୫୯୪୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ୨୪୭ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଦୁନିଆର ସବୁଠାରୁ ଉନ୍ନତ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ, ଯାହା ଭାରତର ବିକାଶର ଏକ ବଡ଼ ଚିତ୍ର ଉପସ୍ଥାପନ କରୁଛି”
“ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ନିରନ୍ତର ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି”
“ଭିତ୍ତିଭୂମି ପାଇଁ ଏହି ବଜେଟରେ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ୨୦୧୪ ରେ ଆବଣ୍ଟନ ଠାରୁ ୫ ଗୁଣ ଅଧିକ ଅଟେ”
“ଗତ କିଛି ବର୍ଷ ମଧ୍ୟରେ ରାଜସ୍ଥାନ ରାଜପଥ ପାଇଁ ୫୦ ହଜାର କୋଟି ଟଙ୍କା ପାଇଛି”
“ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ ସ୍ତମ୍ଭ ହେବାକୁ ଯାଉଛି”
“ସବକା ସାଥ, ସବକା ବିକାଶ ରାଜସ୍ଥାନ ଏବଂ ଦେଶର ବିକାଶ ପାଇଁ ଆମର ମନ୍ତ୍ର । ଏହି ମନ୍ତ୍ର ଅନୁସରଣ କରି ଆମେ ଏକ ଯୋଗ୍ୟ, ଦକ୍ଷ ଏବଂ ସମୃଦ୍ଧ ଭାରତ ତିଆରି କରୁଛୁ”
ସେ ଦର୍ଶାଇଛନ୍ତି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ଏକ୍ସପ୍ରେସୱେ ଯାହା ଭାରତର ବିକାଶର ଏକ ବଡ଼ ଚିତ୍ର ଉପସ୍ଥାପନ କରେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେର ୨୪୬ କିଲୋମିଟର ଦିଲ୍ଲୀ – ଦୌସା - ଲାଲସୋଟ୍‍ ସେକ୍ସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୫୯୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ୨୪୭ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନୂତନ ଭାରତରେ ଅଭିବୃଦ୍ଧି, ବିକାଶ ଏବଂ ସଂଯୋଗୀକରଣର ଇଞ୍ଜିନ ଭାବରେ ଉତ୍କୃଷ୍ଟ ସଡକ ଭିତ୍ତିଭୂମି ର୍ନିମାଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ସାରା ଦେଶରେ ଚାଲିଆସୁଥିବା ବିଶ୍ୱ ସ୍ତରୀୟ ଏକ୍ସପ୍ରେସୱେ ର୍ନିମାଣ ଦ୍ୱାରା ହୃଦୟଙ୍ଗମ ହେଉଛି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରିଥିବାରୁ ଗର୍ବ ଅନୁଭବ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ଏକ୍ସପ୍ରେସୱେ ଯାହା ଭାରତର ବିକାଶର ଏକ ବଡ଼ ଚିତ୍ର ଉପସ୍ଥାପନ କରେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଏଭଳି ଆଧୁନିକ ସଡ଼କ, ରେଳ ଷ୍ଟେସନ, ରେଳ ଟ୍ରାକ୍‌, ମେଟ୍ରୋ ଏବଂ ବିମାନବନ୍ଦର ର୍ନିମାଣ ହେବ, ସେତେବେଳେ ଦେଶର ବିକାଶ ଗତିଶୀଳ ହେବ । ଭିତ୍ତିଭୂମି ଉପରେ ବିନିଯୋଗର ଗୁଣବତ୍ତା ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ । ରାଜସ୍ଥାନରେ ରାଜପଥ ର୍ନିମାଣ ପାଇଁ ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ସଂକ୍ରାନ୍ତରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ମଧ୍ୟ ନିରନ୍ତର ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ଚଳିତ ବର୍ଷର ବଜେଟ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଆବଣ୍ଟନ କରାଯାଇଛି ଯାହା ୨୦୧୪ ରେ ଆବଣ୍ଟନ ଠାରୁ ୫ ଗୁଣ ଅଧିକ ଅଟେ । ଅର୍ଥନୀତିରେ ଭିତ୍ତିଭୂମିରେ ବିନିଯୋଗର ଲାଭ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ଏହା ନିଯୁକ୍ତି ଏବଂ ସଂଯୋଗ ସୃଷ୍ଟି କରୁଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ରାଜପଥ, ରେଳ, ବନ୍ଦର, ବିମାନବନ୍ଦର, ଅପ୍ଟିକାଲ ଫାଇବର, ଡିଜିଟାଲ ସଂଯୋଗ, ପକ୍କା ଘର ଏବଂ କଲେଜ ର୍ନିମାଣରେ ପୁଞ୍ଜି ବିନିଯୋଗ କରାଯାଏ, ସେତେବେଳେ ସମାଜର ପ୍ରତ୍ୟେକ ବର୍ଗ ସଶକ୍ତ ହୁଏ ।

ଭିତ୍ତିଭୂମିର ଅନ୍ୟ ଏକ ଲାଭ ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ସେ କହିଛନ୍ତି ଦିଲ୍ଲୀ – ଦୌସା - ଲାଲସୋଟ ରାଜପଥ ର୍ନିମାଣ ସହିତ ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ୍ସପ୍ରେସୱେ ଗ୍ରାମୀଣ ହାଟ ପ୍ରତିଷ୍ଠା କରାଯାଉଛି ଯାହା ସ୍ଥାନୀୟ କୃଷକ ଏବଂ କାରିଗରମାନଙ୍କୁ ସାହାଯ୍ୟ କରିବ । ସେ କହିଛନ୍ତି ଯେ ଦିଲ୍ଲୀ, ମୁମ୍ବାଇ ଏକ୍ସପ୍ରେସୱେ ଦିଲ୍ଲୀ, ହରିୟାଣା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଅନେକ ଅଞ୍ଚଳ ସହିତ ରାଜସ୍ଥାନକୁ ଉପକୃତ କରିବ । ସେ କହିଛନ୍ତି, ସରିସ୍କା, କେଓଲାଡେଓ ଜାତୀୟ ଉଦ୍ୟାନ, ରନ୍ଥାମ୍ବୋର ଏବଂ ଜୟପୁର ପରି ପର୍ଯ୍ୟଟନ ସ୍ଥାନଗୁଡିକ ରାଜପଥରୁ ବହୁତ ଲାଭ ପାଇବେ ।

ଅନ୍ୟ ତିନୋଟି ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଗୋଟିଏ ଜୟପୁରକୁ ଏକ୍ସପ୍ରେସୱେ ସହିତ ସିଧାସଳଖ ସଂଯୋଗ ଦେବ । ଦ୍ୱିତୀୟ ପ୍ରକଳ୍ପ ଅଲୱାର ନିକଟ ଅମ୍ବାଲା- କୋଟପୁଟଲି କରିଡର ସହିତ ଏକ୍ସପ୍ରେସୱେକୁ ସଂଯୋଗ କରିବ । ଏହା ହରିୟାଣା, ପଞ୍ଜାବ, ହିମାଚଳ ଏବଂ ଜାମ୍ମୁ କାଶ୍ମୀରରୁ ଆସୁଥିବା ଯାନଗୁଡ଼ିକୁ ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଯାତ୍ରା କରିବାରେ ସାହାଯ୍ୟ କରିବ । ଲାଲସୋଟ କାରୋଲି ରାସ୍ତା ମଧ୍ୟ ଏକ୍ସପ୍ରେସୱେ ସହିତ ଏହି ଅଞ୍ଚଳକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ ସ୍ତମ୍ଭ ହେବାକୁ ଯାଉଛି ଏବଂ ଭବିଷ୍ୟତରେ ରାଜସ୍ଥାନ ସମେତ ଏହି ସମଗ୍ର ଅଞ୍ଚଳକୁ ପରିବର୍ତ୍ତନ କରିବ । ସେ ଦର୍ଶାଇଛନ୍ତି ଯେ ଏହି ଦୁଇଟି ପ୍ରକଳ୍ପ ମୁମ୍ବାଇ-ଦିଲ୍ଲୀ ଅର୍ଥନୈତିକ କରିଡରକୁ ମଜବୁତ କରିବ ଏବଂ ରାସ୍ତା ଏବଂ ମାଲ ପରିବହନ କରିଡର ରାଜସ୍ଥାନ, ହରିୟାଣା ଏବଂ ପଶ୍ଚିମ ଭାରତର ଅନେକ ଅଞ୍ଚଳକୁ ବନ୍ଦର ସହିତ ସଂଯୋଗ କରିବ । ଏହା ଲଜିଷ୍ଟିକ୍ସ, ଷ୍ଟୋରେଜ୍‌, ପରିବହନ ଏବଂ ଅନ୍ୟାନ୍ୟ ଶିଳ୍ପ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ ଦ୍ୱାରା ପରିଚାଳିତ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଅପ୍ଟିକାଲ ଫାଇବର, ବିଦ୍ୟୁତ ଲାଇନ ଏବଂ ଗ୍ୟାସ ପାଇପଲାଇନ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅବଶିଷ୍ଟ ଜମି ସୌର ଶକ୍ତି ଉତ୍ପାଦନ ତଥା ଗୋଦାମ ଗୃହରେ ବ୍ୟବହୃତ ହେବ । ଏହି ଉଦ୍ଦେଶ୍ୟଗୁଡିକ ଭବିଷ୍ୟତରେ ଦେଶରେ ବହୁ ଅର୍ଥ ସଞ୍ଚୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ରାଜସ୍ଥାନ ଏବଂ ଦେଶ ପାଇଁ "ସବକା ସାଥ, ସବକା ବିକାଶ” ମନ୍ତ୍ର ଉପରେ ଆଲୋକପାତ କରି କହିଛନ୍ତି ଯେ ଏକ ଯୋଗ୍ୟ, ଦକ୍ଷ ତଥା ସମୃଦ୍ଧ ଭାରତ ଗଠନ କରିବା ସରକାରଙ୍କ ସଂକଳ୍ପ ।

ଏହି ଅବସରରେ କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖୱତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଲାଶ ଚୌଧୁରୀ, ରାଜସ୍ଥାନ ସରକାରଙ୍କ ପିଡବ୍ଲ୍ୟୁଡି ମନ୍ତ୍ରୀ ଶ୍ରୀ ଭଜନଲାଲ ଜାଟଭ ଏବଂ ସାଂସଦମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ର ୨୪୬ କିଲୋମିଟର ଦିଲ୍ଲୀ – ଦୌସା - ଲାଲସୋଟ ସେକ୍ସନ ୧୨,୧୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ଏହି ସେକ୍ସନର କାର୍ଯ୍ୟକାରିତା ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟକୁ ୫ ଘଣ୍ଟାରୁ ପ୍ରାୟ ୩.୫ ଘଣ୍ଟା ହ୍ରାସ କରିବ ଏବଂ ସମଗ୍ର ଅଞ୍ଚଳର ଆର୍ଥିକ ବିକାଶରେ ଏକ ପ୍ରମୁଖ ଉତ୍ସ ଯୋଗାଇବ ।

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ ଯାହାର ଲମ୍ବ ୧୩୮୬ କିଲୋମିଟର ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪୨୪ କିଲୋମିଟରରୁ ୧୨୪୨ କିମି ପର୍ଯ୍ୟନ୍ତ ୧୨% ହ୍ରାସ କରିବ ଏବଂ ଯାତ୍ରା ସମୟ ୨୪ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ୫୦% ହ୍ରାସ ପାଇବ । ଏହା ୬ଟି ରାଜ୍ୟ - ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଦେଇ ଯାଇ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଡୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ । ଏକ୍ସପ୍ରେସୱେ ୯୩ ପିଏମ୍‍ ଗତି ଶକ୍ତି ଅର୍ଥନୈତିକ ନୋଡ, ୧୩ ଟି ବନ୍ଦର, ୮ ଟି ପ୍ରମୁଖ ବିମାନବନ୍ଦର ଏବଂ ୮ ଟି ବହୁମୁଖୀ ଲଜିଷ୍ଟିକ୍ ପାର୍କ (ଏମଏମଏଲପି) ସହିତ ଜିୱାର ବିମାନବନ୍ଦର, ନଭି ମୁମ୍ବାଇ ବିମାନବନ୍ଦର ଏବଂ ଜେଏନପିଟି ବନ୍ଦର ଭଳି ନୂତନ ବିମାନବନ୍ଦରକୁ ସେବା ଯୋଗାଇବ । ଏକ୍ସପ୍ରେସୱେ ସମସ୍ତ ସଂଲଗ୍ନ ଅଞ୍ଚଳର ବିକାଶ ପଥ ଉପରେ ଏକ ଅନୁକୂଳ ପ୍ରଭାବ ପକାଇବ, ଯାହା ଦ୍ୱାରା ଦେଶର ଆର୍ଥିକ ପରିବର୍ତ୍ତନରେ ଏକ ପ୍ରମୁଖ ଅବଦାନ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୫୯୪୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ୨୪୭ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ୨୦୦୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ବାଣ୍ଡିକୁଇରୁ ଜୟପୁର ପର୍ଯ୍ୟନ୍ତ ୬୭ କିଲୋମିଟର ଲମ୍ବ ଚାରି ଲେନ ବିଶିଷ୍ଟ ସଡକ, କୋଟପୁଟଲିରୁ ବାରାଓଡାନେଓ ପର୍ଯ୍ୟନ୍ତ ଏକ ଛଅ ଲେନ ବିଶିଷ୍ଟ ସଡକ ପ୍ରାୟ ୩୭୭୫ ଟଙ୍କା ମୂଲ୍ୟରେ ବିକଶିତ ହେବ ଏବଂ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଲାଲସୋଟ - କରୋଲି ସେକ୍ସନ ପାଶ୍ୱର୍ରେ ଦୁଇ ଲେନ ବିଶିଷ୍ଟ ପକ୍କା ସମାନ୍ତରାଳ ସଡକ ନିର୍ମାଣ କରାଯିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi