The human face of 'Khaki' uniform has been engraved in the public memory due to the good work done by police especially during this COVID-19 pandemic: PM
Women officers can be more helpful in making the youth understand the outcome of joining the terror groups and stop them from doing so: PM
Never lose the respect for the 'Khaki' uniform: PM Modi to IPS Probationers

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବ ଭାରତୀୟ ପୁଲିସ ସେବା ଅଧିକାରୀମାନଙ୍କ ସହ ସେ ନିୟମିତ ମତ ବିନିମୟ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ ହୋଇପାରିନାହିଁ  । କିନ୍ତୁ ମୋ କାର୍ଯ୍ୟକାଳ ମଧ୍ୟରେ ମୁଁ ନିଶ୍ଚିତ ସେମାନଙ୍କୁ ଭେଟିବି ବୋଲି କହିଛନ୍ତି । ଆଇପିଏସ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ତାଲିମ ସଫଳତାର ସହ ସଂପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ସେମାନଙ୍କ ପୋଷାକ ପାଇଁ ଗର୍ବିତ ହେବା ଆବଶ୍ୟକ । ତେବେ ପୋଷାକ ଦେଇଥିବା କ୍ଷମତା ପାଇଁ ନୁହଁ । ସେ କହିଛନ୍ତି, “କେବେବି ଖାକି ପୋଷାକର ମର୍ଯ୍ୟାଦା ହାନୀ ହେବାକୁ ଦେବା ନାହିଁ । ଖାକି ପୋଷାକର ମାନବୀୟ ମହତ୍ଵ କରୋନା ମହାମାରୀ କାଳରେ ଲୋକଙ୍କ ମାନସପଟରେ ଉଜ୍ଜୀବିତ ହୋଇଛି” ।

ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ,“ଏପର୍ଯ୍ୟନ୍ତ ଆପଣମାନେ ସୁରକ୍ଷା ବାତାବରଣ ମଧ୍ୟରେ ଏଠାରେ ପ୍ରଶିକ୍ଷାର୍ଥୀ ଥିଲେ, ମାତ୍ର ଏକାଡେମିରୁ ବାହାରିବା ମାତ୍ରେ ରାତାରାତି ପରିସ୍ଥିତି ବଦଳି ଯିବ, ଆପଣମାନଙ୍କ ପ୍ରତି ଲୋକମାନଙ୍କ ଧାରଣା ମଧ୍ୟ ବଦଳିବ । ସେ ଦୃଷ୍ଟିରୁ ସତର୍କ ରୁହନ୍ତୁ, କାରଣ ପ୍ରଥମରୁ ସୃଷ୍ଟି ହେଉଥିବା ଧାରଣା ଶେଷ ପର୍ଯ୍ୟନ୍ତ ବଳବତ୍ତର ରହେ । ଆପଣମାନେ ଯେଉଁଆଡେ ବି ବଦଳି ହେବେ, ଆପଣଙ୍କ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ” । ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଶସ୍ୟରୁ ଅଗାଡି ବାଛିବା ଶିଖିବା ପାଇଁ ପରାମର୍ଶ ଦେଇଥିଲେ । ସବୁକଥା ଶୁଣିଲେ ମଧ୍ୟ କେବଳ ଯୁକ୍ତିଯୁକ୍ତ ବିଷୟ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଯେତେବେଳେ ଯୁକ୍ତିଯୁକ୍ତ କଥା ମାନସପଟରେ ପ୍ରବେଶ କରିବ ସେତେବେଳେ ସବୁଯାକ ଅଳନ୍ଧୁ ଦୂର ହୋଇ ହୃଦୟ ନିର୍ମଳ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ସେମାନେ ସବୁବେଳେ ନିଜର କର୍ମସ୍ଥଳୀକୁ ଆପଣାର ମନେ କରନ୍ତୁ ।  ଜନସାଧାରଣଙ୍କୁ  ଅନୁକମ୍ପା ପ୍ରଦର୍ଶନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।  ଅନୁକମ୍ପା ଦ୍ଵାରା ଲୋକଙ୍କ ହୃଦୟ ଜିତିବାର ଅନୁଭୂତି ସବୁଦିନ ପାଇଁ ମନେ ରହିବ, ଯାହା ଲୋକଙ୍କୁ ଭୟ ଦେଖାଇ ହାସଲ କରିହେବ ନାହିଁ । କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ପୁଲିସର ମାନବିକ ଦିଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଯେକୌଣସି ଅପରାଧିକ ସମସ୍ୟାର ସମାଧାନ ପାଇଁ କନଷ୍ଟେବଲ ସ୍ତରରୁ ଉପଲବ୍ଧ ଗୁଇନ୍ଦା ତଥ୍ୟକୁ ଅଗ୍ରାଧିକାର ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ବୈଶ୍ଵିକ ଜ୍ଞାନର ଅଧିକରୁ ଅଧିକ ଉପଯୋଗ ସତ୍ଵେ ତୃଣମୂଳସ୍ତରୀୟ ଗୁପ୍ତ ତଥ୍ୟକୁ ଅଣଦେଖା ନକରିବାକୁ ସେ ପରାମର୍ଶ ଦେଇଥିଲେ । କୃତ୍ରିମ ମେଧା ଓ ଅନ୍ୟାନ୍ୟ ତଥ୍ୟର କୌଣସି ଅଭାବ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଉପଲବ୍ଧ ସୂଚନା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ଗତ କିଛି ବର୍ଷ ମଧ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଜରୁରି କାଳରେ ଯେଭଳି ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଛନ୍ତି, ତାହା ପୁଲିସ ସେବାକୁ ଏକ ନୂତନ ସ୍ଵୀକୃତି ଦେଇଛି । ଏନଡିଆରଏଫ ଦଳକୁ ନିଜ ନିଜ ଅଞ୍ଚଳରେ ସଜାଗ ରଖି ପ୍ରାକୃତିକ ବିପର୍ଯୟ କାଳରେ ସେମାନଙ୍କ ସହାୟତା ନେବା ଲାଗି ପରାମର୍ଶ ଦେଇଥିଲେ । ତାଲିମର ମହତ୍ଵକୁ ସଦାସର୍ବଦା ଅଣଦେଖା ନକରି ତାଲିମକୁ ଏକ ଦଣ୍ଡନୀୟ ପୋଷ୍ଟିଂ ଭାବେ ବିବେଚନା ନକରିବାକୁ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦିନ ଆଗରୁ ମିଶନ କର୍ମଯୋଗୀ ଶୁଭାରମ୍ଭ ହୋଇଛି । ବିଗତ 70 ବର୍ଷ ମଧ୍ୟରେ ପ୍ରଶାସନିକ ସେବାରେ ସାମର୍ଥ୍ୟ ବୃଦ୍ଧି ପାଇଁ ଏହା କରାଯାଇଛି । ଏହା ନିଜର ଭୂମିକା ଓ କର୍ତ୍ତବ୍ୟ ସମ୍ପାଦନ ଉପରେ ଅଧିକ ଗୁରୁତ୍ଵ ଦେଇଛି । ଏହା ବୁଦ୍ଧିମାନ ବ୍ୟକ୍ତିକୁ ଉତ୍ତମ ତାଲିମ ଦେବା ସହ ଠିକ ଲୋକକୁ ଠିକ ଜାଗାରେ କାମ କରିବା ପାଇଁ ସୁଯୋଗ ଦେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,“ଆପଣମାନଙ୍କ କର୍ମ ଏପରି ଯାହାକି ଅନେକ ଅପ୍ରତ୍ୟାଶିତ ସମସ୍ୟାକୁ ସାମନା କରିବା ପାଇଁ ବାଧ୍ୟ କରିବ ଏବଂ ଆପଣମାନେ ସେଥିପାଇଁ ସତର୍କ ଓ ପ୍ରସ୍ତୁତ ରହିବା ଆବଶ୍ୟକ । ଏଥିରେ ମାନସିକ ଚାପର ଅଧିକ ସମ୍ଭାବନା ଥିବା ଦୃଷ୍ଟିରୁ ସବୁବେଳେ ନିଜର ଅନ୍ତରଙ୍ଗ ବ୍ୟକ୍ତିଙ୍କ ସହ ଆଳାପ ଆଲୋଚନା ଖୁବ ଗୁରୁତ୍ୱପୂର୍ଣ୍ଣ । ସମୟ ସମୟରେ ବା ନିଜର ଡ୍ୟୁଟି ନଥିବା ବେଳେ ଆପଣଙ୍କର ଶିକ୍ଷକ ହୁଅନ୍ତୁ ବା ଯାହାଠାରୁ କିଛି ଶିକ୍ଷଣୀୟ ବିଷୟ ଆହରଣ କରିପାରିବେ ସେମାନଙ୍କ ଯୋଗାଯୋଗରେ ରହନ୍ତୁ” ।

ପୁଲିସର ଶାରୀରିକ ଦକ୍ଷତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ତାଲିମ କାଳରେ ଯେଉଁ ଶାରୀରିକ ଦକ୍ଷତା ହାସଲ ହୋଇଛି ତାହାକୁ ବଳବତ୍ତର ରଖିବା ଲାଗି ସେ କହିଛନ୍ତି । ନିଜେ ସୁସ୍ଥ ରହିଲେ ନିଜର ସହକର୍ମୀମାନେ ମଧ୍ୟ ନିଜକୁ ସୁସ୍ଥ ରଖିବେ ଓ ଆପଣମାନଙ୍କ ଦ୍ଵାରା ଅନୁପ୍ରାଣିତ ହେବେ ବୋଲି ସେ କହିଛନ୍ତି । ଏହି ଅବସରରେ ଗୀତାର ଏକ ମହାନ ବାଣୀକୁ ମନେରଖି ତାହାଦ୍ୱାରା ଅନୁପ୍ରାଣିତ ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତାହାହେଲା –

“ଜତ, ଜତ, ଆଚରତି, ଶ୍ରେଷ୍ଠହ,

ତତ, ତତ, ଏବ, ଇତରହ, ଜନହ,

ସହ, ଜତ, ପ୍ରମାଣମ, କୁରୁତେ, ଲୋକହ,

ତତ, ଅନୁର୍ବର୍ତତେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump