“ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ”
“ରିଟେଲ ଡାଇରେକ୍ଟ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ”
“ସରକାରଙ୍କ ପଦକ୍ଷେପ କାରଣରୁ, ବ୍ୟାଙ୍କ ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି”
“ନିକଟ ଅତୀତରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ବଢ଼ାଇବାରେ ଆରବିଆଇର ଏହି ନିଷ୍ପତ୍ତି ସହାୟକ ହୋଇପାରିବ”
“୬-୭ ବର୍ଷ ପୂର୍ବରୁ, ବ୍ୟାଙ୍କସେବା, ପେନସନ ଓ ବୀମା କେବଳ ଭାରତର ନିର୍ଦ୍ଦିଷ୍ଟ ବର୍ଗଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା”
“ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି”
“ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ହେବ ଏବଂ ନିବେଶକମାନଙ୍କ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ”
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଉଦବୋଧନ ଦେଇ ମହାମାରୀ ସମୟରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଭଳି ସଂସ୍ଥାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଅମୃତ ମହୋତ୍ସବର ଏହି ସମୟ, ଏକବିଂଶ ଶତାବ୍ଦୀର ଏ ଦଶନ୍ଧି ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ। ଏଭଳି ପରିସ୍ଥିତିରେ ଆରବିଆଇର ଭୂମିକା ସୁବୁଠୁ ମହତ୍ୱପୂର୍ଣ୍ଣ। ଆରବିଆଇର ସମ୍ପୂର୍ଣ୍ଣ ଟିମ୍ ଦେଶବାସୀଙ୍କ ଆଶାଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିବ ବୋଲି ମୋର ବିଶ୍ୱାସ ରହିଛି।”

ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାଗୁଡ଼ିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ। ରିଟେଲ ଡାଇରେକ୍ଟ ଯୋଜନା ସରକାରୀ ସିକ୍ୟୁରିଟିଜ ବା ପ୍ରତିଭୂତିରେ ନିବେଶ ଲାଗି ଦେଶର ଛୋଟ ନିବେଶକମାନଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ । ଅନୁରୂପ ଭାବେ, ଆଜି ଶୁଭାରମ୍ଭ ହୋଇଥିବା ସମନ୍ୱିତ ଲୋକପାଳ ଯୋଜନା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଲୋକପାଳ ବ୍ୟବସ୍ଥାକୁ ସାକାର ରୂପ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏସବୁ ଯୋଜନାର ଗ୍ରାହକ କୈନ୍ଦ୍ରିକ ବୈଶିଷ୍ଟ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଅନୁରୂପ ଭାବେ ରିଟେଲ ଡାଇରେକ୍ଟ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ । ସରକାରୀ ସିକ୍ୟୁରିଟିଜରେ ସେଟଲମେଣ୍ଟ ବା ସମାଧାନର ଗ୍ୟାରେଣ୍ଟି ଥିବାରୁ ଏହା ସମସ୍ତ କ୍ଷୁଦ୍ର ନିବେଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 7 ବର୍ଷ ମଧ୍ୟରେ, ପାରଦର୍ଶିତାର ସହ ଏନପିଏଗୁଡ଼ିକୁ ଚିହ୍ନଟ କରାଯାଉଛି, ସମାଧାନ ଓ ଅସୁଲି ଉପରେ ଗୁରୁତ୍ୱାରୋପ କରାଯାଉଛି, ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ କରାଯାଉଛି, ଆର୍ଥିକ ବ୍ୟବସ୍ଥା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଗୋଟିଏ ପରେ ଗୋଟିଏ ସଂସ୍କାର ଲାଗୁ କରାଯାଉଛି। ସେ ଆହୁରି କହିଥିଲେ, ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି, ସମବାୟ ବ୍ୟାଙ୍କଗୁଡ଼ିକୁ ଆରବିଆଇର ପରିଚାଳନା ଅଧୀନକୁ ଅଣାଯାଇଛି। ଏହି କାରଣରୁ ଏସବୁ ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଗତ କିଛି ବର୍ଷ ଧରି, ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଆର୍ଥିକ କ୍ଷେତ୍ରରେ ଅନ୍ତର୍ଭୂକ୍ତୀକରଣ ଠାରୁ ଆରମ୍ଭ କରି ପ୍ରଯୁକ୍ତିର ସମନ୍ୱୟକୁ କାର୍ଯ୍ୟକାରୀ କରାଯାଉଛି। କୋଭିଡ ସଙ୍କଟ କାଳରେ ଏଗୁଡ଼ିକର ସାମର୍ଥ୍ୟ ଆମେ ଦେଖିଛୁ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ନିକଟ ଅତୀତରେ ସରକାର ଗ୍ରହଣ କରିଥିବା ବଡ଼ ନିଷ୍ପତ୍ତିର ପ୍ରଭାବ ବୃଦ୍ଧି କରିବାରେ ବେଶ ସହାୟକ ହେଉଛି ବୋଲି ସେ କହିଥିଲେ।

୬-୭ ବର୍ଷ ପୂର୍ବରୁ, ବ୍ୟାଙ୍କସେବା, ପେନସନ ଓ ବୀମା କେବଳ ଭାରତର ନିର୍ଦ୍ଦିଷ୍ଟ ବର୍ଗଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ଏସବୁ ସେବାର ସୁବିଧା ଦେଶର ସାଧାରଣ ନାଗରିକ, ଗରିବ ପରିବାର, ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ-ବଞ୍ଚିତ-ପଛୁଆବର୍ଗ ଆଦିଙ୍କ ନିକଟରେ ପହଞ୍ଚି ପାରୁନଥିଲା। ପୂର୍ବ ବ୍ୟବସ୍ଥାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ସୁବିଧା ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବାର ଉତ୍ତରଦାୟିତ୍ୱ ଯେଉଁମାନଙ୍କ ପାଖରେ ଥିଲା ସେମାନେ କେବେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବରଂ, ପରିବର୍ତ୍ତନ ନଆସିବା ପାଇଁ ନାନା ବାହାନା କରୁଥିଲେ। ବ୍ୟାଙ୍କ ଶାଖା ନାହିଁ, କର୍ମଚାରୀ ନାହାନ୍ତି, ଇଣ୍ଟରନେଟ ନାହିଁ, ସଚେତନତା ନାହିଁ, ଉପାୟ ନାହିଁ ଆଦି ନାନା ଯୁକ୍ତି ଦର୍ଶାଯାଉଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁପିଆଇ କାର୍ଯ୍ୟକାରୀ ହେବା ଫଳରେ ଭାରତ ଖୁବ କମ ସମୟ ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ପାଲଟି ଯାଇଛି। ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ହେବ ଏବଂ ନିବେଶକମାନଙ୍କ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ। ଏକ ସମ୍ବେଦନଶୀଳ ଏବଂ ନିବେଶ-ଅନୁକୂଳ ଲକ୍ଷ୍ୟସ୍ଥଳୀ ଭାବେ ଭାରତର ନୂତନ ପରିଚୟକୁ ସୁଦୃଢ଼ କରିବାରେ ଆରବିଆଇ ନିଜର ପ୍ରୟାସ ଜାରି ରଖିବ ବୋଲି ମୋର ବିଶ୍ୱାସ ରହିଛି ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

अमृत महोत्सव का ये कालखंड, 21वीं सदी का ये दशक देश के विकास के लिए बहुत अहम है।

ऐसे में RBI की भी भूमिका बहुत बड़ी है।

मुझे पूरा विश्वास है कि टीम RBI, देश की अपेक्षाओं पर खरा उतरेगी: PM @narendramodi

— PMO India (@PMOIndia) November 12, 2021

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi