ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ତିନିଟି ଗିନିଜ ୱାର୍ଲ୍ଡ ରେକର୍ଡ ଟାଇଟଲ ହାସଲକୁ ପ୍ରଶଂସା କରିଛନ୍ତି ।
ଏହି ସଫଳତା ବିଷୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏପରି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଏହି ପ୍ରକାର ଜନ ଆନ୍ଦୋଳନ ମହିଳା ସଶକ୍ତିକରଣ ପ୍ରୟାସକୁ ଅଧିକ ପ୍ରୋତ୍ସାହିତ କରିଥାଏ ଏବଂ ନାରୀ ଶକ୍ତିର ଜୀବନ ଉପରେ ଏକ ପରିବର୍ତ୍ତନକାରୀ ପ୍ରଭାବ ପକାଇଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଏହା ବହୁତ ପ୍ରଶଂସନୀୟ! ଏପରି ଜନ ଆନ୍ଦୋଳନ ଆମର ମହିଳା ସଶକ୍ତିକରଣ ପ୍ରୟାସକୁ ପ୍ରେରଣା ଯୋଗାଇଥାଏ ଏବଂ ଆମର ନାରୀ ଶକ୍ତିର ଜୀବନ ଉପରେ ଏକ ପରିବର୍ତ୍ତନକାରି ପ୍ରଭାବ ପକାଇଥାଏ ।”
This is very commendable! Such mass movements add impetus to our women empowerment efforts and have a transformative impact on the lives of our Nari Shakti. https://t.co/Hb2rSSOIXv
— Narendra Modi (@narendramodi) November 1, 2025


