ସ୍ବାଧୀନତାର 75ତମ ବର୍ଷପୂର୍ତ୍ତି ପର୍ବ ତଥା ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରିବା ସହିତ ଭବିଷ୍ୟତର ଭାରତ ନିର୍ମାଣ ପାଇଁ ସ୍ପଷ୍ଟ ଦୂରଦୃଷ୍ଟି ଓ ରୋଡମ୍ୟାପ ପ୍ରସ୍ତୁତ କରିବାର ସୁଯୋଗ ଆସିଛି : ପ୍ରଧାନମନ୍ତ୍ରୀ
ଭୌତିକ, ପ୍ରଯୁକ୍ତିଭିତ୍ତିକ ଏବଂ ଆର୍ଥିକ ଯୋଗାଯୋଗ କାରଣରୁ ବିଶ୍ବର ପରିସୀମା ସଙ୍କୁଚିତ ହେଉଛି, ଆମର ରପ୍ତାନି ବୃଦ୍ଧି ନିମନ୍ତେ ସାରା ବିଶ୍ବରେ ନୂତନ ସୁଯୋଗ ସୃଷ୍ଟି ହେଉଛି : ପ୍ରଧାନମନ୍ତ୍ରୀ
ଆମ ଅର୍ଥବ୍ୟବସ୍ଥା ଓ ସମ୍ଭାବନା, ଆମ ଉତ୍ପାଦନ ଓ ସେବା ଉଦ୍ୟୋଗର ଆଧାରକୁ ବିଚାର କଲେ, ରପ୍ତାନି ବୃଦ୍ଧି ନିମନ୍ତେ ଅପାର ସମ୍ଭାବନା ରହିଛି : ପ୍ରଧାନମନ୍ତ୍ରୀ
ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କେବଳ ଆମ ଉତ୍ପାଦନର ଆକାର ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ବିଶ୍ବସ୍ତରୀୟ ଗୁଣବତ୍ତା ଓ ଦକ୍ଷତାର ସ୍ତରରେ ବୃଦ୍ଧି ଘଟାଇବ : ପ୍ରଧାନମନ୍ତ୍ରୀ
ଅତୀତର ଜଟିଳ ଟିକସ ବ୍ୟବସ୍ଥା ଉଚ୍ଛେଦ ପାଇଁ ଭାରତ ନେଇଥିବା ନିଷ୍ପତ୍ତି କେବଳ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁନାହିଁ, ଆମ ନୀତିରେ ସ୍ଥିରତାକୁ ଦର୍ଶାଉଛି ଏବଂ ସମସ୍ତ ନିବେଶକମାନଙ୍କୁ ଏହି ବାର୍ତ୍ତା ଦେଉଛି ଯେ ଭାରତ ନୂତନ
ସମ୍ଭାବନା ପାଇଁ କେବଳ ମାର୍ଗ ପ୍ରଶସ୍ତ କରୁନାହିଁ ବରଂ ଭାରତର ନିର୍ଣ୍ଣାୟକ ସରକାରଙ୍କ ନିକଟରେ ନିଜ ପ୍ରତିଶ୍ରୁତି ପୂରଣ କରିବାର ଇଚ୍ଛାଶକ୍ତି ରହିଛି : ପ୍ରଧାନମନ୍ତ୍ରୀ
ନିୟାମକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର
ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କେବଳ ଆମ ଉତ୍ପାଦନର ଆକାର ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ବିଶ୍ବସ୍ତରୀୟ ଗୁଣବତ୍ତା ଓ ଦକ୍ଷତାର ସ୍ତରରେ ବୃଦ୍ଧି ଘଟାଇବ : ପ୍ରଧାନମନ୍ତ୍ରୀ

ପ୍ରଥମ ଥର ପାଇଁ କରାଯାଇଥିବା ଏକ ପ୍ରୟାସ ସ୍ବରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ଜରିଆରେ ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଏହି ଆଲୋଚନାରେ ମଧ୍ୟ କୋଡ଼ିଏରୁ ଅଧିକ ବିଭାଗର ସଚିବଗଣ, ରାଜ୍ୟ ସରକାରଙ୍କ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଓ ଚାମ୍ବର ଅଫ କମର୍ସର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଆଜାଦୀ କା ଅମ୍ରିତ ମହୋତ୍ସବର ସମୟ। ଏଥିସହିତ ଆମେ ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ମହୋତ୍ସବ ପାଳନ କରୁଛୁ, ଭବିଷ୍ୟତର ଭାରତ ପାଇଁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଓ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି ଏହା ହେଉଛି ଏକ ସୁଯୋଗ। ଏଥିରେ, ଆମର ରପ୍ତାନି ମହତ୍ବାକାଂକ୍ଷା ଏବଂ ସମସ୍ତ ଅଂଶୀଦାରମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ‍େ। ସେ ଆହୁରି କହିଥିଲେ ଯେ ଆଜି ଭୌତିକ, ପ୍ରଯୁକ୍ତିଭିତ୍ତିକ ଏବଂ ଆର୍ଥିକ ଯୋଗାଯୋଗ କାରଣରୁ ପ୍ରତ୍ୟେକ ଦିନ ବିଶ୍ବର ପରିସର ସଙ୍କୁଚିତ ହୋଇଚାଲିଛି। ଏପରି ଏକ ପରିବେଶରେ, ଆମର ରପ୍ତାନି ବୃଦ୍ଧି ପାଇଁ ସାରା ବିଶ୍ବରେ ନୂତନ ସମ୍ଭାବନା ସୃଷ୍ଟି ହେଉଛି। ଏହି ପ୍ରୟାସ ପାଇଁ ସେ ଅଂଶୀଦାରମାନଙ୍କୁ ପ୍ରଶଂସା କରିଥିଲେ ଏବଂ ରପ୍ତାନି କ୍ଷେତ୍ରରେ ଆମର ମହତ୍ବକାଂକ୍ଷୀ ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କ ପକ୍ଷରୁ ବ୍ୟକ୍ତ କରାଯାଇଥିବା ଉତ୍ସାହ, ଆଶାବାଦ ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ସେ ସ୍ମରଣ କରି କହିଥିଲେ ଯେ ଅତୀତରେ ବିଶ୍ବ ଅର୍ଥବ୍ୟବସ୍ଥାରେ ଭାରତର ସର୍ବାଧିକ ଅଂଶଧନର ଏକ ବଡ଼ କାରଣ ଥିଲା ଏହାର ଦୃଢ଼ ବାଣିଜ୍ୟ ଓ ରପ୍ତାନି। ବିଶ୍ବ ଅର୍ଥବ୍ୟବସ୍ଥାରେ ଆମର ପୂର୍ବତନ ଭାଗକୁ ପୁଣିଥରେ ହାସଲ କରିବାକୁ ହେଲେ ଆମର ରପ୍ତାନିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

କୋଭିଡ ପରବର୍ତ୍ତୀ ଜାଗତିକ ବିଶ୍ବରେ ବିଶ୍ବ ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଥିବା ନୂତନ ସୁଯୋଗର ଲାଭ ନେବା ପାଇଁ ସମସ୍ତ ଅଂଶୀଦାରମାନେ ନିଜର ସମସ୍ତ ପ୍ରୟାସ ସମର୍ପିତ ଭାବେ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ଆମ ଅର୍ଥବ୍ୟବସ୍ଥା ଓ ସମ୍ଭାବନା, ଆମ ଉତ୍ପାଦନ ଓ ସେବା ଉଦ୍ୟୋଗର ଆଧାରକୁ ବିଚାର କଲେ, ରପ୍ତାନି ବୃଦ୍ଧି ନିମନ୍ତେ ଅପାର ସମ୍ଭାବନା ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଏହାର ଗୋଟିଏ ପ୍ରମୁଖ ଲକ୍ଷ୍ୟ ହେଉଛି ­­ରପ୍ତାନି କ୍ଷେତ୍ରରେ ଭାରତର ଭାଗକୁ ବୃଦ୍ଧି କରିବା। ସେ କହିଥିଲେ ଯେ ଏହାକୁ ହାସଲ କରିବା ଲାଗି ଆମକୁ ବିଶ୍ବ ଯୋଗାଣ ଶୃଙ୍ଖଳକୁ ହାସଲ କରିବା ସୁନିଶ୍ଚିତ କରିବାକୁ ହେବ, ଯାହାଫଳରେ ଆମର ବ୍ୟବସାୟ ବ୍ୟାପକ ଭାବେ ବୃଦ୍ଧି ପାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଆମର ଉଦ୍ୟୋଗ ଶ୍ରେଷ୍ଠ ପ୍ରଯୁକ୍ତି ଦିଗରେ ଅଗ୍ରସର ହେବା, ନବୋନ୍ମେଷ ପ୍ରତି ଲକ୍ଷ୍ୟବଦ୍ଧ ହେବା ଏବଂ ଗବେଷଣା ଓ ବିକାଶ କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେ କହିଥିଲେ, କେବଳ ଏହି ମାର୍ଗରେ ଅଗ୍ରସର ହେଲେ ବିଶ୍ବ ଯୋଗାଣ ଶୃଙ୍ଖଳରେ ଆମର ଅଂଶଧନ ବୃଦ୍ଧି ପାଇବ। ପ୍ରତିଯୋଗିତା ଓ ଉତ୍କର୍ଷତାକୁ ପ୍ରୋତ୍ସାହନ କରିବା ସହିତ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ବ ଚାମ୍ପିଅନମାନଙ୍କୁ ପ୍ରସ୍ତୁତ କରିବାକୁ ହେବ, ସେ ଜୋର ଦେଇ କହିଥିଲେ।

ରପ୍ତାନିକୁ ବୃଦ୍ଧି କରିବା ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଚାରିଟି କାରଣର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଥମତଃ, ଦେଶରେ ରପ୍ତାନି ବହୁଗୁଣ ବୃଦ୍ଧି ପାଇଛି ଏବଂ ଏହା ଗୁଣବତ୍ତା ଦୃଷ୍ଟିରୁ ପ୍ରତିଦ୍ବନ୍ଦ୍ବିତାମୂଳକ ହେବା ଉଚିତ୍। ଦ୍ବିତୀୟତଃ, ପରିବହନ, ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର ହେବା ଉଚିତ୍, ଏଥିପାଇଁ କେନ୍ଦ୍ର, ରାଜ୍ୟ ଓ ଘରୋଇ ଅଂଶୀଦାରମାନେ ନିରନ୍ତର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ତୃତୀୟତଃ ସରକାରଙ୍କୁ ରପ୍ତାନିକାରୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବା ଆବଶ୍ୟକ ଏବଂ ଶେଷରେ, ଭାରତୀୟ ଉତ୍ପାଦ ପାଇଁ ଅନ୍ତର୍ଜାତୀୟ ବଜାର ସମ୍ପ୍ରସାରିତ ହେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ଏହି ଚାରିଟି କାରଣ ମଧ୍ୟରେ ସମନ୍ବୟ ରହିଲେ ଭାରତ ସଠିକ ଅର୍ଥରେ ମେକ ଇନ ଇଣ୍ଡିଆ ଫର ଓ୍ବାର୍ଲ୍ଡ (ବିଶ୍ବ ପାଇଁ ଭାରତରେ ନିର୍ମାଣ) ଲକ୍ଷ୍ୟ ହାସଲ ଦିଗରେ ସକ୍ଷମ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶରେ ସରକାର, ରାଜ୍ୟ ସରକାର, ବ୍ୟବସାୟିକ ବିଶ୍ବର ଆବଶ୍ୟକତାକୁ ବୁଝି ଆଗକୁ ବଢ଼ୁଛନ୍ତି। ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସେ ସରକାରଙ୍କ ଯୋଜନାଗୁଡ଼ିକର ତାଲିକା ଦେଇଥିଲେ। ଆତ୍ମନିର୍ଭର ଭାରତ ଅନ୍ତର୍ଗତ ନିୟମ ଅନୁପାଳନରେ ଦିଆଯାଇଥିବା ରିହାତି, ତିନି ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନାର ବ୍ୟବସ୍ଥା ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା କେବଳ ଆମ ଉତ୍ପାଦନର ଆକାର ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ବିଶ୍ବ ସ୍ତରର ଗୁଣବତ୍ତା ଓ ଦକ୍ଷତାର ସ୍ତର ବୃଦ୍ଧି ଘଟାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଆତ୍ମନିର୍ଭର ଭାରତ ପାଇଁ ଏକ ନୂଆ ଇକୋସିଷ୍ଟମ ବିକଶିତ କରିବ। ଉତ୍ପାଦନ ଏବଂ ରପ୍ତାନି କ୍ଷେତ୍ରରେ ଭାରତ ନୂଆ ବିଶ୍ବ ଚାମ୍ପିଅନମାନଙ୍କୁ ପାଇପାରିବ। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କିଭଳି ଭାବେ ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିଛି ତାହାର ଉଦାହରଣ ସେ ଦେଇଥିଲେ। ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଆମେ ଏହାର ପ୍ରଭାବ ଅନୁଭବ କରିପାରୁଛୁ। ସାତ ବର୍ଷ ପୂର୍ବେ ଆମେ ପାଖାପାଖି 8 ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ଆମଦାନୀ କରୁଥିଲୁ।  ଏବେ ଏହା 2 ବିଲିୟନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। ସାତ ବର୍ଷ ପୂର୍ବରୁ ଭାରତ 0.3 ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ରପ୍ତାନି କରୁଥିବା ସମୟରେ, ବର୍ତ୍ତମାନ ଏହା ତିନି ବିଲିୟନ ଡଲାରରୁ ଅଧିକକୁ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦେଶରେ ଲଜିଷ୍ଟିକ୍ସର ସମୟ ଓ ଖର୍ଚ୍ଚ ହ୍ରାସ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଏଥିପାଇଁ ପ୍ରତ୍ୟେକ ସ୍ତରରେ ଏକ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀର ପ୍ରଭାବ ହ୍ରାସ କରିବା ଲାଗି ସରକାରଙ୍କ ଦ୍ବାରା ନିରନ୍ତର ପ୍ରୟାସ କରାଯାଉଛି। ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବା ଲାଗି ଏହା ହେଉଛି ଆମର ଶ୍ରେଷ୍ଠ ପ୍ରୟାସ। ଆଜି ଦେଶରେ ଦ୍ରୁତଗତିରେ ଟିକାକରଣ କାର୍ଯ୍ୟ ଜାରି ରହିଛି। ଦେଶବାସୀ ଓ ଉଦ୍ୟୋଗ ଜଗତର ସମସ୍ତ ସମସ୍ୟା ସମାଧାନ କରିବା ଲାଗି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ ଆମର ଉଦ୍ୟୋଗ ଏବଂ ବ୍ୟବସାୟଗୁଡ଼ିକ ଏହି ସମୟ ମଧ୍ୟରେ ଅଭିନବ ପ୍ରୟାସମାନ ରକରିଛନ୍ତି। ସେମାନେ ନୂଆ ଆହ୍ବାନକୁ ସ୍ବୀକାର କରିଛନ୍ତି। ଚିକିତ୍ସା ଜରୁରି ପରିସ୍ଥିତିର ମୁକାବିଲା କରିବାରେ ଉଦ୍ୟୋଗ ଜଗତ ସହାୟକ ହେବା ସହିତ ଅଭିବୃଦ୍ଧିରେ ସୁଧାର ଆଣିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି କାରଣରୁ ଔଷଧ ଏବଂ ଫାର୍ମସ୍ୟୁଟିକାଲ୍ସ ସମେତ କୃଷି ଭଳି କ୍ଷେତ୍ରରେ ଆମର ରପ୍ତାନି ଏକ ନୂଆ ସ୍ତରରେ ପହଞ୍ଚିପାରିଛି। ଆଜି ଆମେ କେବଳ ଅର୍ଥବ୍ୟବସ୍ଥାରେ ସୁଧାର ନୁହେଁ ବରଂ ଦ୍ରୁତ ଅଭିବୃଦ୍ଧିର ସଙ୍କେତ ଦେଖିପାରୁଛୁ। ତେଣୁ, ରପ୍ତାନି ପାଇଁ ଅଧିକ ଲକ୍ଷ୍ୟ ହାସଲ କରିବା ଏବଂ ସେଗୁଡ଼ିକୁ ହାସଲ କରିବାର ଆବଶ୍ୟକତା ରହିଛି। ଏହାକୁ ହାସଲ କରିବା ଲାଗି ସରକାର ପ୍ରତିଟି ସ୍ତରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ, ସରକାର ଆମ ରପ୍ତାନିକାରୀଙ୍କ ପାଇଁ ଏକ ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି, ବୀମା ସୁରକ୍ଷା ବାବଦରେ 88000 କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ, ଆମର ରପ୍ତାନି ପଦକ୍ଷେପଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଫଳରେ ଆମର ରପ୍ତାନି ଡବ୍ଲୁଟିଓ ଅନୁପାଳନ ଅନୁରୂପ ହେବ ଏବଂ ଏହାକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

ବ୍ୟବସାୟିକ କାର୍ଯ୍ୟରେ ସ୍ଥିରତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଅତୀତର ଜଟିଳ ଟିକସ ବ୍ୟବସ୍ଥା ଉଚ୍ଛେଦ ପାଇଁ ଭାରତ ନେଇଥିବା ନିଷ୍ପତ୍ତି କେବଳ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁନାହିଁ, ଆମ ନୀତିରେ ସ୍ଥିରତାକୁ ଦର୍ଶାଉଛି ଏବଂ ସମସ୍ତ ନିବେଶକମାନଙ୍କୁ ଏହି ବାର୍ତ୍ତା ଦେଉଛି ଯେ ଭାରତ ନୂତନ ସମ୍ଭାବନା ପାଇଁ କେବଳ ମାର୍ଗ ପ୍ରଶସ୍ତ କରୁନାହିଁ ବରଂ ଭାରତର ନିର୍ଣ୍ଣାୟକ ସରକାରଙ୍କ ନିକଟରେ ନିଜ ପ୍ରତିଶ୍ରୁତି ପୂରଣ କରିବାର ଇଚ୍ଛାଶକ୍ତି ରହିଛି । ରପ୍ତାନି ଲକ୍ଷ୍ୟ ହାସଲ କରିବା ଏବଂ ସଂସ୍କାର କାର୍ଯ୍ୟକାରୀ କରିବା, ନିବେଶ ଆକୃଷ୍ଟ କରିବା, ବ୍ୟବସାୟିକ ସୁଗମତା ଓ ଶେଷ ମାଇଲର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ରାଜ୍ୟଗୁଡ଼ିକ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ନିୟାମକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ନିକଟତର ହୋଇ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରାଜ୍ୟଗୁଡ଼ିକୁ ରପ୍ତାନି କେନ୍ଦ୍ରରେ ପରିବର୍ତ୍ତନ କରିବା ଲାଗି ବିଭିନ୍ନ ରାଜ୍ୟ ମଧ୍ୟରେ ସୁସ୍ଥ ପ୍ରତିଦ୍ବଦ୍ବିତାକୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଥିଲେ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଉତ୍ପାଦ ପାଇଁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ସାମଗ୍ରିକ ଏବଂ ବିସ୍ତୃତ କାର୍ଯ୍ୟ ଯୋଜନା ମାଧ୍ୟମରେ ରପ୍ତାନି କ୍ଷେତ୍ରରେ ଆମର ମହତ୍ବାକାଂକ୍ଷୀ ଲକ୍ଷ୍ୟ ହାସଲ ହୋଇପାରିବ। ଆମର ବର୍ତ୍ତମାନର ରପ୍ତାନିକୁ ତ୍ବରାନ୍ବିତ କରିବା ଏବଂ ନୂଆ ଉତ୍ପାଦ ପାଇଁ ବଜାର, ନୂଆ ଲକ୍ଷ୍ୟ ସୃଷ୍ଟି କରିବା ପାଇଁ ସେ ଅଂଶୀଦାରମାନଙ୍କୁ ଆହ୍ବାନ କରିଥିଲେ। ବର୍ତ୍ତମାନ, ଆମ ରପ୍ତାନିର ପାଖାପାଖି 60 ପ୍ରତିଶତ କେବଳ ଚାରିଟି ପ୍ରମୁଖ ଲକ୍ଷ୍ୟସ୍ଥଳୀକୁ କରାଯାଇଛି। ଅନୁରୂପ ଭାବେ, ଆମ ରପ୍ତାନିର ପାଖାପାଖି 60 ପ୍ରତିଶତ ଇଞ୍ଜିନିୟରିଂ ସାମଗ୍ରୀ, ରତ୍ନପଥର ଓ ଅଳଙ୍କାର, ପେଟ୍ରୋଲିୟମ ଓ ରାସାୟନିକ ଉତ୍ପାଦ ଏବଂ ଔଷଧ ସହ ସମ୍ପୃକ୍ତ। ନୂଆ ଲକ୍ଷ୍ୟସ୍ଥଳୀ ସନ୍ଧାନ କରିବା ଏବଂ ବିଶ୍ବକୁ ଆମର ନୂଆ ଉତ୍ପାଦ ନେଇଯିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଖଣି, କୋଇଲା ପ୍ରତିରକ୍ଷା, ରେଳବାଇ ଭଳି କ୍ଷେତ୍ରରେ ଆମର ଉଦ୍ୟୋଗୀମାନେ ରପ୍ତାନି ବୃଦ୍ଧି ପାଇଁ ନୂଆ ସୁଯୋଗ ପାଉଛନ୍ତି।

ରାଷ୍ଟ୍ରଦୂତ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଯେଉଁ ଦେଶରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ସେହି ଦେଶର ଆବଶ୍ୟକତାକୁ ସେମାନେ ବୁଝିବା ଆବଶ୍ୟକ। ଏଠାରେ ବାଣିଜ୍ୟ ଉଦ୍ୟୋଗ ପାଇଁ ଏକ ସେତୁ ଭଳି କାମ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ଭାରତର ଶକ୍ତି ବୃଦ୍ଧି ପାଇଁ ପ୍ରତିନିଧିତ୍ବ କରିବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ। ସେ ବାଣିଜ୍ୟ ମନ୍ତ୍ରଣାଳୟକୁ ଅନୁରୋଧ କରି କହିଥିଲେ ଯେ ଏପରି ଏକ ବ୍ୟବସ୍ଥା କରାଯିବା ଉଚିତ୍ ଯାହାଫଳରେ ଆମର ରପ୍ତାନିକାରୀ ଓ ଆମର ଦୂତାବାସଙ୍କ ମଧ୍ୟରେ ଏକ ସ୍ଥିର ଯୋଗାଯୋଗ ସ୍ଥାପନ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରପ୍ତାନିକାରୀଙ୍କ ଠାରୁ ଆମର ଅର୍ଥବ୍ୟବସ୍ଥାକୁ ସର୍ବାଧିକ ଲାଭ ଦେବା ଉଦ୍ଦେଶ୍ୟରେ ଆମକୁ ଦେଶ ଭିତରେ ମଧ୍ୟ ଏକ ବାଧାମୁକ୍ତ ଏବଂ ଉଚ୍ଚମାନର ଯୋଗାଣ ଶୃଙ୍ଖଳ ନିର୍ମାଣ କରିବାକୁ ହେବ। ଏଥିପାଇଁ ଆମକୁ ନୂଆ ସମ୍ପର୍କ ଏବଂ ନୂଆ ସହଭାଗିତା ନିର୍ମାଣ କରିବାକୁ ହେବ। ଆମର ଏମଏସଏମଇ, ଚାଷୀ ଏବଂ ଆମର ମତ୍ସ୍ୟଚାଷୀମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆମର ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ସହାୟତା ଦେବା ପାଇଁ ସେ ସମସ୍ତ ରପ୍ତାନିକାରୀଙ୍କୁ ଅନୁରୋଧ କରିଥିଲେ।

ଗୁଣବତ୍ତା ଓ ବିଶ୍ବସନୀୟତା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ବିଶ୍ବର ପ୍ରତ୍ୟେକ କୋଣ ଅନୁକୋଣରେ ଉଚ୍ଚଗୁଣବତ୍ତା ଯୁକ୍ତ ଭାରତୀୟ ଉତ୍ପାଦ ପାଇଁ ପ୍ରାକୃତିକ ଚାହିଦା ସୃଷ୍ଟି କରିବା ଆମର ପ୍ରୟାସ। ସେ ଉଦ୍ୟୋଗଜଗତ, ସମସ୍ତ ରପ୍ତାନିକାରୀମାନଙ୍କୁ ଆଶ୍ବାସନା ଦେଇଥିଲେ ଯେ ସରକାର ସେମାନଙ୍କୁ ପ୍ରତ୍ୟେକ ମାର୍ଗରେ ସହାୟତା ଯୋଗାଇ ଦେବେ। ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଏବଂ ଏକ ସମୃଦ୍ଧ ଭାରତ ନିର୍ମାଣ କରିବା ଲାଗି ସେ ଉଦ୍ୟୋଗ ଜଗତକୁ ଆହ୍ବାନ କରିଥିଲେ!

ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର ଏହି କାର୍ଯ୍ୟକ୍ରମର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଲୋକାଲ ଗୋଜ୍ ଗ୍ଲୋବାଲ (ସ୍ଥାନୀୟ ଉତ୍ପାଦକୁ ବିଶ୍ବସ୍ତରୀୟ କରିବା) ହୋଇଥିବା ବେଳେ ଭାରତୀୟ ଦୂତାବାସଗୁଡ଼ିକୁ ବିଶ୍ବସ୍ତରରେ ସ୍ଥାନୀୟ ଆବଶ୍ୟକତାକୁ ବୁଝିବାକୁ ହେବ ଯାହାଫଳରେ ଏକ ନିର୍ଦ୍ଦିଷ୍ଟ ଦେଶର ଚାହିଦା ସହିତ ଆମର ଉତ୍ପାଦନକାରୀମାନଙ୍କୁ ଯୋଡ଼ା ଯାଇପାରିବ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ବର୍ତ୍ତମାନ ବିଶ୍ବସ୍ତରୀୟ ପରିବେଶ ଅନୁକୂଳ ରହିଛି ଏବଂ ଆମକୁ ଆମ ରପ୍ତାନି ବୃଦ୍ଧି ନିମନ୍ତେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ରପ୍ତାନି କ୍ଷେତ୍ରରେ ରହିଥିବା ତୁଳନାତ୍ମକ ଓ ପ୍ରତିଯୋଗିତାମୂଳକ ସୁବିଧାର ଲାଭ ଉଠାଇବାକୁ ପଡ଼ିବ।

ଭାରତର ରପ୍ତାନି ବୃଦ୍ଧି ନିମନ୍ତେ ଭାରତୀୟ ଦୂତାବାସଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ମତାମତ ଓ ପରାମର୍ଶ ଦେଇଥିଲେ। କ୍ଷେତ୍ର ଏବଂ ଅଞ୍ଚଳ ଆଧାରିତ ବାଣିଜ୍ୟ ଲକ୍ଷ୍ୟ, ଉତ୍ପାଦଗୁଡ଼ିକର ମାନକ ଗୁଣବତ୍ତା, ଯୋଗାଣ ଶୃଙ୍ଖଳର ବିବିଧକରଣ, ଯୋଗାଣ କ୍ଷେତ୍ରରେ ବିଶ୍ବସନୀୟତାକୁ ସୁନିଶ୍ଚିତ କରିବା ଏବଂ ଯୋଗାଯୋଗରେ ସୁଧାର ଆଣିବା ଆଦି କ୍ଷେତ୍ରରେ ସେମାନେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ନୂଆ ବଜାର ଏବଂ କ୍ଷେତ୍ର ନିର୍ଦ୍ଦିଷ୍ଟ ଉତ୍ପାଦ ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି, ଅନୁରୂପ ଭାବେ, ବର୍ତ୍ତମାନ ଆମେ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛୁ ସେଠାରେ କ୍ଷେତ୍ର ଓ ଉତ୍ପାଦରେ ଆମର ପ୍ରତିଦ୍ବନ୍ଦ୍ବିତା ଗୁଣକୁ ବଜାୟ ରଖିବାର ଆବଶ୍ୟକତା ରହିଛି।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi