ତୁମକୁରୁ ଇଣ୍ଡଷ୍ଟିଆଲ ଟାଉନସିପ୍‍ ଏବଂ ତୁମକୁରୁରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ଡବଲ୍‌-ଇଞ୍ଜିନ୍ ସରକାର କର୍ଣ୍ଣାଟକକୁ ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ଗଢିତୋଳିଛି”
“ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଆମକୁ ବିଦେଶୀ ର୍ନିଭରଶୀଳତାକୁ କମ୍ କରିବାକୁ ପଡିବ”
“ଦେଶ ପ୍ରଥମ” ର ଆବେଗ ସହିତ ସଫଳତା ନିଶ୍ଚିତ ହୋଇଛି”
“ଏହି କାରଖାନା ଏବଂ ହାଲ୍‍ ର ବଢୁଥିବା ଶକ୍ତି ମିଥ୍ୟା ପ୍ରଚାରକଙ୍କ ମୁଖା ଖୋଲି ଦେଇଛି”
“ଫୁଡ୍ ପାର୍କ ଏବଂ ହାଲ୍ ପରେ ତୁମକୁରୁକୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏକ ବଡ଼ ଉପହାର ଯାହା ତୁମକୁରୁକୁ ଦେଶର ଏକ ବୃହତ ଶିଳ୍ପ କେନ୍ଦ୍ର ଭାବରେ ବିକାଶ କରିବାରେ ସାହାଯ୍ୟ କରିବ”
“ଡବଲ୍ ଇଞ୍ଜିନ ସରକାର ସାମାଜିକ ଭିତ୍ତିଭୂମି ସହିତ ଶାରିରୀକ ଭିତ୍ତିଭୂମି ପ୍ରତି ସମାନ ଧ୍ୟାନ ଦେଉଛନ୍ତି”
“ଏହି ବଜେଟ୍ ସମର୍ଥ ଭାରତ, ସମ୍ପନ୍ନ ଭାରତ, ସ୍ୱୟଂସମ୍ପୂର୍ଣ୍ଣ ଭାରତ, ଶକ୍ତିମାନ ଭାରତ, ଗତିବାନ ଭାରତ ଦିଗରେ ଏକ ବଡ଼ ପଦକ୍ଷେପ”
“ଏହି ବଜେଟରେ ଦିଆଯାଇଥିବା ଟିକସ ସୁବିଧା ଯୋଗୁଁ ମଧ୍ୟବିତ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଛି”
“ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତି ପରିବାରରେ ସେମାନଙ୍କର ସ୍ୱର ମଜବୁତ କରେ ଏବଂ ଏହି ବଜେଟରେ ଏଥିପାଇଁ ଅନେକ ବ୍ୟବସ୍ଥା ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକାପ୍ଟରକୁ ଉନ୍ମୋଚନ କରିଥିଲେ । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ସାଧୁ ଓ ସନ୍ଥମାନଙ୍କର ଭୂମି ଯାହାକି ସର୍ବଦା ଆଧ୍ୟାତ୍ମିକତା, ଜ୍ଞାନ ଏବଂ ବୈଜ୍ଞାନିକ ମୂଲ୍ୟବୋଧର ଭାରତୀୟ ପରମ୍ପରାକୁ ମଜବୁତ କରି ରଖିଛି । ସେ ତୁମକୁରୁର ବିଶେଷ ମହତ୍ୱ ଏବଂ ସିଦ୍ଧାଗଙ୍ଗା ମଠର ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ପୂଜ୍ୟ ଶିବକୁମାର ସ୍ୱାମୀ ଛାଡିଥିବା ଅନ୍ନ, ଅକ୍ଷର ଏବଂ ଆଶ୍ରୟ ଐତିହ୍ୟ ଆଜି ଶ୍ରୀ ସିଦ୍ଧଲଙ୍ଗ ସ୍ୱାମୀଙ୍କ ଦ୍ୱାରା ଆଗକୁ ବଢୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଶହ ଶହ କୋଟି ମୂଲ୍ୟର ଅନେକ ପ୍ରକଳ୍ପ, ଯୁବକମାନଙ୍କୁ ରୋଜଗାରର ସୁଯୋଗ, ଗ୍ରାମୀଣ ସମ୍ପ୍ରଦାୟ ଏବଂ ମହିଳାମାନଙ୍କ ଜୀବନର ସହଜତା, ସଶସ୍ତ୍ର ବାହିନୀକୁ ମଜବୁତ ଏବଂ ମେଡ୍ ଇନ୍ ଇଣ୍ଡିଆର ସଂକଳ୍ପକୁ ଉତ୍ସର୍ଗ କରାଯାଉଛି କିମ୍ବା ଭିତ୍ତି ପ୍ରସ୍ତର ସ୍ଥାପନ ହେଉଛି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଯୁବକଙ୍କ ପ୍ରତିଭା ଏବଂ ଅଭିନବତାକୁ ପ୍ରଶଂସା କରି କହିଛନ୍ତି ଯେ ଡ୍ରୋନ୍ ଠାରୁ ତେଜସ୍ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ଉତ୍ପାଦନରେ ଉତ୍ପାଦନ କ୍ଷେତ୍ରର ଶକ୍ତି ଦେଖାଯାଏ । ଡବଲ୍‌-ଇଞ୍ଜିନ୍ ସରକାର କର୍ଣ୍ଣାଟକକୁ ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ଗଢି ତୋଳିଛନ୍ତି । ଆଜି ଉତ୍ସର୍ଗୀକୃତ ହାଲ୍‍ ପ୍ରକଳ୍ପ ଦ୍ୱାରା ଦେଶର ପ୍ରତିରକ୍ଷା ଆବଶ୍ୟକତା କ୍ଷେତ୍ରରେ ବୈଦେଶିକ ର୍ନିଭରଶୀଳତା ହ୍ରାସ କରିବାର ଦୃଢତା ପ୍ରକାଶ ସହିତ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । 

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଭାରତରେ ଶହ ଶହ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଉଛି ଯାହା ଆଜି ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉନ୍ନତ ରାଇଫଲ ଠାରୁ ଆରମ୍ଭ କରି ଟ୍ୟାଙ୍କ, ବିମାନ ବାହୀ ଜାହାଜ, ହେଲିକପ୍ଟର, ଯୁଦ୍ଧ ବିମାନ, ପରିବହନ ବିମାନ, ଆଦିକୁ ଭାରତ ଉତ୍ପାଦନ କରୁଛି । ମହାକାଶ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୮-୯ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ହୋଇଥିବା ବିନିଯୋଗ ୨୦୧୪ ପୂର୍ବରୁ ଏବଂ ୧୫ ବର୍ଷ ପୂର୍ବରୁ ହୋଇଥିବା ବିନିଯୋଗର ପାଞ୍ଚ ଗୁଣ ଅଟେ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ର କେବଳ ଆମର ସଶସ୍ତ୍ର ବାହିନୀକୁ ଯୋଗାଇ ଦିଆଯାଉ ନାହିଁ ବରଂ ୨୦୧୪ ର ପୂର୍ବ ବର୍ଷ ତୁଳନାରେ ପ୍ରତିରକ୍ଷା ରପ୍ତାନି ମଧ୍ୟ ବହୁଗୁଣିତ ହୋଇଛି । ସେ କହିଛନ୍ତି ଯେ ଏହି ସୁବିଧାରେ ଶହ ଶହ ହେଲିକପ୍ଟର ଉତ୍ପାଦନ ହେବାକୁ ଯାଉଛି ନିକଟ ଭବିଷ୍ୟତରେ ଯାହା ୪ ଲକ୍ଷ କୋଟି ମୂଲ୍ୟର ବ୍ୟବସାୟକୁ ବୃଦ୍ଧି କରିବ । ଯେତେବେଳେ ଏହିପରି ଉତ୍ପାଦନ ୟୁନିଟ୍ ଗଠନ ହୁଏ, ଏହା କେବଳ ସଶସ୍ତ୍ର ବାହିନୀକୁ ମଜବୁତ କରେ ନାହିଁ ବରଂ ରୋଜଗାର ଏବଂ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରେ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ତୁମକୁରୁରେ ହେଲିକପ୍ଟର ଉତ୍ପାଦନ ସୁବିଧା ନିକଟରେ ଥିବା ଛୋଟ ଛୋଟ ବ୍ୟବସାୟକୁ ସଶକ୍ତ କରିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ "ଦେଶ ପ୍ରଥମ” ଆବେଗ ସହିତ ସଫଳତା ନିଶ୍ଚିତ ହେବ । ସେ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡିକର କାର୍ଯ୍ୟରେ ନବୀକରଣ ଏବଂ ସଂସ୍କାର ବିଷୟରେ କହିବା ସହିତ ଘରୋଇ କ୍ଷେତ୍ର ପାଇଁ ସୁଯୋଗ ଖୋଲିବା ବିଷୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ ହାଲ୍‍ ନାମରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ନିକଟରେ ହୋଇଥିବା ପ୍ରଚାର ବିଷୟରେ କହିଥିଲେ ଏବଂ କହିଥିଲେ ଯେ ମିଥ୍ୟା ଯେତେ ବଡ଼ ହେଉ କିମ୍ବା ବାରମ୍ବାର କୁହା ଯାଉନା କାହିଁକି ସବୁବେଳେ ସତ୍ୟର ବିଜୟ ହୁଏ । ଏହି କାରଖାନା ଏବଂ ହାଲ୍‍ ର ବୃଦ୍ଧି ପାଉଥିବା ଶକ୍ତି ମିଥ୍ୟା ପ୍ରଚାରକଙ୍କ ମୁଖା ଖୋଲି ଦେଇଛି । ବାସ୍ତବତା ନିଜ ପାଇଁ କହୁଛି; ସେ କହିଛନ୍ତି ଏବଂ ଯୋଗ କରିଛନ୍ତି ଯେ ଆଜି ସମାନ ହାଲ୍‍ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଧୁନିକ ତେଜସ ତିଆରି କରୁଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ବିଶ୍ୱସ୍ତରରେ ଆକର୍ଷଣର କେନ୍ଦ୍ର ପାଲଟିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଫୁଡ୍ ପାର୍କ ଏବଂ ହାଲ୍ ପରେ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ତୁମକୁରୁକୁ ଏକ ବଡ଼ ଉପହାର ଯାହାକି ଦେଶର ଏକ ବଡ଼ ଔଦ୍ୟୋଗିକ କେନ୍ଦ୍ର ଭାବରେ ତୁମକୁରୁର ବିକାଶରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ ଅଧୀନରେ ଟାଉନସିପ୍ ବିକଶିତ ହେଉଛି ଯାହା ମୁମ୍ବାଇ-ଚେନ୍ନାଇ ରାଜପଥ, ବେଙ୍ଗାଲୁରୁ ବିମାନବନ୍ଦର, ତୁମକୁରୁ ରେଳ ଷ୍ଟେସନ, ମାଙ୍ଗୁଲୁରୁ ବନ୍ଦର ମାଧ୍ୟମରେ ବହୁମୁଖୀ ସଂଯୋଗ ସହିତ ଯୋଡି ହେବ ।

ଶ୍ରୀ ମୋଦୀ କହିଛନ୍ତି, ଡବଲ୍ ଇଞ୍ଜିନ ସରକାର ସାମାଜିକ ଭିତ୍ତିଭୂମି ସହିତ ଶାରୀରିକ ଭିତ୍ତିଭୂମି ପ୍ରତି ମଧ୍ୟ ସମାନ ଧ୍ୟାନ ଦେଉଛନ୍ତି । ଚଳିତ ବର୍ଷର ବଜେଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ବଜେଟ ଆବଣ୍ଟନ ଗତ ବର୍ଷ ତୁଳନାରେ ୨୦,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି ଏବଂ ଏହି ଯୋଜନାର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ମା’ ଏବଂ ଭଉଣୀ, ଯେଉଁମାନଙ୍କୁ ସେମାନଙ୍କ ଘର ପାଇଁ ପାଣି ଆଣିବାକୁ ଦୂରକୁ ଯିବାକୁ ପଡିବ ନାହିଁ । ସେ ଦର୍ଶାଇଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପର ପରିସର ୩ କୋଟି ଗ୍ରାମୀଣ ପରିବାରରୁ ୧୧ କୋଟି ଗ୍ରାମୀଣ ପରିବାରକୁ ବୃଦ୍ଧି ପାଇଛି । ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉପର ଭଦ୍ରା ପ୍ରକଳ୍ପ ପାଇଁ ୫୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ଦ୍ୱାରା ତୁମକୁରୁ, ଚିକମାଙ୍ଗାଲୁରୁ, ଚିତ୍ରାଦୁର୍ଗ, ଡାଭାଙ୍ଗେର ଏବଂ କେନ୍ଦ୍ରୀୟ କର୍ଣ୍ଣାଟକର ମରୁଡ଼ି ପ୍ରଭାବିତ ଅଞ୍ଚଳବାସୀ ଉପକୃତ ହେବେ । ବର୍ଷା ଜଳ ଉପରେ ର୍ନିଭରଶୀଳ କୃଷକଙ୍କ ପାଇଁ ଉପକାରିତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷର ମଧ୍ୟବିତ୍ତ ଅନୁକୂଳ ବଜେଟ୍ "ବିକଶିତ ଭାରତ” ପାଇଁ ସମସ୍ତଙ୍କ ଉଦ୍ୟମକୁ ଶକ୍ତି ପ୍ରଦାନ କରିବ । ଏହି ବଜେଟ୍ ସମର୍ଥ ଭାରତ, ସମ୍ପନ୍ନ ଭାରତ, ସ୍ୱୟସମ୍ପୂର୍ଣ୍ଣ ଭାରତ, ଶକ୍ତିମାନ ଭାରତ, ଗତିବାନ ଭାରତ ଦିଗରେ ଏକ ବଡ ପଦକ୍ଷେପ । ଏହା ଏକ ଲୋକପ୍ରିୟ, ସର୍ବସମ୍ମତ, ସର୍ବ-ଅନ୍ତର୍ଭୂକ୍ତ ବଜେଟ୍ ଯାହା ସମସ୍ତଙ୍କୁ ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୃଷି କ୍ଷେତ୍ରରେ ନିୟୋଜିତ ମହିଳା, ଯୁବକ ଏବଂ ବଞ୍ଚିତଙ୍କ ପାଇଁ ବଜେଟର ଲାଭ ବିଷୟରେ ସେ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଆମେ ତିନୋଟି ଦିଗ, ଆପଣଙ୍କ ଆବଶ୍ୟକତା, ଆପଣଙ୍କୁ ପ୍ରଦାନ କରାଯିବାକୁ ସହାୟତା ଏବଂ ଆପଣଙ୍କ ଆୟକୁ ମନେ ରଖିଛୁ ।

୨୦୧୪ ମସିହାରୁ ସମାଜର ସେହି ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେଉଁମାନଙ୍କ ପାଇଁ ସରକାରୀ ସହାୟତା ପାଇବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା । ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ନାହିଁ, କିମ୍ବା ମଧ୍ୟସ୍ଥମାନେ ଲୁଟ୍ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ସରକାର ଦ୍ୱାରା ପ୍ରତ୍ୟେକ ବିଭାଗକୁ ଦିଆଯାଇଥିବା ସହାୟତା ଉପରେ ଆଲୋକପାତ କରିଥିଲେ, ଯାହା ପୂର୍ବରୁ ଏଥିରୁ ବଞ୍ଚିତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ "ନିଯୁକ୍ତି ଶ୍ରମିକ” ଶ୍ରେଣୀ ପେନସନ ଏବଂ ବୀମା ସୁବିଧା ପାଇଛନ୍ତି । କ୍ଷୁଦ୍ର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ-କିସାନ ସମ୍ମାନ ନିଧି ଉପରେ କହିଥିଲେ ଏବଂ ରାସ୍ତାପାଶ୍ୱର୍ ବିକ୍ରେତାଙ୍କୁ ଦିଆଯାଇଥିବା ଋଣ ବିଷୟରେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ବଜେଟ୍ ସମାନ ଆବେଗକୁ ଆଗକୁ ନେଉଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପିଏମ୍‍ ବିକାଶ ଯୋଜନା ଉପରେ ଆଲୋକପାତ କରିଛନ୍ତି ଯାହା କୁମ୍ଭାର, କମାର, ଆକ୍କାସାଲିଗା, ଶିଳ୍ପୀ, ଗାରେକେଲାସଡାଭା, ବାଡଗି ଏବଂ ଅନ୍ୟାନ୍ୟ କାରିଗର କିମ୍ବା ବିଶ୍ୱକର୍ମାଙ୍କୁ ସହାୟତା ଦେବ, ଯେଉଁମାନେ ସେମାନଙ୍କ ଦକ୍ଷତା ସହିତ ନିଜ ହାତରେ କିଛି ର୍ନିମାଣ କରନ୍ତି, ସେମାନଙ୍କର କଳା ଏବଂ ଦକ୍ଷତାକୁ ଆହୁରି ସମୃଦ୍ଧ କରିବ । 

ବଞ୍ଚିତ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପଦକ୍ଷେପ ତାଲିକାଭୁକ୍ତ କରିଛନ୍ତି । ମହାମାରୀ ସମୟରେ ଗରିବଙ୍କ ପାଇଁ ମାଗଣା ରାସନ ପାଇଁ ସରକାର ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଗରିବଙ୍କ ଘର ପାଇଁ ଅଭୂତପୂର୍ବ ଭାବେ ୭୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ମଧ୍ୟବିତ୍ତଙ୍କ ପାଇଁ ଲାଭଦାୟକ ବଜେଟର ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆୟକର ଟିକସ ସୁବିଧା ବିଷୟରେ ବୁଝାଇଥିଲେ । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ ଆୟକର ହେତୁ ମଧ୍ୟବିତ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ବିଶେଷକରି ୩୦ ବର୍ଷରୁ କମ୍ ଯୁବକମାନେ, ଯେଉଁମାନଙ୍କର ଏକ ନୂତନ ଚାକିରି, ନୂତନ ବ୍ୟବସାୟ ରହିଛି ପ୍ରତ୍ୟେକ ମାସରେ ଅଧିକ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ ବୋଲି ସେ କହିଛନ୍ତି । ସେହିଭଳି ଜମା ସୀମାକୁ ୧୫ ଲକ୍ଷରୁ ୩୦ ଲକ୍ଷକୁ ଦ୍ୱିଗୁଣିତ କରିବା ଅବସରପ୍ରାପ୍ତ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବ । ଛୁଟି ବାବଦୀୟ ଅର୍ଥ ଉପରେ ଟିକସ ରିହାତି ବର୍ତ୍ତମାନ ୩ ଲକ୍ଷ ତୁଳନାରେ ୨୫ ଲକ୍ଷ ପର୍ଯ୍ୟନ୍ତ ରହିଛି ।

ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତି ପରିବାରରେ ସେମାନଙ୍କର ସ୍ୱର ମଜବୁତ କରେ ଏବଂ ଘରୋଇ ନିଷ୍ପତ୍ତିରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଥାଏ । ଏହି ବଜେଟରେ, ଆମେ ଆମର ମା, ଭଉଣୀ ଏବଂ ଝିଅମାନଙ୍କୁ ଅଧିକରୁ ଅଧିକ ବ୍ୟାଙ୍କ ବ୍ୟବସ୍ଥାରେ ସାମିଲ ପାଇଁ ବଡ ପଦକ୍ଷେପ ନେଇଛୁ । ଆମେ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ନେଇ ଆସିଛୁ । ସୁକନ୍ୟା ସମୃଦ୍ଧି, ମୁଦ୍ରା, ଜନ-ଧନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ପରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଡିଜିଟାଲ ପ୍ରଯୁକ୍ତିବିଦ୍ୟା କିମ୍ବା ସମବାୟ ସମିତି ବିସ୍ତାର କରି କୃଷକମାନଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସହାୟତା କରୁଥିବାବେଳେ ଏହି ବଜେଟର ସର୍ବାଧିକ ଧ୍ୟାନ ଗ୍ରାମୀଣ ଅର୍ଥନୀତି ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହା କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କୁ ଉପକୃତ କରିବ ଏବଂ କର୍ଣ୍ଣାଟକର ଆଖୁ ଚାଷୀମାନେ ଆଖୁ ସମବାୟ ସମିତି ଗଠନ କରିବାରେ ସହାୟତା ପାଇବେ । ସେ ସୂଚନା ଦେଇଛନ୍ତି ଯେ ଅନେକ ନୂତନ ସମବାୟ ସମିତି ମଧ୍ୟ ଗଠନ ହେବ ଏବଂ ନିକଟ ଭବିଷ୍ୟତରେ ଖାଦ୍ୟ ଶସ୍ୟ ସଂରକ୍ଷଣ ପାଇଁ ଦେଶରେ ବହୁ ସଂଖ୍ୟକ ଗୋଦାମ ର୍ନିମାଣ କରାଯିବ । ଏହାଦ୍ୱାରା କ୍ଷୁଦ୍ର ଚାଷୀମାନେ ମଧ୍ୟ ସେମାନଙ୍କର ଶସ୍ୟ ସଂରକ୍ଷଣ କରି ଭଲ ମୂଲ୍ୟରେ ବିକ୍ରି କରିବାକୁ ଅନୁମତି ଦେବେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରାକୃତିକ ଚାଷ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ ହଜାର ହଜାର ସହାୟତା କେନ୍ଦ୍ର ମଧ୍ୟ ଗଠନ କରାଯାଉଛି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ମିଲେଟର ମହତ୍ୱ ଉପରେ ନଜର ରଖି କହିଛନ୍ତି ଯେ ଦେଶ ସମାନ ବିଶ୍ୱାସକୁ ଆଗକୁ ବଢାଉଛି ଯେଉଁଠାରେ ସାଧାରଣ ଧାନକୁ "ଶ୍ରୀ ଅନ୍ନ” ର ପରିଚୟ ଦିଆଯାଇଛି । ଚଳିତ ବର୍ଷର ବଜେଟରେ ମିଲେଟ ଉତ୍ପାଦନ ଉପରେ ଦିଆଯାଇଥିବା ଗୁରୁତ୍ୱ ଉପରେ ସେ ଆଲୋକପାତ କରି କହିଛନ୍ତି ଯେ ଏହା କର୍ଣ୍ଣାଟକର କ୍ଷୁଦ୍ର ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହେବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଏ ନାରାୟଣସ୍ୱାମୀ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଆଡକୁ ଆଉ ଏକ ପଦକ୍ଷେପ ଭାବେ ତୁମକୁରୁରେ ଥିବା ହାଲ ହେଲିକାପ୍ଟର କାରଖାନା ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହା ଏକ ଉତ୍ସର୍ଗୀକୃତ ନୂତନ ହେଲିକପ୍ଟର କାରଖାନା ଯାହା ହେଲିକପ୍ଟର ର୍ନିମାଣ ପାଇଁ କ୍ଷମତା ଏବଂ ଇକୋସିଷ୍ଟମ୍ ବୃଦ୍ଧି କରିବ । ଏହା ଏସିଆର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ସୁବିଧା ଏବଂ ପ୍ରାରମ୍ଭରେ ଲାଇଟ୍‍ ୟୁଟିଲିଟି ହେଲିକପ୍ଟର (ଏଲୟୁଏଚ୍‍) ଉତ୍ପାଦନ କରିବ । ଏଲୟୁଏଚ୍‍ ହେଉଛି ଏକ ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ୩-ଟନ୍ ଶ୍ରେଣୀର, ଏକକ-ଇଞ୍ଜିନ୍ ବିଶିଷ୍ଟ ବହୁମୁଖୀ ହେଲିକପ୍ଟର ଯାହା ଉଚ୍ଚ ମନିଭେରାବିଲିଟିର ଅନନ୍ୟ ବୈଶିଷ୍ଟ୍ୟ ସହିତ ନିର୍ମିତ ହୋଇଛି । ଭବିଷ୍ୟତରେ ଲାଇଟ୍ କମ୍ବାଟ୍ ହେଲିକାପ୍ଟର (ଏଲସିଏଚ୍‍) ଏବଂ ଇଣ୍ଡିଆନ୍ ମଲ୍ଟିରୋଲ୍ ହେଲିକାପ୍ଟର (ଆଇଏମଆରଏଚ୍‍) ଭଳି ଅନ୍ୟ ହେଲିକପ୍ଟର ଉତ୍ପାଦନ ପାଇଁ କାରଖାନା ସମ୍ପ୍ରସାରିତ ହେବ ଏବଂ ଭବିଷ୍ୟତରେ ଏଲସିଏଚ, ଏଲୟୁଏଚ୍‍, ସିଭିଲ୍ ଏଏଲଚ୍‍ ଏବଂ ଆଇଏମଆରଏଚ୍‍ ର ମରାମତି ପାଇଁ ସମ୍ପ୍ରସାରଣ କରାଯିବ । ଭବିଷ୍ୟତରେ ସିଭିଲ୍ ଏଲୟୁଏଚ୍‍ ରପ୍ତାନି ପାଇଁ କାରଖାନାର ମଧ୍ୟ ସମ୍ଭାବନା ଅଛି । ଏହି ସୁବିଧା ଭାରତକୁ ହେଲିକପ୍ଟରର ସମ୍ପୂର୍ଣ୍ଣ ଆବଶ୍ୟକତା ପୂରଣ କରିବାରେ ସକ୍ଷମ କରିବ ଏବଂ ଭାରତରେ ହେଲିକପ୍ଟର ଡିଜାଇନ୍‌, ବିକାଶ ଏବଂ ଉତ୍ପାଦନରେ ଆତ୍ମର୍ନିଭରଶୀଳତାର ଲକ୍ଷ୍ୟ ହାସଲ କରିବ । କାରଖାନାରେ ଇଣ୍ଡଷ୍ଟ୍ରି ୪.୦ ମାନଦଣ୍ଡର ଏକ ଉତ୍ପାଦନ ସେଟଅପ୍ ରହିବ । ପରବର୍ତ୍ତୀ ୨୦ ବର୍ଷ ମଧ୍ୟରେ, ତୁମକୁରୁ ୩-୧୫ ଟନ୍ ଶ୍ରେଣୀରେ ୧୦୦୦ ରୁ ଅଧିକ ହେଲିକପ୍ଟର ଉତ୍ପାଦନ କରିବାକୁ ହାଲ୍‍ ଯୋଜନା କରୁଛି । ଏହାଦ୍ୱାରା ଏହି ଅଞ୍ଚଳର ପ୍ରାୟ ୬୦୦୦ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ, ତୁମକୁରୁର ତିନିଟି ପର୍ଯ୍ୟାୟରେ ୮୪୮୪ ଏକରରେ ବ୍ୟାପିଥିବା ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ର ବିକାଶ ଚେନ୍ନାଇ ବେଙ୍ଗାଲୁରୁ ଶିଳ୍ପ କରିଡରର ଏକ ଅଂଶ ଭାବରେ ନିଆଯାଇଛି ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ତିପତୁର ଏବଂ ତୁମକୁରୁର ଚିକ୍କାନାୟାକାନାହଲ୍ଲୀରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତିପତୁର ବହୁମୁଖୀ-ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪୩୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ ହେବ । ଏହି ବହୁମୁଖୀ-ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଚିକ୍କାନାୟାକାନାହଲ୍ଲୀ ତାଲୁକର ୧୪୭ଟି ଗ୍ରାମ ପାଇଁ ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ । ଏହି ପ୍ରକଳ୍ପଗୁଡିକ ଅଞ୍ଚଳର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ସହଜ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."