ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷାଦାନ ଅଭିଜ୍ଞତା ଏବଂ ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ କୌଶଳ ବିଷୟରେ ସୂଚନା ପ୍ରଦାନ କଲେ
ଆଜିର ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ବ ଶିକ୍ଷକଙ୍କ ହାତରେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଏନଇପିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜ ମାତୃଭାଷାରେ ଶିକ୍ଷା ପ୍ରାପ୍ତ କରିବାର ମହତ୍ତ୍ୱ ବିଷୟରେ କହିଥିଲେ
ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଭାଷା ସହ ପରିଚୟ କରାଇବା ପାଇଁ ବିଭିନ୍ନ ଭାଷାରେ ସ୍ଥାନୀୟ ଲୋକକଥା ଶିଖାଇବାକୁ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି
ସେମାନଙ୍କର ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ପରସ୍ପର ସହ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି
ଭାରତର ବିବିଧତା ଅନୁସନ୍ଧାନ ପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ଭ୍ରମଣରେ ନେଇପାରିବେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ।

 

ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି ।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜ ମାତୃଭାଷାରେ ଶିକ୍ଷା ପ୍ରାପ୍ତିର ଗୁରୁତ୍ୱ ବିଷୟରେ କହିଥିଲେ । ଶିକ୍ଷକମାନେ ବିଭିନ୍ନ ଭାଷାରେ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକକଥା ଶିଖାଇପାରିବେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଏକାଧିକ ଭାଷା ଶିଖିପାରିବେ ଏବଂ ଭାରତର ଜୀବନ୍ତ ସଂସ୍କୃତି ସହିତ ମଧ୍ୟ ପରିଚିତ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିବିଧତା ଅନୁସନ୍ଧାନ କରିବା ପାଇଁ ଶିକ୍ଷାଗତ ଗସ୍ତରେ ନେଇପାରିବେ, ଯାହା ସେମାନଙ୍କ ଶିକ୍ଷଣରେ ସହାୟକ ହେବ ଏବଂ ସେମାନଙ୍କୁ ସେମାନଙ୍କ ଦେଶ ବିଷୟରେ ସାମଗ୍ରିକ ଭାବରେ ଜାଣିବାରେ ମଧ୍ୟ ସାହାଯ୍ୟ କରିବ । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ପୁରସ୍କାର ପ୍ରାପ୍ତ ଶିକ୍ଷକମାନେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ଯୋଡ଼ି ହେବା ଉଚିତ ଏବଂ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଉଚିତ ଯାହା ଦ୍ୱାରା ସମସ୍ତେ ଏଭଳି ଅଭ୍ୟାସରୁ ଶିଖିପାରିବେ, ଏବଂ ଉପକୃତ ହୋଇପାରିବେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା କରୁଛନ୍ତି ଏବଂ ଆଜିର ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ୱ ସେମାନଙ୍କ ହାତରେ ରହିଛି ।

ପୃଷ୍ଠଭୂମି

ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶର କିଛି ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ସମ୍ମାନିତ କରିବା ଏବଂ ସମ୍ମାନିତ କରିବା ଯିଏ କି ନିଜର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ଦ୍ୱାରା କେବଳ ଶିକ୍ଷା କ୍ଷେତ୍ରର ଗୁଣବତ୍ତାରେ ଉନ୍ନତି ଆଣିନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି । ଚଳିତ ବର୍ଷ ଏହି ପୁରସ୍କାର ପାଇଁ ସାରା ଦେଶରୁ ୮୨ ଜଣ ଶିକ୍ଷକଙ୍କୁ ଚୟନ କରାଯାଇଥିଲା, ଯେଉଁଥିରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଚୟନ କରାଯାଇଥିବା ୫୦ ଜଣ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୬ ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ୧୬ ଜଣ ଶିକ୍ଷକ ମନୋନୀତ ହୋଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New FTAs open big export gains across key sectors

Media Coverage

New FTAs open big export gains across key sectors
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
September 05, 2026

Prime Minister Narendra Modi will share 'Mann Ki Baat' on Sunday, September 27th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.