ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସର ମଧ୍ୟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
“ଆତ୍ମ ନିର୍ଭର ଭାରତ ସଂକଳ୍ପକୁ ଆଖିଆଗରେ ରଖି ଆସନ୍ତା ୨୫ବର୍ଷ ନିମନ୍ତେ ଭାରତର ଭିତ୍ତିଭୂମି ପ୍ରଦାନ”
“ଏହି ମହାନ୍ ଗତିଶକ୍ତି ଅଭିଯାନରେ ଭାରତବାସୀ, ଭାରତୀୟ ଶିଳ୍ପ, ଭାରତୀୟ ବ୍ୟବସାୟ, ଭାରତ ନିର୍ମାଣକାରୀ, ଭାରତୀୟ ଚାଷୀ ହେଉଛନ୍ତି କେନ୍ଦ୍ରବିନ୍ଦୁ”
“ଆମର କର୍ମ ସଂସ୍କୃତି ବଳରେ ଆମେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ନିର୍ଦ୍ଧାରିତ ସମୟ ଆଗରୁ ଶେଷ କରିବାକୁ ଉଦ୍ୟମ ମଧ୍ୟ କରୁଛୁ”
“ସମ୍ପୂର୍ଣ୍ଣଭାବେ ସରକାରୀ ଉଦ୍ୟମ ହୋଇଥିବାରୁ ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି”
“ସାମଗ୍ରିକ ପ୍ରଶାସନର ଏକ ସମ୍ପ୍ରସାରଣ ହେଉଛି ଗତିଶକ୍ତ”

ନମସ୍କାର ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ନୀତିନ ଗଡ଼କରୀ ଜୀ, ଶୀ ପିୟୁଷ ଗୋୟଲ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ରାଜକୁମାର ଜୀ ଭିନ୍ନ-ଭିନ୍ନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣାଣ୍ଟ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଉଦ୍ୟୋଗ ଜଗତର ସାଥୀ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଦୁର୍ଗାଷ୍ଟମୀ । ସମଗ୍ର ଦେଶରେ ଆଜି ଶକ୍ତିସ୍ୱରୂପାଙ୍କ କନ୍ୟା ପୂଜା ହେଉଛି ଏବଂ ଶକ୍ତି ଉପାସନାର ଏହି ପୁଣ୍ୟ ଅବସରରେ ଦେଶର ପ୍ରଗତିର ଗତିକୁ ମଧ୍ୟ ଶକ୍ତି ଦେବାର ଶୁଭ କାର୍ଯ୍ୟ ହେଉଛି ।

ଏହି ସମୟ ଭାରତର ସ୍ୱାଧୀନତାର ୭୫ ବର୍ଷର ଅଟେ । ଆଜାଦୀର ଅମୃତ କାଳ ଅଟେ । ଆତ୍ମନିର୍ଭର ଭାରତର ସଂକଳ୍ପ ସହିତ ଆମେ ଆଗାମୀ ୨୫ବର୍ଷର ଭାରତର ଭିତ୍ତିଭୂମି ତିଆରି କରୁଛୁ । ପିଏମ ଗତି ଶକ୍ତି ନାସନାଲ ମାଷ୍ଟର ପ୍ଲାନ ଭାରତର ଏହି ଆତ୍ମବଳକୁ, ଆତ୍ମବିଶ୍ୱାସକୁ ଆତ୍ମନିର୍ଭରତାକୁ ସାକାର କରିିବା ପର୍ଯ୍ୟନ୍ତ ନେଇଯିବ । ଏହି ଜାତୀୟ ମାଷ୍ଟର ପ୍ଲାନ ଏକବିଂଶ ଶତାବ୍ଦୀର ଭାରତକୁ ଗତିଶକ୍ତି ଦେବ । ନେକ୍ସଟ ଜେନେରେସନ ଇନଫ୍ରାଷ୍ଟ୍ରକଚର ବା ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଏବଂ ବହୁମୁଖୀ ସଂଯୋଗୀକରଣ ଏହି ନ୍ୟାସନାଲ ପ୍ଲାନ ବା ଜାତୀୟ ଯୋଜନାକୁ ଗତି ଶକ୍ତି ମିଳିବ । ଭିତ୍ତିଭୂମି ସହିତ ଜଡ଼ିତ ସରକାରୀ ନୀତିଗୁଡ଼ିକରେ ଯୋଜନା ଠାରୁ ଆରମ୍ଭ କରି କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ଜାତୀୟ ଯୋଜନା ଗତିଶକ୍ତି ପ୍ରଦାନ କରିବ ଏବଂ ସରକାରଙ୍କ ପ୍ରକଳ୍ପ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂର୍ଣ୍ଣ ହୋଇପାରିବ । ଏଥିପାଇଁ ଏହି ଗତି ଶକ୍ତି ଜାତୀୟ ଯୋଜନା ସଠିକ ସୂଚନା ଏବଂ ସଠିକ ମାର୍ଗଦର୍ଶନ କରିବ ।  

ଗତିଶକ୍ତିର ଏହି ମହା ଅଭିଯାନରେ ଅଛନ୍ତି ଭାରତର ଜନସାଧାରଣ, ଭାରତର ଉଦ୍ୟୋଗ, ଭାରତର ବ୍ୟାପାର ଜଗତ, ଭାରତର ବିନିର୍ମାଣ କର୍ତ୍ତା, ଭାରତର କୃଷକ ସମାଜ, ଭାରତର ଗାଁ । ଏହା ବର୍ତ୍ତମାନ ଏବଂ ଆଗାମୀ ପିଢ଼ିକୁ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ ପାଇଁ ନୂତନ ଶକ୍ତି ପ୍ରଦାନ କରିବ । ସେମାନଙ୍କ ପଥ ସୁଗମ କରିବ। ଆଜିର ଏହି ପବିତ୍ର ଦିନରେ ପିଏମ ଗତି ଶକ୍ତି ନାସନାଲ ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବାର ସୌଭାଗ୍ୟ ମୋତେ ମିଳିଛି ।

ବନ୍ଧୁଗଣ!

ଆଜି ହିଁ ଏଠାରେ ପ୍ରଗତି ମଇଦାନରେ ନିର୍ମାଣ ହେଉଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ କନଭେନସନ ସେଣ୍ଟରରେ ଚାରୋଟି ପ୍ରଦର୍ଶନୀ ହଲର ମଧ୍ୟ ଲୋକାର୍ପଣ ହୋଇଛି । ଦିଲ୍ଲୀରେ ଆଧୁନିକ ଭିତ୍ତିଭୂମି ସହିତ ଜଡ଼ିତ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହି ପ୍ରଦର୍ଶନୀ କେନ୍ଦ୍ର ଆମର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ । ଆମର ହସ୍ତଶିଳ୍ପ କୁଟୀର ଉଦ୍ୟୋଗକୁ ନିଜ ନିଜ ଉତ୍ପାଦ ସମଗ୍ର ବିଶ୍ୱ ବଜାରକୁ ପହଂଚାଇବା ନିମନ୍ତେ ଅତ୍ୟନ୍ତ ସହାୟକ ହେବ । ମୁଁ ଦିଲ୍ଲୀର ଜନସାଧାରଣଙ୍କୁ, ଦେଶର ଜନସାଧାରଣଙ୍କୁ ଅନେକ ଶୁଭକାମନା ଦେଉଛି ।

ବନ୍ଧୁଗଣ!

ଆମର ଏଠି ଦଶନ୍ଧି ଦଶନ୍ଧି ଧରି ସରକାରୀ ବ୍ୟବସ୍ଥା ଯେଉଁଭଳି ଭାବେ କାର୍ଯ୍ୟ କରିଥିଲା ସେହି ସକାଶେ ସରକାରୀ ଶବ୍ଦ ଶୁଣୁ ଶୁଣୁ ହିଁ ଲୋକଙ୍କ ମନରେ ଆସୁଥିଲା ନିମ୍ନମାନର ଗୁଣବତ୍ତା, କାର୍ଯ୍ୟ କରିବାରେ ବର୍ଷ ବର୍ଷ ଧରି ବିଳମ୍ବ, ଅଯଥା ବାଧା, ଜନସାଧାରଣଙ୍କ ଅର୍ଥର ଅପମାନ । ମୁଁ ଏଥିପାଇଁ ଅପମାନ କହୁଛି କାରଣ ଟିକସ ଭାବରେ ସରକାରଙ୍କୁ ଯେଉଁ ଅର୍ଥ ଦେଶର ଜନସାଧାରଣ ଦିଅନ୍ତି, ସେହି ଅର୍ଥର ଉପଯୋଗ କରିବା ସମୟରେ ସରକାରଙ୍କ ଠାରେ ଏହି ଭାବନା ମଧ୍ୟ ନଥିଲା ଯେ ଗୋଟିଏ ପଇସା ମଧ୍ୟ ବରବାଦ ହେବା ଉଚିତ ନୁହେଁ । ସବୁ ଏହି ଭଳି ଚାଲୁଥିଲା । ଦେଶବାସୀ ବି ଏଥିରେ ଅଭ୍ୟସ୍ତ ହୋଇଯାଇଥିଲେ ଯେ ଦେଶ ଏମିତି ହିଁ ଚାଲିବ । ବ୍ୟସ୍ତ ହେଉଥିଲେ ଅନ୍ୟ ଦେଶର ପ୍ରଗତିକୁ ଦେଖି ଉଦାସ ହେଉଥିଲେ ଏବଂ ଏଭଳି ଏକ ଭାବନାରେ ଗ୍ରସିତ ହେଉଥିଲେ ଯେ କିଛି ମଧ୍ୟ ପରିବର୍ତ୍ତନ ହେବ ନାହିଁ । ଏବେ ଯେମିତି ଆମେ ଭିଡିଓରେ ଦେଖୁଥିଲେ, ସବୁଆଡ଼େ ନଜର ଆସୁଥିଲା ୱାର୍କ ଇନ ପ୍ରୋଗ୍ରେସ ବା କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ସେହି କାମ ଯେ କେବେ ସମ୍ପୂର୍ଣ୍ଣ ହେବ, ସମ୍ପୂର୍ଣ୍ଣ ହେବ ନା ନାହିଁ, ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ ନା ନାହିଁ ଏହାକୁ ନେଇ ଜନସାଧାରଣଙ୍କ ମନରେ କୌଣସି ବିଶ୍ୱାସ ନଥିଲା । ୱାର୍କ ଇନ ପ୍ରୋଗ୍ରେସର ବୋର୍ଡ ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ ଅବିଶ୍ୱାସର ଏକ ପ୍ରତୀକ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଦେଶ କିଭଳି ପ୍ରଗତି କରିଥାଆନ୍ତା । ପ୍ରଗତି ସେତେବେଳେ ହୁଏ, ଯେତେବେଳେ ସେଥିରେ ଗତି ଥାଏ । ଗତି ପାଇଁ ଏକ ବ୍ୟାକୁଳତା ଥାଏ । ଗତି ପାଇଁ ସାମୁହିକ ପ୍ରୟାସ ଥାଏ । ଆଜି ଏକବିଂଶ ଶତାବ୍ଦୀର ଭାରତ ସରକାରୀ ବ୍ୟବସ୍ଥାର ସେହି ପୁରାତନ ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ିଚାଲିଛି । ଆଜିର ମନ୍ତ୍ର ହେଉଛି- ପ୍ରଗତି ପାଇଁ ଇଛାଶକ୍ତି, ପ୍ରଗତି ପାଇଁ କାର୍ଯ୍ୟ, ପ୍ରଗତି ପାଇଁ ସମ୍ପଦ, ପ୍ରଗତି ପାଇଁ ଯୋଜନା, ପ୍ରଗତି ପାଇଁ ପସନ୍ଦ । ଆମେ ନା କେବଳ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ପୂର୍ଣ୍ଣ କରିବାର କାର୍ଯ୍ୟ ସଂସ୍କୃତି ବିକଶିତ କରିଛୁ, ଅପିତୁ ଆଜି ସମୟ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟାସ ହେଉଛି । ଆଜି ଯଦି ଭାରତ ଆଧୁନିକ ଭିତ୍ତିଭୂମିର ନିର୍ମାଣ ପାଇଁ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛି ତାହାହେଲେ ଆଜିର ଭାରତ ଏଭଳି ପଦକ୍ଷେପ ନେଉଛି ଯଦ୍ୱାରା ପ୍ରକଳ୍ପଗୁଡ଼ିକରେ ବିଳମ୍ବ ନହେଉ, ବାଧାବିଘ୍ନ ନ ଆସୁ । କାମ ନିର୍ଦ୍ଧାରିତ ସମୟରେ ଶେଷ ହେଉ । ଦେଶର ସାଧାରଣ ନାଗରିକ ମଧ୍ୟ ଗୋଟିଏ ଛୋଟ ଘର ନିର୍ମାଣ ପାଇଁ ସେଥିପାଇଁ ବିଧିବଦ୍ଧ ଭାବେ ଯୋଜନା କରିଥାଏ। ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ନିର୍ମାଣ ହେବା ପୂର୍ବରୁ ସେଥିପାଇଁ ଯୋଜନା କରାଯାଇଥାଏ । ବେଳେବେଳେ ସେହିଗୁଡ଼ିକୁ ଆହୁରି ବ୍ୟାପକ କରାଯାଇପାରିବ କି ନାହିଁ ସେ ସମ୍ପର୍କିତ ସମ୍ଭାବନାକୁ ମଧ୍ୟ ପୂର୍ବରୁ ହିଁ ଭାବି ନିଆଯାଇଥାଏ । ଏହା ଆମ ସମସ୍ତଙ୍କର ଅନୁଭୂତି ଅଟେ । କିନ୍ତୁ ଦୁର୍ଭାଗ୍ୟ ଯେ ଆମେ ଭାରତର ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକରେ କମ୍ପ୍ରିହେନସିଭ ପ୍ଲାନିଂ ବା ସାମଗ୍ରିକ ଯୋଜନା ସହିତ ଅନେକ ବ୍ୟବଧାନ ନିତ୍ୟ ନୈମିତିକ ଭାବରେ ଅନୁଭବ କରିଥାଉ । ଅଳ୍ପ ବହୁତ ଯେଉଁଠାରେ ପ୍ରକଳ୍ପ ପୂର୍ଣ୍ଣ ହୋଇ ବି ଥାଏ ସେଠାରେ ଆମେ ଦେଖୁ ଯେ ରେଳ ବିଭାଗ ନିଜ ଯୋଜନା କରୁଛି, ସଡ଼କ ଯୋଗାଯୋଗ ବିଭାଗ ନିଜ ଯୋଜନା କରୁଛି, ଟେଲିକମ ବିଭାଗ ନିଜ ଯୋଜନା କରୁଛି, ଗ୍ୟାସ, ନେଟୱର୍କର କାର୍ଯ୍ୟ ଭିନ୍ନ ଯୋଜନା ସହିତ ହେଉଛି । ଏହିଭଳି ସମସ୍ତ ବିଭାଗ ପୃଥକ ପୃଥକ ଭାବେ ନିଜ ଯୋଜନା କରନ୍ତି । ଆମେ ସମସ୍ତେ ଏହା ଦେଖିଛୁ ଯେ ପ୍ରଥମେ ଯଦି କେଉଁଠାରେ ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଏ ତା’ପରେ ଜଳ ବିଭାଗ ଆସିଥାଏ । ସେମାନେ ପାଣି ପାଇପ ବିଛାଇବା ପାଇଁ ସେହି ସଡ଼କକୁ ପୁଣି ଖୋଳି ଦିଅନ୍ତି । ଏହିଭଳି କାର୍ଯ୍ୟ ହେଇ ଆସୁଛି, ଏହା ମଧ୍ୟ ହୋଇଥାଏ । ସଡ଼କ ନିର୍ମାଣ କରୁଥିବା ବିଭାଗ ସଡ଼କରେ ଡିଭାଇଡର ତିଆରି କରିଦିଅନ୍ତି ଏବଂ ପରେ ଟ୍ରାଫିକ ପୁଲିସ କହେ ଯେ, ଏଭଳି ପରିସ୍ଥିତିରେ ସଡ଼କରେ ଭିଡ଼ ଲାଗିଯିବ, ଡିଭାଇଡରକୁ ହଟାଇ ଦିଅନ୍ତୁ। କୌଣସି କୌଣସି ସ୍ଥାନରେ ଚାରିଛକ ଭଳି ଜାଗାରେ ଏକ ଗୋଲାକାର କ୍ଷେତ୍ର ନିର୍ମାଣ କରିଦିଆଯାଏ । ସେତେବେଳେ ମଧ୍ୟ ଟ୍ରାଫିକ ସୂଚାରୁରୂପରେ ଚାଲିପାରେ ନାହିଁ । ଯଦ୍ୱାରା ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ ଏବଂ ଏହା ଆମେ ସମଗ୍ର ଦେଶରେ ଦେଖିଛୁ । ଏଭଳି ପରିସ୍ଥିତିଗୁଡ଼ିକ ମଧ୍ୟରେ ଯେତେବେଳେ ସମସ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବାର ଆବଶ୍ୟକତା ଆସେ ସେତେବେଳେ ଅତ୍ୟଧିକ ପ୍ରୟାସ କରିବାକୁ ପଡ଼େ । ବିଗିଡ଼ି ଯାଇଥିବା କୌଣସି କାର୍ଯ୍ୟକୁ ସଜାଡ଼ିବା ପାଇଁ ଅନେକ ପ୍ରୟାସ ଲାଗିଥାଏ ।

ବନ୍ଧୁଗଣ!

ଏଭଳି ଯେତେ ପ୍ରକାରର ଅସୁବିଧା ଆସେ ସେଗୁଡ଼ିକର ମୂଳ କାରଣ ହେଉଛି ମାଇକ୍ରୋ ପ୍ଲାନିଂ ବା ବୃହତ ଯୋଜନା ଏବଂ ମାଇକ୍ରୋ ଇମ୍ଲିମେଣ୍ଟେସନ ବା ସୂକ୍ଷ୍ମ କାର୍ଯ୍ୟନ୍ୱୟନ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଥାଏ । ଭିନ୍ନ ଭିନ୍ନ ବିଭାଗଗୁଡ଼ିକୁ ଜଣା ହିଁ ନଥାଏ କେଉଁ ବିଭାଗ କେଉଁ ପ୍ରକଳ୍ପ କେଉଁଠାରେ ଆରମ୍ଭ କରିବାର ପ୍ରସ୍ତୁତି କରୁଛି । ରାଜ୍ୟଗୁଡ଼ିକ ପାଖରେ ମଧ୍ୟ ଏ ସମ୍ପର୍କିତ ସୂଚନା ପୂର୍ବରୁ ନଥାଏ । ଏହିଭଳି ପୃଥକ ପୃଥକ କାର୍ଯ୍ୟ ପ୍ରଣାଳୀ ଯୋଗୁ ନିଷ୍ପତ୍ତି ଗ୍ରହଣ କରିବାର ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ ଏବଂ ଅର୍ଥ ମଧ୍ୟ ଅଯଥାରେ ନଷ୍ଟ ହୋଇଥାଏ । ସବୁଠାରୁ ବଡ଼ କ୍ଷତି ହୋଇଥାଏ ଏହା ଯେ ଶକ୍ତି ବୃଦ୍ଧି ହେବା ବଦଳରେ ଶକ୍ତି ବିଭାଜିତ ହୋଇଯାଇଥାଏ । ଆମର ଯେଉଁ ବେସରକାରୀ କ୍ଷେତ୍ରର ଉଦ୍ୟମୀମାନଙ୍କୁ ମଧ୍ୟ ସଠିକ ଭାବରେ ଜଣା ନଥାଏ ଯେ ଭବିଷ୍ୟତରେ ଏଠାରେ ଏକ ସଡ଼କ ନିର୍ମାଣ ହେବାର ସମ୍ଭାବନା ଅଛି, ଏଠାରେ ଏକ କେନାଲ ନିର୍ମାଣ ହେବାର ସମ୍ଭାବନା ଅଛି, ଏଠାରେ କୌଣସି ଏକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରାଯିବାର ସମ୍ଭାବନା ଅଛି । ଏଥିଯୋଗୁଁ ସେମାନେ ମଧ୍ୟ କୌଣସି କ୍ଷେତ୍ରରେ ଉତ୍ତମ ଯୋଜନା କରିବା ପାଇଁ ସମର୍ଥ ହୋଇନଥାନ୍ତି । ଏଭଳି ସମସ୍ତ ସମସ୍ୟାଗୁଡ଼ିକର ସମାଧାନ ପିଏମ ଗତି ଶକ୍ତି ନାସନାଲ ମାଷ୍ଟର ପ୍ଲାନରୁ ହିଁ ବାହାରିବ । ଆମେ ଯେତେବେଳେ ଏହି ମାଷ୍ଟର ପ୍ଲାନକୁ ଆଧାର ଭାବେ ଗ୍ରହଣ କରି ଆଗକୁ ବଢ଼ିବା ସେତେବେଳେ ଆମର ସମ୍ବଳର ମଧ୍ୟ ସମୁଚିତ ବିନିଯୋଗ ହେବ ।

ବନ୍ଧୁଗଣ!

ଆମ ଦେଶରେ ଭିତ୍ତିଭୂମିର ବିଷୟ ଅଧିକାଂଶ ରାଜନୈତିକ ଦଳଗୁଡ଼ିକର ପ୍ରାଥମିକତାର ଅନ୍ତର୍ଭୁକ୍ତ ନଥାଏ ଏହା ଯେମିତି ସେମାନଙ୍କ ଘୋଷଣାପତ୍ରରେ ମଧ୍ୟ ଦେଖିବାକୁ ମିଳିନଥାଏ । ବର୍ତ୍ତମାନ ତ ଏଭଳି ସ୍ଥିତି ଆସିଯାଇଛି ଯେ କୌଣସି ରାଜନୈତିକ ଦଳ ଦେଶ ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ନେଇ ମଧ୍ୟ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ଏହା ସ୍ୱୀକୃତ ହୋଇସାରିଛି ଯେ ଧାରଣକ୍ଷମ ବିକାଶ ପାଇଁ ଗୁଣବତ୍ତା ସମ୍ପନ୍ନ ଭିତ୍ତିଭୂମିର ନିର୍ମାଣ ଏଭଳି ଏକ ରାସ୍ତା ଅଟେ ଯାହା ଅନେକ ପ୍ରକାରର ଆର୍ଥିକ ଗତିବିଧିକୁ ଜନ୍ମ ଦେଇଥାଏ । ବ୍ୟାପକ ସ୍ତରରେ ରୋଜଗାର ସୃଷ୍ଟି କରିଥାଏ । ଯେମିତି କୁଶଳୀ ଶ୍ରମଶକ୍ତିର ଅଭାବରେ ଆମେ କୌଣସି କ୍ଷେତ୍ରରେ ଆବଶ୍ୟକ ପରିଣାମ ପାଇପାରିବା ନାହିଁ ଠିକ ସେମିତି ଉତ୍ତମ ଏବଂ ଆଧୁନିକ ଭିତ୍ତିଭୂମି ଅଭାବରେ ଆମେ ସାମଗ୍ରିକ ବିକାଶ ମଧ୍ୟ ସୁନିଶ୍ଚିତ କରିପାରିବା ନାହିଁ। ରାଜନୈତିକ ଇଛାଶକ୍ତିର ଅଭାବ ସହିତ ଦେଶର ଭିତ୍ତିଭୂମି ବିକାଶକୁ ସବୁଠାରୁ ଅଧିକ କ୍ଷତି ଯାହା ପହଞ୍ଚାଇଛି ତାହା ହେଉଛି ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ପାରସ୍ପରିକ ସମନ୍ୱୟର ଅଭାବ, ପାରସ୍ପରିକ ଟଣାଓଟରା । ଏହି କାରଣରୁ ଯେଉଁ ପ୍ରକଳ୍ପ ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିପାରିଥାନ୍ତା ସେହି ପ୍ରକଳ୍ପ ଦେଶର ବିକାଶ ସମ୍ମୁଖରେ ଏକ ଅନ୍ତରାୟ ହୋଇ ଠିଆ ହୋଇଯାଏ । ସମୟ ସହିତ ବର୍ଷ ବର୍ଷ ଧରି ପଡ଼ି ରହିଥିବା ପ୍ରକଳ୍ପ ନିଜ ନିଜର ପ୍ରାସଙ୍ଗିକତା ଏବଂ ଆବଶ୍ୟକତା ମଧ୍ୟ ହରାଇ ଦେଇଥାନ୍ତି ।

୨ଠ୧୪ ମସିହାରେ ଏଠାରେ ଦିଲ୍ଲୀକୁ ଏକ ନୂତନ ଦାୟିତ୍ୱ ସହିତ ଆସିଥିଲି, ସେତେବେଳେ ମଧ୍ୟ ଏଭଳି ଅନେକ ପ୍ରକଳ୍ପ ଥିଲା ଯାହା ଦଶନ୍ଧି ଦଶନ୍ଧି ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିଲା । ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଏଭଳି ଅନେକ ପ୍ରକଳ୍ପକୁ ମୁଁ ନିଜେ ସମୀକ୍ଷା କରିଥିଲି । ସରକାରଙ୍କ ସମସ୍ତ ବିଭାଗ, ସମସ୍ତ ମନ୍ତ୍ରଣାଳୟକୁ ମୁଁ ଗୋଟିଏ ପ୍ଲାଟଫର୍ମକୁ ଆଣି ଠିଆ କରେଇଥିଲି । ସମସ୍ତ ବାଧାବିଘ୍ନକୁ ଦୂର କରିବାର ପ୍ରୟାସ କରିଥିଲି । ମୁଁ ଖୁସି ଯେ ବର୍ତ୍ତମାନ ସମସ୍ତଙ୍କ ଧ୍ୟାନ ପାରସ୍ପରିକ ସମନ୍ୱୟର ଅଭାବ ଯୋଗୁଁ ଯେଭଳି କୌଣସି ପ୍ରକଳ୍ପ ପୂରଣରେ ଡେରି ହେବାର କାରଣ ନ ହେଉ, ସେଇଆଡ଼କୁ ଯାଇଛି । ବର୍ତ୍ତମାନ ହୋଲ ଅଫ ଗଭର୍ଣ୍ଣମେଣ୍ଟ ଆପ୍ରୋଚ ବା ସାମଗ୍ରିକ ସରକାର ଦୃଷ୍ଟିଭଙ୍ଗୀ ସହିତ ସରକାରଙ୍କ ସାମୁହିକ ଶକ୍ତି ବିଭିନ୍ନ ଯୋଜନାଗୁଡ଼ିକୁ ପୂର୍ଣ୍ଣ କରିବାରେ ବିନିଯୋଗ କରାଯାଉଛି । ଏହି କାରଣରୁ ର୍ତ୍ତମାନ ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଥିବା ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉଛି । ବର୍ତ୍ତମାନ ଏହା ସୁନିଶ୍ଚିତ କରିବ ଯେ ଏକବିଂଶ ଶତାବ୍ଦୀର ଭାରତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ସମନ୍ୱୟର ଅଭାବ ଯୋଗୁଁ ଯେମିତି ଆର୍ଥିକ ବା ଅନ୍ୟ କୌଣସି ପ୍ରକାରର କ୍ଷତି ନ ସହେ କିମ୍ବା ସମୟ ଅପଚୟ ନ ହୁଏ । ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନ୍ତର୍ଗତ ସଡ଼କ ଠାରୁ ଆରମ୍ଭ କରି ରେଳ ପର୍ଯ୍ୟନ୍ତ, ବିମାନ ଚଳାଚଳ ଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ, ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗଗୁଡ଼ିକୁ ଯୋଡ଼ାଯିବ । ପ୍ରତ୍ୟେକ ପ୍ରକଳ୍ପ ସମ୍ପର୍କରେ ପ୍ରତ୍ୟେକ ବିଭାଗକୁ ସଠିକ ସୂଚନା ସଠିକ ସମୟରେ ମିଳୁ ଏଥିପାଇଁ ଟେକ୍ନୋଲୋଜୀ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଜି ଏଠାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଅଛନ୍ତି । ମୋର ସମସ୍ତଙ୍କୁ ଅନୁରୋଧ ଯେ ଶୀଘ୍ରରୁ ଶୀଘ୍ର ଆପଣଙ୍କ ରାଜ୍ୟ ମଧ୍ୟ ପିଏମ ଗତି ଶକ୍ତି ନାସନାଲ ମାଷ୍ଟର ପ୍ଲାନ ସହିତ ସଂଯୁକ୍ତ ହୁଅନ୍ତୁ ଏବଂ ନିଜ ନିଜ ରାଜ୍ୟରେ ଥିବା ପ୍ରକଳ୍ପଗୁଡ଼ିକୁ ଆଗେଇ ନିଅନ୍ତୁ । ଏହାଦ୍ୱାରା ରାଜ୍ୟର ଜନସାଧାରଣଙ୍କୁ ମଧ୍ୟ ଲାଭ ହେବ । ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ସରକାରୀ ପ୍ରକ୍ରିୟା ଏବଂ ତତସଂଲଗ୍ନ ବିଭିନ୍ନ ଷ୍ଟେକ ହୋଲ୍ଡରମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ କରିବ । ଆଉ ମଧ୍ୟ ଏହା ଗମନାଗମନର ବିଭିନ୍ନ ମାଧ୍ୟମକୁ ମଧ୍ୟ ପରସ୍ପର ମଧ୍ୟରେ ଯୋଡ଼ିବାରେ ମଧ୍ୟ ସହାୟକ ହେବ । ଏହା ହେଉଛି ସାମଗ୍ରିକ ପ୍ରଶାସନର ଏକ ବ୍ୟାପକ ସଂସ୍କରଣ । ଠିକ ଯେମିତି ଗରିବ ଲୋକମାନଙ୍କ ପାଇଁ ଗୃହ ନିର୍ମାଣ ସହିତ ସଂଲଗ୍ନ ଯୋଜନାରେ ଯେମିତି କେବଳ ୪ଟି କାନ୍ଥ ହିଁ ନିର୍ମାଣ କରାନଯାଇ ସେଥିରେ ଶୌଚାଳୟ, ବିଜୁଳି, ପାଣି, ଗ୍ୟାସ କନେକସନ ମଧ୍ୟ ରହିବାର ବ୍ୟବସ୍ଥା କରାଯାଉଛି । ଠିକ ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ହେବ । ଅତୀତରେ ଆମେ ଦେଖିଛୁ ଯେ ଉଦ୍ୟୋଗ ଜଗତ ପାଇଁ ସ୍ପେଶିଆଲ ଜୋନର ଘୋଷଣା ତ କରାଯାଉଥିଲା କିନ୍ତୁ ସେଠି ଯୋଗାଯୋଗ କିମ୍ବା ବିଜୁଳି, ପାଣି ବା ଟେଲିଫୋନ ସୁବିଧା ଉପଲବ୍ଧ କରାଇବାରେ କୌଣସି ଗୁରୁତ୍ୱ ଦିଆଯାଉ ନଥିଲା ।

ବନ୍ଧୁଗଣ!

ଏହା ମଧ୍ୟ ଏକ ସାଧାରଣ କଥା ଥିଲା ଯେ ଯେଉଁଠାରେ ସବୁଠାରୁ ଅଧିକ ମାଇନିଂର କାମ ହେଉଥିଲା ସେଠାରେ ମଧ୍ୟ ରେଳ କନେକ୍ଟିଭିଟି ନଥିଲା । ଆମେ ସମସ୍ତେ ଏହା ମଧ୍ୟ ଦେଖିଛୁ କି ଯେଉଁଠାରେ ପୋତାଶ୍ରୟ ଥିଲା ସେହି ସହରକୁ ଯୋଡ଼ିବା ପାଇଁ ରେଳ ବା ରାସ୍ତା ସୁବିଧାର ଅଭାବ ରହୁଥିଲା । ଏହିସବୁ କାରଣ ଯୋଗୁ ଭାରତରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଲା, ଆମର ରାପ୍ତାନି ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଲା, ଆମର ଆନୁସଙ୍ଗିକ ସୁବିଧା କରିବାର ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଲା । ନିଶ୍ଚିତ ଭାବେ ଏହା ଆତ୍ମନିର୍ଭର ଭାରତର ନିର୍ମାଣରେ ଏକ ବହୁତ ବଡ଼ ବାଧା ଅଟେ ।

ଏକ ଆକଳନ ଅନୁଯାୟୀ ଭାରତରେ ଆନୁସଙ୍ଗିକ ସୁବିଧା ଯୋଗାଇଦେବାର ଅର୍ଥ ସକଳ ଘରୋଇ ଉତ୍ପାଦନର ପାଖାପାଖି ୧୩ ପ୍ରତିଶତ ଅଟେ । ବିଶ୍ୱର ବଡ଼ ବଡ଼ ଦେଶରେ ଏଭଳି ସ୍ଥିତି ନାହିଁ । ଅଧିକ ଲଜିଷ୍ଟିକ ଖର୍ଚ୍ଚକର ଯୋଗୁଁ ଭାରତର ରପ୍ତାନୀ ପାଇଁ ଦକ୍ଷତା ହ୍ରାସ ପାଇଥାଏ । ଯେଉଁଠାରେ ଉତ୍ପାଦନ ହେଉଛି ସେଠାରୁ ପୋତାଶ୍ରୟ ପର୍ଯ୍ୟନ୍ତ ମାଲ ପରିବହନ କରିବାର ଖର୍ଚ୍ଚ କେବଳ ସେଥିପାଇଁ ଭାରତର ରପ୍ତାନୀକାରିମାନଙ୍କୁ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହି କାରଣରୁ ସେମାନଙ୍କ ଉତ୍ପାଦର ମୂଲ୍ୟ ମଧ୍ୟ ଅତ୍ୟଧିକ ବଢ଼ିଯାଏ । ସେମାନଙ୍କ ଉତ୍ପାଦର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅତ୍ୟଧିକ ମହଙ୍ଗା ହୋଇଯାଇଥାଏ। କୃଷି କ୍ଷେତ୍ରରେ ଏଥିପାଇଁ ଆମ କୃଷକମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଥାଏ । ତେଣୁ ଆଜି ଆବଶ୍ୟକତା ହେଉଛି ଭାରତରେ ସିମଲେସ୍ କନେକ୍ଟିଭିଟି ବା ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ରହୁ । ଲାଷ୍ଟ ମାଇଲ କନେକ୍ଟିଭିଟି ଆହୁରି ସଶକ୍ତ ହେଉ । ଏହି ଦୃଷ୍ଟିରୁ ପିଏମ ଗତି ଶକ୍ତି ନାସନାଲ ମାଷ୍ଟର ପ୍ଲାନ ଏକ ବହୁତ ବଡ଼ ଏବଂ ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହି ମାର୍ଗରେ ଅଗ୍ରସର ହେଲେ ପ୍ରତ୍ୟେକ ପ୍ରକାରର ଭିତ୍ତିଭୂମି ଅନ୍ୟ ଭିତ୍ତିଭୂମିକୁ ସହଯୋଗ କରିବ । ସେଗୁଡ଼ିକ ପରିପୂରକ ଭାବେ ଉଭା ହେବ । ଏହାଦ୍ୱାରା ପ୍ରତ୍ୟେକ ଷ୍ଟେକ ହୋଲ୍ଡର ମଧ୍ୟ ଆହୁରି ଅଧିକ ଉତ୍ସାହିତ ହେବେ ।

ବନ୍ଧୁଗଣ!

ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ଦେଶର ନୀତି ନିର୍ଦ୍ଧାରଣ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ସହଭାଗୀଙ୍କୁ, ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ଏକ ବିଶ୍ଲେଷଣାତ୍ମକ ଏବଂ ନିଷ୍ପତ୍ତି ନେବାର ଏକ ଉପକରଣ ଯୋଗାଇବ । ଏହାଦ୍ୱାରା ସରକାରଙ୍କୁ ପ୍ରଭାବୀ ଢଙ୍ଗରେ ଯୋଜନା ଏବଂ ନୀତି ପ୍ରଣୟନ କରିବାରେ ସାହାଯ୍ୟ ମିଳିବ । ସରକାରଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ମିଳିବ ଏବଂ ଉଦ୍ୟମୀମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକଳ୍ପ ସମ୍ପର୍କିତ ସୂଚନା ମିଳିପାରିବ । ଏହାଦ୍ୱାରା ରାଜ୍ୟ ସରକାରମାନଙ୍କୁ ମଧ୍ୟ ନିଜ ନିଜର ପ୍ରାଥମିକତା ନିର୍ଦ୍ଧାରଣ କରିବାରେ ସାହାଯ୍ୟ ମିଳିବ । ଯେତେବେଳେ ଏଭଳି ଏକ ଡାଟା ଆଧାରିତ ମେକାନିଜିମ୍ ବା ବ୍ୟବସ୍ଥା ଦେଶରେ ପ୍ରସ୍ତୁତ ହେବ ସେତେବେଳେ ପ୍ରତ୍ୟେକ ରାଜ୍ୟ ସରକାର ଏବଂ ପୁଞ୍ଜିନିବେଶକାରୀଙ୍କ ପାଇଁ ସମୟାନୁବର୍ତ୍ତିତ ପ୍ରତିବଦ୍ଧତା ସୁନିଶ୍ଚିତ କରିବାରେ ସାହାଯ୍ୟ ମିଳିବ । ଏହାଦ୍ୱାରା ପୁଞ୍ଜିନିବେଶର ଏକ ଲକ୍ଷ୍ୟସ୍ଥଳୀ ହେବା ପାଇଁ ଆଗ୍ରହୀ ଭାରତକୁ ଏକ ନୂତନ ଶିଖର ମିଳିବ, ନୂଆ ଦିଗ ମିଳିବ । ଏହାଦ୍ୱାରା ଦେଶବାସୀଙ୍କୁ କମ ଦାମରେ ଉତ୍ତମ ଗୁଣବତ୍ତା ମିଳିପାରିବ । ଯୁବପିଢ଼ିଙ୍କୁ ରୋଜଗାରର ଅନେକ ନୂଆ ସୁଯୋଗ ମିଳିବ ।

ବନ୍ଧୁଗଣ!

ଦେଶର ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ସରକାରଙ୍କ ଭିତ୍ତିଭୂମି ସହିତ ଜଡ଼ିତ ସମସ୍ତ ବିଭାଗ ପରସ୍ପର ସହିତ ସମନ୍ୱୟ ରଖନ୍ତୁ । ଜଣେ ଅନ୍ୟଜଣଙ୍କର ସାମଗ୍ରିକ ଶକ୍ତିକୁ ଉପଯୋଗ କରନ୍ତୁ । ଗତ କିଛିବର୍ଷ ମଧ୍ୟରେ ଏହି ଦୃଷ୍ଟିଭଙ୍ଗୀ ଦ୍ୱାରା ଭାରତରେ ଅଭୂତପୂର୍ବ ଗତି ଆସିପାରିଛି । ଗତ ୭ଠ ବଷ ତୁଳନାରେ ଆଜି ଭାରତ ପୂର୍ବଠାରୁ ଅନେକ ବେଶୀ ଗତି ଏବଂ ଆକାର ସହ କାମ କରୁଛି ।

ବନ୍ଧୁଗଣ!

ଭାରତରେ ପ୍ରଥମେ ଆନ୍ତଃରାଜ୍ୟ ପ୍ରାକୃତିକ ଗ୍ୟାସ ପାଇପ ଲାଇନ ୧୯୮୭ ମସିହାରେ ଆରମ୍ଭ କରାଯାଇଥିଲା। ଏହାପରେ ୨ଠ୧୪ ପର୍ଯ୍ୟନ୍ତ ଅର୍ଥାତ ୨୭ ବର୍ଷ ମଧ୍ୟରେ ଦେଶରେ ୧୫ ହଜାର କିଲୋମିଟର ପ୍ରାକୃତିକ ଗ୍ୟାସ ପାଇପ ଲାଇନ ତିଆରି ହୋଇଥିଲା । ଆଜି ସମଗ୍ର ଦେଶରେ ୧୬ ହଜାର କିଲୋମିଟରରୁ ଅଧିକ ନୂଆ ଗ୍ୟାସ ପାଇପ ଲାଇନ ଉପରେ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ଆସନ୍ତା ୫-୬ ବର୍ଷ ମଧ୍ୟରେ ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି । ଅର୍ଥାତ ଯେତେ କାମ ୨୭ ବର୍ଷରେ ହୋଇଥିଲା ଆମେ ତା’ଠାରୁ ଅଧିକ କାମ, ତା’ଠାରୁ ଅଧା ସମୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ନେଇ ଚାଲିଛୁ । କାର୍ଯ୍ୟ କରିବାର ସେହି ଗତି ବା ବେଗ ଆଜି ଭାରତର ନୂତନ ପରିଚୟ ହୋଇସାରିଛି । ୨ଠ୧୪ ପୂର୍ବରୁ ୫ ବର୍ଷରେ କେବଳ ୧୯ଠଠ କିଲୋମିଟର ରେଳ ଲାଇନଗୁଡ଼ିକର ଦୋହରୀକରଣ ହୋଇଥିଲା । ଗତ ୭ ବର୍ଷ ମଧ୍ୟରେ ଆମେ ୯ ହଜାର କିଲୋମିଟରରୁ ଅଧିକ ରେଳ ଲାଇନର ଦୋହରୀକରଣ କାର୍ଯ୍ୟ କରିଛୁ । ୧୯ଠଠ କେଉଁଠି ଏବଂ ୯ ହଜାର କେଉଁଠି? ୨ଠ୧୪ ମସିହା ପୂର୍ବରୁ ୫ ବର୍ଷରେ କେବଳ ୩ ହଜାର କିଲୋମିଟର ରେଳପଥର ବିଦ୍ୟୁତୀକରଣ ହୋଇଥିଲା । ଗତ ୭ ବର୍ଷରେ ଆମେ ୨୪ ହଜାର କିଲୋମିଟରରୁ ଅଧିକ ରେଳପଥର ବିଦ୍ୟୁତୀକରଣ କରିଛୁ । ୩ ହଜାର କେଉଁଠି ୨୪ ହଜାର କେଉଁଠି? ୨ଠ୧୪ ପୂର୍ବର ୫ ବର୍ଷରେ ମାତ୍ର ୬ଠ ପଞ୍ଚାୟତଗୁଡ଼ିକୁ ଅପ୍ଟିକାଲ ଫାଇବର ସହିତ ଯୋଡ଼ାଯାଇଥିଲା । ଗତ ୭ ବର୍ଷରେ ଆମେ ଦେଢ଼ ଲକ୍ଷରୁ ଅଧିକ ଗ୍ରାମପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ଯୋଡ଼ି ସାରିଛୁ । ଯୋଗାଯୋଗର ପାରମ୍ପରିକ ମାଧ୍ୟମର ବିସ୍ତାର ସହିତ ଅର୍ନ୍ତଦେଶୀୟ ଜଳପଥ ଏବଂ ସି-ପ୍ଲେନ ବା ସାମୁଦ୍ରିକ ଉଡ଼ାଜାହାଜ ଭଳି ନୂତନ ଭିତ୍ତିଭୂମି ମଧ୍ୟ ଦେଶକୁ ମିଳିପାରିଛି । ୨ଠ୧୪ ପର୍ଯ୍ୟନ୍ତ ଦେଶରେ କେବଳ ୭ଟି ଜଳପଥ ଥିଲା । ଆଜି ଦେଶରେ ୧୩ଟି ଜଳପଥ ଉପରେ କାର୍ଯ୍ୟ ଜାରି ରହିଛି । ୨ଠ୧୪ ପୂର୍ବରୁ ଆମର ପୋତାଶ୍ରୟଗୁଡ଼ିକରେ ଭେସେଲ ଟର୍ଣ୍ଣ ଏରାଉଣ୍ଟ ଟାଇମ ୪୧ ଘଣ୍ଟାରୁ ଅଧିକ ଥିଲା । ବର୍ତ୍ତମାନ ତାହା ହ୍ରାସ ପାଇ ୨୭ ଘଣ୍ଟାରେ ପହଞ୍ଚିଛି । ଏହାଦ୍ୱାରା ଏହାକୁ ଆହୁରି ହ୍ରାସ କରିବାର ପ୍ରୟାସ ଜାରି ରହିଛି ।

ବନ୍ଧୁଗଣ!

ଯୋଗାଯୋଗ ବ୍ୟତିରେକ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ବିଜୁଳି ଉତ୍ପାଦନ ଠାରୁ ଆରମ୍ଭ କରି ବିଦ୍ୟୁତ୍ ପ୍ରେରଣର ସମ୍ପୂର୍ଣ୍ଣ ନେଟୱର୍କକୁ ପରିବର୍ତ୍ତନ କରାଯାଇଛି । ୱାନ ନେସନ ୱାନ ପାୱାରଗ୍ରୀଡର ସଂକଳ୍ପ ସାକାର ହୋଇସାରିଛି । ୨ଠ୧୪ ପର୍ଯ୍ୟନ୍ତ ଦେଶରେ କେବଳ ୩ ଲକ୍ଷ ସର୍କିଟ କିଲୋମିଟର ବିଦ୍ୟୁତ ପ୍ରେରଣ ଲାଇନ ଥିଲା । ଆଜି ତାହା ବୃଦ୍ଧି ପାଇ ୪ ଲକ୍ଷ ୫ଠ ହଜାର ସର୍କିଟ କିଲୋମିଟରରେ ପହଞ୍ôଚଛି । ନୂତନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଦିନେ ଆମେ ନଗଣ୍ୟ ଥିଲୁ, ବର୍ତ୍ତମାନ ଆଜି ଆମେ ଦୁନିଆର ଶୀର୍ଷ ୫ଟି ଦେଶ ମଧ୍ୟରେ ରହିସାରିଛୁ । ୨ଠ୧୪ରେ ଇନଷ୍ଟଲ୍ଡ କାପାଟସିଟିରେ ପ୍ରାୟ ୩ ଗୁଣ କାପାସିଟି ଅର୍ଥାତ ୧ଠଠ ଗିଗାୱାଟରୁ ଅଧିକ ଭାରତ ହାସଲ କରିଛି ।

ବନ୍ଧୁଗଣ!

ଆଜି ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ଆଧୁନିକ ପରିସଂସ୍ଥାର ବିକାଶ ପାଇଁ ହେଉଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଦେଶରେ ଏୟାର କନେକ୍ଟିଭିଟି ବା ବିମାନ ଯୋଗାଯୋଗ ବଢ଼ାଇବା ପାଇଁ ନୂତନ ବିମାନବନ୍ଦର ନିର୍ମାଣ ସହିତ ଏୟାର ସ୍ପେଶକୁ ମଧ୍ୟ ଅଧିକ ଉନ୍ମୁକ୍ତ କରିଛୁ । ଗତ ଦୁଇବର୍ଷ ମଧ୍ୟରେ ହିଁ ୧ଠଠରୁ ଅଧିକ ଆକାଶପଥ ଗୁଡିକର  ସମୀକ୍ଷା କରି ସେଗୁଡ଼ିକର ଦୂରତା ହ୍ରାସ କରାଯାଇଛି । ଯେଉଁ ରୁଟରେ ପାସେଞ୍ଜର ଫ୍ଲାଇଟର ଉଡ଼ାଣ ପାଇଁ ପ୍ରତିବନ୍ଧ ଲାଗିଥିଲା ସେଗୁଡ଼ିକୁ ମଧ୍ୟ ହଟାଇ ଦିଆଯାଇଛି । ଏହି ଗୋଟିଏ ମାତ୍ର ନିଷ୍ପତ୍ତି ଯୋଗୁ ଅନେକ ସହରଗୁଡ଼ିକ ମଧ୍ୟରେ ବିମାନ ଯାତ୍ରା ପାଇଁ ଲାଗୁଥିବା ସମୟ ହ୍ରାସ ପାଇଛି । ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ନୂତନ ଏମଆରଓ ନୀତି ପ୍ରସ୍ତୁତି ହେଉ ବା ଜିଏସଟିର କାର୍ଯ୍ୟ ପୂର୍ଣ୍ଣ କରିବା ହେଉ କିମ୍ବା ପାଇଲଟଙ୍କ ଟ୍ରେନିଂ ବ୍ୟବସ୍ଥା ହେଉ- ଏହିସବୁ କ୍ଷେତ୍ରରେ କାର୍ଯ୍ୟ କରାଯାଇଛି ।

ବନ୍ଧୁଗଣ!

ଏମିତି ପ୍ରୟାସ ପାଇଁ ଦେଶକୁ ବିଶ୍ୱାସ ହେଲା ଯେ ଆମେ ଅତିଶୀଘ୍ର କାମ କରିପାରିବୁ । ବଡ଼ ଲକ୍ଷ୍ୟ ବଡ଼ ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ । ଏବେ ଦେଶ ପାଇଁ ଅପେକ୍ଷା ଆଉ ଆକାଂକ୍ଷା ଦୁଇଟିଯାକ ବଢ଼ିଯାଇଛି । ଏଥିପାଇଁ ଆସନ୍ତା ୩-୪ ବର୍ଷ ପାଇଁ ଆମର ସଂକଳ୍ପ ମଧ୍ୟ ବହୁତ ବଡ଼ ହୋଇଯାଇଛି । ଏବେ ଦେଶର ଲକ୍ଷ୍ୟ ହେଉଛି ଲଜିଷ୍ଟିକ କାଷ୍ଟକୁ କମରୁ କମ କରିବା, ରେଳବାଇରେ କାର୍ଗୋ କାପାସିଟି ବଢ଼ାଇବା, ପୋତାଶ୍ରୟ କାର୍ଗୋ କାପାସିଟି ବଢ଼ାଇବା, ଟର୍ଣ୍ଣର୍ ଏରାଉଣ୍ଡ ସମୟ ହ୍ରାସ କରିବା ଆସନ୍ତା ୪-୫ ବର୍ଷରେ ଦେଶରେ ସର୍ବମୋଟ ୨ଠଠରୁ ଅଧିକ ଏୟାରପୋର୍ଟ, ହେଲିପ୍ୟାଡ ଏବଂ ୱାଟର ଏରୋଡ୍ରମ ପ୍ରସ୍ତୁତ ହେବାକୁ ଯାଉଛି । ବର୍ତ୍ତମାନ ଯେଉଁ ୧୯ହଜାର କିଲୋମିଟର ପାଖାପାଖି ଆମର ଗ୍ୟାସ ପାଇପ ଲାଇନ ନେଟୱର୍କ ଅଛି ତାକୁ ମଧ୍ୟ ବଢ଼ାଯାଇ ପ୍ରାୟ ଦୁଇଗୁଣ କରାଯିବ ।

ବନ୍ଧୁଗଣ!

ଦେଶର କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କ ଆୟବୃଦ୍ଧି କରିବା ପାଇଁ ପ୍ରକ୍ରିୟାକରଣ ସହିତ ଜଡ଼ିତ ଭିତ୍ତିଭୂମିର ମଧ୍ୟ ଶୀଘ୍ର ବିସ୍ତାର କରାଯାଉଛି । ୨ଠ୧୪ରେ ଦେଶରେ ମାତ୍ର ଦୁଇଟି ମେଗା ଫୁଡ ପାର୍କ ଥିଲା । ଆଜି ଦେଶରେ ୧୯ ମେଗା ଫୁଡ ପାର୍କ କାର୍ଯ୍ୟ କରୁଛି । ଏବେ ଏହାର ସଂଖ୍ୟା ୪ଠରୁ ଅଧିକ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଗତ ୭ ବର୍ଷରେ ଫିସିଂ କ୍ଲଷ୍ଟର, ଫିସିଂ ହାର୍ବର ଏବଂ ଲୋଡିଂ ସେଣ୍ଟର୍ସର ସଂଖ୍ୟ ୪ଠରୁ ବୃଦ୍ଧି ଘଟି ୧ଠଠରୁ ଅଧିକ ପର୍ଯ୍ୟନ୍ତ ପହଞ୍ôଚପାରିଛି । ଏଥିରେ ଦୁଇଗୁଣରୁ ଅଧିକ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଆମେ ଚାଲିଛୁ ।

ବନ୍ଧୁଗଣ!

ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଥମଥର ବ୍ୟାପକ ପ୍ରୟାସ କରାଯାଉଛି । ବର୍ତ୍ତମାନ ତାମିଲନାଡୁ ଏବଂ ୟୁପିରେ ଦୁଇ ପ୍ରତିରକ୍ଷା କରିଡର ଉପରେ କାର୍ଯ୍ୟ ଚାଲୁଛି । ଇଲୋଟ୍ରେନିକ ଏବଂ ଆଇଟି ମାନୁଫାକଚରିଂରେ ଆଜି ଆମେ ଶୀଘ୍ର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ଗୋଟେ ସମୟରେ ଆମର ଏଠାରେ ୫ ମାନୁଫାକଚରିଂ କ୍ଲଷ୍ଟର ଥିଲା,ଆଜି ୧୫ ବିନିର୍ମାଣ ପୁଞ୍ଜ ଆମେ ତିଆରି କରିସାରିଛୁ ।  ଆଉ ଏହାକୁ ମଧ୍ୟ ଦୁଇଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଗତ ବର୍ଷରେ ୪ ଇଣ୍ଡଷ୍ଟ୍ରିଆଲ କରିଡର ଆରମ୍ଭ ହୋଇଯାଇଛି ଏବଂ ଏବେ ଏମିତି କରିଡରର ସଂଖ୍ୟାକୁ ଏକ ଡର୍ଜନ ପର୍ଯ୍ୟନ୍ତ ବଢ଼ାଯାଉଛି ।

ବନ୍ଧୁଗଣ!

ଆଜି ସରକାର ଯେଉଁ ଦୃଷ୍ଟିଭଙ୍ଗୀ ସହିତ କାମ କରୁଛି ଏହାର ଏକ ଉଦାହରଣ ପ୍ଲଗ ଆଣ୍ଡ ପ୍ଲେ ଇନଫ୍ରାଷ୍ଟ୍ରକଚରର ନିର୍ମାଣ ମଧ୍ୟ ଅଟେ । ଏବେ ଦେଶର ଇଣ୍ଡଷ୍ଟ୍ରିକୁ ଏମିତି ସୁବିଧା ଦେବା ପାଇଁ ପ୍ରୟାସ ରହିଛି ଯିଏ ପ୍ଲଗ ଆଣ୍ଡ ପ୍ଲେ ଇନଫରମେସନ ସହ ଯୋଡ଼ି ହୋଇଥିବ ଅର୍ଥାତ୍ ଦେଶର ନିବେଶକମାନଙ୍କୁ କେବଳ ନିଜର ସିଷ୍ଟମ ଲଗାଇବାକୁ ହେବ ଏବଂ କାମ ଆରମ୍ଭ କରିବାକୁ ହେବ । ଯେମିତି ଗ୍ରେଟର ନୋଏଡାର ଦାଦ୍ରିଠାରେ ଏମିତି ସମନ୍ୱିତ ଉଦ୍ୟୋଗ ସହର ତିଆରି କରାଯାଉଛି ଏହାକୁ ପୂର୍ବ ଏବଂ ପଶ୍ଚିମ ଭାରତର ପୋତଶ୍ରୟରୁ ସମର୍ପିତ ବାଣିଜ୍ୟ କରିଡର ସହିତ ସଂଯୋଗ କରାଯାଉଛି । ଏଥିପାଇଁ ଏଠାରେ ବହୁ ଆୟାମୀ କେନ୍ଦ୍ର ନର୍ମାଣ କରାଯିବ । ଏହା ନିକଟରେ ବହୁ ଆୟାମୀ ଟ୍ରାନ୍ସପୋର୍ଟ କେନ୍ଦ୍ର ତିଆରି କରାଯିବ । ଯେଉଁଥିରେ ଷ୍ଟେଟ ଅଫ ଦ ଆର୍ଟ ରେଲୱେ ଟର୍ମିନାଲ ହେବ, ଯେଉଁଥିରେ ବସ୍ ଟର୍ମିନାଲ ହେବ । ଯାହାକୁ ଅନ୍ତଃ ଏବଂ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ମିଳିବ, ମାସ୍ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ଏବଂ ଅନ୍ୟସବୁ ସୁବିଧାଗୁଡ଼ିକୁ ସପୋର୍ଟ ମିଳିବ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏମିତି ସୁବିଧାଗୁଡ଼ିକର ନିର୍ମାଣରେ ଭାରତ, ଦୁନିଆର ବିଜନେସ କ୍ୟାପିଟାଲ ତିଆରି ହେବାର ସ୍ୱପ୍ନ ସାକାର କରିପାରିବ ।

ବନ୍ଧୁଗଣ!

ଏହି ଯେତୋଟି ଲକ୍ଷ୍ୟ ମୁଁ ଗଣିଲି, ଏହି ଲକ୍ଷ୍ୟ ସାମାନ୍ୟ ନୁହେଁ । ଏଥିପାଇଁ ଏହାକୁ ହାସଲ କରିବାର ପ୍ରୟାସ ମଧ୍ୟ ଅଦ୍ଭୁତପୂର୍ବ ହେବ, ଏହାର ମାଧ୍ୟମ ମଧ୍ୟ ଅଦ୍ଭୁତପୂର୍ବ ହେବ । ଏବଂ ତାହାକୁ ସବୁଠାରୁ ଅଧିକ ଶକ୍ତି ପିଏମ ଗତି ଶକ୍ତି ନାସନାଲ ପ୍ଲାନରୁ ହିଁ ମିଳିବ । ଯେଉଁଭଳି ଭାବରେ ଜାମ ଟ୍ରିନିଟି ଅର୍ଥାତ୍ ଜନଧନ-ଆଧାର-ମୋବାଇଲର ଶକ୍ତି ଦ୍ୱାରା ଦେଶରେ ସରକାରୀ ସୁବିଧାଗୁଡ଼ିକୁ ଶୀଘ୍ର ଉପଯୁକ୍ତ ଲାଭାର୍ଥୀମାନଙ୍କ ନିକଟରେ ପହଞ୍ଚାଇବାରେ ଆମେ ସଫଳ ହୋଇଛୁ । ପିଏମ ଗତି ଶକ୍ତି ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ସେମିତି ହିଁ କାର୍ଯ୍ୟ କରିବ । ଏହା ପୂରା ଦେଶର ଇନଫ୍ରାଷ୍ଟ୍ରକଚର ପ୍ଲାନିଂକୁ ନେଇ ଶିକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ସାମଗ୍ରିକ ଦୃଷ୍ଟିଭଙ୍ଗୀ ନେଇ ଆସୁଛି । ପୁଣିଥରେ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ସହିତ ଯୋଡ଼ିହେବା ପାଇଁ ଆମନ୍ତ୍ରିତ କରୁଛି, ଆଗ୍ରହ ମଧ୍ୟ କରୁଛି । ଏହି ସମୟ ଏକତ୍ରିତ ହେବା ପାଇଁ, ସ୍ୱାଧୀନତାର ଏହି ୭୫ତମ ବର୍ଷରେ ଦେଶ ପାଇଁ କିଛି କରି ଦେଖାଇବାକୁ ଅଛି । ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଅନୁରୋଧ କରୁଛି।ମୋର ଏହି ବିଶ୍ୱାସ ଅଛି ।

ଆପଣ ସମସ୍ତେ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆସିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ଏବଂ ମୁଁ  ଆଶବାଦୀ ଯେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟର ପ୍ଲାନ ବେସରକାରୀ କ୍ଷେତ୍ର ମଧ୍ୟ ଏଥିରୁ ଅନେକ ଲାଭ ପାଇବ । ସେମାନେ ମଧ୍ୟ ଏଥିରେ ଯୋଡ଼ି ହୋଇ ନିଜର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିପାରିବେ । ବିକାଶର ନୂଆ ଅଧ୍ୟାୟକ ଛୁଇଁ ପାରିବେ । ମୋର ଆପଣ ସସ୍ତଙ୍କୁ ବହୁତ ବହୁତ ଶୁଭକାମନା । ଦେଶବାସୀଙ୍କୁ ଆଜି ନବରାତ୍ରିର ପବିତ୍ର ପର୍ବରେ ଶକ୍ତିର ଏହି ଉପାସନା ସମୟରେ, ଶକ୍ତିର ଏହି ଭଗିରଥ ପ୍ରୟାସ ପାଇଁ ଅନେକ ଅନେକ ଶୁଭକାମନା ଦେବା ସହ ମୋ ବକ୍ତବ୍ୟକୁ ବିରାମ ଦେଉଛି ।

ବହୁତ ବହୁତ ଧନ୍ୟବା!

ଶୁଭକାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."