ହିତାଧିକାରୀମାନଙ୍କୁ ସିକିଲ ସେଲ୍ ଜେନେଟିକ୍ ଷ୍ଟାଟସ୍ କାର୍ଡ ବଣ୍ଟନ କରିଛନ୍ତି
ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଏବି-ପିଏମଜେଏୱାଇ କାର୍ଡ ବଣ୍ଟନ ଆରମ୍ଭ
ରାଣୀ ଦୁର୍ଗାବତୀଙ୍କ ୫୦୦ ତମ ଜନ୍ମ ବାର୍ଷିକୀ ଜାତୀୟ ସ୍ତରରେ ପାଳନ କରାଯିବ
“ଅମୃତ କାଳରେ ସିକିଲ ସେଲ ଆନିମିଆ ବିଲୋପ ପାଇଁ ଏହି ଅଭିଯାନ ଏକ ପ୍ରମୁଖ ମିଶନ ହେବ”
“ଆମ ପାଇଁ, ଆଦିବାସୀ ସମ୍ପ୍ରଦାୟ କେବଳ ଏକ ର୍ନିବାଚନ ସଂଖ୍ୟା ନୁହେଁ ବରଂ ଏକ ସମ୍ବେଦନଶୀଳତା ଏବଂ ଭାବପ୍ରବଣତାର ବିଷୟ"
“ମିଥ୍ୟା ଗ୍ୟାରେଣ୍ଟିରୁ ସାବଧାନ ରୁହନ୍ତୁ ଯେହେତୁ ସେମାନେ ଲୋକଙ୍କୁ ‘ ନିୟତ ମେଁ ଖୋଟ୍ ଔର ଗରିବ ପର୍ ଚୋଟ୍‌' (ମନ୍ଦ ଉଦ୍ଦେଶ୍ୟ ଏବଂ ଗରିବ ଲୋକଙ୍କୁ ଆଘାତ କରିବାର ପ୍ରବୃତ୍ତି) ଦେଇଥାନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ ଆନିମିଆ ଉନ୍ମୁଳନ ମିଶନ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀଙ୍କୁ ସିକିଲ ସେଲ ଜେନେଟିକ ଷ୍ଟାଟସ କାର୍ଡ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଣୀ ଦୁର୍ଗାବତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଦ୍ୱାରା ଅନୁପ୍ରାଣିତ ଜାତୀୟ ସିକିଲ ସେଲ ଆନିମିଆ ବିଲୋପ ମିଶନ ଆଜି ଆରମ୍ଭ କରାଯାଉଛି ବୋଲି କହିଛନ୍ତି । ମଧ୍ୟପ୍ରଦେଶବାସୀଙ୍କୁ ଏକ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଉଥିବା ସେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଦୁଇଟି ପ୍ରମୁଖ ପ୍ରୟାସର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ଗୋଣ୍ଡ, ଭିଲ ଏବଂ ଅନ୍ୟ ଆଦିବାସୀ ସମାଜର ଲୋକ । ଏହି ଅବସରରେ ସେ ମଧ୍ୟପ୍ରଦେଶର ଲୋକ ଏବଂ ଡବଲ ଇଞ୍ଜିନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଶାହଦୋଲ ମାଟିରୁ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା, ସିକେଲ ସେଲ ରକ୍ତହୀନତାରୁ ମୁକ୍ତି ଏବଂ ୨.୫ ଲକ୍ଷ ଶିଶୁ ଏବଂ ପରିବାରର ଜୀବନ ରକ୍ଷା ପାଇଁ ଦେଶ ଏକ ବଡ ପ୍ରତିଶ୍ରୁତି ନେଉଛି ଯାହା ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଥାଏ । ଆଦିବାସୀ ସମ୍ପ୍ରଦାୟ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସିକିଲ ସେଲ୍ ରକ୍ତହୀନତାର ଯନ୍ତ୍ରଣାଦାୟକ ଲକ୍ଷଣ ଏବଂ ଆନୁବଂଶିକ ଉତ୍ପତ୍ତି ଉପରେ ଆଲୋକପାତ କରିଥିଲେ । 

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ବିଗତ ୭୦ ବର୍ଷ ମଧ୍ୟରେ ସିକିଲ ସେଲ୍ ରକ୍ତହୀନତା ପ୍ରସଙ୍ଗରେ କୌଣସି ଧ୍ୟାନ ଦିଆଯାଇନଥିଲା । ଯଦିଓ ଦୁନିଆରେ ୫୦% ରୁ ଅଧିକ ସିକିଲ ସେଲ୍ ରକ୍ତହୀନତା ମାମଲା ଭାରତରେ ସୃଷ୍ଟି ହୁଏ । ସେ ଆଦିବାସୀ ସମ୍ପ୍ରଦାୟ ପ୍ରତି ଅତୀତର ସରକାରଙ୍କ ଉଦାସୀନତା ଉପରେ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ଏହାର ସମାଧାନ ପାଇଁ ଆଗେଇ ଆସିଛନ୍ତି । ବର୍ତ୍ତମାନର ସରକାର ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ କେବଳ ର୍ନିବାଚନର ସଂଖ୍ୟା ନୁହଁନ୍ତି ବରଂ ଏକ ସମ୍ବେଦନଶୀଳତା ଏବଂ ଭାବପ୍ରବଣତାର ବିଷୟ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଏହି ଦିଗରେ ପ୍ରୟାସ କରୁଛନ୍ତି ଯେଉଁଠାରେ ସେ ଏବଂ ମଧ୍ୟପ୍ରଦେଶର ବର୍ତ୍ତମାନର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି ପଟେଲ ଆଦିବାସୀ ସମ୍ପ୍ରଦାୟ ନିକଟକୁ ଯିବେ ଏବଂ ସିକିଲ ସେଲ୍ ରକ୍ତହୀନତା ବିଷୟରେ ସଚେତନତା ସୃଷ୍ଟି କରିବେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟରେ ବିଭିନ୍ନ ଅଭିଯାନ ଆରମ୍ଭ କରିଥିବାକୁ ସେ ମନେ ପକାଇଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଜାପାନ ଗସ୍ତ ସମୟରେ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକଙ୍କ ସାହାଯ୍ୟ ମାଗିବା ବିଷୟରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସିକିଲ ସେଲ ରକ୍ତହୀନତାକୁ ବିଲୋପ କରିବା ପାଇଁ ଏହି ଅଭିଯାନ ଅମୃତ କାଳର ଏକ ପ୍ରମୁଖ ମିଶନ ହେବ । ସେ ୨୦୪୭ ସୁଦ୍ଧା ଆଦିବାସୀ ସମ୍ପ୍ରଦାୟ ତଥା ଦେଶକୁ ସିକିଲ ସେଲ୍ ରକ୍ତହୀନତାର ବିପଦରୁ ମୁକ୍ତ କରିବାକୁ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ । ସରକାର, ସ୍ୱାସ୍ଥ୍ୟ କର୍ମୀ ଏବଂ ଆଦିବାସୀଙ୍କ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ରୋଗୀମାନଙ୍କ ପାଇଁ ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରାଯାଉଛି, ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ବ୍ୟବସ୍ଥା ବୃଦ୍ଧି କରାଯାଉଛି ଏବଂ ସିକିଲ ସେଲ ରକ୍ତହୀନତାର ପରୀକ୍ଷା ପାଇଁ ପୁନଃ ର୍ନିମାଣ କରାଯାଉଛି । ସେ ଲୋକମାନଙ୍କୁ ପରୀକ୍ଷା ପାଇଁ ଆଗକୁ ଆସିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଗ ପରିବାରକୁ ପ୍ରଭାବିତ କରିଥାଏ କାରଣ ରୋଗ ପରିବାରକୁ ଦାରିଦ୍ର‌୍ୟତା ଭିତରକୁ ଠେଲି ଦେଇଥାଏ । ନିଜର ଦାରିଦ୍ର‌ର ପୃଷ୍ଠଭୂମି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ଯନ୍ତ୍ରଣା ଜାଣିଛନ୍ତି ଏବଂ ରୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ସମ୍ବେଦନଶୀଳ । ଏହି ପ୍ରୟାସରେ ଯକ୍ଷ୍ମା ରୋଗ ହ୍ରାସ ପାଇଛି ଏବଂ ଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ କାର୍ଯ୍ୟ କରୁଛି । ବିଭିନ୍ନ ରୋଗର ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୩ ରେ କାଲା ଆଜାରର ୧୧,୦୦୦ ମାମଲା ରହିଥିଲା, ବର୍ତ୍ତମାନ ଏହାକୁ ଏକ ହଜାରରୁ କମ୍‌କୁ ହ୍ରାସ କରାଯାଇଛି । ୨୦୧୩ ରେ ମ୍ୟାଲେରିଆର ୧୦ ଲକ୍ଷ ମାମଲା ଥିଲା ଯାହା ୨୦୨୨ ରେ ୨ ଲକ୍ଷରୁ କମ୍ ହୋଇଛି । ସେହିଭଳି କୁଷ୍ଠ ରୋଗ ୧.୨୫ ଲକ୍ଷରୁ ୭୦-୭୫ ହଜାରକୁ ଖସି ଆସିଛି ।

ଆୟୁଷ୍ମାନ ଭାରତ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିଯୋଗୁଁ ଲୋକଙ୍କ ଉପରେ ଚିକିତ୍ସା ଖର୍ଚ୍ଚର ଆର୍ଥିକ ବୋଝ ହ୍ରାସ ପାଇଛି । ସେ ସୂଚନା ଦେଇଛନ୍ତି ଯେ ଆଜି ୧ କୋଟି ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି ଯାହା ଡାକ୍ତରଖାନାକୁ ଯିବାକୁ ପଡୁଥିବା ଗରିବ ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କା ମୂଲ୍ୟର ଏଟିଏମ କାର୍ଡ ଭାବରେ କାର୍ଯ୍ୟ କରିବ । ଭାରତର ଯେକୌଣସି ସ୍ଥାନ ହେଉ, ଆପଣ ସେମାନଙ୍କୁ ଏହି କାର୍ଡ ଦେଖାଇପାରିବେ ଏବଂ ୫ ଲକ୍ଷ ଟଙ୍କା ମୂଲ୍ୟର ମାଗଣା ଚିକିତ୍ସା ପାଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆୟୁଷ୍ମାନ ଯୋଜନା ଅଧୀନରେ ପ୍ରାୟ ୫ କୋଟି ରୋଗୀ ମାଗଣା ଚିକିତ୍ସା ପାଇଛନ୍ତି ଏବଂ ସମଗ୍ର ଦେଶରେ ରୋଗୀମାନେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିଛନ୍ତି । ଏହି ଆୟୁଷ୍ମାନ କାର୍ଡ ହେଉଛି ଗରିବ ଲୋକଙ୍କ ସବୁଠୁ ବଡ ଚିନ୍ତା ଦୂର କରିବାର ଗ୍ୟାରେଣ୍ଟି । ଅତୀତରେ ୫ ଲକ୍ଷ ଟଙ୍କାର ଏହି ଗ୍ୟାରେଣ୍ଟି କେହି ଦେଇ ନାହାଁନ୍ତି, ଏହି ସରକାର, ମୋଦୀ ହିଁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯେଉଁମାନେ ମିଥ୍ୟା ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି ସେମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଏବଂ ଲୋକମାନଙ୍କୁ ସେମାନଙ୍କର ତ୍ରୁଟି ଚିହ୍ନଟ କରିବାକୁ କହିଛନ୍ତି । ମାଗଣା ବିଦ୍ୟୁତର ଗ୍ୟାରେଣ୍ଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସୂଚିତ କରେ ଯେ ବିଦ୍ୟୁତ ମୂଲ୍ୟ ବୃଦ୍ଧି ପାଇବ । ସେହିଭଳି, ଯେତେବେଳେ ସରକାର ମାଗଣା ଯାତ୍ରା ପ୍ରଦାନ କରୁଛନ୍ତି, ଏହାର ଅର୍ଥ ହେଉଛି ଯେ ରାଜ୍ୟର ପରିବହନ ବ୍ୟବସ୍ଥା ଧ୍ୱଂସ ହେବାକୁ ଯାଉଛି, ଯେତେବେଳେ ଅଧିକ ପେନସନ ପାଇଁ ପ୍ରତିଶ୍ରୁତି ଦିଆଯିବ, ସେତେବେଳେ ଏହାର କର୍ମଚାରୀଙ୍କ ଦରମା ବିଳମ୍ବ ହେବାର ଏକ ସ୍ପଷ୍ଟ ସୂଚକ ଅଟେ । ଶସ୍ତା ପେଟ୍ରୋଲ ମୂଲ୍ୟ ବିଷୟରେ ମଧ୍ୟ ସେ କହିଛନ୍ତି ଏବଂ ଏହାର ଅର୍ଥ ହେଉଛି ଲୋକଙ୍କ ପାଇଁ ଟିକସ ହାର ବୃଦ୍ଧି । ରୋଜଗାରର ଗ୍ୟାରେଣ୍ଟି ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ନିଶ୍ଚିତତା ଯେ ନୂତନ ଭାବେ ପ୍ରବର୍ତ୍ତିତ ନୀତି ରାଜ୍ୟର ଶିଳ୍ପଗୁଡ଼ିକୁ ନଷ୍ଟ କରିଦେବ । ବିରୋଧୀ ଦଳକୁ ଏକ ତୀବ୍ର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ରାଜନତୈିକ ଦଳର କାର୍ଯ୍ୟ ହେଉଛି " ନିୟତ ମେଁ ଖୋଟ୍ ଔର ଗରିବ ପର୍ ଚୋଟ୍‌” (ମନ୍ଦ ଉଦ୍ଦେଶ୍ୟ ଏବଂ ଗରିବ ଲୋକଙ୍କୁ ଆଘାତ କରିବାର ପ୍ରବୃତ୍ତି) । ବିଗତ ୭୦ ବର୍ଷ ମଧ୍ୟରେ, ପୂର୍ବ ସରକାର ଗରିବଙ୍କ ପାଇଁ ଟେବୁଲ ଉପରେ ଖାଦ୍ୟ ରଖିପାରିଲେ ନାହିଁ, କିନ୍ତୁ ବର୍ତ୍ତମାନର ସରକାର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮୦ କୋଟି ପରିବାରକୁ ମାଗଣା ଖାଦ୍ୟ ଶସ୍ୟର ଗ୍ୟାରେଣ୍ଟି ଯୋଗାଇ ଦେଉଛନ୍ତି । ଆୟୁଷ୍ମାନ ଯୋଜନା ମାଧ୍ୟମରେ ୫୦ କୋଟି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ଉଜ୍ୱଳା ଯୋଜନାରେ ୧୦ କୋଟି ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ଏବଂ ମୁଦ୍ରା ଯୋଜନା ମାଧ୍ୟମରେ ୮.୫ କୋଟି ହିତାଧିକାରୀଙ୍କୁ ଋଣ ପ୍ରଦାନ ଉପରେ ସେ ଆଲୋକପାତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଅତୀତର ଆଦିବାସୀ ବିରୋଧୀ ନୀତି ବିଷୟରେ ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି ଆଦିବାସୀ ଛାତ୍ରଙ୍କ ଆଗରେ ଭାଷାର ଆହ୍ୱାନକୁ ସମାଧାନ କରିଛି । ମିଥ୍ୟା ଗ୍ୟାରେଣ୍ଟି ଦେଇଥିବା ଲୋକଙ୍କ ଦ୍ୱାରା ସେ ଏନଇପି ର ବିରୋଧକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ୪୦୦ ରୁ ଅଧିକ ନୂତନ ଏକଲବ୍ୟ ବିଦ୍ୟାଳୟ ବିଷୟରେ ସୂଚନା ଦେଇଛନ୍ତି ଯାହା ଆଦିବାସୀ ପିଲାମାନଙ୍କୁ ଆବାସିକ ବିଦ୍ୟାଳୟ ଯୋଗାଉଛି । ଏହିପରି ୨୪,୦୦୦ ଛାତ୍ର କେବଳ ମଧ୍ୟପ୍ରଦେଶରେ ଶିକ୍ଷା ଲାଭ କରୁଛନ୍ତି ।

ପୂର୍ବ ଅବହେଳାକୁ ବିରୋଧ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ କଲ୍ୟାଣ ପାଇଁ ପୃଥକ ମନ୍ତ୍ରଣାଳୟ ଗଠନ କରି ମନ୍ତ୍ରଣାଳୟର ବଜେଟକୁ ତିନିଥର ବୃଦ୍ଧି କରି ବର୍ତ୍ତମାନର ସରକାର ଆଦିବାସୀ ସମ୍ପ୍ରଦାୟକୁ ପ୍ରାଥମିକତା ଦେଇଛନ୍ତି । ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ୨୦ ଲକ୍ଷ ମାଲିକାନା ବଣ୍ଟନ କରାଯାଇଛି । ପୂର୍ବ ଲୁଟ ପରି, ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କର ଅଧିକାର ଦିଆଯାଇଥିଲା ଏବଂ ଆଦି ମହୋତ୍ସବ ପରି ଘଟଣା ଦ୍ୱାରା ସେମାନଙ୍କର ପରମ୍ପରାକୁ ସମ୍ମାନିତ କରାଯାଇଥିଲା । 

ଆଦିବାସୀ ଐତିହ୍ୟକୁ ସମ୍ମାନ ଦେବା ସହିତ ପ୍ରଧାନମନ୍ତ୍ରୀ ଗତ ୯ ବର୍ଷରେ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ । ସେ ୧୫ ନଭେମ୍ବର, ଭଗବାନ୍ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜାନଜାତୀୟ ଗୌରବ ଦିବସ ଏବଂ ବିଭିନ୍ନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସଂଗ୍ରହାଳୟ ଘୋଷଣା କରିବା ଭଳି ପଦକ୍ଷେପ ତାଲିକାଭୁକ୍ତ କରିଥିଲେ । ଭାରତର ରାଷ୍ଟ୍ରପତି ପଦରେ ଜଣେ ଆଦିବାସୀ ମହିଳା ର୍ନିବାଚନରେ ଅନେକ ରାଜନୈତିକ ଦଳର ମନୋଭାବ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଆଦିବାସୀ ଅଞ୍ଚଳରେ ମଧ୍ୟ ଗୋଟିଏ ପରିବାରର ନାମକରଣ କରିବାର ଅଭ୍ୟାସ ଉପରେ ଆଲୋକପାତ କରିଥିଲେ ଏବଂ ମହାନ ଗୋଣ୍ଡ ବିପ୍ଳବୀ ରାଜା ଶଙ୍କର ଶାହାଙ୍କ ନାମରେ ଛିଣ୍ଡୱାଡା ବିଶ୍ୱବିଦ୍ୟାଳୟର ନାମକରଣ କରିବା ଏବଂ ତାନ୍ତ୍ୟା ମାମାଙ୍କ ନାମରେ ପାଟଲପାଣି ଷ୍ଟେସନ ନାମକରଣ କରିବା ପାଇଁ ଶିବରାଜ ସିଂହ ସରକାରଙ୍କର ଉଦାହରଣ ଦେଇଥିଲେ । ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଶ୍ରୀ ଦଲବୀର ସିଂଙ୍କ ପରି ଗୋଣ୍ଡ ନେତାଙ୍କ ଅବହେଳା ଏବଂ ଅସମ୍ମାନକୁ ସଂଶୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଣୀ ଦୁର୍ଗାବତୀଙ୍କ ୫୦୦ ତମ ଜନ୍ମ ବାର୍ଷିକୀକୁ ଭାରତ ସରକାର ଜାତୀୟ ସ୍ତରରେ ପାଳନ କରିବେ । ତାଙ୍କ ଜୀବନ ଉପରେ ଏକ ଚଳଚ୍ଚିତ୍ର ର୍ନିମାଣ କରାଯିବ ଏବଂ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକଟ ଜାରି କରାଯିବ ।

 

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଏହି ଉଦ୍ୟମକୁ ଆହୁରି ଆଗକୁ ବଢାଇବା ପାଇଁ ଲୋକଙ୍କ ସହଯୋଗ ଏବଂ ଆଶୀର୍ବାଦ ଲୋଡିଛନ୍ତି । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ରାଣୀ ଦୁର୍ଗାବତୀଙ୍କ ଆଶୀର୍ବାଦ ଏବଂ ପ୍ରେରଣା ମଧ୍ୟପ୍ରଦେଶକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ । 

ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୟ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ବିଧାନସଭାର ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିଶେଷକରି ଆଦିବାସୀମାନଙ୍କ ମଧ୍ୟରେ ସିକିଲ ସେଲ ରୋଗ ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟଗତ ଆହ୍ୱାନକୁ ସମାଧାନ କରିବାକୁ ଏହି ମିଶନ୍ ଲକ୍ଷ୍ୟ ରଖିଛି । ୨୦୪୭ ସୁଦ୍ଧା ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ସିକିଲ ସେଲ୍‍ ରୋଗକୁ ବିଲୋପ କରିବା ପାଇଁ ସରକାରଙ୍କ ଜାରି ପ୍ରୟାସରେ ଏହି ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଣ୍ଟ ହେବ । ଜାତୀୟ ବଜେଟ୍ ୨୦୨୩ ରେ ଜାତୀୟ ସିକିଲ ସେଲ୍ ରକ୍ତହୀନତା ବିଲୋପ ମିଶନ୍ ଘୋଷଣା କରାଯାଇଥିଲା । ଏହା ୧୭ ଟି ଉଚ୍ଚ ଫୋକସ ଦିଆଯାଉଥିବା ରାଜ୍ୟ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ଉତ୍ତରପ୍ରଦେଶ, କେରଳ, ବିହାର, ଏବଂ ଉତ୍ତରାଖଣ୍ଡର ୨୭୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ।  

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଥିଲେ । ଆୟୁଷ୍ମାନ କାର୍ଡ ବଣ୍ଟନ ସମାରୋହ ସାରା ରାଜ୍ୟରେ ପୌର ସଂସ୍ଥା, ଗ୍ରାମ ପଞ୍ଚାୟତ ଏବଂ ବିକଶିତ ବ୍ଲକରେ ଆୟୋଜିତ ହେଉଛି । ଆୟୁଷ୍ମାନ କାର୍ଡ ବଣ୍ଟନ ଅଭିଯାନ କଲ୍ୟାଣକାରୀ ଯୋଜନାରେ ଶତପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବାକୁ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ପଦକ୍ଷେପ ।

 

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ଜଣେ ର୍ନିଭୀକ ଏବଂ ସାହସୀ ଯୋଦ୍ଧା ଭାବରେ ସ୍ମରଣ କରାଯାଇଛି ଯିଏ ମୋଗଲମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ପାଇଁ ଲଢେଇ କରିଥିଲେ । 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India likely clocked 8%+ growth in early 2026, and remains resilient despite oil shock fears: World Bank official

Media Coverage

India likely clocked 8%+ growth in early 2026, and remains resilient despite oil shock fears: World Bank official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"