ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର 18ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସମୟରେ ଅର୍ଥବ୍ୟବସ୍ଥା ସମ୍ମୁଖରେ କୋଭିଡ-19 ଭଳି ଏକ ଅପ୍ରତ୍ୟାଶିତ ବାଧା ଉତ୍ପନ୍ନ ହୋଇଛି । ସେ କହିଥିଲେ ଯେ ଏହି ମହାମାରୀ ଯୋଗୁ ଦେଖାଇଥିବା ବିପଦ ବିଶ୍ୱ ଯୁଦ୍ଧ ଠାରୁ ମଧ୍ୟ ଭୟଙ୍କର । ତେଣୁ ଏହାର ପ୍ରସାର ରୋକିବା ଉପରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ।

ଅର୍ଥବ୍ୟବସ୍ଥାର ଆଧାର ହେଉଛି ବିଶ୍ୱାସ । ବିଶ୍ୱାସର ଅଭିନବ ଗୁଣ ହେଉଛି, କଷ୍ଟକର ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ଏହାକୁ ହାସଲ କରିହେବ କିମ୍ବା ହରାଇବାକୁ ପଡ଼ିବ । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ବିଶ୍ୱାସର ମାପଦଣ୍ଡ ଏବେ ଏକ କଠିନ ସ୍ଥିତିରେ ରହିଛି । ସେ କହିଥିଲେ ଯେ ପର୍ଯ୍ୟଟନ, ନିର୍ମାଣ, ଚିକିତ୍ସା ଏବଂ ଅସଂଗଠିତ କ୍ଷେତ୍ର ସମେତ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟକଳାପ ସମେତ ବିଭିନ୍ନ କ୍ଷେତ୍ର କୋଭିଡ-19 ଦ୍ୱାରା ପ୍ରଭାବିତ ହୋଇଛି । ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ ।
ବିପତିର ମୁକାବିଲା ଲାଗି ଅଗ୍ରଣୀ ତଥା ସକ୍ରିୟ ଭୂମିକା ଗ୍ରହଣ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଜରୁରି ସାମଗ୍ରୀ ଯୋଗାଣ ଏବଂ ଭେଣ୍ଟିଲେଟର, ଆଇସୋଲେସନ ୱାର୍ଡ ସୃଷ୍ଟି ପାଇଁ ସହାୟତା, କୋଭିଡ-19 ନିରାକରଣ ପାଇଁ ସିଏସଆର ପାଣ୍ଠିର ବିନିଯୋଗ ଏବଂ ସ୍ଥାନାନ୍ତରିତ ଶ୍ରମିକଙ୍କ ପାଇଁ ସହାୟତା ବ୍ୟବସ୍ଥା ଦିଗରେ ସେମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ବ୍ୟାଙ୍କିଙ୍ଗ, ଅର୍ଥ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତିଭୂମି ଆଦି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସେମାନେ ଆଲୋଚନା କରିଥିଲେ ଏବଂ ଆର୍ଥିକ ଓ ବିତିୟ ସହାୟତା ଜରିଆରେ ଏସବୁ ଆହ୍ୱାନର ମୁକାବିଲା ପାଇଁ ଅନୁରୋଧ କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଲାଗି ଆର୍ଥିକ କ୍ଷତି ସତ୍ତ୍ବେ ଲକଡାଉନ କାର୍ଯ୍ୟକାରୀ କରାଯିବାକୁ ଶିଳ୍ପ ପ୍ରତିନିଧିମାନେ ପ୍ରଶଂସା କରିଥିଲେ।

ଅସଂଗଠିତ କ୍ଷେତ୍ର ପାଇଁ ଗୋଟିଏ ସ୍ୱରରେ କହିଥିବା କାରଣରୁ ପ୍ରଧାନମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ତଥା ଏହା ଅର୍ଥନୈତିକ ଏକୀକରଣ ଦିଗରେ ଏକ ନୂଆ ଯୁଗର ଆରମ୍ଭ ବୋଲି କହିଥିଲେ । ଟେକନୋଲୋଜିର ବ୍ୟବହାର କରି ଘରୁ ଥାଇ କାମ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଅନୁମତି ଦେବା ଲାଗି ସେ ନିବେଦନ କରିଥିଲେ । ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ସତ୍ୱେ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନକାଟିବାକୁ ସେ ଅନୁରୋଧ କରିଥିଲେ ।

ଏପରି ସମୟରେ ଜରୁରି ସାମଗ୍ରୀର ଉତ୍ପାଦନ ପ୍ରଭାବିତ ହେବା ଅନୁଚିତ ଏବଂ କଳାବଜାରୀ ଓ ମହଜୁଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ସେ ‘ସ୍ୱଚ୍ଛତା’ ଉପରେ ଗୁରୁତ୍ୱାରୋପ କରିବା ସହିତ କାରଖାନା, ଅଫିସ ଓ କାର୍ଯ୍ୟସ୍ଥଳୀରେ କୋଭିଡ-୧୯ ସଂକ୍ରମଣ ନିରାକରଣ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ବିରୋଧରେ ଆମର ଲଢ଼େଇରେ ସାମାଜିକ ଦୂରତା ରକ୍ଷା କରିବା ସବୁଠୁ ବଡ଼ ଅସ୍ତ୍ର । ଏପରି ଏକ କଠିନ ପରିସ୍ଥିତିରେ ମହାମାରୀ ରୋକିବା ଦିଗରେ ମାନବୀୟ କାରଣ ଲାଗି ସିଏସଆର ପାଣ୍ଠିର ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଏବଂ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ସଚିବ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts