ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
" ବିକଶିତ ଭାରତ ସଂକଳ୍ପ ଯାତ୍ରା' ରେ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି"
"ମୁଁ କ୍ରମାଗତ ଭାବରେ ବାଦ୍ ପଡ଼ିଥିବା ଲୋକ ମାନଙ୍କୁ ଖୋଜୁଛି’
“ମୋଦି କି ଗ୍ୟାରେଣ୍ଟି କି ଗାଡି ଯେଉଁ ସ୍ଥାନକୁ ଯାଉଛି , ତାହା ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକ ମାନଙ୍କର ଆଶା ପୂରଣ କରୁଛି”
"ମୁଁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି"
'ଗୋଟିଏ ଜିଲ୍ଲା , ଗୋଟିଏ ଉତ୍ପାଦ' କାର୍ଯ୍ୟକ୍ରମ ଅନେକଙ୍କ ଜୀବନରେ ସମୃଦ୍ଧି ଆଣିବାରେ ସହାୟକ ହେବ
“ସମବାୟ ସମିତି ଗୁଡିକ ଭାରତରେ ଗ୍ରାମୀଣ ଜୀବନରେ ଯେପରି ଏକ ଶକ୍ତିଶାଳୀ ଦିଗ ଭାବେ ଉଭା ହେବ ତାହା ହେଉଛି ଆମର ପ୍ରୟାସ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିକଶିତ ଭାରତର ସଂକଳ୍ପ ସହ ଏହି ଅଭିଯାନ ଆଗେଇ ଚାଲିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେବାର ୫୦ ଦିନ ଅତିକ୍ରମ କରିନଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଯାତ୍ରା ୨.୨୫ ଲକ୍ଷ ଗାଁରେ ପହଞ୍ଚିଛି । ଏହା ଏକ ରେକର୍ଡ ବୋଲି କହିବା ସହିତ, ସେ ସମସ୍ତଙ୍କୁ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା, ଯିଏ କୌଣସି କାରଣରୁ ଭାରତ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ପାଖରେ ଏହି ସକ୍ରିୟ ପହଞ୍ଚର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଆଶ୍ୱାସନା ଦେବା ଯେ ସରକାରୀ ଯୋଜନା ଗୁଡିକ ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ଏଥରେ କୌଣସି ଅନୁଗ୍ରହ କିମ୍ବା ଭେଦଭାବ ନାହିଁ । ଏଥିରୁ ବାଦ୍ ପଡ଼ିଥିବା ଲୋକ ମାନଙ୍କୁ ମୁଁ ଖୋଜୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ମଧ୍ୟରେ ଅଭୂତପୂର୍ବ ଆତ୍ମବିଶ୍ୱାସକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ "ଗତ ୧୦ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରତ୍ୟେକ ହିତାଧିକାରୀଙ୍କର ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ବିଷୟରେ ଏକ କାହାଣୀ ଅଛି । ଏହା ଏକ ସାହସଭରା କାହାଣୀ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁବିଧାଗୁଡ଼ିକ ହିତାଧିକାରୀ ମାନଙ୍କୁ ସେମାନଙ୍କ ଜୀବନକୁ ଆହୁରି ଉନ୍ନତ କରିବାକୁ ପ୍ରେରଣା ଦେଉଛି । ଆଜି ଦେଶର ଲକ୍ଷ ଲକ୍ଷ ହିତାଧିକାରୀ ସରକାରୀ ଯୋଜନାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଆଗକୁ ବଢ଼ୁଛନ୍ତି ।

ସେ କହିଛନ୍ତି ଯେ ମୋଦି କି ଗ୍ୟାରେଣ୍ଟି କି ଗାଡି ଯେଉଁ ସ୍ଥାନକୁ ଯାଉଛି , ତାହା ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକଙ୍କ ଆଶା ପୂରଣ କରୁଛି । ଭିବିଏସୱାଇ ସମୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଁ ୪.୫ ଲକ୍ଷ ନୂଆ ଆବେଦନ ଦାଖଲ କରାଯାଇଛି, ୧ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି, ୧.୨୫ କୋଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ୭୦ ଲକ୍ଷ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୫ ଲକ୍ଷ ସିକେଲ ସେଲ ରକ୍ତହୀନତା ପରୀକ୍ଷା କରାଯାଇଛି । ଏକା ସହିତ ଏବିଏଚ୍‌ଏ କାର୍ଡ ପ୍ରଦାନ କଲେ ହିତାଧିକାରୀ ମାନଙ୍କ ମେଡିକାଲ ରେକର୍ଡ ତିଆରି ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସମ୍ପର୍କରେ ନୂତନ ସଚେତନତା ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି ।

ଅନେକ ନୂତନ ଲୋକ ଏହି ସୁବିଧା ପାଉଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ସଂସ୍ଥାର ପ୍ରତିନିଧି ମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମ, ୱାର୍ଡ, ସହର ଏବଂ  ଅଞ୍ଚଳରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କହିଥିଲେ ।

 

ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ , ଭାରତ ସରକାର ଗ୍ରାମ ଗ୍ରାମରେ ମହିଳା ମାନଙ୍କୁ ଆତ୍ମନିଯୁକ୍ତି ଦେବା ପାଇଁ ଏକ ବିରାଟ ଅଭିଯାନ ଚଳାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରାୟ ୧୦ କୋଟି ଭଉଣୀ, ଝିଅ ଓ ଦିଦି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ଭଉଣୀ ଓ ଝିଅ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାଢ଼େ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ "ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଆଗାମୀ ତିନି ବର୍ଷ ମଧ୍ୟରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସେ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗ୍ରାମୀଣ ମହିଳା ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । 

କ୍ଷୁଦ୍ର କୃଷକ ମାନଙ୍କୁ ସଂଗଠିତ କରିବା ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏଫପିଓ ଏବଂ ପିଏସି ଭଳି ସମବାୟ ଉଦ୍ୟୋଗ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଆମର ପ୍ରୟାସ ହେଉଛି ଭାରତରେ ଗ୍ରାମୀଣ ଜୀବନର ଏକ ମଜଭୁତ ଦିଗ ଭାବରେ ସମବାୟ ସମିତି ଯେପରି ଉଭା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କ୍ଷୀର ଏବଂ ଆଖୁ କ୍ଷେତ୍ରରେ ସମବାୟର ଲାଭ ଦେଖିଛୁ । ବର୍ତ୍ତମାନ ଏହାକୁ ଚାଷର ଅନ୍ୟାନ୍ୟ କ୍ଷେତ୍ର ଏବଂ ମାଛ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉଛି । ଆଗାମୀ ଦିନରେ ୨ ଲକ୍ଷ ଗ୍ରାମରେ ନୂଆ ପ୍ୟାକ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଆମେ ଆଗକୁ ବଢ଼ୁଛୁ । ଦୁଗ୍ଧ ଓ ସଂରକ୍ଷଣ କ୍ଷେତ୍ରରେ ସମବାୟ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ 'ଭୋକାଲ୍ ଫର୍ ଲୋକାଲ' କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।  ସେ କହିଛନ୍ତି ଯେ ମୋଦୀ କି ଗ୍ୟାରେଣ୍ଟି କି ଗାଡି ଲୋକଙ୍କୁ ସ୍ଥାନୀୟ ଉତ୍ପାଦ ବିଷୟରେ ସୂଚନା ଦେଉଛି ଏବଂ ଏହି ଉତ୍ପାଦ ଗୁଡିକ ଜିଇଏମ୍ ପୋର୍ଟାଲରେ ମଧ୍ୟ ପଞ୍ଜୀକୃତ ହୋଇ ପାରିବ । ମୋଦି କି ଗ୍ୟାରେଣ୍ଟି କି ଗାଡିର ନିରନ୍ତର ସଫଳତା ଆଶା କରି ସେ ବକ୍ତବ୍ୟ ଶେଷ କରିଥିଲେ ।

ପୃଷ୍ଠଭୂମି

୧୫ ନଭେମ୍ବର, ୨୦୨୩ ରେ ଏହାର ଶୁଭାରମ୍ଭ ପର ଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯  ଡିସେମ୍ବର ଏବଂ  ୧୬ ଡିସେମ୍ବର) ଏହି ଆଲୋଚନା ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭ - ୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ମାନଙ୍କ ସହ ଶାରୀରିକ ଭାବରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକରେ ସଂତୃପ୍ତି ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in building collapse at Satya Niketan in Delhi
September 06, 2026

Prime Minister Shri Narendra Modi today expressed deep distress over the collapse of a building at Satya Niketan in Delhi.

The Prime Minister extended his condolences to the families of those who lost their loved ones and prayed for the speedy recovery of the injured. He further noted that authorities are actively working at the site and providing assistance to all those affected by the incident.

In a post on X, the Prime Minister's Office shared:

"The collapse of a building at Satya Niketan, Delhi is distressing. Condolences to those who lost their loved ones. Praying for the speedy recovery of the injured. Authorities are working at the site and assisting those affected in the mishap: PM @narendramodi"