କ୍ରୀଡ଼ାରେ ପରାଜୟ ନାହିଁ, କେବଳ ଜିତିବା କିମ୍ବା ଶିଖିବା ଅଛି
ଆପଣ ମାନଙ୍କର ସଫଳତା ସମଗ୍ର ଦେଶକୁ ପ୍ରେରଣା ଦେବା ସହ ନାଗରିକ ମାନଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିଛି
ଆଜିକାଲି ସମୟରେ କ୍ରୀଡ଼ାକୁ ମଧ୍ୟ ବୃତ୍ତି ଭାବେ ଗ୍ରହଣ କରାଯାଉଛି
ଜଣେ ଦିବ୍ୟାଙ୍ଗଙ୍କର କ୍ରୀଡ଼ାରେ ବିଜୟ କେବଳ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ବିଷୟ ନୁହେଁ , ବରଂ ଏହା ଜୀବନରେ ପ୍ରେରଣାର ବିଷୟ
ପୂର୍ବରୁ 'ସରକାରଙ୍କ ପାଇଁ କ୍ରୀଡାବିତ୍‌' ଆଭିମୁଖ୍ୟ ଥିଲା, ଏବେ ଏହା 'କ୍ରୀଡାବିତ୍‌ଙ୍କ ପାଇଁ ସରକାର' ହୋଇଯାଇଛି
"ଆଜି ସରକାରଙ୍କ ଆଭିମୁଖ୍ୟ କ୍ରୀଡାବିତ୍ - କେନ୍ଦ୍ରିତ"
ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଆପଣଙ୍କ ଅଂଶଗ୍ରହଣ ମାନବ ସ୍ୱପ୍ନର ବିଜୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଭାରତର ଏସୀୟ ପାରା ଗେମ୍ସ ଦଳ ସହ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଛନ୍ତି । ଏସୀୟ ପାରା ଗେମ୍ସ ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଭାରତର ଏସୀୟ ପାରା ଗେମ୍ସ ଦଳ ସହ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଛନ୍ତି । ଏସୀୟ ପାରା ଗେମ୍ସ ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

 

ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, "ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ,  ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

କ୍ରୀଡ଼ାର ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କ୍ରୀଡାବିତ୍ ମାନଙ୍କର ଆଭ୍ୟନ୍ତରୀଣ ପ୍ରତିଯୋଗିତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ଖେଳାଳି ମାନଙ୍କର ସର୍ବୋଚ୍ଚ ସ୍ତରର ଅଭ୍ୟାସ ଏବଂ ସମର୍ପଣକୁ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ଆପଣମାନେ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି, ଆପଣ ମାନଙ୍କ ମଧ୍ୟରୁ କିଛି ବିଜୟୀ ହୋଇଥିଲେ, କିଛି ବୁଦ୍ଧିମାନ ହୋଇଥିଲେ, କେହି  କିନ୍ତୁ ପରାଜିତ ହୋଇ ଫେରି ନଥିଲେ । 

"କ୍ରୀଡ଼ାରେ କୌଣସି ପରାଜୟ ନାହିଁ, କେବଳ ଜିତିବା କିମ୍ବା ଶିଖିବା ଅଛି" ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସହ ଜଡ଼ିତ ଶିକ୍ଷଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ଚୟନ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ସେ ଉଲ୍ଲେଖ କରିଛନ୍ତି । ମୋଟ ପଦକ ସଂଖ୍ୟା ୧୧୧ ହେବା ସହିତ ରେକର୍ଡ ଭାଙ୍ଗିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, "ଆପଣଙ୍କ ସଫଳତା ସମଗ୍ର ଦେଶକୁ ପ୍ରେରଣା ଯୋଗାଇଛି ଏବଂ ନାଗରିକ ମାନଙ୍କ ମଧ୍ୟରେ ଗର୍ବର ଭାବନା ମଧ୍ୟ ସୃଷ୍ଟି କରୁଛି । 

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନଙ୍କ ରେକର୍ଡଭଙ୍ଗା ପ୍ରଦର୍ଶନ ପାଇଁ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଗୁଜରାଟରୁ ଲୋକସଭାରେ ରେକର୍ଡ ନିର୍ବାଚନୀ ପ୍ରଦର୍ଶନ ପାଇଁ ଶ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଅଭିନନ୍ଦନ ଜଣାଇବା ସମୟର ଅନୁଭବକୁ ସେ ମନେ ପକାଇଥିଲେ । ଏହି ୧୧୧ ପଦକ କେବଳ ସଂଖ୍ୟା ନୁହେଁ  ବରଂ ୧୪୦ କୋଟି ଲୋକମାନଙ୍କ ସ୍ୱପ୍ନ ବୋଲି ସେ କହିଛନ୍ତି । ଏହି ସଂଖ୍ୟା ୨୦୧୪ରେ ଜିତିଥିବା ପଦକ ସଂଖ୍ୟା ଠାରୁ ତିନି ଗୁଣ ଅଧିକ ଥିବା ବେଳେ ସ୍ୱର୍ଣ୍ଣ ପଦକ ସଂଖ୍ୟା ଦଶ ଗୁଣ ଅଧିକ ଏବଂ ଭାରତ ପଦକ ତାଲିକାରେ ୧୫ତମ ସ୍ଥାନରୁ ଶୀର୍ଷ ୫ରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି । 

ଗତ କିଛି ମାସ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ପାରା ଏସୀୟ କ୍ରୀଡ଼ାରେ ଆପଣ ମାନଙ୍କର ସଫଳତା କେକ୍ ଉପରେ ଆଇସିଂ" କରିବା ଭଳି ଅର୍ଥାତ୍ ବହୁତ ଆକର୍ଷଣୀୟ । ଅଗଷ୍ଟରେ ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଦଳର ପ୍ରଥମ ସ୍ୱର୍ଣ୍ଣ ପଦକ, ଟେବୁଲ ଟେନିସରେ ମହିଳା ଯୋଡିର ପ୍ରଥମ ପଦକ, ପୁରୁଷ ବ୍ୟାଡମିଣ୍ଟନ ଦଳ ଦ୍ୱାରା ଥୋମାସ କପ୍ ବିଜୟ, ଏସୀୟ କ୍ରୀଡ଼ାରେ ୨୮ ସ୍ୱର୍ଣ୍ଣ ପଦକ ସମେତ ରେକର୍ଡ ୧୦୭ ପଦକ ଏବଂ ଏସୀୟ ପାରା ଗେମ୍ସରେ ସର୍ବାଧିକ ସଫଳ ପଦକ ତାଲିକା ବିଷୟରେ ସେ ଉଲ୍ଲେଖ କରିଥିଲେ । 

 

ପାରା ଗେମ୍ସର ସ୍ୱତନ୍ତ୍ର ପ୍ରକୃତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଦିବ୍ୟାଙ୍ଗଙ୍କ କ୍ରୀଡ଼ାରେ ବିଜୟ କେବଳ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ବିଷୟ ନୁହେଁ , ବରଂ ଏହା ଜୀବନରେ ହିଁ ପ୍ରେରଣାର ବିଷୟ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣ ମାନଙ୍କର ପ୍ରଦର୍ଶନ ଯେ କୌଣସି ବ୍ୟକ୍ତିଙ୍କୁ ନିରାଶାର କବଳ ଭିତରେ ପୁଣି ଥରେ ଉତ୍ସାହିତ କରିପାରେ । ପ୍ରଧାନମନ୍ତ୍ରୀ ଏକ କ୍ରୀଡ଼ା ସମାଜ ଭାବରେ ଭାରତର ପ୍ରଗତି ଏବଂ ଏହାର କ୍ରୀଡ଼ା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଆମେ ୨୦୩୦ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାରେ କୌଣସି ଗଳାବାଟ ନାହିଁ ଏବଂ ଖେଳାଳିମାନେ ନିଜ ସାମର୍ଥ୍ୟ ଉପରେ ନିର୍ଭର କରନ୍ତି କିନ୍ତୁ ଏଥିରେ ସାମାନ୍ୟ ସାହାଯ୍ୟର ବହୁତ ପ୍ରଭାବ ପଡିଥାଏ । ପରିବାର, ସମାଜ, ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସହାୟକ ପାରିବେଶିକ ବ୍ୟବସ୍ଥାର ସାମୂହିକ ସମର୍ଥନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପରିବାରରେ କ୍ରୀଡ଼ା ପ୍ରତି ଦୃଷ୍ଟିକୋଣ ବଦଳାଇବା କଥା ସେ ଉଲ୍ଲେଖ କରିଥିଲେ । 

 

"ପୂର୍ବ ସମୟ ପରିବର୍ତ୍ତିତ ହୋଇଛି , ସମାଜ କ୍ରୀଡ଼ାକୁ ଏକ ବୃତ୍ତି ଭାବରେ ସ୍ୱୀକୃତି ଦେବା ଆରମ୍ଭ କରିଛି " ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ 'ସରକାରଙ୍କ ପାଇଁ କ୍ରୀଡାବିତ୍‌' ରୁ ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟରେ ହୋଇଥିବା ପରିବର୍ତ୍ତନ 'କ୍ରୀଡାବିତ୍ ମାନଙ୍କ ପାଇଁ ସରକାର' ଉପରେ ଆଲୋକପାତ କରିଥିଲେ ଏବଂ କ୍ରୀଡାବିତ୍ ମାନଙ୍କ ସଫଳତା ପ୍ରତି ସରକାରଙ୍କ ସମ୍ବେଦନଶୀଳତାକୁ ଶ୍ରେୟ ଦେଇଥିଲେ । "ଯେତେବେଳେ ସରକାର କ୍ରୀଡ଼ାବିତ୍ ମାନଙ୍କ ସ୍ୱପ୍ନ ଏବଂ ସଂଘର୍ଷକୁ ସ୍ୱୀକୃତି ଦେଇଥାନ୍ତି, ସେତେବେଳେ ଏହାର ପ୍ରଭାବ ତାଙ୍କ ନୀତି, ଆଭିମୁଖ୍ୟ ଏବଂ ଚିନ୍ତାଧାରା ଗୁଡିକରେ ଦେଖିବାକୁ ମିଳିଥାଏ" ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କ୍ରୀଡାବିତ୍ ମାନଙ୍କ ପାଇଁ ପୂର୍ବ ସରକାର ମାନଙ୍କର ନୀତି, ଭିତ୍ତିଭୂମି, ପ୍ରଶିକ୍ଷଣ ସୁବିଧା ଏବଂ ଆର୍ôଥକ ସହାୟତାର ଅଭାବକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହା କ୍ରୀଡାବିତ୍ ମାନଙ୍କର ସଫଳତା ପାଇବାରେ ଏକ ବଡ଼ ବାଧକ ସାଜିଛି ବୋଲି କହିଥିଲେ । ବିଗତ ୯ ବର୍ଷ ମଧ୍ୟରେ ଦେଶ ପୁରୁଣା ବ୍ୟବସ୍ଥା ଓ ଆଭିମୁଖ୍ୟରୁ ବିକଶିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଆଜି ବିଭିନ୍ନ କ୍ରୀଡାବିତ୍ ମାନଙ୍କ ପାଇଁ ୪ - ୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । "ସରକାରଙ୍କ ଆଜିର ଆଭିମୁଖ୍ୟ କ୍ରୀଡାବିତ୍  - କେନ୍ଦ୍ରିତ", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଏହା ପ୍ରତିବନ୍ଧକ ଦୂର କରୁଛି ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି । "ସମ୍ଭାବ୍ୟ ଯୁକ୍ତ ମଂଚ ପ୍ରଦର୍ଶନ ସହିତ ସମାନ ଅଟେ । ଯେତେବେଳେ ସମ୍ଭାବ୍ୟତା ଆବଶ୍ୟକ ମଂଚ ପାଇଥାଏ ସେତେବେଳେ ପ୍ରଦର୍ଶନକୁ ପ୍ରୋତ୍ସାହନ ମିଳିଥାଏ", ବୋଲି ସେ ମନ୍ତବ୍ୟ ଦେଇଥିଲେ ଏବଂ ଖେଲୋ ଇଣ୍ଡିଆ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ , ଯାହା କ୍ରୀଡାବିତ୍ ମାନଙ୍କୁ ତୃଣମୂଳ ସ୍ତରରେ ଚିହ୍ନଟ କରି ଏବଂ ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରି ସଫଳତା ହାସଲ କରିଥିଲା । ସେ ଟପ୍ସ ଇନିସିଏଟିଭ୍ ଏବଂ ଏକ ଭିନ୍ନକ୍ଷମ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅସୁବିଧା ଗୁଡିକର ମୁକାବିଲା କରିବା କ୍ଷେତ୍ରରେ କ୍ରୀଡ଼ାବିତ୍ ମାନଙ୍କର ଦୃଢ଼ତା ଦେଶ ପାଇଁ ସେମାନଙ୍କର ସର୍ବଶ୍ରେଷ୍ଠ ଅବଦାନ । ସେ କହିଥିଲେ ଯେ ଆପଣ ଅସମ୍ଭବ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଏହି ପ୍ରେରଣା ସବୁସ୍ଥାନରେ ସ୍ୱୀକୃତି ପାଇଛି ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ପ୍ରଶଂସା ବିଷୟରେ ଉଲ୍ଲେଖ କରିଥିଲେ । ସମାଜର ପ୍ରତ୍ୟେକ ବର୍ଗ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ଠାରୁ ପ୍ରେରଣା ନେଉଛନ୍ତି । ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଆପଣଙ୍କ ଅଂଶଗ୍ରହଣ ମାନବ ସ୍ୱପ୍ନର ବିଜୟ । ଏହା ଆପଣ ମାନଙ୍କର ସବୁଠାରୁ ବଡ ଐତିହ୍ୟ । ଆଉ ସେଥିପାଇଁ ମୋର ବିଶ୍ୱାସ ଯେ ଆପଣମାନେ ଏଭଳି କଠିନ ପରିଶ୍ରମ କରିବେ ଏବଂ ଦେଶକୁ ଗର୍ବିତ କରିବା ଜାରି ରଖିବେ । ଆମ ସରକାର ଆପଣଙ୍କ ସହିତ ଅଛି, ଦେଶ ଆପଣଙ୍କ ସହିତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

 

ସଂକଳ୍ପର ଶକ୍ତିକୁ ଦୋହରାଇବା ସହିତ ପ୍ରଧାନମନ୍ତ୍ରୀ  ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ ଯେ ଏକ ରାଷ୍ଟ୍ର ଭାବରେ ଆମେ କୌଣସି ମାଇଲଖୁଣ୍ଟରେ ଅଟକି ନାହୁଁ ଏବଂ ଆମର ଗୌରବକୁ ଅହୁରି ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ । "ଆମେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ପହଞ୍ଚିଛୁ, ମୁଁ ଦୃଢ଼ତାର ସହ କହୁଛି ଯେ ଆମେ ଏହି ଦଶନ୍ଧି ମଧ୍ୟରେ ଶ୍ରେଷ୍ଠ ୩ଟି ଅର୍ଥନୀତି ମଧ୍ୟରେ ରହିବୁ ଏବଂ ୨୦୪୭ରେ ଏହି ଦେଶ ବିକଶିତ ଭାରତରେ ପରିଣତ ହେବ" । 

ଏହି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଭାରତୀୟ ପାରାଲିମ୍ପିକ୍ସ କମିଟିର ସଭାପତି ଶ୍ରୀମତୀ ଦୀପା ମଲ୍ଲିକ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

୨୦୨୨ ଏସୀୟ ପାରା ଗେମ୍ସରେ ଭାରତ ୨୯ ସ୍ୱର୍ଣ୍ଣ ପଦକ ସହ ମୋଟ ୧୧୧ ପଦକ ଜିତିଛି । ଏସୀୟ ପାରା ଗେମ୍ସ ୨୦୨୨ରେ ସମୁଦାୟ ପଦକ ସଂଖ୍ୟା ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ (୨୦୧୮) ତୁଳନାରେ ୫୪% ବୃଦ୍ଧି ପାଇଛି ଏବଂ ୨୯ ଟି ସ୍ୱର୍ଣ୍ଣ ପଦକ ଜିତିଥିବା ପଦକ ସଂଖ୍ୟା  ୨୦୧୮ ର ବିଜୟ ତୁଳନାରେ ପ୍ରାୟ ଦୁଇଗୁଣ ଥିଲା ।

 

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ପାରାଲିମ୍ପିକ୍ କମିଟି ଓ ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."