ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ
ପିଏମ୍‌ ବିଶ୍ୱକର୍ମା ଯୋଜନା ଲୋଗୋ, ଟ୍ୟାଗଲାଇନ୍ -'ସମ୍ମାନ ସାମର୍ଥ୍ୟ, ସମୃଦ୍ଧି' ଏବଂ ପୋର୍ଟାଲ ଉନ୍ମୋଚନ କଲେ
ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଷ୍ଟାମ୍ପ ସିଟ୍ ଏବଂ ଟୁଲକିଟ୍ ପୁସ୍ତିକା ଉନ୍ମୋଚନ କରାଗଲା
୧୮ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
‘‘ମୁଁ 'ଯଶୋଭୂମି'କୁ ଦେଶର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ, ପ୍ରତ୍ୟେକ ବିଶ୍ୱକର୍ମାଙ୍କୁ ଉତ୍ସର୍ଗ କରୁଛି’’
‘‘ବିଶ୍ୱକର୍ମାମାନଙ୍କୁ ସ୍ୱୀକୃତି ଓ ସମର୍ଥନ ମିଳିବା ସମୟର ଆବଶ୍ୟକତା’’
"ଆଉଟସୋର୍ସ କାମ ଆମ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଖକୁ ଆସିବା ଉଚିତ ଏବଂ ସେମାନେ ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ।
"ଏହି ପରିବର୍ତ୍ତିତ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଏବଂ ଉପକରଣ ଗୁରୁତ୍ୱପୂର୍ଣ୍ଣ"
‘‘ଯେଉଁମାନଙ୍କର କଥା ବୁଝିବାକୁ କେହି ନାହାନ୍ତି, ସେମାନଙ୍କ ପାଇଁ ମୋଦୀ ଠିଆ ହୋଇଛନ୍ତି’’
"ଭୋକାଲ୍ ଫର୍ ଲୋକାଲ ହେଉଛି ସମଗ୍ର ଦେଶର ଦାୟିତ୍ୱ"
‘‘ଆଜିର ବିକଶିତ ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରୁଛି’’
‘‘ଯଶୋଭୂମିର ବାର୍ତ୍ତା ସ୍ପଷ୍ଟ ଓ ଦୃଢ଼। ଏଠାରେ ଯେକୌଣସି କାର୍ଯ୍ୟକ୍ରମ ଆୟୋଜନ କଲେ ତାହା ସଫଳତା ଓ ଖ୍ୟାତି ପ୍ରାପ୍ତି ହେବ’’
‘‘ଭାରତ ମଣ୍ଡପମ୍ ଏବଂ ଯଶୋଭୂମି କେନ୍ଦ୍ର ଦିଲ୍ଲୀକୁ ସମ୍ମିଳନୀ ପର୍ଯ୍ୟଟନର ସବୁଠାରୁ ବଡ଼ କେନ୍ଦ୍ରରେ ପରିଣତ କରିବାକୁ ଯାଉଛନ୍ତି’’
"ଉଭୟ ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭାରତୀୟ ସଂସ୍କୃତି ଏବଂ ଅତ୍ୟାଧୁନିକ ସୁବିଧାର ସଂଗମ ଏବଂ ଏହି ଭବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଶ୍ୱ ସମ୍ମୁଖରେ ଭାରତର କାହାଣୀକୁ ପ୍ରକାଶ କରୁଛନ୍ତି’’
‘‘ଆମର ବିଶ୍ୱକର୍ମା ସହଯୋଗୀମାନେ ମେକ୍ ଇନ୍ ଇଣ୍ଡିଆର ଗୌରବ ଏବଂ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ଏହି ଗୌରବକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବାର ମାଧ୍ୟମ ପାଲଟିବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ। 

 

ସଭାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଗୁରୁ-ଶିଷ୍ୟ ପରମ୍ପରା ଓ ନୂଆ ପ୍ରଯୁକ୍ତି ପ୍ରଦର୍ଶନୀ ବୁଲି ଦେଖିଥିଲେ। ଯଶୋଭୂମିର ଥ୍ରୀଡି ମଡେଲକୁ ମଧ୍ୟ ସେ ଯାଞ୍ଚ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ନୂଆ ମେଟ୍ରୋ ଷ୍ଟେସନ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହାକୁ ପାରମ୍ପରିକ କାରିଗର ଓ ଶିଳ୍ପୀ ମାନଙ୍କୁ ସମର୍ପିତ କରିଥିଲେ। ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମୀଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ଶ୍ରୀ ମୋଦୀ ପ୍ରଦର୍ଶନୀ ପରିଦର୍ଶନ କରିବା ଏବଂ କାରିଗର ଓ ଶିଳ୍ପୀମାନଙ୍କ ସହ ବାର୍ତ୍ତାଳାପ କରିବାର ଚମତ୍କାର ଅନୁଭୂତି ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଏହି ସମ୍ମିଳନୀ ବୁଲି ଆସିବାକୁ ଅନୁରୋଧ କରିଥିଲେ । ଲକ୍ଷ ଲକ୍ଷ କାରିଗର ଏବଂ ସେମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆଶାର କିରଣ ରୂପେ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର 'ଯଶୋଭୂମି' ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଭବ୍ୟ ସୁବିଧା ନିର୍ମାଣରେ ଶ୍ରମିକ ଏବଂ ବିଶ୍ୱକର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ କହିଥିଲେ, ‘‘ଆଜି ମୁଁ 'ଯଶୋଭୂମି'କୁ ଦେଶର ପ୍ରତ୍ୟେକ ଶ୍ରମିକଙ୍କୁ, ପ୍ରତ୍ୟେକ ବିଶ୍ୱକର୍ମାଙ୍କୁ ସମର୍ପିତ କରୁଛି।’’ ଆଜିର କାର୍ଯ୍ୟକ୍ରମ ସହ ଜଡ଼ିତ ବିଶ୍ୱକର୍ମାମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 'ଯଶୋଭୂମି' ସେମାନଙ୍କ ରଚନାକୁ ବିଶ୍ୱ ଏବଂ ବିଶ୍ୱ ବଜାର ସହିତ ଯୋଡ଼ିବା ପାଇଁ ଏକ ଜୀବନ୍ତ କେନ୍ଦ୍ର ହେବାକୁ ଯାଉଛି। 

 

ପ୍ରଧାନମନ୍ତ୍ରୀ ଦେଶର ଦୈନନ୍ଦିନ ଜୀବନରେ ବିଶ୍ୱକର୍ମାଙ୍କ ଅବଦାନ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବୈଷୟିକ ଜ୍ଞାନକୌଶଳରେ ଯେତେ ଉନ୍ନତି ହେଉ ନା କାହିଁକି ବିଶ୍ୱକର୍ମାମାନେ ସମାଜରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱକର୍ମାଙ୍କୁ ସ୍ୱୀକୃତି ଓ ସମର୍ଥନ ମିଳିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, "ସରକାର ବିଶ୍ୱକର୍ମାଙ୍କ ସମ୍ମାନ ବୃଦ୍ଧି, ସାମର୍ଥ୍ୟ ବୃଦ୍ଧି ଏବଂ ସମୃଦ୍ଧି ବୃଦ୍ଧି ପାଇଁ ଏକ ସହଯୋଗୀ ଭାବରେ ଆଗେଇ ଆସିଛନ୍ତି। ଶିଳ୍ପୀ ଓ କାରିଗରମାନଙ୍କର ୧୮ଟି କୌଳିକ ବୃତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, କମାର, ବଣିଆ, ମୂର୍ତ୍ତିଶିଳ୍ପୀ, କୁମ୍ଭାର, ମୋଚି, ଦରଜି, ରାଜମିସ୍ତ୍ରୀ, ଭଣ୍ଡାରୀ, ରଜକ ପ୍ରମୁଖକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଯୋଜନା ପାଇଁ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। 

ବିଦେଶ ଗସ୍ତ ସମୟରେ ଶିଳ୍ପୀଙ୍କ ସହ କଥାବାର୍ତ୍ତା ବେଳେ ନିଜର ବ୍ୟକ୍ତିଗତ ଅନୁଭୂତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ହାତ ତିଆରି ସାମଗ୍ରୀର ବଢୁଥିବା ଚାହିଦା ବଢ଼ୁଛି । ସେ କହିଥିଲେ ଯେ, ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସେମାନଙ୍କ କାମ ଦିଅନ୍ତି। ଏହି ଆଉଟସୋର୍ସ କାମ ଆମ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଖକୁ ଆସିବା ଦରକାର ଏବଂ ସେମାନେ ଯେପରି ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଅଂଶ ପାଲଟିଯିବେ ସେଥିପାଇଁ ଆମେ କାମ କରୁଛୁ । ସେଥିପାଇଁ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ଯୁଗରେ ପହଞ୍ଚାଇବା ପାଇଁ ଏହି ଯୋଜନା ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଦକ୍ଷ କାରିଗର ଏବଂ ବୃତ୍ତିକୁ ପ୍ରଶିକ୍ଷଣ ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, "ଏହି ପରିବର୍ତ୍ତିତ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଏବଂ ଉପକରଣ ଗୁରୁତ୍ୱପୂର୍ଣ୍ଣ।"। ପ୍ରଶିକ୍ଷଣ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଆଧୁନିକ ଟୁଲକିଟ୍ ପାଇଁ ୧୫ ହଜାର ଟଙ୍କାର ଟୁଲକିଟ୍ ଭାଉଚର ଦିଆଯିବ ଏବଂ ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂରେ ସରକାର ସାହାଯ୍ୟ କରିବେ ବୋଲି ସେ କହିଥିଲେ। କେବଳ ଜିଏସଟି ପଞ୍ଜିକୃତ ଦୋକାନରୁ ଟୁଲକିଟ୍ କିଣାଯିବା ସହ ଏହି ଉପକରଣଗୁଡ଼ିକ ମେଡ୍ ଇନ୍ ଇଣ୍ଡିଆ ହେବା ଦରକାର ବୋଲି ସେ କହିଛନ୍ତି। 

ବିଶ୍ୱକର୍ମାମାନଙ୍କ ପାଇଁ ବିନା ବନ୍ଧକରେ ଋଣ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଋଣ ପାଇଁ ବନ୍ଧକ ମଗାଯାଏ, ସେହି ଗ୍ୟାରେଣ୍ଟି ମୋଦୀ ଦେଇଥାନ୍ତି । ବିଶ୍ୱକର୍ମା ସାଥୀମାନେ ଅତି କମ୍ ସୁଧରେ କୌଣସି ବନ୍ଧକ ନରଖି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ ବୋଲି ସେ ସୂଚନା ଦେଇଥିଲେ ।

କେନ୍ଦ୍ରରେ ସରକାର ବଞ୍ଚିତ ବର୍ଗଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହା ପ୍ରତ୍ୟେକ ଜିଲ୍ଲାରୁ ଏକ ଅଭିନବ ଉତ୍ପାଦକୁ ପ୍ରୋତ୍ସାହିତ କରିଥାଏ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ବ୍ୟାଙ୍କ ଦ୍ୱାର ଖୋଲିବା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୃଷ୍ଟି କରିବା ବିଷୟରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । "ମୋଦୀ ସେମାନଙ୍କ ସହଯୋଗ ପାଇଁ ଅଛନ୍ତି ଯେଉଁମାନଙ୍କର ଯତ୍ନ ନେବାକୁ କେହି ନାହାନ୍ତି", ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଏଠାରେ ସେବା କରିବାକୁ, ସମ୍ମାନର ଜୀବନ ଦେବାକୁ ଏବଂ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ସେ ଆସିଛନ୍ତି । ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି-୨୦ ହସ୍ତଶିଳ୍ପ ବଜାରରେ ପ୍ରଯୁକ୍ତି ବିଦ୍ୟା ଏବଂ ପରମ୍ପରା ମିଶ୍ରଣର ପରିଣାମ ବିଶ୍ୱ ଦେଖିଛି । ଏପରିକି ଅତିଥିଙ୍କ ପାଇଁ ଉପହାରରେ ବିଶ୍ୱକର୍ମା ବନ୍ଧୁଙ୍କ ଉତ୍ପାଦ ମଧ୍ୟ ରହିଥିଲା। "ଭୋକାଲ୍ ଫର୍ ଲୋକାଲ ପ୍ରତି ଏହି ସମର୍ପଣ ସମଗ୍ର ଦେଶର ଦାୟିତ୍ୱ। ପ୍ରଥମେ ଆମକୁ ଭୋକାଲ୍ ଫର୍ ଲୋକାଲ (ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ) ହେବାକୁ ପଡ଼ିବ ଏବଂ ତା'ପରେ ଆମକୁ ସ୍ଥାନୀୟ ଉତ୍ପାଦକୁ ଗ୍ଲୋବାଲ୍ ବା ବିଶ୍ୱ ସ୍ତର ଆଡ଼କୁ ନେବାକୁ ପଡ଼ିବ,’’ ବୋଲି ସେ କହିଛନ୍ତି।

ଗଣେଶ ଚତୁର୍ଥୀ, ଧନତେରସ, ଦୀପାବଳି ଭଳି ଦେଶରେ ଆଗାମୀ ପର୍ବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ଥାନୀୟ ଉତ୍ପାଦ କିଣିବାକୁ ଅନୁରୋଧ କରିଥିଲେ, ବିଶେଷକରି ସେହି ଉତ୍ପାଦ ଯେଉଁଥିରେ ଦେଶର ବିଶ୍ୱକର୍ମାମାନେ ଯୋଗଦାନ ଦେଇଛନ୍ତି ।

 

ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିବା ଭାରତ ମଣ୍ଡପମ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆଜିର ବିକଶିତ ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରୁଛି ।" ଯଶୋଭୂମିର ବାର୍ତ୍ତା ସ୍ପଷ୍ଟ ଓ ସ୍ୱର ଦୃଢ଼ । ଏଠାରେ ଯେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ ତାହା ସଫଳତା ଓ ଖ୍ୟାତି ହାସଲ କରିବ ବୋଲି ଶ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭବିଷ୍ୟତର ଭାରତକୁ ପ୍ରଦର୍ଶନ କରିବା ପାଇଁ ଯଶୋଭୂମି ଏକ ମାଧ୍ୟମ ହେବ ।  

ଭାରତର ଶ୍ରେଷ୍ଠ ଆର୍ଥିକ ଦକ୍ଷତା ଏବଂ ବାଣିଜ୍ୟିକ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏହା ଦେଶର ରାଜଧାନୀରେ ଏକ ଉପଯୁକ୍ତ କେନ୍ଦ୍ର ବୋଲି ସେ କହିଥିଲେ । ଏହା ଉଭୟ ବହୁମୁଖୀ ଯୋଗାଯୋଗ ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତିକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ମେଟ୍ରୋ ରେଳ ଜରିଆରେ କେନ୍ଦ୍ରକୁ ପ୍ରଦାନ କରାଯାଇଥିବା ପରିବହନ ସଂଯୋଗ ଏବଂ ଆଜି ମେଟ୍ରୋ ଟର୍ମିନାଲର ଉଦଘାଟନ ବିଷୟରେ ସେ ଏହା ସ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ଯଶୋଭୂମିର ଇକୋସିଷ୍ଟମ ଏହାର ବ୍ୟବହାରକାରୀଙ୍କ ଯାତ୍ରା, ଯୋଗାଯୋଗ, ରହିବା ଏବଂ ପର୍ଯ୍ୟଟନ ଆବଶ୍ୟକତାକୁ ପୂରଣ କରିବ । 

ପରିବର୍ତ୍ତିତ ସମୟ ସହିତ ବିକାଶ ଏବଂ ନିଯୁକ୍ତିର ନୂତନ କ୍ଷେତ୍ର ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ପଚାଶରୁ ୬୦ ବର୍ଷ ପୂର୍ବେ ଭାରତରେ ଏତେ ପରିମାଣର ଆଇଟି କ୍ଷେତ୍ର ବିସ୍ତାର ଲାଭ କରିବ ବୋଲି କେହି କଳ୍ପନା କରିନଥିବେ । ଏପରିକି ସାମାଜିକ ଗଣମାଧ୍ୟମ ମଧ୍ୟ ୩୦ରୁ ୩୫ ବର୍ଷ ପୂର୍ବେ କାଳ୍ପନିକ ଥିଲା । ସମ୍ମିଳନୀ ପର୍ଯ୍ୟଟନର ଭବିଷ୍ୟତ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ର ଭାରତ ପାଇଁ ପ୍ରଚୁର ସମ୍ଭାବନା ରଖିଛି ଏବଂ ଏହାର ମୂଲ୍ୟ ୨୫,୦୦୦ କୋଟି ଟଙ୍କାରୁ ଅଧିକ । ବିଶ୍ୱରେ ପ୍ରତିବର୍ଷ ୩୨ ହଜାରରୁ ଅଧିକ ବଡ଼ ପ୍ରଦର୍ଶନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଏ, ଯେଉଁଠାରେ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଆସୁଥିବା ଲୋକମାନେ ସାଧାରଣ ପର୍ଯ୍ୟଟକଙ୍କ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଏତେ ବଡ଼ ଶିଳ୍ପରେ ଭାରତର ଅଂଶ ମାତ୍ର ଏକ ପ୍ରତିଶତ ଏବଂ ଭାରତର ଅନେକ ବଡ଼ କମ୍ପାନୀ ପ୍ରତିବର୍ଷ ସେମାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଦେଶକୁ ଯାଆନ୍ତି । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ବର୍ତ୍ତମାନ ସମ୍ମିଳନୀ ପର୍ଯ୍ୟଟନ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠାରେ କାର୍ଯ୍ୟକ୍ରମ, ସଭା ଏବଂ ପ୍ରଦର୍ଶନୀ ପାଇଁ ଆବଶ୍ୟକ ସମ୍ବଳ ଅଛି ସେଠାରେ ସମ୍ମିଳନୀ ପର୍ଯ୍ୟଟନ ମଧ୍ୟ ପ୍ରଗତି କରିବ। ତେଣୁ ଭାରତ ମଣ୍ଡପମ୍ ଏବଂ ଯଶୋଭୂମି କେନ୍ଦ୍ର ବର୍ତ୍ତମାନ ଦିଲ୍ଲୀକୁ ସମ୍ମିଳନୀ ପର୍ଯ୍ୟଟନର ସର୍ବବୃହତ କେନ୍ଦ୍ରରେ ପରିଣତ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି। ଭବିଷ୍ୟତରେ ଯଶୋଭୂମି ଏପରି ଏକ ସ୍ଥାନରେ ପରିଣତ ହେବ ଯେଉଁଠାରେ ବିଶ୍ୱର ବିଭିନ୍ନ ଦେଶରୁ ଲୋକମାନେ ଅନ୍ତର୍ଜାତୀୟ ସମ୍ମିଳନୀ, ସଭା ଏବଂ ପ୍ରଦର୍ଶନୀ ପାଇଁ ଆସିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଯଶୋଭୂମିକୁ ନିମନ୍ତ୍ରଣ କରିଥିଲେ । ସେ କହିଛନ୍ତି, ‘‘ଆଜି ମୁଁ ବିଶ୍ୱର ବିଭିନ୍ନ ଦେଶରୁ ପ୍ରଦର୍ଶନୀ ଏବଂ ଇଭେଣ୍ଟ ଶିଳ୍ପ ସହ ଜଡ଼ିତ ଲୋକଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରୁଛି। ମୁଁ ଦେଶର ପ୍ରତ୍ୟେକ ଅଞ୍ଚଳ, ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣର ଚଳଚ୍ଚିତ୍ର ଉଦ୍ୟୋଗ ଏବଂ ଟିଭି ଉଦ୍ୟୋଗକୁ ନିମନ୍ତ୍ରଣ କରିବି । ଆପଣ ଏଠାରେ ଆପଣଙ୍କ ପୁରସ୍କାର ସମାରୋହ, ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରନ୍ତୁ, ଏଠାରେ ପ୍ରଥମ ଚଳଚ୍ଚିତ୍ର ଶୋ ଆୟୋଜନ କରନ୍ତୁ । ଭାରତ ମଣ୍ଡପମ୍ ଏବଂ ଯଶୋଭୂମିରେ ଯୋଗ ଦେବା ପାଇଁ ମୁଁ ଅନ୍ତର୍ଜାତୀୟ ଇଭେଣ୍ଟ କମ୍ପାନୀ, ପ୍ରଦର୍ଶନୀ କ୍ଷେତ୍ର ସହ ଜଡ଼ିତ ଲୋକଙ୍କୁ ନିମନ୍ତ୍ରଣ କରୁଛି।’’

 

ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭାରତର ଆତିଥେୟତା, ଶ୍ରେଷ୍ଠତା ଏବଂ ଭବ୍ୟତାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । "ଉଭୟ ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭାରତୀୟ ସଂସ୍କୃତି ଏବଂ ଅତ୍ୟାଧୁନିକ ସୁବିଧାର ସଂଗମ ଏବଂ ଏହି ଭବ୍ୟ ପ୍ରତିଷ୍ଠାନଗୁଡ଼ିକ ଭାରତର କାହାଣୀକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରନ୍ତି", ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏହା ନୂତନ ଭାରତର ଆକାଂକ୍ଷାକୁ ପ୍ରତିଫଳିତ କରେ ଯିଏ ନିଜ ପାଇଁ ସର୍ବୋତ୍ତମ ସୁବିଧା ଚାହୁଁଛି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ନୂଆ ଲକ୍ଷ୍ୟ ସୃଷ୍ଟି କରିବା, ସେମାନଙ୍କ ପାଇଁ ପ୍ରୟାସ କରିବା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ 'ଭାରତ ଏବେ ଅଟକିବ ନାହିଁ' ବୋଲି କହିଥିଲେ। ଅଭିଭାଷଣ ଶେଷରେ, ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକମାନେ କଠିନ ପରିଶ୍ରମ କରିବା ଏବଂ ଏକଜୁଟ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । "ଆମର ବିଶ୍ୱକର୍ମା ସହଯୋଗୀମାନେ ମେକ୍ ଇନ୍ ଇଣ୍ଡିଆର ଗର୍ବ ଏବଂ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ବିଶ୍ୱକୁ ଏହି ଗୌରବ ଦେଖାଇବାର ଏକ ମାଧ୍ୟମ ହେବ", ଶ୍ରୀ ମୋଦୀ ଶେଷରେ କହିଥିଲେ । 

 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏବଂ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଯଶୋଭୂମି 

ଦ୍ୱାରକାଠାରେ 'ଯଶୋଭୂମି' କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସାକାର ହେବ। ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ 'ଯଶୋଭୂମି' ବିଶ୍ୱର ସର୍ବବୃହତ ଏମ୍ ଆଇସିଇ (ମିଟିଂ, ପ୍ରଚାର, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରେ ସ୍ଥାନ ପାଇବ।

ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି। ୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ପ୍ରେକ୍ଷାଳୟ, ବିଶାଳ୍‌ ବଲ୍‌ ରୁମ୍‌ ସମେତ ୧୫ଟି ସମ୍ମିଳନୀ କକ୍ଷ ଏବଂ ମୋଟ ୧୧,୦୦୦ ପ୍ରତିନିଧି ବସିବାର କ୍ଷମତା ଥିବା ୧୩ଟି ବୈଠକ କକ୍ଷ ରହିଛି। ସମ୍ମିଳନୀ କେନ୍ଦ୍ରରେ ଦେଶର ସବୁଠାରୁ ବଡ ଏଲଇଡି ମିଡିଆ ସୁବିଧା ରହିଛି । ସମ୍ମିଳନୀ କେନ୍ଦ୍ରରେ ଥିବା ପୂର୍ଣ୍ଣାଙ୍ଗ କକ୍ଷରେ ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି। ପ୍ରେକ୍ଷାଳୟରେ ସବୁଠାରୁ ଅଭିନବ ସ୍ୱୟଂଚାଳିତ ବସିବା ରହିଛି ଯାହା ଫ୍ଲୋରକୁ ଏକ ଫ୍ଲାଟ ଫ୍ଲୋର କିମ୍ବା ବିଭିନ୍ନ ପ୍ରକାରର ବସିବା ସୁବିଧା ପାଇଁ ପ୍ରେକ୍ଷାଳୟ ଶୈଳୀରେ ବସିବା ବ୍ୟବସ୍ଥା କରିବାକୁ ଅନୁମତି ଦେଇଥାଏ । ଅଡିଟୋରିୟମରେ ବ୍ୟବହୃତ କାଠ ଚଟାଣ ଏବଂ ଆକୋଷ୍ଟିକ୍ ୱାଲ୍ ପ୍ୟାନେଲ୍ ପର୍ଯ୍ୟଟକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଅନୁଭୂତି ସୁନିଶ୍ଚିତ କରିବ। ଏକ ଅନନ୍ୟ ପାଖୁଡ଼ା ଭଳି ଛାତ ଥିବା ବିଶାଳ ବଲ୍‌ ରୁମରେ ପ୍ରାୟ ୨,୫୦୦ ଅତିଥି ରହିପାରିବେ। ଏଥିରେ ଏକ ବିସ୍ତାରିତ ଖୋଲା ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ୫୦୦ ଲୋକ ବସିପାରିବେ । ୮ ମହଲା ବିଶିଷ୍ଟ ଏହି ୧୩ଟି ମିଟିଂ ରୁମ୍ ରେ ବିଭିନ୍ନ ସ୍ତରର ବୈଠକ ଅନୁଷ୍ଠିତ ହେବ ବୋଲି ପରିକଳ୍ପନା କରାଯାଇଛି।  

 

'ଯଶୋଭୂମି'ରେ ବିଶ୍ୱର ସବୁଠାରୁ ବଡ଼ ପ୍ରଦର୍ଶନୀ କକ୍ଷ ମଧ୍ୟ ରହିଛି। ୧.୦୭ ଲକ୍ଷ ବର୍ଗ ମିଟରରୁ ଅଧିକ ପରିମିତ ଏହି ପ୍ରଦର୍ଶନୀ ହଲ୍ ଗୁଡ଼ିକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବହୃତ ହେବ ଏବଂ ଏକ ଭବ୍ୟ ଫୋୟାର ସ୍ପେସ୍ ସହିତ ସଂଯୁକ୍ତ ହେବ ଯାହା ଏକ ତମ୍ବା ଛାତ ସହିତ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ବିଭିନ୍ନ ସ୍କାଏଲାଇଟ୍ ମାଧ୍ୟମରେ ଆକାଶର ଆଲୋକକୁ ଫିଲ୍ଟର କରିଥାଏ । ଏଥିରେ ମିଡିଆ ରୁମ୍, ଭିଭିଆଇପି ଲାଉଞ୍ଜ୍, କ୍ଲୋକ୍ ସୁବିଧା, ଆଗନ୍ତୁକ ସୂଚନା କେନ୍ଦ୍ର, ଟିକେଟିଂ ଭଳି ବିଭିନ୍ନ ସପୋର୍ଟ ଏରିଆ ରହିବ।

'ଯଶୋଭୂମି'ର ସମସ୍ତ ସାର୍ବଜନୀନ ପ୍ରସାରଣ କ୍ଷେତ୍ରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସେଗୁଡ଼ିକ ସମ୍ମିଳନୀ କକ୍ଷର ବାହ୍ୟ ସ୍ଥାନ ସହିତ ନିରନ୍ତରତାକୁ ପ୍ରତିନିଧିତ୍ୱ କରନ୍ତି । ଏହା ଭାରତୀୟ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ସାମଗ୍ରୀ ଏବଂ ବସ୍ତୁରେ ନିର୍ମିତ ହୋଇଥିବା ବେଳେ ବ୍ରେସ୍ ଇନ୍ଲେ ରଙ୍ଗୋଲିସ୍ ଢାଞ୍ଚା, ନିଲମ୍ବିତ ଶବ୍ଦ ଶୋଷଣକାରୀ ଧାତୁ ସିଲିଣ୍ଡର ଏବଂ ଆଲୋକିତ ଢାଞ୍ଚାଯୁକ୍ତ କାନ୍ଥକୁ ପ୍ରତିନିଧିତ୍ୱ କରିଥାଏ ।

ଶତ ପ୍ରତିଶତ ବର୍ଜ୍ୟଜଳ ପୁନଃବ୍ୟବହାର, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ଏକ ଅତ୍ୟାଧୁନିକ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ସହିତ ସଜ୍ଜିତ 'ଯଶୋଭୂମି' ସ୍ଥାୟିତ୍ୱ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରେ ଏବଂ ଏହାର କ୍ୟାମ୍ପସକୁ ସିଆଇଆଇର ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି) ଠାରୁ ପ୍ଲାଟିନମ୍ ସାର୍ଟିଫିକେଟ୍ ମିଳିଛି।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ 'ଯଶୋଭୂମି'ରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ୩ ହଜାରରୁ ଅଧିକ କାର୍ ପାଇଁ ଅଣ୍ଡରଗ୍ରାଉଣ୍ଡ କାର୍ ପାର୍କିଂ ସୁବିଧାରେ ୧୦୦ରୁ ଅଧିକ ଇଲେକ୍ଟ୍ରିକ୍ ଚାର୍ଜିଂ ପଏଣ୍ଟ ରହିଛି।

ନୂଆ ମେଟ୍ରୋ ଷ୍ଟେସନ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫'ର ଉଦଘାଟନ ସହିତ 'ଯଶୋଭୂମି'କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ସଂଯୋଗ କରାଯିବ। ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବ୍‌ ୱେ ରହିବ - ଏକ ୭୩୫ ମିଟର ଲମ୍ବା ସବ୍ୱେ ଯାହା ଷ୍ଟେସନକୁ ପ୍ରଦର୍ଶନୀ କକ୍ଷ, ସମ୍ମିଳନୀ କେନ୍ଦ୍ର ଏବଂ କେନ୍ଦ୍ର ପରିସର ସହିତ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସ ୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ 'ଯଶୋଭୂମି'ର ଭବିଷ୍ୟତ ପ୍ରଦର୍ଶନୀ କକ୍ଷ ସହିତ ସଂଯୋଗ କରୁଛି।

 

ପିଏମ୍‌ ବିଶ୍ୱକର୍ମା

ପାରମ୍ପରିକ ହସ୍ତଶିଳ୍ପରେ ନିୟୋଜିତ ଲୋକଙ୍କୁ ସମର୍ଥନ ଦେବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଭାବେ ଧ୍ୟାନ ଦେଇ ଆସୁଛନ୍ତି । ଯୋଜନାର ଉଦ୍ଦେଶ୍ୟ କେବଳ ଶିଳ୍ପୀ ଓ କାରିଗରମାନଙ୍କୁ ଆର୍ଥିକ ସହାୟତା କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କା ବ୍ୟୟ କରିବେ । ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ଜନ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମାମାନଙ୍କୁ ମାଗଣାରେ ପଞ୍ଜିକୃତ କରାଯିବ। ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ଏବଂ ପରିଚୟପତ୍ର, ମୌଳିକ ଓ ଉନ୍ନତ ପ୍ରଶିକ୍ଷଣ ସହିତ ଦକ୍ଷତା ଉନ୍ନତିକରଣ, ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ବିପଣନ ସହାୟତା ପ୍ରଦାନ କରାଯିବ।

 

ବିଶ୍ୱକର୍ମାମାନଙ୍କ ଦ୍ୱାରା ନିଜ ହାତ ଓ ଉପକରଣରେ କରାଯାଉଥିବା ଗୁରୁ-ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଅଭ୍ୟାସକୁ ଆଗକୁ ବଢ଼ାଇବା ଓ ସୁଦୃଢ଼ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଶିଳ୍ପୀ ଏବଂ କାରିଗରଙ୍କ ଉତ୍ପାଦ, ସେବାର ଗୁଣବତ୍ତା ଏବଂ ପହଞ୍ଚରେ ଉନ୍ନତି ଆଣିବା ତଥା ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳା ସହିତ ଯୋଡ଼ିବା ।

ଏହି ଯୋଜନା ସମଗ୍ର ଭାରତର ଗ୍ରାମୀଣ ଏବଂ ସହରାଞ୍ଚଳର କାରିଗର ଏବଂ କାରିଗରମାନଙ୍କୁ ସହାୟତା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ। ଏଗୁଡ଼ିକ ମଧ୍ୟରେ ରହିଛି (୧) ବଢ଼େଇ; (୨) ଡଙ୍ଗା ନିର୍ମାତା; (୩) ଅସ୍ତ୍ରଶସ୍ତ୍ର ନିର୍ମାତା; (୪) କମାର ; (୫) ହାତୁଡ଼ି ଓ ଉପକରଣ ନିର୍ମାତା; (୬) ତାଲା ନିର୍ମାତା; (୭) ବଣିଆ; (୮) କୁମ୍ଭାର; (୯) ମୂର୍ତ୍ତିଶିଳ୍ପୀ, ପଥର କଟାଳି; (୧୦) ଜୋତା କାରିଗର ; (୧୧) ରାଜମିସ୍ତ୍ରୀ; (୧୨) ଝୁଡ଼ି/ଚଟେଇ/ଝାଡ଼ୁ ନିର୍ମାତା, କତା ବୁଣାଳି; (୧୩) କଣ୍ଢେଇ ଏବଂ ଖେଳନା ନିର୍ମାତା (ପାରମ୍ପରିକ); (୧୪) ଭଣ୍ଡାରୀ; (୧୫) ଫୁଲମାଳ କାରିଗର; (୧୬) ରଜକ; (୧୭) ଦରଜି; ଏବଂ (୧୮) ମାଛଧରା ଜାଲ ନିର୍ମାତା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV market to grow 12-fold to 30.4 mn units by 2032 under high-growth scenario: Report

Media Coverage

India's EV market to grow 12-fold to 30.4 mn units by 2032 under high-growth scenario: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.