ଡେଡିକେଟେଡ ଫ୍ରେଟ୍ କରିଡର ଉପରେ ନ୍ୟୁ ଖୁର୍ଜା-ନ୍ୟୁ ରେୱାଡି ମଧ୍ୟରେ ୧୭୩ କିମି ଲମ୍ବା ବିଦ୍ୟୁତୀକୃତ ଡବଲ ଲାଇନ ସେକ୍ସନ ଲୋକାର୍ପଣ କଲେ
ମଥୁରା-ପଲୱଲ ସେକ୍ସନ ଏବଂ ଚିପିୟାନା ବୁଜୁର୍ଗ-ଦାଦ୍ରି ସେକ୍ସନକୁ ଯୋଡ଼ୁଥିବା ଚତୁର୍ଥ ଲାଇନ ଉତ୍ସର୍ଗୀକୃତ କଲେ
ଅନେକ ସଡ଼କ ବିକାଶ ପ୍ରକଳ୍ପ ଲୋକାର୍ପିତ କଲେ
ଇଣ୍ଡିଆନ ଅଏଲର ଟୁଣ୍ଡଲା-ଗୱାରିୟା ପାଇପ୍ଲାଇନ ଉଦ୍ଘାଟନ କଲେ
ଗ୍ରେଟର ନୋଏଡାରେ ଏକୀକୃତ ଔଦ୍ୟୋଗିକ ଟାଉନଶିପ୍ (ଆଇଆଇଟିଜିଏନ୍) ଉଦ୍ଘାଟନ କଲେ
‘କଲ୍ୟାଣ ସିଂ ନିଜ ଜୀବନ ରାମକାର୍ଯ୍ୟ ଏବଂ ରାଷ୍ଟ୍ରକାର୍ଯ୍ୟ ଉଭୟ ପାଇଁ ସମର୍ପିତ କରିଦେଲେ’
‘ଉତ୍ତରପ୍ରଦେଶର ଦ୍ରୁତ ବିକାଶ ବିନା ବିକଶିତ ଭାରତର ନିର୍ମାଣ ସମ୍ଭବ ନୁହେଁ’
‘ଚାଷୀ ଏବଂ ଗରିବଙ୍କ ଜୀବନ ସଜାଡ଼ିବା ଡବଲ ଇଞ୍ଜିନ ସରକାରଙ୍କ ପ୍ରାଥମିକତା’
‘ଏହା ମୋଦୀ ଗ୍ୟାରେଣ୍ଟି ଯେ ପ୍ରତି ନାଗରିକଙ୍କୁ ସରକାରୀ ଯୋଜନାର ଲାଭ ମିଳୁ’ ।
ଆଜି ଦେଶ ମୋଦୀ ଗ୍ୟାରେଣ୍ଟିକୁ କୌଣସି ବି ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି ମାନୁଛି ।’
‘ମୋ ପାଇଁ, ଆପଣ ମୋ ପରିବାର । ଆପଣଙ୍କ ସଂକଳ୍ପ ହିଁ ମୋର ସଂକଳ୍ପ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍‌, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି ।

 

ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବୁଲନ୍ଦସହର ଲୋକ ବିଶେଷକରି ବହୁସଂଖ୍ୟାରେ ଉପସ୍ଥିତ ଥିବା ମା’ ଭଉଣୀଙ୍କ ସ୍ନେହ ଏବଂ ଭରସା ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ ଜାନୁଆରୀ ୨୨ରେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ଏବଂ ଆଜି ଉତ୍ତରପ୍ରଦେଶର ଲୋକଙ୍କ ଉପସ୍ଥିତିକୁ ନିଜ ସୌଭାଗ୍ୟ ବୋଲି କହି ଧନ୍ୟବାଦ ଜଣାଇଥିଲେ । ସେ ରେଲୱେ, ହାଇୱେ, ପେଟ୍ରୋଲିୟମ ପାଇପଲାଇନ, ପାଣି, ସିୱେଜ, ମେଡିକାଲ କଲେଜ ଏବଂ ଔଦ୍ୟୋଗିକ ଟାଉନଶିପ୍ ଭଳି କ୍ଷେତ୍ରରେ ଆଜି ୧୯,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପ ପାଇଁ ବୁଲନ୍ଦସହର ଏବଂ ପୂରା ପଶ୍ଚିମ ଉତ୍ତରପ୍ରଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଯମୁନା ଏବଂ ରାମଙ୍ଗା ନଦୀରେ ସ୍ୱଚ୍ଛତା ଅଭିଯାନ ସହ ଜଡ଼ିତ ପ୍ରକଳ୍ପର ଉଦ୍‌ଘାଟନ କଥା ମଧ୍ୟ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଏହି କ୍ଷେତ୍ର ଦେଶକୁ କଲ୍ୟାଣ ସିଂଙ୍କ ଭଳି ସୁପୁତ୍ର ଦେଇଛି, ଯିଏ କି ନିଜ ଜୀବନ ରାମକାର୍ଯ୍ୟ ଏବଂ ରାଷ୍ଟ୍ରକାର୍ଯ୍ୟ ଉଭୟ ପାଇଁ ସମର୍ପି ଦେଇଥିଲେ । କଲ୍ୟାଣ ସିଂ ଏବଂ ତାଙ୍କ ଭଳି ଲୋକଙ୍କର ଅଯୋଧ୍ୟା ଧାମ ପାଇଁ ଥିବା ସ୍ୱପ୍ନ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଏକ ମଜଭୁତ ରାଷ୍ଟ୍ର ଏବଂ ସଚ୍ଚୋଟ ସାମାଜିକ ନ୍ୟାୟର ତାଙ୍କ ସ୍ୱପ୍ନ ସାକାର କରିବା ଲାଗି ଆମକୁ ଆହୁରି ଗତି ହାସଲ କରିବାକୁ ପଡ଼ିବ ।’

 

ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ସମାରୋହ ସମାପନ ଉପରେ ଚର୍ଚ୍ଚା କରି ପ୍ରଧାନମନ୍ତ୍ରୀ ‘ରାଷ୍ଟ୍ର ପ୍ରତିଷ୍ଠା’କୁ ପ୍ରାଥମିକତା ଦେବା ଏବଂ ଏହାକୁ ନୂଆ ଶିଖରକୁ ନେଇଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ମୋଦୀ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ସରକାରଙ୍କ ସଂକଳ୍ପ ଦୋହରାଇ କହିଥିଲେ, ‘ଆମେ ଦେବରୁ ଦେଶ ଏବଂ ରାମରୁ ରାଷ୍ଟ୍ର ମାର୍ଗକୁ ଆଗକୁ ବଢ଼ାଇବା ଉଚିତ ।’ ଉଚ୍ଚ ଲକ୍ଷ୍ୟ ପୂରଣ କରିବା ବାବଦରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପ୍ରୟାସର ଭାବନା ସହ ଆବଶ୍ୟକ ସମ୍ବଳକୁ ଏକଜୁଟ କରିବା ଉପରେ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କୃଷି, ବିଜ୍ଞାନ, ଶିକ୍ଷା, ଉଦ୍ୟୋଗ ଏବଂ ଉଦ୍ଧମ କ୍ଷେତ୍ରକୁ ପୁଣି ମଜଭୁତ କରିବାର ଆବଶ୍ୟକତା ରହିଥିବା ଉପରେ ଧ୍ୟାନ ଦେଇ କହିଥିଲେ, ‘ବିକଶିତ ଭାରତର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ତୀବ୍ର ଗତିରେ ବିକାଶ ଜରୁରି ।’ ସେ କହିଥିଲେ, ‘ଆଜିର ଅବସର ଏ ଦିଗରେ ଏକ ବଡ଼ ପଦକ୍ଷେପ ।’

 

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରେ ଭାରତରେ ବିକାଶର କ୍ଷେତ୍ରୀୟ ଅସନ୍ତୁଳନତା କଥା ଉଠାଇ କହିଥିଲେ ଯେ, ସବୁଠୁ ଅଧିକ ଜନସଂଖ୍ୟାର ରାଜ୍ୟ ଉତ୍ତରପ୍ରଦେଶକ ଅବହେଳା କରାଯାଇଥିଲା । ପ୍ରଧାନମନ୍ତ୍ରୀ ‘ଶାସକ’ ମାନସିକତା ଏବଂ ପୂର୍ବରୁ କ୍ଷମତା ପାଇଁ ସାମାଜିକ ବିଭାଜନକୁ ପ୍ରୋତ୍ସାହିତ କରାଯିବାକୁ ନେଇ ସମାଲୋଚନା କରିଥିଲେ, ଯାହାର ପରିଣାମସ୍ୱରୂପ ରାଜ୍ୟ ଏବଂ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ, ‘ଯଦି ଦେଶର ସବୁଠୁ ବଡ଼ ରାଜ୍ୟ ଦୁର୍ବଳ ଥିଲା ତେବେ ଦେଶ କିପରି ମଜଭୁତ ହୋଇପାରିଥିଲା?’

 

ଉତ୍ତରପ୍ରଦେଶରେ ୨୦୧୭ରେ ଡବଲ ଇଞ୍ଜିନ ସରକାର ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ରାଜ୍ୟ ପୁରୁଣା ଆହ୍ୱାନର ମୁକାବିଲା କରିବା ଲାଗି ନୂଆ ଉପାୟ ଖୋଜିଛି ଏବଂ ଆର୍ଥିକ ବିକାଶକୁ ଗତି ଦେଇଛି । ଆଜିର ଅବସର ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ । ପଶ୍ଚିମ ଉତ୍ତରପ୍ରଦେଶରେ ଏବେ ହୋଇଥିବା ବିକାଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଭାରତରେ ଦୁଇ ପ୍ରତିରକ୍ଷା କରିଡର ମଧ୍ୟରୁ ଗୋଟିଲର ବିକାଶ ଏବଂ ଅନେକ ନୂଆ ଜାତୀୟ ସଡ଼କର ନିର୍ମାଣ କଥା ଉଠାଇଥିଲେ । ସେ କହିଥିଲେ, ଆଧୁନିକ ଏକ୍ସପ୍ରେସ୍‌ୱେ ମାଧ୍ୟମରେ ୟୁପିର ସମସ୍ତ ଅଞ୍ଚଳରେ ସଂଯୋଗୀକରଣ ବଢ଼ାଇବା, ପ୍ରଥମ ନମୋ ଭାରତ ଟ୍ରେନ୍‌ର ଶୁଭାରମ୍ଭ, ଅନେକ ସହରରେ ମେଟ୍ରୋ କନେକ୍ଟିଭିଟି ଏବଂ ରାଜ୍ୟର ପୂର୍ବ ଓ ପଶ୍ଚିମରେ ଡେଡିକେଟେଡ୍ ଫ୍ରେଟ୍ କରିଡରର କେନ୍ଦ୍ର ବନାଇବା ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ସେ ଜୋର ଦେଇ କହିଥିଲେ, ‘ଏହି ବିକାଶ ପ୍ରକଳ୍ପ ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ।’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଜେୱର ବିମାନବନ୍ଦର ସମ୍ପୂର୍ଣ୍ଣ ହେବା ଦ୍ୱାରା ଏହି କ୍ଷେତ୍ରକୁ ନୂଆ ଶକ୍ତି ଏବଂ ଉଡ଼ାଣ ମିଳିବ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ‘ସରକାରଙ୍କ ଉଦ୍ୟମରୁ ଆଜି ପଶ୍ଚିମ ଉତ୍ତରପ୍ରଦେଶ ଦେଶର ପ୍ରମୁଖ ନିଯୁକ୍ତି ପ୍ରଦାନ କ୍ଷେତ୍ର ମଧ୍ୟରୁ ଅନ୍ୟତମ ହେଉଛି ।’ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ, ସରକାର ୪ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସ୍ମାର୍ଟ ସହର ଉପରେ କାମ କରୁଛନ୍ତି । ସେଥିମଧ୍ୟରୁ ଗୋଟିଏ ସହ ପଶ୍ଚିମ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ରହିଛି । ପ୍ରଧାନମନ୍ତ୍ରୀ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଟାଉନଶିପ୍‌ର ଉଦ୍‌ଘାଟନ କରିଛନ୍ତି । ଏହାଦ୍ୱାରା କ୍ଷେତ୍ରର ଉଦ୍ୟୋଗ ଏବଂ ଲଘୁ ଓ କୁଟୀର ଶିଳ୍ପ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଟାଉନଶିପ୍ କୃଷି ଆଧାରିତ ଉଦ୍ୟୋଗ ପାଇଁ ନୂଆ ରାସ୍ତା ଖୋଲିବ ଏବଂ ସ୍ଥାନୀୟ ଚାଷୀ ଓ ଶ୍ରମିକଙ୍କୁ ସର୍ବାଧିକ ଲାଭ ଦେବ ।

 

ପୂର୍ବରୁ ସଂଯୋଗୀକରଣର ଅଭାବ ଯୋଗୁ କୃଷି ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହାର ସମାଧାନ ନୂଆ ବିମାନବନ୍ଦର ଏବଂ ନୂଆ ଡେଡିକେଟେଡ୍ ଫ୍ରେଟ୍ କରିଡରରେ ରହିଛି । ପ୍ରଧାନମନ୍ତ୍ରୀ ଆଖୁର ମୂଲ୍ୟରେ ବୃଦ୍ଧି ଏବଂ ମଣ୍ଡିରେ ଶସ୍ୟ ବିକ୍ରି ପରେ ସିଧାସଳଖ କୃଷକଙ୍କ ଖାତାରେ ତୁରନ୍ତ ଟଙ୍କା ପହଞ୍ଚିବାକୁ ସୁନିଶ୍ଚିତ କରିଥିବା ଲାଗି ଡବଲ ଇଞ୍ଜିନ ସରକାରଙ୍କ ପ୍ରଶଂସା କରିଥିଲେ । ଏହିପରି ଇଥାନଲ ଉପରେ ଧ୍ୟାନ ଦିଆଯିବା ଦ୍ୱାରା ଆଖୁ ଚାଷୀଙ୍କ ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହେଉଥିବା ସେ କହିଥିଲେ ।

 

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, ‘କୃଷକଙ୍କ କଲ୍ୟାଣ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।’ ସେ କହିଥିଲେ ସେ ସରକାର କୃଷକଙ୍କ ପାଇଁ ଏକ ସୁରକ୍ଷା କବଚ ବନାଇବା ଲାଗି ପ୍ରୟାସ କରୁଛନ୍ତି । ସେ ଭାରତୀୟ କୃଷକଙ୍କ ପାଇଁ କମ୍ ମୂଲ୍ୟରେ ସାର ଉପଲବ୍ଧ କରାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କଥା କହିଥିଲେ । ସେ କହିଥିଲେ ଯେ, ଭାରତ ବାହାରେ ୟୁରିୟାର ଗୋଟିଏ ପ୍ୟାକେଟର ମୂଲ୍ୟ ୩ ହଜାର ଟଙ୍କା ଥିବାବେଳେ କୃଷକଙ୍କୁ ୩ ଶହରୁ ବି କମ୍ ଟଙ୍କାରେ ଉପଲବ୍ଧ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନୈନା ୟୁରିଆର ପ୍ରସ୍ତୁତି ବାବଦରେ କହିଥିଲେ, ଯାହାର ଏକ ଛୋଟ ବୋତଲ ସାର ଏକ ବସ୍ତା ସାର ସହ ସମାନ । ଏଥିରୁ ଖର୍ଚ୍ଚ କମ୍ ଏବଂ ଟଙ୍କା ବଳିଥାଏ । ଶ୍ରୀ ମୋଦୀ କହିଥିଲେ ଯେ ସରକାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୭୫ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କୃଷି ଏବଂ କୃଷି-ଅର୍ଥବ୍ୟବସ୍ଥାରେ କୃଷକଙ୍କ ଯୋଗଦାନକୁ ରେଖାଙ୍କିତ କରି କହିଥିଲେ, ନାରୀ ଶକ୍ତି ଏହାର ଏକ ବଡ଼ ମାଧ୍ୟମ ହୋଇପାରିବ । ସେ ନମୋ ଡ୍ରୋନ ଦିଦି ଯୋଜନା କଥା ଉଠାଇଥିଲେ, ଯେଉଁଠି ମହିଳା ସ୍ୱଂୟ ସହାୟକ ସମୂହଙ୍କୁ ଡ୍ରୋନ୍ ପାଇଲଟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ସେ କହିଥିଲେ, ‘ନମୋ ଡ୍ରୋନ ଦିଦି ଭବିଷ୍ୟତରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ଏବଂ କୃଷି ପାଇଁ ଏକ ବଡ଼ ଶକ୍ତି ବନିବାକୁ ଯାଉଛି ।’

 

ଛୋଟ ଚାଷୀ ଏବଂ ମହିଳାଙ୍କୁ ସଶକ୍ତ କରିବା ଲାଗି ଗତ ୧୦ ବର୍ଷରେ ଆରମ୍ଭ ହୋଇଥିବା ଲୋକ କଲ୍ୟାଣ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୋଟି କୋଟି ପକ୍କା ଘର, ଶୌଚାଳୟ, ନଳ ଯୋଗେ ପାଣି ଯୋଗାଣ, କୃଷକ ଏବଂ ଶ୍ରମିକଙ୍କ ପାଇଁ ପେନ୍‌ସନ ସୁବିଧା, ପିଏମ୍ ଫସଲ ବୀମା ଯୋଜନା ଯାହା ଦ୍ୱାରା ଫସଲ ନଷ୍ଟ ହେବା ସ୍ଥିତିରେ କୃଷକଙ୍କୁ ୧.୫ ଲକ୍ଷ କୋଟି ଟଙ୍କା ଦିଆଯାଇଥାଏ, ମାଗଣା ରାଶନ ଯୋଜନା ଏବଂ ଆୟୁଷ୍ମାନ ଯୋଜନା କଥା କହିଥିଲେ । ଶ୍ରୀ ମୋଦୀ କହିଥିଲେ, ‘ସରକାରଙ୍କ ଉଦ୍ୟମ ହେଉଛି ଜଣେ ହେଲେ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ ଏବଂ ଏଥିପାଇଁ ମୋଦୀ ଗ୍ୟାରେଣ୍ଟି ବାହନ ପ୍ରତି ଗ୍ରାମରେ ପହଞ୍ଚୁଛି ଏବଂ ଉତ୍ତରପ୍ରଦେଶରେ ବି ଲକ୍ଷ ଲକ୍ଷ ଲୋକ ନାମାଙ୍କନ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ, ‘ଏହା ମୋଦୀ ଗ୍ୟାରେଣ୍ଟି ଯେ ପ୍ରତି ନାଗରିକଙ୍କୁ ସରକାରୀ ଯୋଜନାର ଲାଭ ମିଳୁ । ଆଜି ଦେଶ ମୋଦୀ ଗ୍ୟାରେଣ୍ଟିର କୌଣସି ଏକ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି ବୋଲି ମାନୁଛି ।’ ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଏହା ସୁନିଶ୍ଚିତ କରିବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛୁ ଯେ, ସରକାରୀ ଯୋଜନାର ଲାଭ ପ୍ରତି ହିତାଧିକାରୀଙ୍କ ନିକଟରେ ପହଞ୍ଚୁ । ଏଥିପାଇଁ ମୋଦି ସନ୍ତୃପ୍ତିର ଗ୍ୟାରେଣ୍ଟି ଦେଉଛି । ମୋଦୀ ଶତପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଉଛି ।’ ଏହାଦ୍ୱାରା ଭେଦଭାବ କିମ୍ବା ଦୁର୍ନୀତିର କୌଣସି ସମ୍ଭାବନା ରହିବ ନାହିଁ । ସେ କହିଥିଲେ, ‘ ଏହା ହିଁ ପ୍ରକୃତ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ’ । ସେ କହିଥିଲେ ଯେ, କୃଷକ, ମହିଳା, ଗରିବ, ଯୁବବର୍ଗଙ୍କ ସ୍ୱପ୍ନ ପ୍ରତି ସମାଜରେ ଏକାପରି ହୋଇଥାଏ । ସେ କହିଥିଲେ, ସରକାରଙ୍କ ପ୍ରକୃତ ପ୍ରୟାସରେ ଗତ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ବାହାରକୁ ଅଣାଯାଇଛି ।

 

 

ନିଜ ସମ୍ବୋଧନ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ମୋ ପାଇଁ ଆପଣମାନେ ହିଁ ପରିବାର । ଆପଣଙ୍କ ସ୍ୱପ୍ନ ହିଁ ମୋର ସଂକଳ୍ପ ।’ ସେ ଆଲୋକପାତ କରିଥିଲେ ଯେ, ଦେଶର ସାଧାରଣ ପରିବାରଗୁଡ଼ିକର ସଶକ୍ତୀକରଣ ହିଁ ମୋଦୀଙ୍କ ସମ୍ପତ୍ତି । ସେ ଆଶ୍ୱାସନା ଦେଇଥିଲେ ଯେ, ଗାଁ ହେଉ କିମ୍ବା ଗରିବ, ଯୁବବର୍ଗ, ମହିଳା କିମ୍ବା କୃଷକ ହୁଅନ୍ତୁ ସମସ୍ତଙ୍କୁ ସଶକ୍ତ କରିବା ଲାଗି ଅଭିଯାନ ଜାରି ରହିବ ।

 

ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଟକ ଏବଂ ଭାରତର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ ମଧ୍ୟ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାଲଗାଡ଼ିଗୁଡ଼ିକୁ ସବୁଜା ପତାକା ଦେଖାଇ  ଡେଡିକେଟେଡ୍ ଫ୍ରେଟ୍ କରିଡର(ଡିଏଫ୍‌ସି)ରେ ନ୍ୟୁ ଖୁର୍ଜା-ନ୍ୟୁ ରେବାଡି ମଧ୍ୟରେ ଡବଲଲାଇନ ୧୭୩ କିଲୋମିଟର ଦୀର୍ଘ ବିଶିଷ୍ଟ ବିଦ୍ୟୁତୀକରଣ ସେକ୍ସନକୁ ଲୋକାର୍ପିତ କରିଥିଲେ । ଏହି ନୂଆ ଡିଏଫ୍‌ସି ସେକ୍ସନ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପଶ୍ଚିମ ଏବଂ ପୂର୍ବ ଡିଏଫ୍‌ସି ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ସଂଯୋଗୀକରଣ କରିଥାଏ । ଏହା ବ୍ୟତୀତ ଏହି ସେକ୍ସନ ଇଞ୍ଜିନିୟରିଂର ଉଲ୍ଲେଖନୀୟ ଉପଲବ୍ଧି ପାଇଁ ମଧ୍ୟ ଜଣା । ଏଥିରେ ଦୀର୍ଘ ଉଚ୍ଚତାରେ ବିଦ୍ୟୁତୀକରଣ ସହ ଏକ କିଲୋମିଟର ଲମ୍ବ ଡବଲ ଲାଇନ ରେଳ ସୁଡ଼ଙ୍ଗ ରହିଛି, ଯାହାକି ଦୁନିଆରେ ଏହି ପ୍ରକାରର ସୁଡ଼ଙ୍ଗ ପ୍ରଥମ । ଏହି ସୁଡ଼ଙ୍ଗକୁ ଡବଲ-ଷ୍ଟେକ୍ କଣ୍ଟେନର ଟ୍ରେନ୍‌କୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଛି । ଏହି ନୂଆ ଡିଏଫ୍‌ସି ସେକ୍ସନ ଡିଏଫ୍‌ସି ଟ୍ରାକ୍‌ରେ ମାଲଗାଡ଼ିଗୁଡ଼ିକର ସ୍ଥାନାନ୍ତରଣ ହୋଇପାରୁଥିବାରୁ ଯାତ୍ରୀ ଟ୍ରେନ୍‌ର ପରିଚାଳନାକୁ ଆହୁରି  ଉନ୍ନତଧରଣର କରିବାରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ମଥୁରା-ପଲୱଲ ସେକ୍ସନ ଏବଂ ଚିପିୟାନା ବୁଜୁର୍ଗ-ଦାଦରି ସେକ୍ସନକୁ ଯୋଡ଼ୁଥିବା ଚତୁର୍ଥ ଲାଇନ ମଧ୍ୟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି । ଏହି ନୂଆ ଲାଇନଗୁଡ଼ିକ ଜାତୀୟ ରାଜଧାନୀର ଦକ୍ଷିଣ-ପଶ୍ଚିମ ଏବଂ ପୂର୍ବ ଭାରତ ପର୍ଯ୍ୟନ୍ତ ରେଳ ସଂଯୋଗୀକରଣରେ ସୁଧାର ଆଣିବ ।

ପ୍ରଧାନମନ୍ତ୍ରୀ ଅନେକ ସଡ଼କ ବିକାଶ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଲିଗଡ଼ରୁ ଭଦବାସ ଚାରି ଲୋନ୍ ବିଶିଷ୍ଟ କାର୍ଯ୍ୟ ପ୍ୟାକେଜ-୧(ଏନ୍‌ଏଚ୍‌-୩୪ର ଆଲିଗଡ଼-କାନପୁର ସେକ୍ସନର ଅଂଶ), ଶାମଲି (ଏନ୍‌ଏଚ୍‌-୭୦୯ଏ) ରାସ୍ତା ମାଧ୍ୟମରେ ମିରଟରୁ କରନାଲ ସୀମାର ପ୍ରଶସ୍ତୀକରଣ (ଏନ୍‌ଏଚ୍‌-୭୦୯ଏ) ଏବଂ ଏନ୍‌ଏଚ୍‌-୭୦୯ଏଡି ପ୍ୟାକେଜ-୨ର ଶାମଲି-ମୁଜାଫରନଗର ସେକ୍ସନର ଚାରି ଲେନ୍ ନିର୍ମାଣ ସାମିଲ । ୫ ହଜାର କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ଏହି ସଡ଼କ ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।

 

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଅଏଲର ତୁଣ୍ଡଲା-ଗୱାରିଆ ପାଇପଲାଇନ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୨୫୫ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ମଥୁରା ଏବଂ ତୁଣ୍ଡଲାରେ ପମ୍ପିଂ ସୁବିଧା ଏବଂ ତୁଣ୍ଡଲା, ଲକ୍ଷ୍ନୌ ଏବଂ କାନପୁରରେ ପରିବହନ ସୁବିଧା ସହ ବରୌନି-କାନପୁର ପାଇପଲାଇନର ତୁଣ୍ଡଲାରୁ ଗୱାରିଆ ଟି-ପଏଣ୍ଟ ପର୍ଯ୍ୟନ୍ତ ପେଟ୍ରୋଲିୟମ ଉତ୍ପାଦ ପରିବହନରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ‘ଗ୍ରେଟର ନୋଏଡାରେ ଇଣ୍ଟିଗ୍ରେଟେଡ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ (ଆଇଆଇଟିଜିଏନ୍‌)’କୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ପିଏମ୍‌-ଗତିଶକ୍ତି ଅନୁସାରେ ଭିତ୍ତିଭୂମି ଢାଞ୍ଚା ସଂଯୋଗୀକରଣ ପ୍ରକଳ୍ପର ଏକୀକୃତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟାନ୍ୱୟନରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅନୁରୂପ ବିକାଶ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧,୭୧୪ କୋଟି ବ୍ୟୟ ହୋଇଛି । ଏହି ପ୍ରକଳ୍ପ ୭୪୭ ଏକରରେ ବ୍ୟାପିଛି । ଏହା ଦକ୍ଷିଣରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍ ୱେ ଏବଂ ପୂର୍ବରେ ଦିଲ୍ଲୀ-ହାୱଡା ବ୍ରଡ୍‌ଗେଜ ରେଲୱେ ଲାଇନ ପୂର୍ବ ଏବଂ ପଶ୍ଚିମରେ ଡେଡିକେଡେଟ୍ ଫ୍ରେଟ୍ କରିଡର କ୍ରସିଂ ନିକଟରେ ରହିଛି । ଆଇଆଇଟିଜିଏନ୍‌ର ରଣନୀତିକ ଅବସ୍ଥିତି ଅଦ୍ୱିତୀୟ ସଂଯୋଗୀକରଣକୁ ସୁନିଶ୍ଚିତ କରେ । କାରଣ ମଲ୍ଟି ମଡେଲ କନେକ୍ଟିଭିଟି ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ଢାଞ୍ଚା ଯେପରି ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍ ୱେ (୫ କିମି), ଯମୁନା ଏକ୍ସପ୍ରେସ୍‌ୱେ (୧୦ କିମି), ଦିଲ୍ଲୀ ଏୟାରପୋର୍ଟ (୬୦ କିମି), ଜେୱର ଏୟାରପୋର୍ଟ (୪୦ କିମି), ଅଜାୟବପୁର ରେଳ ଷ୍ଟେଶନ (୦.୫ କିମି) ଏବଂ ନ୍ୟୁ ଦାଦ୍‌ରି ଡିଏଫ୍‌ସିସି ଷ୍ଟେଶନ(୧୦ କିମି) ଏହି ପ୍ରକଳ୍ପ ଆଖପାଖରେ ରହିଛି । ଏହି ପ୍ରକଳ୍ପ କ୍ଷେତ୍ରରେ ଔଦ୍ୟୋଗିକ ବିକାଶ, ଆର୍ଥିକ ସମୃଦ୍ଧି ଏବଂ ନିରନ୍ତର ବିକଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୬୦ କୋଟି ଟଙ୍କା ବ୍ୟୟରେ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ନିର୍ମାଣ ସମେତ ନବୀକରଣ ହୋଇଥିବା ମଥୁରା ସ୍ୱେରେଜ ଯୋଜନା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟରେ ମସାନିରେ ୩୦ ଏମ୍‌ଏଲ୍‌ଡି ଏସ୍‌ଟିପି ନିର୍ମାଣ, ଟ୍ରାନ୍ସ ଯମୁନାରେ ଥିବା ୩୦ ଏମ୍‌ଏଲ୍‌ଡି ଏବଂ ମସାନିରେ ୬.୮ ଏମ୍‌ଏଲ୍‌ଡି ଟିଟିଆର୍‌ଓର ପୁନରୁଦ୍ଧାର ଏବଂ ୨୦ ଏମ୍‌ଏଲ୍‌ଡି ଟିଟିଆର୍‌ଓ ପ୍ଲାଣ୍ଟ (ଟେରିଟୋରୀ ଟ୍ରିଟ୍‌ମେଣ୍ଟ ଆଣ୍ଡ୍ ରିଭର୍ସ ଅସ୍‌ମୋସିସ୍ ପ୍ଲାଣ୍ଟ )ର ନିର୍ମାଣ ଅନ୍ତର୍ଭୂକ୍ତ । ପ୍ରଧାନମନ୍ତ୍ରୀ ମୁରାଦାବାଦ (ରାମଗଙ୍ଗା) ସ୍ୱେରେଜ ସିଷ୍ଟମ ଏବଂ ଏସ୍‌ଟିପି କାର୍ଯ୍ୟ (ପ୍ରଥମ ପର୍ଯ୍ୟାୟ)ର ଉଦ୍‌ଘାଟନ କରିଛନ୍ତି । ପ୍ରାୟ ୩୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୫୮ ଏମ୍‌ଏଲ୍‌ଡି ଏସ୍‌ଟିପି, ପ୍ରାୟ ୨୬୪ କିମି ଲମ୍ବା ସ୍ୱେରେଜ ନେଟୱର୍କ ଏବଂ ମୁରାଦାବାଦ ରାମଗଙ୍ଗା ନଦୀର ପ୍ରଦୂଷଣ ହ୍ରାସ ପାଇଁ ୯ଟି ସ୍ୱେରେଜ୍ ପମ୍ପିଂ ସିଷ୍ଟମ ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”