ମହାମାରୀ ପ୍ରଭାବିତ ପଥ-ପାର୍ଶ୍ୱ ବିକ୍ରେତାମାନଙ୍କୁ ସେମାନଙ୍କର ଜୀବିକା ପୁନଃଆରମ୍ଭ କରିବାରେ ସାହାଯ୍ୟ କରିବାକୁ ସ୍ୱନିଧି ଯୋଜନା ଶୁଭାରମ୍ଭ ହୋଇଥିଲା: ପ୍ରଧାନମନ୍ତ୍ରୀ
ଯୋଜନା ଅଧୀନରେ ଏଭଳି ଭାବେ ସୁଧରେ 7 ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆ ଯାଉଛି ,1 ବର୍ଷ ମଧ୍ୟରେ ବ୍ୟାଙ୍କରୁ ନେଇଥିବା ଅର୍ଥକୁ ସୁଝିଦେବେ ତ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ :ପ୍ରଧାନମନ୍ତ୍ରୀ
ବ୍ୟବସାୟ ଏବଂ ଡିଜିଟାଲ କାରବାର ପାଇଁ ଅନଲାଇନ ପ୍ଲାଟଫର୍ମକୁ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଆକ୍ସେସ୍ ଦିଆଯିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ସ୍ୱନିଧି ସମ୍ବାଦ” ଜରିଆରେ ମଧ୍ୟ ପ୍ରଦେଶର ରାସ୍ତାକଡ଼ ବୁଲାବିକାଳୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ 2020 ଜୁନ 1 ତାରିଖ ଦିନ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଥିଲା । କୋଭିଡ଼-19 ମହାମାରୀ ଦ୍ୱାରା ପ୍ରଭାବିତ ରାସ୍ତାକଡ଼ର ବୁଲା ବିକାଳୀମାନଙ୍କୁ ସାହାଯ୍ୟ ଯୋଗାଇ ଦେବା, ଯଦ୍ୱାରା ସେମାନେ ପୁଣି ଥରେ ଜୀବନଜୀବିକା ଆରମ୍ଭ କରିପାରିବେ, ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । କେବଳ ମଧ୍ୟ ପ୍ରଦେଶରେ ଏହି ଯୋଜନା ପାଇଁ ପ୍ରାୟ 4.5 ଲକ୍ଷ ବୁଲାବିକାଳୀ ସେମାନଙ୍କର ନାମ ପଂଜୀକରଣ କରାଇଥିଲେ । ସେମାନଙ୍କ ମଧ୍ୟରୁ 1.4 ଲକ୍ଷ ଆବେଦନପତ୍ରକୁ ଗ୍ରହଣ କରାଯାଇ ସେମାନଙ୍କୁ ଏବେସୁଦ୍ଧା 140 କୋଟି ଟଙ୍କାର ସହଜ ଋଣ ଯୋଗାଇ ଦିଆଯାଇଛି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି, ପ୍ରଧାନମନ୍ତ୍ରୀ ରାସ୍ତାକଡ଼ର ବୁଲାବିକାଳୀମାନଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସେମାନେ କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପୁଣି ଥରେ ନିଜର ଆତ୍ମ ବିଶ୍ୱାସ, ଶ୍ରମ ଓ କଠିନ ପରିଶ୍ରମ ବଳରେ ନିଜର ବ୍ୟବସାୟକୁ ଠିଆ କରାଇ ପାରିଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାଧୁବାଦ ଜଣାଇଥିଲେ ।

ଏହି ପରିପ୍ରେକ୍ଷୀରେ ମଧ୍ୟ ପ୍ରଦେଶ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ରାଜ୍ୟ ସରକାର 4.5 ଲକ୍ଷ ରାସ୍ତାକଡ଼ର ବୁଲା ବିକାଳୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ସମସ୍ତ ଋଣ ଆବେଦନ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରି 1 ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ 2 ମାସ ମଧ୍ୟରେ ଋଣ ଯୋଗାଇ ଦେବା ଏକ ପ୍ରଶଂସନୀୟ କାର୍ଯ୍ୟ । ପୁଣି କରୋନା ମହାମାରୀ ଯୋଗୁ ଏବେ ଯେଉଁ ସ୍ଥିତି ଲାଗି ରହିଛି ସେଥିରେ ଏଭଳି କାର୍ଯ୍ୟ ସଂପାଦନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।

ପ୍ରଧାନମନ୍ତ୍ରୀ କହିଲେ ଯେତେବେଳେ କୌଣସି ନା କୌଣସି ପ୍ରାକୃତିକ ଆପଦ ଘଟେ, ସେଥିରେ ପ୍ରଥମେ ଗରିବ ଲୋକମାନେହିଁ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି ।ସେମାନେ କର୍ମସଂସ୍ଥାନ ହରାଇଥାନ୍ତି, ସେମାନଙ୍କର ଖାଦ୍ୟାଭାବ ପଡ଼ିଥାଏ ଏବଂ ସେମାନଙ୍କର ସବୁ ସଞ୍ଚୟ ଶେଷ ହୋଇ ଯାଇଥାଏ ।

ଏଭଳି କଠିନ ସମୟର ଅବତାରଣା କରି ସେ କହିଲେ ଯେ ସେତେବେଳେ ଅଧିକାଂଶ ପ୍ରବାସୀମାନଙ୍କୁ ନିଜ ନିଜ ଗାଁକୁ ଲେଉଟିବାକୁ ପଡ଼ିଥାଏ ।

ଶ୍ରୀ ମୋଦୀ କହିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ଦିନରୁ ହିଁ ଗରିବ ଲୋକମାନଙ୍କ ସମସ୍ୟା ଦୂର କରିବା ସକାଶେ ଏବଂ ମଧ୍ୟବିତ୍ତି ଶ୍ରେଣୀର ଲୋକମାନେ ଯେଉଁଭଳି ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦୂର କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । କରୋନା ମହାମାରୀ ଯୋଗୁ ଲକ୍‌ ଡାଉନ୍‌ ସମୟରେ ଏବଂ ଏଭଳି ମହାମାରୀ ଦ୍ୱାରା ସମାଜ ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପଡ଼ିଛି ତାହାକୁ ଦୂର କରିବା ସକାଶେ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ସେ କହିଲେ ଯେ ଗରିବ ଲୋକମାନଙ୍କୁ ସକଳ ପ୍ରକାର ସାହାଯ୍ୟ ଯୋଗାଇ ଦେବାଲାଗି ସେମାନଙ୍କୁ ଖାଦ୍ୟ, ରାସନ, ମାଗଣାରେ ରୋଷେଇ ଗ୍ୟାସ୍‌ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଆଉ ଏକ ପ୍ରଭାବିତ ବର୍ଗଙ୍କ ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି ଏବଂ ସେମାନେ ହେଉଛନ୍ତି ରାସ୍ତାକଡ଼ର ବୁଲା ବିକାଳୀ । ସେମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପ୍ରବର୍ତ୍ତନ କରାଯାଇଛି । ଏହା ମାଧ୍ୟମରେ ସେମାନଙ୍କୁ ସୁଲଭ ସୁଧହାରରେ ପୁଞ୍ଜି ଯୋଗାଣର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବୁଲା ବିକାଳୀମାନେ ପୁଣି ଥରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିପାରିବେ ଓ ଜୀବନ ଜୀବିକା ଫେରିପାଇବେ । ଶ୍ରୀ ମୋଦୀ କହିଲେ ଯେ ପ୍ରଥମ ଥର ପାଇଁ ଲକ୍ଷ ଲକ୍ଷ ବୁଲା ବିକାଳୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ଏହି ବ୍ୟବସ୍ଥା ସହ ସଂଯୋଗ କରାଯାଇଛି ଏବଂ ସେଥିରୁ ସେମାନେ ସିଧା ସଳଖ ଉପକାର ପାଇପାରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱନିଧି ଯୋଜନାର ଉଦ୍ଦେଶ୍ୟ ହେଲା ରାସ୍ତାକଡ଼ର ବୁଲା ବିକାଳୀମାନଙ୍କୁ  ସ୍ୱରୋଜଗାର, ସ୍ୱାବଲବ୍ୱର ଏବଂ ସାଭିମାନ (Self Employment, Self-Sustenance and Self-Confidence) ଯୋଗାଇ ଦେବା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରି କହିଲେ ଯେ ପ୍ରତ୍ୟେକ ବୁଲା ବିକାଳୀଙ୍କର ନିଜସ୍ୱ ଗୁରୁତ୍ୱ ଓ ମହତ୍ତ୍ୱ ରହିଛି । ସେମାନେ ଏହି ଯୋଜନା ସଂପର୍କରେ ସବୁକଥା ଭଲ ଭାବେ ଜାଣିବା ଉଚିତ । ଏହି ଯୋଜନାକୁ ସେଇଥି ପାଇଁ ଅତି ମାତ୍ରାରେ ସରଳ କରାଯାଇଛି ଯଦ୍ୱାରା ପ୍ରତ୍ୟେକ ସାଧାରଣ ଲୋକ ଏହା ସହ ସଂଯୁକ୍ତ ହୋଇପାରିବେ । ସେ କହିଲେ ଯେ ଜଣେ ବ୍ୟକ୍ତି ଚାହିଁଲେ ଏଥିପାଇଁ  ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିପାରିବେ କିମ୍ବା ନିକଟବର୍ତ୍ତୀ ମ୍ୟୁନିସିପାଲଟି କାର୍ଯ୍ୟାଳୟକୁ ଯାଇ ନିଜର ଆବେଦନପତ୍ରକୁ ଅପ୍‌ଲୋଡ଼ କରିପାରିବେ । ଏଥିପାଇଁ ତାଙ୍କୁ କୌଣସି ଧାଡ଼ି କିମ୍ବା ଭିଡ଼ରେ ଠିଆ ହେବାକୁ ପଡ଼ିବନାହିଁ । ଏହା ପରେ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି ଏବଂ ମ୍ୟୁନିସିପାଲ କାର୍ଯ୍ୟାଳୟର କର୍ମଚାରୀ ଆସି ତାଙ୍କ ପାଖରେ ପହଞ୍ଚି ତାଙ୍କଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ଏଥିଯୋଗୁ ବୁଲା ବିକାଳୀଙ୍କୁ ନିଜର ବ୍ୟବସାୟ ବନ୍ଦ କରି ସେହିସବୁ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନାହିଁ ।

ସେ କହିଲେ ଯେ ଏହି ଯୋଜନା ମାଧ୍ୟମରେ 7 ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ହିତାଧିକାରୀଙ୍କୁ ମିଳିବାର ପ୍ରାବଧାନ ରହିଛି ଏବଂ ଯଦି ଜଣେ ଋଣ ଗ୍ରହୀତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ୟାଙ୍କ୍‌ ଋଣ ପରିଶୋଧ କରିଦିଅନ୍ତି, ତେବେ ସେପରି କ୍ଷେତ୍ରରେ ସେ ସୁଧ ରିହାତି ପାଇବାକୁ ଯୋଗ୍ୟ । ସେହିଭଳି ଡିଜିଟାଲ କାରବାରରେ ମଧ୍ୟ କ୍ୟାସ୍‌ ବ୍ୟାକ୍‌ ବ୍ୟବସ୍ଥା ରହିଛି । ଏହିଭଳି ଭାବେ, ତାଙ୍କର ମୋଟ ସଞ୍ଚୟ ମୋଟ ସୁଧ ଠାରୁ ବେଶୀ ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଆରମ୍ଭ ହୋଇଥିବା ଡିଜିଟାଲ କାରବାରର ଧାରା  ଦ୍ରୁତ ବେଗରେ ବଢ଼ି ବଢ଼ି ଚାଲିଛି ଏବଂ ଗତ ତିନି ଚାରି ବର୍ଷ ମଧ୍ୟରେ ଦେଶବାସୀ ଏହା ଭଲ ଭାବେ ଉପଲବ୍ଧି କରିଛନ୍ତି ।

“ଏହି ଯୋଜନା ଲୋକମାନଙ୍କୁ ପୁଣି ଥରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବା ଏବଂ ସହଜରେ ପୁଂଜି ପାଇଁ ଋଣ ପାଇବାର ଉପାୟ ପ୍ରଦାନ କରିଛି । ପ୍ରଥମ ଥର ପାଇଁ, ଲକ୍ଷ ଲକ୍ଷ ରାସ୍ତାକଡ଼ ବୁଲା ବିକାଳୀମାନଙ୍କର ଏକ ନେଟୱାର୍କ ବ୍ୟବସ୍ଥା ହୋଇପାରିଛି । ସେମାନଙ୍କୁ ଏକ ପ୍ରକାର ପରିଚୟ ମିଳିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

“ଏହି ଯୋଜନା ମାଧ୍ୟମରେ ଜଣେ ଋଣ ଗ୍ରହୀତା ସଂପୂର୍ଣ୍ଣ ରୂପେ ସୁଧ ଛାଡ଼ ପାଇପାରିବେ । ଏହା ଅଧୀନରେ 7% ପର୍ଯ୍ୟନ୍ତ ସୁଧ ରିହାତି ଯୋଗାଇ ଦିଆଯାଉଛି । ବ୍ୟାଙ୍କମାନଙ୍କ ସହ ମିଶି ଏକ ନୂତନ ଅୟମାରମ୍ଭ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ସେହିଭଳି ଡିଜିଟାଲ ଫାସିଲିଟେଟରମାନେ ଏକଥା ସୁନିଶ୍ଚିତ କରୁଛନ୍ତି ଯେ ଯେଭଳି ବୁଲାବିକାଳୀମାନେ ଡିଜିଟାଲ କାରବାର କ୍ଷେତ୍ରରେ ପଛରେ ପଡ଼ି ନଯାଆନ୍ତି” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ସମୟରେ ଗ୍ରାହକମାନେ ଅଧିକରୁ ଅଧିକ ମାତ୍ରାରେ ଡିଜିଟାଲ କାରବାର ଉପରେ ନିର୍ଭର କରୁଛନ୍ତି । ସେମାନେ ନଗଦ ଦେଣନେଣ ଉପରେ ଆଉ ବେଶୀ ନିର୍ଭରଶୀଳ ହେଉନାହାନ୍ତି । ତେଣୁ ବୁଲା ବିକାଳୀମାନେ ମଧ୍ୟ ଏଭଳି ଡିଜିଟାଲ କାରବାରକୁ ଆପଣାଇବା ସକାଶେ ସେ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ମୋଦୀ କହିଲେ ଯେ ସରକାର ଏବେ ରାସ୍ତାକଡ଼ର ବୁଲାବିକାଳୀମାନଙ୍କ ପାଇଁ ଏକ ଓଟିଟି ପ୍ଲାଟଫର୍ମ ଆଣିବାକୁ ଯାଉଛନ୍ତି । ସେମାନେ ଏହା ଦ୍ୱାରା ନିଜର ବ୍ୟବସାୟ କାରବାର ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସହଜରେ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ହିତାଧିକାରୀମାନେ ଉଜ୍ଜ୍ୱଳା ଗ୍ୟାସ୍‌ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଆଦି ଯୋଜନାର ସୁଫଳ ଅଗ୍ରାଧିକାର ଭିତ୍ତିରେ ଲାଭ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ 40 କୋଟିରୁ ଅଧିକ ଗରିବ , ମଧ୍ୟବିତ୍ତ ଲୋକଙ୍କ ବ୍ୟାଙ୍କ  ଜମାଖାତା ଖୋଲା ଯାଇପାରିଛି ଏବଂ ଏବେ ସେମାନେ ସେମାନଙ୍କର ଏହି ଜମାଖାତା ମାଧ୍ୟମରେ ସମସ୍ତ ପ୍ରକାର ସରକାରୀ ସୁବିଧା ପାଇପାରୁଛନ୍ତି ଯାହାକି ସିଧା ସଳଖ ସେମାନଙ୍କର ଖାତାକୁ ହସ୍ତାନ୍ତରୀତ କରାଯାଉଛି । ଏହା ଦ୍ୱାରା ସେମାନଙ୍କୁ ଋଣ ପାଇବା ମଧ୍ୟ ସହଜସାଧ୍ୟ ହେଉଛି । ସେହିଭଳି ଡିଜିଟାଲ ସ୍ୱାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ଭଳି ଅନ୍ୟାନ୍ୟ ଯୋଜନାର ସୁବିଧା ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ନିକଟରେ ସହଜରେ ପହଞ୍ଚି ପାରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଆହୁରି ଅନେକ ବ୍ୟବସ୍ଥା ସରକାର ପ୍ରବର୍ତ୍ତନ କରିଛନ୍ତି ଯାହା ଦେଶର ଗରିବ ଲୋକମାନଙ୍କ ଜୀବନଧାରଣକୁ ସହଜସାଧ୍ୟ କରିଛି । ସେ କହିଲେ ଯେ ସରକାର ଏକ ପ୍ରମୁଖ ଯୋଜନା ଆରମ୍ଭ କରି ସହରାଞ୍ଚଳ ଓ ପ୍ରମୁଖ ଟାଉନମାନଙ୍କରେ ବାସଗୃହ ଭଡ଼ାକୁ ମଧ୍ୟ ସୁଲଭ କରିପାରିଛନ୍ତି ।

ଶ୍ରୀ ମୋଦୀ କହିଲେ ଯେ ଏକ ରାଷ୍ଟ୍ର ଏକ ରାସନ କାର୍ଡ଼ ଦ୍ୱାରା ଦେଶର ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତି ତାଙ୍କର ରାସନ ପାଇ ପାରୁଛନ୍ତି ।

ଆଗାମୀ 1000 ଦିନରେ ଦେଶର 6 ଲକ୍ଷ ଗ୍ରାମରେ ଅପଟିକାଲ ଫାଇବର ସୁବିଧା ଉପଲବ୍ଧ କାର୍ଯ୍ୟକ୍ରମ ଏବେ ପ୍ରବର୍ତ୍ତନ କରାଯାଉଛି । ଏ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସମଗ୍ର ଗ୍ରାମାଞ୍ଚଳ ଭାରତକୁ ଏବେ ଗୋଟିଏ ସୂତ୍ରରେ ବାନ୍ଧି ପାରିବ ଏବଂ ସେମାନେ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ବଜାର ସହ ସଂଯୁକ୍ତ ହୋଇଯିବେ । ଏହା ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବନ ଜୀବିକାକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବୁଲାବିକାଳୀମାନଙ୍କୁ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-19 ମହାମାରୀ ସଂକ୍ରମଣ ରୋକିବା ସକାଶେ ସମସ୍ତେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ ନିଜର ବ୍ୟବସାୟ କାରବାର ମଧ୍ୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ ।

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Syama Prasad Mookerjee on his Balidan Diwas, shares Sanskrit Subhashitam
June 23, 2026

The Prime Minister, Shri Narendra Modi, paid homage to Dr. Syama Prasad Mookerjee on his Balidan Diwas and remembered his immense contribution to nation-building.

The Prime Minister described Dr. Mookerjee as a distinguished patriot, scholar and statesman who dedicated his life to India’s development. Shri Modi said that Dr. Mookerjee’s unwavering conviction, courage in public life and commitment to national interest continue to inspire generations. He noted that Dr. Mookerjee’s sacrifice remains etched in the collective memory of the nation.

Paying respectful tributes to Dr. Mookerjee, the Prime Minister said that he dedicated his entire life to the selfless service of the nation and society. Shri Modi added that Dr. Mookerjee’s profound thoughts and ideals will continue to inspire every generation of the country to serve the motherland.

On the occasion, the Prime Minister also shared a Sanskrit Subhashitam:

“न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”

The Subhashitam highlights that immortality is attained not through deeds, wealth, or lineage but through sacrifice and complete dedication to noble ideals. Those noble souls who renounce their personal interests for the sake of the nation, society and truth become immortal in the hearts of the people, transcending the limits of time.

The Prime Minister wrote on X;

“On his Balidan Diwas, I pay homage to Dr. Syama Prasad Mookerjee, a distinguished patriot, scholar and statesman who dedicated his life to India’s development. His unwavering conviction, courage in public life and commitment to national interest continue to inspire generations. Dr. Mookerjee’s sacrifice remains etched in our collective memory. We reaffirm our commitment to building a strong and developed India, guided by the values he cherished and served till his last breath.”

“निःस्वार्थ भाव से राष्ट्र और समाज की सेवा में आजीवन समर्पित रहे देश की महान विभूति डॉ. श्यामा प्रसाद मुखर्जी जी को उनके बलिदान दिवस पर आदरपूर्ण श्रद्धांजलि। उनके प्रखर विचार और आदर्श देश की हर पीढ़ी को मातृभूमि की सेवा के लिए प्रेरित करते रहेंगे।

न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”