ୱକଫ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଦାଉଦି ବୋହରା କମ୍ୟୁନିଟି
ପ୍ରଧାନମନ୍ତ୍ରୀଙ୍କୁ ୱକଫ ଜନିତ ସମସ୍ୟା କହିଲେ ଦାଉଦି ବୋହରା କମ୍ୟୁନିଟି
ସଂଖ୍ୟାଲଘୁଙ୍କ ପାଇଁ ଏହା ଉଦ୍ଦିଷ୍ଟ
ସବକା ସାଥ, ସବକା ବିକାଶ ଯୋଜନାକୁ ଦାଉଦି କମ୍ୟୁନିଟିର ପ୍ରଶଂସା
ମହିଳା, ବିଧବାମାନଙ୍କ ପାଇଁ ୱକଫ ଆଇନ କାମ କରିବ : ପ୍ରଧାନମନ୍ତ୍ରୀ

ଗୁରୁବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ବାସଭବନରେ ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟିମରେ ବୋହରା କମ୍ୟୁନିଟିର କିଛି ପ୍ରତିଷ୍ଠିତ ବ୍ୟବସାୟୀ, ଚାକିରିଆ, ଡାକ୍ତର, ଶିକ୍ଷାବିତ ରହିଥିଲେ । ସେମାନଙ୍କର ଜମିକୁ ଭୁଲବଶତଃ ୱକଫ ପକ୍ଷରୁ ଦାବି କରାଯାଇ ଆସୁଥିବା କୁହାଯାଇଥିଲା । ତେବେ ୱକଫ ଆଇନରେ ସଂଶୋଧନ ଆଣିଥିବାରୁ ଏହି କମ୍ୟୁନିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

ଦୀର୍ଘ ଦିନ ଧରି ୱକଫ ଆଇନରେ ସଂଶୋଧନ ଅଣାଯିବାକୁ ପ୍ରସ୍ତାବ ରହିଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା କରାଯାଇଥିବାରୁ ସମ୍ପୃକ୍ତ କମ୍ୟୁନିଟିର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏହି ଆଇନ କେବଳ ସଂଖ୍ୟାଲଘୁ ନୁହେଁ ବରଂ ଅତିି ସଂଖ୍ୟାଲଘୁଙ୍କୁ ସୁହାଇବ ବୋଲି ମତପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମାଜର ମୁଖ୍ୟଧାରାରେ ସେମାନେ ନିଜକୁ ସାମିଲ କରାଇପାରିଥିବା କହିଛନ୍ତି ।

୨୦୪୭ ସୁଦ୍ଧା ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ କାମ କରାଯିବ ବୋଲି ବୋହରା ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି । ଲୋକଙ୍କ ପାଇଁ ହେଉଥିବା କାମ ପ୍ରକୃତପକ୍ଷେ ତାଙ୍କ ଶାସନର ବୈଶିଷ୍ଟ୍ୟ ବୋଲି କୁହାଯାଇଛି । ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆତ୍ମ ନିର୍ଭର ଭାରତ ଯୋଜନା, ଏମଏସଏମଇ ଯୋଜନା, ବେଟି ବଚାଓ ବେଟି ପଢାଓ ଅଭିଯାନ, ମହିଳା ସଶକ୍ତିକରଣ ପରି ଅନେକ ଯୋଜନା ବେଶ ଲୋକପ୍ରିୟ ହୋଇପାରିଛି ବୋଲି ବୋହରା ସମ୍ପ୍ରଦାୟ ପକ୍ଷରୁ ଅବଗତ କରାଯାଇଛି । ବାକଫ ସଂଶୋଧନ ପାଇଁ ବର୍ଷ ତମାମ କାମ କରାଯାଇଛି । ଅନୁନ୍ନତବର୍ଗର ମହିଳା ବିଶେଷକରି ବିଧବାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ସଂଶୋଧନ କରାଯାଇଛି ।

ବୋହରା ସମ୍ପ୍ରଦାୟର ଅନେକ ବନ୍ଧୁଙ୍କ ସ୍ମୃତି ଚାରଣ ପ୍ରଧାନମନ୍ତ୍ରୀ କରିଥିଲେ । ଏହି ସମ୍ପ୍ରଦାୟର ବର୍ଷ ବର୍ଷର ସାମାଜିକ କଲ୍ୟାଣ ପରମ୍ପରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଯେତେବେଳେ ଏହି ବାକଫ ଆଇନ ସଂଶୋଧନ ପାଇଁ ପ୍ରାରମ୍ଭିକ ସମୟରେ କାମ ଆରମ୍ଭ ହୋଇଥିଲା ସେତେବେଳେ ସୟେଦନା ମୁଫାଦ୍ଦଲ ସଇଫୁଦ୍ଦିନଙ୍କ ସହ ବିସ୍ତୃତ ଭାବେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନିଜେ କଥା ହୋଇଥିବା କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat