ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମସ୍କଟରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଦର୍ଶକମାନଙ୍କ ମଧ୍ୟରେ ବିଭିନ୍ନ ଭାରତୀୟ ବିଦ୍ୟାଳୟର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ। ଚଳିତ ବର୍ଷଟି ଓମାନରେ ଥିବା ଭାରତୀୟ ବିଦ୍ୟାଳୟଗୁଡ଼ିକ ପାଇଁ ବିଶେଷ ଗୁରୁତ୍ୱ ବହନ କରେ, କାରଣ ସେମାନେ ଦେଶରେ ସେମାନଙ୍କ ପ୍ରତିଷ୍ଠାର ୫୦ ବର୍ଷ ପାଳନ କରୁଛନ୍ତି।

 

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।

 

ଭାରତ ଏବଂ ଓମାନ ମାଣ୍ଡଭିରୁ ମସ୍କଟ ପର୍ଯ୍ୟନ୍ତ ପୁରୁଣା ସମ୍ପର୍କକୁ ଉପଭୋଗ କରନ୍ତି, ଯାହାକୁ ଆଜି ପ୍ରବାସୀ ଭାରତୀୟମାନେ କଠିନ ପରିଶ୍ରମ ଏବଂ ଏକତା ମାଧ୍ୟମରେ ପରିପୁଷ୍ଟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ‘ଭାରତ କୋ ଜାନିୟେ’ କୁଇଜରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରୁଥିବା ସମୁଦାୟକୁ ପ୍ରଶଂସା କରିଥିଲେ। ଭାରତ - ଓମାନ ସମ୍ପର୍କର କେନ୍ଦ୍ରରେ ଜ୍ଞାନ ରହିଛି ବୋଲି ଗୁରୁତ୍ୱାରୋପ କରି, ଏହି ଦେଶରେ ଭାରତୀୟ ବିଦ୍ୟାଳୟର ୫୦ ବର୍ଷ ପୂରଣ ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସମୁଦାୟର କଲ୍ୟାଣ ପାଇଁ ସମର୍ଥନ ଲାଗି ମହାମହିମ ସୁଲତାନ ହାଇଥାମ ବିନ୍ ତାରିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

 

ପ୍ରଧାନମନ୍ତ୍ରୀ ଭାରତର ପରିବର୍ତ୍ତନଶୀଳ ଅଭିବୃଦ୍ଧି ଏବଂ ବିକାଶ, ଏହାର ଗତି ଏବଂ ପରିବର୍ତ୍ତନର ପରିମାଣ ଏବଂ ଗତ ତ୍ରୈମାସିକରେ ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦ୍ୱାରା ପ୍ରତିଫଳିତ ଏହାର ଅର୍ଥନୀତିର ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ। ଗତ ୧୧ ବର୍ଷ ମଧ୍ୟରେ ସରକାରଙ୍କ ସଫଳତା ବିଷୟରେ ସୂଚନା ଦେଇ ମତ ଦେଇଥିଲେ ଯେ, ଦେଶରେ ଭିତ୍ତିଭୂମି ବିକାଶ, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ସବୁଜ ଅଭିବୃଦ୍ଧି ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପରିବର୍ତ୍ତନଶୀଳ ରୂପାନ୍ତରଣ ଘଟିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ବିଶ୍ୱସ୍ତରୀୟ ନବସୃଜନ, ଷ୍ଟାର୍ଟଅପ୍ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମ ବିକଶିତ କରି ଏକବିଂଶ ଶତାବ୍ଦୀ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଭାରତର ୟୁପିଆଇ - ଯାହା ବିଶ୍ୱ ସ୍ତରରେ ହେଉଥିବା ସମସ୍ତ ଡିଜିଟାଲ୍ ଦେୟର ପ୍ରାୟ ୫୦ ପ୍ରତିଶତ, ଏହା ଗର୍ବ ଏବଂ ସଫଳତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଚନ୍ଦ୍ରରେ ଅବତରଣ ଠାରୁ ଆରମ୍ଭ କରି ଯୋଜନାବଦ୍ଧ ଗଗନାୟନ ମାନବ ମହାକାଶ ମିଶନ ପର୍ଯ୍ୟନ୍ତ ମହାକାଶ କ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ମହାକାଶ କ୍ଷେତ୍ର ଭାରତ ଏବଂ ଓମାନ ମଧ୍ୟରେ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏବଂ ଯୁବପିଢ଼ି ପାଇଁ ଉଦ୍ଦିଷ୍ଟ ଇସ୍ରୋର ୟୁବିକା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଛାତ୍ରମାନଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ କେବଳ ଏକ ବଜାର ନୁହେଁ, ବରଂ ବିଶ୍ୱ ପାଇଁ ସାମଗ୍ରୀ ଏବଂ ସେବାଠାରୁ ଡିଜିଟାଲ୍ ସମାଧାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏକ ମଡେଲ।

 

ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ରହିଥିବା ସମ୍ପର୍କରେ ପ୍ରକାଶ କରି କହିଥିଲେ ଯେ, ଯେତେବେଳେ ଏବଂ ଯେକୌଣସି ସ୍ଥାନରେ ଆମ ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ଥାଏ, ସରକାର ସେମାନଙ୍କର ହାତ ଧରିବା ପାଇଁ ସେଠାରେ ଅଛନ୍ତି।

 

ଭାରତ-ଓମାନ ସହଭାଗୀତା ଏଆଇ ସହଯୋଗ, ଡିଜିଟାଲ ଶିକ୍ଷା, ନବସୃଜନ ସହଭାଗୀତା ଏବଂ ଉଦ୍ୟୋଗୀତା ବିନିମୟ ମାଧ୍ୟମରେ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଗଭୀର ଭାବରେ ଶିଖିବା ଏବଂ ସାହସର ସହିତ ନବସୃଜନ କରିବାକୁ ଆହ୍ୱାନ କରିଥିଲେ, ଯାହା ଫଳରେ ସେମାନେ ମାନବଜାତି ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”