ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କଲେ ସ୍ମୃତି ବନ ସ୍ମାରକୀ
“ସ୍ମୃତି ବନ ସ୍ମାରକୀ ଓ ବୀର ବାଲ ସ୍ମାରକୀ ହେଉଛି କଛ, ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାର ପ୍ରତୀକ”
“ଅନେକ କହିଥିଲେ ଯେ କଚ୍ଛ କେବେ ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇ ପାରିବ ନାହିଁ । ମାତ୍ର ଆଜି କଚ୍ଛ ବାସୀ ସମ୍ପୂର୍ଣ୍ଣ ଭାବେ ଏହାର ଦୃଶ୍ୟପଟ ବଦଳାଇ ଦେଇପାରିଛନ୍ତି ।”
ଆପଣମାନେ ଦେଖିପାରୁଥିବେ ଯେ ମୃତ୍ୟୁ ଓ ବିପର୍ଯ୍ୟୟ ମଧ୍ୟରେ ଆମେ ୨ଠଠ୧ରେ କେତେକ ସଂକଳ୍ପ ନେଇଥିଲେ ଓ ଏହାକୁ ଆଜି ଆମେ ବୁଝିପାରୁଛୁ । ସେହିପରି ଆଜି ଯଦି ଆମେ ସଂକଳ୍ପ ନେବା ତାକୁ ଆମେ ୨ଠ୪୭ ସୁଦ୍ଧା ନିଶ୍ଚୟ ତାକୁ ହାସଲ କରିବା ।”
କଚ୍ଛ କେବଳ ନିଜେ ଉଠି ଛିଡ଼ା ହୋଇନାହିଁ, ଏହା ଗୁଜରାଟକୁ ଏକ ନୂତନ ଶିଖରରେ ପହଂଚାଇଛି ।”
“ଗୁଜରାଟ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିଲା, ସେତେବେଳେ ଷଡ଼ଯନ୍ତ୍ରର ମଧ୍ୟ ଶିକାର ହୋଇଥିଲା । ଦେଶ ତଥା ବିଶ୍ୱରେ ଗୁଜରାଟକୁ ବଦନାମ କରିବା ପାଇଁ ଏଠାରେ ପୁଞ୍ଜି ନିବେଶ ବନ୍ଦ କରିବାକୁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର ରଚାଗଲା ।”
ଜୋଲ ବାଗର ପ୍ରତି ଇଟାଖଣ୍ଡ ଆମ ପୂର୍ବ ପୁରୁଷଙ୍କ କୌଶଳ, ଜ୍ଞାନ ଓ ବିଜ୍ଞାନ ଚାତୁରୀକୁ ପ୍ରଦର୍ଶିତ କରେ ।”
“କଚ୍ଛରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ସବକା ପ୍ରୟାସର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୦୮-୨୦୨୨) ୪୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭୁଜରେ କରିଛନ୍ତି । ପୂର୍ବରୁ ସେ ମଧ୍ୟ ସ୍ମୃତି ବନ ସ୍ମାରକୀ ଭୁଜ୍ ଜିଲ୍ଲାରେ ଉଦଘାଟନ କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମୃତି ବନ ସ୍ମାରକୀ, ଭୁଜ ଓ ଅଞ୍ଜାରର ବନର ବାଲ ସ୍ମାରକୀ କଚ୍ଛ ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାକୁ ବହନ କରିଥାଏ । ଯେତେବେଳେ ଅଞ୍ଜାର ସ୍ମାରକୀ କଥା ଉଠିଲା ଓ ସେବା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ କରାଇବାକୁ ସଂକଳ୍ପ ନିଆଗଲା ସେ ତା’ର ସ୍ମୃତି ଚାରଣ କରିଥିଲେ । ପ୍ରଳୟଙ୍କରୀ ଭୂମିକମ୍ପରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଏକ ଦୁଃଖଦ ହୃଦୟର ସହ ଏହି ସ୍ମାରକୀ ନିର୍ମିତ ହୋଇଥିଲା । ସେ ମଧ୍ୟ ଜନସାଧାରଣଙ୍କୁ ଆଜିର ହାର୍ଦ୍ଦିକ ସ୍ୱାଗତ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ତାଙ୍କ ହୃଦୟରେ ଅନେକ ଆବେଗକୁ ଆଜି ମନେ ପକାଇ ସେ କହିଥିଲେ ଯେ ଆମମାନଙ୍କ ଠାରୁ ବିଦାୟ ନେଇ ଯାଇଥିବା ମହାନ ଆତ୍ମାଙ୍କ ଉଦେଶ୍ୟରେ ସମର୍ପିତ ସ୍ମୃତି ବନ ସ୍ମାରକୀ ମଧ୍ୟ ୯/୧୧ ହିରୋସୀମା ସ୍ମାରକୀର ସମତୁଲ । ସେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଏହି ସ୍ମାରକୀ ପରିଦର୍ଶନ କରିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଳୟଙ୍କରୀ ଭୂମିକମ୍ପ ସମୟକୁ ମଧ୍ୟ ମନେ ପକାଇଥିଲେ । ସେ କହିଥିଲେ ଯେତେବେଳେ ଭୂମିକମ୍ପ ହେଲା, ମୁଁ ଦ୍ୱିତୀୟ ଦିନରେ ହିଁ ଏଠାରେ ପହଂଚିଥିଲି । ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନ ଥିଲି, ଥିଲେ ଜଣେ ସାମାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା । ମୁଁ ଜାଣି ନ ଥିଲି କିପରି ଓ କେତେଜଣଙ୍କୁ ମୁଁ ସାହାଯ୍ୟ କରିପାରିବି । ମାତ୍ର ମୁଁ ଆପଣଙ୍କ ସହ ଦୁଃଖ ବେଳେ ଆପଣଙ୍କ ଗହଣରେ ରହିବି ବୋଲି ସ୍ଥିର କରି ନେଇଥିଲେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଲି ସେବାର ସେ ଅଭିଜ୍ଞତା ମତେ ବେଶ ସାହାଯ୍ୟ କରିଥିଲା । ସେ ଅଞ୍ଚଳ ସହ ତାଙ୍କ ଦୀର୍ଘ ଓ ଗଭୀର ଅନ୍ତରଙ୍ଗତାର ଅବତାରଣା କରିବା ସହ ଜଟିଳ ପରିସ୍ଥିତିରେ ଯେଉଁମାନଙ୍କ ସହ ସେ କାମ କରିଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “କଛର ସବୁବେଳେ ଗୋଟିଏ ସ୍ୱତନ୍ତ୍ରତା ଅଛି, ଯାହା ମୁଁ ସବୁବେଳେ ଆଲୋଚନା କରେ । ଯଦି ଏଠି ଚାଲିଲାବେଳେ ମଧ୍ୟ ସ୍ୱପ୍ନର ବୀଜ ବୁଣେ, ସମଗ୍ର କଛ ଲାଗିପଡ଼ି ଏହାକୁ ଏକ ମହାଦ୍ରୁମରେ ପରିଣତ କରି ଦିଅନ୍ତି । କଚ୍ଛର ଏହି ସଂସ୍କାର ସମସ୍ତ ଭୟ ଆଶଙ୍କା ଓ ହିସାବ କିତାବ ଭୁଲ ପ୍ରମାଣିତ କରିଦିଏ । ଅନେକ କହିଥିଲେ ଯେ କଚ୍ଛ କେବେ ବି ନିଜ ଗୋଡ଼ରେ ଠିଆ ହୋଇପାରିବ ନାହିଁ । ମାତ୍ର ଆଜି କଚ୍ଛର ଜନସାଧାରଣ ଏଠାରେ ସବୁକିଛି ପରିବର୍ତ୍ତନ କରିପାରିଛନ୍ତି ।” ଭୂମିକମ୍ପ ପରେ ପ୍ରଥମ ଦୀପାବଳି ପାଳନ ବିଷୟ ସ୍ମରଣ କରି ଜନସାଧାରଣଙ୍କ ସହ ମିଶିକରି ଏହା ପାଳିବାକୁ ମନସ୍ଥ କରିଥିଲେ ବୋଲି ସେ କହିଥିଲେ । ସେତେବେଳେ ଥିବା ଆହ୍ୱାନକୁ ଗ୍ରହଣ କରି ବିପର୍ଯ୍ୟୟକୁ ସୁଯୋଗ ଭାବେ ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ । “ଯେତେବେଳେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କହେ ଯେ ୨ଠ୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ର ହେବ, ଆପଣମାନେ ଦେଖନ୍ତୁ କିପରି ଏକ ସଂକଳ୍ପ ନେଇଥିଲି ଓ ତାହାର ଫଳାଫଳ ଆଜି ଦେଖୁଛୁ । ସେହିପରି ଆମେ ଆଜି ଯେଉଁ ସଂକଳ୍ପକୁ ନେଇଛୁ, ତାହା ୨ଠ୪୭ରେ ସଫଳ ହେବ” ବୋଲି ସେ କହିଥିଲେ ।

୨ଠଠ୧ରୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ଅଞ୍ଚଳର ହୋଇଥିବା ଅଦ୍ଭୁତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨ଠଠ୩ରେ କଚ୍ଛରେ କ୍ରାନ୍ତିଗୁରୁ ଶ୍ୟାମଜୀ କ୍ରିଷ୍ଣବର୍ମା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ୩୫ଟିରୁ ଅଧିକ ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଭୂକମ୍ପ ବିରୋଧୀ ଜିଲ୍ଲା ହସ୍ପିଟାଲ ସହ ୨ଠଠରୁ ଅଧିକ କ୍ଲିନିକ କାର୍ଯ୍ୟ କରିଥିବା ବେଳେ ପ୍ରତ୍ୟେକ ପରିବାର ପବିତ୍ର ନର୍ମଦା ନଦୀର ସ୍ୱଚ୍ଛ ଜଳ ପାଉଛନ୍ତି ଯାହାକି ଦିନେ ସୁଦୂର ସ୍ୱପ୍ନ ଭଳି ଥିଲା ।

ସେ ଅଞ୍ଚଳର ଜନ ସୁରକ୍ଷା ନିମନ୍ତେ ନିଆ ହୋଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । କଛର ଜନତାଙ୍କ ଆଶୀର୍ବାଦ ଯୋଗୁଁ ସମସ୍ତ ପ୍ରମୁଖ ଅଞ୍ଚଳକୁ ନର୍ମଦା ନଦୀ ପାଣି ଯୋଗାଉଛି । “କଚ୍ଛ-ଭୁଜ କେନାଲ ସେ ଅଞ୍ଚଳର ଜନସାଧାରଣ ଓ କୃଷକଙ୍କ ନିମନ୍ତେ ଲାଭଦାୟକ ହେବ” ବୋଲି ସେ କହିଥିଲେ । ସମଗ୍ର ଗୁଜରାଟରେ କଚ୍ଛ ସର୍ବାଧିକ ଫଳ ଉତ୍ପାଦନକାରୀ ଜିଲ୍ଲା ହୋଇଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ । ପଶୁପାଳନ ଓ ଦୁଗ୍ଧ ଉତ୍ପାଦନରେ ଉକ୍ରର୍ଷ ସାଧନ ପାଇଁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ଉଦ୍ୟମର ସେ ପ୍ରଂସଶା କରିଥିଲେ । “କଚ୍ଛ କେବଳ ନିଜକୁ ଉଠାଇ ନାହିଁ ବରଂ ସମଗ୍ର ଗୁଜରାଟକୁ ନୂତନ ଶିଖରରେ ପହଂଚାଇଛି” ବୋଲି ସେ କହିଥିଲେ ।

ଗୁଜରାଟ କିପରି ଗୋଟିଏ ଜଟିଳତାରୁ ଆଉ ଗୋଟିଏ ଜଟିଳତାର ସାମ୍ନା କରୁଥିଲା ସେ ତାହାର ସ୍ମରଣ କରିଥିଲେ । “ଗୁଜରାଟ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିଲା, ସେତେବେଳେ ଷଡ଼ଯନ୍ତ୍ର ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଗୁଜରାଟକୁ ଦେଶ ଓ ବିଶ୍ୱରେ ବଦନାମ କରିବା ପାଇଁ ଏଠାରେ ପୁଞ୍ଜିନିବେଶ ରୋକିବା ପାଇଁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର ରଚା ହେଲା । ଏପରି ପରିସ୍ଥିତିରେ ମଧ୍ୟ ଗୁଜରାଟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଏଠାରୁ ଉତ୍ସାହିତ ହୋଇ ସମଗ୍ର ଦେଶରେ ଏକାଭଳି ଆଇନ ପ୍ରଣୟନ ହେଲା, ଏହା ବୈଶ୍ୱିକ ମହାମାରୀ କାଳରେ ଦେଶର ପ୍ରତ୍ୟେକ ସରକାରଙ୍କୁ ସହାୟକ ହେଲା”ବୋଲି ସେ କହିଥିଲେ । ସମସ୍ତ କୁତ୍ସାରଟନାକୁ ପଛରେ ପକାଇ ଓ ଷଡ଼ଯନ୍ତ୍ରକୁ ଭ୍ରୂକ୍ଷେପ ନ କରି ଗୁଜରାଟ ଏକ ନୂତନ ଶିଳ୍ପ ରାସ୍ତାରେ ଚାଲିଲା । କଚ୍ଛ ଏଥିରୁ ସବୁଠାରୁ ଅଧିକ ଲାଭବାନ ହୋଇଥିଲା।

ସେ କହିଥିଲେ ଯେ କଚ୍ଛରେ ବିଶ୍ୱର ସବୁଠାରୁ ବଡ଼ ସିମେଣ୍ଟ କାରଖାନା ରହିଛି । କିଛି ୱେଲଡିଂ ପାଇପ ତିଆରିରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱର ଦ୍ୱିତୀୟ ବୃହତ ଲୁଗା କାରଖାନା କଛରେ ଅଛି । ଏସିଆର ପ୍ରଥମ ଏସଇଜେଡ କଚ୍ଛରେ ହୋଇଛି । କାଣ୍ଡଲା ଓ ମୁନ୍ଦ୍ରା ବନ୍ଦର ଦେଇ ଦେଶର ଶତକଡ଼ା ୩ଠ ଗୁଣ ପଣ୍ୟ କାରବାର ହେଉଥିବା ବେଳେ, ଏହା ଦେଶର ଶତକଡ଼ା ୩ଠ ଗୁଣ ଲୁଣ ଉତ୍ପାଦନ କରୁଛି । କଛ ଦେଶରେ ୨୫ଠଠ ମେଗାୱାଟ ସୌର ଓ ପବନ ଶକ୍ତି ଉତ୍ପାଦନ କରୁଛି ଓ ବୃହତ୍ତମ ସୌର ହାଇବ୍ରିଡ ଉଦ୍ୟାନ ମଧ୍ୟ କଚ୍ଛରେ ସ୍ଥାପିତ ହେବାକୁ ଯାଉଛି। ଆଜି ଦେଶରେ ଚାଲିଥିବା ଗ୍ରୀନ ହାଉସ ଅଭିଯାନରେ ଗୁଜରାଟର ଏକ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେତେବେଳେ ଗୁଜରାଟ ବିଶ୍ୱର ଗ୍ରୀନ ହାଉସ ରାଜଧାନୀ ପାଲଟିବ, ସେତେବେଳେ କଚ୍ଛର ଅବଦାନ ଏଥିପାଇଁ ବହୁତ ଅଧିକ ହେବ ।

ପଞ୍ଚପ୍ରାଣ ମଧ୍ୟରୁ ଗୋଟିକ ଆମ ଐତିହ୍ୟର ସ୍ୱାଭିମାନ ବିଷୟ ସ୍ମରଣ କରି ସେ ଲାଲକିଲ୍ଲାର ପ୍ରାଚୀର ଉପରୁ କହିଥିବା ବିଷୟରୁ ଗୋଟିଏ କଚ୍ଛର ସମୃଦ୍ଧି ଉପରେ ପ୍ରକାଶ କରିଥିଲେ । ଜୋଲବାଗ ନଗରୀ ନିର୍ମାଣର ବିଶେଷଜ୍ଞତା ଉପରେ ସେ କହିଥିଲେ । ସେ କହିଥିଲେ ଯେ “ମାତ୍ର ଗତ ବର୍ଷ ଜୋଲବାଗକୁ ବିଶ୍ୱ ଐତିହ୍ୟ କିର୍ତ୍ତୀରାଜି ମାନ୍ୟତା ମିଳିଛି । ଜୋଲ ନଗରର ପ୍ରତ୍ୟେକ ଇଟା ଆମର ପୂର୍ବଜ ଓ ବିଜ୍ଞାନୀମାନଙ୍କ ଜ୍ଞାନ କୌଶଳର ଦର୍ଶାଇଥାଏ।” ସେହିପରି ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଉପେକ୍ଷିତ ହୋଇ ବହୁଦିନ ଧରି ରହିଛନ୍ତି ସେମାନଙ୍କୁ ନେଇ ଗର୍ବ କରିବା ଆମ ଐତିହ୍ୟର ଅଧୀନ । ସେ ଶ୍ୟାମଜୀ କ୍ରିଷ୍ଣବର୍ମାଙ୍କୁ ଲୋକଲୋଚନକୁ ଆଣଇବା ଏକ ଗୌରବ ବିଷୟ ବୋଲି କହିଥିଲେ। ମାଣ୍ଡଭୀର ସ୍ମାରକୀ ଓ ଏକତାର ପ୍ରତିମୂର୍ତ୍ତି ଏ ଦିଗରେ ବିରାଟ ପଦକ୍ଷେପ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ କଚ୍ଛର ବିକାଶ ସବକା ପ୍ରୟାସର ଏକ ଜ୍ୱଳନ୍ତ ଉଦାହରଣ । “କଚ୍ଛ କେବଳ ଗୋଟେ ସ୍ଥାନ ନୁହେଁ, ଏହା ଏକ ଉତ୍ସାହ, ଏକ ଜୀବନ୍ତ ଅନୁଭବ । ଏହି ଉତ୍ସାହ ଆମକୁ “ଆଜାଦୀ କା ଅମ୍ରିତ ମହୋତ୍ସବ”ର ବିଶାଳ ସଂକଳ୍ପକୁ ସାକାର କରାଇବାରେ ବାଟ ଦେଖାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଲୋକସଭା ସଦସ୍ୟ ଶ୍ରୀ ସି.ଆର ପାଟିଲ ଏବଂ ବିନୋଦ ଏଲ୍ ଚାୱଡ଼ା, ଗୁଜରାଟ ବିଧାନସଭା ବାଚସ୍ପତି ଡକ୍ଟର ନିସାବେନ ଆଚାର୍ଯ୍ୟ, ରାଜ୍ୟ ମନ୍ତ୍ରୀ ଶ୍ରୀ କୀର୍ତ୍ତି ସିଂ ଭାଗେଲା ଓ ଜିତୁଭାଇ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ

ପ୍ରଧାନମନ୍ତ୍ରୀ ଭୁଜ ଠାରେ ସ୍ମୃତି ବନ ସ୍ମାରକୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ବାହାକ ସ୍ମୃତି ବନ ଏକ ପଦକ୍ଷେପ । ୨ଠଠ୧ ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିବା ଭୁଜର ପ୍ରାୟ ୧୩ ହଜାର ଜନସାଧାରଣଙ୍କ ଜୀବନହାନୀର ସ୍ମାରକ ବହନକାରୀ ଏହି ସ୍ଥଳୀ ୪୭ଠ ଏକର ପରିମିତି ସ୍ଥାନରେ ନିର୍ମିତ ହୋଇଛି । ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି ।

ସ୍ମୃତି ବନ ଭୂମିକମ୍ପ ସଂଗ୍ରହାଳୟ ସାତଟି ମଣ୍ଡଳରେ ପୃଥକ ପୃଥକ ବାର୍ତ୍ତା ସହ ତିଆରି ହୋଇଛି । ସେଗୁଡ଼ିକ ହେଲା ପୁର୍ନଜନ୍ମ, ପୁନଃ ଆବିଷ୍କାର, ପୁନଃ ସଂସ୍ଥାପନ, ପୁର୍ନନିର୍ମାଣ, ପୁନଃଚିନ୍ତା, ପୁନଃମୁକ୍ତି ଓ ପୁନ ନବୀକରଣ । ପ୍ରଥମ ବ୍ଲକ୍ ହେଉଛି ପୁର୍ନଜନ୍ମ ଯେଉଁଥିରେ ପୃଥିବୀର ଉତ୍ପତ୍ତି ଓ ସବୁଠାରୁ ମୁକ୍ତି ହେବା ବିଷୟ ବର୍ଣ୍ଣିତ । ଦ୍ୱିତୀୟ ବ୍ଲକ ବା ମଣ୍ଡଳରେ ଗୁଜରାଟର ଜଳବାୟୁ ଓ ସାମ୍ନା କରୁଥିବା ବିଭିନ୍ନ ବିପର୍ଯ୍ୟୟ ସମ୍ପର୍କରେ ଦର୍ଶାଯାଇଛି । ତୃତୀୟରେ ୨ଠଠ୧ ଭୂମିକମ୍ପର ପରବର୍ତ୍ତୀ ସମୟ, ରିଲିଫ ଓ ଥଇଥାନ ବିଷୟ ବର୍ଣ୍ଣିତ ରହିଛି । ଚତୁର୍ଥ ମଣ୍ଡଳରେ ୨ଠଠ୧ ଭୂମିକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟ ନେଇ ବର୍ଣ୍ଣନା ରହିଛି । ପଞ୍ଚମ ମଣ୍ଡଳରେ ଜଣେ ଦର୍ଶକ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଓ ଭବିଷ୍ୟତରେ ଏଥିପାଇଁ ପ୍ରାକ ପ୍ରସ୍ତୁତି ନେଇ ସୂଚନା ପାଇଥାଏ । ଷଷ୍ଠ ମଣ୍ଡଳ ଭୂମିକମ୍ପରୁ ବର୍ତ୍ତିବା ପାଇଁ ଏକ ଯାନ୍ତ୍ରିକ ପଦ୍ଧତି ସମ୍ପର୍କରେ ସୂଚନା ଦେଇଥାଏ । ଏହା ଏକ ୫ଡି ସିମୁଲେଟର ଜରିଆରେ ଦିଆଯାଇଥାଏ । ସପ୍ତମ ମଣ୍ଡଳ ଜନସାଧାରଣଙ୍କୁ ଏକ ଜାଗା ସମ୍ପର୍କରେ ସୂଚନା ଦେଇଥାଏ ଯେଉଁଠି ସେମାନେ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିପାରିବେ ।

ପ୍ରଧାନମନ୍ତ୍ରୀ ୪୪ଠଠ କୋଟି ଟଙ୍କା ବ୍ୟୟରେ ଭୁଜ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସର୍ଦ୍ଦାର ସରୋବର ପ୍ରକଳ୍ପର କଛ ଶାଖା କେନାଲର ଉଦଘାଟନ କରିଛନ୍ତି । ଏହି କେନାଲର ଦୈର୍ଘ୍ୟ ହେଉଛି ୩୫୭ କିଲୋମିଟର । ଏହି କେନାଲାର ଏକ ଅଂଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ରେ ଉଦଘାଟିତ ହୋଇଥିବା ବେଳେ ଅନ୍ୟ ଅଂଶ ଏବେ ଉଦଘାଟିତ ହୋଇଛି । କେନାଲ କଚ୍ଛରେ ଜଳସେଚନ ସୁବିଧା ଯୋଗାଇବା ସହ ଜିଲ୍ଲାର ୧ଠଟି ସହର ଓ ୯୪୮ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବ । ପ୍ରଧାନମନ୍ତ୍ରୀ ଆଉ ଯେଉଁ ପ୍ରକଳ୍ପମାନ ଉଦଘାଟନ କରିବେ ସେଗୁଡ଼ିକ ମଧ୍ୟରେ ରହିଛି ସରହଦର ଡାଏରୀର ଦୁଗ୍ଧ ପ୍ରକ୍ରିୟାକରଣ ଓ ସ୍ୱୟଂ ପ୍ୟାକେଜିଂ ପ୍ଲାଣ୍ଟ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଗାନ୍ଧୀଧାମରେ ବାବା ସାହେବ ଆମ୍ବେଦକର ଅଧିବେଶନ କେନ୍ଦ୍ର, ଆଞ୍ଜରରେ ବୀରବାଲ ସ୍ମାରକ, ନାକାତାରନାରେ ଭୁଜର ଦ୍ୱିତୀୟ ସବସେଷ୍ଟନ ଇତ୍ୟାଦି । ଭୁଜ-ଭୀମାସର ସଡ଼କ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ୧୫ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi