୧୪୦ କୋଟି ଭାରତୀୟ ଏକ ବିକଶିତ ଭାରତ ଗଠନ କରିବା ଦିଗରେ ଏକଜୁଟ ହୋଇଛନ୍ତି : ପ୍ରଧାନମନ୍ତ୍ରୀ
ଆମ ଦେଶର ପ୍ରଗତି ପାଇଁ ଯାହା ଆବଶ୍ୟକ ତାହା ଏଠାରେ, ଭାରତରେ ହିଁ କରାଯିବା ଉଚିତ : ପ୍ରଧାନମନ୍ତ୍ରୀ
ଜନଜାତି ସମାଜର ବିକାଶ ପାଇଁ ଗତ ୧୧ ବର୍ଷ ମଧ୍ୟରେ ଅଭୂତପୂର୍ବ ପ୍ରୟାସ କରାଯାଇଛି : ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆମ ଭାରତୀୟଙ୍କ ମୂଲ୍ୟବୋଧ ଏବଂ ଭାବନାର ପ୍ରକାଶ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦାହୋଡ଼ ଠାରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ମେ’ 26 ତାରିଖଟି ବିଶେଷ ଗୁରୁତ୍ୱ ବହନ କରେ, କାରଣ ହେଉଛି ଏହି ଦିନ ସେ 2014 ରେ ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ସେ ଗୁଜରାଟର ଲୋକ, ଯେଉଁମାନେ ତାଙ୍କୁ ରାଷ୍ଟ୍ରର ନେତୃତ୍ୱ ନେବାର ଦାୟିତ୍ୱ ଦେଇଥିଲେ, ସେମାନଙ୍କର ଅତୁଟ ସମର୍ଥନ ଏବଂ ଆଶୀର୍ବାଦକୁ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏହି ବିଶ୍ୱାସ ଏବଂ ଉତ୍ସାହ ଦିନରାତି ଦେଶ ସେବା କରିବା ପାଇଁ ତାଙ୍କ ଉତ୍ସର୍ଗକୁ ପ୍ରୋତ୍ସାହିତ କରିଛି । ବର୍ଷ ବର୍ଷ ଧରି, ଭାରତ ଏପରି ନିଷ୍ପତ୍ତି ନେଇଛି , ଯାହା ଅଭୂତପୂର୍ବ ଏବଂ ଅକଳ୍ପନୀୟ ଥିଲା, ଅନେକ ଦଶନ୍ଧି ପୁରୁଣା ପ୍ରତିବନ୍ଧକରୁ ମୁକ୍ତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି। "ଆଜି, ଦେଶ ହତାଶା ଏବଂ ଅନ୍ଧକାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଗତି କରୁଛି", ବୋଲି ସେ ମଧ୍ୟ କହିଛନ୍ତି।

"୧୪୦ କୋଟି ଭାରତୀୟ ଏକ ବିକଶିତ ଭାରତ ଗଠନ ଦିଗରେ ଏକଜୁଟ ହୋଇଛନ୍ତି" ବୋଲି ଶ୍ରୀ ମୋଦୀ କହିବା ସହିତ, ଭାରତ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଆତ୍ମନିର୍ଭରଶୀଳତା ହେଉଛି ସମୟର ଆବଶ୍ୟକତା। ସେ କହିଛନ୍ତି ଯେ ଭାରତ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ଘରୋଇ ଉତ୍ପାଦନ ଏବଂ ରପ୍ତାନି ଉଭୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଭାରତ ବର୍ତ୍ତମାନ ସ୍ମାର୍ଟଫୋନ୍, ଅଟୋମୋବାଇଲ୍, ଖେଳଣା, ପ୍ରତିରକ୍ଷା ଉପକରଣ ଏବଂ ଔଷଧ ସମେତ ବିଭିନ୍ନ ପ୍ରକାରର ଉତ୍ପାଦ ରପ୍ତାନି କରୁଛି। ସେ ଆହୁରି କହିଛନ୍ତି ଯେ, ଭାରତ କେବଳ ରେଳ ଏବଂ ମେଟ୍ରୋ ପ୍ରଯୁକ୍ତି ନିର୍ମାଣ କରୁନାହିଁ, ବରଂ ଏହାକୁ ସମଗ୍ର ବିଶ୍ୱକୁ ରପ୍ତାନି କରୁଛି। ଏହି ପ୍ରଗତିର ଏକ ପ୍ରମୁଖ ଉଦାହରଣ ଭାବରେ ଦାହୋଡ଼, ଯେଉଁଠାରେ ହଜାର ହଜାର କୋଟି ଟଙ୍କାର ପ୍ରମୁଖ ପ୍ରକଳ୍ପ ଉଦଘାଟନ ଏବଂ ଶୁଭାରମ୍ଭ କରାଯାଇଥିଲା, ତାହା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଦାହୋଡ଼ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ କାରଖାନାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଆଲୋକପାତ କରିଥିଲେ।

 

ସେ ତିନି ବର୍ଷ ପୂର୍ବେ ଏହାର ଶିଳାନ୍ୟାସକୁ ମନେ ପକାଇଥିଲେ ଏବଂ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍ ଏବେ ସଫଳତାର ସହିତ ନିର୍ମାଣ ହୋଇଥିବା ନେଇ ଗର୍ବ ପ୍ରକାଶ କରିଥିଲେ। ସେ ଲୋକୋମୋଟିଭ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଗୁଜରାଟ ଏବଂ ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଏହା ସହିତ, ସେ ଘୋଷଣା କରିଥିଲେ ଯେ, ଗୁଜରାଟ ଏହାର ରେଳ ନେଟୱାର୍କର ୧୦୦% ବିଦ୍ୟୁତୀକରଣ ହାସଲ କରିଛି, ଏହାକୁ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଏହି ସଫଳତା ପାଇଁ ଗୁଜରାଟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦାହୋଡ଼ ସହିତ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଏବଂ ଏହି ଅଞ୍ଚଳ ସହିତ ଜଡିତ ଅନେକ ପୁରୁଣା କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଦଶନ୍ଧି ଧରି ଦାହୋଡ଼ ଗସ୍ତ କରିଆସୁଛନ୍ତି ଏବଂ ତାଙ୍କ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ସେ ପ୍ରାୟତଃ ସାଇକେଲରେ ଏହି ଅଞ୍ଚଳ ବୁଲି ଦେଖୁଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଏହି ଅଭିଜ୍ଞତା ତାଙ୍କୁ ଦାହୋଡ଼ରେ ରହିଥିବା ଆହ୍ଵାନ ଏବଂ ସମ୍ଭାବନା ଉଭୟକୁ ବୁଝିବାରେ ସାହାଯ୍ୟ କରିଥିଲା। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ, ସେ ବହୁବାର ଏହି ଅଞ୍ଚଳ ଗସ୍ତ ଜାରି ରଖିଥିଲେ ଏବଂ ଏହାର ସମସ୍ୟାର ସମାଧାନ ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦାହୋଡ଼ର ପ୍ରତ୍ୟେକ ବିକାଶମୂଳକ ପଦକ୍ଷେପ ତାଙ୍କୁ ବହୁତ ସନ୍ତୋଷ ପ୍ରଦାନ କରିଥାଏ ଏବଂ ଆଜି ତାଙ୍କ ପାଇଁ ଆଉ ଏକ ଅର୍ଥପୂର୍ଣ୍ଣ ଦିନ।

ଗତ ୧୦ - ୧୧ ବର୍ଷ ମଧ୍ୟରେ ଭାରତର ରେଳ କ୍ଷେତ୍ରର ଦ୍ରୁତ ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମେଟ୍ରୋ ସେବାର ପ୍ରସାର ଏବଂ ସେମି-ହାଇ-ସ୍ପିଡ୍ ଟ୍ରେନ ପ୍ରଚଳନ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ସାରା ଦେଶରେ ସଂଯୋଗୀକରଣକୁ ପରିବର୍ତିତ କରିଥାଏ। ସେ କହିଥିଲେ ଯେ , ବନ୍ଦେ ଭାରତ ଟ୍ରେନଗୁଡ଼ିକ ବର୍ତ୍ତମାନ ପ୍ରାୟ ୭୦ ଟି ରୁଟରେ ଚାଲିଛି, ଯାହା ଭାରତର ପରିବହନ ନେଟୱାର୍କକୁ ଆହୁରି ମଜବୁତ କରିଛି। ସେ ଅହମ୍ମଦାବାଦ ଏବଂ ଭେରାଭାଲ ମଧ୍ୟରେ ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ , ଭାରତରେ ଆଧୁନିକ ଟ୍ରେନଗୁଡ଼ିକର ଚଳାଚଳ ଦେଶର ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଯୋଗୁଁ ସମ୍ଭବ ହୋଇଛି। କୋଚ୍ ଏବଂ ଲୋକୋମୋଟିଭ୍ ବର୍ତ୍ତମାନ ଘରୋଇ ଭାବରେ ନିର୍ମିତ ହେଉଛି, ଯାହା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। "ଭାରତ ରେଳ ଉପକରଣର ଏକ ପ୍ରମୁଖ ରପ୍ତାନିକାରୀ ଭାବରେ ଉଭା ହୋଇଛି", ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଭାରତ ଅଷ୍ଟ୍ରେଲିଆକୁ ମେଟ୍ରୋ କୋଚ୍ ଏବଂ ଇଂଲଣ୍ଡ, ସାଉଦି ଆରବ ଏବଂ ଫ୍ରାନ୍ସକୁ ଟ୍ରେନ କୋଚ୍ ରପ୍ତାନି କରେ। ସେ ଆହୁରି ମଧ୍ୟ କହିଥିଲେ ଯେ ମେକ୍ସିକୋ, ସ୍ପେନ୍, ଜର୍ମାନୀ ଏବଂ ଇଟାଲୀ ମଧ୍ୟ ଭାରତରୁ ରେଳରେ ବ୍ୟବହାର ହେଉଥିବା ସାମଗ୍ରୀ ଆମଦାନୀ କରନ୍ତି। ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ, ମୋଜାମ୍ବିକ ଏବଂ ଶ୍ରୀଲଙ୍କାରେ ଭାରତୀୟ ଯାତ୍ରୀବାହୀ କୋଚ୍ ବ୍ୟବହୃତ ହେଉଛି ଏବଂ 'ଭାରତରେ ପ୍ରସ୍ତୁତ' ଲୋକୋମୋଟିଭ୍ ଅନେକ ଦେଶକୁ ରପ୍ତାନି କରାଯାଉଛି। ସେ କହିଥିଲେ ଯେ ଏହା 'ମେକ୍ ଇନ୍ ଇଣ୍ଡିଆ' ପ୍ରୟାସର ନିରନ୍ତର ବିସ୍ତାରକୁ ପ୍ରତିଫଳିତ କରେ, ଯାହା ଜାତୀୟ ଗର୍ବକୁ ସୁଦୃଢ଼ କରିଥାଏ।

 

"ଏକ ମଜବୁତ ରେଳ ନେଟୱାର୍କ ସୁବିଧା ବୃଦ୍ଧି କରେ ଏବଂ ଶିଳ୍ପ ଏବଂ କୃଷିକୁ ପ୍ରୋତ୍ସାହିତ କରେ" ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ଗତ ଦଶନ୍ଧିରେ ଭାରତର ଅନେକ ଅଞ୍ଚଳରେ ପ୍ରଥମ ଥର ପାଇଁ ରେଳ ସଂଯୋଗ କରାଯାଇଥିଲା। ସେ ଉଲ୍ଲେଖ କରିଥିଲେ ଯେ, ଗୁଜରାଟର ଅନେକ ଅଞ୍ଚଳରେ ପୂର୍ବରୁ କେବଳ ଛୋଟ, ଧୀର ଗତିରେ ଚାଲୁଥିବା ଟ୍ରେନ୍ ଥିଲା, କିନ୍ତୁ ଏବେ ଅନେକ ସଂକୀର୍ଣ୍ଣ-ଗେଜ୍ ରୁଟ୍ କୁ ବିସ୍ତାର କରାଯାଇଛି। ଦାହୋଡ଼ ଏବଂ ବାଲସାଦ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସମେତ ବହୁବିଧ ରେଳ ରୁଟ୍ ଉଦଘାଟନ ସମ୍ପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କାରଖାନାଗୁଡ଼ିକ ଯୁବପିଢ଼ିଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଦାହୋଡ଼ର ରେଳ କାରଖାନା 9,000 ହର୍ଷ ପାୱାର କ୍ଷମତାସମ୍ପନ୍ନ ଲୋକୋମୋଟିଭ୍ ନିର୍ମାଣ କରିବ, ଯାହା ଭାରତର ଟ୍ରେନ୍‌ର ଶକ୍ତି ଏବଂ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଦାହୋ୍ଡ଼ରେ ଉତ୍ପାଦିତ ପ୍ରତ୍ୟେକ ଲୋକୋମୋଟିଭ୍ ସହରର ନାମ ବହନ କରିବ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଆଗାମୀ ବର୍ଷ ଗୁଡ଼ିକରେ ଶହ ଶହ ଲୋକୋମୋଟିଭ୍ ନିର୍ମାଣ କରାଯିବ, ଯାହା ସ୍ଥାନୀୟ ଯୁବକମାନଙ୍କ ପାଇଁ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ, କାରଖାନା ରେଳ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଉତ୍ପାଦନ କରୁଥିବା କ୍ଷୁଦ୍ର ଶିଳ୍ପଗୁଡ଼ିକୁ ମଧ୍ୟ ସମର୍ଥନ କରିବ, ଯାହା ଆଖପାଖ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଆଣିବ। ସେ କହିଥିଲେ ଯେ ନିଯୁକ୍ତି ସୁଯୋଗ କାରଖାନା ବାହାରେ ମଧ୍ୟ ବ୍ୟାପକ ହୋଇଛି, ଯାହା ଚାଷୀ, ପଶୁପାଳନ ମାଲିକ, ଦୋକାନୀ ଏବଂ ଶ୍ରମିକଙ୍କୁ ଲାଭ ପହଞ୍ଚାଇଥାଏ , ଯାହା ବ୍ୟାପକ ଆର୍ଥିକ ପ୍ରଗତି ସୁନିଶ୍ଚିତ କରିଥାଏ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶିକ୍ଷା, ଆଇଟି, ସେମିକଣ୍ଡକ୍ଟର ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଗୁଜରାଟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ରାଜ୍ୟ ବିଭିନ୍ନ ଶିଳ୍ପରେ ନିଜକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ହଜାର ହଜାର କୋଟି ନିବେଶରେ ଗୁଜରାଟରେ ଏକ ପ୍ରମୁଖ ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି, ଯାହା ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ। ସେ କହିଥିଲେ ଯେ, ଏହି ପଦକ୍ଷେପଗୁଡ଼ିକ ଗୁଜରାଟର ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି, ଯାହା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶରେ ଯୋଗଦାନ ଦେଉଛି।

ଦାହୋଡ଼, ଭଦୋଦରା, ଗୋଧ୍ରା, କାଲୋଲ ଏବଂ ହାଲୋଲ ମିଳିତ ଭାବରେ ଗୁଜରାଟରେ ଏକ ଉଚ୍ଚ-ପ୍ରଯୁକ୍ତି ଇଞ୍ଜିନିୟରିଂ ଏବଂ ଉତ୍ପାଦନ କରିଡର ପ୍ରତିଷ୍ଠା କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଭଦୋଦରା ବିମାନ ନିର୍ମାଣରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି, କିଛି ମାସ ପୂର୍ବରୁ ଏଠାରେ ଏୟାରବସ୍ ଆସେମ୍ବଲି ଲାଇନ ଉଦଘାଟନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ, ଭଦୋଦରା ହେଉଛି ଭାରତର ପ୍ରଥମ ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଘର। ସେ ଗୁରୁତ୍ୱାରୋପ କରିଥିଲେ ଯେ ସାଭଲିରେ ପୂର୍ବରୁ ଏକ ପ୍ରମୁଖ ରେଳ-କାର ନିର୍ମାଣ କାରଖାନା ଅଛି, ଯେତେବେଳେ କି ଦାହୋଡ଼ ବର୍ତ୍ତମାନ ଭାରତର ସବୁଠାରୁ ଶକ୍ତିଶାଳୀ ଲୋକୋମୋଟିଭ୍ - 9,000 ହର୍ଷ ପାୱାର କ୍ଷମତା ସମ୍ପନ୍ନ ଇଞ୍ଜିନ ଉତ୍ପାଦନ କରୁଥିବା ଏକ ସୁବିଧା ପ୍ରଦାନ କରୁଛି, ଯାହା ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଧ୍ରା, କାଲୋଲ ଏବଂ ହାଲୋଲରେ ଉତ୍ପାଦନ ୟୁନିଟ୍, କ୍ଷୁଦ୍ର ଶିଳ୍ପ ଏବଂ ଏମଏସଏମଇର ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ଅଛି, ଯାହା ଗୁଜରାଟର ଶିଳ୍ପ ଅଭିବୃଦ୍ଧିରେ ଅବଦାନ ରଖିଛି। ଭବିଷ୍ୟତ ସମ୍ପର୍କରେ କଳ୍ପନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଉଚ୍ଚ-ପ୍ରଯୁକ୍ତି ଇଞ୍ଜିନିୟରିଂ ଏବଂ ଉତ୍ପାଦନ କରିଡର ବିଶ୍ୱ ସ୍ତରରେ ବିରଳ, ଯାହା ଏକ ଶିଳ୍ପ ଶକ୍ତି କେନ୍ଦ୍ର ଭାବରେ ଗୁଜରାଟର ସ୍ଥିତିକୁ ସୁଦୃଢ଼ କରୁଛି।

 

"ଏକ ବିକଶିତ ଭାରତ ଗଠନ ପାଇଁ ଆଦିବାସୀ ଅଞ୍ଚଳର ବିକାଶ ଅତ୍ୟନ୍ତ ଜରୁରୀ" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ ଯେ, ଗତ 11 ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ଅଭୂତପୂର୍ବ ପ୍ରୟାସ କରାଯାଇଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଗୁଜରାଟର ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ଅଭିଜ୍ଞତା ଜାତୀୟ ସ୍ତରୀୟ ପଦକ୍ଷେପଗୁଡ଼ିକୁ ଯୋଗଦାନ ଦେଇଛି। ଶ୍ରୀ ମୋଦୀ ସେହି ସମୟକୁ ମନେ ପକାଇଥିଲେ, ଯେତେବେଳେ ଗୁଜରାଟର ଆଦିବାସୀ ପିଲାମାନଙ୍କୁ ବିଜ୍ଞାନ ଅଧ୍ୟୟନରେ ଆହ୍ୱାନର ସାମନା କରିବାକୁ ପଡୁଥିଲା। ସେ ଆଲୋକପାତ କରିଥିଲେ ଯେ, ଆଜି ସମଗ୍ର ଆଦିବାସୀ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ, ଭଲ କଲେଜ, ଆଇଟିଆଇ, ମେଡିକାଲ କଲେଜ ଏବଂ ଦୁଇଟି ଉତ୍ସର୍ଗୀକୃତ ଆଦିବାସୀ ବିଶ୍ୱବିଦ୍ୟାଳୟ ଏହି ସମ୍ପ୍ରଦାୟଗୁଡ଼ିକୁ ସେବା ଯୋଗାଇ ଦେଉଛି। ଗତ 11 ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ସ୍କୁଲର ନେଟୱାର୍କ ଯଥେଷ୍ଟ ମଜବୁତ ହୋଇଛି, ଯାହା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷା ସୁଯୋଗ ସୁନିଶ୍ଚିତ କରୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ କେବଳ ଦାହୋଡ଼ରେ ଅନେକ ଏକଲବ୍ୟ ମଡେଲ ସ୍କୁଲ ରହିଛି, ଯାହା ଆଦିବାସୀ ଶିକ୍ଷାକୁ ଆହୁରି ସମର୍ଥନ କରୁଛି।

ଦେଶବ୍ୟାପୀ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ, ଆଦିବାସୀ ଗ୍ରାମଗୁଡ଼ିକର ଉନ୍ନତି ଲାଗି ଏକ ପ୍ରମୁଖ ଯୋଜନା ଆରମ୍ଭ କରାଯାଇଛି। ସେ ମନ୍ତବ୍ୟ ଦେଇଥିଲେ ଯେ ' ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ' ଏକ ଐତିହାସିକ ପଦକ୍ଷେପ, କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ 80,000 କୋଟି ଟଙ୍କା ନିବେଶ କରୁଛନ୍ତି। ଏହି ଯୋଜନା ଅଧୀନରେ, ଗୁଜରାଟ ସମେତ ଦେଶର 60,000 ରୁ ଅଧିକ ଗାଁରେ ବିକାଶମୂଳକ କାର୍ଯ୍ୟ କରାଯାଉଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଏହି ଗ୍ରାମଗୁଡ଼ିକୁ ବିଦ୍ୟୁତ୍, ପାଣି, ରାସ୍ତା, ସ୍କୁଲ ଏବଂ ଡାକ୍ତରଖାନା ସହିତ ସଜ୍ଜିତ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଦିବାସୀ ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯାଉଛି, ଯାହା ସମ୍ପ୍ରଦାୟ ପାଇଁ ଉତ୍ତମ ଜୀବନଯାପନ ସୁନିଶ୍ଚିତ କରିବ।

ଶ୍ରୀ ମୋଦୀ ସବୁଠାରୁ ଅବହେଳିତ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ , ତାଙ୍କ ସରକାର ଦୀର୍ଘ ଦିନ ଧରି ଅଣଦେଖା କରାଯାଇଥିବା ଲୋକଙ୍କୁ ପ୍ରାଥମିକତା ଦେଉଛି। ସେ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ଥର ପାଇଁ ସରକାର ପ୍ରଧାନମନ୍ତ୍ରୀ ଜନମନ ଯୋଜନା ପ୍ରଣୟନ କରିଛନ୍ତି , ଯାହା ଦ୍ୱାରା ଦଶନ୍ଧି ଧରି ଅତ୍ୟାବଶ୍ୟକୀୟ ସୁବିଧାରୁ ବଞ୍ଚିତ ଥିବା, ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀମାନଙ୍କୁ ସହାୟତା କରାଯାଇପାରିବ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଯୋଜନା ଅଧୀନରେ, ଆଦିବାସୀ ଗ୍ରାମଗୁଡ଼ିକରେ ନୂତନ ଭିତ୍ତିଭୂମି ଏବଂ ସୁବିଧା ବିକଶିତ ହେଉଛି, ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ଯାହା ଏହି ସମ୍ପ୍ରଦାୟ ପାଇଁ ଅଧିକ ଆର୍ଥିକ ଏବଂ ସାମାଜିକ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରୁଛି।

ସିକଲ ସେଲ୍ ଆନିମିଆରୁ ମୁକ୍ତ କରିବା ପାଇଁ ଏକ ଜାତୀୟ ମିଶନ୍ ଆରମ୍ଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପଦକ୍ଷେପ ଅଧୀନରେ ଲକ୍ଷ ଲକ୍ଷ ଆଦିବାସୀ ନାଗରିକ ପୂର୍ବରୁ ନିଜର ଯାଂଚ କରିସାରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସରକାର ପଛୁଆ ଅଞ୍ଚଳଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧ। ପୂର୍ବରୁ 100 ରୁ ଅଧିକ ଜିଲ୍ଲାକୁ ପଛୁଆ ବର୍ଗରେ ବର୍ଗୀକୃତ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକ ଆଦିବାସୀ ବହୁଳ ଅଞ୍ଚଳ ଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ପୂର୍ବରୁ ଦାହୋଡ଼ ଏଭଳି ଏକ ଜିଲ୍ଲା ଥିଲା, କିନ୍ତୁ ଆଜି ଏହା ଏକ ଆକାଂକ୍ଷୀ ଜିଲ୍ଲା ଭାବରେ ଅଗ୍ରଗତି କରୁଛି, ଆଧୁନିକ ଭିତ୍ତିଭୂମି ଏବଂ ସ୍ମାର୍ଟ ସୁବିଧା ସହିତ ଏଠାରେ ପରିବର୍ତ୍ତନ ହେଉଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଦକ୍ଷିଣ ଦାହୋଦ ଗୁରୁତର ଜଳକଷ୍ଟର ସମ୍ମୁଖୀନ ହୋଇଥିଲା, କିନ୍ତୁ ବର୍ତ୍ତମାନ, ଶହ ଶହ କିଲୋମିଟର ପାଇପଲାଇନ୍ ବିଛାଯାଇଛି, ଯାହା ନର୍ମଦା ଜଳକୁ ପ୍ରତ୍ୟେକ ଘରେ ପହଞ୍ଚିବା ସୁନିଶ୍ଚିତ କରୁଛି। ସେ କହିଥିଲେ ଯେ, ବିଗତ ବର୍ଷ ଗୁଡ଼ିକରେ ଉମରଗାଓଁରୁ ଅମ୍ବାଜୀ ପର୍ଯ୍ୟନ୍ତ 11 ଲକ୍ଷ ଏକର ଜମି ଜଳସେଚନ ବ୍ୟବସ୍ଥା ସହିତ ସଂଯୋଗ କରାଯାଇଛି, ଯାହା ଆଦିବାସୀ ସମ୍ପ୍ରଦାୟ ପାଇଁ କୃଷିକୁ ସହଜ କରିଛି।

ରାଷ୍ଟ୍ର ଏବଂ ଏହାର ସଶସ୍ତ୍ର ବାହିନୀକୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଥିବା ହଜାର ହଜାର ମହିଳାଙ୍କ ବିପୁଳ ଉପସ୍ଥିତିକୁ ସ୍ୱୀକାର କରି ଶ୍ରୀ ମୋଦୀ ଭାରତର ମହିଳାମାନଙ୍କ ପ୍ରତି ସେମାନଙ୍କର ଅଟଳ ସମର୍ଥନ ପାଇଁ ଗଭୀର ସମ୍ମାନ ଏବଂ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଦାହୋଡ଼ ହେଉଛି ତ୍ୟାଗ ଏବଂ ସମର୍ପଣର ଭୂମି, ସେ ଏହା ସ୍ମରଣ କରି କହିଥିଲେ ଯେ ମହର୍ଷି ଦଧିଚି ସୃଷ୍ଟିର ସୁରକ୍ଷା ପାଇଁ ଦୁଧିମତି ନଦୀ କୂଳରେ ନିଜ ଜୀବନ ତ୍ୟାଗ କରିଥିଲେ। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହି ଅଞ୍ଚଳ ସଙ୍କଟ ସମୟରେ ସ୍ୱାଧୀନତା ସଂଗ୍ରାମୀ ତାତ୍ୟା ଟୋପେଙ୍କୁ ସମର୍ଥନ କରିଥିଲା ଏବଂ ମାନଗଡ଼ ଧାମ ଗୋବିନ୍ଦ ଗୁରୁ ଏବଂ ଶହ ଶହ ଆଦିବାସୀ ଯୋଦ୍ଧାଙ୍କ ବଳିଦାନର ପ୍ରତୀକ ଭାବରେ ଠିଆ ହୋଇଛି। ଭାରତର ସାଂସ୍କୃତିକ ମୂଲ୍ୟବୋଧ ଅନ୍ୟାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରେ ବୋଲି ଗୁରୁତ୍ୱାରୋପ କରି, ଜାମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶ କିପରି ଚୁପ୍ ରହିପାରିଥାନ୍ତା ପ୍ରଶ୍ନ କରି ଶ୍ରୀ ମୋଦୀ କହିଥିଲେ, " ସିନ୍ଦୂର ଅପରେସନ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଭାରତର ମୂଲ୍ୟବୋଧ ଏବଂ ଭାବନାର ପ୍ରତିଫଳନ ଥିଲା"। ସେ ମନ୍ତବ୍ୟ ଦେଇଥିଲେ ଯେ, ଆତଙ୍କବାଦୀମାନଙ୍କୁ ସେମାନଙ୍କ କାର୍ଯ୍ୟର ପରିଣାମ ବିଷୟରେ କୌଣସି ଧାରଣା ନଥିଲା, ପିଲାମାନଙ୍କ ସମ୍ମୁଖରେ ପିତାଙ୍କୁ ହତ୍ୟା କରିବାର ନିର୍ମମତାକୁ ସେ ମନେ ପକାଇଥିଲେ। ସେ କହିଥିଲେ ଯେ ଏପରି ଚିତ୍ର ଏବେ ବି ସାରା ଦେଶରେ କ୍ରୋଧର ଅଗ୍ନି ଜାଳି ଦେଉଛି, କାରଣ ୧୪୦ କୋଟି ଭାରତୀୟ ଆତଙ୍କବାଦ ଦ୍ୱାରା ବିଭିନ୍ନ ଆହ୍ଵାନକୁ ସାମନା କରିଥିଲେ। ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ, ସେ ଦେଶର ନେତା ଭାବରେ ତାଙ୍କର ଦାୟିତ୍ୱ ପୂରଣ କରିଛନ୍ତି, ଭାରତର ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି, ଯେଉଁମାନେ ଦଶନ୍ଧି ଧରି ହୋଇନଥିବା ଏକ ଅପରେସନ୍ କୁ କାର୍ଯ୍ୟକାରୀ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ସୀମା ଆରପାରିରେ ନଅଟି ପ୍ରମୁଖ ଆତଙ୍କବାଦ କେନ୍ଦ୍ରକୁ ୨୨ ମିନିଟ୍ ମଧ୍ୟରେ ଚିହ୍ନଟ କରାଯାଇ ଧ୍ୱଂସ କରାଯାଇଥିଲା ଏବଂ ପାକିସ୍ତାନର ସେନା ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତୀୟ ସେନା ଦ୍ୱାରା ନିର୍ଣ୍ଣାୟକ ଭାବରେ ପରାସ୍ତ ହୋଇଥିଲା। ଶ୍ରୀ ମୋଦୀ ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ ପ୍ରତି ତାଙ୍କର ଗଭୀର ସମ୍ମାନ ସମ୍ପର୍କରେ ପୁନରାବୃତ୍ତି କରିଥିଲେ , ଦାହୋଡ଼ର ପବିତ୍ର ଭୂମିରୁ ସେମାନଙ୍କ ସାହସ ଏବଂ ସମର୍ପଣକୁ ସଲାମ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଭାଜନ ପରେ ସୃଷ୍ଟି ହୋଇଥିବା ଦେଶ ଭାରତ ପ୍ରତି ଶତ୍ରୁତା ଏବଂ କ୍ଷତି ପହଞ୍ଚାଇବା ଉପରେ ସବୁବେ​‌ଳେ ଧ୍ୟାନ ଦେଇଛି। "ଅନ୍ୟପକ୍ଷରେ, ଭାରତ ଦାରିଦ୍ର୍ୟ ଦୂରୀକରଣ, ଏହାର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ବିକାଶ ହାସଲ କରିବା ପାଇଁ ପ୍ରତିବଦ୍ଧ" ବୋଲି ସେ ଆହୁରି ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏକ ବିକଶିତ ଭାରତ ସେତେବେଳେ ହିଁ ନିର୍ମାଣ ହୋଇପାରିବ ଯେତେବେଳେ ଏହାର ସଶସ୍ତ୍ର ବାହିନୀ ଏବଂ ଅର୍ଥନୀତି ଉଭୟ ଦୃଢ଼ ହେବ। ସେ କହିଥିଲେ ଯେ ସରକାର ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି, ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରୁଛନ୍ତି।

ଦାହୋଡ଼ର ଅପାର ସମ୍ଭାବନା ଉପରେ ଆଲୋକପାତ କରି, ଏହି କାର୍ଯ୍ୟକ୍ରମ ଏହାର କ୍ଷମତାର ଏକ ଝଲକ ବୋଲି କହିବା ସହିତ ଶ୍ରୀ ମୋଦୀ ଦାହୋଡ଼ର ପରିଶ୍ରମୀ ଲୋକଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ, ସେମାନେ ନୂତନ ଭାବରେ ବିକଶିତ ସୁବିଧାଗୁଡ଼ିକର ସର୍ବୋତ୍ତମ ବ୍ୟବହାର କରିବେ ଏବଂ ଦାହୋଡ଼କୁ ଦେଶର ସବୁଠାରୁ ବିକଶିତ ଜିଲ୍ଲା ମଧ୍ୟରୁ ଗୋଟିଏରେ ପରିଣତ କରିବେ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ଦାହୋଡ଼ର ଲୋକମାନଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇ, ସେମାନଙ୍କ ସମର୍ପଣ ଏବଂ ପ୍ରଗତିରେ ତାଙ୍କର ବିଶ୍ୱାସକୁ ପୁନଃସ୍ଥାପନ କରି ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସଂଯୋଗ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଯାତ୍ରା ଭିତ୍ତିଭୂମି ନିର୍ମାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦାହୋଡ଼ରେ ଭାରତୀୟ ରେଳବାଇର ଲୋକୋମୋଟିଭ୍ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଏହି ପ୍ଲାଣ୍ଟ ଘରୋଇ ଉଦ୍ଦେଶ୍ୟ ଏବଂ ରପ୍ତାନି ପାଇଁ 9000 ହର୍ଷ ପାୱାର କ୍ଷମତାସମ୍ପନ୍ନ ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିବ। ସେ ପ୍ଲାଣ୍ଟରୁ ନିର୍ମିତ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଲୋକୋମୋଟିଭ୍ ଭାରତୀୟ ରେଳବାଇର ମାଲ ପରିବହନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ଲୋକୋମୋଟିଭ୍ ରିଜେନେରିଟିଭ୍ ବ୍ରେକିଂ ସିଷ୍ଟମ ସହିତ ସଜ୍ଜିତ ହେବ ଏବଂ ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଉଛି, ଯାହା ପରିବେଶଗତ ସ୍ଥିରତାରେ ଅବଦାନ ରଖେ।

 

ସଂଯୋଗ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଯାତ୍ରା ଭିତ୍ତିଭୂମି ନିର୍ମାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦାହୋଡ଼ରେ ଭାରତୀୟ ରେଳବାଇର ଲୋକୋମୋଟିଭ୍ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଏହି ପ୍ଲାଣ୍ଟ ଘରୋଇ ଉଦ୍ଦେଶ୍ୟ ଏବଂ ରପ୍ତାନି ପାଇଁ 9000 ହର୍ଷ ପାୱାର କ୍ଷମତାସମ୍ପନ୍ନ ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିବ। ସେ ପ୍ଲାଣ୍ଟରୁ ନିର୍ମିତ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଲୋକୋମୋଟିଭ୍ ଭାରତୀୟ ରେଳବାଇର ମାଲ ପରିବହନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ଲୋକୋମୋଟିଭ୍ ରିଜେନେରିଟିଭ୍ ବ୍ରେକିଂ ସିଷ୍ଟମ ସହିତ ସଜ୍ଜିତ ହେବ ଏବଂ ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଉଛି, ଯାହା ପରିବେଶଗତ ସ୍ଥିରତାରେ ଅବଦାନ ରଖେ।

 

ଏହା ପରେ, ପ୍ରଧାନମନ୍ତ୍ରୀ ଦାହୋଡ଼ରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳ ପ୍ରକଳ୍ପ ଏବଂ ଗୁଜରାଟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ। ସେ ଭେରାଭାଲ ଏବଂ ଅହମ୍ମଦାବାଦ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ବଲସାଦ ଏବଂ ଦାହୋଡ଼ ଷ୍ଟେସନ ମଧ୍ୟରେ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi