ଭାରତ ୧୦୦ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଟିକା ନିର୍ମାତାକାରୀମାନଙ୍କର ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଗତ ଦେଢ଼ ବର୍ଷ ମଧ୍ୟରେ ଦେଶ ଶିକ୍ଷା ଲାଭ କରିଥିବା ଶ୍ରେଷ୍ଠ ପ୍ରଚଳନଗୁଡ଼ିକୁ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ
ଦୂରଦୃଷ୍ଟି ସମ୍ପନ୍ନ ଏବଂ ଓଜସ୍ୱୀ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟିକା ନିର୍ମାତା; ସରକାର ଏବଂ ଉଦ୍ୟୋଗ ଜଗତ ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ସହଯୋଗକୁ କଲେ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକକଲ୍ୟାଣ ମାର୍ଗ ଠାରେ ଘରୋଇ ଟିକା ନିର୍ମାତାମାନଙ୍କ ସହିତ ଆଲୋଚନା କରିଛନ୍ତି।

ଦେଶ ୧୦୦ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଏଥିରେ ଟିକା ନିର୍ମାତାମାନଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଟିକା ନିର୍ମାତାମାନେ ଭାରତର ଏହି ସଫଳତାର କାହାଣୀରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ମହାମାରୀ ସମୟରେ ସେମାନଙ୍କର କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ଆମେ ଶିକ୍ଷା ଲାଭ କରିଥିବା ଶ୍ରେଷ୍ଠ ପ୍ରଚଳନଗୁଡ଼ିକୁ ଦେଶ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି। ବିଶ୍ୱସ୍ତରୀୟ ମାନକ ସହିତ ତାଳ ଦେଇ ଚାଲିବାକୁ ହେଲେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ଟିକାକରଣର ସଫଳତା ପରେ ସାରା ବିଶ୍ୱ ଆଜି ଭାରତ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଛି। ସେ କହିଥିଲେ ଯେ ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ଟିକା ନିର୍ମାତାମାନେ ନିରନ୍ତର କାର୍ଯ୍ୟ କରିବାର ଆବଶ୍ୟକ।

ଘରୋଇ ଟିକା ନିର୍ମାତାମାନେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଏବଂ ଓଜସ୍ୱୀ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଟିକା ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ନିରନ୍ତର ମାର୍ଗଦର୍ଶନ ଏବଂ ସହାୟତା ବିଷୟରେ ସେମାନେ ଉଲ୍ଲେଖ କରିଥିଲେ।  ସେମାନେ ପ୍ରଶଂସା କରି କହିଥିଲେ ଯେ ସରକାର ଏବଂ ଉଦ୍ୟୋଗ ଜଗତ ମଧ୍ୟରେ ଏପରି ବ୍ୟାପକ ସହଯୋଗ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଆହୁରି, ଏ ସମସ୍ତ ପ୍ରୟାସରେ ନିୟାମକ ସଂସ୍କାର, ପ୍ରକ୍ରିୟାର ସରଳୀକରଣ, ସମୟୋଚିତ ଅନୁମୋଦନ ଏବଂ ସରକାରଙ୍କ ଭବିଷ୍ୟ ଉନ୍ମୁଖୀ ଏବଂ ସହାୟକ ମନୋଭାବକୁ ଟିକା ନିର୍ମାତାମାନେ ଉଚ୍ଚପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଦେଶ ଯଦି ପୁରୁଣା ନିୟମଗୁଡ଼ିକୁ ପାଳନ କରିଥାନ୍ତା, ତା’ହେଲେ ଟିକାକରଣରେ ବହୁବିଳମ୍ବ ଘଟିଥାଆନ୍ତା। ବର୍ତ୍ତମାନ ସୁଦ୍ଧା ଆମେ ଟିକାକରଣର ଯେଉଁସ୍ତରରେ ପହଞ୍ଚିପାରିଛୁ ସେଠାରେ ହୁଏତ’ ପହଞ୍ଚି ପାରିନଥାନ୍ତୁ।

ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନିୟାମକଜନିତ ସଂସ୍କାରକୁ ଶ୍ରୀ ଅଦର ପୁନାୱାଲା ପ୍ରଶଂସା କରିଥିଲେ। ମହାମାରୀ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କର ଦୃଢ଼ ନେତୃତ୍ୱକୁ ଶ୍ରୀ ସାଇରସ ପୁନାୱାଲା ପ୍ରଶଂସା କରିଥିଲେ। କୋଭାକ୍ସିନର ବିକାଶ ହେବା ସମୟରେ ନିୟମିତ ସହାୟତା ଏବଂ ପ୍ରେରଣା ଯୋଗାଇ ଦେବା ଏବଂ ନିଜେ କୋଭାକ୍ସିନ ନେଇ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଡକ୍ଟର କ୍ରିଷ୍ଣା ଇଲା ପ୍ରଶଂସା କରିଥିଲେ। ମିଳିତ ଜାତିସଂଘ ସାଧାରଣ ପରିଷଦ ସଭାରେ ଡିଏନଏ ଆଧାରିତ ଟିକା ସମ୍ପର୍କରେ ଉଲ୍ଲେଖ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପଙ୍କଜ ପଟେଲ ପ୍ରଶଂସା କରିଥିଲେ। ଦେଶ ଟିକାକରଣ କ୍ଷେତ୍ରରେ ଏପରି ଏକ ଅବିଶ୍ୱସନୀୟ ମାଇଲଖୁଣ୍ଟ ହାସଲ କରିଥିବାରୁ ମହିମା ଦାତଲା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଉଚ୍ଚପ୍ରଶଂସା କରିଥିଲେ। ଟିକା ବିକାଶ କ୍ଷେତ୍ରରେ ନବୋନ୍ମେଷ ଏବଂ ବ୍ୟାକ ୱାର୍ଡ ଇଣ୍ଟିଗ୍ରେସନର ଗୁରୁତ୍ୱ ବିଷୟରେ ଡକ୍ଟର ସଞ୍ଜୟ ସିଂ ଆଲୋଚନା କରିଥିଲେ। ଏହି ପ୍ରୟାସ କାଳରେ ସରକାର ଏବଂ ଉଦ୍ୟୋଗ ଜଗତ ମଧ୍ୟରେ ସହଭାଗିତାକୁ ଶ୍ରୀ ସତୀଶ ରେଡ୍ଡୀ ପ୍ରଶଂସା କରିଥିଲେ। ମହାମାରୀ ସମୟରେ ସରକାର ନିୟମିତ ଯୋଗାଯୋଗ ରକ୍ଷା କରିଥିବାରୁ ଡାକ୍ତର ରାଜେଶ ଜୈନ ପ୍ରଶଂସା କରିଥିଲେ।

ଏହି ଆଲୋଚନାରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଶ୍ରୀ ସାଇରସ ପୁନାୱାଲା ଏବଂ ଶ୍ରୀ ଅଦର ପୁନାୱାଲା, ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡର ଡ. କ୍ରୀଷ୍ଣା ଇଲା ଏବଂ ସୁଶ୍ରୀ ସୁଚିତ୍ରା ଇଲା, ଜାଇଡସ କ୍ୟାଡିଲାର ଶ୍ରୀ ପଙ୍କଜ ପଟେଲ ଏବଂ ଡକ୍ଟର ଶେର୍ଭିଲ ପଟେଲ, ବାୟୋଲୋଜିକାଲ ଇ ଲିମିଟେଡର ମହିମା ଦାତଲା ଏବଂ ଶ୍ରୀ ନରେନ୍ଦର ମାଣ୍ଟେଲା, ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ଡକ୍ଟର ସଞ୍ଜୟ ସିଂ ଏବଂ ଶ୍ରୀ ସତୀଶ ରାମଲାଲ ମେହତା, ଡକ୍ଟର ରେଡ୍ଡୀଜ୍ ଲାବ୍‌ର ଶ୍ରୀ ସତୀଶ ରେଡ୍ଡୀ ଏବଂ ଶ୍ରୀ ଦୀପକ ସାପ୍ରା, ପାନାସିଆ ବାୟୋଟେକ୍ ଲିମିଟେଡର ଡକ୍ଟର ରାଜେଶ ଜୈନ ଏବଂ ଶ୍ରୀ ହର୍ଷିତ ଜୈନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.