‘‘ଖାକି ୟୁନିଫର୍ମ ଉପରେ ଲୋକଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ଲୋକମାନେ ଯେବେ ବି ଅସୁବିଧାରେ ପଡ଼ନ୍ତି ଆପଣଙ୍କୁ ଲୋଡ଼ିଥାନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଜୀବନ ଏବେ ନିରାପଦ, ସେମାନଙ୍କଠାରେ ନୂଆ ଆଶା ଜନ୍ମ ନେଇଥାଏ’’
ସଫଳତା ସେତେବେଳେ ସୁନିଶ୍ଚିତ ହୋଇଥାଏ ଯେବେ ଦୃଢ଼ ସଂକଳ୍ପ ଓ ଧୈର୍ଯ୍ୟ ସହିତ ଆହ୍ୱାନଗୁଡ଼ିକର ସାମ୍ନା କରାଯାଏ ।
‘‘ଏହି ସମ୍ପୂର୍ଣ୍ଣ ଅଭିଯାନ ସମ୍ବେଦନଶୀଳତା, ସଂସାଧନଶୀଳତା ଓ ସାହସର ଏକ ପ୍ରତିଫଳନ’’
‘‘ଏହି ଅଭିଯାନରେ ‘ସବକା ପ୍ରୟାସ’ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି’’

ନୂଆଦିଲ୍ଲୀ,୧୪/୪: ଦେଓଘର କେବଲ କାର୍ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଆଇଏଏଫ, ଭାରତୀୟ ସେନା, ଏନଡିଆରଏଫ, ଆଇଟିବିପିର କର୍ମଚାରୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକ ସମାଜର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାବ ବିନିମୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ, ସାଂସଦ ଶ୍ରୀ ନିଶିକାନ୍ତ ଦୁବେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ, ଚିଫ ଅଫ ଆର୍ମି ଷ୍ଟାଫ, ଚିଫ ଅଫ ଏୟାର ଷ୍ଟାଫ, ଏନଡିଆରଏଫ ଡିଜି, ଆଇଟିବିପି ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଲୋକଙ୍କୁ ସ୍ୱରାଷ୍ଟ୍ର ବ୍ୟାପାର ତଥା ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଶଂସା କରିଥିଲେ । ସେ କହିଥିଲେ, ଏହା ସୁସମନ୍ୱିତ ଅଭିଯାନର ଏକ ଦୃଷ୍ଟାନ୍ତ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନା ବେଶ ଆଗୁଆ ଭାବେ ରିଲିଫ ଆଧାରିତ ଦୃଷ୍ଟିକୋଣ ନେଇ ଆଗକୁ ବଢ଼ି ଜୀବନ ବଞ୍ଚାଇବା ଉପରେ ଫୋକସ କରିଥିଲା । ଆଜିକା ଦିନରେ ସମ୍ଭାବ୍ୟ ସବୁଦିନ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରତିଟି ସ୍ତରରେ ଏକ ସମନ୍ୱିତ ବ୍ୟବସ୍ଥା ପ୍ରସ୍ତୁତ ରହିଛି । ଦେଓଘର ଅପରେସନରେ ଦୃଷ୍ଟାନ୍ତମୂଳକ ସମନ୍ୱୟ ରଖି ଏନଡିଆରଏଫ, ଏସଡିଆରଏଫ, ସଶସ୍ତ୍ର ସେନା, ଆଇଟିବିପି ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ କରିଥିବା ଶ୍ରୀ ଅମିତ ଶାହ କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜ୍ଞାପନ କରିଥିଲେ । ସେ କହିଥିଲେ, ‘‘ଦେଶ ଆଜି ବେଶ ଗର୍ବିତ ଯେ ଆମର ସଶସ୍ତ୍ର ସେନା, ବାୟୁସେନା, ଆଇଟିବିପି, ଏନଡିଆରଏଫ ଏବଂ ପୁଲିସ କର୍ମୀଙ୍କ ରୂପରେ ଦକ୍ଷ ସେନାନି ରହିଛନ୍ତି, ଯେଉଁମାନେ ଅସୁବିଧା ସମୟରେ ନାଗରିକଙ୍କ ଜୀବନ ବଞ୍ଚାଇବା ଲାଗି ବେଶ୍ ସାମର୍ଥ୍ୟ ରଖିଛନ୍ତି ।’’ ସେ କହିଥିଲେ, ‘‘ଲଗାତର ତିନିଦିନ ଧରି ଚବିଶ ଘଣ୍ଟା, ଆପଣମାନେ ଏକ କଠିନ ଉଦ୍ଧାର ଅପରେସନକୁ ଶେଷ କରିଥିଲେ ଏବଂ ଅନେକ ନାଗରିକଙ୍କ ଜୀବନ ବଞ୍ଚାଇଥିଲେ । ମୁଁ ଏହାକୁ ବାବା ବୈଦ୍ୟନାଥଜୀଙ୍କ ଆଶୀର୍ବାଦ ବୋଲି ବିଚାର କରୁଛି ।’’

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ କି ଏନଡିଆରଏଫ ଏହାର ସାହସିକତା ଓ କଠିନ କାର୍ଯ୍ୟ ଜରିଆରେ ସ୍ୱତନ୍ତ୍ର ପରିଚୟ ଓ ଛବି ପ୍ରତିପାଦନ କରିପାରିଛି । ଉଦ୍ଧାର ଅପରେସନର ତମାମ ଘଟଣା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଏନଡିଆରଏଫ ଇନ୍ସପେକ୍ଟର/ଜିଡି ଶ୍ରୀ ଓମ ପ୍ରକାଶ ଗୋସ୍ୱାମୀ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ସଂକଟ ସ୍ଥିତିର ଆବେଗାତ୍ମକ ଦିଗକୁ ଦୃଷ୍ଟିରେ ରଖି କିଭଳି ଉଦ୍ଧାର କାର୍ଯ୍ୟ ପରିଚାଳନା କରାଗଲା, ସେ ବାବଦରେ ପ୍ରଧାନମନ୍ତ୍ରୀ ଶ୍ରୀ ଓମ ପ୍ରକାଶଙ୍କୁ ପଚାରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନଡିଆରଏଫର ସାହସିକତାକୁ ସାରା ଦେଶ ଜାଣିସାରିଛି ।

ସଂକଟ ସମୟରେ ବାୟୁସେନା ଅପରେସନ ସଂକ୍ରାନ୍ତରେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ୱାଇ କେ କଣ୍ଡଲକର ସୂଚନା ଦେଇଥିଲେ । କେବଲ ତାରର ଅତି ନିକଟରେ ହେଲିକପ୍ଟରକୁ ବେଶ ସ୍ଥିର ରଖିବାରେ ପାଇଲଟମାନଙ୍କ ଦକ୍ଷତା ବାବଦରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ମହିଳା ଓ ପିଲାମାନଙ୍କ ସମେତ ଯାତ୍ରୀମାନେ ସଂକଟ ମଧ୍ୟରେ ଥିବା ବେଳେ ତଥା କେବଲ କାରର ପ୍ରତିକୂଳ ସ୍ଥିତିରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ଗରୁଡ଼ କମାଣ୍ଡୋମାନଙ୍କ ଭୂମିକା ବାବଦରେ ଭାରତୀୟ ବାୟୁସେନାର ସର୍ଜେଣ୍ଟ ପଙ୍କଜ କୁମାର ରାଣା ବିସ୍ତୃତ ଭାବେ କହିଥିଲେ । ବାୟୁସେନା କର୍ମଚାରୀଙ୍କ ଅସାଧାରଣ ସାହସିକତାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଦେଓଘରର ଦାମୋଦର ରୋପୱେର ଶ୍ରୀ ପନ୍ନାଲାଲ ଯୋଶୀ ଉଦ୍ଧାର କାର୍ଯ୍ୟରେ ସାଧାରଣ ଲୋକଙ୍କ ଭୂମିକା ବାବଦରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ହେଉଛି ଆମ ସଂସ୍କୃତିର ଅଂଶ ଏବଂ ଏହି ଲୋକମାନଙ୍କର ସାହସ ଓ କୁଶଳତାକୁ ସେ ପ୍ରଶଂସା କରିଥିଲେ ।

ଅପରେସନରେ ଆଇଟିବିପିର ଭୂମିକା ବାବଦରେ ଆଇଟିବିପି ସବ-ଇନ୍ସପେକ୍ଟର ଶ୍ରୀ ଅନନ୍ତ ପାଣ୍ଡେ ବିବରଣୀ ପ୍ରଦାନ କରିଥିଲେ । ଆଇଟିବିପିର ପ୍ରାରମ୍ଭିକ ସଫଳତା ଫସିଥିବା ଲୋକମାନଙ୍କ ମନୋବଳ ବଢ଼ାଇଥିଲା । ପ୍ରଧାନମନ୍ତ୍ରୀ ତମାମ ଟିମକୁ ପ୍ରଶଂସା କରିଥିଲେ ଏବଂ ଦୃଢ଼ସଂକଳ୍ପ ଓ ଧୈର୍ଯ୍ୟର ସହିତ ଯେତେବେଳେ ଚ୍ୟାଲେଞ୍ଜର ସାମ୍ନା କରାଯାଏ, ସେତେବେଳେ ନିଶ୍ଚିତ ସଫଳତା ମିଳିଥାଏ ବୋଲି କହିଥିଲେ ।

ଦେଓଘରର ଜିଲ୍ଲା ମାଜିଷ୍ଟ୍ରେଟ ତଥା ଡେପୁଟି କମିଶନର ଶ୍ରୀ ମଞ୍ଜୁନାଥ ଭଜନ୍ତରି ଅପରେସନରେ ସ୍ଥାନୀୟ ଲୋକଙ୍କର ସହଯୋଗ ବାବଦରେ ଉଲ୍ଲେଖ କରିବା ସହ ବାୟୁସେନା ଆସିବା ପର୍ଯ୍ୟନ୍ତ କିଭଳି ଲୋକଙ୍କ ମନୋବଳ ବଜାୟ ରଖାଗଲା, ତାହା ଦର୍ଶାଇଥିଲେ । ଏଥିସହ ସେ ଏକାଧିକ ଏଜେନ୍ସିର ସମନ୍ୱୟ ଓ କମୁ୍ୟନିକେସନ ଚ୍ୟାନେଲ ବାବଦରେ ବିବରଣୀ ପ୍ରଦାନ କରିଥିଲେ । ସମୟୋଚିତ ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଅପରେସନ ବେଳେ କିଭଳି ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର କରାଗଲା, ସେ ବାବଦରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ତମାମ ଘଟଣାର ଉପଯୁକ୍ତ ଦସ୍ତାବିଜକରଣ ପାଇଁ କହିଥିଲେ ଯଦ୍ଦ୍ୱାରା ଏଭଳି ଦୁର୍ଘଟଣାକୁ ଏଡ଼ାଯାଇ ପାରିବ ।

ଉଦ୍ଧାର ଅପରେସନରେ ସେନାର ଭୂମିକା ବାବଦରେ ବ୍ରିଗେଡିୟର ଅଶ୍ୱିନୀ ନାୟାର ସୂଚନା ଦେଇଥିଲେ । ତଳ ସ୍ତରରେ କେବଲ କାରରୁ ଉଦ୍ଧାର ଘଟଣା ସଂକ୍ରାନ୍ତରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ ଟିମୱାର୍କର ସମନ୍ୱୟ, ତତ୍ପରତା ଓ ଯୋଜନାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଏଭଳି ମାମଲାରେ ସଫଳତା ପାଇଁ ଠିକଣା ସମୟରେ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରି । ସେ କହିଥିଲେ ଯେ ଖାକି ୟୁନିଫର୍ମ ଦେଖିବା ପରେ ଲୋକମାନେ ଆଶ୍ୱସ୍ତି ଅନୁଭବ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଖାକି ଉପରେ ଲୋକଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ଯେବେ ବି ଲୋକମାନେ ଅସୁବିଧାରେ ପଡ଼ନ୍ତି, ଆପଣମାନଙ୍କୁ ଚାହିଁଥାନ୍ତି, ସେମାନେ ବିଶ୍ୱାସ କରିନିଅନ୍ତି ଯେ ସେମାନଙ୍କ ଜୀବନ ଏବେ ସୁରକ୍ଷିତ, ସେମାନଙ୍କଠାରେ ନୂଆ ଆଶା ଜନ୍ମ ନେଇଥାଏ ।’’

ଉଦ୍ଧାର ଅପରେସନ ବେଳେ ସର୍ବଦା ଛୋଟ ପିଲା ଏବଂ ବରିଷ୍ଠଙ୍କୁ ବଞ୍ଚାଇବାର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଏଭଳି ପ୍ରତ୍ୟେକ ଘଟଣାରେ ସୁରକ୍ଷା ବଳରେ ନିରନ୍ତର ଉନ୍ନତି ଆସୁଥିବାରୁ ସେ ପ୍ରଶଂସା କରିଥିଲେ । ସେ ବଳର ଦୃଢ଼ସଂକଳ୍ପ ଓ ଧେର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ବଳ ଓ ଉପକରଣ ବାବଦରେ ସୁରକ୍ଷା ବଳଗୁଡ଼ିକୁ ସଦ୍ୟ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ‘‘ଏହି ସମ୍ପୂର୍ଣ୍ଣ ଅଭିଯାନ ସମ୍ବେଦନଶୀଳତା, ସଂସାଧନଶୀଳତା ଓ ସାହସର ଏକ ପ୍ରତିଫଳନ’’ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କର ସହନଶୀଳତା ବାବଦରେ ଉଲ୍ଲେଖ କରିଥିଲେ ଯେଉଁମାନେ ଧୈର୍ଯ୍ୟ ଓ ସାହସ ପ୍ରଦର୍ଶନ କରିଥିଲେ । ସେ ବିଶେଷକରି ସ୍ଥାନୀୟ ନାଗରିକଙ୍କୁ ସେମାନଙ୍କ ସମର୍ପଣ ଓ ସେବା ମନୋଭାବକୁ ପ୍ରଶଂସା କରିଥିଲେ । ଏହି ଦୁର୍ଘଟଣାରୁ ବଞ୍ଚିଯାଇଥିବା ଯାତ୍ରୀମାନଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ, ‘‘ଏହି ସଂକଟ ପୁନର୍ବାର ସ୍ପଷ୍ଟ କରିଛି ଯେ ଦେଶକୁ ଯେବେ ବି କୌଣସି ବିପର୍ଯ୍ୟୟ ଆଘାତ ପହଞ୍ଚାଏ, ଆମେ ସମସ୍ତେ ଉକ୍ତ ଆହ୍ୱାନ ବିରୋଧରେ ଏକୀକୃତ ମନୋଭାବ ରଖି ଲଢ଼ିଥାଉ ଏବଂ ବିଜୟୀ ହୋଇଥାଉ । ଏହି ଉଦ୍ଧାର ଅପରେସନରେ ‘ସବକା ପ୍ରୟାସ’ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।’’

ସେ ପୀଡ଼ିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଶେଷରେ ଉଦ୍ଧାର ଅପରେସନରେ ଜଡ଼ିତ ସମସ୍ତଙ୍କୁ ବିବରଣୀର ଦସ୍ତାବିଜକରଣ କରିବା ଏବଂ ଭବିଷ୍ୟତର ଉପଯୋଗ ଲାଗି କୁଶଳତାପୂର୍ବକ ଶିଖିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"