These projects will significantly improve the ease of living for the people and accelerate the region's growth : PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର  ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।

ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସର୍ବପ୍ରଥମେ ଧନତେରସ ଏବଂ ଦୀପାବଳି ପର୍ବ ଭାବନା ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ପର୍ବଗୁଡ଼ିକ ସଂସ୍କୃତିକୁ ବଜାୟ ରଖିଆସୁଥିବା ବେଳେ ବିକାଶରେ ହେଉଥିବା ପ୍ରଗତି ମଧ୍ୟ ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ତାଙ୍କର ଭଦୋଦରା ଗସ୍ତ ସମ୍ପର୍କରେ ଉଲ୍ଲେଖ କରିବା ସହିତ ଗୁଜରାଟର ବିଭିନ୍ନ ପ୍ରମୁଖ ପ୍ରକଳ୍ପମାନଙ୍କ ବିଷୟରେ ସର୍ବାଧୁନିକ ତଥା ସବିଶେଷ ପ୍ରଗତି ସମ୍ପର୍କରେ ଭାବ ବିନିମୟ କରିଥିଲେ । ଭଦୋଦରାଠାରେ ସେ ଭାରତୀୟ ବାୟୁ ସେନା (ଆଇଏଏଫ୍) ପାଇଁ ଭାରତରେ ନିର୍ମିତ ବିମାନ ଉତ୍ପାଦନ ନିମନ୍ତେ ଦେଶର ଏହି ସମର୍ପିତ ପ୍ରଥମ କାରଖାନାକୁ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ଅମରେଲିଠାରେ ଭାରତ ମାତା ସରୋବରର ଉଦଘାଟନ ପ୍ରସଙ୍ଗରେ ଉଲ୍ଲେଖ କରି କହିଥିଲେ ଯେ ଏଠାରେ ଜଳ, ସଡ଼କ ଏବଂ ରେଳବାଇ ସହିତ ଜଡ଼ିତ ଅନେକ ବଡ଼ ବଡ଼ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳର ଜନସାଧାରଣଙ୍କ ଜୀବନଯାତ୍ରାକୁ ସହଜସାଧ୍ୟ କରିବା ସହିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ ଯୋଗାଇବ । ସ୍ଥାନୀୟ କୃଷକମାନଙ୍କୁ ଏହିସବୁ ପ୍ରକଳ୍ପ ସହାୟକ ହେବ ଏବଂ ସ୍ଥାନୀୟ ଯୁବକଯୁବତୀମାନଙ୍କ ପାଇଁ କର୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟିକ କରିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ଆଜିର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ସୌରାଷ୍ଟ୍ରର ଅମରେଲି ଭୂମି ହିଁ ଭାରତକୁ ଅନେକ ରତ୍ନ ଉପହାର ଦେଇଛି ବୋଲି ମତ ପୋଷଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଐତିହାସିକ, ସାଂସ୍କୃତିକ ଏବଂ ସାହିତିକ ତଥା ରାଜନୈତିକ ଦୃଷ୍ଟିରୁ ଅମରେଲିର ପ୍ରତ୍ୟେକ କ୍ଷେତ୍ରରେ ଏକ ଗୌରବମୟ ଐତିହ୍ୟ ରହିଛି । ସେ କହିଥିଲେ ଯେ ଅମରେଲି ଶ୍ରୀ ଯୋଗୀଜୀ ମହାରାଜ ଓ ଭୋଜ ଭଗତ, ଲୋକସଙ୍ଗୀତ ଗାୟକ ତଥା କବି ଦୁଲଭାୟା କାଗ, କାଲପିଙ୍କ ପରି କବି, ବିଶ୍ୱ ପ୍ରସିଦ୍ଧ ଯାଦୁକର କେ. ଲାଲ ଏବଂ ଆଧୁନିକ କବିତାର ଅଗ୍ରଣୀ ରମେଶ ପାରିଖଙ୍କ କର୍ମଭୂମି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅମରେଲି ଗୁଜରାଟ ରାଜ୍ୟ ଗଠନ ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୀବରାଜ  ମେହେଟ୍ଟାଜୀଙ୍କୁ ମଧ୍ୟ ଉପହାର ଦେଇଛି । ଶ୍ରୀ ମୋଦୀ କହିଥିଲେ, ଅମରେଲିର ସନ୍ତାନମାନଙ୍କର ସମାଜକୁ ଅପୂର୍ବ ଯୋଗଦାନ ଦେଇ ବ୍ୟବସାୟ ଜଗତରେ ଏକ ବଡ଼ ସୁନାମ ଅର୍ଜନ କରିଛନ୍ତି । ଜଳ ସଂରକ୍ଷଣ ସମ୍ବନ୍ଧୀୟ ଗୁଜରାଟ ସରକାରଙ୍କ ୮୦ରୁ ୨୦ଟି ଯୋଜନା ସହିତ ଜଡ଼ିତ ଢୋଲକିୟା ପରିବାର ଏହି ପରମ୍ପରାକୁ ସୁଦୃଢ଼ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହା କହିଥିଲେ ଯେ ଗତ ଅଢ଼େଇ ଶହ ବର୍ଷ ଧରି ନିରନ୍ତର ପ୍ରୟାସ ଯୋଗୁ ଏହି ପରିବର୍ତ୍ତନ ସ୍ପଷ୍ଟତର ହୋଇପାରିଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବିଶେଷ କରି ଗୁଜରାଟ ଏବଂ ସୌରାଷ୍ଟ୍ରର ଲୋକମାନେ ଦୀର୍ଘ ଦିନ ଧରି ଜଳ ସମ୍ପର୍କୀତ ଆହ୍ୱାନ ସହ ଲଗାତାର ସଂଘର୍ଷ କରିଆସୁଛନ୍ତି ଏବଂ ସେମାନଙ୍କ ପାଇଁ ଜଳ ବିଶେଷ ମହତ୍ତ୍ୱ ରଖେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅତୀତ ଦିନର କଥା ସ୍ମରଣ କରାଇଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଜଳକଷ୍ଟରୁ ବର୍ତ୍ତିବା ନିମନ୍ତେ ସୌରାଷ୍ଟ୍ର କ୍ଷେତ୍ରରୁ ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତରୀତ ହେଉଥିବା ବେଶ୍ ଚର୍ଚ୍ଚାରେ ଥିଲା । କିନ୍ତୁ  ଆଜି ପରିସ୍ଥିତିରେ ଆମୂଳଚୂଳ ପରିବର୍ତ୍ତନ ଆସିଛି । ତାହା ବଦଳି ଯାଇଛି । ଏବେ ନର୍ମଦା ନଦୀର ଜଳ ଏହି କ୍ଷେତ୍ରର ଗାଁ ଗାଁରେ ପହଞ୍ଚି ପାରିଛି । ଜଳ ସଂରକ୍ଷଣ ଏବଂ ସୌନୀ ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଏହିସବୁ ପଦକ୍ଷେପ ଯୋଗୁ ଭୂତଳ ଜଳସ୍ତର ମାତ୍ରା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ନଦୀଗୁଡ଼ିକ ଗଭୀର କରି ବନ୍ୟା ସମସ୍ୟାର ମୁକାବିଲା କରାଯାଇ ପାରିବ ଏବଂ ଚେକ୍ ଡ୍ୟାମ୍ ନିର୍ମାଣ ଏବଂ ବର୍ଷା ଜଳକୁ ମଧ୍ୟ ପ୍ରଭାବଶାଳୀ ଢଙ୍ଗରେ ସଂରକ୍ଷଣ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଖପାଖ ଅଞ୍ଚଳରେ ପାନୀୟ ଜଳ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ ଏବଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ ।

ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ପ୍ରତ୍ୟେକ  ଘର ଏବଂ ଚାଷୀମାନଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା କରିବା ସହ ଆବଶ୍ୟକ ଜଳ ଯୋଗାଇ ଦେବା ଦିଗରେ ଗୁଜରାଟ ଉଲ୍ଲେଖନୀୟ ପ୍ରଗତି ଓ ସଫଳତା ହାସଲ କରିଛି । ତାହା ଏବେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ତା ସହିତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଜଳକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ଦରକାରଙ୍କ ନିରନ୍ତର ପ୍ରୟାସ ଅବ୍ୟାହତ ରହିଛି ଏବଂ ଆଜି ଯେଉଁସବୁ ପ୍ରକଳ୍ପମାନ କାର୍ଯ୍ୟକାରୀ ହୋଇଛି ତାହା ସେହି କ୍ଷେତ୍ରର ଲକ୍ଷ ଲକ୍ଷ ଲୋକଙ୍କୁ ଅଧିକ ଜଳ ଯୋଗାଇ ଉପକୃତ କରାଇପାରିବ । ଶ୍ରୀ ମୋଦୀ ସୂଚନା ପ୍ରଦାନ କରି କହିଥିଲେ ଯେ ନୱାଡା-ଚୱନ୍ଦ ବଲକ ପାଇପ୍ ଲାଇନ ପ୍ରକଳ୍ୱ ଦ୍ୱାରା ଅବରେଲି, ବୋଟାଦ, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଭଳି ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରୁଥିବା ପ୍ରାୟ ୧,୩୦୦ଗୋଟି ଗ୍ରାମ ଏବଂ ୩୫ରୁ ଅଧିକ ସହର ଉପକୃତ ହୋଇପାରିବେ । ଏଭଳି ପଦକ୍ଷେପ ଦ୍ୱାରା ଏହିସବୁ ଅଞ୍ଚଳରେ ଦୈନିକ ୩୦୦ ନିୟୁତ ଲିଟର ଜଳ ଉପଲବ୍ଧ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପାସଭି ଗ୍ରୁପ୍ ସୌରାଷ୍ଟ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଦ୍ୱିତୀୟ ଚରଣର ଶିଳାନ୍ୟାସ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଳଜା, ମହୁଭା ଏବଂ ପାଲିତାନା ତାଲୁକରେ ବସବାସ କରୁଥିବା ଲୋକମାନଙ୍କ ସମସ୍ତ ପ୍ରକାର ଜଳ ଆବଶ୍ୟକତାକୁ ପୂରଣ କରିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପ୍ରାୟ ୧୦୦ଗୋଟି ଗ୍ରାମ ସିଧାସଳଖ ଭାବରେ ଉପକୃତ ହେବେ ।'

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଜିର ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ଜନସାଧାରଣଙ୍କ ଭାଗୀଦାରୀ ସହିତ ସରକାର ଏବଂ ସମାଜ ମଧ୍ୟରେ ସହଯୋଗୀ ଶକ୍ତିର ଉଦାହରଣ ପାଲଟିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୭୫ ଗୋଟି ଅମୃତ ସରୋବର ଖନନ ମାଧ୍ୟମରେ ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତିକୁ ଜଳ ସଂରକ୍ଷଣ ପଦକ୍ଷେପ ସହିତ ସଂଯୋଗ କରିବାର ସଫଳତା ଉପରେ ସେ ଆଲୋକପାତ କରିଥିଲେ । ରାଜ୍ୟର ଗ୍ରାମମାନଙ୍କରେ ୬୦ ହଜାର ଅମୃତ ସରୋବର ଖନନ କରାଯାଇ ଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିବା ସହ କହିଥିଲେ ଯେ ଏହା ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ଐତିହ୍ୟ ଯୋଗାଇବ । ଶ୍ରୀ ସି ଆର ପାଟିଲଙ୍କ ନେତୃତ୍ୱରେ ଦେଶରେ ତ୍ୱରାନ୍ୱିତ ହେଉଥିବା  “କ୍ୟାଚ୍ ଦି ରେନ୍” ଅଭିଯାନକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ବର୍ତ୍ତମାନ ଏହି ଅଭିଯାନ ପ୍ରଶଂସନୀୟ ଅଗ୍ରଗତି ଲାଭ କରୁଛି ଯେଉଁଠାରେ ସମ୍ପ୍ରଦାୟର ଅଂଶଗ୍ରହଣ ମାଧ୍ୟମରେ ହଜାର ହଜାର ରିଚାର୍ଜ କୂପ ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସୂଚୀତ କରିଥିଲେ । ନିଜ ଗାଁରେ ରିଚାର୍ଜ କୂପ ଖନନ ପାଇଁ ଆଗେଇ ଆସୁଥିବା ଲୋକଙ୍କ ଉତ୍ସାହକୁ ମଧ୍ୟ ଶ୍ରୀ ମୋଦୀ ସାଧୁବାଦ ଜଣାଇଥିଲେ ଏବଂ ଏହି ପଦକ୍ଷେପ କିପରି ଗ୍ରାମ ତଥା ଚାଷଜମିରେ ସ୍ଥାନୀୟ ଜଳ ସଂରକ୍ଷଣକୁ ସୁନିଶ୍ଚିତ କରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଏବଂ ପଶୁସମ୍ପଦକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆଜି ଶହ ଶହ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଅଧିକ ଜଳ ଉପଲବ୍ଧତା କାରଣରୁ ବର୍ତ୍ତମାନ କୃଷକମାନଙ୍କ ନିମନ୍ତେ କୃଷି କାର୍ଯ୍ୟ ଅଧିକ ସହଜ ହୋଇପାରିଛି ଏବଂ ନର୍ମଦା ନଦୀର ଜଳରେ ଅମରେଲିରେ ବର୍ତ୍ତମାନ ତିନି ଋତୁର ଚାଷ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ପ୍ରକାଶ କରିଥିଲେ । ଆଜି ଅମରେଲି ଜିଲ୍ଲା କୃଷି କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ଉଭା ହୋଇଛି । ସେଠାରେ କପା, ଚିନାବାଦାମ, ତିଳ ଓ ବାଜରା ଭଳି ଫସଲ ଚାଷକୁ ପ୍ରୋତ୍ସାହନ ମିଳୁଛି ଏବଂ ଅମରେଲିର ଗୌରବ “କେସର ଆମ୍ବ”କୁ ଜିଆଇ ମାନ୍ୟତା ମିଳିପାରିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିଆଇ ଟ୍ୟାଗର ମାନ୍ୟତାର ଅର୍ଥ ହେଉଛି ଅମରେଲିର ପରିଚୟ କେସର ଆମ୍ବ ସହିତ ଜଡ଼ିତ ଏବଂ ଏହା ବିଶ୍ୱର ଯେକୌଣସି ସ୍ଥାନରେ ବିକ୍ରି ହେଉ ନା କାହିଁକି ତାହା ଅମରେଲିର ବୋଲି ସର୍ବତ୍ର ପରିଚୟ ଲାଭ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଅମରେଲି ଦ୍ରୁତ ଗତିରେ ପ୍ରାକୃତିକ କୃଷିର ଏକ ପ୍ରମୁଖ କେନ୍ଦ୍ର ଭାବରେ ସର୍ବତ୍ର ସୁପରିଚିତ ହେବାରେ ଲାଗିଛି ଏବଂ ହାଲୋରଠାରେ ଦେଶର ପ୍ରଥମ ପ୍ରାକୃତିକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଅମରେଲିକୁ ପ୍ରାକୃତିକ କୃଷି ସହିତ ଜଡ଼ିତ ଗୁଜରାଟର ପ୍ରଥମ କଲେଜ ମଧ୍ୟ ପ୍ରାପ୍ତ ହୋଇଛି । ଅଧିକରୁ ଅଧିକ କୃଷକ ଯେପରି ପଶୁପାଳନ ପାଇଁ ଆଗ୍ରହ ପ୍ରକଟ କରିବେ ଏବଂ ନିୟୋଜିତ ହେବେ ଏବଂ ପ୍ରାକୃତିକ କୃଷିରୁ ମଧ୍ୟ ଫାଇଦା ପାଇପାରିବେ ସେଥିପାଇଁ ଏହି ପ୍ରୟାସ ଆରମ୍ଭ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ବିଗତ ବର୍ଷମାନଙ୍କରେ ଅମରେଲିର ଦୁଗ୍ଧ ଶିଳ୍ପ ଯଥେଷ୍ଟ ପ୍ରଗତି କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିବା ସହିତ ଉଲ୍ଲେଖ କରିଥିଲେ ଯେ ଏହା କେବଳ ସରକାର ଏବଂ ସମବାୟ ସମିତିର ମିଳିତ ପ୍ରୟାସ ଯୋଗୁ ସମ୍ଭବପର ହୋଇପାରିଛି । ୨୦୦୭ ମସିହାରେ ମାତ୍ର ୨୫ଗୋଟି ଗ୍ରାମର ସରକାରୀ ସମିତି ଅମର ଡାଏରୀ ପ୍ରତିଷ୍ଠା କଥା ସ୍ମରଣ କରାଇ ଶ୍ରୀ ମୋଦୀ କହିଥିଲେ ଯେ ଆଜି ତାହା ୭୦୦ରୁ ଅଧିକ ସମବାୟ ସମିତିରେ ପରିଣତ ହୋଇଛି ଏବଂ ଅମର ଡାଏରୀ ସହ ସେମାନେ ଜଡ଼ିତ ରହିଛନ୍ତି । ପ୍ରତିଦିନ ଏହିସବୁ ସମବାୟ ସମିତିଗୁଡ଼ିକ ପ୍ରାୟ ୧.୨୫ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛନ୍ତି ।

 

ମଧୁର ବିପ୍ଳବ ଯୋଗୁ ଅମରେଲିର ପ୍ରସିଦ୍ଧି ବିଷୟରେ ସୂଚନା ପ୍ରଦାନ କରି ଶ୍ରୀ ମୋଦୀ କହିଥିଲେ ଯେ ମହୁ ଉତ୍ପାଦନ ସ୍ଥାନୀୟ କୃଷକମାନଙ୍କୁ ଅତିରିକ୍ତ ରୋଜଗାରର ଉତ୍ସ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମରେଲିର ଶତାଧିକ କୃଷକ ମହୁମାଛି ପାଳନର ପ୍ରଶିକ୍ଷଣ ନେବା ପରେ ମହୁ ସମ୍ବନ୍ଧୀୟ ବ୍ୟବସାୟ ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ବାର୍ଷିକ ୨୫.୦୦୦ରୁ ୩୦,୦୦୦ ଟଙ୍କା ସଞ୍ଚୟ ସୁନିଶ୍ଚିତ କରିବା ସହିତ ବିଜୁଳି ବିଲ୍ ହଟାଇବା ଏବଂ ବିଦ୍ୟୁତ୍ ଉପାର୍ଜନ ସୃଷ୍ଟି ସମ୍ପର୍କୀତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଗୃହ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରି କହିଥିଲେ ଯେ ଏହି ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର କିଛି ମାସ ମଧ୍ୟରେ ସମଗ୍ର ଗୁଜରାଟରେ ଛାତ ଉପରେ ପ୍ରାୟ ୨୦୦,୦୦୦ ସୌର ପାନେଲ ଖଞ୍ଜାଯାଇଛି । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଅମରେଲି ଜିଳ୍ଲା ସୌର ଶକ୍ତି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ଅଗ୍ରଗତି କରିଚାଲିଛି ଏବଂ ଏହାର ଏକ ଅଭିନବ ଉଦାହରଣ ହେଉଛି ଦୁଧାଲା ଗ୍ରାମ ଯେଉଁଠାରେ ଶହ ଶହ ପରିବାରଙ୍କ ଘର ଛାତରେ ସୌର ପାନେଲ ସ୍ଥାପନ କରାଯାଇଛି । ଏହା ଫଳରେ ଏହି ଗ୍ରାମ ବିଜୁଳି ବିଲ୍ ବାବଦକୁ ପ୍ରତି ମାସରେ ପ୍ରାୟ ୭୫ ହଜାର ଟଙ୍କା ସଞ୍ଚୟ କରୁଛି ଏବଂ ପ୍ରତି ପରିବାର ବାର୍ଷିକ ପ୍ରାୟ ୪,୦୦୦ ଟଙ୍କା ଲେଖାଏଁ ସଞ୍ଚୟ କରିପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । ଦୁଧାଲା ଗ୍ରାମ ଅମରେଲି ଜିଲ୍ଲାର ପ୍ରଥମ ସୌରଗ୍ରାମ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରିଚାଲିଛି ବୋଲି ସେ କହିଥିଲେ ।

 

ସୌରାଷ୍ଟ୍ର କ୍ଷେତ୍ର ପର୍ଯ୍ୟଟନର ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଥିବାରୁ ସେଠାରେ ଅନେକ ପବିତ୍ର ସ୍ଥଳୀ ଏବଂ ଧର୍ମ ସହିତ ଜଡ଼ିତ ସ୍ଥାନ ରହିଛି । ଏହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଆକର୍ଷିତ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଥିଲେ । ସେହିଭଳି ସର୍ଦ୍ଦାର ସରୋବର ଡ୍ୟାମର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିକୁ ୫୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ । ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ନିମନ୍ତେ ଦୁଇଦିନ ମଧ୍ୟରେ ସେହି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ଏବଂ ଜାତୀୟ ଏକତା ପରେଡକୁ ଉପଭୋଗ କରିବା ସମ୍ପର୍କରେ ସେ ଅବତାରଣା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କେର୍ଲି ରିଚାର୍ଜ ଜଳଭଣ୍ଡାର ଆଗାମୀ ଦିନରେ ପରିବେଶ ପର୍ଯ୍ୟଟନରେ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ଏବଂ ଦୁଃସାହସିକ ପର୍ଯ୍ୟଟନକୁ ମଧ୍ୟ ଏଥିପାଇଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମିଳିପାରିବ । ଏହା ସହିତ ଏହା ବିଶ୍ୱର କେର୍ଲି ପକ୍ଷୀ ଅଭୟାରଣ୍ୟକୁ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଗୁଜରାଟର ସୁଦୀର୍ଘ ଉପକୂଳ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଐତିହ୍ୟ ସଂରକ୍ଷଣ ସହିତ ସମଗ୍ର କ୍ଷେତ୍ରର ବିକାଶ ଘଟାଇବା ସରକାରଙ୍କ ପ୍ରାଥମିକତା । ତେଣୁ ମତ୍ସ୍ୟ ଓ ବନ୍ଦର ସହିତ ଜଡ଼ିତ ପ୍ରାଚୀନ ଐତିହ୍ୟକୁ ମଧ୍ୟ ପୁନରୁଦ୍ଧାର କରାଯାଉଛି । ଲୋଥାଲଠାରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର ନିର୍ମାଣ ନିମନ୍ତେ ଥିବା ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ପଦକ୍ଷେପ ଗ୍ରହଣ ଦ୍ୱାରା ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ସହିତ ଦେଶ ଏବଂ ବିଶ୍ୱକୁ ପରିଚିତ କରାଯାଇ ପାରିବ ଏବଂ ଏଥିରୁ ସମସ୍ତଙ୍କୁ ପ୍ରେରଣା ମିଳିପାରିବ ।

 

ସମୁଦ୍ରର ନୀଳ ଜଳ ନୀଳ ବିପ୍ଳବକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆମର ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବନ୍ଦର ଭିତ୍ତିକ ବିକାଶ ଏକ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ଜାଫରାବାଦ, ଶିୟାଲବେତର ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ସରକାର ଉନ୍ନତ ଭିତ୍ତିଭୂମି ସମ୍ପ୍ରସାରଣ କରୁଛନ୍ତି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମରେଲିର ପିପାବାବ ବନ୍ଦରର ଆଧୁନିକୀକରଣ ଯୋଗୁ ଆଜି ସେଠାକାର ହଜାର ହଜାର ଲୋକଙ୍କ ନିମନ୍ତେ ନୂଆ ନୂଆ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିଛି ଏବଂ ସେଠାରୁ ପ୍ରତି ବର୍ଷ ୧୦ଲକ୍ଷରୁ ଅଧିକ କଣ୍ଟେନର ଓ ହଜାର ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରହିଛି । ପିପାବାବ ବନ୍ଦର ଏବଂ ଗୁଜରାଟର ଏଭଳି ପ୍ରତ୍ୟେକ ବନ୍ଦରକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ସଂଯୋଗ କରିବା ନିମନ୍ତେ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଏକ ବିକଶିତ ଭାରତ ନିର୍ମାଣ ନିମନ୍ତେ ଦେଶର ଗରିବ ଲୋକଙ୍କ ପାଇଁ ପକ୍କା ଘର, ବିଜୁଳି, ସଡ଼କ, ରେଳବାଇ, ବିମାନ ବନ୍ଦର ଏବଂ ଗ୍ୟାସ୍ ପାଇପ ଲାଇନ ଭଳି ଭିତ୍ତିଭୂମି ଜରୁରି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । କେନ୍ଦ୍ରରେ ଅବସ୍ଥାପିତ ସରକାରଙ୍କ ଦୃତୀୟ ପାଳିରେ ଭିତ୍ତିଭୂମି ବିକାଶ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ ଉଲ୍ଲେଖ କରିଥିଲେ । ସୌରାଷ୍ଟ୍ରରେ ଉନ୍ନତ ଭିତ୍ତିଭୂମି ସଂଯୋଗର ସୁଫଳ ସେଠାରେ ଶିଳ୍ପ ଅଭିବୃଦ୍ଧିକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇଛି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ରୋ-ରୋ ଫେରି ସେବାର ଶୁଭାରମ୍ଭ ଦ୍ୱାରା ସୌରାଷ୍ଟ୍ର ଏବଂ ସୁରଟ ମଧ୍ୟରେ ଯୋଗାଯୋଗକୁ ଅଧିକ ସରଳ କରାଯାଇ ପାରିଛି ଏବଂ ବିଗତ ବର୍ଷମାନଙ୍କରେ ୭ ଲକ୍ଷରୁ ଅଧିକ ଲୋକ ଏଥିରୁ ଉପକୃତ ହୋଇପାରିଛନ୍ତି । ଏକ ଲକ୍ଷରୁ ଅଧିକ କାର୍ ଏବଂ ୭୫,୦୦୦ରୁ ଅଧିକ ଟ୍ରକ୍ ଏବଂ ବସ୍ ପରିବହନ କରାଯାଇଛି ଯାହା ଦ୍ୱାରା ଉଭୟ ସମୟ ଏବଂ ଅର୍ଥ ସଞ୍ଚୟ ହୋଇପାରିଛି ।

ଜାମନଗରରୁ ଅମୃତସର-ଭଟିଣ୍ଡା ପର୍ଯ୍ୟନ୍ତ ଅର୍ଥନୈତିକ କରିଡ଼ର ନିର୍ମାଣରେ ଘଟିଥିବା ଦ୍ରୁତ ଅଗ୍ରଗତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଗୁଜରାଟଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ । ଆଜି ହୋଇଥିବା ସଡ଼କ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ ଜାମନଗର ଏବଂ ମୋର୍ବି ଭଳିପ୍ରମୁଖ ଶିଳ୍ପକେନ୍ଦ୍ରଗୁଡ଼ିକ ସହିତ ଯୋଗାଯୋଗ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟାଇବା ଏବଂ ସେଠାରେ ଥିବା ସିମେଣ୍ଟ କାରଖାନାଗୁଡ଼ିକୁ ପରିବହନ ବ୍ୟବସ୍ଥା ସହଜସାଧ୍ୟ ହୋଇପାରିବ । ଏଥି ସହିତ ସେହି କ୍ଷେତ୍ରକୁ ତୀର୍ଥଯାତ୍ରା ମଧ୍ୟ ସହଜସାଧ୍ୟ ହେବ ଏବଂ ସୋମନାଥ ଓ ଦ୍ୱାରକାକୁ ସହଜରେ ତୀର୍ଥଯାତ୍ରୀମାନେ ଯାତ୍ରା କରିପାରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ କଚ୍ଛ କ୍ଷେତ୍ରକୁ ରେଳ ସଂଯୋଗ ସମ୍ପ୍ରସାରଣ ସୌରାଷ୍ଟ୍ର ଏବଂ କଚ୍ଛରେ ପର୍ଯ୍ୟଟନ ଏବଂ ଶିଳ୍ପାୟନକୁ ଆହୁରି ସୁଦୃଢ଼ କରିବ ।

 

ଭାରତ ଏବେ ଦ୍ରୁତ ଗତିରେ ବିକାଶ ପଥରେ ଧାବମାନ ହେଉଥିବାବେଳେ ବିଶ୍ୱରେ ଭାରତର ଗୌରବ ଓ ମର୍ଯ୍ୟାଦା ନିରବଚ୍ଛିନ୍ନ ଭାବରେ ବୃଦ୍ଧି ପାଇ ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱ ଭାରତକୁ ଏକ ନୂତନ ଦୃଷ୍ଟିକୋଣରେ ଦେଖିବାକୁ ଆରମ୍ଭ କରିଛି । ଭାରତର ସାମର୍ଥ୍ୟକୁ ସ୍ୱୀକୃତି ମିଳୁଛି ଏବଂ ଭାରତର କଥାକୁ ସଭିଏଁ ଗମ୍ଭୀରତାର ସହିତ ଶୁଣୁଛନ୍ତି ଏବଂ ଗ୍ରହଣ କରୁଛନ୍ତି । ଆଜିକାଲି ସମସ୍ତେ ଭାରତର ସମ୍ଭାବନା ସମ୍ପର୍କରେ ଆଲୋଚନା କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତର ଏହି ନୂତନ ପରିଚୟ ଲାଭରେ ଗୁଜରାଟର ଏକ ପ୍ରମୁଖ ଭୂମିକା ରହିଛି । ଭାରତର ପ୍ରତ୍ୟେକ ସହର ଓ ଗାଁର ସମ୍ଭାବନା କ'ଣ ତାହା ଗୁଜରାଟ ହିଁ ବିଶ୍ୱକୁ ଦେଖାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । ନିକଟରେ ଋଷରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ନିମନ୍ତେ ସେ ନିଜର ଗସ୍ତ ପ୍ରସଙ୍ଗରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସମସ୍ତ ରାଷ୍ଟ୍ର ଭାରତ ସହିତ ସୁସମ୍ପର୍କ ରକ୍ଷା ଏବଂ ପୁଂଜି ନିବେଶ କରିବାକୁ ଆଗ୍ରହୀ । ନିକଟରେ ଜର୍ମାନ ଚାନ୍ସେଲରଙ୍କ ଭାରତ ଗସ୍ତ ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ଜର୍ମାନୀ ସହିତ ଭାରତ ଅନେକ ନୂଆ ନୂଆ ଚୁକ୍ତିନାମା ସ୍ୱାକ୍ଷର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜର୍ମାନୀ ବର୍ତ୍ତମାନ ବାର୍ଷିକ ଭିସା କୋଟାକୁ ୨୦,୦୦୦ରୁ ୯୦,୦୦୦କୁ ବୃଦ୍ଧି କରିଛି ଯାହା ଭାରତୀୟ ଯୁବଗୋଷ୍ଠୀଙ୍କୁ ବିଶେଷ ଭାବରେ ସହାୟକ ହେବ ଏବଂ ସେମାନେ ଏଥିରୁ ଯଥେଷ୍ଟ ସୁଫଳ ପାଇପାରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସ୍ପେନ୍ ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ଏବଂ ଭଦୋଦରାଠାରେ ଏକ ପରିବହନ ବିମାନ ଉତ୍ପାଦନ କାରଖାନା ଭାବେ ସ୍ପେନର ବିପୁଳ ପୁଂଜି ନିବେଶ ଉପରେ ଆଲୋକପାତ କରିଥିଲେ । ଏହା ଫଳରେ ଗୁଜରାଟର ହଜାର ହଜାର କ୍ଷୁଦ୍ର ଓ ଅଣୁ ଉଦ୍ୟୋଗୀ ଉପକୃତ ହୋଇପାରିବେ ଏବଂ ସେମାନଙ୍କୁ ପ୍ରୋତ୍ସାହନ ମିଳିବ ଏବଂ ବିମାନ ଉତ୍ପାଦନ ସମ୍ବନ୍ଧୀୟ ଏକ ସମ୍ପୂର୍ଣ୍ଣ ବାତାବରଣ ଦେଶରେ ତଥା ଗୁଜରାଟରେ ବିକଶିତ ହେବ । ଏହା ଫଳରେ ଲକ୍ଷ ଲକ୍ଷ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

 

ନିଜର ଅଭିଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମୁଁ କହୁଥିଲି ଯେ ଗୁଜରାଟର ବିକାଶ ଦେଶର ବିକାଶକୁ ଆଗେଇ ନେଇଥାଏ । ବିକଶିତ ଗୁଜରାଟ  ବିକଶିତ ଭାରତ ନିମନ୍ତେ ପଥକୁ ପ୍ରଶସ୍ତ କରିବ । ଆଜିର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ନିମନ୍ତେ ସେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ଏହି ଅବସରରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର ପାଟିଲ, ସାଂସଦ ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମରେଲିର ଦୁଧାଲାଠାରେ ଭାରତ ମାତା ସରୋବରକୁ ଉଦଘାଟନ କରିଥିଲେ । ସରକାରୀ-ଘରୋଇ ସହଭାଗୀତା (ପିପିପି) ମଡେଲରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନର ମିଳିତ ସହଯୋଗରେ ନିର୍ମିତ ଏହି ପ୍ରକଳ୍ପର ବିକାଶ ଘଟାଯାଇଛି । ଢୋଲକିୟା ଫାଉଣ୍ଡେସନ ଏକ ଚେକ୍ ଡ୍ୟାମର ଉନ୍ନତିକରଣ କରିଛି । ପ୍ରଥମେ ଏହି ଡ୍ୟାମରେ ୪୫ ନିୟୁତ ଲିଟର ଜଳ ଧାରଣ କରିବାର କ୍ଷମତା ଥିଲା । କିନ୍ତୁ  ଏହାକୁ ଅଧିକ ଗଭୀର, ପ୍ରଶସ୍ତ ଏବଂ ମଜଭୁତ କରିବା ପରେ ଏହାର କ୍ଷମତା ଏବେ ୨୪. ୫ କୋଟି ଲିଟରକୁ ବୃଦ୍ଧି ପାଇଛି । ଏହି ଉନ୍ନତିକରଣ ଫଳରେ ନିକଟବର୍ତ୍ତୀ କୂପ ଏବଂ କୂପର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି ଯାହା ସ୍ଥାନୀୟ ଗ୍ରାମଗୁଡ଼ିକୁ ତଥା କୃଷକମାନଙ୍କୁ ଉନ୍ନତ ଜଳସେଚନ ସୁବିଧା ଯୋଗାଇବାରେ ସହାୟକ ହେବ ।

 

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗୁଜରାଟର ଅମରେଲିଠାରେ ପ୍ରାୟ ୪,୯୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଜିଲ୍ଲାର ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପର ମଧ୍ୟ ଏହି ଅବସରରେ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହିସବୁ ପ୍ରକଳ୍ପମାନଙ୍କ ମଧ୍ୟରେ ଜାତୀୟ ରାଜପଥ ୧୫୧, ଜାତୀୟ ରାଜପଥ ୧୫୧ଏ ଏବଂ ଜାତୀୟ ରାଜପଥ ୫୧ର ୪ ଲେନ୍ ଏବଂ ଜୁନାଗଡ଼ ବାଇପାସର ବିଭିନ୍ନ ସେକ୍ସନ ଅନ୍ତର୍ଭୁକ୍ତ । ଜାମନଗର ଜିଲ୍ଲାର ଧରୋଲ ବାଇପାସଠାରୁ ମୋର୍ବି ଜିଲ୍ଲାର ଅମରନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନର ୪ ଲେନର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି ।

 

ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ କରାଯାଇଥିବା ଭୁଜ- ନାଲିଆ ରେଳ ଗେଜ୍ ପରିବର୍ତ୍ତନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହା ବ୍ୟତୀତ ୨୪ଗୋଟି ବଡ଼ ବଡ଼ ସେତୁ, ୨୫୪ଗୋଟି କ୍ଷୁଦ୍ର ପୋଲ, ୩ଗୋଟି ରୋଡ୍ ଓଭର ବ୍ରିଜ୍ ଏବଂ ୩୦ଗୋଟି ରୋଡ୍ ଅଣ୍ଡର ବ୍ରିଜ୍ ବିଶିଷ୍ଟ ଏହି ବୃହତ୍ ପ୍ରକଳ୍ପ କଚ୍ଛ ଜିଲ୍ଲାର ସାମାଜିକ- ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅମରେଲି ଜିଲ୍ଲାର ଜଳ ଯୋଗାଣ ବିଭାଗର ୭୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଉଦଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୱାଦାଠାରୁ ଚୱନ୍ଦ ବଲ୍କ ପାଇପ ଲାଇନ୍ ଅନ୍ତର୍ଭୁକ୍ତ ଯାହା ବୋଟାଦ, ଅମରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ମୋଟ ୩୬ ଗୋଟି ସହର ଏବଂ ୧,୨୯୮ ଗୋଟି ଗ୍ରାମର ପ୍ରାୟ ୬୭ ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ ୨୮ କୋଟି ଲିଟର ଜଳ ଯୋଗାଣର ସୁବିଧା ପ୍ରଦାନ କରିବ । ଭାବନଗର ଜିଲ୍ଲାରେ ପାସିଭ୍ ଗ୍ରୁପର ଅଗମେଣ୍ଟେଡ୍ ୱାଟର ସପ୍ଲାଏ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କାର୍ଯ୍ୟ ସଂପାଦନ କରାଯାଇଛି ଯାହା ଫଳରେ ଭାବନଗର ଜିଲ୍ଲର ମହୁଭା, ତାଳଜା ଏବଂ ପାଲିତାନା ତାଲୁକର ପ୍ରାୟ ୯୫ ଗୋଟି ଗ୍ରାମ ଉପକୃତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୋରବନ୍ଦର ଜିଲ୍ଲାର ମୋକର ସାଗରଠାରେ କେର୍ଲି ରିଚାର୍ଜ ଜଳଭଣ୍ଡାରକୁ ବିଶ୍ୱସ୍ତରୀୟ ସ୍ଥାୟୀ ଇକୋ-ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ସମେତ ଅନ୍ୟାନ୍ୟ ବିଭିନ୍ନ ପର୍ଯ୍ୟଟନ ବିକାଶ ଉପକ୍ରମର ମଧ୍ୟ ଶିଳାନ୍ୟାସ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.