ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସଭି କୌଣ୍ଡିନ୍ୟକୁ ସାକାର କରିବାରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଡିଜାଇନର୍, କାରିଗର, ଜାହାଜ ନିର୍ମାତା ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୋରବନ୍ଦରରୁ ଓମାନର ମସ୍କଟକୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆଇଏନ୍ଏସଭି କୌଣ୍ଡିନ୍ୟ ପ୍ରାଚୀନ ଭାରତୀୟ ପାଲଟଣା-ଜାହାଜ କୌଶଳ ବ୍ୟବହାର କରି ନିର୍ମିତ ହୋଇଛି, ଯାହା ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ କହିଛନ୍ତି, “ଏକ ନିରାପଦ ଏବଂ ସ୍ମରଣୀୟ ଯାତ୍ରା ପାଇଁ ନାବିକମାନଙ୍କୁ ମୋର ଶୁଭେଚ୍ଛା, ଯେହେତୁ ସେମାନେ ଉପସାଗରୀୟ ଅଞ୍ଚଳ ଏବଂ ତା ବାହାରେ ଆମର ଐତିହାସିକ ସମ୍ପର୍କକୁ ପୁନଃସ୍ଥାପନ କରୁଛନ୍ତି।”

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

“ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଇଏନ୍ଏସଭି କୌଣ୍ଡିନ୍ୟ ପୋରବନ୍ଦରରୁ ଓମାନର ମସ୍କଟ୍ ପର୍ଯ୍ୟନ୍ତ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି। ପ୍ରାଚୀନ ଭାରତୀୟ ପାଲଟଣା-ଜାହାଜ କୌଶଳ ବ୍ୟବହାର କରି ନିର୍ମିତ ଏହି ଜାହାଜ ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ଦର୍ଶାଇଥାଏ। ଅନନ୍ୟ ଜାହାଜକୁ ଜୀବନ୍ତ କରିବାରେ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ମୁଁ ଡିଜାଇନର୍, କାରିଗର, ଜାହାଜ ନିର୍ମାତା ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଉଛି। ଏକ ନିରାପଦ ଏବଂ ସ୍ମରଣୀୟ ଯାତ୍ରା ପାଇଁ ନାବିକମାନଙ୍କୁ ମୋର ଶୁଭେଚ୍ଛା, ଯେହେତୁ ସେମାନେ ଉପସାଗରୀୟ ଅଞ୍ଚଳ ଏବଂ ତା' ବାହାରେ ଆମର ଐତିହାସିକ ସମ୍ପର୍କକୁ ପୁନର୍ବାର ଅନୁସରଣ କରୁଛନ୍ତି ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi