନେଟୱାର୍କକୁ ଆହୁରି ଉନ୍ନତ କରୁଛି।

 

ସାଥିମାନେ,

 ଯେତେବେଳେ ଭାରତର ପ୍ରତ୍ୟେକ କ୍ଷେତ୍ର ଭଲ ଭାବେ ସଂଯୁକ୍ତ ହୋଇଥାଏ, ସେତେବେଳେ ବିକଶିତ ରାଷ୍ଟ୍ର ହେବାର ମାର୍ଗ ସୁଦୃଢ଼ ହୋଇଥାଏ। ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ର ଏବଂ ପ୍ରତ୍ୟେକ ବିକଶିତ ଅଞ୍ଚଳରେ ଠିକ୍ ଏହା ହିଁ ଘଟିଛି। ଆଜି ଯେତେବେଳେ ଭାରତର ପ୍ରତ୍ୟେକ ରାଜ୍ୟ ପରସ୍ପର ସହ ଅଧିକ ଯୋଡ଼ିହେଉଛି, ସେତେବେଳେ ସମଗ୍ର ଦେଶର ପ୍ରକୃତ ସାମର୍ଥ୍ୟକୁ ଉନ୍ମୁକ୍ତ କରାଯାଉଛି। ଏହି ପ୍ରଗତିର ଲାଭ ଆମ ତାମିଲନାଡ଼ୁ ସମେତ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ମିଳୁଛି।

 ସାଥିମାନେ,

 ବିକଶିତ ଭାରତ ଦିଗରେ ତାମିଲନାଡ଼ୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋର ଦୃଢ଼ ବିଶ୍ୱାସ ଯେ ତାମିଲନାଡ଼ୁ ଯେତେ ଶକ୍ତିଶାଳୀ ହେବ, ଭାରତର ଅଭିବୃଦ୍ଧି ସେତେ ଦ୍ରୁତ ହେବ। ଗତ ଦଶନ୍ଧି ମଧ୍ୟରେ, କେନ୍ଦ୍ର ସରକାରଙ୍କ ତରଫରୁ ତାମିଲନାଡ଼ୁକୁ ଆବଣ୍ଟିତ ପାଣ୍ଠି 2014 ପୂର୍ବ ତୁଳନାରେ ତିନି ଗୁଣ ଅଧିକ ରହିଛି। ଯେତେବେଳେ ଇଣ୍ଟିମେଣ୍ଟ ସରକାର ଥିଲା,  ଡିଏମକେ ସେହି ସରକାରର ଅଂଶବିଶେଷ ଥିଲା। ସେତେବେଳେ ଯେତେ ପଇସା ମିଳିଲା, ତାହାଠାରୁ ତିନିଗୁଣ ମୋଦୀ ସରକାର ଦେଇଛନ୍ତି। ଏହାଦ୍ଵାରା  ତାମିଲନାଡ଼ୁର ଆର୍ଥିକ ଏବଂ ଶିଳ୍ପ ଅଭିବୃଦ୍ଧିକୁ ବହୁତ ବଡ ସାହାଯ୍ୟ ମିଳିଛି ।

ସାଥିମାନେ,

 ତାମିଲନାଡ଼ୁର ଭିତ୍ତିଭୂମି ଭାରତ ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ଗତ ଦଶନ୍ଧି ମଧ୍ୟରେ ତାମିଲନାଡ଼ୁ ପାଇଁ ରେଳ ବଜେଟ୍ ସାତ ଗୁଣରୁ ଅଧିକ ବୃଦ୍ଧି କରାଯାଇଛି। ଏହାସତ୍ତ୍ଵେ ମଧ୍ୟ କିଛି ଲୋକଙ୍କ ବିନା କାରଣରେ ଅଭିଯୋଗ କରିବାର ଅଭ୍ୟାସ ଅଛି- ସେମାନେ ସେହିଭଳି ଅଭିଯୋଗ କରୁଛନ୍ତି | 2014 ପୂର୍ବରୁ, ତାମିଲନାଡ଼ୁରେ ରେଳ ପ୍ରକଳ୍ପ ପାଇଁ ବାର୍ଷିକ ଆବଣ୍ଟନ ମାତ୍ର ନଅ ଶହ କୋଟି ଟଙ୍କା ଥିଲା। ଏବଂ ଆପଣମାନେ ସମସ୍ତେ ଜାଣନ୍ତି ଯେ ସେହି ସମୟରେ 'ଇଣ୍ଡିଆ ଆଲାଏନ୍ସ’ ର ଦାୟିତ୍ୱରେ କିଏ ଥିଲେ। କିନ୍ତୁ ଚଳିତ ବର୍ଷ ତାମିଲନାଡ଼ୁର ରେଳ ବଜେଟ୍ ଛଅ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଭାରତ ସରକାର ରାମେଶ୍ୱରମ ଷ୍ଟେସନ ସମେତ ରାଜ୍ୟର 77ଟି ରେଳ ଷ୍ଟେସନର ଆଧୁନିକୀକରଣ କରୁଛନ୍ତି।

 

ସାଥିମାନେ,

ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଗ୍ରାମୀଣ ସଡ଼କ ଏବଂ ରାଜପଥ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। କେନ୍ଦ୍ର ସରକାରଙ୍କ ସହାୟତାରେ 2014 ମସିହାରୁ ତାମିଲନାଡ଼ୁରେ 4 ହଜାର କିଲୋମିଟର ସଡ଼କ ନିର୍ମାଣ କରାଯାଇଛି। ଚେନ୍ନାଇ ବନ୍ଦରକୁ ସଂଯୋଗ କରୁଥିବା ଏଲିଭେଟେଡ୍ କରିଡର ଆଧୁନିକ ଭିତ୍ତିଭୂମିର ଏକ ଉତ୍ତମ ଉଦାହରଣ ହେବ। ଆଜି ପାଖାପାଖି 8 ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ତାମିଲନାଡ଼ୁର ବିଭିନ୍ନ ଜିଲ୍ଲାରେ ସଂଯୋଗ ବୃଦ୍ଧି କରିବ ଏବଂ ଆନ୍ଧ୍ର ପ୍ରଦେଶ ସହିତ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିବ।

 ସାଥିମାନେ,

ଚେନ୍ନାଇ ମେଟ୍ରୋ ଭଳି ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ତାମିଲନାଡ଼ୁରେ ଯାତାୟାତକୁ ସହଜ କରୁଛି। ଆମକୁ ମନେ ରଖିବାକୁ ହେବ ଯେ ଯେତେବେଳେ ଏତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ବିକଶିତ ହୋଇଥାଏ, ସେତେବେଳେ ଅନେକ କ୍ଷେତ୍ରରେ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଥାଏ। ଏହି ପ୍ରକଳ୍ପଗୁଡ଼ିକ ଆମ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ।

 ସାଥିମାନେ,

ବିଗତ ଦଶନ୍ଧି ମଧ୍ୟରେ ଭାରତ ସାମାଜିକ ଭିତ୍ତିଭୂମିରେ ରେକର୍ଡ ପରିମାଣରେ ନିବେଶ କରିଛି। ମୁଁ ଖୁସି ଯେ ତାମିଲନାଡ଼ୁର ଲକ୍ଷ ଲକ୍ଷ ଗରିବ ପରିବାର ଏଥିରୁ ଉପକୃତ ହେଉଛନ୍ତି। ବିଗତ 10 ବର୍ଷ ମଧ୍ୟରେ  ସମାଗ୍ର ଦେଶରେ ଗରିବ ପରିବାରଗୁଡ଼ିକୁ 4 କୋଟିରୁ ଅଧିକ ପକ୍କା (ସ୍ଥାୟୀ) ଘର ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତାମିଲନାଡ଼ୁର ମୋର ଗରିବ ପରିବାରକୁ 12 ଲକ୍ଷରୁ ଅଧିକ ପକ୍କା ଘର ଦିଆଯାଇଛି। ବିଗତ 10 ବର୍ଷ ମଧ୍ୟରେ ପ୍ରାୟ 12 କୋଟି ଗ୍ରାମୀଣ ପରିବାର ପ୍ରଥମ ଥର ପାଇଁ ପାଇପ ଯୋଗେ ଜଳ ସଂଯୋଗ ପାଇଛନ୍ତି। ଏଥିରେ ମୋ ତାମିଲନାଡ଼ୁର 1 କୋଟି 11 ଲକ୍ଷ ପରିବାର ସାମିଲ ଅଛନ୍ତି। ପ୍ରଥମ ଥର ପାଇଁ ସେମାନଙ୍କ ଘରେ ପାଇପ୍ ପାଣି ପହଞ୍ଚିଛି। ଏହାର ବହୁତ ଲାଭ ତାମିଲନାଡ଼ୁର ମାଆ ଓ ଭଉଣୀମାନଙ୍କୁ  ।

 

ସାଥିମାନେ,

ଆମ ନାଗରିକମାନଙ୍କୁ ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମ ସରକାରଙ୍କ ପ୍ରତିବଦ୍ଧତା। ଆୟୁଷ୍ମାନ ଭାରତ ଯୋଜନାର ପ୍ରଭାବକୁ ଦେଖନ୍ତୁ-ଏହି ଯୋଜନା ଅଧୀନରେ ତାମିଲନାଡ଼ୁରେ 1 କୋଟିରୁ ଅଧିକ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି। ଏହାଦ୍ୱାରା ତାମିଲନାଡ଼ୁର ପରିବାରଗୁଡ଼ିକ ପାଇଁ 8,000 କୋଟି ଟଙ୍କା ସଞ୍ଚୟ ହୋଇପାରିଛି-ଯେଉଁ ଅର୍ଥ ଅନ୍ୟଥା ସେମାନଙ୍କ ପକେଟରୁ ଖର୍ଚ୍ଚ ହୋଇଥାନ୍ତା। ମୋର ତାମିଲନାଡ଼ୁ ଭାଇ ଓ ଭଉଣୀମାନଙ୍କ ପକେଟରେ 8,000 କୋଟି ଟଙ୍କା ରଖିବା ଏକ ବହୁତ ବଡ଼ ସଂଖ୍ୟା ଅଟେ। ତାମିଲନାଡ଼ୁରେ ମଧ୍ୟ 1,400ରୁ ଅଧିକ ଜନଔଷଧି କେନ୍ଦ୍ର ରହିଛି, ଯେଉଁଠାରେ 80 ପ୍ରତିଶତ ରିହାତି ଦରରେ ଔଷଧ ଉପଲବ୍ଧ ହେଉଛି। ଏହି ସୁଲଭ ମୂଲ୍ୟର ଔଷଧ ଯୋଗୁଁ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ 700 କୋଟି ଟଙ୍କା ସଞ୍ଚୟ କରିଛନ୍ତି। ସେଥିପାଇଁ ମୁଁ ମୋର ତାମିଲନାଡ଼ୁ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି । ଯଦି ଆପଣଙ୍କୁ ଔଷଧ କିଣିବାର ଆବଶ୍ୟକତା ଅଛି, ତେବେ ସର୍ବଦା ଜନଔଷଧି କେନ୍ଦ୍ରକୁ ଯାଆନ୍ତୁ। ସେଠାରେ ଏକ ଟଙ୍କା ମୂଲ୍ୟର ଔଷଧ ମାତ୍ର 20 ପଇସା, 25  ପଇସା କିମ୍ବା 30 ପଇସା ପାଇଁ କିଣାଯାଇପାରିବ।

ସାଥିମାନେ,

ଆମର ଲକ୍ଷ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଯୁବ ଭାରତୀୟମାନଙ୍କୁ ଆଉ ଡାକ୍ତର ହେବା ପାଇଁ ବିଦେଶ ଯିବାକୁ ପଡ଼ିବ ନାହିଁ। ବିଗତ କିଛି ବର୍ଷ ମଧ୍ୟରେ ତାମିଲନାଡ଼ୁରେ 11ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି।

 ସାଥିମାନେ,

ସମଗ୍ର ଦେଶର ଅନେକ ରାଜ୍ୟ ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏବେ ଗରିବ ମାଆମାନଙ୍କ ପିଲାମାନେ, ଯେଉଁମାନେ ଇଂରାଜୀ ପଢ଼ିନାହାନ୍ତି, ସେମାନେ ମଧ୍ୟ ଡାକ୍ତର ହୋଇପାରିବେ। ମୁଁ ତାମିଲନାଡ଼ୁ ସରକାରଙ୍କୁ ତାମିଲରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରୁଛି, ଯାହା ଦ୍ୱାରା ଗରିବ ସୁବିଧା ବଞ୍ଚିତ ପରିବାରର ପିଲାମାନେ ମଧ୍ୟ ଡାକ୍ତର ହେବାର ସ୍ୱପ୍ନକୁ ପୂରଣ କରିପାରିବେ।

 ସାଥିମାନେ,

 ଟିକସଦାତାଙ୍କ ଅର୍ଥର ପ୍ରତ୍ୟେକ ଟଙ୍କା ଗରିବରୁ ଅତିଗରିବ ନାଗରିକଙ୍କର କିପରି କାମରେ ଆସିବ, -ଏହା ହିଁ ହେଉଛି ସୁଶାସନର ସାର। ପିଏମ କିଷାନ ସମ୍ମାନ ନିଧି ଅଧୀନରେ ତାମିଲନାଡ଼ୁର କ୍ଷୁଦ୍ର ଚାଷୀମାନଙ୍କୁ ପାଖାପାଖି ବାର ହଜାରେ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବ୍ୟତୀତ, ତାମିଲନାଡ଼ୁର କୃଷକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚଉଦ ହଜାର ଆଠ ଶହ କୋଟି ଟଙ୍କାର ଦାବି ପାଇଛନ୍ତି।

 

ସାଥିମାନେ,

 ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଆମର ନୀଳ ଅର୍ଥନୀତିର ବହୁତ ବଡ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି, ଏଥିରେ ତାମିଲନାଡ଼ୁର ଶକ୍ତି ବିଶ୍ଵ ଦେଖିପାରିବ। ତାମିଲନାଡ଼ୁର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଅବିଶ୍ୱସନୀୟ ଭାବେ ପରିଶ୍ରମୀ ଅଟନ୍ତି। ତାମିଲନାଡ଼ୁର ମତ୍ସ୍ୟଚାଷ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ତାମିଲନାଡ଼ୁକୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଶହ ଶହ କୋଟି ଟଙ୍କା ମିଳିଛି। ମତ୍ସ୍ୟଜୀବୀମାନଙ୍କୁ ଯେପରି ସର୍ବାଧିକ ଏବଂ ଆଧୁନିକ ସୁବିଧା ମିଳିପାରିବ, ତାହା ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ। ସାମୁଦ୍ରିକ ଶୈବାଳ ଉଦ୍ୟାନ ହେଉ, ମାଛଧରା ବନ୍ଦର ହେଉ, କିମ୍ବା ଅବତରଣ କେନ୍ଦ୍ର ହେଉ, କେନ୍ଦ୍ର ସରକାର କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ଆମେ ଆପଣଙ୍କର ସୁରକ୍ଷା ଏବଂ ନିରାପତ୍ତା ବିଷୟରେ ମଧ୍ୟ ଗଭୀର ଭାବରେ ଚିନ୍ତା କରୁଛୁ। ସଙ୍କଟ ସମୟରେ ଭାରତ ସରକାର ମତ୍ସ୍ୟଜୀବୀମାନଙ୍କ ସହିତ ଦୃଢତାର ସହ ଠିଆ ହୋଇଛନ୍ତି। ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ଗତ 10 ବର୍ଷ ମଧ୍ୟରେ ଶ୍ରୀଲଙ୍କାରୁ 3,700ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ଏଥିମଧ୍ୟରୁ ଗତ ବର୍ଷ 600ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଥିଲା। ଆପଣମାନଙ୍କର ଏହା ମଧ୍ୟ ମନେ ଥିବ ଯେ ଆମର କେତେକ ମତ୍ସ୍ୟଜୀବୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ସେମାନଙ୍କୁ ଜୀବିତ ଫେରାଇ ଆଣିବା ଏବଂ ଭାରତରେ ସେମାନଙ୍କ ପରିବାର ସହିତ ପୁନଃମିଳନ କରିବା ପାଇଁ ଆମେ ଅକ୍ଳାନ୍ତ ପରିଶ୍ରମ କରିଥିଲୁ।

ସାଥିମାନେ,

ଆଜି ଭାରତ ପ୍ରତି ବିଶ୍ୱର ଆକର୍ଷଣ ବୃଦ୍ଧି ପାଉଛି। ଲୋକମାନେ ଭାରତ ବିଷୟରେ ପୂର୍ବ ଅପେକ୍ଷା ଅଧିକ ଜାଣିବାକୁ ଏବଂ ବୁଝିବାକୁ ଚାହୁଁଛନ୍ତି। ଏହାର ଏକ ପ୍ରମୁଖ କାରଣ ହେଉଛି ଆମର ସମୃଦ୍ଧ ସଂସ୍କୃତି ଏବଂ ନମନୀୟ ଶକ୍ତି। ତାମିଲ ଭାଷା ଏବଂ ଐତିହ୍ୟ ଯେପରି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ବେଳେବେଳେ, ମୁଁ ଆଶ୍ଚର୍ଯ୍ୟ ହୁଏ ଯେତେବେଳେ ମୁଁ ତାମିଲନାଡ଼ୁର କିଛି ନେତାଙ୍କ ଠାରୁ ଚିଠି ପାଏ-ସେମାନଙ୍କ ମଧ୍ୟରୁ କେହି ତାମିଲରେ ସେମାନଙ୍କ ନାମ ସାଇନ୍ କରନ୍ତି ନାହିଁ ! ତାମିଲ ଭାଷା ଏକ ଗର୍ବର ବିଷୟ, ଏବଂ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଗୌରବମୟ ଭାଷାକୁ ସମ୍ମାନ ଜଣାଇବା ପାଇଁ ଅତି କମରେ ତାମିଲରେ ନିଜ ନାମ ଦସ୍ତଖତ କରନ୍ତୁ। ମୋର ଦୃଢ଼ ବିଶ୍ୱାସ ଯେ ଏହି ମହାନ ପରମ୍ପରାକୁ ଆମକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବାକୁ ପଡ଼ିବ। ମୋର କୌଣସି ସନ୍ଦେହ ନାହିଁ ଯେ ରାମେଶ୍ୱରମ୍ ଏବଂ ତାମିଲନାଡ଼ୁର ପବିତ୍ର ଭୂମି ଆମକୁ ପ୍ରେରଣା ଏବଂ ଶକ୍ତି ଯୋଗାଇବ। ଏବଂ ଆଜିର ଏଭଳି ଆଶ୍ଚର୍ଯ୍ୟଜନକ ସଂଯୋଗକୁ ଦେଖନ୍ତୁ। ଆଜି ରାମ ନବମୀର ଶୁଭ ଅବସର। ଆମେ ପବିତ୍ର ରାମେଶ୍ୱରମ ଭୂମିରେ ଅଛୁ। ଆଜି ନୂତନ ପମ୍ବନ ସେତୁର ଉଦଘାଟନ କରାଯାଇଛି। ଶହେ ବର୍ଷ ପୂର୍ବେ, ପୁରୁଣା ପମ୍ବନ ସେତୁ ଗୁଜରାଟରେ ଜନ୍ମିତ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏବଂ ଆଜି, 100 ବର୍ଷ ପରେ, ଗୁଜରାଟରେ ଜନ୍ମିତ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନୂତନ ପମ୍ବନ ସେତୁର ପୁଣି ଥରେ ଉଦଘାଟନ କରାଯାଇଛି।

 

ସାଥିମାନେ,

 ରାମ ନବମୀର ଏହି ପବିତ୍ର ଅବସରରେ, ଆମେ ଯେତେବେଳେ ପବିତ୍ର ରାମେଶ୍ୱରମ ଭୂମିରେ ଛିଡ଼ା ହେଉଛୁ, ମୁଁ ଅତ୍ୟନ୍ତ ମର୍ମାହତ ଅନୁଭବ କରୁଛି। ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଉଛି। ଏକ ସୁଦୃଢ଼, ସମୃଦ୍ଧ ଏବଂ ବିକାଶଶୀଳ ଭାରତର ଯେଉଁ ପରିକଳ୍ପନା ଉପରେ ଆମେ କାର୍ଯ୍ୟ କରୁଛୁ, ତାହା ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ପରିଚାଳିତ। ତିନିରୁ ଚାରି ପିଢ଼ି ଧରି ଭାରତ ମାତାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ବିଜେପିର ଆଦର୍ଶ ଏବଂ ଲକ୍ଷ ଲକ୍ଷ ବିଜେପି କାର୍ଯ୍ୟକର୍ତ୍ତା (କର୍ମୀ) ଙ୍କ କଠିନ ପରିଶ୍ରମ ଆଜି ଆମକୁ ଦେଶ ସେବା କରିବାର ସୁଯୋଗ ଦେଇଛି। ଦେଶର ଲୋକମାନେ ବିଜେପି ନେତୃତ୍ୱାଧୀନ ସରକାରଗୁଡ଼ିକର ସୁଶାସନକୁ ଦେଖୁଛନ୍ତି। ସେମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ସାହସିକ ନିଷ୍ପତ୍ତିକୁ ଦେଖୁଛନ୍ତି ଏବଂ ପ୍ରତ୍ୟେକ ଭାରତୀୟ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟରେ, ପ୍ରତ୍ୟେକ କୋଣରେ, ବିଜେପି କର୍ମୀମାନେ ଲୋକଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି ଏବଂ ଗରିବଙ୍କ ସେବା କରୁଛନ୍ତି। ସେମାନଙ୍କ ସମର୍ପଣ ଭାବେ ଦେଖି ମୁଁ ଅତ୍ୟନ୍ତ ଗର୍ବରେ ଭରି ଯାଇଥାଏ। ମୁଁ ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ସେମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ତାମିଲନାଡ଼ୁର ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ଅଭିନନ୍ଦନ ଜଣାଉଛି।

ନଂଡରୀ! ୱଣକ୍କମ୍ ! ମିନଡ୍ଡୁମ ସଂଧିପ୍ପୋମ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with King of Bahrain
March 20, 2026
PM Conveys Eid Greetings and Condemns Attacks on Energy and Civilian Infrastructure

Prime Minister Shri Narendra Modi held a fruitful discussion today with His Majesty King Hamad Bin Isa Al Khalifa, the King of Bahrain, to exchange festive greetings and address regional security concerns.

The Prime Minister spoke with His Majesty King Hamad Bin Isa Al Khalifa and conveyed warm greetings on the occasion of Eid al-Fitr to him and the people of Bahrain. During the conversation, both leaders discussed the current situation in the West Asian region. PM Modi condemned attacks on the energy and civilian infrastructure, underscoring their adverse impact on global food, fuel, and fertilizer security. Shri Modi reiterated the importance of ensuring freedom of navigation and keeping shipping lines open and secure. The Prime Minister further expressed his gratitude to His Majesty for his continued support for the well-being of the Indian community in Bahrain.

The Prime Minister wrote on X:

"Had a fruitful discussion with the King of Bahrain, His Majesty King Hamad Bin Isa Al Khalifa. Conveyed warm greetings on the occasion of Eid al-Fitr to him and the people of Bahrain.

We discussed the current situation in the West Asian region. Condemned attacks on the energy and civilian infrastructure in the region, underscoring their adverse impact on global food, fuel and fertilizer security.

Reiterated the importance of ensuring freedom of navigation and keeping shipping lines open and secure.

Thanked His Majesty for his continued support for the well-being of the Indian community in Bahrain."