ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
“ଉତ୍ସର୍ଗ କଲେ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର”
“ପିଏମ କିଶାନ ଅଧିନରେ ୧୭ ହଜାର କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି କଲେ”
“ଡିଜିଟାଲ ବାଣିଜ୍ୟ ମୁକ୍ତ ନେଟୱର୍କ (ଓଏନଡିସି) ପାଇଁ ୧୬୦୦ ଶହ କୃଷକ ଉତ୍ପାଦକ ସଂଗଠନର ମିଶ୍ରଣ ଆରମ୍ଭ”
“ଗନ୍ଧକ ପ୍ରଲେପଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ)ର ଶୁଭାରମ୍ଭ; ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ଓ ସାତଟିର କଲେ ଶିଳାନ୍ୟାସ”
“କେନ୍ଦ୍ର ସରକାର କୃଷକଙ୍କ କଷ୍ଟ ଓ ଆବଶ୍ୟକତାକୁ ବୁଝିଛନ୍ତି”
“ୟୁରିଆ ମୂଲ୍ୟ ଯୋଗୁ ସରକାର ଚାଷୀଙ୍କୁ ଅସୁବିଧାରେ ପଡ଼ିବାକୁ ଦେବେ ନାହିଁ, ଯେତେବେଳେ ଜଣେ ଚାଷୀ ୟୁରିଆ କିଣିବାକୁ ଯାଏ ତା’ର ବିଶ୍ୱାସ ଅଛି ଯେ ଏଥିରେ ମୋଦୀ ଗ୍ୟାରେଣ୍ଟି ରହିଛି”
“ଗ୍ରାମ ବିକଶିତ ହେଲେ ହିଁ ଭାରତ ବିକଶିତ ହେବ”
“ରାଜସ୍ଥାନର ଆଧୁନିକ ଭିତ୍ତିଭୂମି ସୃଷ୍ଟି ହେଉଛି ଆମର ଅଗ୍ରାଧିକାର”
“ସମଗ୍ର ବିଶ୍ୱରେ ରାଜସ୍ଥାନର ଗର୍ବ ଓ ଐତିହ୍ୟକୁ ଆମେ ନୂତନ ପରିଚୟ ପ୍ରଦାନ କରିବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଶିକରରେ ବିଭନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶ ପାଇଁ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେସ), ଗନ୍ଧକ ପ୍ରଲେପ ଯୁକ୍ତ ଏକ ନୂଆ କିସମର ୟୁରିଆ ‘ୟୁରିଆ ଗୋଲ୍ଡ’, ୧୬୦୦ କୃଷକ ଉତ୍ପାଦନ ସଂଗଠନକୁ ଡିଜିଟାଲ ବାଣିଜ୍ୟ ଓପନ ନେଟୱର୍କ (ଓଏନଡିସି) ସହ ମିଶ୍ରଣ, ୮.୫ କୋଟି ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମକେଆଇଏସଏଏନ) ପାଇଁ ୧୭,୦୦୦ କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି, ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ସହ ସାତଟି ମେଡିକାଲ କଲେଜର ଶିଳାନ୍ୟାସ । ୫ଟି ମେଡିକାଲ କଲେଜ ଚିତ୍ତୋରଗଡ଼, ଧୋଲପୁର, ସିରୋହୀ, ଶିକର ଓ ଶ୍ରୀଗଙ୍ଗାନଗର ଠାରେ ଉଦଘାଟିତ ହୋଇଥିବା ବେଳେ ସାତଟି ମେଡିକାଲ କଲେଜ ବରନ, ବୁନ୍ଦି, କାରାଉଲି, ଝୁନଝୁନ, ସୱାଇ ମାଧୋପୁର, ଜୈସଲମେର ଓ ଟୋଙ୍କ ଠାରେ ଶିଳାନ୍ୟାସ ହୋଇଛି । ଏହାଛଡ଼ା ଉଦୟପୁର, ବାଂଶୱାରା, ପ୍ରତାପଗଡ଼ ଓ ଡୁଙ୍ଗରପୁର ଠାରେ ଜିଲ୍ଲାରେ ଛଅଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ଯୋଧପୁରର ଟିଭ୍ରୀ ଠାରେ ମଧ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ପ୍ରଧାନମନ୍ତ୍ରୀ କରିଛନ୍ତି ।

 

ଉଦଘାଟନ ସ୍ଥଳରେ ପହଞ୍ଚôବା ପରେ ପ୍ରଧାନମନ୍ତ୍ରୀ ପିଏମ କିଶାନ ସମୃଦ୍ଧି କେନ୍ଦ୍ର ମଡେଲ ନିକଟରେ ପ୍ରଦକ୍ଷିଣ କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୋଟି କୋଟି କୃଷକଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ତୀର୍ଥଯାତ୍ରୀଙ୍କୁ ଖଟୁ ଶ୍ୟାମଜୀଙ୍କ ଭୂମି ଆଶ୍ୱସ୍ତ କରିବ ବୋଲି କହିଥିଲେ । ଶେଖାୱତି ବୀରଭୂମିରୁ ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭର ସୁଯୋଗ ପାଇଥିବା ଶ୍ରୀ ମୋଦୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସେ କୋଟି କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମ-କିଶାନ)ର କିସ୍ତି ବାବଦ ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଥିବା ପ୍ରକାଶ କରିଥିଲେ । ଦେଶରେ ଉତ୍ସର୍ଗ କରାଯାଉଥିବା ୧.୨୫ ଲକ୍ଷ କିଶାନ ସମୃଦ୍ଧି କନେ୍ଦ୍ର ସମ୍ପର୍କରେ ସୂଚନା ଦେବା ସହ ଏହା ଗ୍ରାମ ଓ ମଣ୍ଡଳ ସ୍ତରରେ କୋଟି କୋଟି କୃଷକଙ୍କ ସିଧାସଳଖ ହିତରେ ଆସିବ ବୋଲି କହିଥିଲେ । ସେ ମଧ୍ୟ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗୁଡ଼ିକୁ ଓପନ ନେଟୱର୍କ ଫର୍ ଡିଜିଟାଲ କମର୍ସ (ଓଏନଡିସି) ସହ ମିଶାଇବା ଯୋଗୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଦେଶର ଯେକୌଣସି ସ୍ଥାନରୁ ବଜାରକୁ ନେବା ସହଜ ହେବ ବୋଲି କହିଥିଲେ । ସେ ମଧ୍ୟ ‘ୟୁରିଆ ଗୋଲ୍ଡ’ର ଶୁଭାରମ୍ଭ, ନୂତନ ମେଡିକାଲ କଲେଜ ଓ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଉଦଘାଟନ ସମ୍ପର୍କରେ କହିଥିଲେ । ଆଜିର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ଓ କୋଟି କୋଟି କୃଷକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଶିକରର କୃଷକ ଓ ଶେଖାୱତି ଅଞ୍ଚଳର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରାକୃତିକ ବୈଶିଷ୍ଟ୍ୟଯୁକ୍ତ ଭୂଭାଗ ସତ୍ତ୍ୱେ ସେ ଅଞ୍ଚଳର କୃଷକ ଓ ଅନ୍ୟମାନଙ୍କ କଠିନ ପରିଶ୍ରମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ କହିଥିଲେ ଯେ ବର୍ତ୍ତମାନର କେନ୍ଦ୍ର ସରକାର କୃଷକମାନଙ୍କ କଷ୍ଟ ଓ ଆବଶ୍ୟକତାକୁ ହୃଦୟଙ୍ଗମ କରୁଛନ୍ତି । ଗତ ନଅ ବର୍ଷ ମଧ୍ୟରେ ବିହନରୁ ବଜାର ପର୍ଯ୍ୟନ୍ତ (ବିଜ୍ ସେ ବଜାର ତକ) କିପରି ବ୍ୟବସ୍ଥା ହୋଇଛି ସେ ତା’ର ବର୍ଣ୍ଣନା କରିଥିଲେ । ୨୦୧୫ ମସିହାରେ ସୁରତଗଡ଼ ଠାରେ କିପରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ ହୋଇଥିଲା ତାହାର ସେ ସ୍ମୃତିଚାରଣ କରିଥିଲେ । ଏହି ଯୋଜନା ବଳରେ କୋଟି କୋଟି ଚାଷୀ ମାଟିର ଉର୍ବରତା ନେଇ ଅବଗତ ହେବା ସହ ଅନୁକୂଳ ନିଷ୍ପତ୍ତି ନେଇ ପାରୁଛନ୍ତି । ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର ଚାଷୀମାନଙ୍କ ସମୃଦ୍ଧିରେ ସହାୟକ ହେବ । ଏହି କେନ୍ଦ୍ରଗୁଡ଼ିକ ଚାଷୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ଏକ ଦୋକାନ ଭଳି ବିକଶିତ ହେଉଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟ ଚାଷୀମାନଙ୍କୁ କୃଷି ସଂକ୍ରାନ୍ତ ଆଗୁଆ ସୂଚନା ପ୍ରଦାନ କରିବ । ଏହା ସରକାରଙ୍କୁ ମଧ୍ୟ କୃଷି ଯୋଜନା ସମ୍ପର୍କରେ ସମୟ ଅନୁସାରେ ଖବର ଦେବ । ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଏହି କେନ୍ଦ୍ରକୁ ଯାଇ ଆବଶ୍ୟକ ଜ୍ଞାନ ଆହରଣ ପାଇଁ ନିବେଦନ କରିଥିଲେ । ଚଳିତ ବର୍ଷ ଶେଷ ପୂର୍ବରୁ ଆହୁରି ୧.୭୫ ଲକ୍ଷ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେଏସ) ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ସମସ୍ତ ଆନ୍ତରିକତାର ସହ ଚାଷୀଙ୍କ ଖର୍ଚ୍ଚ କମ କରିବା ତଥା ସେମାନଙ୍କ ଦରକାର ବେଳେ ସାହାଯ୍ୟ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ପିଏମ କିଶାନ ସମ୍ମାନ ନିଧି ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ଏହା ହେଉଛି ବୃହତ୍ତମ ଯୋଜନା ଯେଉଁଠି ଚାଷୀମାନଙ୍କ ଖାତାକୁ ଅର୍ଥ ସିଧାସଳଖ ହସ୍ତାନ୍ତର ହୋଇଥାଏ । ଆଜିର ଚତୁର୍ଦଶ କିସ୍ତିକୁ ମିଶାଇଲେ ଏ ପର୍ଯର୍୍ୟନ୍ତ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ସିଧାସଳଖ ଚାଷୀମାନଙ୍କ ଖାତାକୁ ପଠାହୋଇଛି । ଦେଶରେ ୟୁରିଆ ବାବଦ ଖର୍ଚ୍ଚ କୃଷକମାନଙ୍କ ଖର୍ଚ୍ଚ ବଞ୍ଚାଇବାରେ ସରକାରଙ୍କ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । କରୋନା ବୈଶ୍ୱିକ ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସାର କ୍ଷେତ୍ରରେ ଭୟଙ୍କର ବ୍ୟତିକ୍ରକ ଦେଖା ଦେଇଥିଲେ ମଧ୍ୟ ସରକାର ତାର କୌଣସି ଅସୁବିଧା ଚାଷୀଙ୍କୁ ସାମ୍ନା କରିବାକୁ ଦେଇ ନ ଥିଲେ । ଭାରତର ଯେଉଁ ୟୁରିଆ ବସ୍ତା ପ୍ରତି ୨୬୬ ଟଙ୍କା ରହିଛି, ପାକିସ୍ତାନରେ ତାହା ୮୦୦, ବାଂଲାଦେଶରେ ୭୨୦, ଚୀନରେ ୨୧୦୦ ଓ ଆମେରିକାରେ ୩୦୦୦ ଟଙ୍କା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର କେବେ ମଧ୍ୟ ଚାଷୀମାନଙ୍କୁ ୟୁରିଆ ଦର ନେଇ ଚାଷୀଙ୍କୁ ଅସୁବିଧାରେ ପକାଇବାକୁ ଦେବେ ନାହିଁ । “ଯେତେବେଳେ କୃଷକ ୟୁରିଆ କିଣିବାକୁ ଯାଉଛି ତା’ର ବିଶ୍ୱାସ ଅଛି ଯେ ଏଥିରେ ମୋଦୀଙ୍କ ଗ୍ୟାରେଣ୍ଟି ରହିଛି ।”

 

ପ୍ରଧାନମନ୍ତ୍ରୀ ବଗଡ଼ା ଶସ୍ୟର ପ୍ରୋତ୍ସାହନ ବିଷୟ କହି ତାହାକୁ ଶ୍ରୀ ଅନ୍ନ ଭାବେ ଅଭିହିତ କରିଛନ୍ତି ବୋଲି କହି ଏହାର ଉତ୍ପାଦନ, ପ୍ରକ୍ରିୟାକରଣ ଓ ରପ୍ତାନୀ ବୃଦ୍ଧି ପାଉଛି ବୋଲି କହିଥିଲେ । ତାଙ୍କର ନିକଟରେ ଆମେରିକା ପରିଦର୍ଶନ କାଳରେ ଶ୍ରୀ ଅନ୍ନ ହ୍ୱାଇଟ ହାଉସର ନୈଶ୍ୟ ଭୋଜନରେ ସାମିଲ ଥିଲା ବୋଲି କହିଥିଲେ ।

“ଭାରତର ଗ୍ରାମଗୁଡ଼ିକ ବିକଶିତ ହେଲେ ଯାଇ ଭାରତର ବିକାଶ ହେବ । ବିକଶିତ ଗ୍ରାମ ସହ ଭାରତ ବିକଶିତ ହେବ, ସେଥିପାଇଁ ସରକାର ଗ୍ରାମଗୁଡ଼ିକୁ ସବୁ ପ୍ରକାର ସୁବିଧା ଯୋଗଇ ଦେବା ପାଇଁ ପ୍ରୟାସ କରୁଛନ୍ତି, ଯାହାକି ଏପର୍ଯ୍ୟନ୍ତ କେବଳ ସହର ପାଇଁ ଉପଲବ୍ଧ ଥିଲା” ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ଆବତାରଣା କରି ସେ କହିଥିଲେ ଯେ ନଅ ବର୍ଷ ଆଗରୁ ରାଜସ୍ଥାନରେ ମାତ୍ର ୧୦ଟି ମେଡିକାଲ କଲେଜ ଥିଲା, ତାହା ବର୍ତ୍ତମାନ ୩୫କୁ ବୃଦ୍ଧି ପାଇଛି । ଆଖପାଖରେ ଏହି ସୁବିଧା ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ମେଡିକାଲ ଛାତ୍ରଛାତ୍ରୀ ପାଇପାରିବେ । ଆଜି ଉଦଘାଟିତ ମେଡିକାଲ କଲେଜ ଓ ଆଉ ଯେଉଁଗୁଡ଼ିକର ଶିଳାନ୍ୟାସ ହୋଇଛି ତାହା ରାଜ୍ୟର ଅଧିକାଂଶ ଅଞ୍ଚଳରେ ଡାକ୍ତରୀ ଭିତ୍ତିଭୂମିର ବିକାଶ ଘଟାଇବ । ଡାକ୍ତରୀ ଶିକ୍ଷା ସହଜଲବ୍ଧ ହେବା ସହ ଏହା ମାତୃଭାଷାରେ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେଥିପାଇଁ ସମାଜର ଅବହେଳିତ ଶ୍ରେଣୀ ମଧ୍ୟ ଏହି ଶିକ୍ଷାର ସୁବିଧା ପାଇପାରିବେ । “ବର୍ତ୍ତମାନ ଗରୀବ ଲୋକର ପୁଅ ବା ଝିଅ ଡାକ୍ତରୀ ଶିକ୍ଷାରୁ ଆଉ ଇଂରାଜୀ ଜାଣି ନ ଥିବା ଯୋଗୁ ବଞ୍ଚôତ ହେବେ ନାହିଁ- ଏହା ମଧ୍ୟ ମୋଦୀଙ୍କ ଏକ ଗ୍ୟାରେଣ୍ଟି ।”

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଗ୍ରାମାଞ୍ଚଳରେ ଗରୀବ ଲୋକେ ଉତ୍ତମ ବିଦ୍ୟାଳୟ ଓ ଶିକ୍ଷା ଅଭାବରୁ ପଛରେ ପଡ଼ିଥିଲେ । ଆଦିବାସୀ ଓ ଅନଗ୍ରସର ଶ୍ରେଣୀର ପିଲାମାନେ ସେମାନଙ୍କ ସ୍ୱପ୍ନ ସାକାର କରି ପାରି ନଥିବାରୁ ଶ୍ରୀ ମୋଦୀ ସେଥିପାଇଁ ଦୁଃଖ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନର ସରକାର ବଜେଟ୍ ବୃଦ୍ଧି କରି ଶିକ୍ଷା ବାବଦ ଅଧିକ ସମ୍ବଳ ବରାଦ କରିଛନ୍ତି ଓ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲିବା ଯୋଗୁ ଏହା ଆଦିବାସୀ ଯୁବଗୋଷ୍ଠୀଙ୍କୁ ଉପକୃତ କରିଛି ।

“ସଫଳତା ବଡ଼ ହେଲେ ଯାଇ ସ୍ୱପ୍ନ ମଧ୍ୟ ବିରାଟ ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜସ୍ଥାନ ରାଜ୍ୟର ବୈଭବ ଶହ ଶହ ବର୍ଷ ଧରି ବିଶ୍ୱକୁ ଚମକ୍ରୃତ କରିଛି । ରାଜସ୍ଥାନକୁ ଆଧୁନିକ ବିକାଶର ଶିଖରକୁ ନେଲେ ମଧ୍ୟ ତା’ର ଐତିହ୍ୟକୁ ଉଜ୍ଜୀବିତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେଥିପାଇଁ ରାଜସ୍ଥାନ ପାଇଁ ଆଧୁନିକ ଭିତ୍ତଭୂମି ଗଠନ ଆମର ଅଗ୍ରାଧିକାର ବୋଲି ସେ କହିଥିଲେ ।

ସେ ଦୁଇଟି ହାଇଟେକ ଏକ୍ସପ୍ରେସ ୱେ ରାଜସ୍ଥାନରେ ନିର୍ମାଣ ଗତ କିଛି ମାସ ମଧ୍ୟରେ କରାଯାଇଥିବା ନେଇ କହି ରାଜସ୍ଥାନ ଦିଲ୍ଲୀ-ମୁମ୍ବାଇ ଅମୃତସର-ଜାମନଗର ରାଜପଥ ଦ୍ୱାରା ବିକାଶର ନୂତନ ଗାଥା ରଚନା କରିବ ବୋଲି କହିଥିଲେ । ରାଜ୍ୟରୁ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିବା ବିଷୟରେ ମଧ୍ୟ କହିଥିଲେ । ସରକାର ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଓ ଏହା ରାଜସ୍ଥାନ ନିମନ୍ତେ ସୁଯୋଗ ଆଣିଦେବ । “ରାଜପଥ ଓ ଉନ୍ନତ ରେଳ ସୁବିଧା ଯାତ୍ରୀମାନଙ୍କୁ ସ୍ୱାଗତ କରିବ ଯେତେବେଳେ ରାଜସ୍ଥାନ ‘ପଧାରୋ ମାହାରେ ଦେଶ’ କହିବ ବୋଲି ସେ କହିଥିଲେ । ସ୍ୱଦେଶ ଦର୍ଶନ ଯୋଜନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରର ସମ୍ପ୍ରସାରିତ ସୁବିଧା ଉପରେ ମଧ୍ୟ କହି ପ୍ରଧାନମନ୍ତ୍ରୀ ଶ୍ରୀ ଖଟୁ ଶ୍ୟାମଙ୍କ ଯୋଗୁ ରାଜସ୍ଥାନର ବିକାଶର ଗତି ଆହୁରି ଦ୍ରୁତ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । “ସମଗ୍ର ବିଶ୍ୱରେ ଆମେ ରାଜସ୍ଥାନର ଗର୍ବ ଓ ଐତିହ୍ୟକୁ ଏକ ନୂଚନ ପରିଚୟ ଦେବା” ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ ଯେ କି ଅସୁସ୍ଥତା ବଶତଃ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିଲେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

ରାଜସ୍ଥାନ ରାଜ୍ୟପାଳ ଶ୍ରୀ କାଲରାଜ ମିଶ୍ର, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର, ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ମେଘୱାଲ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି-

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଚାଷୀମାନଙ୍କୁ ସୁବିଧା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ୧.୨୫ ଲକ୍ଷରୁ ଅଧିକ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେଏସ)କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଚାଷୀମାନଙ୍କ ସମସ୍ତ ଆବଶ୍ୟକତାକୁ ଏହି କେନ୍ଦ୍ର ଏକାଥରକେ ପୂରଣ କରିବ । କୃଷିର ଆବଶ୍ୟକତା (ସାର, ବିହନ ଓ ଚାଷ ଉପକରଣ) ଠାରୁ ଆରମ୍ଭ କରି ମୃତ୍ତିକା, ବିହନ ଓ ସାର ପରୀକ୍ଷା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବ । ମଣ୍ଡଳ ଓ ଜିଲ୍ଲା ସ୍ତରରେ ଥିବା ଖୁଚୁରା ଦୋକାନଗୁଡ଼ିକର ନିୟମିତ ସାମର୍ଥ୍ୟ ବିକାଶର ମଧ୍ୟ ଏହା ଧ୍ୟାନ ଦେବ ।

ପ୍ରଧାନମନ୍ତ୍ରୀ ଗନ୍ଧକ ପ୍ରଲେପଯୁକ୍ତ ୟୁରିଆ ଗୋଲ୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହା ମାଟିର ଗନ୍ଧକ ଗୁଣ ଅଭାବ ଦୂର କରିବ । ଏହି ନବୋନ୍ମେଷ ସାର ନିମ ପ୍ରଲେପଯୁକ୍ତ ୟୁରିଆ ଠାରୁ ଆର୍ଥିକ ଦୃଷ୍ଟିରୁ କମ୍ ବ୍ୟୟସାପେକ୍ଷ ଓ ପ୍ରଭାବୀ । ଏହା ଗଛରେ ଯବକ୍ଷାରଯାନ ସାମର୍ଥ୍ୟ ବୃଦ୍ଧି କରିବା ସହ ସାର ବ୍ୟବହାର ହ୍ରାସ କରି ଶସ୍ୟର ଗୁଣାତ୍ମକ ବିକାଶ ଘଟାଇବ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୧୬୦୦ (ଏଫପିଓ) କୃଷକ ଉତ୍ପାଦକ ସଂଘକୁ (ଓଏନଡିସି) ଓପନ ନେଟୱର୍କ ଫର ଡିଜିଟାଲ କମର୍ସ ସହ ସାମିଲ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଇଛନ୍ତି । ଏଥିପାଇଁ ଏଫପିଓ ଗୁଡ଼ିକ ସଶକ୍ତ ହେବା ସହ ସିଧାସଳଖ ଡିଜିଟାଲ ମାର୍କେଟିଂ, ଅନଲାଇନ ପେମେଣ୍ଟ ବିଟୁବି ଓ ବ୍ୟବସାୟରୁ ଖାଉଟି ସହ ଦେଣନେଣରେ ସାମିଲ ହୋଇପାରିବେ ।

ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ନିଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମ-କିଶାନ) ଜରିଆରେ ସେ ୧୭ ହଜାର କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି କରିଛନ୍ତି । ଏହା ୮.୫ କୋଟି ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର କରିବ ।

ପ୍ରଧାନମନ୍ତ୍ରୀଙ୍କ ଚିତ୍ତୋରଗଡ଼, ଧୋଲପୁର, ସିରୋହୀ, ଶିକର ଓ ଶ୍ରୀଗଙ୍ଗାନଗରରେ ପାଞ୍ଚଟି ମେଡିକାଲ କଲେଜର ଶିଳାନ୍ୟାସ ଓ କବନ, ବୁନ୍ଦି, କରାଉଲି, ଝୁନଝୁନ, ସୱାଇ ମାଧୋପୁର, ଜୈସଲମେର ଓ ଟୋଙ୍କରେ ସାତଟି ମେଡିକାଲ କଲେଜର ଶିଳାନ୍ୟାସ ସହ ରାଜସ୍ଥାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପ୍ରସାରଣର ଏକ ବିରାଟ ଉପଲବ୍ଧି ହାସଲ କରିବ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା “ନୂତନ ମେଡିକାଲ କଲେଜ ସହ ପୂର୍ବରୁ ଥିବା ଜିଲ୍ଲା ଓ ରେଫରାଲ ହସ୍ପିଟାଲ” ଯୋଜନା ଅଧିନରେ ଏହା କରାଯାଇଛି । ପାଞ୍ଚଟି ମେଡିକାଲ କଲେଜ ୧୪ ଶହ କୋଟିରୁ ଅଧିକ ଖର୍ଚ୍ଚରେ ତିଆରି ହୋଇଥିବା ବେଳେ ଶିଳାନ୍ୟାସ କରାଯାଇଥିବା ସାତଟି ମେଡିକାଲ କଲେଜ ନିମନ୍ତେ ୨୨୭୫ କୋଟ ଟଙ୍କା ଖର୍ଚ୍ଚ ହେବ । ରାଜ୍ୟରେ ୨୦୧୪ ମସିହା ଯାଏ ମାତ୍ର ୧୦ଟି ମେଡିକାଲ କଲେଜ ଥିବାବେଳେ ଏହା ବର୍ତ୍ତମାନ ଶତକଡ଼ା ୨୭୫ ଭାଗ ବୃଦ୍ଧି ପାଇ ୩୫ରେ ପହଂଚିଛି । ଏହି ୧୨ଟି ମେଡିକାଲ କଲେଜ ଯୋଗୁ ଏମବିବିଏସ ସିଟ ସଂଖ୍ୟା ୧୭୫୦ରୁ ୬୨୭୫କୁ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଛଅଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏଗୁଡ଼ିକ ଉଦୟପୁର, ବାଂଶୱାରା, ପ୍ରତାପଗଡ଼ ଓ ଡୁଙ୍ଗରପୁର ଜିଲ୍ଲାରେ ସ୍ଥାପିତ ହୋଇଛି । ଏହା ସେସବୁ ଜିଲ୍ଲାର ଆଦିବାସୀ ଜନସଂଖ୍ୟା ପାଇଁ ସୁବିଧା ଯୋଗାଇବ । ସେ ମଧ୍ୟ ଯୋଧପୁର ଜିଲ୍ଲାର ଟିଭ୍ରୀ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟକୁ ମଧ୍ୟ ଉଦଘାଟନ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's tyre exports rise 16% in Q1 to ₹7,700 cr despite global headwinds: ATMA

Media Coverage

India's tyre exports rise 16% in Q1 to ₹7,700 cr despite global headwinds: ATMA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”