ଭାରତ ଜ୍ଞାନ ଏବଂ ଦକ୍ଷତାର ଦେଶ; ଏହି ବୌଦ୍ଧିକ ଶକ୍ତି ଆମର ସର୍ବଶ୍ରେଷ୍ଠ ଶକ୍ତି: ପ୍ରଧାନମନ୍ତ୍ରୀ
ଆଇଟିଆଇଗୁଡ଼ିକ କେବଳ ଶିଳ୍ପ ଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ନୁହେଁ, ବରଂ ଏକ ଆତ୍ମନିର୍ଭରଶୀଳ ଭାରତର କର୍ମଶାଳା ମଧ୍ୟ: ପ୍ରଧାନମନ୍ତ୍ରୀ
ପିଏମ୍-ସେତୁ ଯୋଜନା ଭାରତର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ଚାହିଦା ସହିତ ଯୋଡ଼ିବ: ପ୍ରଧାନମନ୍ତ୍ରୀ
ଭାରତ ରତ୍ନ କର୍ପୁରୀ ଠାକୁରଜୀ ତାଙ୍କର ସମଗ୍ର ଜୀବନ ସମାଜସେବା ଏବଂ ଶିକ୍ଷାର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ନାମରେ ପ୍ରତିଷ୍ଠିତ ହେଉଥିବା ଦକ୍ଷତା ବିଶ୍ୱବିଦ୍ୟାଳୟ ସେହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ: ପ୍ରଧାନମନ୍ତ୍ରୀ
ଯୁବପିଢ଼ିଙ୍କ ସାମର୍ଥ୍ୟ ବୃଦ୍ଧି କରିବା ଦ୍ୱାରା ଦେଶ ମଜବୁତ ହୁଏ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଦକ୍ଷତା ସମାବର୍ତ୍ତନ ସମାରୋହରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଲକ୍ଷ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀ, ବିହାରର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କିଛି ବର୍ଷ ପୂର୍ବେ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଧରଣର ସମାବର୍ତ୍ତନ ସମାରୋହ ଆୟୋଜନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଆଜି ସେହି ପରମ୍ପରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ସମାରୋହ ଭାରତ ଦକ୍ଷତା ବିକାଶକୁ ଦେଇଥିବା ପ୍ରାଥମିକତାର ପ୍ରତୀକ । ସେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ଦୁଇଟି ପ୍ରମୁଖ ପଦକ୍ଷେପ ଆରମ୍ଭ କରିବାର ଘୋଷଣା କରିଥିଲେ। ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ୬୦ ହଜାର କୋଟି ଟଙ୍କାର ପିଏମ ସେତୁ ଯୋଜନା ଅଧୀନରେ, ଆଇଟିଆଇ ଗୁଡ଼ିକ ଏବେ ଶିଳ୍ପ ସହିତ ଅଧିକ ଘନିଷ୍ଠ ଭାବରେ ସଂଯୁକ୍ତ ହେବ। ସେ ଆହୁରି ମଧ୍ଯ କହିଥିଲେ ଯେ ଆଜି ଦେଶବ୍ୟାପୀ ନବୋଦୟ ବିଦ୍ୟାଳୟ ଏବଂ ଏକଲବ୍ୟ ମଡେଲ ସ୍କୁଲରେ ୧,୨୦୦ ଦକ୍ଷତା ପ୍ରୟୋଗଶାଳା ଉଦଘାଟନ କରାଯାଇଛି।

 

ଶ୍ରୀ ମୋଦୀ ବ୍ୟାଖ୍ୟା କରିଥିଲେ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ଯୋଜନା ଥିଲା ବିଜ୍ଞାନ ଭବନରେ ଏକ ସମାବର୍ତ୍ତନ ସମାରୋହ ଆୟୋଜନ କରିବା। ତଥାପି, ଶ୍ରୀ ନୀତିଶ କୁମାରଙ୍କ ପ୍ରସ୍ତାବ ସହିତ, ଏହି କାର୍ଯ୍ୟକ୍ରମକୁ ଏକ ବଡ଼ ଉତ୍ସବ ଭାବରେ ପରିଣତ କରିବା, ଏହା ଏକ ମହାନ କାର୍ଯ୍ୟକ୍ରମରେ ପରିଣତ ହେଲା, ଯେପରି - "ସୁନା ଅଳଙ୍କାରରେ ସଜ୍ଜିତ ଏକ ବାକ୍ସ"। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବିହାରର ଯୁବକମାନଙ୍କ ପାଇଁ ଏହି ମଞ୍ଚରୁ ଅନେକ ଯୋଜନା ଏବଂ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରେ ବିହାରରେ ଏକ ନୂତନ ଦକ୍ଷତା ତାଲିମ ବିଶ୍ୱବିଦ୍ୟାଳୟ ସ୍ଥାପନ, ଅନ୍ୟ ବିଶ୍ୱବିଦ୍ୟାଳୟରେ ସୁବିଧାର ବିସ୍ତାର, ଏକ ନୂତନ ଯୁବ ଆୟୋଗ ଗଠନ ଏବଂ ହଜାର ହଜାର ଯୁବକଙ୍କୁ ସ୍ଥାୟୀ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ ଅନ୍ତର୍ଭୁକ୍ତ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ବିହାରର ଯୁବକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରେ।

ବିହାରରେ ମହିଳାମାନଙ୍କ ପାଇଁ ନିଯୁକ୍ତି ଏବଂ ସ୍ୱାବଲମ୍ବନ ଉପରେ କେନ୍ଦ୍ରିତ ସାମ୍ପ୍ରତିକ ବଡ଼ କାର୍ଯ୍ୟକ୍ରମକୁ ମନେ ପକାଇ, ଯେଉଁଥିରେ ଲକ୍ଷ ଲକ୍ଷ ଭଉଣୀ ଯୋଗ ଦେଇଥିଲେ, ଶ୍ରୀ ମୋଦୀ କହିଥିଲେ ଯେ ବିହାରରେ ଯୁବ ସଶକ୍ତିକରଣ ପାଇଁ ଆଜିର ମହାନ କାର୍ଯ୍ୟକ୍ରମ ରାଜ୍ୟର ଯୁବକ ଏବଂ ମହିଳାମାନଙ୍କ ପାଇଁ ତାଙ୍କ ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରେ।

ଭାରତ ଜ୍ଞାନ ଏବଂ ଦକ୍ଷତାର ଦେଶ ଏବଂ ବୌଦ୍ଧିକ ଶକ୍ତି ଏହାର ସର୍ବଶ୍ରେଷ୍ଠ ସମ୍ପତ୍ତି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଦକ୍ଷତା ଏବଂ ଜ୍ଞାନ ଜାତୀୟ ଆବଶ୍ୟକତା ସହିତ ସମନ୍ୱିତ ହୁଏ ଏବଂ ସେଗୁଡ଼ିକୁ ପୂରଣ କରିବାରେ ଯୋଗଦାନ ଦିଏ, ସେମାନଙ୍କର ପ୍ରଭାବ ବହୁଗୁଣିତ ହୁଏ। ଏକବିଂଶ ଶତାବ୍ଦୀ ଦେଶର ଆବଶ୍ୟକତା ସହିତ ସ୍ଥାନୀୟ ପ୍ରତିଭା, ସ୍ଥାନୀୟ ସମ୍ବଳ, ସ୍ଥାନୀୟ ଦକ୍ଷତା ଏବଂ ସ୍ଥାନୀୟ ଜ୍ଞାନର ଦ୍ରୁତ ବିକାଶ ଦାବି କରେ। ଏହି ମିଶନରେ ହଜାର ହଜାର ଆଇଟିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଆଇଟିଆଇଗୁଡ଼ିକ ପ୍ରାୟ ୧୭୦ଟି ଟ୍ରେଡରେ ତାଲିମ ପ୍ରଦାନ କରନ୍ତି ଏବଂ ଗତ ୧୧ ବର୍ଷ ମଧ୍ୟରେ ୧୫ ନିୟୁତରୁ ଅଧିକ ଯୁବକ ଏହି ବିଷୟଗୁଡ଼ିକରେ ତାଲିମ ପାଇ ବିଭିନ୍ନ କ୍ଷେତ୍ରରେ ବୈଷୟିକ ଯୋଗ୍ୟତା ହାସଲ କରିଛନ୍ତି। ସେ ଗର୍ବର ସହ କହିଥିଲେ ଏହି ଦକ୍ଷତାଗୁଡ଼ିକ ସ୍ଥାନୀୟ ଭାଷାରେ ପ୍ରଦାନ କରାଯାଏ, ଯାହା ଦ୍ବାରା ସହଜରେ ଭଲଭାବେ ବୁଝିହୁଏ । ଏହି ବର୍ଷ, ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଖିଳ ଭାରତୀୟ ଟ୍ରେଡ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସମୟରେ ସେମାନଙ୍କ ମଧ୍ୟରୁ ୪୫ରୁ ଅଧିକଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଥିଲେ।

 

ଏହି ଅବସରରେ ଗର୍ବ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ଗ୍ରାମୀଣ ଏବଂ ଦୂରଦୂରାନ୍ତ ଅଞ୍ଚଳରୁ ପୁରସ୍କାରପ୍ରାପ୍ତଙ୍କ ସଂଖ୍ୟା ବହୁଗୁଣିତ ହୋଇଛି । ସେ ସେମାନଙ୍କ ମଧ୍ୟରେ ଝିଅ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଉପସ୍ଥିତି ଉପରେ ଆଲୋକପାତ କରିଥିଲେ ଏବଂ ନିଷ୍ଠା ଏବଂ କଠିନ ପରିଶ୍ରମ ମାଧ୍ୟମରେ ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତର ଆଇଟିଆଇଗୁଡ଼ିକ କେବଳ ଶିଳ୍ପ ଶିକ୍ଷା ପାଇଁ ଅଗ୍ରଣୀ ପ୍ରତିଷ୍ଠାନ ନୁହେଁ, ବରଂ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଗୋଟିଏ ଗୋଟିଏ କର୍ମଶାଳା ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସରକାର ଆଇଟିଆଇ ସଂଖ୍ୟା ବୃଦ୍ଧି କରିବା ଏବଂ ସେଗୁଡ଼ିକୁ ନିରନ୍ତର ଅପଗ୍ରେଡ୍ କରିବା ଉପରେ ଧ୍ୟାନ ଦେଉଛନ୍ତି। ୨୦୧୪ ପର୍ଯ୍ୟନ୍ତ ଦେଶରେ କେବଳ ୧୦,୦୦୦ଆଇଟିଆଇ ଥିଲା କିନ୍ତୁ ଗତ ଦଶନ୍ଧିରେ ପ୍ରାୟ ୫,୦୦୦ ନୂତନ ଆଇଟିଆଇ ସ୍ଥାପନ କରାଯାଇଛି। ବର୍ତ୍ତମାନର ଶିଳ୍ପ ଦକ୍ଷତା ଆବଶ୍ୟକତା ପୂରଣ କରିବା ଏବଂ ଆଗାମୀ ଦଶ ବର୍ଷରେ ଭବିଷ୍ୟତର ଚାହିଦାକୁ ପୂର୍ବାନୁମାନ କରିବା ପାଇଁ ଆଇଟିଆଇ ନେଟୱାର୍କ ପ୍ରସ୍ତୁତ କରାଯାଉଛି। ଏହି ସଂଯୋଜନକୁ ସୁଦୃଢ଼ କରିବା ପାଇଁ, ଶିଳ୍ପ ଏବଂ ଆଇଟିଆଇ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯାଉଛି।" ସେ ‘ପ୍ରଧାନମନ୍ତ୍ରୀ ସେତୁ ଯୋଜନା’ ଆରମ୍ଭ କରିବାର ଘୋଷଣା କରିଥିଲେ, ଯାହା ସାରା ଭାରତରେ ୧୦୦୦ରୁ ଅଧିକ ଆଇଟିଆଇ ପ୍ରତିଷ୍ଠାନକୁ ଲାଭବାନ କରିବ। ଏହି ପଦକ୍ଷେପ ମାଧ୍ୟମରେ, ନୂତନ ଯନ୍ତ୍ରପାତି, ଶିଳ୍ପ ତାଲିମ ବିଶେଷଜ୍ଞ ଏବଂ ବର୍ତ୍ତମାନ ଓ ଭବିଷ୍ୟତର ଦକ୍ଷତା ଚାହିଦା, ପ୍ରାସଙ୍ଗିକ ପାଠ୍ୟକ୍ରମ ସହିତ ଆଇଟିଆଇଗୁଡ଼ିକୁ ଅପଗ୍ରେଡ୍ କରାଯିବ। ଶ୍ରୀ ମୋଦୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଭାରତୀୟ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ଆବଶ୍ୟକତା ସହିତ ମଧ୍ୟ ଯୋଡ଼ିବ।"

ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବିହାରର ହଜାର ହଜାର ଯୁବକଙ୍କ ବିଷୟରେ ଶ୍ରୀ ମୋଦୀ କହିଛନ୍ତି ଯେ ଆଜିର ପିଢ଼ି ହୁଏତ ସମ୍ପୂର୍ଣ୍ଣ ବୁଝି ପାରିବେ ନାହିଁ ଯେ ଅଢ଼େଇ ଦଶନ୍ଧି ପୂର୍ବରୁ ବିହାରରେ ଶିକ୍ଷା ବ୍ୟବସ୍ଥା କିପରି ଭୁଶୁଡ଼ି ପଡ଼ିଥିଲା। ନା ଭଲ ଭାବରେ ସ୍କୁଲ ଖୋଲାଯାଉଥିଲା, ନା ନିଯୁକ୍ତି ଦିଆଯାଉଥିଲା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲାମାନେ ସ୍ଥାନୀୟ ଅଂଚଳରେ ପାଠ ପଢ଼ନ୍ତୁ ଏବଂ ପ୍ରଗତି କରନ୍ତୁ। ତଥାପି, ଲକ୍ଷ ଲକ୍ଷ ପିଲା ବିହାର ଛାଡି ବାରାଣସୀ, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହୋଇଥିଲେ। ସେ ଏହାକୁ ପ୍ରବାସର ପ୍ରକୃତ ଆରମ୍ଭ ବୋଲି କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ଯେଉଁ ଗଛର ମୂଳ ପଚି ଯାଇଛି ତାକୁ ପୁନର୍ଜୀବିତ କରିବା ଏକ କଷ୍ଟକର କାର୍ଯ୍ୟ ଏବଂ ସେ ବିରୋଧୀଙ୍କ କୁଶାସନରେ ବିହାରର ପରିସ୍ଥିତିକୁ ଏପରି ଏକ ଗଛ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ ସୌଭାଗ୍ୟବଶତଃ, ବିହାରର ଲୋକମାନେ ଶ୍ରୀ ନୀତିଶ କୁମାରଙ୍କୁ ଶାସନ ଦାୟିତ୍ୱ ଅର୍ପଣ କରିଥିଲେ ଏବଂ ସମଗ୍ର ମେଣ୍ଟ ସରକାର ଦଳ ମିଶି ବିଚଳିତ ବ୍ୟବସ୍ଥାକୁ ପୁନର୍ବାର ଟ୍ରାକକୁ ଆଣିବା ପାଇଁ କାମ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ସେହି ପରିବର୍ତ୍ତନର ଏକ ଝଲକ ପ୍ରଦାନ କରେ।

ଆଜିର କୌଶଳ ଦୀକ୍ଷାନ୍ତ ସମାରୋହରେ ବିହାରକୁ ଏକ ନୂତନ ଦକ୍ଷତା ବିଶ୍ୱବିଦ୍ୟାଳୟର ଉପହାର ଦିଆଯାଇଥିବାରୁ ସେଥିରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏହି ବିଶ୍ୱବିଦ୍ୟାଳୟକୁ ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ନାମରେ ନାମିତ କରିଛନ୍ତି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ରତ୍ନ କର୍ପୁରୀ ଠାକୁର ତାଙ୍କ ସମଗ୍ର ଜୀବନକୁ ଜନସେବା ଏବଂ ଶିକ୍ଷା ପ୍ରସାର ପାଇଁ ଉତ୍ସର୍ଗ କରିଥିଲେ, ସମାଜର ସବୁଠାରୁ ବଞ୍ଚିତ ବର୍ଗର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ନାମରେ ନାମିତ କୌଶଳ ବିଶ୍ୱବିଦ୍ୟାଳୟ ଏହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ବିହାରରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଧୁନିକୀକରଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ, ଆଇଆଇଟି ପାଟନାରେ ଭିତ୍ତିଭୂମି ବିସ୍ତାର ଆରମ୍ଭ ହୋଇଛି ଏବଂ ବିହାରରେ ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ଆଧୁନିକୀକରଣ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀ ମୋଦୀ ଘୋଷଣା କରିଥିଲେ ଏନଆଇଟି ପାଟନାର ବିହତା କ୍ୟାମ୍ପସ ଏବେ ପ୍ରତିଭାବାନ ଛାତ୍ରମାନଙ୍କ ପାଇଁ ଖୋଲା ଅଛି। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ପାଟନା ବିଶ୍ୱବିଦ୍ୟାଳୟ, ଭୂପେନ୍ଦ୍ର ମଣ୍ଡଳ ବିଶ୍ୱବିଦ୍ୟାଳୟ, ଛାପ୍ରାରେ ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ଏବଂ ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷା ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ବିହାରର ଯୁବକ ଯୁବତୀଙ୍କ ଉପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଶିକ୍ଷାର ଆର୍ଥିକ ବୋଝ ହ୍ରାସ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରମାନେ ଯେପରି ଉଚ୍ଚଶିକ୍ଷା ଫିସ୍ ଦେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପ୍ରୟାସ କରାଯାଉଛି। ସେ କହିଛନ୍ତି ଯେ ବିହାର ସରକାର ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ କରୁଛି ଏବଂ ବର୍ତ୍ତମାନ ଏହି ଯୋଜନା ଅଧୀନରେ ଶିକ୍ଷା ଋଣକୁ ସୁଧମୁକ୍ତ କରିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ପରିମାଣ ୧୮୦୦ ଟଙ୍କାରୁ ୩୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

 

ଶ୍ରୀ ମୋଦୀ କହିଥିଲେ ଯେ ଯେଉଁ ଗଛର ମୂଳ ପଚି ଯାଇଛି ତାକୁ ପୁନର୍ଜୀବିତ କରିବା ଏକ କଷ୍ଟକର କାର୍ଯ୍ୟ ଏବଂ ସେ ବିରୋଧୀଙ୍କ କୁଶାସନରେ ବିହାରର ପରିସ୍ଥିତିକୁ ଏପରି ଏକ ଗଛ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ ସୌଭାଗ୍ୟବଶତଃ, ବିହାରର ଲୋକମାନେ ଶ୍ରୀ ନୀତିଶ କୁମାରଙ୍କୁ ଶାସନ ଦାୟିତ୍ୱ ଅର୍ପଣ କରିଥିଲେ ଏବଂ ସମଗ୍ର ମେଣ୍ଟ ସରକାର ଦଳ ମିଶି ବିଚଳିତ ବ୍ୟବସ୍ଥାକୁ ପୁନର୍ବାର ଟ୍ରାକକୁ ଆଣିବା ପାଇଁ କାମ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ସେହି ପରିବର୍ତ୍ତନର ଏକ ଝଲକ ପ୍ରଦାନ କରେ।

ଆଜିର କୌଶଳ ଦୀକ୍ଷାନ୍ତ ସମାରୋହରେ ବିହାରକୁ ଏକ ନୂତନ ଦକ୍ଷତା ବିଶ୍ୱବିଦ୍ୟାଳୟର ଉପହାର ଦିଆଯାଇଥିବାରୁ ସେଥିରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏହି ବିଶ୍ୱବିଦ୍ୟାଳୟକୁ ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ନାମରେ ନାମିତ କରିଛନ୍ତି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ରତ୍ନ କର୍ପୁରୀ ଠାକୁର ତାଙ୍କ ସମଗ୍ର ଜୀବନକୁ ଜନସେବା ଏବଂ ଶିକ୍ଷା ପ୍ରସାର ପାଇଁ ଉତ୍ସର୍ଗ କରିଥିଲେ, ସମାଜର ସବୁଠାରୁ ବଞ୍ଚିତ ବର୍ଗର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ନାମରେ ନାମିତ କୌଶଳ ବିଶ୍ୱବିଦ୍ୟାଳୟ ଏହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ବିହାରରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଧୁନିକୀକରଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ, ଆଇଆଇଟି ପାଟନାରେ ଭିତ୍ତିଭୂମି ବିସ୍ତାର ଆରମ୍ଭ ହୋଇଛି ଏବଂ ବିହାରରେ ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ଆଧୁନିକୀକରଣ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀ ମୋଦୀ ଘୋଷଣା କରିଥିଲେ ଏନଆଇଟି ପାଟନାର ବିହତା କ୍ୟାମ୍ପସ ଏବେ ପ୍ରତିଭାବାନ ଛାତ୍ରମାନଙ୍କ ପାଇଁ ଖୋଲା ଅଛି। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ପାଟନା ବିଶ୍ୱବିଦ୍ୟାଳୟ, ଭୂପେନ୍ଦ୍ର ମଣ୍ଡଳ ବିଶ୍ୱବିଦ୍ୟାଳୟ, ଛାପ୍ରାରେ ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ଏବଂ ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷା ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ବିହାରର ଯୁବକ ଯୁବତୀଙ୍କ ଉପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଶିକ୍ଷାର ଆର୍ଥିକ ବୋଝ ହ୍ରାସ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରମାନେ ଯେପରି ଉଚ୍ଚଶିକ୍ଷା ଫିସ୍ ଦେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପ୍ରୟାସ କରାଯାଉଛି। ସେ କହିଛନ୍ତି ଯେ ବିହାର ସରକାର ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ କରୁଛି ଏବଂ ବର୍ତ୍ତମାନ ଏହି ଯୋଜନା ଅଧୀନରେ ଶିକ୍ଷା ଋଣକୁ ସୁଧମୁକ୍ତ କରିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ପରିମାଣ ୧୮୦୦ ଟଙ୍କାରୁ ୩୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

 

ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଏବଂ ବିହାର ଏପରି ରାଜ୍ୟ ମଧ୍ୟରୁ ଗୋଟିଏ ଯେଉଁଠାରେ ଯୁବପିଢ଼ିଙ୍କ ଅନୁପାତ ସର୍ବାଧିକ। ଯେତେବେଳେ ବିହାରର ଯୁବକ ଯୁବତୀଙ୍କ କ୍ଷମତା ବୃଦ୍ଧି ପାଏ, ସେତେବେଳେ ଦେଶର ଶକ୍ତି ମଧ୍ୟ ବୃଦ୍ଧି ପାଏ। ତାଙ୍କ ସରକାର ବିହାରର ଯୁବକ ଯୁବତୀଙ୍କୁ ସଶକ୍ତ କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛି।" ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ପୂର୍ବ ବିରୋଧୀ ସରକାର ତୁଳନାରେ ବିହାରର ଶିକ୍ଷା ବଜେଟ୍ ବହୁ ଗୁଣ ବୃଦ୍ଧି ପାଇଛି। ଆଜି, ବିହାରର ପ୍ରାୟ ପ୍ରତ୍ୟେକ ଗ୍ରାମ ଏବଂ ପଡ଼ାରେ ଗୋଟିଏ ସ୍କୁଲ ଅଛି ଏବଂ ଇଞ୍ଜିନିୟରିଂ ଏବଂ ମେଡିକାଲ୍ କଲେଜ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସେ କହିଥିଲେ ଯେ କେନ୍ଦ୍ର ସରକାର ବର୍ତ୍ତମାନ ବିହାରର ୧୯ଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ମଞ୍ଜୁର କରିଛନ୍ତି।  ଗୋଟିଏ ସମୟ ଥିଲା ଯେତେବେଳେ ବିହାରରେ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ଭିତ୍ତିଭୂମିର ଅଭାବ ଥିଲା, କିନ୍ତୁ ଆଜି ରାଜ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରୁଛି।

ଗତ ଦୁଇ ଦଶନ୍ଧିରେ ବିହାର ସରକାର ରାଜ୍ୟ ଭିତରେ ୫୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ସୁଯୋଗ ସହିତ ଯୋଡ଼ିଛନ୍ତି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି। କେବଳ ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିହାରର ଯୁବକମାନଙ୍କୁ ପ୍ରାୟ ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରାଯାଇଛି। ସେ ଶିକ୍ଷା ବିଭାଗକୁ ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଶିକ୍ଷକଙ୍କ ବଡ଼ ଧରଣର ନିଯୁକ୍ତି ଚାଲିଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ବିହାରରେ ୨.୫ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛି ଏବଂ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।

ବିହାର ସରକାର ବର୍ତ୍ତମାନ ନୂତନ ଲକ୍ଷ୍ୟ ସହିତ କାର୍ଯ୍ୟ କରୁଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟ ଗତ ଦୁଇ ଦଶନ୍ଧିରେ ସୃଷ୍ଟି ହୋଇଥିବା ସଂଖ୍ୟା ତୁଳନାରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଇଗୁଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସଂକଳ୍ପ ସ୍ପଷ୍ଟ - ବିହାରର ଯୁବକମାନେ ବିହାରରେ ନିଯୁକ୍ତି ଏବଂ କାମ କରିବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବିହାରର ଯୁବକମାନଙ୍କ ପାଇଁ ଦ୍ୱିଗୁଣିତ ଲାଭର ସମୟ। ସେ ଦେଶବ୍ୟାପୀ ଚାଲିଥିବା ଜିଏସଟି ବଚତ ମହୋତ୍ସବ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେୟାର କରିଥିଲେ ଯେ ବାଇକ୍ ଏବଂ ସ୍କୁଟର ଉପରେ ଜିଏସଟି ହ୍ରାସ ଯୋଗୁଁ ବିହାରର ଯୁବକମାନଙ୍କ ମଧ୍ୟରେ ଆନନ୍ଦର ଭାବନା ରହିଛି। ଅନେକ ଯୁବକ ଧନତେରସରେ ଏହି କ୍ରୟ କରିବାକୁ ଯୋଜନା ମଧ୍ୟ କରିଛନ୍ତି। ଶ୍ରୀ ମୋଦୀ ବିହାର ଏବଂ ଦେଶର ଯୁବକମାନଙ୍କୁ ସେମାନଙ୍କର ଅଧିକାଂଶ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପାଇଁ ଅଭିନନ୍ଦନ ଜଣାଇଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, "ଦକ୍ଷତା ବୃଦ୍ଧି ପାଇବା ସହିତ, ଏକ ଦେଶ ଆତ୍ମନିର୍ଭରଶୀଳ ହୁଏ, ରପ୍ତାନି ବୃଦ୍ଧି ପାଏ ଏବଂ ନିଯୁକ୍ତି ସୁଯୋଗ ବିସ୍ତାର ହୁଏ। ୨୦୧୪ ପୂର୍ବରୁ, ଭାରତକୁ "ଦୁର୍ବଳ ପାଞ୍ଚ" ଅର୍ଥନୀତି ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଥିଲା, ଯେଉଁଠାରେ ଅଭିବୃଦ୍ଧି ହାର କମ୍ ଥିଲା ଏବଂ ନିଯୁକ୍ତି ସୃଷ୍ଟି ସୀମିତ ଥିଲା। ଆଜି, ଭାରତ ଉତ୍ପାଦନ ଏବଂ ନିଯୁକ୍ତିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ଶ୍ରେଷ୍ଠ ତିନୋଟି ବିଶ୍ୱ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବାକୁ ପ୍ରସ୍ତୁତ।" ଶ୍ରୀ ମୋଦୀ ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଉତ୍ପାଦନ ଏବଂ ରପ୍ତାନିରେ ଅଭୂତପୂର୍ବ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଏହି ଅଭିବୃଦ୍ଧି ବଡ଼ ଶିଳ୍ପ ଏବଂ ଏମଏସଏମଇରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୃଷ୍ଟି କରିଛି, ଯାହା ଆଇଟିଆଇ-ପ୍ରଶିକ୍ଷିତ ଯୁବକମାନଙ୍କ ସମେତ ସମସ୍ତଙ୍କୁ ଲାଭ ଦେଇଛି। ମୁଦ୍ରା ଯୋଜନା ଲକ୍ଷ ଲକ୍ଷ ଯୁବକଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ବିକାଶଶୀଳ ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି, ଯାହା ପ୍ରାୟ ୩୫ ନିୟୁତ ଯୁବକ ଯୁବତୀଙ୍କୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇବାରେ ସାହାଯ୍ୟ କରିବ।

ଦେଶର ପ୍ରତ୍ୟେକ ଯୁବକ ଯୁବତୀଙ୍କ ପାଇଁ ଏହା ସୁଯୋଗର ସମୟ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅନେକ ଜିନିଷର ବିକଳ୍ପ ଥାଇପାରେ, କିନ୍ତୁ ଦକ୍ଷତା, ନବସୃଜନ ଏବଂ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହିତ କହିଥିଲେ ଯେ ଏହି ସମସ୍ତ ଗୁଣ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଅନ୍ତର୍ନିହିତ ଏବଂ ସେମାନଙ୍କର ଶକ୍ତି ଏକ ବିକାଶଶୀଳ ଭାରତର ଶକ୍ତି ହେବ, ଏବଂ ସମସ୍ତଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଶ୍ରୀ ରାଜୀବ ରଞ୍ଜନ ସିଂହ, ଶ୍ରୀ ସୁକାନ୍ତ ମଜୁମଦାର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ଯୁବ ବିକାଶ ପଦକ୍ଷେପରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ସାରା ଦେଶରେ ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗକୁ ଏକ ନିର୍ଣ୍ଣାୟକ ପ୍ରୋତ୍ସାହନ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଆୟୋଜିତ ଜାତୀୟ ଦକ୍ଷତା ସମାବର୍ତ୍ତନର ଚତୁର୍ଥ ସଂସ୍କରଣ, କୌଶଳ ଦୀକ୍ଷାନ୍ତ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଶିଳ୍ପ ତାଲିମ ପ୍ରତିଷ୍ଠାନରୁ ୪୬ ଜଣ ସର୍ବଭାରତୀୟ ଟପ୍ପରଙ୍କୁ ସମ୍ମାନିତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ୬୦,୦୦୦ କୋଟି ଟଙ୍କାର ନିବେଶ ସହିତ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପିଏମ-ସେତୁ (ଉନ୍ନତ ଆଇଟିଆଇ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ଏବଂ ନିଯୁକ୍ତି ପରିବର୍ତ୍ତନ) ଆରମ୍ଭ କରିଥିଲେ। ଏହି ଯୋଜନାରେ ଦେଶବ୍ୟାପୀ ଏକ ହଜାର ସରକାରୀ ଆଇଟିଆଇକୁ ଏକ ହବ୍-ଏଣ୍ଡ-ସ୍ପୋକ୍ ମଡେଲରେ ଅପଗ୍ରେଡ୍ କରିବାର ପରିକଳ୍ପନା କରାଯାଇଛି, ଯେଉଁଥିରେ ୨୦୦ ହବ୍ ଆଇଟିଆଇ ଏବଂ ୮୦୦ ସ୍ପୋକ୍ ଆଇଟିଆଇ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ହବ୍ ହାରାହାରି ଚାରୋଟି ସ୍ପୋକ୍ ସହିତ ସଂଯୁକ୍ତ ହେବ, ଯାହା ଉନ୍ନତ ଭିତ୍ତିଭୂମି, ଆଧୁନିକ ବାଣିଜ୍ୟ, ଡିଜିଟାଲ୍ ଶିକ୍ଷଣ ବ୍ୟବସ୍ଥା ଏବଂ ଇନକ୍ୟୁବେସନ୍ ସୁବିଧା ସହିତ ସଜ୍ଜିତ କ୍ଲଷ୍ଟର ସୃଷ୍ଟି କରିବ। ଆଙ୍କର ଶିଳ୍ପ ସଂସ୍ଥାମାନେ ଏହି କ୍ଲଷ୍ଟରଗୁଡ଼ିକୁ ପରିଚାଳନା କରିବେ, ବଜାର ଚାହିଦା ସହିତ ସମାନ ଫଳାଫଳ-ଭିତ୍ତିକ ଦକ୍ଷତା ବିକାଶ ସୁନିଶ୍ଚିତ କରିବେ। ଏହି ହବ୍ଗୁଡ଼ିକରେ ନବସୃଜନ କେନ୍ଦ୍ର, ପ୍ରଶିକ୍ଷକ ତାଲିମ ସୁବିଧା, ଉତ୍ପାଦନ ୟୁନିଟ୍ ଏବଂ ପ୍ଲେସମେଣ୍ଟ ସେବା ମଧ୍ୟ ରହିବ। ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ପର୍ଯ୍ୟାୟରେ, ପାଟନା ଏବଂ ଦରଭଙ୍ଗାରେ ଆଇଟିଆଇ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବ।

 

ପ୍ରଧାନମନ୍ତ୍ରୀ ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୪୦୦ ନବୋଦୟ ବିଦ୍ୟାଳୟ ଏବଂ ୨୦୦ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ପ୍ରତିଷ୍ଠିତ ୧,୨୦୦ ବୃତ୍ତିଗତ ଦକ୍ଷତା ପ୍ରୟୋଗଶାଳା ଉଦଘାଟନ କରିଥିଲେ। ଏହି ପ୍ରୟୋଗଶାଳାଗୁଡ଼ିକ ଦୂରଦୂରାନ୍ତ ଏବଂ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ସମେତ ଆଇଟି, ଅଟୋମୋଟିଭ୍, କୃଷି, ଇଲେକ୍ଟ୍ରୋନିକ୍ସ, ଲଜିଷ୍ଟିକ୍ସ ଏବଂ ପର୍ୟ୍ୟଟନ ସମେତ ୧୨ଟି ଉଚ୍ଚ-ଚାହିଦା କ୍ଷେତ୍ର ପାଇଁ ଉପଯୋଗୀ ତାଲିମ ପ୍ରଦାନ କରିବେ। ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ସିବିଏସଇ ପାଠ୍ୟକ୍ରମ ସହିତ ସଙ୍ଗଠିତ, ଏହି ପ୍ରକଳ୍ପରେ ଶିଳ୍ପ-ପ୍ରାସଙ୍ଗିକ ଶିକ୍ଷା ପ୍ରଦାନ କରିବା ଏବଂ ନିଯୁକ୍ତି ପାଇଁ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ୧,୨୦୦ ବୃତ୍ତିଗତ ଶିକ୍ଷକଙ୍କୁ ତାଲିମ ଦେବା ମଧ୍ୟ ଅନ୍ତର୍ଭୁକ୍ତ।

ଏହି କାର୍ଯ୍ୟକ୍ରମ ବିହାରରେ ପରିବର୍ତ୍ତନକାରୀ ପ୍ରକଳ୍ପଗୁଡ଼ିକ ଉପରେ ଧ୍ୟାନ ଦେବ, ଯାହା ରାଜ୍ୟର ସମୃଦ୍ଧ ଐତିହ୍ୟ ଏବଂ ଯୁବ ଜନସଂଖ୍ୟାକୁ ପ୍ରତିଫଳିତ କରିବ। ପ୍ରଧାନମନ୍ତ୍ରୀ ବିହାରର ପୁନଃନିର୍ମିତ ମୁଖ୍ୟମନ୍ତ୍ରୀ ନିଶ୍ଚିତ ସ୍ୱୟଂ ସହାୟତା ଭଟ୍ଟ ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ ପାଞ୍ଚ ଲକ୍ଷ ସ୍ନାତକ ଯୁବକ ଯୁବତୀଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ଏବଂ ଦୁଇ ବର୍ଷ ପାଇଁ ମାଗଣା ଦକ୍ଷତା ତାଲିମ ମିଳିବ। ସେ ପୁନଃରୂପାୟିତ ବିହାର ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି, ଯାହା ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧମୁକ୍ତ ଶିକ୍ଷା ଋଣ ପ୍ରଦାନ କରିବ, ଯାହା ଉଚ୍ଚଶିକ୍ଷାର ଆର୍ଥିକ ବୋଝକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ। ଏହି ଯୋଜନା ଅଧୀନରେ ୩.୯୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ୭,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣ ପାଇସାରିଛନ୍ତି। ରାଜ୍ୟରେ ଯୁବ ସଶକ୍ତିକରଣକୁ ଆହୁରି ମଜବୁତ କରିବା ପାଇଁ, ପ୍ରଧାନମନ୍ତ୍ରୀ ରାଜ୍ୟର ଯୁବ ଜନସଂଖ୍ୟାର ଶକ୍ତିକୁ ପରିଚାଳିତ କରିବା ପାଇଁ ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କ ପାଇଁ ଏକ ସାମ୍ବିଧାନିକ କମିଶନ, ବିହାର ଯୁବ କମିଶନକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ବିହାରରେ ଜନ ନାୟକ କର୍ପୁରୀ ଠାକୁର ଦକ୍ଷତା ବିଶ୍ୱବିଦ୍ୟାଳୟ ମଧ୍ୟ ଉଦଘାଟନ କରିଛନ୍ତି, ଯାହା ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କର୍ମଶକ୍ତି ପ୍ରସ୍ତୁତ କରିବା ପାଇଁ ଶିଳ୍ପ-ମୁଖୀ ପାଠ୍ୟକ୍ରମ ଏବଂ ବୃତ୍ତିଗତ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ରଖିଛି।

 

ଉଚ୍ଚଶିକ୍ଷା ସୁଯୋଗକୁ ଉନ୍ନତ କରିବାର ଦୃଷ୍ଟିକୋଣ ସହିତ ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ଜାରି ରଖି, ପ୍ରଧାନମନ୍ତ୍ରୀ ବିହାରର ଚାରୋଟି ବିଶ୍ୱବିଦ୍ୟାଳୟ, ଯଥା ପାଟନା ବିଶ୍ୱବିଦ୍ୟାଳୟ, ମାଧେପୁରାର ଭୂପେନ୍ଦ୍ର ନାରାୟଣ ମଣ୍ଡଳ ବିଶ୍ୱବିଦ୍ୟାଳୟ, ଛାପ୍ରାର ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ଏବଂ ପାଟନାର ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟରେ ନୂତନ ଶୈକ୍ଷିକ ଏବଂ ଗବେଷଣା ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୧୬୦ କୋଟି ଟଙ୍କାର ମୋଟ ଆବଣ୍ଟନ ସହିତ ଏହି ପ୍ରକଳ୍ପଗୁଡ଼ିକ ଆଧୁନିକ ଶୈକ୍ଷିକ ଭିତ୍ତିଭୂମି, ଉନ୍ନତ ପ୍ରୟୋଗଶାଳା, ଛାତ୍ରାବାସ ଏବଂ ବହୁବିଧ ଶିକ୍ଷାଦାନକୁ ସକ୍ଷମ କରି ୨୭,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବେ।

ପ୍ରଧାନମନ୍ତ୍ରୀ ଏନଆଇଟି ପାଟନାର ବିହତା କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୬,୫୦୦ ଛାତ୍ରଛାତ୍ରୀଙ୍କ କ୍ଷମତା ସହିତ, କ୍ୟାମ୍ପସରେ ଉନ୍ନତ ସୁବିଧା ରହିଛି, ଯେଉଁଥିରେ ଏକ ୫ଜି ୟୁଜ୍ କେସ୍ ଲ୍ୟାବ୍, ଇସ୍ରୋ ସହଯୋଗରେ ପ୍ରତିଷ୍ଠିତ ଏକ ଆଞ୍ଚଳିକ ମହାକାଶ ଏକାଡେମିକ୍ କେନ୍ଦ୍ର ଏବଂ ଏକ ନବସୃଜନ ଏବଂ ଇନକ୍ୟୁବେସନ୍ କେନ୍ଦ୍ର ଅନ୍ତର୍ଭୁକ୍ତ, ଯାହା ପୂର୍ବରୁ ନଅଟି ଷ୍ଟାର୍ଟ-ଅପ୍ ସମର୍ଥନ କରିସାରିଛି।

ପ୍ରଧାନମନ୍ତ୍ରୀ ବିହାର ସରକାରଙ୍କ ୪,୦୦୦ରୁ ଅଧିକ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାଳକ/ବାଳିକା ଛାତ୍ରବୃତ୍ତି ଯୋଜନା ଅଧୀନରେ ୯ମ ଏବଂ ୧୦ମ ଶ୍ରେଣୀର ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୪୫୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିଥିଲେ।

ଏହି ପଦକ୍ଷେପଗୁଡ଼ିକର ଶୁଭାରମ୍ଭ ଭାରତର ଯୁବପିଢ଼ି ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀତା ଏବଂ ଉନ୍ନତ ଭିତ୍ତିଭୂମିକୁ ସମନ୍ୱିତ କରି, ସେମାନେ ଦେଶର ପ୍ରଗତି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିହାର ଉପରେ ବିଶେଷ ଧ୍ୟାନ ଦେଇ, ରାଜ୍ୟ ଦକ୍ଷ ମାନବଶକ୍ତିର ଏକ କେନ୍ଦ୍ର ଭାବରେ ବିକଶିତ ହେବ ଏବଂ ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ବିକାଶରେ ଯୋଗଦାନ ଦେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Smartphone companies step up festive hiring

Media Coverage

Smartphone companies step up festive hiring
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets His Highness Prince Rahim Aga Khan V, discusses Strengthening Partnership with Aga Khan Development Network
September 10, 2026

The Prime Minister, Shri Narendra Modi, met His Highness Prince Rahim Aga Khan V, the 50th Imam of the Ismaili Community in New Delhi. During the meeting, Shri Modi fondly recalled the late Aga Khan IV, father of His Highness Prince Rahim Aga Khan V, and his enduring contributions to development efforts.

The Prime Minister discussed ways to further strengthen the partnership with the Aga Khan Development Network in key areas, including healthcare, agriculture, rural development, youth empowerment and women empowerment.

In a post on X, Shri Modi said;

“Happy to meet His Highness Prince Rahim Aga Khan V. Fondly recalled his father, the late Aga Khan IV and his enduring contributions to development efforts.

Discussed ways to further strengthen our partnership with the Aga Khan Development Network in healthcare, agriculture, rural development, youth and women empowerment.

@akdn”