ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସର ମଧ୍ୟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
“ଆତ୍ମ ନିର୍ଭର ଭାରତ ସଂକଳ୍ପକୁ ଆଖିଆଗରେ ରଖି ଆସନ୍ତା ୨୫ବର୍ଷ ନିମନ୍ତେ ଭାରତର ଭିତ୍ତିଭୂମି ପ୍ରଦାନ”
“ଏହି ମହାନ୍ ଗତିଶକ୍ତି ଅଭିଯାନରେ ଭାରତବାସୀ, ଭାରତୀୟ ଶିଳ୍ପ, ଭାରତୀୟ ବ୍ୟବସାୟ, ଭାରତ ନିର୍ମାଣକାରୀ, ଭାରତୀୟ ଚାଷୀ ହେଉଛନ୍ତି କେନ୍ଦ୍ରବିନ୍ଦୁ”
“ଆମର କର୍ମ ସଂସ୍କୃତି ବଳରେ ଆମେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ନିର୍ଦ୍ଧାରିତ ସମୟ ଆଗରୁ ଶେଷ କରିବାକୁ ଉଦ୍ୟମ ମଧ୍ୟ କରୁଛୁ”
“ସମ୍ପୂର୍ଣ୍ଣଭାବେ ସରକାରୀ ଉଦ୍ୟମ ହୋଇଥିବାରୁ ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି”
“ସାମଗ୍ରିକ ପ୍ରଶାସନର ଏକ ସମ୍ପ୍ରସାରଣ ହେଉଛି ଗତିଶକ୍ତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବହୁମୁଖୀ ସଂଯୋଗୀକରଣ ମାଷ୍ଟର ପ୍ଳାନ ଆଜି(ତା୧୩-୧୦-୨୦୨୧) ନୂଆଦିଲ୍ଳୀଠାରେ ଉଦଘାଟନ କରିଛନ୍ତି । ଏଥିସହ ସେ ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ନିତୀନ ଗଡକରୀ, ପୀୟୁଷ ଗୋୟଲ, ହରଦୀପ ସିଂପୁରୀ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ଆରକେ ସିଂହ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ରାଜ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିଳ୍ପପତିମାନେ ଏଥିରେ ଉପସ୍ଥିତ ଥିଲେ । ଶିଳ୍ପାନୁଷ୍ଠାନରୁ ଶ୍ରୀ କୁମାର ମଙ୍ଗଳମ୍ ବିରଳା (ଆଦିତ୍ୟ ବିରଳାଗ୍ରୁପ ଅଧ୍ୟକ୍ଷ) ଟ୍ରାକ୍ଟର ଓ ଚାଷୋପକରଣର ଅଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଶ୍ରୀନିବାସନ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ଟାଟା ଷ୍ଟିଲ) ଶ୍ରୀ ଟି.ଭି. ନରେନ୍ଦ୍ରନ୍‌, ଭାରତୀୟ ଶିଳ୍ପ ସଂଘର ସଭାପତି ତଥା ସିଭିଗୋର ସହ ପ୍ରତିଷ୍ଠାତା ଶ୍ରୀ ଦୀପକ ଗର୍ଗ ଏହି ଅବସରରେ ସେମାନଙ୍କ ମତାମତ ରଖିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଅଷ୍ଟମୀ ତିଥିରେ ଶକ୍ତିପୂଜାର ବୈଶିଷ୍ଟ୍ୟ ରହିଛି ଓ ତାହା ସହ ଦେଶର ପ୍ରଗତି ମଧ୍ୟ ଏକ ନୂତନ ଗତପାଉଛି । ଆତ୍ମନିର୍ଭର ଭାରତ ସଂକଳ୍ପ ସହ ଆଗାମୀ ୨୫ବର୍ଷ ନିମନ୍ତେ ଭାରତର ମୂଳଦୁଆ ମଧ୍ୟ ଆଜି ପଡିବାକୁ ଯାଉଛି । ଆତ୍ମନିର୍ଭର ଭାରତ ସଂକଳ୍ପକୁ ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ ଏକ ଆତ୍ମବିଶ୍ୱାସ ଦେବ । “ଏହି ମାଷ୍ଟର ପ୍ଳାନ ଏକବିଂଶ ଶତାବ୍ଦୀର ଭାରତକୁ ପ୍ରେରଣା (ଗତିଶକ୍ତି) ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗତିଶକ୍ତି ମହାନ ଅଭିଯାନରେ ଦେଶବାସୀ, ଭାରତୀୟ ଶିଳ୍ପ, ଭାରତୀୟ ବ୍ୟବସାୟ, ଭାରତୀୟ ନିର୍ମାଣାକର୍ତ୍ତା, ଭାରତୀୟ ଚାଷୀ କେନ୍ଦ୍ରବିନ୍ଦୁ ହେବେ । ଏକବିଂଶ ଶତାବ୍ଦୀରେ ଭାରତ ଗଠନ ଓ ସାମ୍ନାରେ ଥିବା ବାଧାବିଘ୍ନ ଦୂରକରିବା ପାଇଁ ବର୍ତ୍ତମାନ  ଓ ଭବିଷ୍ୟତ ବଂଶଧରମାନଙ୍କୁ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ବର୍ଷରେ ସାଇନେବ ବା ଦସ୍ତଖତ ନେଇ କାର୍ଯ୍ୟ ଚାଲିଛି ଯାହା କି ବିଶ୍ୱାସ ଓ ଅବିଶ୍ୱାସର ପ୍ରତୀକ ଭାବେ ନିଆଯାଉଛି । ପ୍ରଗତି ନିମନ୍ତେ ଗତି, ଉତ୍ସୁକତା ଓ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଆଜି ଏକବିଂଶ ଶତାବ୍ଦୀର ଭାରତ ପୁରୁଣା ପଦ୍ଧତିକୁ ଛାଡିବା ଆରମ୍ଭ କରିଦେଇଛି।

“ଆଜିର ମନ୍ତ୍ର ହେଉଛି-

‘ପ୍ରଗତି ପାଇଁ କାର୍ଯ୍ୟ’

ଧନ ପାଇଁ ପ୍ରଗତି।

ପ୍ରଗତି ପାଇଁ ଯୋଜନା।

ପ୍ରଗତି ପାଇଁ ଅଗ୍ରାଧିକାର।

“ଆମେ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ  କର୍ମସଂସ୍କୃତିକୁ ବିକଶିତ କେବଳ କରୁନାହୁଁ, ବରଂ ନିଧାର୍ଯ୍ୟ ସମୟ ଆଗରୁ କିପରି ସାରିବାକୁ ହେବ ସେଥିପାଇଁ ମଧ୍ୟ ଚେଷ୍ଟା କରୁଛୁ ।”

ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଆମ ଦେଶରେ ଅଧିକାଂଶ ରାଜନୀତିକ ଦଳ ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରାଧିକାର ଦେଉ ନ ଥିଲେ । ସେମାନଙ୍କ ଇସ୍ତାହାରରେ ମଧ୍ୟ ଏହା ଉଲ୍ଲେଖ ନ ଥିଲା । ଆଜି ଦେଶର କେତେକ ରାଜନୈତିକ ଦଳ ଭିତ୍ତିଭୂମି ବିକାଶକୁ ସମାଲୋଚନା କରିବା ମଧ୍ୟ ଆରମ୍ଭ କରିଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶ୍ୱସ୍ତରରେ ଏହା ସ୍ୱୀକୃତ ଯେ ଗୁଣାତ୍ମକ ଭିତ୍ତିଭୂମି ଥିଲେ ନିରନ୍ତର ବିକାଶ ସମ୍ଭବ । ଏହା ଅନେକ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରିବା ସହ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ସମଷ୍ଟିଗତ ଯୋଜନା ଓ ଅଣୁତ୍ତତ୍ୱରାନ୍ୱିତ ସମସ୍ୟାର ବ୍ୟବଧାନ, ସମନ୍ୱୟ ଅଭାବ, ଆଗୁଆ ତଥ୍ୟର ଅଭାବ ଯୋଗୁଁ ଅର୍ଥହାନୀ ଘଟୁଛି । ଶକ୍ତି ବହୁଗୁଣିତ ହେବା ପରିବର୍ତ୍ତେ ଭାଗ ଭାଗ ହୋଇଯିବ ଓ ପିଏମ ଗତଶକ୍ତି ଜାତୀୟ ମାଷ୍ଟର ପ୍ଲାନ ସମ୍ବଳର ଯଥାର୍ଥ ବିନିଯୋଗରେ ସହାୟକ ହେବ ।

୨୦୧୪ ମସିହାରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ନେଲେ ତା’ର ସ୍ମୃତିଚାରଣ କରି କହିଛନ୍ତି ଯେ ସେ ଅଟକି ରହିଥିବା ଶହ ଶହ ପ୍ରକଳ୍ପର ସମୀକ୍ଷା କରି ବାଧାବିଘ୍ନ ଦୂର କରିବା ପାଇଁ ସବୁକୁ ଗୋଟିଏ ପ୍ଲାଟଫର୍ମକୁ ଆଣିଥିଲେ । ସେ ସନ୍ତୋଷବ୍ୟକ୍ତ କରି କହିଛନ୍ତି ଯେ ବର୍ତ୍ତମାନ ସମନ୍ୱୟ ଅଭାବରୁ ଯେଉଁ କାର୍ଯ୍ୟ ବିଳମ୍ବିତ ହେଉଛି କେବଳ ତାହାରି ଉପରେ ହିଁ ଗୁରୁତ୍ୱାଆରୋପ କରାଯାଉଛି । ଏବେ ସରକାର ସମ୍ପୂର୍ଣ୍ଣ ଦାୟୀକୁ ନେଇ ସମସ୍ତ ସରକାରୀ କଳର ଉପଯୋଗ କରି କିପରି ଯୋଜନାଗୁଡିକ ତ୍ୱରାନ୍ୱିତ ହେବ ତାର ଉପାୟ ବାହାର କରିଛନ୍ତି । ସେ ଦୃଷ୍ଟିରୁ ଅନେକ ଏକକ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି ।  ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଏମ୍ ଗତିଶକ୍ତି ମାଷ୍ଟରପ୍ଲାନ ସରକାରୀ ପ୍ରକ୍ରିୟାକୁ ଏହାର ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ଏକାଠି କରିବା ସହ ପରିବହନ ପଦ୍ଧତିକୁ ମଧ୍ୟ ସମନ୍ୱିତ କରିବ । ଏହା ଏକ ସାମଗ୍ରିକ ପ୍ରଶାସନର ସମ୍ପ୍ରସାରଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତର ଭିତ୍ତିଭୂମି ଗତ ବିକାଶକୁ ଦ୍ରୁତଗତି ସମ୍ପନ୍ନ କରିବାକୁ କିପରି ପଦକ୍ଷେପ ନିଆଯାଉଛି ତାହାର ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଦେଶର ପ୍ରଥମ ଆନ୍ତଃରାଜ୍ୟ ପ୍ରାକୃତିକ ଗ୍ୟାସ ପାଇପଲାଇନ ୧୯୮୭ମସିହାରେ ଆରମ୍ଭ ହୋଇଥିଲା । ତାପରେ ୨୦୧୪ ମସିହା  ପର୍ଯ୍ୟନ୍ତ ଅର୍ଥାତ୍ ୨୭ବର୍ଷ ମଧ୍ୟରେ ୧୫ହଜାର କିଲୋମିଟର ଦୀର୍ଘ ପ୍ରାକୃତିକ ଗ୍ୟାସ ପାଇପଲାଇନ ବିଛା ହୋଇପାରିଥିଲା । ଆଜି ଦେଶର ୧୬ହଜାର କିଲୋମିଟର ଦୀର୍ଘ ଗ୍ୟାସ ପାଇପଲାଇନ ବିଛା  କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଆଗାମୀ ୫-୬ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ମସିହା ପୂର୍ବ ପାଞ୍ଚବର୍ଷ ମଧ୍ୟରେ ୧୯୦୦କିଲୋମିଟର ରେଳଲାଇନ ଦୋହରୀକରଣ ହୋଇଥିଲା । ଗତ ସାତବର୍ଷ ମଧ୍ୟରେ ନଅହଜାର କିଲୋମିଟରରୁ ଅଧିକ ରେଳପଥ ଦୋହରୀକରଣ ହୋଇଛି । ୨୦୧୪ ମସିହାର  ପାଂଚବର୍ଷ ପୂର୍ବରୁ କେବଳ ୩୦୦୦କିଲୋମିଟର ରେଳପଥ ବିଦ୍ୟୁତକରଣ ହୋଇଥିବାବେଳେ ଗତ ସାତବର୍ଷରେ ୨୪୦୦୦ କିଲୋମିଟର ରେଳପଥ ବିଦ୍ୟୁତକରଣ ହୋଇଛି ବୋଲି ଶ୍ରୀ ମୋଦୀ ଜଣାଇଛନ୍ତି । ୨୦୧୪ ମସିହା ଆଗରୁ ମାତ୍ର ୨୫୦କିଲୋମିଟର ଟ୍ରାକରେ ମେଟ୍ରୋ ରେଳ ଚାଲୁଥିବା ବେଳେ ୭୦୦କିଲୋମିଟର ଟ୍ରାକରେ ଏବେ ମେଟ୍ରୋ ରେଳ ଚାଲୁଛି  ଓ ଏକହଜାର କିଲୋମିଟର ନୂତନ ମେଟ୍ରୋ ଟ୍ରାକ କାର୍ଯ୍ୟ ଅବ୍ୟାହତ ରହିଛି । ୨୦୧୪ ମସିହାର ପାଞ୍ଚବର୍ଷ ଆଗରୁ କେବଳ ୬୦ଟି ପଂଚାୟତରେ ଅପଟିକାଲ ଫାଇବର ସଂଯୋଗ ହୋଇଥିଲା । ଗତ ସାତବର୍ଷ ମଧ୍ୟରେ ଆମେ ୧.୫ଲକ୍ଷରୁ ଅଧିକ ଗ୍ରାମପଞ୍ଚାୟତକୁ ଏହି ଅପଟିକାଲ ଫାଇବର ସଂଯୋଗ ଦେଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକ ଓ ମତ୍ସ୍ୟଜୀବୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଭିତ୍ତିଭୂମିର ବିକାଶ ଦେଶରେ ଖୁବ୍ ଦ୍ରୁତଗତିରେ ଚାଲୁଛି । ଦେଶରେ ୨୦୧୪ ମସିହାରେ ଦୁଇଟି ବୃହତ୍ ଖାଦ୍ୟ ଉଦ୍ୟାନ ରହିଥିଲା । ଆଜି ଦେଶରେ ୧୯ଟି ବୃହତ ଖାଦ୍ୟ ଉଦ୍ୟାନ କାର୍ଯ୍ୟ କରୁଛି । ଏବେ ଏହାକୁ ୪୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ୨୦୧୪ ମସିହାରେ ଦେଶରେ ମାତ୍ର ୫ଟି ଜଳପଥ ରହିଥିବାବେଳେ ଏବେ ୧୩ଟି ଜଳପଥ କାର୍ଯ୍ୟ କରୁଛି  । ପୋତଗୁଡିକର ଲଙ୍ଗର ପକାଇବା ସମୟ ୨୦୧୪ ମସିହାରେ ୪୧ଘଣ୍ଟା ଥିବାବେଳେ ଏହା ଏବେ ୨୭କୁ ହ୍ରାସ ପାଇଛି । ଦେଶ ବର୍ତ୍ତମାନ ‘ଗୋଟିଏ ଦେଶ ଗୋଟିଏ ଗ୍ରୀଡ’ ସଂକଳ୍ପକୁ ବୁଝିପାରିଛି । ୨୦୧୪ ମସିହାର ବିଦ୍ୟୁତ ସରବରାହ ୩ଲକ୍ଷ ସର୍କିଟ କିଲୋମିଟର ଥିବାବେଳେ ଏହା ଆଜି ୪.୨୫ ଲକ୍ଷ ସର୍କିଟ କିଲୋମିଟରକୁ ବୃଦ୍ଧି ପାଇଛି ।

ଗୁଣାତ୍ମକ ଭିତ୍ତିଭୂମି ବିକାଶ ହେଲେ ଭାରତର ବ୍ୟାବସାୟିକ ରାଜଧାନୀ ହେବାର ସ୍ୱପ୍ନ ସାର୍ଥକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଆମର ଲକ୍ଷ୍ୟ ଅସାଧାରଣ ହୋଇଥିବାରୁ ଆମକୁ ଅସାଧାରଣ ଉଦ୍ୟମ କରିବାର ମଧ୍ୟ ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ପିଏମ ଗତିଶକ୍ତି ହିଁ ଖୁବ୍ ସହାୟକ ହେବ ।

ଯେପରି ଜାମ(ଜନଧନ, ଆଧାର ଓ ମୋବାଇଲ) ତ୍ରିଶକ୍ତି ଯେପରି ସରକାରୀ ସୁବିଧା ଲୋକଙ୍କ ନିକଟରେ ପହଚାଇବାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଲା, ଯେପରି ପିଏମ ଗତିଶକ୍ତି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Major Make in India boost: Army tests Divyastra Mk-1 built for intelligence, surveillance

Media Coverage

Major Make in India boost: Army tests Divyastra Mk-1 built for intelligence, surveillance
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.