ଆଇଆଇଟି ଧରୱାଡକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ବିଶ୍ୱର ସବୁଠାରୁ ଦୀର୍ଘତମ ରେଳ ପ୍ଲାଟଫର୍ମ ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି
ପୁନଃବିକଶିତ ହୋସାପେଟେ ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି ଯାହା ହାମ୍ପି ସ୍ମାରକୀ ଶୈଳୀରେ ଡିଜାଇନ୍ ହୋଇଛି
ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଡବଲ ଇଞ୍ଜିନ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଗ୍ରାମ ଏବଂ ପଡାର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହ ଉଦ୍ୟମ କରୁଛନ୍ତି” “ଧରୱାଡ ହେଉଛି ସ୍ୱତନ୍ତ୍ର । ଏହା ଭାରତୀୟ ସାଂସ୍କୃତିକ ସ୍ପନ୍ଦନର ପ୍ରତିଛବି”
“ଧରୱାଡରେ ଆଇଆଇଟିର ନୂତନ କ୍ୟାମ୍ପସ୍ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବ । ଭବିଷ୍ୟତର ବିକାଶ ପାଇଁ ଏହା ଯୁବକ ମାନସିକତା ପ୍ରତିପୋଷଣ କରିବ”
“ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଆରମ୍ଭ କରି ପ୍ରକଳ୍ପର ଉଦଘାଟନ ପର୍ଯ୍ୟନ୍ତ ଡବଲ୍ ଇଞ୍ଜିନ ସରକାର ଦ୍ରୁତ ବେଗରେ କାମ କରୁଛି”
“ଉତ୍ତମ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‍ । ଅଧିକ ସଂଖ୍ୟକ ଗୁଣାତ୍ମକ ଅନୁଷ୍ଠାନ ଅଧିକରୁ ଅଧିକ ଲୋକଙ୍କ ପାଇଁ ଉତ୍ତମ ଶିକ୍ଷାର ସୁନିଶ୍ଚିତ କରିବ”
“ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ମାର୍ଟ ଶାସନ ହୁବାଲି-ଧରୱାଡ ଅଞ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବାଲୀ-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆଇଆଇଟି ଧରୱାଡ ରହିଛି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା, ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ୧୫୦୭ ମିଟର ଲମ୍ବ ବିଶିଷ୍ଟ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଯାହା ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ଦ୍ୱାରା ମାନ୍ୟତା ପାଇଛି, ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଇଘାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ ଆଦି ରହିଛି । ପ୍ରଧାନମନ୍ତ୍ରୀ ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଜୟଦେବ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଟୁପାରୀହଲ୍ଲା ବନ୍ୟା କ୍ଷତିଗ୍ରସ୍ତ ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଆରମ୍ଭରେ ହୁବାଲି ପରିଦର୍ଶନ କରିବାର ସୁଯୋଗ ପାଇବାକୁ ମନେ ପକାଇଥିଲେ ଏବଂ ତାଙ୍କୁ ସ୍ୱାଗତ କରିବାକୁ ଆସିଥିବା ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ଆଶୀର୍ବାଦ ଉପରେ ଆଲୋକପାତ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ବେଙ୍ଗାଲୁରୁରୁ ବେଲଗାଭି, କାଲବୁରାଗିରୁ ଶିବମୋଗା ଏବଂ ମହୀଶୂର ରୁ ତୁମୁରୁ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକବାସୀଙ୍କ ଦ୍ୱାରା ଦେଖାଯାଇଥିବା ଅତ୍ୟଧିକ ପ୍ରେମ ଏବଂ ସ୍ନେହରେ ସେ ଋଣୀ ଅଟନ୍ତି ଏବଂ ସରକାର ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ସହିତ ଜୀବନକୁ ସହଜ କରିବା, ଯୁବକମାନଙ୍କ ପାଇଁ ଅନେକ ରୋଜଗାରର ସୁଯୋଗ ସୃଷ୍ଟି, ପରିଶୋଧର ଏକ ଉପାୟ ଭାବରେ ଏହି ଅଞ୍ଚଳର ମହିଳାମାନଙ୍କୁ ସଶକ୍ତ କରି ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି ସୂଚାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କର୍ଣ୍ଣାଟକର ଡବଲ୍ ଇଞ୍ଜିନ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଗ୍ରାମ ଏବଂ ପଡାର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶତାବ୍ଦୀ ଧରି ଧରୱାଡ ମାଲେନାଡୁ ଏବଂ ବାୟାଲୁ ସିମେ ଅଞ୍ଚଳ ମଧ୍ୟରେ ଏକ ମୁଖଶାଳା ହୋଇଆସିଛି ଯାହା ସମସ୍ତଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛି ଏବଂ ସମସ୍ତଙ୍କଠାରୁ ଶିକ୍ଷା କରି ନିଜକୁ ସମୃଦ୍ଧ କରିଛି । ତେଣୁ ଧରୱାଡ କେବଳ ଏକ ମୁଖଶାଳା ନୁହେଁ ବରଂ କର୍ଣ୍ଣାଟକ ଏବଂ ଭାରତର ଗତିଶୀଳତାର ପ୍ରତିଫଳନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଧରୱାଡ କର୍ଣ୍ଣାଟକର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା ଏବଂ ସାହିତ୍ୟ ଓ ସଙ୍ଗୀତ ପାଇଁ ଜଣାଶୁଣା । ପ୍ରଧାନମନ୍ତ୍ରୀ ଧରୱାଡରୁ ସାଂସ୍କୃତିକ ମହାମନିଷୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ମାଣ୍ଡ୍ୟ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ନୂଆ ବେଙ୍ଗାଲୁରୁ ମହୀଶୂର ଏକ୍ସପ୍ରେସୱେ କର୍ଣ୍ଣାଟକର ସଫ୍ଟୱେୟାର ହବ ପରିଚୟକୁ ଆହୁରି ଆଗକୁ ନେବାକୁ ବାଟ ଖୋଲିବ । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଲାଗାଭିରେ ଅନେକ ବିକାଶମୂଳକ ପ୍ରକଳ୍ପର ଉତ୍ସର୍ଗୀକୃତ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେ ଶିବମୋଗା କୁଭେମ୍ପୁ ବିମାନବନ୍ଦର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ସହିତ ଆଜିର ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକର ଏକ ନୂତନ ବିକାଶ କାହାଣୀ ଲେଖୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧରୱାଡରେ ଆଇଆଇଟିର ନୂତନ କ୍ୟାମ୍ପସ୍ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବ ଏବଂ ଆସନ୍ତାକାଲିର ଯୁବ ମାନସିକତାକୁ ଭଲ ବାଟ ଦେଖାଇବ । ସେ ସୂଚାଇ ଦେଇଛନ୍ତି ଯେ ନୂତନ ଆଇଆଇଟି କ୍ୟାମ୍ପସ କର୍ଣ୍ଣାଟକର ବିକାଶ ଯାତ୍ରା ଇତିହାସରେ ଏକ ନୂତନ ଅଧ୍ୟାୟ ରଚନା କରୁଛି । ସେ ଧରୱାଡ ଆଇଆଇଟି କ୍ୟାମ୍ପସର ଉଚ୍ଚ ବୈଷୟିକ ସୁବିଧା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଏହା ପ୍ରକାଶ କରିଛନ୍ତି ଯେ ଏହା ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ ଯାହା ଏହି ଅନୁଷ୍ଠାନକୁ ବିଶ୍ୱର ଅନ୍ୟାନ୍ୟ ଅଗ୍ରଣୀ ଅନୁଷ୍ଠାନ ସହିତ ସମାନ ଉଚ୍ଚତାକୁ ନେଇଯିବ । ଆଇଆଇଟି ଧରୱାଡ କ୍ୟାମ୍ପସ ବର୍ତ୍ତମାନର ସରକାରଙ୍କ ‘ସଙ୍କଳ୍ପ ସେ ସିଦ୍ଧି' (ଅର୍ଥାତ ସଂକଳ୍ପରୁ ସଫଳତା) ଆବେଗର ଏକ ପ୍ରମୁଖ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୧୯ ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କଥା ମନେ ପକାଇଥିଲେ ଏବଂ ୪ବର୍ଷ ମଧ୍ୟରେ ଏହାର ସମାପ୍ତି ଉପରେ ଖୁସି ବ୍ୟକ୍ତ କରିଥିଲେ, ଯଦିଓ କରୋନା ମହାମାରୀ ହେତୁ ଅନେକ ବାଧାବିଘ୍ନ ଆସିଥିଲା । ଭିତ୍ତି ପ୍ରସ୍ତର ସ୍ଥାପନ ଠାରୁ ଆରମ୍ଭ କରି ପ୍ରକଳ୍ପର ଉଦଘାଟନ ପର୍ଯ୍ୟନ୍ତ, ଡବଲ୍ ଇଞ୍ଜିନ୍ ସରକାର ଦ୍ରୁତ ବେଗରେ କାମ କରନ୍ତି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଆମେ ସେହି ସମାନ ପ୍ରକଳ୍ପର ଉଦଘାଟନ କରିବାର ସଂକଳ୍ପରେ ବିଶ୍ୱାସ କରୁ, ଯାହାର ଭିତ୍ତି ପ୍ରସ୍ତର ଆମ ଦ୍ୱାରା ରଖାଯାଇଛି ।

ପ୍ରଧାନମନ୍ତ୍ରୀ ପୂର୍ବ ବର୍ଷଗୁଡିକର ଚିନ୍ତା ପ୍ରକ୍ରିୟାରେ ଦୁଃଖ ପ୍ରକାଶ କରିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସମ୍ପ୍ରସାରଣ ଦ୍ୱାରା ସେମାନଙ୍କ ବ୍ରାଣ୍ଡର ହ୍ରାସ ପାଇବ । ଏହି ଚିନ୍ତାଧାରା ଯୁବ ପୀଢି ପାଇଁ ବ୍ୟାପକ କ୍ଷତି ଘଟାଇଲା ଏବଂ ନୂତନ ଭାରତ ଏହି ଚିନ୍ତାଧାରାକୁ ପଛରେ ଛାଡି ଚାଲିଯାଉଛି ବୋଲି ସେ କହିଛନ୍ତି । ଉତ୍ତମ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‍ । ଅଧିକ ସଂଖ୍ୟକ ଗୁଣାତ୍ମକ ଅନୁଷ୍ଠାନ ଅଧିକ ଲୋକଙ୍କ ପାଇଁ ଉତ୍ତମ ଶିକ୍ଷାର ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି । ସେଥିପାଇଁ ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଭାରତରେ ଗୁଣାତ୍ମକ ଅନୁଷ୍ଠାନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏମ୍‍ସ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି, ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ ୩୮୦ ମେଡିକାଲ କଲେଜ ତୁଳନାରେ ଗତ ୯ ବର୍ଷରେ ୨୫୦ ଟି ମେଡିକାଲ କଲେଜ ଖୋଲାଯାଇଛି । ଏହି ୯ ବର୍ଷ ମଧ୍ୟରେ ଅନେକ ନୂତନ ଆଇଆଇଏମ ଏବଂ ଆଇଆଇଟି ପ୍ରତିଷ୍ଠା ହୋଇଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଏହାର ସହରଗୁଡ଼ିକୁ ଆଧୁନିକୀକରଣ କରି ଆଗକୁ ବଢୁଛି । ସେ କହିଛନ୍ତି ଯେ ହୁବାଲି-ଧରୱାଡ ସ୍ମାର୍ଟ ସିଟି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ଆଜି ଅନେକ ସ୍ମାର୍ଟ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ସେ କହିଛନ୍ତି, ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ମାର୍ଟ ପ୍ରଶାସନ ହୁବାଲୀ-ଧରୱାଡ ଅଞ୍ଚଳକୁ ନୂଆ ଉଚ୍ଚତାକୁ ନେଇଯିବ ।

କର୍ଣ୍ଣାଟକର ଲୋକମାନେ ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାଡିଓର୍ଭାସ୍କୁଲାର୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଉପରେ ବିଶ୍ୱାସ କରିଛନ୍ତି ଯାହା ବେଙ୍ଗାଲୁରୁ, ମହୀଶୂର ଏବଂ କାଲବର୍ଗୀରେ ସେବା କରୁଛି । ଆଜି ହୁବାଲିରେ ଏହାର ତୃତୀୟ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜଲ ଜୀବନ ମିଶନ ଅଧୀନରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ଯେଉଁଠାକୁ ରେଣୁକା ସାଗର ଜଳଭଣ୍ଡାର ଏବଂ ମାଲାପ୍ରଭା ନଦୀରୁ ଜଳ ଆସିବା ସହିତ ଟ୍ୟାପ୍ ମାଧ୍ୟମରେ ୧.୨୫ ଲକ୍ଷରୁ ଅଧିକ ଘରକୁ ଯୋଗାଯିବ । ଧରୱାଡରେ ନୂତନ ଜଳ ବିଶୋଧନାଗାର ପ୍ରସ୍ତୁତ ହେବାପରେ ସମଗ୍ର ଜିଲ୍ଲାର ଲୋକମାନେ ଏହି ସୁବିଧା ପାଇବେ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତୁପାରୀହଲ୍ଲା ବନ୍ୟା କ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ଆଜି ମଧ୍ୟ କରାଯାଇଛି ଏବଂ ଏହି ଅଞ୍ଚଳରେ ବନ୍ୟା ଯୋଗୁଁ ହେଉଥିବା କ୍ଷତି ହ୍ରାସ ପାଇବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ କର୍ଣ୍ଣାଟକ ସଂଯୋଗ ଦୃଷ୍ଟିରୁ ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚିଛି କାରଣ ସିଦ୍ଧରୋଧା ସ୍ୱାମୀଜୀ ଷ୍ଟେସନରେ ବର୍ତ୍ତମାନ ବିଶ୍ୱର ସବୁଠୁ ବଡ ପ୍ଲାଟଫର୍ମ ରହିଛି । ସେ କହିଛନ୍ତି ଯେ ଏହା କେବଳ କୌଣସି ରେକର୍ଡ କିମ୍ବା ପ୍ଲାଟଫର୍ମର ସମ୍ପ୍ରସାରଣ ନୁହେଁ ବରଂ ଏହା ଚିନ୍ତାଧାରାକୁ ଆଗକୁ ବଢାଇଥାଏ ଯାହା ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇଥାଏ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ହୋସାପେଟେ - ହୁବାଲି - ଟିନାଏହାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟେ ଷ୍ଟେସନର ନବୀକରଣ ଏହି ଦୃଷ୍ଟିକୋଣକୁ ଦୃଢ କରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ମାର୍ଗ ମାଧ୍ୟମରେ ବୃହତ ପରିମାଣରେ ଶିଳ୍ପ ପାଇଁ କୋଇଲା ପରିବହନ କରାଯାଇଥାଏ ଏବଂ ଏହି ଲାଇନର ବିଦ୍ୟୁତିକରଣ ପରେ ଡିଜେଲ ଉପରେ ର୍ନିଭରଶୀଳତା ହ୍ରାସ ପାଇବ ଏବଂ ଏହି ପ୍ରକ୍ରିୟାରେ ପରିବେଶକୁ ସୁରକ୍ଷା ଦେଇହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରୟାସ ଏହି ଅଞ୍ଚଳର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଏକ ସମୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ଉନ୍ନତ ତଥା ଆଧୁନିକ ଭିତ୍ତିଭୂମି କେବଳ ଦେଖିବାକୁ ଭଲ ନୁହେଁ ବରଂ ଏହା ଲୋକଙ୍କ ଜୀବନକୁ ମଧ୍ୟ ସହଜ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉନ୍ନତ ସଡ଼କ ଏବଂ ଡାକ୍ତରଖାନାର ଅଭାବ ହେତୁ ସମସ୍ତ ସମ୍ପ୍ରଦାୟ ଏବଂ ବୟସର ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ସମଗ୍ର ଦେଶରେ ବିକଶିତ ଉନ୍ନତ ଭିତ୍ତିଭୂମିର ଲାଭ ଉଠାଉଛନ୍ତି । ସେ ଛାତ୍ର, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀର ଉଦାହରଣ ଦେଇଛନ୍ତି, ଯେଉଁମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉନ୍ନତ ଯୋଗାଯୋଗର ବ୍ୟବହାର କରୁଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ଆଲୋପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଗ୍ରାମଗୁଡିକରେ ସଡ଼କ ନେଟୱାର୍କ ଦ୍ୱିଗୁଣିତ ହୋଇଛି ଏବଂ ଜାତୀୟ ରାଜପଥ ନେଟୱାର୍କ ୫୫% ରୁ ଅଧିକ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦେଶର ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଇଣ୍ଟରନେଟ୍ ଦୁନିଆରେ ଭାରତ ସେତେଟା ପ୍ରତିଷ୍ଠିତ ନଥିଲା । ଆଜି ଭାରତ ସବୁଠାରୁ ଶକ୍ତିଶାଳୀ ଡିଜିଟାଲ ଅର୍ଥନୀତି ମଧ୍ୟରେ ରହିଛି । ସରକାର ଶସ୍ତା ଇଣ୍ଟରନେଟ୍ ଉପଲବ୍ଧ କରି ଏହାକୁ ଗ୍ରାମକୁ ନେଇଯାଇଛନ୍ତି । ସେ କହିଛନ୍ତି, ଗତ ୯ ବର୍ଷରେ ଦୈନିକ ହାରାହାରି ୨.୫ ଲକ୍ଷ ବ୍ରଡବ୍ୟାଣ୍ଡ ସଂଯୋଗ ଦିଆଯାଉଥିଲା । ଭିତ୍ତିଭୂମି ବିକାଶରେ ଏଭଳି ଗତି ଆସୁଛି କାରଣ ଆଜି ଦେଶର ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ର୍ନିମାଣ କରାଯାଉଛି । ପୂର୍ବରୁ ରାଜନୈତିକ ଲାଭ ଏବଂ କ୍ଷୟକ୍ଷତି ଆକଳନ କରିବା ପରେ ରେଳ ଏବଂ ସଡକ ପ୍ରକଳ୍ପ ଘୋଷଣା କରାଯାଇଥିଲା । ଆମେ ସମଗ୍ର ଦେଶ ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନେଇ ଆସିଛୁ । ଯେତେବେଳେ ଦେଶର ଆବଶ୍ୟକତା ଅଛି, ଭିତ୍ତିଭୂମି ଦ୍ରୁତ ଗତିରେ ର୍ନିମାଣ ହୋଇପାରିବ ବୋଲି ସେ କହିଛନ୍ତି ।

ସାମାଜିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗୃହ, ଶୌଚାଳୟ, ରନ୍ଧନ ଗ୍ୟାସ୍‌, ଡାକ୍ତରଖାନା ଏବଂ ପାନୀୟଜଳ ଇତ୍ୟାଦିରେ ଅଭାବର ଦିନକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ ଆଜି ଆମେ ଯୁବକମାନଙ୍କୁ ଆସନ୍ତା ୨୫ ବର୍ଷ ମଧ୍ୟରେ ସେମାନଙ୍କର ସଂକଳ୍ପ ସମାଧାନ କରିବାକୁ ସମସ୍ତ ଉତ୍ସ ଯୋଗାଇ ଦେଉଛୁ ।

ପ୍ରଭୁ ବାସଭେଶ୍ୱରଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅନେକ ଅବଦାନ ମଧ୍ୟରେ ଅନୁଭବ ମଣ୍ଡପମର ପ୍ରତିଷ୍ଠାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାର ସାରା ବିଶ୍ୱରେ ଅଧ୍ୟୟନ କରାଯାଉଥିବା ଉଲ୍ଲେଖ କରିଛନ୍ତି । ସେ ଲଣ୍ଡନରେ ପ୍ରଭୁ ବାସଭେଶ୍ୱରଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଥିବା କଥା ମନେ ପକାଇଥିଲେ । ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠିବା ଦୁର୍ଭାଗ୍ୟଜନକ । ଭାରତର ଗଣତନ୍ତ୍ରର ମୂଳ ଆମର ଶତାବ୍ଦୀ ଇତିହାସରୁ ନିଆଯାଇଛି । ଦୁନିଅ।ର କୌଣସି ଶକ୍ତି ଭାରତର ଗଣତାନ୍ତ୍ରିକ ପରମ୍ପରାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି, କିଛି ଲୋକ କ୍ରମାଗତ ଭାବରେ ଭାରତର ଗଣତନ୍ତ୍ରକୁ ଅପମାନିତ କରୁଛନ୍ତି । ଏହିପରି ଲୋକମାନେ ଭଗବାନ ବାସଭେଶ୍ୱର ଏବଂ କର୍ଣ୍ଣାଟକ ଏବଂ ଦେଶର ଲୋକଙ୍କୁ ଅପମାନ କରୁଛନ୍ତି । ସେ ଏପରି ଲୋକଙ୍କଠାରୁ ସତର୍କ ରହିବାକୁ କର୍ଣ୍ଣାଟକବାସୀଙ୍କୁ ଚେତାଇ ଦେଇଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ପରିଚୟ ବୈଷୟିକ-ଭବିଷ୍ୟତକୁ ଭାରତ ଆଗକୁ ନେବାକୁ ଗୁରୁତ୍ୱାରୋପ କରିଥିଲେ । କର୍ଣ୍ଣାଟକ ହେଉଛି ହାଇଟେକ୍ ଇଣ୍ଡିଆର ଇଞ୍ଜିନ ବୋଲି ଅଭିହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଏହି ହାଇଟେକ୍ ଇଞ୍ଜିନକୁ ଶକ୍ତି ଦେବା ପାଇଁ ଡବଲ୍ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଆଇଆଇଟି ଧରୱାଡକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହି ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ୮୫୦ କୋଟି ଟଙ୍କାରେ ବିକଶିତ ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷିଆ ବି.ଟେକ୍ ପାଠ୍ୟକ୍ରମ, ୫ ବର୍ଷର ଇଣ୍ଟର-ଡିସିପ୍ଲିନାରୀ ବିଏସ୍‍-ଏମ୍‍ଏସ୍‍ ପାଠ୍ୟକ୍ରମ, ଏମ୍‍.ଟେକ୍‍ ଏବଂ ପିଏଚ୍‍.ଡି ପାଠ୍ୟକ୍ରମ ପ୍ରଦାନ କରୁଛି । 

ପ୍ରଧାନମନ୍ତ୍ରୀ ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ରେକର୍ଡକୁ ସ୍ୱୀକୃତି ଦିଆଯାଇଛି । ୧୫୦୭ ମିଟର ଲମ୍ବା ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଏହାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ କାର୍ଯ୍ୟକୁ ଉତ୍ସର୍ଗ କରିଛନ୍ତି । ୫୩୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ୍ ଉପରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ କରିବ । ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀମାନଙ୍କୁ ସୁବିଧା ଏବଂ ଆଧୁନିକ ସ୍ୱାଚ୍ଛନ୍ଦ ଯୋଗାଇବ । ଏହାକୁ ହାମ୍ପି ସ୍ମାରକୀ ଶୈଳୀରେ ଡିଜାଇନ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ହୁବାଲୀ-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୨୦ କୋଟି ଟଙ୍କା । ଏହି ପ୍ରୟାସଗୁଡିକ ସ୍ୱଚ୍ଛତା, ନିରାପଦ ଏବଂ ସର୍ବସାଧାରଣଙ୍କ କାର୍ଯ୍ୟ ପାଇଁ ସ୍ଥାନ ସୃଷ୍ଟି କରି ସହରକୁ ଏକ ଭବିଷ୍ୟତ ସହରୀ କେନ୍ଦ୍ରରେ ରୂପାନ୍ତରଣ କରି ଜୀବନଶୈଳୀରେ ଉନ୍ନତି ଆଣିବ । 

ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଭବେଷଣା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନାର ବିକାଶ କରାଯିବ ଏବଂ ଏହି ଅଞ୍ଚଳର ଲୋକଙ୍କୁ ହୃଦରୋଗ ଚିକତ୍ସା ଯୋଗାଇବ । ଏହି ଅଞ୍ଚଳରେ ଜଳ ଯୋଗାଣକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଧରୱାଡ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୧୦୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ । ପ୍ରାୟ ୧୫୦ କୋଟି କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଟୁପାରୀହଲା ବନ୍ୟା କ୍ଷୟକ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଟି ବନ୍ୟା କାରଣରୁ ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ଏବଂ ପ୍ରାଚୀର ଏବଂ ବନ୍ଧ ବନ୍ଧ ର୍ନିମାଣରେ ଜଡିତ ଅଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Saratchandra Chattopadhyay on his 150th birth anniversary
September 15, 2026

The Prime Minister, Shri Narendra Modi has paid homage to renowned Bengali writer Saratchandra Chattopadhyay on his 150th birth anniversary. Remembering the eminent writer, Shri Modi highlighted the enduring significance of his literary works, which have been translated into every Indian language and several foreign languages. He noted that Saratchandra Chattopadhyay’s writings provide an accurate and sensitive portrayal of 19th-century India, particularly Bengali society in rural areas.

The Prime Minister posted on X:

Homage to noted Bengali writer, the versatile Saratchandra Chattopadhyay on his 150th birth anniversary.

His works, translated into every Indian language and several foreign languages, are remembered for their accurate depiction of 19th century India, especially Bengali society in rural areas. Equally noteworthy was his commitment to social reform, women’s rights and nationalism.

I call upon more youngsters to read his writings in the times to come.

প্রখ্যাত বাঙালি লেখক, বহুমুখী প্রতিভার অধিকারী শরৎচন্দ্র চট্টোপাধ্যায়ের ১৫০তম জন্মবার্ষিকীতে জানাই বিনম্র শ্রদ্ধাঞ্জলি।

ভারতের সমস্ত ভাষায় এবং একাধিক আন্তর্জাতিক ভাষায় অনূদিত তাঁর সাহিত্যকর্মগুলি উনিশ শতকের ভারত, বিশেষ করে গ্রামীণ অঞ্চলের বাঙালি সমাজকে সঠিকভাবে চিত্রিত করার জন্য স্মরণীয় হয়ে রয়েছে। সামাজিক সংস্কার, নারী অধিকার এবং জাতীয়তাবাদের প্রতি তাঁর দায়বদ্ধতাও সমানভাবে স্মরণীয়।

আগামী দিনের তরুণ-তরুণীকে আমি আরও বেশি করে তাঁর রচনা পড়ার জন্য আহ্বান জানাচ্ছি।