We need to follow a new mantra - all those who have come in contact with an infected person should be traced and tested within 72 hours: PM
80% of active cases are from 10 states, if the virus is defeated here, the entire country will emerge victorious: PM
The target of bringing down the fatality rate below 1% can be achieved soon: PM
It has emerged from the discussion that there is an urgent need to ramp up testing in Bihar, Gujarat, UP, West Bengal, and Telangana: PM
Containment, contact tracing, and surveillance are the most effective weapons in this battle: PM
PM recounts the experience of Home Minister in preparing a roadmap for successfully tackling the pandemic together with Delhi and nearby states

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ,  ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ । ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ ।

ଟିମ୍‌ ଇଣ୍ଡିଆ ଦ୍ୱାରା ଟିମ୍‌ ୱାର୍କ

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍‌ ଇଣ୍ଡିଆର ଟିମ୍‌ ୱାର୍କ ପ୍ରଦର୍ଶିତ ହୋଇଛି । ସମସ୍ତେ ମିଳିମିଶି ଉତ୍ତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ । କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଚାପ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ସେ କହିଥିଲେ ଯେ ଆଜିର ବୈଠକରେ ସାମିଲ ହୋଇଥିବା 10 ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ 80 ଭାଗ ରୋଗୀ ଅଛନ୍ତି । ଯଦି ଏହି 10ଟି ରାଜ୍ୟରେ କରୋନା ଭୂତାଣୁକୁ ଦମନ କରାଯାଇପାରିବ ତେବେ ସମଗ୍ର ଭାରତ କୋଭିଡ୍‌-19 ଯୁଦ୍ଧରେ ବିଜୟୀ ହେବ ।

ପରୀକ୍ଷା ବଢାଅମୃତ୍ୟୁହାର କମାଅ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୈନିକ ଏବେ ଦେଶରେ ପ୍ରାୟ 7 ଲକ୍ଷ ସ୍ୱାବ ପରୀକ୍ଷା ହେଉଛି ତଥା ଏହି ସଂଖ୍ୟା କ୍ରମଶଃ ବଢୁଛି । ଏହାଫଳରେ ଆକ୍ରାନ୍ତଙ୍କୁ ଆଗୁଆ ଚିହ୍ନଟ ଓ ରୋଗ ନିୟନ୍ତ୍ରଣରେ ଏହା ସହାୟକ ହେଉଛି । ସମଗ୍ର ବିଶ୍ୱରେ ଭାରତରେ କୋଭିଡ୍‌ ମୃତ୍ୟୁହାର ସବୁଠୁ କମ୍‌ । ଏହି ହାର କ୍ରମାଗତଭାବେ କମିବାରେ ମଧ୍ୟ ଲାଗିଛି । ଆହୁରି ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହେଉଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଲୋକଙ୍କ ବିଶ୍ୱାସ ବଢିଛି ଏବଂ କରୋନା ମୃତ୍ୟୁହାର ଏକ ଶତାଂଶରୁ ତଳକୁ ଆଣିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଖୁବ୍‌ ଶୀଘ୍ର ପୂରଣ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଆଲୋଚନାରୁ ଯାହା ଜଣାଗଲା ଯେ ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଂଗ ଏବଂ ତେଲଙ୍ଗାନାରେ ଆକ୍ରାନ୍ତଙ୍କ ପରୀକ୍ଷା ସୁବିଧା ବଢାଇବାର ଜରୁରୀ ଆବଶ୍ୟକତା ରହିଛି । ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ବ୍ୟବସ୍ଥା ସବୁଠୁ ସଫଳ ଅସ୍ତ୍ର । ଲୋକେ ଏ ସଂପର୍କରେ ସଚେତନ ଅଛନ୍ତି ଏବଂ ଏହି ଉଦ୍ୟମରେ ମଧ୍ୟ ସହାୟତା କରୁଛନ୍ତି । ଫଳରେ ଆମେ ସଫଳତାର ସହିତ ହୋମ୍‌ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିପାରିଛୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ ସେତୁ ଆପ୍‌ର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଆମେ ଯଦି ପ୍ରାରମ୍ଭିକ 72 ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିପାରିବା ତା’ହେଲେ ଭୂତାଣୁ ସଂକ୍ରମଣକୁ ରୋକିହେବ । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ 72 ଘଣ୍ଟା ମଧ୍ୟରେ ଠାବକରି ସେମାନଙ୍କ ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ଏକ ମନ୍ତ୍ରଭାବେ ଅନୁସରଣ କରିବା ଉଚିତ । ସେହିଭଳି ନିୟମିତ ହାତଧୋଇବା, ଦୁଇଗଜ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ ମଧ୍ୟ ସମାନ ଗୁରୁତ୍ୱର ସହ ପାଳନ କରିବାକୁ ସେ କହିଛନ୍ତି ।

ଦିଲ୍ଲୀ ଓ ନିକଟବର୍ତ୍ତୀ ରାଜ୍ୟଙ୍କ ପାଇଁ ରଣନୀତି

ରାଜଧାନୀ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟଗୁଡିକରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ମୁଖ୍ୟ ବିଷୟଗୁଡିକ ହେଲା ସଂକ୍ରମିତ ଅଞ୍ଚଳକୁ ପୃଥକ କରି ରଖିବା, ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଯେଉଁମାନେ ଅଧିକ ସଂକ୍ରମିତ ହେବାର ଆଶଂକା ରହିଛି ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା । ଏହି ଢଙ୍ଗରେ କରୋନା ମୁକାବିଲା ଚାଲିଛି ଏବଂ ଏହାର ସଫଳତା ଏବେ ସମସ୍ତେ ଦେଖିପାରୁଛନ୍ତି । ଆହୁରି ମଧ୍ୟ ହସପିଟାଲର ସୁପରିଚାଳନା ଏବଂ ଅଧିକରୁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା ଦ୍ୱାରା କରୋନା ବିରୋଧୀ ଲଢେଇ ସଫଳ ହୋଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ମତାମତ

ଏହି ଅବସରରେ ଅଂଶଗ୍ରହଣକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ କହିଥିଲେ । କରୋନା ବିରୋଧୀ ଲଢେଇର ସଫଳ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେମାନେ ପ୍ରଶଂସା କରିଥିଲେ । ନିୟମିତଭାବେ ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ସହିତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ମୁଖ୍ୟମନ୍ତ୍ରୀଗଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ରାଜ୍ୟରେ ହେଉଥିବା କରୋନା ପରୀକ୍ଷା, ଏହି ପରୀକ୍ଷାର ହାର ବୃଦ୍ଧି, ଟେଲି ମେଡିସିନ୍‌ର ବ୍ୟବହାର, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସଂକ୍ରାନ୍ତ ବିଷୟ ଆଦି ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେରୋ ସର୍ଭେଲାନ୍ସ ପରିଚାଳନା ପାଇଁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଲୋଡିବା ସହ ସମଗ୍ର ଦେଶରେ ଏକ ସମନ୍ୱିତ ମେଡିକାଲ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ମତାମତ

ଏହି ଅବସରରେ ଅଂଶଗ୍ରହଣକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ କହିଥିଲେ । କରୋନା ବିରୋଧୀ ଲଢେଇର ସଫଳ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେମାନେ ପ୍ରଶଂସା କରିଥିଲେ । ନିୟମିତଭାବେ ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ସହିତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ମୁଖ୍ୟମନ୍ତ୍ରୀଗଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ରାଜ୍ୟରେ ହେଉଥିବା କରୋନା ପରୀକ୍ଷା, ଏହି ପରୀକ୍ଷାର ହାର ବୃଦ୍ଧି, ଟେଲି ମେଡିସିନ୍‌ର ବ୍ୟବହାର, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସଂକ୍ରାନ୍ତ ବିଷୟ ଆଦି ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେରୋ ସର୍ଭେଲାନ୍ସ ପରିଚାଳନା ପାଇଁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଲୋଡିବା ସହ ସମଗ୍ର ଦେଶରେ ଏକ ସମନ୍ୱିତ ମେଡିକାଲ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ କ୍ଷେତ୍ରରେ ଭାରତର ଉଦ୍ୟମ ଓ ଉପଲବ୍‌ଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ସ୍ୱାସ୍ଥ୍ୟ ସଚିବ ଦେଶରେ କୋଭିଡ୍‌ ସ୍ଥିତିର ଏକ ମୋଟାମୋଟି ଚିତ୍ର ବୈଠକରେ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେସବୁ ରାଜ୍ୟ ସରକାର ଅଧିକରୁ ଅଧିକ ରୋଗୀଙ୍କ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରମାନେ କରୋନା ସଂକ୍ରମିତଙ୍କ ପ୍ରକୃତ ମୃତ୍ୟୁସଂଖ୍ୟା ପ୍ରଦାନବେଳେ ନିର୍ଭୁଲ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ସଚିବ କହିଥିଲେ । ସ୍ଥାନୀୟ ସମୁଦାୟଙ୍କ ସହଯୋଗରେ କଣ୍ଟେନମେଣ୍ଟ ଜୋନ୍‌ର ସ୍ଥିତି ଅନୁଧ୍ୟାନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । 

କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shri VD Satheesan Ji on taking oath as the Chief Minister of Keralam
May 18, 2026

The Prime Minister, Shri Narendra Modi, congratulated Shri VD Satheesan Ji on taking oath as the Chief Minister of Keralam.

Shri Modi remarked that the Central Government assures all possible support for the newly formed Keralam Government in fulfilling the aspirations of the people.

Shri Modi posted on X:

“Congratulations to Shri VD Satheesan Ji on taking oath as the Chief Minister of Keralam. My best wishes for his tenure. The Central Government assures all possible support for the newly formed Keralam Government in fulfilling the aspirations of the people.”

“കേരളത്തിന്റെ മുഖ്യമന്ത്രിയായി സത്യപ്രതിജ്ഞ ചെയ്ത വി ഡി സതീശൻ ജി ക്ക് ഹൃദയം നിറഞ്ഞ അഭിനന്ദനങ്ങൾ. അദ്ദേഹത്തിന്റെ ഭരണകാലത്തിന് എൻ്റെ എല്ലാ ആശംസകളും നേരുന്നു. ജനങ്ങളുടെ ആഗ്രഹങ്ങൾ സഫലീകരിക്കുന്നതിനായി, പുതുതായി രൂപീകൃതമായ കേരള ഗവൺമെൻ്റിന് കേന്ദ്ര ഗവൺമെൻറ് എല്ലാ വിധ പിന്തുണയും ഉറപ്പുനൽകുന്നു.”

@vdsatheesan