ବର୍ଦ୍ଧିତ ରେଳ ସଂଯୋଗ ଓ ଥିରୁଅନନ୍ତପୁରମକୁ ଏକ ପ୍ରମୁଖ ଷ୍ଟାର୍ଟଅପ ହବରେ ପରିଣତ କରିବାର କାର୍ଯ୍ୟକ୍ରମ ସହ କେରଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଆଜି ତ୍ବରାନ୍ବିତ ହୋଇଛି: ପ୍ରଧାନମନ୍ତ୍ରୀ
କେରଳରୁ ଆଜି ଗରିବ କଲ୍ୟାଣ ପାଇଁ ଏକ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ପିଏମ୍ ସ୍ବନିଧି କ୍ରେଡିଟ୍ କାର୍ଡ ଆରମ୍ଭ କରାଯାଇଛି ଯଦ୍ବାରା ରାସ୍ତାକଡ଼ ବିକ୍ରେତା, ହକର ଓ ଫୁଟପାଥରେ କାମ କରୁଥିବା ଲୋକମାନେ ଉପକୃତ ହେବେ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତରେ ଆମ ସହରଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି, ଗତ ୧୧ ବର୍ଷରେ କେନ୍ଦ୍ର ସରକାର ସହରୀ ଭିତ୍ତିଭୂମି ପାଇଁ ବିପୁଳ ନିବେଶ କରିଛନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଥିରୁବନନ୍ତପୁରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ସହ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦୀ କହିଥିଲେ ଯେ କେରଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ନୂତନ ଗତି ମିଳିଛି। ସେ ଉଲ୍ଲେଖ କରିଥିଲେ ଯେ, କେରଳରେ ରେଳ ସଂଯୋଗୀକରଣ ଆହୁରି ମଜବୁତ ହୋଇଛି। ଏହା ବ୍ୟତୀତ, ଥିରୁବନନ୍ତପୁରମକୁ ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍‌ରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି କ୍ରେଡିଟ୍ କାର୍ଡ ଆରମ୍ଭ ହେବା ସହିତ, କେରଳରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରବ୍ୟାପୀ ପଦକ୍ଷେପ ଆରମ୍ଭ ହୋଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହା ସାରା ଦେଶର ରାସ୍ତାକଡ଼ ବିକ୍ରେତା ଏବଂ ଫୁଟପାଥ୍ ଶ୍ରମିକଙ୍କୁ ଲାଭ ଦେବ। ସେ ଏହି ବିକାଶ ଏବଂ ରୋଜଗାର ସୃଷ୍ଟିକାରୀ ପଦକ୍ଷେପ ପାଇଁ କେରଳର ବାସିନ୍ଦା ଏବଂ ସମଗ୍ର ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସମଗ୍ର ଦେଶ ଆଜି ଏକଜୁଟ ହୋଇଥିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ମିଶନରେ ସହରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସହରାଞ୍ଚଳ ଭିତ୍ତିଭୂମିରେ ବିପୁଳ ନିବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ସହରରେ ରହୁଥିବା ଗରିବ ପରିବାର ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ସାରା ଦେଶରେ ୪ କୋଟିରୁ ଅଧିକ ଘର ନିର୍ମାଣ କରାଯାଇ ଦେଶର ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଛି। ଏଗୁଡ଼ିକ ମଧ୍ୟରେ ସହରାଞ୍ଚଳ ଗରିବଙ୍କ ପାଇଁ ୧ କୋଟିରୁ ଅଧିକ ସ୍ଥାୟୀ ଘର ଅନ୍ତର୍ଭୁକ୍ତ। କେରଳରେ, ପ୍ରାୟ ୧.୨୫ ଲକ୍ଷ ସହରାଞ୍ଚଳ ଗରିବ ପରିବାର ପକ୍କା ଘର ପାଇଛନ୍ତି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଗରିବ ପରିବାରମାନଙ୍କ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା ପାଇଁ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା ଆରମ୍ଭ କରାଯାଇଛି। ଆୟୁଷ୍ମାନ ଭାରତ ଅଧୀନରେ, ଗରିବ ନାଗରିକମାନେ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପାଉଛନ୍ତି ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମାତୃ ବନ୍ଦନା ଯୋଜନା ଭଳି ଯୋଜନା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକୁ ମଧ୍ୟ ଟିକସ ଛାଡ଼ କରିଛନ୍ତି, ଯାହା କେରଳର ମଧ୍ୟବିତ୍ତ ବର୍ଗ ଏବଂ ବେତନଭୋଗୀ ଲୋକଙ୍କୁ ମଧ୍ୟ ବହୁତ ଲାଭ ଦେଇଛି ବୋଲି ସେ କହିଥିଲେ। 
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡ଼ିବା ପାଇଁ ଏକ ବଡ଼ ପ୍ରୟାସ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଗରିବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ମହିଳା ଏବଂ ମତ୍ସ୍ୟଜୀବୀମାନେ ସହଜରେ ବ୍ୟାଙ୍କ ଋଣ ପାଇପାରୁଛନ୍ତି। ସେମାନେ ବନ୍ଧକ ନ ରଖିପାରିବା କ୍ଷେତ୍ରରେ କେନ୍ଦ୍ର ସରକାର ନିଜେ ସେମାନଙ୍କର ଗ୍ୟାରେଣ୍ଟର ଭାବରେ କାର୍ଯ୍ୟ କରୁଛନ୍ତି।
 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ରାସ୍ତାକଡ଼ ବ୍ୟବସାୟୀମାନଙ୍କ ଅବସ୍ଥା ଏପରି ଥିଲା ଯେ ସେମାନଙ୍କୁ ଅଳ୍ପକିଛି ଶହ ଟଙ୍କା କରଜ କରିବାକୁ ଅଧିକ ପରିମାଣର ସୁଧ ଦେବାକୁ ପଡ଼ୁଥିଲା। କିନ୍ତୁ ପିଏମ୍ ସ୍ବନିଧି ଯୋଜନା ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ ଦେଶର ଲକ୍ଷ ଲକ୍ଷ ରାସ୍ତାକଡ଼ ବିକ୍ରେତା ବ୍ୟାଙ୍କ ଋଣ ପାଇପାରୁଛନ୍ତି, ଏହା ସେମାନଙ୍କ ଜୀବିକା ଉନ୍ନତି ପାଇଁ ଏକ ବଡ଼ ସୁବିଧା ଓ ସୁଯୋଗ ଆଣିଦେଇଛି।  
ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ ସରକାର ରାସ୍ତାକଡ଼ ବିକ୍ରେତାମାନଙ୍କୁ କ୍ରେଡିଟ୍ କାର୍ଡ ପ୍ରଦାନ କରି ଏକ ପାଦ ଆଗକୁ ବଢ଼ିଛନ୍ତି। ସେ କହିଛନ୍ତି ଯେ ଏଠାରେ ପ୍ରଧାନମନ୍ତ୍ରୀ ସ୍ୱନିଧି କ୍ରେଡିଟ୍ କାର୍ଡ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଛି, ଯେଉଁଥିରେ କେରଳରେ ୧୦,୦୦୦ ଏବଂ ଥିରୁବନନ୍ତପୁରମରେ ୬୦୦ରୁ ଅଧିକ ଲୋକ ସାମିଲ ଅଛନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କେବଳ ଧନୀ ଲୋକଙ୍କ ପାଖରେ କ୍ରେଡିଟ୍ କାର୍ଡ ଥିଲା, କିନ୍ତୁ ଏବେ ରାସ୍ତାକଡ଼ ବିକ୍ରେତାମାନଙ୍କ ପାଖରେ ବି ପ୍ରଧାନମନ୍ତ୍ରୀ ସ୍ୱନିଧି କ୍ରେଡିଟ୍ କାର୍ଡ ରହିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସଂଯୋଗୀକରଣ, ବିଜ୍ଞାନ, ନବସୃଜନ ଏବଂ ସ୍ୱାସ୍ଥ୍ୟସେବାରେ ବିପୁଳ ନିବେଶ କରୁଛନ୍ତି। କେରଳର ମେଡିକାଲ କଲେଜରେ ସିଏସଆଇଆର୍ ନବସୃଜନ କେନ୍ଦ୍ର ଏବଂ ରେଡିଓ ସର୍ଜରୀ କେନ୍ଦ୍ରର ଉଦଘାଟନ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏଗୁଡ଼ିକ ରାଜ୍ୟକୁ ବିଜ୍ଞାନ, ନବସୃଜନ ଏବଂ ସ୍ୱାସ୍ଥ୍ୟସେବାର କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ।
ଶ୍ରୀ ମୋଦୀ କହିଥିଲେ ଯେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନଗୁଡ଼ିକର ଶୁଭାରମ୍ଭ ହେବା ଦ୍ୱାରା କେରଳରେ ରେଳ ସଂଯୋଗୀକରଣ ସୁଦୃଢ଼ ହୋଇଛି। ଏହା ଯାତ୍ରାକୁ ସହଜ କରିବ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଲାଭ ପ୍ରଦାନ କରିବ। ଗୁରୁବାୟୁର ଏବଂ ତ୍ରିସୁର ମଧ୍ୟରେ ନୂତନ ଯାତ୍ରୀବାହୀ ଟ୍ରେନ୍ ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରାକୁ ସହଜ କରିବ। ଏହି ସମସ୍ତ ପ୍ରକଳ୍ପ କେରଳର ବିକାଶକୁ ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ଏକ ବିକଶିତ କେରଳ ଅତ୍ୟନ୍ତ ଜରୁରୀ। ସେ ପୁଣି ଥରେ କେରଳବାସୀଙ୍କୁ ତାଙ୍କର ଶୁଭକାମନା ଜଣାଇ କହିଥିଲେ ଯେ କେନ୍ଦ୍ର ସରକାର କେରଳବାସୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି।
ଏହି ସମାରୋହରେ କେରଳ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭି. ସୋମାନ୍ନା ଏବଂ ଶ୍ରୀ ଜର୍ଜ କୁରିଆନ, ଏବଂ ଥିରୁବନନ୍ତପୁରମ ମେୟର ଶ୍ରୀ ଭି.ଭି. ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ। 
 

ପୃଷ୍ଠଭୂମି
ଏହି ପ୍ରକଳ୍ପଗୁଡ଼ିକ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଯେପରିକି ରେଳ ସଂଯୋଗ, ସହରୀ ଜୀବିକା, ବିଜ୍ଞାନ ଓ ନବସୃଜନ, ନାଗରିକ-କୈନ୍ଦ୍ରିକ ସେବା, ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସହ ସମ୍ପର୍କିତ। ଏଗୁଡ଼ିକ ସମାବେଶୀ ଅଭିବୃଦ୍ଧି, ପ୍ରଯୁକ୍ତିଗତ ବିକାଶ ଓ ନାଗରିକମାନଙ୍କ ପାଇଁ ଉନ୍ନତ ଜୀବନଧାରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବକୁ ଦର୍ଶାଉଛି। 
ରେଳ ସଂଯୋଗୀକରଣକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଚାରୋଟି ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ତିନୋଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଅନ୍ତର୍ଭୁକ୍ତ। ଏଥିରେ ନାଗରକୋଇଲ୍-ମେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଥିରୁବନନ୍ତପୁରମ୍-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସ୍, ଥିରୁବନନ୍ତପୁରମ୍-ଚେରଲାପାଲି ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ତ୍ରିସୁର ଏବଂ ଗୁରୁଭାୟୁର ମଧ୍ୟରେ ଏକ ନୂତନ ଯାତ୍ରୀବାହୀ ଟ୍ରେନ୍ ଅନ୍ତର୍ଭୁକ୍ତ। ଏହି ସେବାଗୁଡ଼ିକର ଶୁଭାରମ୍ଭ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୂରଗାମୀ ଏବଂ ଆଞ୍ଚଳିକ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଯାହା ଯାତ୍ରୀମାନଙ୍କ ପାଇଁ ଯାତ୍ରାକୁ ଅଧିକ ସୁଲଭ, ସୁରକ୍ଷିତ ଏବଂ ସମୟୋଚିତ କରିବ। ଉନ୍ନତ ସଂଯୋଗୀକରଣ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନ, ବାଣିଜ୍ୟ, ଶିକ୍ଷା, ନିଯୁକ୍ତି ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ବୃଦ୍ଧି କରିବ।
 

ସହରାଞ୍ଚଳ ଜୀବିକାକୁ ସୁଦୃଢ଼ କରିବା ପ୍ରୟାସର ଅଂଶ ସ୍ୱରୂପ, ଶ୍ରୀମୋଦୀ ପ୍ରଧାନମନ୍ତ୍ରୀ ସ୍ୱନିଧି କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି, ଯାହାକୁ ରାସ୍ତାକଡ଼ ବିକ୍ରେତାଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିର ପରବର୍ତ୍ତୀ ପର୍ଯ୍ୟାୟ ବୋଲି କୁହାଯାଉଛି। ୟୁପିଆଇ ସହିତ ସଂଯୁକ୍ତ ଏହି ସୁଧମୁକ୍ତ ଆବର୍ତ୍ତି ଋଣ ସୁବିଧା, ତୁରନ୍ତ ନଗଦ ଅର୍ଥ ଉପଲବ୍ଧତାକୁ ସୁନିଶ୍ଚିତ କରିବ। ଏହା ସହ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବ ଏବଂ ହିତାଧିକାରୀମାନଙ୍କୁ ଏକ ଆନୁଷ୍ଠାନିକ କ୍ରେଡିଟ୍ ଇତିହାସ ଗଠନ କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କେରଳର ରାସ୍ତାକଡ଼ ବିକ୍ରେତାଙ୍କ ସମେତ ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଋଣ ମଧ୍ୟ ବଣ୍ଟନ କରିଥିଲେ। ୨୦୨୦ ମସିହାରେ ଆରମ୍ଭ ହେବା ପରଠାରୁ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପ୍ରଥମ ଥର ପାଇଁ ଅଧିକାଂଶ ହିତାଧିକାରୀଙ୍କୁ ଆନୁଷ୍ଠାନିକ ଋଣ ଉପଲବ୍ଧତା ପ୍ରଦାନ କରିବାରେ ସାହାଯ୍ୟ କରିଛି ଏବଂ ସହରାଞ୍ଚଳ ଅସଂଗଠିତ ଶ୍ରମିକଙ୍କ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ବିଜ୍ଞାନ ଓ ନବସୃଜନ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମଠାରେ ସିଏସଆଇଆର-ଏନଆଇଆଇଏସଟି ନବସୃଜନ,ପ୍ରଯୁକ୍ତି ଓ ଉଦ୍ୟମିତା ହବର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ହବ୍ ଜୀବ ବିଜ୍ଞାନ ଓ ଜୈବ-ଅର୍ଥନୀତି ଉପରେ ଫୋକସ୍ କରିବା ସହ ଆୟୁର୍ବେଦ ପରି ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ସହ ଜୈବପ୍ରଯୁକ୍ତିର ସମନ୍ବୟ, ସ୍ଥାୟୀ ପ୍ୟାକେଜିଂ, ସବୁଜ ହାଇଡ୍ରୋଜେନ, ଷ୍ଟାର୍ଟଅପ ସୃଷ୍ଟି, ପ୍ରଯୁକ୍ତି ହସ୍ତାନ୍ତର ଓ ବୈଶ୍ବିକ ସହଯୋଗିତା ଉପରେ ବି ଧ୍ୟାନ ରଖିବ।  ଏହା ଗବେଷଣାକୁ ବଜାର ପାଇଁ ପ୍ରସ୍ତୁତ ସମାଧାନ ଓ ଉଦ୍ୟୋଗରେ ପରିଣତ କରିବା ଲାଗି ଏକ ପ୍ଲାଟଫର୍ମଭାବେ କାମ କରିବ।  
 

ଏହି ଗସ୍ତର ଏକ ପ୍ରମୁଖ ବିନ୍ଦୁ ଥିଲା ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ। ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମର ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ଟେକ୍ନୋଲୋଜିରେ ଏକ ଅତ୍ୟାଧୁନିକ ରେଡିଓସର୍ଜରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ର ଜଟିଳ ମସ୍ତିଷ୍କ ସମସ୍ୟା ପାଇଁ ଅତ୍ୟନ୍ତ ସଠିକ୍ ଏବଂ ସର୍ବନିମ୍ନ ଅସ୍ତ୍ରୋପଚାର ଆବଶ୍ୟକତା ବିଶିଷ୍ଟ ଚିକିତ୍ସା ପ୍ରଦାନ କରିପାରିବ। ଏହା ଏହି ଅଞ୍ଚଳର ତୃତୀୟକ ସ୍ୱାସ୍ଥ୍ୟସେବା କ୍ଷମତାକୁ ବୃଦ୍ଧି କରିବ।
ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମରେ ନୂତନ ପୂଜାପ୍ପୁରା ମୁଖ୍ୟ ଡାକଘରର ମଧ୍ୟ ଉଦଘାଟନ କରିଛନ୍ତି। ଏହି ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସୁବିଧା ଡାକ, ବ୍ୟାଙ୍କିଙ୍ଗ, ବୀମା ଏବଂ ଡିଜିଟାଲ୍ ସେବାର ଏକ ବିସ୍ତୃତ ପରିସର ପ୍ରଦାନ କରିବ, ଯାହା ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India is a significant player in Asia Pacific air traffic growth: IATA

Media Coverage

India is a significant player in Asia Pacific air traffic growth: IATA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.
#12YearsOfGaribKalyan"