ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
“କର୍ଣ୍ଣାଟକ ସାଗରମାଳା ଯୋଜନାର ସବୁଠାରୁ ବଡ ହିତାଧିକାରୀ”
“ପ୍ରଥମ ଥର ପାଇଁ କର୍ଣ୍ଣାଟକର ୩୦ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାମୀଣ ପରିବାର ନିକଟରେ ପାଇପ ଜଳ ପହଞ୍ଚିଛି”
“କର୍ଣ୍ଣାଟକର ୩୦ ଲକ୍ଷରୁ ଅଧିକ ରୋଗୀ ମଧ୍ୟ ଆୟୁଷ୍ମାନ ଭାରତର ଲାଭ ପାଇଛନ୍ତି”
“ଯେତେବେଳେ ପର୍ଯ୍ୟଟନର ବିକାଶ ହୁଏ, ଏହା ଆମର କୁଟୀର ଶିଳ୍ପ, ଆମର କାରିଗର, ଗ୍ରାମ୍ୟ ଶିଳ୍ପ, ରାସ୍ତାପାଶ୍ୱର୍ ବିକ୍ରେତା, ଅଟୋ ରିକ୍ସା ଡ୍ରାଇଭର, ଟ୍ୟାକ୍ସି ଡ୍ରାଇଭରଙ୍କୁ ଲାଭ ଦେଇଥାଏ”
“ଆଜି ଡିଜିଟାଲ୍ ଦେୟ ଏକ ଐତିହାସିକ ସ୍ତରରେ ପହଞ୍ଚିଛି ଏବଂ ଭୀମ୍‍-ୟୁପିଆଇ ପରି ଆମର ଉଦ୍ଭାବନ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି”
“ପ୍ରାୟ ୬ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ଦ୍ୱାରା ଗ୍ରାମ ପଞ୍ଚାୟତଗୁଡିକୁ ସଂଯୋଗ କରାଯାଉଛି”
“୪୧୮ ବିଲିୟନ ଡ଼ଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରି ଭାରତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି”
“ପ୍ରଧାନମନ୍ତ୍ରୀ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ ଅଧୀନରେ ଦୁଇ ଶହ ପଚାଶରୁ ଅଧିକ ରେଳ ଏବଂ ସଡକ ପ୍ରକଳ୍ପ ଚିହ୍ନଟ କର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ଯାନ୍ତ୍ରିକକରଣ ଏବଂ ଶିଳ୍ପାୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ଇତିହାସରେ ଏକ ଲାଲ୍ ଅକ୍ଷରର ଦିନ । ଆଞ୍ଚଳିକ ସୁରକ୍ଷା ହେଉ କିମ୍ବା ଅର୍ଥନୈତିକ ସୁରକ୍ଷା, ଭାରତ ଏକ ବଡ଼ ସୁଯୋଗର ସାକ୍ଷୀ ରହିଛି । ଆଜି ଆଇଏନ୍‌ଏସ୍ ବିକ୍ରାନ୍ତର କାର୍ଯ୍ୟାରମ୍ଭକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ ଯାହା ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ।

ଯେଉଁସବୁ ପ୍ରକଳ୍ପର ଉଦଘାଟନ କରାଯାଇଥିଲା କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ କର୍ଣ୍ଣାଟକରେ ଜୀବନଯାପନ ତଥା ରୋଜଗାରର ସହଜତା ବୃଦ୍ଧି କରିବ, ବିଶେଷ କରି ‘ଗୋଟିଏ ଜିଲ୍ଲା ଏବଂ ଗୋଟିଏ ଉତ୍ପାଦ\' ଯୋଜନା ମତ୍ସ୍ୟଜୀବୀ, କାରିଗର ଏବଂ ଏହି ଅଞ୍ଚଳର କୃଷକଙ୍କ ଉତ୍ପାଦଗୁଡିକର ବଜାର ଉପଲବ୍ଧତାକୁ ସହଜ କରିବ । 

ପାଞ୍ଚଟି ପ୍ରତିଜ୍ଞା (ପଞ୍ଚ ପ୍ରାଣ) ଉପରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲାଲ କିଲ୍ଲାରୁ ସେ ଯେଉଁ ପାଞ୍ଚଟି ପ୍ରତିଜ୍ଞା ବିଷୟରେ କହିଥିଲେ, ତାହା ହେଉଛି ଏକ ବିକଶିତ ଭାରତର ସୃଷ୍ଟି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିକଶିତ ଭାରତ ଗଠନ କରିବା ପାଇଁ ଦେଶର ଉତ୍ପାଦନ କ୍ଷେତ୍ରକୁ "ମେକ୍ ଇନ୍ ଇଣ୍ଡିଆ” ସମ୍ପ୍ରସାରଣ କରିବା ଅତ୍ୟନ୍ତ ଆବଶ୍ୟକ ।

ବନ୍ଦର ଭିତ୍ତିକ ବିକାଶ ଦିଗରେ ଦେଶ ଯେଉଁ ପ୍ରୟାସ କରିଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ବୋଲି କହିଛନ୍ତି । ଏଭଳି ପ୍ରୟାସର ଫଳ ସ୍ୱରୂପ, କେବଳ ୮ ବର୍ଷ ମଧ୍ୟରେ ଭାରତର ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି ।

ଗତ ୮ ବର୍ଷ ମଧ୍ୟରେ ପ୍ରାଥମିକ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ହିଁ ଏଥିରୁ ବହୁତ ଉପକୃତ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କର୍ଣ୍ଣାଟକ ସାଗରମାଳା ଯୋଜନାର ସବୁଠାରୁ ବଡ ହିତାଧିକାରୀ ଅଟେ । ରାଜ୍ୟରେ ଗତ ୮ ବର୍ଷ ମଧ୍ୟରେ ୭୦ ହଜାର ମୂଲ୍ୟର ରାଜପଥ ପ୍ରକଳ୍ପ ଯୋଗ କରାଯାଇଛି ଏବଂ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପଛକୁ ପଛ ରହିଛି ବୋଲି ସେ କହିଛନ୍ତି । ଗତ ୮ ବର୍ଷରେ କର୍ଣ୍ଣାଟକର ପ୍ରକଳ୍ପଗୁଡିକ ପାଇଁ ରେଳ ବଜେଟ୍ ଚାରି ଗୁଣ ବୃଦ୍ଧି ପାଇଛି ।

ଗତ ୮ ବର୍ଷର ବିକାଶ ଉପରେ ନଜର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଗରିବ ଲୋକଙ୍କ ପାଇଁ ୩ କୋଟିରୁ ଅଧିକ ଘର ର୍ନିମାଣ କରାଯାଇଛି ଏବଂ କର୍ଣ୍ଣାଟକରେ ଗରିବଙ୍କ ପାଇଁ ୮ ଲକ୍ଷରୁ ଅଧିକ ପକ୍କା ଘର ପାଇଁ ଅନୁମୋଦନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହଜାର ହଜାର ମଧ୍ୟବିତ୍ତ ପରିବାର ମଧ୍ୟ ସେମାନଙ୍କ ଘର ର୍ନିମାଣ ପାଇଁ କୋଟି କୋଟି ଟଙ୍କା ସହାୟତା ପାଇଛନ୍ତି । ସେ ଆହୁରି ମଧ୍ୟ ଆଲୋକପାତ କରିଛନ୍ତି ଯେ ଜଳ ଜୀବନ ମିଶନ ଅଧୀନରେ ଦେଶର ୬ କୋଟିରୁ ଅଧିକ ପରିବାର ପାଇପ ଜଳ ସୁବିଧା ସହିତ ସଂଯୁକ୍ତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମଥର ପାଇଁ କର୍ଣ୍ଣାଟକର ୩୦ ଲକ୍ଷରୁ ଅଧିକ ଗ୍ରାମୀଣ ପରିବାର ନିକଟରେ ପାଇପ ଜଳ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରାୟ ୪ କୋଟି ଗରିବ ଲୋକ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି । ଏହି କାରଣରୁ ଗରିବ ଲୋକେ ପ୍ରାୟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି । କର୍ଣ୍ଣାଟକର ୩୦ ଲକ୍ଷରୁ ଅଧିକ ରୋଗୀ ମଧ୍ୟ ଆୟୁଷ୍ମାନ ଭାରତର ଲାଭ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ନିଶ୍ଚିତ କରୁଛନ୍ତି ଯେ ଦୁର୍ବଳ ଆର୍ଥିକ ଅବସ୍ଥା କାରଣରୁ ଯେଉଁମାନେ ବାଦ୍‍ ପଡିଛନ୍ତି ସେମାନଙ୍କୁ ଅବହେଳା କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷୁଦ୍ର କୃଷକ, ଛୋଟ ଛୋଟ ବ୍ୟବସାୟୀ, ମତ୍ସ୍ୟଜୀବୀ, ରାସ୍ତାପାଶ୍ୱର୍ ବିକ୍ରେତା ଏବଂ କୋଟି କୋଟି ଲୋକ ପ୍ରଥମ ଥର ପାଇଁ ଦେଶର ବିକାଶର ଲାଭ ପାଇବା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ସେମାନେ ଭାରତର ବିକାଶର ମୁଖ୍ୟ ସ୍ରୋତରେ ଯୋଗ ଦେଉଛନ୍ତି ।

ଭାରତର ସାଢେ ସାତ ହଜାର କିଲୋମିଟର ଉପକୂଳ ଅଞ୍ଚଳ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଏହି ସାମର୍ଥ୍ୟର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ପର୍ଯ୍ୟଟନର ବୃଦ୍ଧି ହୁଏ, ଏହା ଆମର କୁଟୀର ଶିଳ୍ପ, ଆମର କାରିଗର, ଗ୍ରାମ୍ୟ ଶିଳ୍ପ, ରାସ୍ତାପାଶ୍ୱର୍ ବିକ୍ରେତା, ଅଟୋ ରିକ୍ସା ଡ୍ରାଇଭର, ଟ୍ୟାକ୍ସି ଡ୍ରାଇଭର ଇତ୍ୟାଦିଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଡିଜିଟାଲ୍ ଦେୟ ଏକ ଐତିହାସିକ ସ୍ତରରେ ପହଞ୍ଚିଛି ଏବଂ ଭୀମ୍‍-ୟୁପିଆଇ ପରି ଆମର ଉଦ୍ଭାବନ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଦେଶର ଲୋକମାନେ ଉନ୍ନତ ସଂଯୋଗ ସହିତ ଦ୍ରୁତ ଏବଂ ଶସ୍ତା ଇଣ୍ଟରନେଟ୍ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜି ପ୍ରାୟ ୬ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇ ଗ୍ରାମ ପଞ୍ଚାୟତଗୁଡିକ ସଂଯୋଗ କରାଯାଉଛି । ୫ଜି ର ସୁବିଧା ଏହି କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଛି । ମୁଁ ଖୁସି ଯେ କର୍ଣ୍ଣାଟକର ଡବଲ ଇଞ୍ଜିନ ସରକାର ମଧ୍ୟ ଦ୍ରୁତ ଗତିରେ ଲୋକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

କିଛି ଦିନ ପୂର୍ବରୁ ବାହାରିଥିବା ଜିଡିପି ଆକଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଅବଧି ସମୟରେ ଭାରତ ଦ୍ୱାରା ନିଆଯାଇଥିବା ନୀତି ଏବଂ ନିଷ୍ପତ୍ତି ଭାରତର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗତ ବର୍ଷ ଏତେଗୁଡ଼ିଏ ବୈଶ୍ୱିକ ବ୍ୟାଘାତ ସତ୍ୱେ ଭାରତର ରପ୍ତାନିର ମୂଲ୍ୟ ମୋଟ ୬୭୦ ବିଲିୟନ ଡ଼ଲାର୍ ଅର୍ଥାତ ୫୦ ଲକ୍ଷ କୋଟି ଟଙ୍କା ଥିଲା । ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରି ଭାରତ ୪୧୮ ବିଲିୟନ ଡ଼ଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନିରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅଭିବୃଦ୍ଧି ଇଞ୍ଜିନ୍ ସହ ଜଡିତ ପ୍ରତ୍ୟେକ କ୍ଷେତ୍ର ଆଜି ପୂର୍ଣ୍ଣ କ୍ଷମତାରେ ଚାଲିଛି । ସେବା କ୍ଷେତ୍ର ମଧ୍ୟ ଦ୍ରୁତ ଅଭିବୃଦ୍ଧି ଆଡକୁ ଗତି କରୁଛି । ସେ କହିଛନ୍ତି ଯେ ଉତ୍ପାଦନ କ୍ଷେତ୍ରରେ ପିଏଲଆଇ ଯୋଜନାର ପ୍ରଭାବ ଅତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ମୋବାଇଲ୍ ଫୋନ୍ ସମେତ ସମଗ୍ର ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ର ବହୁଗୁଣିତ ହୋଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ବିକଶିତ ଖେଳଣା କ୍ଷେତ୍ର ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେଉଁଠାରେ ୩ ବର୍ଷ ମଧ୍ୟରେ ଖେଳନା ଆମଦାନୀ ହ୍ରାସ ପାଇଛି ଏବଂ ରପ୍ତାନି ପ୍ରାୟ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଏହିସବୁ ଦ୍ୱାରା ସିଧାସଳଖ ଉପକୃତ ହେଉଛନ୍ତି, ଯାହା ଭାରତୀୟ ସାମଗ୍ରୀ ରପ୍ତାନି ପାଇଁ ସେମାନଙ୍କ ଉତ୍ସ ଯୋଗାଉଛି, ଯେଉଁଥିରେ ମାଙ୍ଗାଲୁରୁ ଭଳି ପ୍ରମୁଖ ବନ୍ଦର ରହିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ସହିତ ଦେଶରେ ବର୍ଷ ବର୍ଷ ଧରି ଉପକୂଳ ପରିବହନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବିଭିନ୍ନ ବନ୍ଦରରେ ସୁବିଧା ଏବଂ ସମ୍ବଳ ବୃଦ୍ଧି ହେତୁ ଉପକୂଳବର୍ତ୍ତୀ ଗତବିଧି ବର୍ତ୍ତମାନ ସହଜ ହୋଇଛି । ବନ୍ଦରର ସଂଯୋଗ ଭଲ ହେବା ଉଚିତ, ଏହାକୁ ତ୍ୱରାନ୍ୱିତ କରିବା ସରକାରଙ୍କ ଉଦ୍ୟମ । ତେଣୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ଦୁଇ ଶହ ପଚାଶରୁ ଅଧିକ ରେଳ ଏବଂ ସଡକ ପ୍ରକଳ୍ପ ଚିହ୍ନଟ କରାଯାଇଛି ଯାହା ବନ୍ଦର ସଂଯୋଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ ଏବଂ ରାଣୀ ଆବାକ୍କା ଏବଂ ରାଣୀ ଚେନ୍ନାଭୈର ଦେବୀଙ୍କ ଭାରତର ମାଟିକୁ ଦାସତ୍ୱର କବଳରୁ ରକ୍ଷା କରିବାରେ କିଭଳି ସଂଘର୍ଷ କରିଥିଲେ ତାହାକୁ ମନେ ପକାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଏହି ସାହସୀ ମହିଳାମାନେ ଭାରତ ରପ୍ତାନି କ୍ଷେତ୍ରରେ ଆଗକୁ ବଢିବା ପାଇଁ ଏକ ବଡ଼ ପ୍ରେରଣା ଅଟନ୍ତି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର କରାଭାଲି ଅଞ୍ଚଳକୁ ସୂଚାଇ ତାଙ୍କ ଅଭିଭାଷଣ ସମାପ୍ତ କରିଥିଲେ । ସେ କହିଛନ୍ତି, ଦେଶପ୍ରେମର ଶକ୍ତି, ଜାତୀୟ ସଂକଳ୍ପ ଦ୍ୱାରା ମୁଁ ସର୍ବଦା ଅନୁପ୍ରାଣିତ ଅନୁଭବ କରେ । ମାଙ୍ଗାଲୁରୁରେ ଦେଖାଯାଇଥିବା ଏହି ଶକ୍ତି ଏହି ବିକାଶର ରାସ୍ତାକୁ ସମାନ ଇଚ୍ଛା ସହିତ ଆଲୋକିତ କରିବା ଜାରି ରଖନ୍ତୁ, ଏହି ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱାର ଚାନ୍ଦ ଗେହଲଟ୍‌, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ, କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବି ଏସ ୟେଦୁରପ୍ପା , କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ, ଶ୍ରୀ ଶାନ୍ତନୁ ଠାକୁର ଏବଂ ସୁଶ୍ରୀ ଶୋଭା କରନ୍ଦଲାଜେ, ସାଂସଦ ଶ୍ରୀ ନଳିନୀ କୁମାର କାଟିଲ, ରାଜ୍ୟ ମନ୍ତ୍ରୀ, ଶ୍ରୀ ଅଙ୍ଗରା ଏସ, ଶ୍ରୀ ସୁନୀଲ କୁମାର ଭି ଏବଂ ଶ୍ରୀ କୋଟା ଶ୍ରୀନିବାସ ପୂଜାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ଯାନ୍ତ୍ରକିକରଣ ଏବଂ ଶିଳ୍ପାୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ନୂତନ ମାଙ୍ଗାଲୋର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା କଣ୍ଟେନର ଏବଂ ଅନ୍ୟାନ୍ୟ ମାଲ ପରିବହନ ପାଇଁ ବର୍ଥ ନମ୍ବର ୧୪ ର ଯାନ୍ତ୍ରିକକରଣ ଲାଗି ୨୮୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ମେକାନାଇଜଡ୍ ଟର୍ମିନାଲ୍ ଦକ୍ଷତା ବୃଦ୍ଧି କରିବ ଏବଂ ସମୟ ବଞ୍ଚାଇବ, ଜାହାଜ ପହଞ୍ଚିବାରେ ବିଳମ୍ବ ଏବଂ ବନ୍ଦରରେ ରହିବା ସମୟକୁ ପ୍ରାୟ ୩୫% ହ୍ରାସ କରିବ, ଯାହାଦ୍ୱାରା ବ୍ୟବସାୟ ପରିବେଶକୁ ବୃଦ୍ଧି କରିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ ହୋଇଛି, ଯାହା ଦ୍ୱାରା ମାଲ ପରିବହନ କ୍ଷମତାରେ ୪.୨ ଏମଟିପିଏରୁ ଅଧିକ ଯୋଗ କରାଯାଇଛି, ଯାହାକି ୨୦୨୫ ସୁଦ୍ଧା ୬ ଏମଟିପିଏରୁ ରୁ ଅଧିକ ବୃଦ୍ଧି ପାଇବ ।

ବନ୍ଦର ଦ୍ୱାରା ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଅତ୍ୟାଧୁନିକ କ୍ରାୟୋଜେନିକ୍ ଏଲପିଜି ଷ୍ଟୋରେଜ୍ ଟ୍ୟାଙ୍କ ଟର୍ମିନାଲ୍ ସହିତ ସଜ୍ଜିତ ଇଣ୍ଟିଗ୍ରେଟେଡ୍ ଏଲପିଜି ଏବଂ ବଲ୍କ ଲିକ୍ୱିଡ୍ ପିଓଏଲ୍‍ ସୁବିଧା, ୪୫,୦୦୦ ଟନ୍ ପୂର୍ଣ୍ଣ ଲୋଡ୍ ଭିଏଲଜିସି (ବହୁତ ବଡ ଗ୍ୟାସ୍ ବାହକ) ଅନଲୋଡ୍ କରିବାରେ ସକ୍ଷମ ହେବ । ଏହି ସୁବିଧା ଦେଶର ସର୍ବୋଚ୍ଚ ଏଲପିଜି ଆମଦାନୀକାରୀ ବନ୍ଦର ମଧ୍ୟରୁ ଅନ୍ୟତମ ଭାବରେ ବନ୍ଦରର ସ୍ଥିତିକୁ ଦୃଢ଼ କରିବା ସହିତ ଏହି ଅଞ୍ଚଳର ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନାକୁ ବଢାଇବ । ପ୍ରଧାନମନ୍ତ୍ରୀ ମହଜୁଦ ଟ୍ୟାଙ୍କ ଏବଂ ଖାଇବା ତେଲ ବିଶୋଧନାଗାର, ପିଚୁ ମହଜୁଦ ଏବଂ ଆନୁଷଙ୍ଗିକ ସୁବିଧା ର୍ନିମାଣ ଏବଂ ପିଚୁ ଏବଂ ଖାଇବା ତେଲ ସଂରକ୍ଷଣ ଏବଂ ଆନୁଷଙ୍ଗିକ ସୁବିଧା ର୍ନିମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ପିଚୁ ଏବଂ ଖାଇବା ତେଲ ଜାହାଜଗୁଡ଼ିକର ସମୟକୁ ଉନ୍ନତ କରିବ ଏବଂ ବାଣିଜ୍ୟ ପାଇଁ ସାମଗ୍ରିକ ମାଲ ପରିବହନ ମୂଲ୍ୟ ହ୍ରାସ କରିବ । ପ୍ରଧାନମନ୍ତ୍ରୀ କୁଲାଇରେ ମାଛଧରା ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ମାଛ ଧରିବାର ସୁରକ୍ଷିତ ପରିଚାଳନା ତଥା ବିଶ୍ୱ ବଜାରରେ ଉନ୍ନତ ମୂଲ୍ୟରେ ସକ୍ଷମ ହେବ । ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଏହି କାର୍ଯ୍ୟ କରାଯିବ ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ସାମାଜିକ-ଅର୍ଥନୈତିକ ଲାଭ ହେବ ।

ପ୍ରଧାନମନ୍ତ୍ରୀ ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍ ବିଏସ୍ ଷଷ୍ଠ ଉନ୍ନୟନ ପ୍ରକଳ୍ପ ଏବଂ ସମୁଦ୍ର ଜଳରୁ ଲବଣାଂଶ ନିଷ୍କାସନ କାରଖାନା ଦ୍ୱାରା ନିଆଯାଇଥିବା ଦୁଇଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରାୟ ୧୮୩୦ କୋଟି ଟଙ୍କା ମୂଲ୍ୟର ବିଏସ୍‍ ଷଷ୍ଠ ଉନ୍ନୟନ ପ୍ରକଳ୍ପ, ଅତି-ଶୁଦ୍ଧ ପରିବେଶ ଅନୁକୂଳ ବିଏସ୍‍-ଷଷ୍ଠ ଗ୍ରେଡ୍ ଇନ୍ଧନ (ସଲଫର୍ ମିଶ୍ରଣ ୧୦ ପିପିଏମ୍‍ ରୁ କମ୍‌) ଉତ୍ପାଦନକୁ ସହଜ କରିବ । ପାଖାପାଖି ୬୮୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ସମୁଦ୍ର ଜଳରୁ ଲବଣାଂଶ ନିଷ୍କାସନ କାରଖାନା ମଧୁର ଜଳ ଉପରେ ର୍ନିଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ବର୍ଷସାରା ହାଇଡ୍ରୋକାର୍ବନ୍ ଏବଂ ପେଟ୍ରୋକେମିକାଲ୍ ଯୋଗାଣକୁ ନିଶ୍ଚିତ କରିବ । ଦୈନିକ ୩୦ ମିଲିୟନ୍ ଲିଟର କ୍ଷମତା (ଏଏଲଡି) କାରଖାନା ସମୁଦ୍ର ଜଳକୁ ବିଶୋଧନାଗାର ପ୍ରକ୍ରିୟା ପାଇଁ ଆବଶ୍ୟକ ଜଳରେ ପରିଣତ କରିବ ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”