କୋଚି-ଲାକ୍ଷାଦ୍ୱୀପ ମଧ୍ୟରେ ଦ୍ୱୀପାଞ୍ଚଳ ବୁଡାଜାହାଜ, ସବ୍‌ମେରାଇନ୍ ଅପ୍ଟିକାଲ ଫାଇବର ସଂଯୋଗୀକରଣ ଉଦ୍‌ଘାଟିତ
କାଡ୍‌ମାଟ୍‌ରେ କମ୍ ତାପଯୁକ୍ତ ତାପଜ ଲବଣ ମୁକ୍ତ ପ୍ଲାଣ୍ଟ (ଏଲଟିଟିଡି) ଉଦ୍‌ଘାଟିତ
ଅଗାଟି ଓ ମିନିକୟ ଦ୍ୱୀପରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ସଂଯୋଗ କାର୍ଯ୍ୟକ୍ରମ ଉଦ୍‌ଘାଟିତ
କାଭାରାଟିରେ ସୌରଶକ୍ତି ପ୍ରକଳ୍ପ ଉଦଘାଟିତ
ପାଞ୍ଚଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ପୁର୍ନବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ
“ଲାକ୍ଷାଦ୍ୱୀପ ଅଞ୍ଚଳ ଭୌଗୋଳିକ ସୀମା ଛୋଟ ହେଲେ ମଧ୍ୟ ସେଠାକାର ଲୋକମାନଙ୍କ ହୃଦୟ ସମୁଦ୍ର ପରି ଗଭୀର”
“କେନ୍ଦ୍ର ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ସମସ୍ତ୍ର ସରକାରୀ ଯୋଜନା ସୁଫଳ ପହଞ୍ଚାଉଛନ୍ତି”
“ଉତ୍ତମ ଗୁଣବତ୍ତାଯୁକ୍ତ ସ୍ଥାନୀୟ ମାଛ ରପ୍ତାନୀର ବ୍ୟାପକ ସମ୍ଭାବନା, ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ”
“ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟ ତୁଳନାରେ ଅନ୍ୟାନ୍ୟ ବିଶ୍ୱ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ଫିକା ପଡିଯିବ”
“ବିକଶିତ ଭାରତ ଗଠନରେ ଲାକ୍ଷାଦ୍ୱୀପ ଏକ ମଜବୁତ ଭୂମିକା ଗ୍ରହଣ କରିପାରିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୦୧.୨୦୨୪) ଲାକ୍ଷାଦ୍ୱୀପର କାଭାରାଟିଠାରେ ୧୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଯୁକ୍ତି, ଶକ୍ତି, ଜଳସମ୍ପଦ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୦୧.୨୦୨୪) ଲାକ୍ଷାଦ୍ୱୀପର କାଭାରାଟିଠାରେ ୧୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଯୁକ୍ତି, ଶକ୍ତି, ଜଳସମ୍ପଦ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ । 

 

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ୍ ଯୋଜନାରେ ଲ୍ୟାପଟପ୍ ଓ ବେଟୀ ବଚାଓ, ବେଟୀ ପଢାଓ ଯୋଜନା ଅଧୀନରେ ସାଇକେଲ ବଣ୍ଟନ କରିଥିଲେ । ସେ ମଧ୍ୟ ଚାଷୀ ଓ ମତ୍ସ୍ୟୀବୀମୀ ହିତାଧିକାରୀମାନଙ୍କୁ ପିଏମ୍ କିଷାନ କ୍ରେଡିଟ୍ କାର୍ଡ ହସ୍ତାନ୍ତର କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଲାକ୍ଷାଦୀପର ସୌନ୍ଦର୍ଯ୍ୟ ଭାଷାରେ ବଖାଣୀହେବ ନାହିଁ ଓ ସେ ମଧ୍ୟ ଅଗାଟି, ବନଗ୍ରାମ, କାଭାଟୀ ପରିଦର୍ଶନ କରିଛନ୍ତି । “ଲାକ୍ଷାଦ୍ୱୀପର ଭୌଗୋଳିକ ପରିସୀମା କ୍ଷୁଦ୍ର ହେଲେ ମଧ୍ୟ ସେଠାକାର ଅଧିବାସୀମାନଙ୍କ ହୃଦୟ ମହାସାଗର ଭଳି ଗଭୀର” ବୋଲି ଶ୍ରୀ ମୋଦୀ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଦେବାବେଳେ ଭାବ ବିହ୍ୱଳିତ ଢଙ୍ଗରେ କହିଥିଲେ । 

ଦୀର୍ଘଦିନ ଧରି ଦୂରଦୂରାନ୍ତ, ସୀମାନ୍ତ ବା ଉପକୂଳ ଓ ଦ୍ୱୀପାଞ୍ଚଳ ଅବହେଳିତ ହୋଇ ରହିଥିବା ସୂଚାଇ ପ୍ରଧାନମନ୍ତ୍ରୀ “ ଆମ ସରକାର ଏହି ସବୁ ଅଞ୍ଚଳ ପ୍ରତି ଅଗ୍ରାଧିକାର ଦେଉଛନ୍ତି” ବୋଲି କହିଥିଲେ । ସେ ଅଞ୍ଚଳର ଜନସାଧାରଣଙ୍କୁ ଭିତ୍ତିଭୂମି, ସଂଯୋଗୀକରଣ, ଜଳ, ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ ଇତ୍ୟାଦି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଗୁଡିକ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । 

 

ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର ବିକାଶ ନେଇ ସରକାର ନେଉଥିବା ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ପୂର୍ଣ୍ଣତା ହାସଲ ହୋଇଥିବାବେଳେ, ପ୍ରତ୍ୟେକ ହିତାଧିକାରୀ ମାଗଣା ରାସନ ପାଉଛନ୍ତି । ସେମାନେ ପିଏମ୍ କିଶାନ କ୍ରେଡିଟ୍ କାର୍ଡ ଓ ଆୟୁଷ୍ମାନ କାର୍ଡ ମଧ୍ୟ ପାଉଛନ୍ତି ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ମଧ୍ୟ ତିଆରି ହୋଇଛି । “କେନ୍ଦ୍ର ସରକାରର ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ଦେବା ପାଇଁ ଅହରହ ଉଦ୍ୟମ କରୁଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଜରିଆରେ ଅର୍ଥ ପ୍ରଦାନ କରିବାରେ ଯେଉଁ ସ୍ୱଚ୍ଛତା ହାସଲ ହୋଇଛି ଏହା ଅନେକାଂଶରେ ଦୁର୍ନୀତିକୁ ରୋକିପାରିଛି । ଯେଉଁମାନେ ଅଧିକାରରୁ ବଞ୍ଚିତ କରୁଥିଲେ ସେମାନଙ୍କୁ କୌଣସି ପ୍ରକାରେ ମଧ୍ୟ ଛଡାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 

ପ୍ରଧାନମନ୍ତ୍ରୀ ୨୦୨୦ରେ କିପରି ହଜାର ଦିନ ମଧ୍ୟରେ ଦ୍ରୁତ ଇଣ୍ଟରନେଟ ଲାଗି ପ୍ରତିଶ୍ରୁତି ଦେଇଥିଲେ, ତାହାର ସ୍ମୃତିଚାରଣ କରିଥିଲେ । କୋଚି ଲାକ୍ଷାଦ୍ୱୀପ ଆଇଲ୍ୟାଣ୍ଡ ସବମେରାଇନ ଅପ୍ଟିକାଲ ଫାଇବର ସଂଯୋଗ (KLI - SOFC) ପ୍ରକଳ୍ପ ଆଜି ଜନସାଧାରଣ ନିମନ୍ତେ ଉଦ୍‌ଘାଟିତ ହୋଇଛି । ଓ ଏହା ଲକ୍ଷାଦ୍ୱୀପ ଜନସାଧାରଣଙ୍କୁ ଶହେ ଗୁଣ ଅଧିକ ଦ୍ରୁତଗତିରେ ଇଣ୍ଟରନେଟ ସେବା ଯୋଗାଇବ । ଏହା ସରକାରୀ ସେବା, ଡାକ୍ତରୀ ଚିକିତ୍ସା, ଶିକ୍ଷା ଓ ଡିଜିଟାଲ ବ୍ୟାଙ୍କି କ୍ଷେତ୍ରରେ ଅନେକ ଉନ୍ନତି ଆଣିବ । ଲାକ୍ଷାଦ୍ୱୀପକୁ ରଣନୀତିକ ପେଣ୍ଠସ୍ଥଳ ଭାବେ ଗଢି ତୋଳିବା ଦିଗରେ ଏହା ବିଶେଷ ସହାୟକ ହେବ । ନିମ୍ନ ଉତ୍ତାପ ତାପଜ ଲବଣାଂଶ ଦୂରୀକରଣ (ଏଲଟିଟିଡି) ପ୍ଲାଣ୍ଟ କାଡମାଟରେ ସ୍ଥାପିତ ହେବା ଦ୍ୱାରା ଲାକ୍ଷାଦ୍ୱୀପର ପ୍ରତି ଘରକୁ ପାଇବ ଯୋଗେ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଆହୁରି ଶୀଘ୍ର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । 

 

ପ୍ରଧାନମନ୍ତ୍ରୀ ତାଙ୍କର କଥାବାର୍ତ୍ତା ସ୍ୱନାମଧନ୍ୟ ପରିବେଶବିତ୍ ଶ୍ରୀ ଅଲ୍ଲୀ ମଣିକଫନଙ୍କ ସହ ହୋଇଥିବା କଥାକୁ ନେଇ ମଣିକଫନଙ୍କ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜରେ ପହଞ୍ôଚବା ପରେ କିପରି ଗବେଷଣା ଓ ନବୋନ୍ମେଷ ବୃଦ୍ଧି ପାଇଥିଲା ତା’ ଉପରେ ଆଲୋକପାତ କରିଥିଲେ । ବର୍ତମାନର ସରକାର ଶ୍ରୀ ଅଲ୍ଲୀ ମଣିକାଫନଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନରେ ସମ୍ମାନୀତି କରିଥିବାରୁ ସେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ଓ ସାଇକେଲ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାର ଲାକ୍ଷାଦ୍ୱୀପର ଯୁବାଗୋଷ୍ଠୀ ନିମନ୍ତେ ନବୋନ୍ମେଷ ଓ ଶିକ୍ଷା ଦିଗରେ ରାସ୍ତା ଖୋଲିଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚତର ଶିକ୍ଷାନୁଷ୍ଠାନ ଅଭାବ ଯୋଗୁଁ ଲାକ୍ଷାଦ୍ୱୀପର ଛାତ୍ରଛାତ୍ରୀମାନେ ବହୁଳଭାବେ ବାହାରକୁ ପଳାଉଥିଲେ । ଉଚ୍ଚଶିକ୍ଷା ପାଇଁ କଳା ଓ ବିଜ୍ଞାନର ଉଚ୍ଚଶିକ୍ଷାନୁଷ୍ଠାନ ଆଣ୍ଡ୍ରଟ୍ ଓ କାଡମାଟ୍ ଦ୍ୱୀପରେ ଖୋଲାଯାଇଥିବାବେଳେ,ମିନିକୟରେ ପଲିଟେକନିକ୍ ପ୍ରତିଷ୍ଠାନ ଖୋଲାଯାଇଛି । “ଏହା ଲାକ୍ଷାଦ୍ୱୀପର ଛାତ୍ରଛାତ୍ରୀଙ୍କ ଅଶେଷ ଉପକାରରେ ଆସିଛି” ବୋଲି ସେ କହିଥିଲେ । 

ହଜ୍ ଯାତ୍ରୀଙ୍କ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଲାକ୍ଷାଦ୍ୱୀପ ଜନସାଧାରଣ ବିଶେଷ ଉପକୃତ ହୋଇଥିବା ଶ୍ରୀ ମୋଦୀ କହିଥିଲେ । ଏଥି ପାଇଁ ସେ ହଜ ଭିସାର ସୁବିଧା ଭିସା ପ୍ରକ୍ରିୟାକରଣ ନିମନ୍ତେ ଡିଜଟାଲ ପଦ୍ଧତି ଓ ବିନା ମହେରମ୍‌ରେ ମହିଳାଙ୍କୁ ହଜ୍‌ଯାତ୍ରା ସୁବିଧା ଇତ୍ୟାଦି ବିଷୟରେ ସେ କହିଥିଲେ । ସେ ଦୃଷ୍ଟିରୁ ଭାରତୀୟମାନଙ୍କ “ଉମରାହ’ ଯାତ୍ରା ସଂଖ୍ୟାଧିକ ହୋଇଛି ବୋଲି ସେ କହିଥିଲେ ।

 

ଭାରତର ବୈଶ୍ୱିକ ସାମଗ୍ରୀକ ଖାଦ୍ୟ ବଜାରରେ ଅଧିକ ଭାଗିଦାରୀତାର ପ୍ରଚେଷ୍ଟା ଯୋଗୁଁ ଲାକ୍ଷାଦ୍ୱୀପ ମଧ୍ୟ ଉପକୃତ ହେବ । କାରଣ ଏଠାରୁ ଟୁନା ମାଛ ଜାପାନକୁ ରପ୍ତାନୀ କରାଯାଇଥାଏ । ଏହି ରପ୍ତାନୀ ଯୋଗ୍ୟ ଗୁଣାତ୍ମକ ମାଛ ରପ୍ତାନୀ ମତ୍ସ୍ୟଜୀବୀମାନଙ୍କ ଜୀବନରେ ଉନ୍ନତି ଆଣିବ । ସେ ମଧ୍ୟ ସାମୁଦ୍ରିକ ଶୈବାଳ ଚାଷର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ ଅଞ୍ଚଳର ଭଙ୍ଗୁର ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ କାଭାରାଟିରେ ସୌର ପ୍ରକଳ୍ପ ତଥା ପ୍ରଥମ ବ୍ୟାଟେରୀଭିତ୍ତିକ ସୌରଶକ୍ତି ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ ।

ସ୍ୱାଧୀନତାର ଅମୃତକାଳରେ ଭାରତକୁ ଏକ ସମୃଦ୍ଧ ଦେଶରେ ପରିଣତ କରିବା ନେଇ ଲାକ୍ଷାଦ୍ୱୀପର ଭୂମିକା ଉପରେ ଗୁରୁତ୍ୱା ଆରୋପ କରି ଶ୍ରୀ ମୋଦୀ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ସରକା ଆନ୍ତର୍ଜର୍ଜାତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ନିକଟରେ ଶେଷ ହୋଇଥିବା ଜି-୨୦ ଶିଖର ବୈଠକରେ ଲାକ୍ଷାଦ୍ୱୀପ ଆନ୍ତର୍ଜାତିକ ସ୍ୱୀକୃତୀ ଲାଭ କରିଛି । “ସ୍ୱଦେଶ ଦର୍ଶନ ଯୋଜନାରେ ଲାକ୍ଷାଦ୍ୱୀପ ନିମନ୍ତେ ଏକ ଲକ୍ଷ୍ୟସ୍ଥଳୀ ଭିତ୍ତିକ ମାଷ୍ଟର ପ୍ଲାନ ଖସଡା ପ୍ରସ୍ତୁତ ହେଉଛି ବୋଲି ସେ କହିଥିଲେ । ଲାକ୍ଷାଦ୍ୱୀପରେ ଦୁଇଟି ନୀଳ ପତାକା ଯୁକ୍ତ ବେଳାଭୂମି ରହିଛି । କାଡମାଟ୍ ଓ ସୁହେଲୀ ଦ୍ୱୀପରେ ଜଳଦ ଶୈଳ ନିବାସ ପ୍ରକଳ୍ପ ଏକ ପ୍ରମୁଖ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ହେବ ।”

 

ପାଞ୍ଚବର୍ଷ ଆଗରୁ ଲାକ୍ଷ୍ୟାଦୀପକୁ ଯେତେ ପର୍ଯ୍ୟଟକଙ୍କ ଆଗମନ ହେଉଥିଲା ,ତ୍ତବର୍ତ୍ତମାନ ତାହା ପାଂଚଗୁଣ ବୃଦ୍ଧି ପାଇଛିି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ବିଦେଶଯାତ୍ରା କରିବା ପୂର୍ବରୁ ଦେଶର ଅନ୍ତତଃ ପନ୍ଦରଟି ସ୍ଥାନ ପରିଦର୍ଶନ ନିମନ୍ତେ ଘୋଷଣା କରିଛନ୍ତି । ବିଦେଶୀ ଦ୍ୱିପାଞ୍ଚଳ ପରିଦର୍ଶନ ପୂର୍ବରୁ ଜନସାଧାରଣ ଲାକ୍ଷାଦ୍ୱୀପ ପରିଦର୍ଶନ କରିବାକୁ ଶ୍ରୀମୋଦୀ ଆହ୍ୱାନ ଦେଇଛନ୍ତି । “ଆପଣମାନେ ଥରେ ଲାକ୍ଷାଦ୍ୱୀପରେ ସୌନ୍ଦର୍ଯ୍ୟ ଅବଲୋକନ କରିବା ପରେ ବିଶ୍ୱର ଅନ୍ୟାନ୍ୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ତା’ଆଗରେ ଫିକା ପଡିଯିବ” ବୋଲି ସେ କହିଥିଲେ । 

କେନ୍ଦ୍ର ସରକାର ଭଲରେ ରହିବା, ସୁଖପଦ ଭ୍ରମଣ ଓ ବାଧାହୀନ ବ୍ୟବସାୟ ନେଇ ସମସ୍ତେ ସମ୍ଭାବ୍ୟ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ।

ଲାକ୍ଷାଦ୍ୱୀପର ଉପ ରାଜ୍ୟପାଳ ଶ୍ରୀ ପ୍ରଫୁଲ୍ଲ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:- ଏକ ଅବସ୍ଥାନ୍ତରର ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପରେ ଇଣ୍ଟରନେଟ ମନ୍ଥର ଗତି ନେଇ ଏଥିରୁ ନିସୃତି ପାଇଁ ଏକ ସଂକଳ୍ପ ନେଇଥିଲେ । ଏହାର ଫଳ ସ୍ୱରୂପ ୨୦୨୦ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ କୋଚି-ଲାକ୍ଷାଦ୍ୱୀପ ଦୀପ ସମୂହର ସବ୍ ମେରାଇନ ଅପ୍ଟିକାଲ ଫାଇବର ସଂଯୋଗ (କଖଓ - ଝଙୠଉ) ପ୍ରକଳ୍ପ ଘୋଷଣା କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଏହା ଫଳରେ ଇଣ୍ଟରନେଟ ଗତି ଶହେ ଗୁଣ ଅଧିକ ଅର୍ଥାତ୍ (୧.୭୯ଜିବିପିଏସ୍‌ରୁ ୨୦୦ଜିବିପିଏସ୍‌)କୁ ବୃଦ୍ଧି ପାଇବ । ସ୍ୱାଧୀନତା ପରେ ପ୍ରଥମ ଥର ନିମନ୍ତେ ଲାକ୍ଷାଦ୍ୱୀପ ସବ୍‌ ମେରାଇନ ‌ଅପ୍ଟିକାଲ ଫାଇବର କେବୁଲ ଦ୍ୱାରା ସଂଯାଗ ପାଇବ । ଏହା ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବାକୁ ସୁନିଶ୍ଚିତ କରିବା ସହ ଟେଲିମେଡିସିନ୍ ଇ-ପ୍ରଶାସନ, ଶିକ୍ଷା, ଡିଜିଟାଲ ବ୍ୟାଙ୍କି କ୍ଷେତ୍ରରେ ସୁଧାର ଆଣିବ । 

 

ପ୍ରଧାନମନ୍ତ୍ରୀ ସ୍ୱଳ୍ପ ତାପମାନ ତାପଜ ଲବଣାଂସ ଅପ୍‌ସାରଣ (ଏଲଟିଟିଡି) ପ୍ଲାଣ୍ଟ ମଧ୍ୟ କାଡମାଟ୍‌ଠାରେ ଉଦ୍‌ଘାଟନ କରିଛନ୍ତି । ଏହା ପ୍ରତିଦିନ ୧.୫ଲକ୍ଷ ଲିଟର ସ୍ୱଚ୍ଛ ଜଳ ଉତ୍ପାଦନ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଆଗଟି ଓ ମିନିକୟ ଦୀପରେ ଘରୋଇ ଜଳଯୋଗାଣ ବ୍ୟବସ୍ଥା (ଏଫଏଚଟିସି)କୁ ଉଦ୍‌ଘାଟନ କରିଛନ୍ତି । ଏକ ପ୍ରବାଳ ଦ୍ୱୀପ ହୋଇ ଥିବାରୁ ଜଳ ପରିବହନ ଲାକ୍ଷାଦ୍ୱୀପରେ ଏକ ବିରାଟ ସମସ୍ୟା ଥିଲା । ସେଠରରେ ଭୂତଳ ଜଳ ଖୁବ୍ କମ୍ ଉପଲବ୍ଧ । ଏହି ପାନୀୟ ଜଳ ପ୍ରକଳ୍ପ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକର ବିଭବର ବିକାଶ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

 ଅନ୍ୟାନ୍ୟ ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ କାଭାରା୍‌ଟିର ସୌରପ୍ରକଳ୍ପ, ଯାହା ପ୍ରଥମ ବ୍ୟାଟେରୀ ଭତତ୍ତିକ ସୌରଶକ୍ତି ପ୍ରକଳ୍ପ ହୋଇପାରିଛି । ଏହା ଡିଜେଲ ଭିତ୍ତିକ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ କମ୍ ନିର୍ଭରଶୀଳ ହେବ। ଯାହା ଭାରତୀୟ ରିଜର୍ଭ ବାଟାଲିୟନ ପରିସରରେ କାର୍ଯ୍ୟକାରୀ ହେଉଛି । 

 

ପ୍ରଧାନମନ୍ତ୍ରୀ କାଲପେନୀଠାରେ ପ୍ରାଥମିକ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରର ଶିଳାନ୍ୟାସ କରିବା ସହ ପାଂଚଟି ଦ୍ୱୀପ ଯଥା ଆଣ୍ଡ୍ରୋଥ‌, ଚେଟଲାଟ, କାଡମଟ, ଅଗାଟୀ ଏବଂ ମିନିକୟରେ ପାଂଚଟି ଅଙ୍ଗନବାଡି କେନ୍ଦ୍ର (ନନ୍ଦଘର)ର ଶିଳାନ୍ୟାସ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.