ପ୍ରକଳ୍ପଗୁଡ଼ିକ ଯୋଗୁଁ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧି ହେବ
“ଏଫପିଓଙ୍କ ଜରିଆରେ କ୍ଷୁଦ୍ର ଚାଷୀମାନେ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ସଂଯୁକ୍ତ ହେଉଛନ୍ତି ”
“ଚାଷୀମାନଙ୍କ ବିକଳ୍ପ ଆୟ ପନ୍ଥା ନିମନ୍ତେ ରଣନୀତି ସଫଳତା ଆଣିଦେଉଛି ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀ ଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି । ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି । ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ପାଚନକ୍ରିୟା ବିହୀନ ହେବ ।” ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ ।

ଦୁଇ ଦଶନ୍ଧି ପୂର୍ବେ ସେ ଞ୍ଚଳର ଦାରିଦ୍ର୍ୟ ଓ ମରୁଡ଼ି ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ କିପରି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅଞଚଳର ସମସ୍ୟା ଦୂର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ତାହାର ସ୍ମୃତିଚାରଣ କରିଥିଲେ । ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସେତେବେଳେ ପ୍ରମୁଖ କାର୍ଯ୍ୟ ଥିଲା । ସେ ମଧ୍ୟ ଗୋଖାଦ୍ୟ, ଔଷଧପତ୍ର ଓ ଆୟୁର୍ବେଦ ଉପଚାର ଜରିଆରେ ପଶୁ ସମ୍ପଦ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ଗୁଜରାଟ ଜ୍ୟୋତିଗ୍ରାମ ଯୋଜନା କିପରି ବିକାଶକୁ ତ୍ୱରାନ୍ୱିତ କରିଥିଲା ତା’ର ଅବତାରଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି । ୨ଠଠ୭ ଓ ୨ଠ୧୧ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରାଇ ଦେଇଥିଲେ । ଆଜି ଅଧିକାଂଶ କମିଟିରେ ମହିଳାଙ୍କ ବେଶ ଭଲ ପ୍ରତିନିଧିତ୍ୱ ରହିଛି । କ୍ଷୀର ବାବଦ ଅର୍ଥ ପଇଠ ମହିଳାଙ୍କୁ କରାଯାଇଥାଏ ବୋଲି ସେ କହିଥିଲେ ।

ଏହି ପରୀକ୍ଷାମୂଳକ ବ୍ୟବସ୍ଥା ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥାଏ । ଆଜି ଦେଶରେ ଦଶ ହଜାର ଚାଷୀ ଉତ୍ପାଦକ ସଂଘ (ଏଫପିଓଏସ) ପୁରା ଦମରେ କାର୍ଯ୍ୟ କରୁଛି । ଏହି ଏଫପିଓଗୁଡ଼ିକ ଜରିଆରେ କ୍ଷୁଦ୍ର ଚାଷୀଗଣ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି । ଗୁଜରାଟର ଚାଷୀମାନେ ମଧ୍ୟ ଏହାଦ୍ୱାରା ଅନେକ ଲାଭ ପାଇବେ ବୋଲି ସେ କହିଛନ୍ତି ।

ସେ କହିଥିଲେ ଯେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ବିକଳ୍ପ ରଣନୀତି ସଫଳ ହେବାକୁ ଯାଉଛି। ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ମହୁ ଉତ୍ପାଦନ ଚାଷୀମାନଙ୍କୁ ଭଲ ଆୟ ଦେଉଛି । ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମଦ୍ୟୋଗ କାରବାର ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ଦେଢ଼ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପେଟ୍ରୋଲରେ ଇଥାନଲ ମିଶ୍ରଣ ଚାଷୀମାନଙ୍କ ନିମନ୍ତେ ଆୟର ନୂଆ ମାର୍ଗ ଖୋଲିଛି ।

“୨ଠ୧୪ ମସିହା ପର୍ଯ୍ୟନ୍ତ ଦେଶରେ ୪ଠଠ ନିୟୁତ ଲିଟରରୁ କମ ଇଥାନଲ ମିଶ୍ରଣ ହେଉଥିଲା । ଆଜି ଏହା ୪ଠଠ କୋଟି ଲିଟରରେ ପହଂଚିଛି । ଆମ ସରକାର ମଧ୍ୟ ୩ କୋଟିରୁ ଅଧିକ ଚାଷୀଙ୍କୁ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ କିଶାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିମ ପ୍ରଲେପଯୁକ୍ତ ୟୁରିଆ ପାଇଁ ପଦକ୍ଷେପ, ବାଦ ପଡ଼ି ରହିଥିବା ସାର କାରଖାନାଗୁଡ଼ିକର ପୁନରୁଦ୍ଧାର, ବିଶ୍ୱ ବଜାରରେ ଦରବୃଦ୍ଧି ସତ୍ତ୍ୱେ ଛୋଟ ଛୋଟ ସାର କାରଖାନା ପ୍ରତିଷ୍ଠା କରି ସୁଲଭ ମୂଲ୍ୟରେ ୟୁରିଆ ଯୋଗାଣ ଉଭୟ ଦେଶ ଓ ଗୁଜରାଟର ଚାଷୀମାନଙ୍କୁ ଉପକୃତ କରିଛି । ସୁଜଳାଂ ସୁଫଳାଂ ଯୋଜନା ଯୋଗୁଁ ସାବରକଣ୍ଟା ଜିଲ୍ଲାର ଅଧିକାଂଶ ତହସିଲକୁ ଜଳ ଯୋଗାଣ ହୋଇଛି । ସେହିପରି ଜିଲ୍ଲା ଓ ତାହାର ଆଖପାଖ ଅଞ୍ଚଳକୁ ସଂଯୋଗୀକରଣ ମଧ୍ୟ ବୃଦ୍ଧି ପାଇଛି । ସେ ଅଞ୍ଚଳରେ ରାଜପଥ ଓରେଳପଥ ଯୋଗୁଁ ସଂଯୋଗୀକରଣରେ ଉନ୍ନତି ଘଟିଛି । ସଂଯୋଗୀକରଣ ଯୋଗୁ ପର୍ଯ୍ୟଟନ ବିଭବର ବୃଦ୍ଧି ଘଟିବା ସହ ଯୁବାଗୋଷ୍ଠୀ ନିମନ୍ତେ ଚାକିରି ମଧ୍ୟ ସୁନିଶ୍ଚିତ ହେଉଛି ବୋଲି ସେ କହିଥିଲେ ।

ଆଜାଦୀ କା ଅମ୍ରିତ ମହୋତ୍ସବ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଆଦିବାସୀ ନେତାମାନଙ୍କ ତ୍ୟାଗର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ୧୫ ନଭେମ୍ବରକୁ ସରକାର ଜନଜାତୀୟ ଗୌରବ ଦିବସ ଭାବେ ଘୋଷଣା କରିଛନ୍ତି । “ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଆମ ସରକାର ସ୍ୱତନ୍ତ୍ର ସଂଗ୍ରହାଳୟ ମାନ ନିର୍ମାଣ କରୁଛନ୍ତି ।” ସେ ଆହୁରି କହିଥିଲେ ଯେ “ପ୍ରଥମଥର ନିମନ୍ତେ ଆଦିବାସୀ ସମାଜରୁ ଆସିଥିବା ଦେଶର ଜଣେ ଝିଅ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି । ଦେଶ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଏହାର ରାଷ୍ଟ୍ରପତି ପଦରେ ଆସୀନ କରିଛି । ୧୩ଠ କୋଟି ଭାରତୀୟଙ୍କ ପାଇଁ ଏହା ଏକ ମହାନ ଗର୍ବର କ୍ଷଣ ।” ସେ ଦେଶବାସୀଙ୍କୁ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ହର ଘର ତ୍ରିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ ବୃତ୍ତାନ୍ତ

ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ଉଦଘାଟନ କରିଥିବା ପାଉଡ଼ର ପ୍ଲାଣ୍ଟର ଦୈନିକ କ୍ଷମତା ହେଉଛି ୧୨ଠ ନିୟୁତ ମେଟ୍ରିକ ଟନ । ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟି ଟଙ୍କାରୁ ଅଧିକ । ପ୍ଲାଣ୍ଟର ନିର୍ମାଣ ଶୈଳୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନକ ପୂରଣ କରୁଛି । ଏହା ଖୁବ ଉଚ୍ଚ ଶକ୍ତିସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦଗୀରଣ ନାହିଁ କହିଲେ ଚଳେ। ଏହି କାରଖାନା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ସ୍ୱୟଂକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି ।

ପ୍ରଧାନମନ୍ତ୍ରୀ ସାବର ଡାଲରୀ ଏକ ପାଚନକ୍ରିୟା ବିହୀନ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ଏହି କାରଖାନାର ଉତ୍ପାଦନ ସାମର୍ଥ୍ୟ ହେଉଛି ଦୈନିକ ୩ ଲକ୍ଷ ଲିଟର । ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍ୱୟଂସକ୍ରିୟ ଓ ପରିବେଶ ଅନୁକୂଳ ଏବଂ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ। ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ବାବଦ ପ୍ରାୟ ୬ଠଠ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଦିନକୁ ୨ଠ ନିୟୁତ ଟନ୍ ଛେଦାର ଛେନା, ୧ଠ ନିୟୁତ ଟନ ମୋଜେରେଲା ଛେନା ଓ ୧୬ ନିୟୁତ ଟନ୍ ପ୍ରକ୍ରିୟାକୃତ ଛେନା ଉତ୍ପାନ କରିବ । କାର୍ଯ୍ୟ ଆମ୍ଭ କରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦୈନିକ ୪ଠ ନିୟୁତ ଟନ ଡ୍ରାଇ ହେବ ।

ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ) ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡ଼ିଥାଏ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikram-1 launch fills every citizen with pride; young innovators have accomplished something unimaginable: PM Modi

Media Coverage

Vikram-1 launch fills every citizen with pride; young innovators have accomplished something unimaginable: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets all CRPF personnel on their Raising Day
July 27, 2026

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

Shri Modi noted that from safeguarding internal security to serving citizens during challenging situations, CRPF personnel have always placed the nation first. He highlighted that their efforts in eliminating the menace of Maoism are particularly notable and have contributed to peace and progress in the lives of several people.

In a post on X, the Prime Minister shared:

"Greetings to all CRPF personnel on their Raising Day. The CRPF has distinguished itself through its unwavering courage and commitment to duty. From safeguarding internal security to serving citizens during challenging situations, CRPF personnel have always placed the nation first. Their efforts in eliminating the menace of Maoism are particularly notable and have contributed to peace and progress in the lives of several people.

@crpfindia"