ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଫେବୃଆରୀରେ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ସହିତ ସମନ୍ୱିତ ଏହି ଆଲୋଚନାର ଉଦ୍ଦେଶ୍ୟ ଥିଲା ରଣନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବା, ଏଆଇ ନବାଚାର ପ୍ରଦର୍ଶନ କରିବା ଏବଂ ଭାରତର ଏଆଇ ମିଶନ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା । ଆଲୋଚନା ସମୟରେ, ସିଇଓମାନେ ଏଆଇ ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ । ସେମାନେ ଭାରତକୁ ବିଶ୍ୱ ସ୍ତରରେ ଏଆଇରେ ଅଗ୍ରଣୀ କରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସର ପ୍ରଂଶସା କରିଥିଲେ ।
ପ୍ରଧାନମନ୍ତ୍ରୀ ସମସ୍ତ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଏବଂ ଜାତୀୟ ଅଭିବୃଦ୍ଧିରେ ଯୋଗଦାନ ଦେବା ପାଇଁ ଏହାକୁ ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ପ୍ରମୁଖ କ୍ଷେତ୍ରଗୁଡିକରେ ସ୍ୱଦେଶୀ ପ୍ରଯୁକ୍ତିର ବ୍ୟବହାର ପାଇଁ ମଧ୍ୟ ଆହ୍ୱାନ କରିଥିଲେ ।
ଆଗାମୀ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ବିଷୟରେ କହିବା ସମୟରେ, ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ସମସ୍ତ ବ୍ୟକ୍ତି ଏବଂ କମ୍ପାନୀ ନୂତନ ସୁଯୋଗ ଅନୁସନ୍ଧାନ କରିବା ଏବଂ ଅଭିବୃଦ୍ଧି ପଥରେ ଦୃତ ଗତିରେ ଅଗ୍ରସର ହେବା ପାଇଁ ଏହି ସମ୍ମିଳନୀକୁ ବ୍ୟବହାର କରିବା ଉଚିତ । ସେ ଏହା ମଧ୍ୟ କହିଥିଲେ ଯେ, ୟୁନିଫାଏଡ୍ ପେମେଣ୍ଟ୍ସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ, ଭାରତ ଏହାର ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛି ଏବଂ ଏହାକୁ ଏଆଇ କ୍ଷେତ୍ରରେ ମଧ୍ୟ ପ୍ରତିପାଦିତ କରାଯାଇପାରିବ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଭାରତରେ ବିଶାଳତା, ବିବିଧାତା ଏବଂ ଗଣତନ୍ତ୍ରର ଏକ ଅନନ୍ୟ ସଂଯୋଗ ରହିଛି, ଯାହା ଯୋଗୁଁ ବିଶ୍ୱ ଭାରତର ଡିଜିଟାଲ ଭିତ୍ତିଭୂମି ଢ଼ାଞ୍ଚା ଉପରେ ବିଶ୍ୱାସ କରୁଛି । ‘ସମସ୍ତଙ୍କ ପାଇଁ ଏଆଇ’ ଉପରେ ନିଜର ଦୃଷ୍ଟିକୋଣ ଶେୟାର କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଆମର ପ୍ରଯୁକ୍ତିବିଦ୍ୟା ସହ ଏକ ପ୍ରଭାବ ସୃଷ୍ଟି କରିବା ସହିତ ବିଶ୍ୱକୁ ପ୍ରେରଣା ଦେବାକୁ ପଡିବ । ସମସ୍ତ ବିଶ୍ୱ ଏଆଇ ପ୍ରୟାସ ପାଇଁ ଭାରତକୁ ଏକ ଉପଯୁକ୍ତ ଗନ୍ତବ୍ୟସ୍ଥଳ କରିବାକୁ ସେ ସିଇଓ ଏବଂ ବିଶେଷଜ୍ଞମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ଡାଟା ସୁରକ୍ଷା ଏବଂ ପ୍ରଯୁକ୍ତିର ଗଣତାନ୍ତ୍ରୀକରଣର ମହତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଆମକୁ ଏପରି ଏକ ଏଆଇ ଇକୋସିଷ୍ଟମ୍ ଉପରେ କାମ କରିବା ଉଚିତ ଯାହା ସ୍ୱଚ୍ଛ, ନିରପେକ୍ଷ ଏବଂ ସୁରକ୍ଷିତ । ସେ ଏହା ମଧ୍ୟ କହିଥିଲେ ଯେ, ଏଆଇର ନୈତିକ ବ୍ୟବହାରରେ କୌଣସି ସାଲିସ କରାଯିବା ଉଚିତ ନୁହେଁ, ଏଆଇ ଦକ୍ଷତା ଏବଂ ପ୍ରତିଭା ନିର୍ମାଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ, ଭାରତରେ ଏଆଇ ଇକୋସିଷ୍ଟମ ରାଷ୍ଟ୍ରର ଚରିତ୍ର ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ଉଚିତ ।
ଏହି ଉଚ୍ଚସ୍ତରୀୟ ଗୋଲଟେବୁଲ ଆଲୋଚନାରେ ୱିପ୍ରୋ, ଟିସିଏସ୍, ଏଚ୍ସିଏଲ୍ ଟେକ୍, ଜୋହୋ କର୍ପୋରେସନ୍, ଏଲ୍ଟିଆଇ ମାଇଣ୍ଡଟ୍ରି, ଜିଓ ପ୍ଲାଟ୍ଫର୍ମ ଲିମିଟେଡ୍, ଅଦାନିକନେକ୍ସ, ନକ୍ସଟ୍ରା ଡାଟା ଏବଂ ନେଟ୍ୱେବ ଟେକ୍ନୋଲୋଜି ସମେତ ଏଆଇଆଇଟି ହାଇଦ୍ରାବାଦ, ଆଇଆଇଟି ମାଡ୍ରାସ ଏବଂ ଆଇଆଇଟି ବମ୍ବେର ବିଶେଷଜ୍ଞମାନଙ୍କ ସହିତ ଏଆଇଆଇଟିରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକର ସିଇଓମାନେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.
The Prime Minister wished that the new year be filled with peace, hope, good health and continued progress for all.
In a post on X, Shri Modi wrote;
“Shana Tova!
Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.
May the new year be filled with peace, hope, good health and continued progress for all.
שנה טובה!
מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.
מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.
@netanyahu”
Shana Tova!
— Narendra Modi (@narendramodi) September 12, 2026
Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.
May the new year be filled with peace, hope, good health and continued progress for all.
שנה טובה!
מאחל שנה טובה ושמחה לראש הממשלה…


