ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସୁନ୍ଦର ପିଚାଇ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମର ସମ୍ପ୍ରସାରଣ ଉପରେ ଆଲୋଚନା କରିଛନ୍ତି
ୟୁପିଆଇ ବ୍ୟବହାର ଦ୍ୱାରା ଭାରତରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ମଜଭୁତ କରିବା ପାଇଁ ଗୁଗଲର ଯୋଜନା ବାବଦରେ ସୁନ୍ଦର ପିଚାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଗଲ ତଥା ଆଲଫାବେଟ୍ ସିଇଓ ଶ୍ରୀ ସୁନ୍ଦର ପିଚାଇଙ୍କ ସହ ଭର୍ଚୁଆଲି ଆଲୋଚନା କରିଛନ୍ତି ।

 

ଆଲୋଚନାରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ପିଚାଇ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଭାରତରେ କ୍ରୋମବୁକ୍ ନିର୍ମାଣ ପାଇଁ ଏଚପି ସହ ଗୁଗଲର ସହଭାଗିତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଗୁଗଲର ୧୦୦ ଭାଷାର ପଦକ୍ଷେପ ଏବଂ ଭାରତୀୟ ଭାଷାରେ ଏଆଇ ସାଧନ ଉପଲବ୍ଧ କରାଇବାର ପ୍ରୟାସକୁ ପ୍ରୋତ୍ସାହିତ କରିଛନ୍ତି । ସୁଶାସନ ପାଇଁ ଏଆଇ ସାଧନ ଉପରେ କାର୍ଯ୍ୟ କରିବା ଲାଗି ମଧ୍ୟ ସେ ଗୁଗଲକୁ ଉତ୍ସାହିତ କରିଛନ୍ତି ।

 

ଗାନ୍ଧୀନଗରରେ ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍‌-ସିଟି (ଜିଆଇଏଫଟି)ରେ ଏହାର ବିଶ୍ୱସ୍ତରୀୟ ଫିନଟେକ ଅପରେସନ ସେଣ୍ଟର ଖୋଲିବା ଲାଗି ଗୁଗଲର ଯୋଜନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।

 

ଗୁଗଲ ପେ ଏବଂ ୟୁପିଆଇର ଶକ୍ତିକୁ ବ୍ୟବହାର କରି ଭାରତରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ସୁଦୃଢ଼ କରିବା ପାଇଁ ଗୁଗଲର ଯୋଜନା ବାବଦରେ ଶ୍ରୀ ପିଚାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଭାରତର ବିକାଶରେ ଯୋଗଦାନ କରିବାକୁ ଗୁଗଲର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

 

୨୦୨୩ ଡିସେମ୍ବରରେ ନୂଆଦିଲ୍ଲୀରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଏଆଇ ସମ୍ମିଳନୀରେ ଗ୍ଲୋବାଲ ପାର୍ଟନରସିପରେ ଯୋଗଦାନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୁଗଲକୁ ନିମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance