ଭାରତ ସ୍ୱାଧୀନତାର ୭୫ତମ ବର୍ଷ ଅବସରରେ ଏକ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଦେଶର ରାଜଧାନୀ ବିକାଶରେ ଭାରତ ଆଉ ଏକ ପଦକ୍ଷେପ ନେଇଛି: ପ୍ରଧାନମନ୍ତ୍ରୀ
ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ସୌଧ ର୍ନିମାଣ ଦିଗରେ ଏକ ବଡ ପଦକ୍ଷେପ: ପ୍ରଧାନମନ୍ତ୍ରୀ
କୌଣସି ଦେଶର ରାଜଧାନୀ ସେହି ଦେଶର ଚିନ୍ତାଧାରା, ନିଷ୍ଠା, ଶକ୍ତି ଏବଂ ସଂସ୍କୃତିର ପ୍ରତୀକ: ପ୍ରଧାନମନ୍ତ୍ରୀ
ଭାରତ ହେଉଛି ଗଣତନ୍ତ୍ରର ଜନନୀ, ଭାରତର ରାଜଧାନୀ ଏପରି ହେବା ଉଚିତ, ଯେଉଁଠାରେ ନାଗରିକ, ଜନତା କେନ୍ଦ୍ରସ୍ଥଳରେ ରହିବେ: ପ୍ରଧାନମନ୍ତ୍ରୀ
ସରକାରଙ୍କ ଫୋକସରେ ଥିବା ସହଜ ଜୀବନ ଯାପନ ଓ ସହଜ ବ୍ୟବସାୟ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିର ପ୍ରମୁଖ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ଯେତେବେଳେ ନୀତି ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ହେବ, ମନୋବଳ ଦୃଢ ହେବ ଏବଂ ପ୍ରୟାସ ସଚ୍ଚୋଟ ହେବ ସେତେବେଳେ ସବୁକିଛି ସମ୍ଭବ: ପ୍ରଧାନମନ୍ତ୍ରୀ
ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପକାର୍ଯ୍ୟ ସରିବା ହେଉଛି ପରିବର୍ତ୍ତିତ ଆଭିମୁଖ୍ୟ ଏବଂ ଚିନ୍ତାଧାରାର ଏକ ପ୍ରଦର୍ଶନ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଅଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର ଉଦ୍‍ଘାଟନ କରିଛନ୍ତି । ସେ ଆଫ୍ରିକା ଆଭେନ୍ୟୁରେ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ପରିଦର୍ଶନ କରି ସେନା, ନୌ ସେନା, ବାୟୁସେନା ଏବଂ ବେସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସୌଧ ଉଦଘାଟନୀ ଉତ୍ସବରେ ଭାରତର ସ୍ୱାଧୀନତାର ୭୫ ତମ ବର୍ଷରେ ଏକ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଭାରତ ଦେଶର ରାଜଧାନୀ ବିକାଶରେ ଆଉ ଏକ ପଦକ୍ଷେପ ନେଇଛି । ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ଦୀର୍ଘ ଦିନ ଧରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ର୍ନିମିତ ସ୍ଥାନରେ ପ୍ରତିରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଚାଲିଥିଲା ଯାହା ଘୋଡା ରହିବା ଏବଂ ବ୍ୟାରେକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିଲା । ସେ କହିଛନ୍ତି ଯେ ଏହି ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ଆମର ପ୍ରତିରକ୍ଷା ବାହିନୀର କାର୍ଯ୍ୟକୁ ସୁବିଧାଜନକ ତଥା ପ୍ରଭାବଶାଳୀ କରିବା ପାଇଁ ପ୍ରୟାସକୁ ଦୃଢ କରିବ ।

କେଜି ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁରେ ର୍ନିମିତ ଏହି ଆଧୁନିକ କାର୍ଯ୍ୟାଳୟଗୁଡ଼ିକ ଦେଶର ସୁରକ୍ଷା ସହ ଜଡିତ ସମସ୍ତ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ବହୁ ଦୂର ଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ଏନ୍‍କ୍ଲେଭ ର୍ନିମାଣ ଦିଗରେ ଏହା ଏକ ବଡ ପଦକ୍ଷେପ । ଭାରତୀୟ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ କଳାକୃତିଗୁଡିକ ସୌଧରେ ଆତ୍ମ ନିର୍ଭର ଭାରତର ପ୍ରତୀକ ଭାବରେ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରଶଂସା କରିଥିଲେ । ସେ କହିଛନ୍ତି, ସୌଧଗୁଡ଼ିକ ଆମ ସଂସ୍କୃତିର ବିବିଧତାର ଆଧୁନିକ ରୂପକୁ ପ୍ରତିଫଳିତ କରୁଥିବାବେଳେ ଦିଲ୍ଲୀ ଏବଂ ପରିବେଶର ସଂରକ୍ଷଣ କରିଥାଏ ।

ଯେତେବେଳେ ଆମେ ରାଜଧାନୀ ବିଷୟରେ କଥା ହେବା ସେତେବେଳେ ଏହା କେବଳ ଏକ ସହର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ । ଯେକୌଣସି ଦେଶର ରାଜଧାନୀ ହେଉଛି ସେହି ଦେଶର ଚିନ୍ତାଧାରା, ନିଷ୍ଠା, ଶକ୍ତି ଏବଂ ସଂସ୍କୃତିର ପ୍ରତୀକ । ଭାରତ ହେଉଛି ଗଣତନ୍ତ୍ରର ଜନନୀ, ତେଣୁ ଭାରତର ରାଜଧାନୀ ଏପରି ହେବା ଉଚିତ, ଯେଉଁଥିରେ ନାଗରିକ, ଜନସାଧାରଣ କେନ୍ଦ୍ରରେ ରହିବେ ।

ସରକାରଙ୍କ ଫୋକସରେ ଥିବା ସହଜ ଜୀବନ ଯାପନ ଓ ସହଜ ବ୍ୟବସାୟ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିର ପ୍ରମୁଖ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ସେଣ୍ଟ୍ରାଲ ଭିସ୍ତାର ର୍ନିମାଣ କାର୍ଯ୍ୟ କେବଳ ଏହି ଚିନ୍ତାଧାରା ସହିତ ଚାଲିଛି । ରାଜଧାନୀର ଆକାଂକ୍ଷା ଅନୁଯାୟୀ ନୂତନ ର୍ନିମାଣର ପ୍ରୟାସ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକପ୍ରତିନିଧିଙ୍କ ପାଇଁ ଆବାସ, ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଅନେକ ର୍ନିମାଣ, ଆମର ଶହୀଦମାନଙ୍କ ପାଇଁ ଅନେକ ଭବନ, ସ୍ମାରକୀ ଆଜି ରାଜଧାନୀର ଗୌରବ ବଢାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୪ ମାସ ମଧ୍ୟରେ ଶେଷ ହେବାକୁ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର କାର୍ଯ୍ୟ ମାତ୍ର ୧୨ ମାସର ରେକର୍ଡ ସମୟ ମଧ୍ୟରେ ଶେଷ ହୋଇଛି । କରୋନା ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତିରେ ଶ୍ରମ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଆହ୍ୱାନ ମଧ୍ୟ ସାମ୍ନାକୁ ଆସିଥିଲା । କରୋନା ଅବଧିରେ ଏହି ପ୍ରକଳ୍ପରେ ଶହ ଶହ ଶ୍ରମିକ ନିଯୁକ୍ତି ପାଇଥିଲେ । ସରକାରଙ୍କ କାର୍ଯ୍ୟରେ ଏକ ନୂତନ ଚିନ୍ତାଧାରା ଏବଂ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ନୀତି ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ହେବ, ଶକ୍ତି ଦୃଢ ହେବ ଏବଂ ପ୍ରୟାସ ସଚ୍ଚୋଟ ହେବ, ସେତେବେଳେ ସବୁକିଛି ସମ୍ଭବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧଗୁଡ଼ିକ ହେଉଛି କାର୍ଯ୍ୟ ଧାରାରେ ପରିବର୍ତ୍ତନ ଏବଂ ସରକାରଙ୍କ ପ୍ରାଥମିକତାର ନିଦର୍ଶନ । ସରକାରଙ୍କ ବିଭିନ୍ନ ବିଭାଗ ସହିତ ଉପଲବ୍ଧ ଜମିର ସର୍ବୋଚ୍ଚ ଏବଂ ଉପଯୁକ୍ତ ବ୍ୟବହାର ଏଭଳି ପ୍ରାଥମିକତା ବୋଲି ସେ କହିଛନ୍ତି । ଏହାର ଉଦାହରଣ ଆକାରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧଗୁଡିକ ୧୩ ଏକର ଜମିରେ ର୍ନିମିତ ହୋଇଛି ଯାହା ପୂର୍ବରୁ ଏଭଳି ସୌଧ ପାଇଁ ପାଞ୍ଚ ଗୁଣ ଅଧିକ ଜମି ବ୍ୟବହାର କରାଯାଉଥିଲା । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆସନ୍ତା ୨୫ ବର୍ଷ ଅର୍ଥାତ ‘ଆଜାଦୀ କା ଅମୃତ କାଳ' ସରକାରଙ୍କ ଦକ୍ଷତା ଏବଂ ଉତ୍ପାଦିକତା ପରି ପ୍ରୟାସ ଦ୍ୱାରା ସମର୍ଥିତ ହେବ । ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟର ଉପଲବ୍ଧତା, ସଂଯୁକ୍ତ ସମ୍ମିଳନୀ କକ୍ଷ, ମେଟ୍ରୋ ଭଳି ସହଜ ଯୋଗାଯୋଗ ରାଜଧାନୀକୁ ଲୋକ-ଅନୁକୂଳ କରିବାରେ ବହୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's rise is coming at an important time... because the world needs India, says Jane Fraser, Board Chair and CEO, Citi

Media Coverage

India's rise is coming at an important time... because the world needs India, says Jane Fraser, Board Chair and CEO, Citi
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"