ରାଜ୍ୟରେ ପାଖାପାଖି 5 କୋଟି ହିତାଧିକାରୀ ପିଏମଜିକେଏଓ୍ବାଇ ଦ୍ବାରା ଲାଭବାନ ହେଉଛନ୍ତି : ପ୍ରଧାନମନ୍ତ୍ରୀ
ବନ୍ୟା ଓ ବର୍ଷା ସମୟରେ ଭାରତ ସରକାର ଏବଂ ସାରା ଦେଶ ମଧ୍ୟପ୍ରଦେଶ ସହିତ ଛିଡ଼ା ହୋଇଥିଲା : ପ୍ରଧାନମନ୍ତ୍ରୀ
କରୋନା ସଙ୍କଟର ମୁକାବିଲା ରଣନୀତିରେ, ଭାରତ ଗରିବଙ୍କ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ
କେବଳ 80କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉନାହାନ୍ତି ବରଂ 8 କୋଟିରୁ ଅଧିକ ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳିଛି : ପ୍ରଧାନମନ୍ତ୍ରୀ
20 କୋଟିରୁ ଅଧିକ ମହିଳାଙ୍କ ଜନ ଧନ ଆକାଉଣ୍ଟକୁ 30 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି
ଶ୍ରମିକ ଓ ଚାଷୀଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଦିନକ ପରେ ଆଉ ଏକ କିସ୍ତି ଜାରି କରାଯିବ
‘ଡବଲ-ଇଞ୍ଜିନ ସରକାର’ରେ, କେନ୍ଦ୍ର ସରକାରଙ୍କ ଯୋଜନାରେ ସହାୟତା ଯୋଗାଇ ଦେବା ସହିତ ସୁଧାର ଆଣିଥାନ୍ତି ରାଜ୍ୟ ସରକାର : ପ୍ରଧାନମନ୍ତ୍ରୀ
ଶ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶ ବହୁଦିନ ପୂର୍ବରୁ ରହିଥିବା ବିମାରୁ ରାଜ୍ୟର ଅପବାଦକୁ ଦୂର କରିପାରିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ)ର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟାପକ ପ୍ରଚାରପ୍ରସାର କରାଯାଇଥିଲା, ଯାହାଫଳରେ କେହି ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିବେ ନାହିଁ। 7 ଅଗଷ୍ଟ 2021କୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ ଭାବେ ପାଳନ କରୁଛନ୍ତି। ମଧ୍ୟପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶରେ ପାଖାପାଖି 5 କୋଟି ହିତାଧିକାରୀ ଏହି ଯୋଜନା ଦ୍ବାରା ଲାଭାନ୍ବିତ ହେଉଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଥମେ ବର୍ଷା ଓ ବନ୍ୟା କିପରି ଭାବେ ମଧ୍ୟପ୍ରଦେଶବାସୀଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି ସେ ସମ୍ପର୍କରେ ଅବତାରଣା କରିଥିଲେ। ସେ ଆଶ୍ବାସନା ଦେଇଥିଲେ ଯେ ଏହି କଷ୍ଟକର ସମୟରେ, ଭାରତ ସରକାର ଏବଂ ସାରା ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି।

କରୋନା ମହାମାରୀକୁ ଶତାବ୍ଦୀରେ  ଥରେ ଆସୁଥିବା ଏକ ମହାମାରୀ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ଦେଶ ଏହି ବିପଦ ବିରୋଧରେ ଏକଜୁଟ ହୋଇ ସଂଘର୍ଷ କରୁଛି। ସେ ଦୋହରାଇଥିଲେ ଯେ ସଂକଟର ମୁକାବିଲା କରୁଥିବା ଏହି ରଣନୀତିରେ ଭାରତ ଗରିବମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେଇଛି। ପ୍ରଥମ ଦିନରୁ ହିଁ ଗରିବ ଓ ଶ୍ରମିକମାନଙ୍କ ଖାଦ୍ୟ ଓ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଇଥିଲା। କେବଳ 80 କୋଟି ନାଗରିକଙ୍କୁ ମାଗଣା ରାସନ ଦିଆଯାଇନାହିଁ ବରଂ ଆଠ କୋଟି ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ଦିଆଯାଇଛି। 30 ହଜାର କୋଟି ଟଙ୍କା ସିଧାସଳଖ ଜନଧନ ଆକାଉଣ୍ଟ ଜରିଆରେ 20 କୋଟିରୁ ଊର୍ଦ୍ଧ୍ବ ମହିଳାମାନଙ୍କୁ ବଣ୍ଟନ କରାଯାଇଛି। ଅନୁରୂପ ଭାବେ ଶ୍ରମିକ ଓ କୃଷକମାନଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ସେ ମଧ୍ୟ ସୂଚନା ଦେଇଥିଲେ ଯେ ଅଗଷ୍ଟ 9 ତାରିଖରେ 10-11 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ହସ୍ତାନ୍ତର କରାଯିବ।

ନିକଟରେ 50 କୋଟି କୋଭିଡ ଟିକା ଦିଆଯିବାର ଉଲ୍ଲେଖନୀୟ ଉପଲବ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ଅନେକଗୁଡ଼ିଏ ରାଷ୍ଟ୍ରର ଜନସଂଖ୍ୟା ସହିତ ସମାନ ଲୋକଙ୍କର ଟିକାକରଣ କରିଛି। “ଏହା ହେଉଛି ନୂତନ ଭାରତର ନୂତନ ସାମର୍ଥ୍ୟ, ଭାରତ ବର୍ତ୍ତମାନ ଆତ୍ମନିର୍ଭର ଭାରତରେ ପରିଣତ ହେଉଛି”, ସେ କହିଥିଲେ। ସେ କହିଥିଲେ, ଏହି ନୂଆ ଟିକା ଉଭୟ ନିରାପଦ ଓ ପ୍ରଭାବୀ ଏବଂ ଟିକାକରଣକୁ ଆହୁରି ତ୍ବରାନ୍ବିତ କରିବା ଲାଗି ସେ ଆହ୍ବାନ କରିଥିଲେ।

ସାରା ବିଶ୍ବରେ ଦେଖାଦେଇଥିବା ଏହି ଅଭୂତପୂର୍ବ ଜୀବିକା ସଙ୍କଟ ସମୟରେ ଭାରତରେ ସର୍ବନିମ୍ନ କ୍ଷତି ଯେପରି ସୁନିଶ୍ଚିତ ହେବ ତାହା ନିରନ୍ତର ଭାବେ ସୁନିଶ୍ଚିତ କରାଯାଉଛି। ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଲକ୍ଷାଧିକ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ଯାହାଫଳରେ ସେଗୁଡ଼ିକ କାର୍ଯ୍ୟକ୍ଷମ ରହିବ ଏବଂ ସମସ୍ତ ଅଂଶୀଦାରମାନଙ୍କର ଜୀବିକା ସୁନିଶ୍ଚିତ ହୋଇପାରିବ। ଏକ ରାଷ୍ଟ୍ର ଏକ ରାସନ କାର୍ଡ, ସୁଲଭ ଭଡ଼ା ଯୋଜନା, ପିଏମ ସ୍ବନିଧି ମାଧ୍ୟମରେ ଶସ୍ତା ଏବଂ ସହଜ ଋଣ, ଭିତ୍ତିଭୂମି ପ୍ରକଳ୍ପ ଭଳି ଯୋଜନା ଶ୍ରମିକ ଶ୍ରେଣୀ ପାଇଁ ବିଶେଷ ସହାୟକ ହୋଇଛି।

ରାଜ୍ୟରେ ଡବଲ ଇଞ୍ଜିନ ସରକାର ବିଷୟରେ ଆଲୋଚନା କରି, ପ୍ରଧାନମନ୍ତ୍ରୀ ଏମଏସପିରେ ରେକର୍ଡ କ୍ରୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଚଳିତ ବର୍ଷ ମଧ୍ୟ ପ୍ରଦେଶ ସରକାର 17 ଲକ୍ଷ ଚାଷୀଙ୍କ ଠାରୁ ଗହମ କ୍ରୟ କରାଯାଇଛି ଏବଂ ଏଥିପାଇଁ 25 ହଜାର କୋଟି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଡିପୋଜିଟ୍ କରାଯାଇଛି। ଚଳିତ ବର୍ଷ ରାଜ୍ୟ ସର୍ବାଧିକ ସଂଖ୍ୟକ ଗହମ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିଥିଲା। ‘ଡବଲ ଇଞ୍ଜିନ ସରକାର’ରେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ରାଜ୍ୟ ସରକାର ସହାୟତା ଓ ସୁଧାର ଆଣିଥାନ୍ତି ଏବଂ ସେଗୁଡ଼ିକର କ୍ଷମତା ବୃଦ୍ଧି କରିଥାନ୍ତି। ଶ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନେତୃତ୍ବରେ ପୂର୍ବରୁ ବିମାରୁ ରାଜ୍ୟର ମାନ୍ୟତାକୁ ମଧ୍ୟପ୍ରଦେଶ ଦୂର କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବର୍ତ୍ତମାନ ସରକାରଙ୍କ ଦ୍ରୁତ ସେବା ପ୍ରଦାନ ବିଷୟରେ ଉଲ୍ଲେଖ କରି ପୂର୍ବ ସରକାରୀ ବ୍ୟବସ୍ଥାରେ ରହିଥିବା ପ୍ରତାରଣା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେମାନେ ଗରିବଙ୍କ ବିଷୟରେ ପ୍ରଶ୍ନ ପଚାରୁଥିଲେ ଏବଂ ହିତାଧିକାରୀଙ୍କୁ ବିଚାରକୁ ନନେଇ ନିଜେ ନିଜେ ଏହାର ଉତ୍ତର ଦେଉଥିଲେ। ଗରିବ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟ, ସଡ଼କ, ଗ୍ୟାସ ସଂଯୋଗ, ଶୌଚାଳୟ, ପାଇପ ପାଣି, ଋଣ ଆଦି ସୁବିଧା କୌଣସି କାମରେ ଲାଗିବ ନାହିଁ ବୋଲି ବିଚାର କରାଯାଉଥିଲା। ଏପରି ଭ୍ରାନ୍ତ ଧାରଣା ଦୀର୍ଘ ଦିନ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚିତ କରି ରଖିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଲୋକମାନଙ୍କ ଭଳି ବର୍ତ୍ତମାନର ନେତୃତ୍ବ କଷ୍ଟକର ପରିସ୍ଥିତିର ସମ୍ମୁଖିନ ହୋଇ ଆସିଛନ୍ତି ଏବଂ ଏଭଳି ପରିସ୍ଥିତିକୁ ବୁଝିବା ଲାଗି ସକ୍ଷମ। ଗତ ଅଳ୍ପ କିଛି ବର୍ଷ ହେବ, ଗରିବଙ୍କୁ ସୁଦୃଢ଼ ସଶକ୍ତ କରିବା ଲାଗି ବାସ୍ତବ ଓ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଉଛି। ଆଜି ପ୍ରତି ଗ୍ରାମରେ ସଡ଼କ ପହଞ୍ଚୁଛି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ଚାଷୀମାନେ ଏବେ ସହଜରେ ବଜାର ସୁବିଧା ପାଇପାରୁଛନ୍ତି ଏବଂ ଗରିବ ଲୋକମାନେ ଅସୁସ୍ଥତା ସମୟରେ ଡାକ୍ତରଖାନାରେ ପହଞ୍ଚିବା ଲାଗି ସକ୍ଷମ ହୋଇପାରୁଛନ୍ତି।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି, ପ୍ରଧାନମନ୍ତ୍ରୀ ମୋଦୀ 1905 ଅଗଷ୍ଟ 7 ତାରିଖରେ ଆରମ୍ଭ ହୋଇଥିବା ସ୍ବଦେଶୀ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଦେଶରେ ବର୍ତ୍ତମାନ ଗ୍ରାମୀଣ, ଗରିବ ଓ ଆଦିବାସୀ ବର୍ଗଙ୍କ ସଶକ୍ତିକରଣ ପାଇଁ ଏକ ବଡ଼ ଅଭିଯାନ କରାଯାଉଛି। ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ କ୍ଷେତ୍ରରେ କାରିଗରୀକୁ ପ୍ରୋତ୍ସାହନ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ। ଭୋକାଲ ଫର ଲୋକାଲ ପାଇଁ ଏହା ଏକ ଅଭିଯାନ, ଏହି ଭାବନା ସହିତ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି ବୋଲି ସେ କହିଥିଲେ। ଖଦୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ପରିଚୟ ହରାଇଥିବା ଖଦୀ ଆଜି ଏକ ଲୋକପ୍ରିୟ ବ୍ରାଣ୍ଡରେ ପରିଣତ ହୋଇଛି। ଆମେ ସ୍ବାଧୀନତାର 100 ବର୍ଷ ପୂର୍ତ୍ତି ଦିଗରେ ଅଗ୍ରସର ହେଉଥିବାରୁ ଖଦୀରେ ଆମକୁ ସ୍ବାଧୀନତାର ଭାବନାକୁ ସୁଦୃଢ଼ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଗାମୀ ପାର୍ବଣ ଋତୁରେ କେତେକ ସ୍ଥାନୀୟ ହସ୍ତତଦନ୍ତ ଉତ୍ପାଦ କ୍ରୟ କରିବା ନିମନ୍ତେ ସେ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ

ପରିଶେଷରେ ପ୍ରଧାନମନ୍ତ୍ରୀ ପାର୍ବଣ ସମୟରେ କରୋନା ପ୍ରତି ସତର୍କ ରହିବା ଲାଗି ସମସ୍ତଙ୍କୁ ଚେତାଇ ଦେଇଥିଲେ। ମହାମାରୀର ତୃତୀୟ ଲହରୀକୁ ଅଟକାଇବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଏବଂ ଲୋକମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଆମକୁ ଏକ ସୁସ୍ଥ ଭାରତ ଏବଂ ସମୃଦ୍ଧ ଭାରତ ପାଇଁ ସଂକଳ୍ପ ନେବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷ କରିଥିଲେ।

ନିକଟରେ ଗୁଜରାଟ ଓ ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership