ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ବିଭିନ୍ନ ପ୍ରାନ୍ତର ଗଭର୍ଣ୍ଣରଙ୍କ ସହ ଭାବ ବିନିମୟ କରୁଛନ୍ତି । ଆଲୋଚନାରେ ୧୬ ଜଣ ଗଭର୍ଣ୍ଣର ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

ଭାରତରେ ଯେପରି ପ୍ରତ୍ୟେକ ରାଜ୍ୟର ବିବିଧ କ୍ଷମତା ରହିଛି, ଜାପାନର ପ୍ରତ୍ୟେକ ପ୍ରାନ୍ତର ମଧ୍ୟ ସେହିପରି ସ୍ୱତନ୍ତ୍ର ଅର୍ଥନୈତିକ ପରିଚୟ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ଅଭିବୃଦ୍ଧି ରାସ୍ତାରେ ସାମିଲ ହେବାକୁ ସେ ଗଭର୍ଣ୍ଣରମାନଙ୍କୁ ଆହ୍ୱାନ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ଥିବା ଯୁବ ଏବଂ ଦକ୍ଷତା ବିନିମୟ ପ୍ରତିବଦ୍ଧତାରେ ସାମିଲ ହେବାକୁ ସେମାନଙ୍କୁ ସେ ଆଗ୍ରହ ଜଣାଇବା ସହ ଜାପାନର ପ୍ରଯୁକ୍ତି ବିଦ୍ୟା ସହ ଭାରତର ଦକ୍ଷତାକୁ ସମ୍ମିଶ୍ରଣ କରିବାକୁ ଆହ୍ୱାନ ଦେଇଥିଲେ । ଗଭର୍ଣ୍ଣରମାନେ ଉଲ୍ଲେଖ କରିଥିଲେ, ଭାରତ-ଜାପାନ ବାଣିଜ୍ୟ, ଶିକ୍ଷା, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ମହତ୍ୱାକାଂକ୍ଷାର ପରବର୍ତ୍ତୀ ପିଢ଼ି ପାଇଁ ଉପରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth