ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କଲେ ସ୍ମୃତି ବନ ସ୍ମାରକୀ
“ସ୍ମୃତି ବନ ସ୍ମାରକୀ ଓ ବୀର ବାଲ ସ୍ମାରକୀ ହେଉଛି କଛ, ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାର ପ୍ରତୀକ”
“ଅନେକ କହିଥିଲେ ଯେ କଚ୍ଛ କେବେ ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇ ପାରିବ ନାହିଁ । ମାତ୍ର ଆଜି କଚ୍ଛ ବାସୀ ସମ୍ପୂର୍ଣ୍ଣ ଭାବେ ଏହାର ଦୃଶ୍ୟପଟ ବଦଳାଇ ଦେଇପାରିଛନ୍ତି ।”
ଆପଣମାନେ ଦେଖିପାରୁଥିବେ ଯେ ମୃତ୍ୟୁ ଓ ବିପର୍ଯ୍ୟୟ ମଧ୍ୟରେ ଆମେ ୨ଠଠ୧ରେ କେତେକ ସଂକଳ୍ପ ନେଇଥିଲେ ଓ ଏହାକୁ ଆଜି ଆମେ ବୁଝିପାରୁଛୁ । ସେହିପରି ଆଜି ଯଦି ଆମେ ସଂକଳ୍ପ ନେବା ତାକୁ ଆମେ ୨ଠ୪୭ ସୁଦ୍ଧା ନିଶ୍ଚୟ ତାକୁ ହାସଲ କରିବା ।”
କଚ୍ଛ କେବଳ ନିଜେ ଉଠି ଛିଡ଼ା ହୋଇନାହିଁ, ଏହା ଗୁଜରାଟକୁ ଏକ ନୂତନ ଶିଖରରେ ପହଂଚାଇଛି ।”
“ଗୁଜରାଟ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିଲା, ସେତେବେଳେ ଷଡ଼ଯନ୍ତ୍ରର ମଧ୍ୟ ଶିକାର ହୋଇଥିଲା । ଦେଶ ତଥା ବିଶ୍ୱରେ ଗୁଜରାଟକୁ ବଦନାମ କରିବା ପାଇଁ ଏଠାରେ ପୁଞ୍ଜି ନିବେଶ ବନ୍ଦ କରିବାକୁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର ରଚାଗଲା ।”
ଜୋଲ ବାଗର ପ୍ରତି ଇଟାଖଣ୍ଡ ଆମ ପୂର୍ବ ପୁରୁଷଙ୍କ କୌଶଳ, ଜ୍ଞାନ ଓ ବିଜ୍ଞାନ ଚାତୁରୀକୁ ପ୍ରଦର୍ଶିତ କରେ ।”
“କଚ୍ଛରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ସବକା ପ୍ରୟାସର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ।”

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଜୀ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ଭାଜପାର ଅଧ୍ୟକ୍ଷ ଶ୍ରୀମାନ ସି ଆର ପାଟିଲ ଜୀ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ ଏବଂ ବିଧାୟକଗଣ ତଥା ଏଠାରେ ଭାରୀ ସଂଖ୍ୟାରେ ଆସିଥିବା କଚ୍ଛର ମୋର ଆଦରର ଭଉଣୀ ଓ ଭାଇମାନେ!

ମୋର ପ୍ରିୟ ଭାଇ ଓ ଭଉଣୀମାନେ, କେମିତି ଅଛନ୍ତି? ସବୁ ଠିକ ଅଛି ନା? କଚ୍ଛରେ ଏଥର ଭଲ ବର୍ଷା ହୋଇଛି, ତାହାର ଆନନ୍ଦ ଆପଣମାନଙ୍କ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଦେଖାଦେଉଛି ।

ବନ୍ଧୁଗଣ,

ଆଜି ମନ ଅନେକ ଭାବନାରେ ଭରିରହିଛି । ଭୁଜିଆ ଡୁଙ୍ଗରରେ ସ୍ମୃତିବନ ମେମୋରିଆଲ ଏବଂ ଅଞ୍ଜାରରେ ବୀର ବାଲ ସ୍ମାରକର ଲୋକାର୍ପଣ, କଚ୍ଛର, ଗୁଜରାଟର, ପୂରା ଦେଶର ଭାଗୀଦାର ଯନ୍ତ୍ରଣାର ପ୍ରତୀକ । ଏଗୁଡ଼ିକର ନିର୍ମାଣରେ କେବଳ ଝାଳ ନୁହେଁ, ବରଂ ଅନେକ ପରିବାରର ଲୁହ ମଧ୍ୟ ଏହାର ଇଟା ଓ ପଥରରେ ଭରି ରହିଛି ।

ମୋର ମନେ ଅଛି ଯେ ଅଞ୍ଜାରର ପିଲାମାନଙ୍କ ପରିବାର ବାଳ ସ୍ମାରକ ବନାଇବା ପାଇଁ ବିଚାର ରଖିଥିଲେ । ସେତେବେଳେ ଆମେ ସମସ୍ତେ ଏହା ମନସ୍ଥ କରିଥିଲୁ ଯେ କାରସେବା ଦ୍ୱାରା ଏହାକୁ ପୂରା କରିବା । ଯେଉଁ ଶପଥ ଆମେ ନେଇଥିଲେ, ତାହା ଆଜି ପୂରା ହୋଇଯାଇଛି । ଯେଉଁମାନେ ନିଜ ଲୋକମାନଙ୍କୁ ହରାଇଥିଲେ, ନିଜ ପିଲାମାନଙ୍କୁ ହରାଇଥିଲେ, ମୁଁ ଆଜି ବହୁତ ଭାରୀ ମନରେ ଏହି ସ୍ମାରକଗୁଡ଼ିକୁ ସେମାନଙ୍କୁ ସମର୍ପିତ କରୁଛି ।

 

ଆଜି କଚ୍ଛର ବିକାଶ ସହ ଜଡ଼ିତ ୪ ହଜାର କୋଟି ଟଙ୍କାରୁ ଅଧିକ ଅନ୍ୟ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ଏଥିରେ ପାଣି, ବିଜୁଳି, ସଡ଼କ ଏବଂ ଦୁଗ୍ଧଚାଷ ସହ ଜଡ଼ିତ ପ୍ରକଳ୍ପ ରହିଛି । ଏହା ଗୁଜରାଟର, କଚ୍ଛର ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାକୁ ଦର୍ଶାଉଛି । ମାଆ ଆଶାପୁରାଙ୍କ ଦର୍ଶନ ଆହୁରି ସହଜ ଯେମିତି ହେବ, ଏଥିପାଇଁ ଆଜି ନୂଆ ସୁବିଧାର ଶିଳାନ୍ୟାସ ମଧ୍ୟ କରାଯାଇଛି । ମାତାନୋ ମଢ଼ ଏହାର ବିକାଶର ଏହି ସୁବିଧା ଯେତେବେଳେ ପ୍ରସ୍ତୁତ ହୋଇଯିବ, ପୂରା ଦେଶରୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ନୂଆ ଅନୁଭୂତି ମିଳିବ । ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ କଚ୍ଛ କେମିତି ଆଗକୁ ବଢ଼ୁଛି, ଗୁଜରାଟ ଆଗଉଛି, ଏହା ତାହାର ମଧ୍ୟ ପ୍ରମାଣ ଅଟେ ।

 

ଭାଇ ଓ ଭଉଣୀମାନେ,

ଆଜି ଭୁଜର ମାଟିକୁ ଆସିଛି ଏବଂ ସ୍ମୃତିବନ ଯାଉଥିବା ବେଳେ ରାସ୍ତାରେ କଚ୍ଛ ଯେଉଁ ଭଲପାଇବା ଅଜାଡ଼ିଲା, ଯେଉଁ ଆଶୀର୍ବାଦ ଦେଲା, ମୁଁ ଏହି ମାଟିକୁ ପ୍ରଣାମ ଜଣାଉଛି ଏବଂ ଏଠାକାର ଲୋକମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ଏଠାକୁ ଆସିବା ମୋର ସାମାନ୍ୟ ବିଳମ୍ବ ହୋଇଯାଇଥିଲା, ମୁଁ ଭୁଜକୁ ତ ଠିକ ସମୟରେ ଆସିଯାଇଥିଲି କିନ୍ତୁ ସେହି ରୋଡ ସୋ’ରେ ଯେଉଁଭଳିର ସ୍ୱାଗତ ମିଳିଥିଲା ଏବଂ ପରେ ମୁଁ ସ୍ମୃତିବନ ମେମୋରିଆଲ ଯାଇଥିଲି, ସେଠାରୁ ବାହାରିବାକୁ ମନ ହେଉ ନ ଥିଲା ।

ଦୁଇ ଦଶନ୍ଧି ପୂର୍ବେ କଚ୍ଛ ଯାହାସବୁ କଷ୍ଟ ସ୍ୱୀକାର କରିଛି ଏବଂ ଏହାପରେ କଚ୍ଛ ଯେଉଁ ସାହସ ଦେଖାଇଲା, ତାହାର ପ୍ରତ୍ୟେକ ଝଲକ ଏହି ସ୍ମୃତିବନରେ ରହିଛି । ଯେଉଁଭଳିର ଜୀବନ ପାଇଁ କୁହାଯାଏ ବୟମ ଅମୃତାସଃ କେ ପୁତ୍ରଃ ଭଳି ଆମର କଳ୍ପନା, ଚରୈବତି-ଚରୈବତି ମନ୍ତ୍ର ଆମର ପ୍ରେରଣା, ସେହି ପ୍ରକାରେ ଏହି ସ୍ମାରକ ମଧ୍ୟ ଆଗକୁ ବଢ଼ିବା ପାଇଁ ଶାଶ୍ୱତ ଭାବନା ଦ୍ୱାରା ପ୍ରେରଣା ଦେଉଛି ।

 

ବନ୍ଧୁଗଣ,

ମୁଁ ଯେତେବେଳେ ସ୍ମୃତିବନର ପୃଥକ ପୃଥକ ଅଂଶ ଦେଇ ଯାଉଥିଲି, ଅନେକ ପୁରୁଣା ସ୍ମୃତି ମନମସ୍ତିଷ୍କରେ ଆସୁଥିଲା । ବନ୍ଧୁଗଣ, ଆମେରିକାରେ ୯/୧୧ ଯେଉଁ ବହୁତ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା, ତାହା ପରେ ସେଠାରେ ଏକ ସ୍ମାରକ ନିର୍ମାଣ କରାଯାଇଥିଲା, ‘ଗ୍ରାଉଣ୍ଡ ଜିରୋ’, ମୁଁ ତାହା ବି ଦେଖଇଛି । ମୁଁ ଜାପାନରେ ହିରୋସୀମାର ସଂକଟ ପରେ ତାହାର ସ୍ମୃତିକୁ ବଖାଣୁଥିବା ଏକ ମୁ୍ୟଜିୟମ ନିର୍ମାଣ ହୋଇଛି ତାହାକୁ ବି ଦେଖିଛି । ଏବଂ ଆଜି ସ୍ମୃତିବନ ଦେଖିବା ପରେ ଦେଶବାସୀଙ୍କୁ ବଡ଼ ନମ୍ରତା ସହିତ କହିବାକୁ ଚାହୁଁଛି, ପୂରା ଦେଶର ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ଆମର ସ୍ମୃତିବନ ବିଶ୍ୱର ଉକ୍ରୃଷ୍ଟରୁ ଉକ୍ରୃଷ୍ଟ ଏଭଳି ସ୍ମାରକ ତୁଳନାରେ ଗୋଟିଏ ପାଦ ବି ପଛରେ ନାହିଁ ।

 

ଏଠାରେ ପ୍ରକୃତି, ପୃଥିବୀ, ଜୀବନ, ଏହାର ଶିକ୍ଷାଦୀକ୍ଷାର ପୂରା ବ୍ୟବସ୍ଥା ରହିଛି । ମୁଁ କଚ୍ଛର ଲୋକମାନଙ୍କୁ କହିବି ଯେ ବର୍ତ୍ତମାନ ଆପଣଙ୍କର ଏଠାରେ ଅନେକ ଅତିଥି ଆସିଲେ ସ୍ମୃତିବନ ନ ଦେଖି ଯିବା ଉଚିତ ନୁହେଁ । ଏବେ ଆପଣଙ୍କ ଏହି କଚ୍ଛରେ ମୁଁ ଶିକ୍ଷା ବିଭାଗକୁ ମଧ୍ୟ କହିବି ଯେ ଯେତେବେଳେ ସ୍କୁଲର ପିଲାମାନେ ଟୁର କରନ୍ତି, ସେମାନେ ଗୋଟିଏ ଦିନ ସ୍ମୃତିବନ ପାଇଁ ରଖନ୍ତୁ, ଯଦ୍ଦ୍ୱାରା ସେମାନଙ୍କୁ ଜଣାପଡ଼ିବ ଯେ ପୃଥିବୀ ଏବଂ ପ୍ରକୃତିର ବ୍ୟବହାର କିଭଳି ହୋଇଥାଏ ।

 

ବନ୍ଧୁଗଣ,

ମୋର ମନେ ଅଛି, ଭୂକମ୍ପ ଯେତେବେଳେ ଆସିଥିଲା, ୨୬ ଜାନୁଆରୀର ସେହି ଦିନ, ମୁଁ ଦିଲ୍ଲୀରେ ଥିଲି । ଭୂକମ୍ପର ଅନୁଭବ ଦିଲ୍ଲୀରେ ବି ହୋଇଥିଲା । ଏବଂ କିଛି ଘଣ୍ଟାରେ ମୁଁ ଦିଲ୍ଲୀରୁ ଅହମ୍ମଦାବାଦ ପହଞ୍ଚିଥିଲି । ଏବଂ ତା’ ପରଦିନ କଚ୍ଛ ପହଞ୍ଚିଥିଲି । ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନୁହେଁ, ଏକ ସାଧାରଣ ରାଜନୈତିକ ଭାରତୀୟ ଜନତା ପାର୍ଟି ଛୋଟ କାର୍ଯ୍ୟକର୍ତ୍ତା ଥିଲି । ମୋତେ ଜଣା ନ ଥିଲା ଯେ ମୁଁ ଆଉ କେତେ ଲୋକଙ୍କୁ ସାହାଯ୍ୟ କରିପାରିବି । କିନ୍ତୁ ମୁଁ ଏହା ନିଶ୍ଚିତ କରିଥିଲି ଯେ ମୁଁ ଏହି ଦୁଃଖର ସମୟରେ ଆପଣଙ୍କ ମଧ୍ୟରେ ରହିବି ଏବଂ ଯାହା ବି ସମ୍ଭବ, ମୁଁ ଆପଣଙ୍କ ଦୁଃଖରେ ସାମିଲ ହେବା ପାଇଁ ପ୍ରୟାସ କରିବି ।

 

ମୁଁ ଜାଣି ନଥିଲି ଯେ, ଅଚାନକ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ପଡ଼ିଲା । ଏବଂ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲି, ସେହି କାର୍ଯ୍ୟଗୁଡ଼ିକର ଅନୁଭବ କାମରେ ଆସିଥିଲା । ସେହି ସମୟର ଏକ କଥା ମୋର ମନେ ପଡୁଛି । ଭୂକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ସେତେବେଳେ ବିଦେଶରୁ ଅନେକ ଲୋକ ଏଠାକୁ ଆସିଥିଲେ । ସେମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିଥିଲା ଯେ କିଭଳି ଏଠାରେ ନିଃସ୍ୱାର୍ଥ ଭାବନାରେ ସ୍ୱୟଂସେବକ ଲାଗିପଡ଼ିଛନ୍ତି, ସେମାନଙ୍କ ଧାର୍ମିକ, ସାମାଜିକ ସଂସ୍ଥାଗୁଡ଼ିକ ଉଦ୍ଧାର ଓ ଉପଶମ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସେମାନେ ମୋତେ କହୁଥିଲେ ଯେ ବିଶ୍ୱରେ ଅନେକ ସ୍ଥାନକୁ ସେମାନେ ଯାଇଛନ୍ତି କିନ୍ତୁ ଏଭଳି ସେବା ଭାବନା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ସାମୂହିକତାର ଏହି ଶକ୍ତି ବିପଦ ସମୟରେ କଚ୍ଛକୁ, ଗୁଜରାଟକୁ ସମ୍ଭାଳି ନେଇଥିଲା ।

 

ଆଜି ଯେତେବେଳେ ମୁଁ କଚ୍ଛ ମାଟିକୁ ଆସିଛି, ବହୁତ ଲମ୍ବା ସମ୍ପର୍କ ରହିଛି ମୋର ଆପଣଙ୍କ ସହ, ବହୁତ ଗଭୀର ସମ୍ପର୍କ ରହିଆସିଛି । ଅଗଣିତ ନାମର ସ୍ମୃତି ମୋ ସାମ୍ନାକୁ ଆସିଯାଉଛି । କେତେ ଯେ ଲୋକଙ୍କ ନାମ ମନେ ପଡ଼ିଯାଉଛି । ଆମର ଧୀରୁଭାଇ ଶାହ, ତାରାଚନ୍ଦ ଛେଡ଼ା, ଅନନ୍ତ ଭାଇ ଦବେ, ପ୍ରତାପ ସିଂହ ଜାଡ଼େଜା, ନରେନ୍ଦ୍ର ଭାଇ ଜାଡ଼େଜା, ହୀରା ଲାଲ ପାରିଖ, ଭାଇ ଧନସୁଖ ଠକ୍କର, ରସିକ ଠକ୍କର, ଗୋପାଲ ଭାଇ, ଆମ ଅଞ୍ଜାରର ଚମ୍ପକ ଲାଲ ଶାହ ଅଗଣିତ ଲୋକ ଯେଉଁମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବା ପାଇଁ ସୌଭାଗ୍ୟ ମିଳିଥିଲା, ଆଜି ସେମାନେ ଦୁନିଆରେ ନାହାନ୍ତି । କିନ୍ତୁ ସେମାନଙ୍କ ଆତ୍ମା ଯେଉଁଠି ବି ଥିବ, କଚ୍ଛର ବିକାଶ ନିମନ୍ତେ ସେମାନଙ୍କ ମନରେ ସନ୍ତୁଷ୍ଟିର ଭାବନା ସୃଷ୍ଟି ହେଉଥିବ, ସେମାନେ ଆମକୁ ଆଶୀର୍ବାଦ ଦେଉଥିବେ ।

ଏବଂ ଆଜି, ଆଜି ମଧ୍ୟ ଯେତେବେଳେ ମୋର ସାଥୀଙ୍କୁ ସାକ୍ଷାତ କରେ, ସେ ଆମର ପୁଷ୍ପଦାନ ଭାଇ ହୁଅନ୍ତୁ, ଆମର ମଙ୍ଗଲଦାଦା ଧନଜୀ ଭାଇ ହୁଅନ୍ତୁ, ଆମର ଜୀଭା ସେଠଙ୍କ ଭଳି ବ୍ୟକ୍ତିତ୍ୱ, ଆଜି ବି କଚ୍ଛର ବିକାଶକୁ ପ୍ରେରଣା ଯୋଗାଉଛନ୍ତି । କଚ୍ଛର ଏକ ବିଶେଷତ୍ୱ ସବୁବେଳେ ରହିଆସିଛି, ଏବଂ ଯାହାର ଚର୍ଚ୍ଚା ମୁଁ ସର୍ବଦା କରିଥାଏ । ଏଠାରେ ରାସ୍ତାରେ ଯାଉଥିବା କେହି ବ୍ୟକ୍ତି ସ୍ୱପ୍ନ ବୁଣିଲେ ପୂରା କଚ୍ଛ ତାହାର ବଟବୃକ୍ଷ ବନାଇବାରେ ଲାଗିପଡ଼େ । କଚ୍ଛର ଏହିସବୁ ସଂସ୍କାର ପ୍ରତ୍ୟେକ ଆଶଙ୍କା, ପ୍ରତ୍ୟେକ ଆକଳନକୁ ଭୁଲ ପ୍ରମାଣିତ କରିଛି । ଏଭଳି କହିବା ବାଲା ଅନେକ ଥିଲେ ଯେ ଏବେ କଚ୍ଛ କଦାପି ନିଜ ଗୋଡ଼ରେ ଛିଡ଼ା ହୋଇପାରିବ ନାହିଁ । କିନ୍ତୁ ଆଜି କଚ୍ଛର ଲୋକମାନେ ଏଠାକାର ଚିତ୍ର ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ।

 

ବନ୍ଧୁଗଣ,

ମୁଖ୍ୟମନ୍ତ୍ରୀ ଭାବେ ମୋର ପ୍ରଥମ ଦୀପାବଳି ଏବଂ ଭୂକମ୍ପ ପରେ କଚ୍ଛର ଲୋକମାନଙ୍କ ପାଇଁ ମଧ୍ୟ ପ୍ରଥମ ଦୀପାବଳି, ମୁଁ ସେହି ଦୀପାବଳିକୁ ମନାଇ ନ ଥିଲି । ମୋ ସରକାରର କୌଣସି ମନ୍ତ୍ରୀ ଦୀପାବଳି ଉତ୍ସବ ପାଳନ କରି ନ ଥିଲେ । ଆମେ ସମସ୍ତେ ଭୂକମ୍ପ ପରେ ଯେଉଁ ପ୍ରଥମ ଦୀପାବଳି, ନିଜ ଲୋକଙ୍କୁ ମନେପକାଇ ଅତ୍ୟନ୍ତ ସ୍ୱାଭାବିକ ଘଟଣା ଥିଲା, ମୁଁ ଆପଣଙ୍କ ମଧ୍ୟରେ ଆସି ରହିଥିଲି । ଏବଂ ଆପଣମାନେ ଜାଣନ୍ତି ମୁଁ ଅନେକ ବର୍ଷ ଧରି ଦୀପାବଳି ଦେଶର ସୀମାକୁ ଯାଇ, ସୀମାକୁ ଯାଇ ଯବାନମାନଙ୍କ ସହ ବିତାଇ ଆସିଥାଏ । କିନ୍ତୁ ସେ ବର୍ଷ ମୁଁ ସେଇ ପରମ୍ପରାକୁ ଛାଡ଼ି ଭୂକମ୍ପ ପୀଡ଼ିତଙ୍କ ସହିତ ଦୀପାବଳି ମନାଇବା ନିମନ୍ତେ ସେମାନଙ୍କ ଗହଣରେ ରହିବାକୁ ଆସିଥିଲି । ମୋର ମନେ ଅଛି ମୁଁ ପୂରା ଦିନ ଚୌବାରିରେ ରହିଥିଲି । ପୁଣି ସନ୍ଧ୍ୟାବେଳେ ତ୍ରମ୍ବୋ ଗ୍ରାମ ଚାଲିଯାଇଥିଲି । ମୋ ସହ ମୋର କ୍ୟାବିନେଟର ସବୁ ସଦସ୍ୟ, ଗୁଜରାଟରେ ଯେଉଁ ଯେଉଁ ସ୍ଥାନରେ ଭୂକମ୍ପ ଆସିଥିଲା, ସେଠାକୁ ଯାଇ ସେମାନେ ଦୀପାବଳି ଦିନ ସବୁ ଦୁଃଖରେ ଭାଗୀଦାର ହୋଇଥିଲେ ।

 

ମୋର ମନେ ଅଛି, ଯନ୍ତ୍ରଣାର ସେହି ଦିନମାନଙ୍କରେ ମୁଁ କହିଥିଲି ଯେ ଏବଂ ବଡ଼ ଆତ୍ମବିଶ୍ୱାସର ସହିତ କହିଥିଲି ଯେ ଆମ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରି ରହିବା । ମୁଁ ଏହା ମଧ୍ୟ କହିଥିଲି ଯେ ଆପଣମାନଙ୍କୁ ଯେଉଁ ରଣ ଦେଖାଯାଉଛି ନା, ସେହି ରଣରେ ମୋତେ ଭାରତର ତୋରଣ ଦେଖାଯାଉଛି । ଏବଂ ଆଜି ଯେତେବେଳେ ମୁଁ କହୁଛି, ଲାଲାକିଲ୍ଲାରୁ କହୁଛି, ଅଗଷ୍ଟ ୧୫ରେ କହୁଛି ଯେ ୨୦୪୭ ଭାରତ ବିକଶିତ ଦେଶ ବନିବ । ଯେଉଁମାନେ ମୋତେ କଚ୍ଛରେ ଶୁଣିଛନ୍ତି, ଦେଖିଛନ୍ତି, ୨୦୦୧-୦୨ ଭୂକମ୍ପର ସେହି କାଳଖଣ୍ଡର ବିପରୀତ ପରିସ୍ଥିତିରେ ମୁଁ ଯାହା କହିଥିଲି, ତାହା ଆଜି ଆପଣଙ୍କ ଆଖି ସାମ୍ନାରେ ସତ୍ୟ ହୋଇ ଫୁଟିଉଠିଛି । ତେଣୁ ମୁଁ କହୁଛି ଯେ ଆଜି ଯେଉଁ ହିନ୍ଦୁସ୍ତାନ, ଆପଣମାନଙ୍କୁ ବହୁତ କିଛି ଅଭାବ ଦେଖାଯାଉଥିବ, ୨୦୪୭ରେ, ମୁଁ ଆଜି ସ୍ୱପ୍ନ ଦେଖୁଛି ଯେ ବନ୍ଧୁଗଣ, ଯେଉଁଭଳି ୨୦୦୧-୦୨ରେ ମୃତୁ୍ୟର ଚାଦରରେ ଘୋଡ଼ିହୋଇ ସେହି ଯେଉଁ ଆମର କଚ୍ଛ ଥିଲା, ସେତେବେଳେ ଯେଉଁ ସ୍ୱପ୍ନ ଦେଖି ଆଜି କରି ଦେଖାଇଛି, ୨୦୪୭ରେ ହିନ୍ଦୁସ୍ତାନ ମଧ୍ୟ କରି ଦେଖାଇବ ।

 

ଆଉ କଚ୍ଛର ଲୋକମାନେ, ଭୁଜର ଲୋକମାନଙ୍କ ଭୁଜଗୁଡ଼ିକ ଏହି ପୂରା ଅଞ୍ଚଳର କାୟାକଳ୍ପ କରି ଦେଖାଇଛନ୍ତି । କଚ୍ଛର କାୟାକଳ୍ପ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ୱର ବଡ଼ ଶିକ୍ଷା ସଂସ୍ଥାନଙ୍କ ପାଇଁ, ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ନିମନ୍ତେ ଏକ ରିସର୍ଚ୍ଚ ବିଷୟ ଅଟେ । ୨୦୦୧ରେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବା ପରେ କଚ୍ଛରେ ଯେଉଁଭଳିର କାମ ହୋଇଛି, ତାହା ଅକଳ୍ପନୀୟ ।

 

କଚ୍ଛରେ ୨୦୦୩ରେ କ୍ରାନ୍ତିଗୁରୁ ଶ୍ୟାମଜୀ କୃଷ୍ଣବର୍ମା ୟୁନିଭର୍ସିଟି ନିର୍ମିତ ହୋଇଥିଲା ବେଳେ ୩୫ରୁ ଅଧିକ ନୂଆ କଲେଗୁଡ଼ିକର ମଧ୍ୟ ସ୍ଥାପନା ହୋଇଥିଲା । ଏତିକି ନୁହେଁ, ଏତେ କମ ସମୟରେ ୧୦୦୦ରୁ ଅଧିକ ଭଲ ନୂଆ ସ୍କୁଲ ନିର୍ମାଣ କରାଯାଇଛି ।

 

ଭୂକମ୍ପରେ କଚ୍ଛର ଜିଲ୍ଲା ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା । ଆଜି କଚ୍ଛରେ ଭୂକମ୍ପ-ନିରୋଧୀ ଆଧୁନିକ ହସ୍ପିଟାଲ ରହିଛି, ୨୦୦ରୁ ଅଧିକ ନୂଆ ଚିକିତ୍ସା କେନ୍ଦ୍ର କାମ କରୁଛି । ଯେଉଁ କଚ୍ଛ ସବୁବେଳେ ମରୁଡ଼ି କବଜାରେ ଆସୁଥିଲା, ଯେଉଁଠାରେ ପାଣି ଜୀବନର ସବୁଠୁ ବଡ଼ ଆହ୍ୱାନ ଥିଲା, ସେଠାରେ ଆଜି କଚ୍ଛ ଜିଲ୍ଲାର ପ୍ରତ୍ୟେକ ଘରେ ନର୍ମଦା ପାଣି ପହଞ୍ଚିବାରେ ଲାଗିଛି ।

ଆମେ କଦାପି ଆସ୍ଥା ଓ ଶ୍ରଦ୍ଧାକୁ ଦୃଷ୍ଟିରେ ରଖି ଗଙ୍ଗାଜୀରେ ସ୍ନାନ କରୁଛୁ, ଯମୁନାଜୀରେ, ସରଯୁରେ ଏବଂ ନର୍ମଦାଜୀରେ ମଧ୍ୟ ଏବଂ ଏମିତି କି କୁହାଯାଏ ଯେ ନର୍ମଦାଜୀ ଏତେ ପବିତ୍ର ଯେ ନାମ ସ୍ମରଣ କରି ମଧ୍ୟ ପୁଣ୍ୟ ମିଳିଥାଏ । ଯେଉଁ ନର୍ମଦାଜୀଙ୍କ ଦର୍ଶନ କରିବା ପାଇଁ ଲୋକମାନେ ଯାତ୍ରାମାନ କରୁଥିଲେ, ଆଜି ସେଇ ମାଆ ନର୍ମଦା କଚ୍ଛର ମାଟିକୁ ଆସିଛି ।

 

କେହି କଳ୍ପନା କରିପାରୁ ନ ଥିଲେ ଯେ କେବେ ଟପ୍ପର, ଫତେହଗଡ଼ ଏବଂ ସୁବାଇ ବନ୍ଧଗୁଡ଼ିକରେ ମଧ୍ୟ ନର୍ମଦାର ପାଣି ପହଞ୍ଚି ପାରିବ । କିନ୍ତୁ ଏହି ସ୍ୱପ୍ନ ମଧ୍ୟ କଚ୍ଛର ଲୋକମାନେ ସାକାର କରି ଦେଖାଇଛନ୍ତି । ଯେଉଁ କଚ୍ଛରେ ସିଞ୍ଚାଇ ଯୋଜନାର କେହି ଚିନ୍ତା କରିପାରି ନ ଥିଲେ, ସେଠାରେ ହଜାର ହଜାର ଚେକ ଡ୍ୟାମ ନିର୍ମାଣ କରି, ସୁଜଲାମ-ସୁଫଲାମ ଜଳ ଅଭିଯାନ ଚଳାଇ ହଜାର ହଜାର ହେକ୍ଟର ଜମିକୁ ସିଞ୍ଚାଇ ପରିଧିରେ ଅଣାଯାଇ ପାରିଛି ।

 

ଭାଇ ଓ ଭଉଣୀମାନେ,

 

ଗତ ମାସରେ ଯେତେବେଳେ ରାୟଣ-ଗ୍ରାମରେ ମାଆ ନର୍ମଦାର ପାଣି ପହଞ୍ଚିଲା, ଲୋକମାନେ ଯେଉଁପ୍ରକାର ଉତ୍ସବ ପାଳନ କଲେ, ତାହାକୁ ଦେଖି ବିଶ୍ୱରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ଏହି ଆଶ୍ଚର୍ଯ୍ୟ ଏଥିପାଇଁ ଥିଲା, କାହିଁକି ନା ସେମାନଙ୍କୁ ଏହି କଥାର ଆଭାସ ନାହିଁ ଯେ କଚ୍ଛ ପାଇଁ ପାଣିର ଅର୍ଥ କ’ଣ । ଦିନ ଥିଲା ପିଲା ଜନ୍ମ ପରେ ଚାରି-ଚାରି ବର୍ଷ ବୟସ ହୋଇଯିବା ପରେ ସେ ବର୍ଷା ଦେଖି ନ ଥିଲା । ଏହା ମୋ କଚ୍ଛ ସମ୍ମୁଖୀନ ହୋଇଥିଲା, ଜୀବନ କଠିନ ରାସ୍ତା ଦେଇ ଅତିବାହିତ ହୋଇଛି । କଚ୍ଛରେ କେବେ ନହର ହେବ, ଟପକ ସିଞ୍ଚାଇର ସୁବିଧା ହେବ, ଏହି ବାବଦରେ ୨ ଦଶନ୍ଧି ପୂର୍ବେ କେହି କଥା ହେଉଥିଲେ, ଏହାକୁ ବିଶ୍ୱାସ କରିବା ବାଲା ବହୁତ କମ ଲୋକ ଥିଲେ ।

 

ମୋର ମନେ ଅଛି ଯେ ୨୦୦୨ରେ ଯେତେବେଳେ ଗୁଜରାଟ ଗୌରବ ଯାତ୍ରା ବେଳେ ମାଣ୍ଡଭି ଆସିଥିଲି, ମୁଁ କଚ୍ଛବାସୀଙ୍କଠାରୁ ଆଶୀର୍ବାଦ ମାଗିଥିଲି । ଆଶୀର୍ବାଦ ଏଇଥିପାଇଁ ଯେ ମୁଁ କଚ୍ଛର ଅଧିକାଂଶ ଅଞ୍ଚଳକୁ ମାଆ ନର୍ମଦାର ପାଣି ସହ ଯୋଡ଼ିପାରିବି । ଆପଣଙ୍କ ଆଶୀର୍ବାଦ ଯେଉଁ ଶକ୍ତି ଦେଇଛି,ତାହାର ପରିଣାମ ଏହା ଯେ ଆଜି ଆମେ ଏହି ସମ୍ପର୍କରେ ଭଲ ଅବସରର ଭାଗୀଦାର ହେଉଛୁ । ଆଜି କଚ୍ଛ-ଭୁଜ ନହରର ଲୋକାର୍ପଣ ହୋଇଛି । ଏହାଦ୍ୱାରା ହଜାର ହଜାର ଗ୍ରାମର ହଜାର ହଜାର ଚାଷୀ ପରିବାରଙ୍କର ଲାଭ ହୋଇଛି ।

 

ଭାଇ ଓ ଭଉଣୀମାନେ,

କଚ୍ଛର ଲୋକମାନଙ୍କର ଭାଷା ଏତେ ମିଠା ଯେ ଯିଏ ଥରେ ମାତ୍ର ଏଠାକୁ ଆସିଯାଇଛି, ସେ କଚ୍ଛକୁ ଆଦୌ ଭୁଲିପାରି ନାହିଁ । ଏବଂ ମୋ ଶତାଧିକ ଥର କଚ୍ଛ ଆସିବାକୁ ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏଠାକାର ଦାବେଲି, ଭେଲପୁରି, ଆମ କଚ୍ଛର ପତଳା ଛାଛ, କଚ୍ଛର ଖାରେ, କେଶରର ସ୍ୱାଦ, ଆଦି କାହିଁରେ କେତେ । ପୁରୁଣା କଥା ରହିଛି ଯେ ପରିଶ୍ରମର ଫଳ ମିଠା ହୋଇଥାଏ । କଚ୍ଛ ଏହି ପ୍ରବାଦକୁ ଜମିରେ ଓହ୍ଲାଇ ଦେଖାଇଛି ।

 

ମୁଁ ଖୁସି ଯେ ଫଳ ଉତ୍ପାଦ ମାମଲାରେ କଚ୍ଛ ଆଜି ପୂରା ଗୁଜରାଟରେ ଏକ ନମ୍ବର ଜିଲ୍ଲା ହୋଇଯାଇଛି । ଏଠାକାର ଗ୍ରୀନ ଡେଟସ, କେଶର ଆମ୍ବ, ଡାଳିମ୍ବ ଏବଂ କମଲମ ଏଭଳି କେତେ ପ୍ରକାର ଫଳ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜ ମିଠାପଣ ନେଇ ଯାଉଛନ୍ତି ।

ବନ୍ଧୁଗଣ,

ମୁଁ ସେଇ ଦିନକୁ ଭୁଲିପାରିବି ନାହିଁ ଯେବେ କଚ୍ଛରେ ରହୁଥିବା ଲୋକମାନେ ନ ଚାହିଁ ମଧ୍ୟ କେବେ ପଶୁମାନଙ୍କୁ ସାଙ୍ଗରେ ନେଇ ମାଇଲ ମାଇଲ ପର୍ଯ୍ୟନ୍ତ ପଳାୟନ କରି ଯାଉଥିଲେ ଅଥବା କେବେ ପଶୁଙ୍କୁ ଛାଡ଼ି ନିଜ ଜୀବନ ପାଇଁ ନିରୁପାୟ ହୋଇଯାଉଥିଲେ । ସାଧନ ନ ହେବା କାରଣରୁ ସଂଶାଧନ ନ ହେବା ଯୋଗୁ ପଶୁଧନର ତ୍ୟାଗ ପୂରା କ୍ଷେତ୍ରର ଉପାୟଶୂନ୍ୟତା ହୋଇଯାଇଥିଲା । ଯେଉଁ ଅଞ୍ଚଳରେ ପଶୁପାଳନ ହଜାର ହଜାର ବର୍ଷରୁ ଆଜୀବିକାର ସାଧନ ହୋଇରହିଛି, ସେଠାରେ ଏଭଳି ସ୍ଥିତି ବହୁତ ଚିନ୍ତା ବଢ଼ାଇବାର ଥିଲା । କିନ୍ତୁ ଆଜି ଏହି କଚ୍ଛରେ ଚାଷୀମାନେ ପଶୁଧନରୁ ସମ୍ପତ୍ତି ବଢ଼ାଇବା ଆରମ୍ଭ କରିଦେଇଛନ୍ତି । କୋଡ଼ିଏ ବର୍ଷରେ କଚ୍ଛରେ ଦୁଗ୍ଧ ଉତ୍ପାଦନ ତିନିଗୁଣାରୁ ଅଧିକ ବୃଦ୍ଧି ପାଇଛି ।

 

ଯେତେବେଳେ ମୁଁ ଏଠାକାର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିଲି, ସେତେବେଳେ ୨୦୦୯ ବର୍ଷରେ ଏଠାରେ ସରହଦ ଡାଏରୀର ଆରମ୍ଭ କରାଯାଇଥିଲା । ସେଇ ସମୟରେ ଏହି ଡାଏରୀର ଏକ ଦିନରେ ୧,୪୦୦ ଲିଟରରୁ ବି କମ ଦୁଗ୍ଧ ଜମା ହେଉଥିଲା । ଯେତେବେଳେ ତାହାର ପ୍ରାରମ୍ଭ କରାଗଲା, ୧,୪୦୦ ଲିଟରରୁ ବି କମ୍ ଥିଲା । କିନ୍ତୁ ଆଜି ସରହଦ ଡାଏରୀ ପ୍ରତିଦିନ ୫ ଲକ୍ଷ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଚାଷୀମାନଙ୍କଠାରୁ ଜମା କରୁଛି । ଆଜି ଏହି ଡାଏରୀ ଯୋଗୁ ପ୍ରତିବର୍ଷ ଚାଷୀମାନଙ୍କ ପକେଟରେ ପାଖାପାଖି ୮୦୦ କୋଟି ଟଙ୍କା ପଶୁଛି, ବନ୍ଧୁଗଣ, ମୋ କଚ୍ଛର ଚାଷୀମାନଙ୍କ ପକେଟରେ । ଆଜି ଅଞ୍ଜାର ତାଲୁକାର ଚନ୍ଦ୍ରାଣି ଗ୍ରାମରେ ସରହଦ ଡାଏରୀ ଯେଉଁ ନୂଆ ଆଧୁନିକ ପ୍ଲାଣ୍ଟର ଲୋକାର୍ପଣ ହୋଇଛି, ତାହା ଦ୍ୱାରା ମଧ୍ୟ ଚାଷୀ-ପଶୁପାଳକଙ୍କୁ ବହୁତ ଲାଭ ହେବାକୁ ଯାଉଛି । ଏଥିରେ ଯେଉଁ ଆଧୁନିକ ପ୍ରଯୁକ୍ତି ରହିଛି, ତାହାଦ୍ୱାରା ଦୁଗ୍ଧର ଏଭଳି ଉତ୍ପାଦ ପ୍ରସ୍ତୁତ ହେବ, ଯାହା ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ ।

 

ଭାଇ ଓ ଭଉଣୀମାନେ,

କଚ୍ଛ କେବଳ ନିଜକୁ ଉପରକୁ ଉଠାଇ ନାହିଁ, ପୂରା ଗୁଜରାଟର ବିକାଶକୁ ଏକ ନୂଆ ଗତି ପ୍ରଦାନ କରିଛି । ସମୟ ଥିଲା, ଯେତେବେଳେ ଗୁଜରାଟରେ ଗୋଟିଏ ପରେ ଗୋଟିଏ ସଂକଟ ଆସୁଥିଲା । ପ୍ରାକୃତିକ ବିପର୍ଯ୍ୟୟ ସହ ଗୁଜରାଟ ମୁକାବିଲା କରୁଥିଲା, ଯେ ଷଡ଼ଯନ୍ତ୍ରର ଅବଧି ଆରମ୍ଭ ହୋଇଗଲା । ଦେଶ ଏବଂ ବିଶ୍ୱରେ ଗୁଜରାଟକୁ ବଦନାମ କରିବା ପାଇଁ ଏଠାରେ ନିବେଶକୁ ରୋକିବା ଲାଗି ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରାଯାଇଥିଲା । ଏଭଳି ସ୍ଥିତିରେ ମଧ୍ୟ ଗୋଟିଏ ପଟେ ଗୁଜରାଟ ଦେଶରେ ବିପର୍ଯ୍ୟୟ ପରିଚାଳନା ଆଇନ ବନାଇବାର ପ୍ରଥମ ରାଜ୍ୟ ହୋଇଥିଲା । ଏଭଳି ଆଇନର ପ୍ରେରଣାରୁ ପୂରା ଦେଶ ନିମନ୍ତେ ମଧ୍ୟ ଏଭଳି ଆଇନ ପ୍ରସ୍ତୁତ ହୋଇଥିଲା । କରୋନା ସଂକଟ କାଳରେ ଏହି ଆଇନ ପ୍ରତ୍ୟେକ ସରକାର ଓ ପ୍ରଶାସନର ବହୁତ ସହାୟକ ହୋଇଛି ।

 

ବନ୍ଧୁଗଣ,

ସବୁ ଷଡ଼ଯନ୍ତ୍ରକୁ ପଛରେ ପକାଇ, ଗୁଜରାଟ ନୂଆ ଔଦ୍ୟୋଗିକ ନୀତି ଆଣି ଗୁଜରାଟରେ ଔଦ୍ୟୋଗିକ ବିକାଶର ନୂଆ ରାସ୍ତା ବାଛିଥିଲା । ଏହାର ବହୁତ ଅଧିକ ଲାଭ କଚ୍ଛକୁ ମିଳିଥିଲା, କଚ୍ଛରେ ନିବେଶକୁ ହୋଇଥିଲା । କଚ୍ଛର ଔଦ୍ୟୋଗିକ ବିକାଶ ନିମନ୍ତେ ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଆଜି କଚ୍ଛରେ ବିଶ୍ୱର ସବୁଠୁ ବଡ଼ ସିମେଣ୍ଟ ପ୍ଲାଣ୍ଟ ରହିଛି । ୱେଲଡିଂ ପାଇପ ମାନୁଫାକଚରିଂ କ୍ଷେତ୍ରରେ କଚ୍ଛ ପୂରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସମଗ୍ର ବିଶ୍ୱର ଦ୍ୱିତୀୟ ସର୍ବବୃହତ ଟେକ୍ସଟାଇଲ ପ୍ଲାଣ୍ଟ କଚ୍ଛରେ ହିଁ ଅଛି । କଚ୍ଛରେ ଏସିଆର ପ୍ରଥମ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନିର୍ମାଣ ହୋଇଛି । କାଣ୍ଡଲା ଏବଂ ମୁନ୍ଦ୍ରା ବନ୍ଦରରେ ଦେଶର ୩୦ ପ୍ରତିଶତ ମାଲ ପରିଚାଳନା କରାଯାଉଛି । କଚ୍ଛ ସେଇ ଅଞ୍ଚଳ ଯେଉଁଠାରୁ ଭାରତର ୩୦ ପ୍ରତିଶତରୁ ଅଧିକ ଲୁଣ ଉତ୍ପାଦନ ହେଉଛି, ହିନ୍ଦୁସ୍ତାନର ଏମିତି କେହି ନାହିଁ, ଯିଏ କି କଚ୍ଛର ଲୁଣ ଖାଇ ନ ଥିବ । ଯେଉଁଠାରୁ ୩୦ରୁ ଅଧିକ ଲୁଣ ବିଶୋଧନାଗାର ରହିଛି ।

 

ଭାଇ ଓ ଭଉଣୀମାନେ,

ଏକ ସମୟ ଥିଲା ଯେବେ କଚ୍ଛରେ କେହି ସୋଲାର ପାୱାର, ୱିଣ୍ଡ ପାୱାର ବାବଦରେ ଚିନ୍ତା ବି କରିପାରୁ ନ ଥିଲେ । ଆଜି କଚ୍ଛରେ ପାଖାପାଖି ଅଢ଼େଇ ହଜାର ମେଗାୱାଟ ବିଜୁଳି ସୋଲାର ଏବଂ ୱିଣ୍ଡ ଏନର୍ଜିରୁ ଉତ୍ପନ୍ନ ହେଉଛି । ଆଜି କଚ୍ଛର ଖାୱଡ଼ାରେ ସବୁଠୁ ବଡ଼ ସୋଲାର ୱିଣ୍ଡ ହାଇବ୍ରିଡ ପାର୍କ ନିର୍ମାଣ ହେଉଛି । ଦେଶରେ ଆଜି ଯେଉଁ ଗ୍ରୀନ ହାଇଡ୍ରୋଜେନ ଅଭିଯାନ ଚାଲୁଛି, ସେଥିରେ ଗୁଜରାଟର ବହୁତ ବନ ଭୂମିକା ରହିଛି । ଏହିଭଳି ଭାବେ ଯେତେବେଳେ ଗୁଜରାଟ, ବିଶ୍ୱରେ ଗ୍ରୀନ ହାଇଡ୍ରୋଜେନ କ୍ୟାପିଟାଲ ରୂପରେ ନିଜ ପରିଚୟ ବନାଇବ, ସେଥିରେ କଚ୍ଛର ବହୁତ ବଡ଼ ଯୋଗଦାନ ରହିବ ।

ବନ୍ଧୁଗଣ,

କଚ୍ଛର ଏହି ଅଞ୍ଚଳ, କେବଳ ଭାରତର ନୁହେଁ ବରଂ ସମଗ୍ର ବିଶ୍ୱ ନିମନ୍ତେ ଉଦାହରଣ ପାଲଟିଛି । ବିଶ୍ୱରେ ଏଭଳି ଜାଗା କମ୍ ରହିଛି, ଯାହା ଚାଷ-ପଶୁପାଳନରେ ଆଗରେ ରହିଥିବ, ଔଦ୍ୟୋଗିକ ବିକାଶରେ ଆଗୁଆ ଥିବ, ପର୍ଯ୍ୟଟନରେ ଆଗରେ ଥିବ, କଳା-ସଂସ୍କୃତିରେ ଆଗୁଆ ଥିବ । କଚ୍ଛ ନିକଟରେ କ’ଣ ନାହିଁ! କଚ୍ଛ, ଗୁଜରାଟ ନିଜର ବିରାସତକୁ ସଗର୍ବେ ଆପଣାଇବାର ଉଦାହରଣ ମଧ୍ୟ ଦେଶ ସାମ୍ନାରେ ରଖିଛି ।

 

ଏଥର ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ମୁଁ ଦେଶର ବିରାସତ ଉପରେ ଆହୁରି ଗର୍ବ କରିବାକୁ ଆହ୍ୱାନ ଦେଇଥିଲି । ବିଗତ ୭-୮ ବର୍ଷରେ ନିଜ ବିରାସତ ପ୍ରତି ଗୌରବର ଯେଉଁ ଭାବନା ପ୍ରବଳ ହୋଇଛି, ତାହା ଆଜି ଭାରତର ଶକ୍ତି ପାଲଟିବାରେ ଲାଗିଛି । ଆଜି ଭାରତ ସେହି ମନୋଭାବରୁ ବାହାରି ଆସିଛି ଯେବେ ନିଜର ଧରୋହରଙ୍କ କଥା କହୁଥିବା ଲୋକଙ୍କୁ ହୀନଭାବନା ଦ୍ୱାରା ଭରିଦିଆଯାଉଥିଲା ।

ଏବେ ଦେଖନ୍ତୁ, ଆମ କଚ୍ଛରେ କ’ଣ ନାହିଁ । ନଗର ନିର୍ମାଣଠୁ ନେଇ ଆମର ବିଶେଷଜ୍ଞତା ଧୌଲାବୀରାରେ ଦେଖାଯାଉଛି । ଗତବର୍ଷ ଧୌଲାବୀରାକୁ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ଦିଆଯାଇଛି । ଧୌଲାବୀରାର ଗୋଟିଏ ଗୋଟିଏ ଇଟା ଆମର ପୂର୍ବଜଙ୍କ କୌଶଳ, ସେମାନଙ୍କ ଜ୍ଞାନବିଜ୍ଞାନକୁ ଦର୍ଶାଉଛି । ଯେତେବେଳେ ବିଶ୍ୱର ଅନେକ ସଭ୍ୟତା ନିଜ ପ୍ରାରମ୍ଭ ବେଳରେ ଥିଲେ, ସେତେବେଳେ ଆମର ପୂର୍ବଜମାନେ ଧୌଲାବୀରା ଭଳି ବିକଶିତ ସହର ନିର୍ମାଣ କରିଥିଲେ ।

ସେହିଭଳି ମାଣ୍ଡଭି ଜାହାଜ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରହିଥିଲା । ନିଜ ଇତିହାସ, ବିରାସତ ଏବଂ ନିଜ ସ୍ୱତନ୍ତ୍ରତା ସେନାନିଙ୍କ ପ୍ରତି କେତେ ଭିନ୍ନ ରହିଛି, ଏହାର ଏକ ଉଦାହରଣ ଆମ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ସହ ଯୋଡ଼ି ହୋଇଛି । ସ୍ୱାଧୀନତା ପରେ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ତାଙ୍କ ଅସ୍ଥି ବିଦେଶରେ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଏହା ମୋର ସୌଭାଗ୍ୟ ଥିଲା ଯେ ତାଙ୍କର ଅସ୍ଥିକୁ ନେଇ ମୁଁ ମାତୃଭୂମିକୁ ସମର୍ପଣ କରିଥିଲି । ଆଜି ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଗୁଜରାଟବାସୀ, ଦେଶବାସୀ ମାଣ୍ଡଭିରେ ନିର୍ମିତ କ୍ରାନ୍ତିତୀର୍ଥରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇପାରୁଛନ୍ତି ।

ଏକ ଭାରତ, ଶ୍ରେଷ୍ଠ ଭାରତ ପାଇଁ, ଚାଷୀ-ପଶୁପାଳକଙ୍କ ଜୀବନ ବଦଳିବା ପାଇଁ, ଯେଉଁ ସର୍ଦ୍ଦାର ସାହେବ ନିଜକୁ ସମର୍ପଣ କରିଥିଲେ, ତାଙ୍କର ଷ୍ଟାଚୁ୍ୟ ଅଫ ୟୁନିଟି ମଧ୍ୟ ଆଜି ଦେଶର ଗରିମା ବନିଯାଇଛି । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ସେଠାରୁ ପ୍ରେରଣା ପାଇ ଯାଉଛନ୍ତି, ରାଷ୍ଟ୍ରୀୟ ଏକତାର ସଂକଳ୍ପ ନେଇ ଯାଉଛନ୍ତି ।

 

ବନ୍ଧୁଗଣ,

ବିଗତ ୨ ଦଶନ୍ଧିରେ କଚ୍ଛର, ଗୁଜରାଟର ଏହି ଧରୋହରଙ୍କୁ ବିଶ୍ୱ ସାମ୍ନାକୁ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । କଚ୍ଛର ରଣ, ଧୋରଡ଼େ ଟେଣ୍ଟ ସିଟି, ମାଣ୍ଡଭି ବିଚ, ଆଜି ଦେଶର ବଡ଼ ପର୍ଯ୍ୟଟନସ୍ଥଳୀ ହେଉଛି । ଏଠାକାର କାରିଗର, ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଆଜି ସମଗ୍ର ବିଶ୍ୱକୁ ଯାଉଛି । ନିରୋନା, ଭୁଜୌଡ଼ି ଏବଂ ଅଜରଖପୁର ଭଳି ଗ୍ରାମର ହସ୍ତଶିଳ୍ପ ଆଜି ଦେଶବିଦେଶରେ ଧୁମ ମଚାଉଛନ୍ତି । କଚ୍ଛର ରୋଗନ ଆର୍ଟ, ମଡ ଆର୍ଟ, ବାନ୍ଧନୀ, ଅଜରଖ ପ୍ରିଣ୍ଟିଙ୍ଗର ଚର୍ଚ୍ଚା ପ୍ରତ୍ୟେକ କ୍ଷେତ୍ରରେ ବଢ଼ିବାକୁ ଲାଗିଛି । କଚ୍ଛର ସାଲ ଏବଂ କଚ୍ଛର କଡ଼େଇକୁ ଜିଆଇ-ଟ୍ୟାଗ ମିଳିବା ପରେ ଏହାର ଚାହିଦା ଆହୁରି ବୃଦ୍ଧି ପାଇଛି ।

 

ତେଣୁ ଆଜି କେବଳ ଗୁଜରାଟରେ ନୁହେଁ, ବରଂ ଦେଶବିଦେଶରେ ଚର୍ଚ୍ଚା ହେଉଛି ଯେ ଯିଏ କଚ୍ଛ ଦେଖିନି, ସେ କିଛି ଦେଖିନି । ଏହାର ବହୁତ ଅଧିକ ଶ୍ରେୟ କଚ୍ଛର, ଗୁଜରାଟର ପର୍ଯ୍ୟଟନକୁ ଯାଉଛି, ମୋର ଯୁବପିଢ଼ିଙ୍କୁ ଯାଉଛି । ଆଜି ଜାତୀୟ ରାଜପଥ ନମ୍ବର ୪୧ର ପ୍ରଶସ୍ତୀକରଣର ଯେଉଁ କାମ ଆରମ୍ଭ ହୋଇଛି, ତାହାଦ୍ୱାରା ପର୍ଯ୍ୟଟକଙ୍କୁ ତ ସହାୟତା ମିଳିବ, ସୀମା ଅଞ୍ଚଳ ଦୃଷ୍ଟିରୁ ମଧ୍ୟ ଏହା ଅନେକ ମହତ୍ତ୍ୱପୂର୍ଣ୍ଣ ।

 

ବନ୍ଧୁଗଣ,

ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଏଠାକାର ମାଆ-ଭଉଣୀଙ୍କ ପରାକ୍ରମ, ଆଜି ବି ଶ୍ରେଷ୍ଠ ବୀର-କାହାଣୀରେ ଲେଖାଯାଉଛି । କଚ୍ଛର ବିକାଶ, ସବକା ପ୍ରୟାସ ଦ୍ୱାରା ସାର୍ଥ ପରିବର୍ତ୍ତନର ଏକ ଉତ୍ତମ ଉଦାହରଣ । କଚ୍ଛ କେବଳ ଏକ ସ୍ଥାନ ନୁହେଁ, ଭୂଭାଗର ଏକ ଅଂଶ ନୁହେଁ, ଏହି କଚ୍ଛ ତ ସ୍ପିରିଟ ଅଟେ, ଜୀବନ୍ତ ଭାବନା ଅଟେ, ଜୀବନ୍ତ ମନୋଭାବ ଅଟେ । ଏହା ସେଇ ଭାବନା, ଯାହା ଆମକୁ ସ୍ୱାଧୀନତାର ଅମୃତ କାଳରେ ବିରାଟ ସଂକଳ୍ପର ସିଦ୍ଧି ରାସ୍ତା ଦେଖାଉଛି ।

କଚ୍ଛର ଭାଇ-ଭଉଣୀମାନେ, ପୁଣି କହୁଛି ଯେ ଆପଣଙ୍କର ଏହି ଭଲପାଇବା, ଆପଣଙ୍କ ଆଶୀର୍ବାଦ କଚ୍ଛର ତ ମଙ୍ଗଳ କରୁଛି, କିନ୍ତୁ ତାହାଦ୍ୱାରା ପ୍ରେରଣା ନେଇ ହିନ୍ଦୁସ୍ତାନର କୋଣକୋଣରେ କିଛି କରି ଦେଖାଇବାର ପ୍ରେରଣା ମଧ୍ୟ ଦେଉଛି । ଏହା ଆପଣଙ୍କର ଶକ୍ତି ବନ୍ଧୁମାନେ, ତେଣୁ ମୁଁ କହୁଥିଲି, କଚ୍ଛର କ ଓ ଖ ଖମୀରର ଖ । ତାହାର ନାମ ମୋର କଚ୍ଛୀ ବାର ମାସ ।

 

ଆପଣଙ୍କର ସ୍ୱାଗତ ସମ୍ମାନ ପାଇଁ, ଆପଣଙ୍କର ଭଲପାଇବା ପାଇଁ ମୁଁ ହୃଦୟରୁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । କିନ୍ତୁ ଏହି ସ୍ମୃତିବନ ଏହି ବିଶ୍ୱ ନିମନ୍ତେ ମହତ୍ତ୍ୱର ଆକର୍ଷଣ । ତାହାକୁ ସମ୍ଭାଳିବାର ଦାୟିତ୍ୱ ମୋର କଚ୍ଛର ଅଟେ, ମୋର ଭାଇ-ଭଉଣୀଙ୍କର ଅଟେ । ଏମିତି ବି କୌଣସି କୋଣ ନାହିଁ, ଯେଉଁଠାରେ ଘନ ଜଙ୍ଗଲ ନ ହୋଇଥିବ । ଆମେ ଏହି ଭୁଜିଆ ଡୁଙ୍ଗରକୁ ସବୁଜିମା ବନାଉଛି ।

ବନ୍ଧୁଗଣ, ଆପଣ କଳ୍ପନା କରିପାରିବେ ନାହିଁ ଯେ ଯେତେ ଶକ୍ତି କଚ୍ଛର ରଣୋତ୍ସବରେ ରହିଛି, ତାହାଠାରୁ ଅଧିକ ଶକ୍ତି ନିଜର ଏହି ସ୍ମୃତିବନରେ ରହିଛି । ଏହି ସୁଯୋଗ ଛାଡ଼ିବେ ନାହିଁ ଭାଇମାନେ, ବହୁତ ସ୍ୱପ୍ନ ସହିତ ମୁଁ ଏହି କାମ କରିଛି । ଏକ ବଡ଼ ସଂକଳ୍ପ ସହ କାମ କରିଛି, ଏବଂ ସେଥିରେ ମାତେ ଆପଣଙ୍କର ଜୀବନ୍ତ ଭାଗୀଦାରି ଆବଶ୍ୟକ । ଅବିରତ ସାଥ-ସହଯୋଗ ଲୋଡ଼ା । ବିଶ୍ୱରେ ମୋର ଭୁଜିଆ ଡୁଙ୍ଗର ଯେମିତି ଗୁଞ୍ଜରିତ ହେବ, ସେଥିପାଇଁ ମୋର ଆପଣଙ୍କ ସାଥ ଦରକାର ।

ଆଉଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ବିକାଶର ତମାମ ପରିଯୋଜନାଗୁଡ଼ିକ ନିମନ୍ତେ ବହୁତ ବହୁତ ଶୁଭେଚ୍ଛା ଏବଂ ବହୁତ ବହୁତ ଶୁଭକାମନା । ଆଜି ବହୁତ ଦିନ ପରେ ଆସନ୍ତୁ ମୋ ସହ ଏକାଠି କୁହନ୍ତୁ-

 

ମୁଁ କହିବି ନର୍ମଦେ- ଆପଣମାନେ କହିବେ ସର୍ବଦେ-

 

ନର୍ମଦେ - ସର୍ବଦେ!

ନର୍ମଦେ - ସର୍ବଦେ!

ନର୍ମଦେ - ସର୍ବଦେ!

 

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.