“ବାରବର୍ଷ ତଳେ ମୋ ଦ୍ୱାରା ବପନବୀଜ ଆଜି ବିଶାଳ ବଟବୃକ୍ଷର ରୂପ ନେଇଛି”
“ ଭାରତ ଅଟକିବ ନାଇଁ କି କ୍ଳାନ୍ତ ହେବ ନାହିଁ”
“ନବଭାରତର ପ୍ରତ୍ୟେକ ଅଭିଯାନ ଦାୟିତ୍ୱ ଭାରତୀୟ ଯୁବଗୋଷ୍ଠୀ ସ୍ୱୟଂ ହାତକୁ ନେଇଛନ୍ତି”
“ସଫଳତାର ଏକ ମାତ୍ର ମନ୍ତ୍ର ହେଲା ଦୀର୍ଘମିଆଦି ଯୋଜନା ଓ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା”
“ଆମେ ଦେଶର ମେଧାବୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛୁ”

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଥମେ ଷ୍ଟାଡିୟମରେ ଉପସ୍ଥିତ ଯୁବଶକ୍ତିର ଉତ୍ସାହକୁ ନେଇ ପ୍ରଧାନମନ୍ତ୍ରୀ ଏହା କେବଳ କ୍ରୀଡାର ଏକ ମହାକୁମ୍ଭ ନୁହଁ, ବରଂ ଗୁଜରାଟ ଯୁବଶକ୍ତିର ଏକ ମହାକୁମ୍ଭ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ଏକ ମହୋତ୍ସବ ପାଳିତ ହୋଇଥିଲା । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମହାକୁମ୍ଭ ବୈଶ୍ୱିକ ମହାମାରୀ ଯୋଗୁ ଦୁଇବର୍ଷ ଧରି ଅନୁଷ୍ଠିତ ହୋଇପାରି ନ ଥିଲା । ମାତ୍ର ଏହି ବିଶାଳ ଆୟୋଜନ କ୍ରୀଡିବିତ୍‌ମାନଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଓ ଶକ୍ତି ଆଣିଦେଇଛି । “ବାରବର୍ଷ ତଳେ ମୁଁ ଯେଉଁ ବୀଜବପନ କରିଥିଲି ଆଜି ତାହା ବିଶାଳ ବରଗଛରେ ପରିଣତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୦୧୦ମସିହାରେ ଆରମ୍ଭ କରିଥିଲେ । ୧୬ଟି କ୍ରୀଡା ଓ ୧୩ଲକ୍ଷ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଖେଳ ମହାକୁମ୍ଭରେ ଆଜି ୩୬ଟି ବିଭିନ୍ନ କ୍ରୀଡା ପ୍ରଜାତି ଓ ୨୬ଟି ଭିନ୍ନକ୍ଷମ କ୍ରୀଡା ରହିଛି । ଏକାଦଶ ଖେଲ ମହାକୁମ୍ଭ ନିମନ୍ତେ ୪୫ ଲକ୍ଷରୁ ଅଧିକ କ୍ରୀଡାବିତ୍ ପଞ୍ଜୀକରଣ କରିଛନ୍ତି । 

ଶ୍ରୀ ମୋଦୀ କହିଥିଲେ ଯେ ଆଗରୁ ଭାରତୀୟ କ୍ରୀଡା ଜଗତରେ ଅଳ୍ପ କେତୋଟି ଖେଳ ଥିବାବେଳେ ଦେଶୀୟ ଖେଳକୁ ଉପେକ୍ଷା କରାଯାଇଥିଲା । “କ୍ରୀଡା ମଧ୍ୟ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରୁ ମୁକ୍ତ ନ ଥିଲା ଓ ଖେଳାଳି ଚୟନରେ ସ୍ୱଚ୍ଛତା ମଧ୍ୟ ନ ଥିଲା । କ୍ରୀଡାବିତ୍‌ମାନଙ୍କ ମେଧ୍ୟା ଅନ୍ୱେଷଣ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲା । ଏଭଳି ଆବର୍ତ୍ତରୁ ମୁକୁଳି ଭାରତର ଯୁବଗୋଷ୍ଠୀ ଆଜି ଶିଖର ସ୍ପର୍ଶ କରିଛନ୍ତି । ସୁନା ଓ ରୂପାର ଜାଜ୍ଜଲ୍ୟମାନ ପରିପ୍ରକାଶ ଦେଶର ଆତ୍ମବିଶ୍ୱାସକୁ ମଜବୁତ କରିଛି” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ରେକର୍ଡ ସଂଖ୍ୟକ ପଦକ ହାସଲ କରିଛି।  

ଦେଶର ଯୁଗଗୋଷ୍ଠୀ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ଥର ନିମନ୍ତେ ୭ଟି ପଦକ ହାସଲ କରିଛି । ସମପରିମାଣର ରେକର୍ଡ ଦେଶର ପୁଅଝିଅମାନେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଏହି ବୈଶ୍ୱିକ ପ୍ରତିଯୋଗିତାରେ ୧୯ଟି ପଦକ ହାସଲ କରିଛି । ତେବେ ଏହା ଏକ ଅୟମାରମ୍ଭ ମାତ୍ର, ଭାରତ ଅଟକି ଯିବ ନାହିଁ କି କ୍ଲାନ୍ତ ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁ ଛାତ୍ରଛାତ୍ରୀମାନେ ୟୁକ୍ରେନରୁ ଫେରିଛନ୍ତି, ସେମାନେ ମଧ୍ୟ ତ୍ରିରଙ୍ଗା ବର୍ଦ୍ଧିତ ପ୍ରଭାବ ଅଙ୍ଗେ ନିଭାଇଛନ୍ତି । କ୍ରୀଡା ମଞ୍ଚରେ ମଧ୍ୟ ସେହି ଏକପ୍ରକାର ଦେଶପ୍ରେମ ବେଶ ପରିଦୃଶ୍ୟମାନ । ବିଭିନ୍ନ କ୍ଷେତ୍ରରେ ଦେଶର ଯୁବଶକ୍ତି ନେତୃତ୍ୱ ନେଉଛନ୍ତି । “ଆଜି ଷ୍ଟାର୍ଟଅପରୁ ଷ୍ଟାଣ୍ଡ ଅପ୍‌, ମେକ୍ ଇନ ଇଣ୍ଡିଆରୁ ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର ଭୋକାଲ ଭାରତର ଯୁବ ଗୋଷ୍ଠୀ ନବଭାରତର ପ୍ରତ୍ୟେକ ଅଭିଯାନର ନେତୃତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । ଆମର ଯୁଗଗୋଷ୍ଠୀ ଭାରତୀୟ ଦକ୍ଷତାକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।

ଜୀବନରେ ସର୍ଟକଟ ଉପାୟକୁ ଆପଣାଉଥିବା ଯୁବଗୋଷ୍ଠୀକୁ ଉପଦେଶ ଦେଇଛନ୍ତି , ସେ କହିଥିଲେ ଯେ ସଫଳତାର ଗୋଟିଏ ମାତ୍ର ମନ୍ତ୍ର ଅଛି “ ଦୀର୍ଘମିଆଦି ଯୋଜନା ଏବଂ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା । କୌଣସି ବିଜୟ ବା ପରାଜୟ ଆମ ଯାତ୍ରାର ଅନ୍ତ ବା ପରାଜୟ ନୁହେଁ ।”

କ୍ରୀଡାରେ ସଫଳତା ଯେତେବେଳେ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଦେଖାଇବା ଉପରେ ନିର୍ଭରଶୀଳ ଓ ସେ ଦୃଷ୍ଟିରୁ ଦେଶରେ କ୍ରୀଡାର ବିସ୍ତାର ପାଇଁ ଏକ ସାମଗ୍ରିକ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଏହାର ଏକ ଦୃଷ୍ଟାନ୍ତ । “ଆମେ ଦେଶର ମେଧା ଚିହ୍ନି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ । ମେଧା ଥିବା ସତ୍ୱେ ଆମର ଯୁବକ ଯୁବତୀମାନେ ତାଲିମ ଅଭାବରୁ ପଛରେ ପଡିଯାଇଛନ୍ତି । ଆଜି ଉନ୍ନତରୁ ଉନ୍ନତତର ତାଲିମ ସୁବିଧା ଆମର ଖେଳାଳୀମାନଙ୍କୁ ଦେଉଛୁ ବୋଲି ସେ କହିଥିଲେ । ଗତ ସାତ ଆଠବର୍ଷ ବଜେଟ୍‌ରେ କ୍ରୀଡା ବାବଦ ବ୍ୟୟବରାଦ ଶତକଡା ୭୦ଭାଗ ବୃଦ୍ଧି ପାଇଛି । ଖେଳାଳି ଓ ପ୍ରଶିକ୍ଷକମାନଙ୍କ ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ପ୍ରଶିକ୍ଷଣ, ପରିଚାଳନା, ଖାଦ୍ୟ ପୌଷ୍ଟିକତା ବିଶେଷଜ୍ଞ, ତାଲିମଦାତା ଓ ଖେଳ ସାମ୍ବାଦିକତା ଭଳି ଅନେକ କ୍ଷେତ୍ରରେ ଯୁବ ସମାଜ ନିଜକୁ ପ୍ରତିଷ୍ଠିତ କରିପାରିବେ । ମଣିପୁର ଓ ମିରଟରେ କ୍ରୀଡା ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା ହେବା ସହ ଅନେକ ଶିକ୍ଷାନୁଷ୍ଠାନରେ କ୍ରୀଡା ପାଠ୍ୟକ୍ରମମାନ ପ୍ରବର୍ତ୍ତିତ ହେଉଛି । ଆମର ବିଶାଳ ସମୁଦ୍ର ତଟଅଞ୍ଚଳରେ ବେଳାଭୂମି ଓ ଜଳକ୍ରୀଡା ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି । ସେ ଅଭିଭାବକମାନଙ୍କୁ ପିଲାଙ୍କ ଖେଳ ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ ।

ଗୁଜରାଟରେ ଖେଳ ମହାକୁମ୍ଭ କ୍ରୀଡାର ବାତାବରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ବୟସର କୌଣସି ସୀମା ନ ଥିବା ବେଳେ ଅନେକ ବିଭିନ୍ନ ବୟସ ଶ୍ରେଣୀର ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି । ଏହା ଏକ ଅନ୍ୟାନ୍ୟ ପାରମ୍ପରିକ କ୍ରୀଡା ଯଥା କବାଡି, ଖୋଖୋ, ଯୋଗାସନ, ମାଲଖମ୍ବ ଓ ଆଧୁନିକ କ୍ରୀଡା ଯଥା କଳାତ୍ମକ ସ୍କେଟିଂ, ଟେନିସ ଓ ଅସୀଚାଳନା ଇତ୍ୟାଦିର ମିଳନସ୍ଥଳ ପାଲଟିଛି । ଏହା ତୃଣମୂଳସ୍ତରରେ ମେଧା ଅନ୍ୱେଷଣ ପାଇଁ ଅପୂର୍ବ ସୁଯୋଗ ପ୍ରଦାନ କରିଛି । ଏହା ବ୍ୟତୀତ ଗୁଜରାଟରେ ଭିନ୍ନକ୍ଷମଙ୍କ କ୍ରୀଡାକୁ ମଧ୍ୟ ପ୍ରୋତ୍ସାହିତ କରିଛି ।  

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi