ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସଫଳତା ଓ ପେଶାଦାର ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି । ସାମର୍ଥ୍ୟ, ସଂସାଧନ ଓ ସେବା ଭାବ ଆମ ଟିକା ଉଦ୍ୟୋଗର ସବୁଠାରୁ ବଡ ଶକ୍ତି । ଏହା ସେମାନଙ୍କୁ ବିଶ୍ୱରେ ଭ୍ୟାକ୍ସିନ ଲିଡର ବନାଇଛି ।

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ମଇ ୧ରୁ ସମସ୍ତ ସାବାଳକଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଟିକାକରଣ ପାଇଁ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଉତ୍ପାଦନ କ୍ଷମତା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ନୂଆ ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଥିବା ଗବେଷଣା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଖୁବ କମ ସମୟ ମଧ୍ୟରେ ଟିକା ବିକାଶ ଓ ଉତ୍ପାଦନ କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଦେଇଛନ୍ତି । ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନ ସବୁଠାରୁ ଶସ୍ତା ବୋଲି କହିବା ସହ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଟିକା ବିକାଶ ଓ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଦେଶ ଲଗାତର ମିଶନ କୋଭିଡ ସୁରକ୍ଷା ଅନୁଯାୟୀ ସରକାରୀ- ଘରୋଇ ଭାଗିଦାରୀ ପାଇଁ ଉଦ୍ୟମ କରୁଥିଲା ଓ ଆରମ୍ଭରୁ ଶେଷ ଯାଏଁ ଟିକା ବିକାଶର ଇକୋସିଷ୍ଟମ ବଜାୟ ରଖିଥିଲା । ସରକାର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ଲଜିଷ୍ଟିକ ସହାୟତା ସୁନିଶ୍ଚିତ କରିବା ସହ ଟିକା ଅନୁମତି ପ୍ରକ୍ରିୟାକୁ ସଅଳ ଓ ବିଜ୍ଞାନସମ୍ମତ କରିବାକୁ ପଦକ୍ଷେପ ନେଇଥିଲେ । ଏବେ ଟ୍ରାଏଲ ପର୍ଯ୍ୟାୟରେ ଥିବା ଟିକାଗୁଡିକର ସରଳ ଅନୁମତି ପ୍ରକ୍ରିୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର କୋଭିଡ- ୧୯ ବିରୋଧୀ ଲଢେଇରେ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଗାମୀ ଦିନରେ ଟିକାକରଣ ଅଭିଯାନରେ ବେସରକାରୀ କ୍ଷେତ୍ର ଆହୁରି ସକ୍ରିୟ ଭୂମିକା ଆପଣାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ଡାକ୍ତରଖାନା ଓ କାରଖାନା ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣକୁ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ଓ ଅଧିକ ପ୍ରୋତ୍ସାହନ ତଥା ନମନୀୟତା ପ୍ରଦାନ ପାଇଁ ନେଇଥିବା ପଦକ୍ଷେପ ପାଇଁ ଟିକା ପ୍ରସ୍ତୁତକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟିକାର ବିକାଶ ଓ ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଉତ୍ପାଦନ ବୃଦ୍ଧି, ଆସିବାକୁ ଥିବା ଟିକା ଓ ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi