ସୁଲାତାନପୁର ଜିଲ୍ଲାରେ ଏକ୍ସପ୍ରେସ୍‍ୱେରେ ନିର୍ମିତ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରିପ୍‍ରେଏୟାର ସୋକୁ କଲେ ପ୍ରଦର୍ଶନ
‘ଏହି ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶରେ ଗ୍ରହଣ କରାଯାଇଥିବା ପ୍ରତିବଦ୍ଧତାର ପ୍ରମାଣ ତଥା ଉତ୍ତର ପ୍ରଦେଶର ଗୌରତ ତଥା ବିସ୍ମୟ’
ଆଜି ପଶ୍ଚିମ ଉତ୍ତର ପ୍ରଦେଶର ଚାହିଦା ସହିତ ପୂର୍ବାଞ୍ଚଳର ଚାହିଦାକୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଉଛି ।”
“ଚଳିତ ଦଶନ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଉତ୍ତର ପ୍ରଦେଶ ଗଠନ ନିମନ୍ତେ ଭିତ୍ତିଭୂମିର ନିର୍ମାଣ କରାଯାଉଛି ।”
“ଡବଲ ଇଞ୍ଜିନ୍‍ ସରକାର” ଉତ୍ତର ପ୍ରଦେଶର ବିକାଶ ନିମନ୍ତେ ସଂପୂର୍ଣ୍ଣ ସଂକଳ୍ପବଦ୍ଧ ।’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସୁଲତାନପୁର ଜିଲ୍ଳାର ଏକ୍ସପ୍ରେସୱେରେ ଦୀର୍ଘ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରୀପ୍‍ରେ ଭାରତୀୟ ବାୟୁସେନାର ଚିତ୍ତାକର୍ଷକ ବିମାନ ଉଡ଼ାଣ ପ୍ରଦର୍ଶନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉପଭୋଗ କରିଛନ୍ତି ।

ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜିକୁ ତିନିବର୍ଷ ପୂର୍ବେ ଯେତେବେଳେ ସେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‍ୱେର ଶିଳାନ୍ୟାସ କରିଥିଲେ ସେ କଦାପି ଭାବିନଥିଲେ ଯେ ଏତେ ଶୀଘ୍ର ସେ ସେହି ଏକ୍ସପ୍ରେସ୍‍ୱେରେ ଆସି ବିମାନରେ ଅବତରଣ କରିବେ । ସେ କହିଲେ, ‘ ଏହି ଏକ୍ସପ୍ରେସୱେ ଦ୍ରୁତ ବେଗରେ ଏକ ଉତ୍ତମ ଭବିଷ୍ୟତର ଆଗମନ ଘଟାଇବ, ଏହି ଏକ୍ସପ୍ରେସୱେ ଉତ୍ତର ପ୍ରଦେଶର ବିକାଶ ଘଟାଇବ, ଏହି ଏକ୍ସପ୍ରେସୱେ ଏକ ନୂତନ ଉତ୍ତର ପ୍ରଦେଶ ନିର୍ମାଣ କରିବ, ଏହି ଏକ୍ସପ୍ରେସୱେ ଉତ୍ତର ପ୍ରଦେଶରେ ଉପଲବ୍ଧ ସକଳ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗର ଏକ ଉଦାହରଣ, ଏହି ଏକ୍ସପ୍ରେସୱେ ଉତ୍ତର ପ୍ରଦେଶ ଗ୍ରହଣ କରିଥିବା ପ୍ରତିବଦ୍ଧତାକୁ ସାକାର କରିବାର ଏକ ନମୁନା ଏବଂ ଏହା ହେଉଛି ଉତ୍ତର ପ୍ରଦେଶର ଗୌରବ ଏବଂ ବିସ୍ମୟ ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ମତ ପୋଷଣ କରି କହିଲେ ଯେ ଦେଶର ସମସ୍ତ ଭାଗରେ ସନ୍ତୁଳିତ ବିକାଶ ସାମଗ୍ରିକ ଭାବେ କାର୍ଯ୍ୟକାରୀ ହେବା ଉଚିତ । କେତେକ କ୍ଷେତ୍ର ବିକାଶ କ୍ଷେତ୍ରରେ ଆଗକୁ ଆଗେଇ ଯିବାବେଳେ ଅନ୍ୟ କେତେକ କ୍ଷେତ୍ର ଦଶନ୍ଧି ଦଶନ୍ଧି ଧରି ପଛରେ ପଡ଼ିରହିବା ଅନୁଚିତ । ସେ କହିଲେ ଯେ ଏହି ଅସମାନତା କୌଣସି ରାଷ୍ଟ୍ର ପାଇଁ ହିତକର ନୁହେଁ । ସେ କହିଲେ ଯେ ଭାରତର ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟଗୁଡ଼ିକ ବିକାଶ ନିମନ୍ତେ ସକଳ ପ୍ରକାର ସାମର୍ଥ୍ୟ ବହନ କରିଥିବା ସତ୍ତ୍ୱେ ଦେଶରେ ଘଟୁଥିବା ବିକାଶ କାର୍ଯ୍ୟକ୍ରମରୁ ସେତେମାତ୍ରାରେ ସୁଫଳ ପାଇପାରିନଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବବର୍ତ୍ତୀ ସରକାର ଯେଉଁଭଳି ଭାବେ ଦୀର୍ଘ ସମୟ ଧରି ଦେଶକୁ ପରିଚାଳନା କରିଆସିଥିଲେ, ସେମାନେ ଉତ୍ତର ପ୍ରଦେଶର ସାମଗ୍ରିକ ବିକାଶ ପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ । ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳର ବିକାଶ ଯାତ୍ରାରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କର ଟିମ୍‍ ଏବଂ ଉତ୍ତର ପ୍ରଦେଶର ଜନସାଧାରଣଙ୍କ ମିଳିତ ସହଯୋଗ ଯୋଗୁ ପୂର୍ବାଞ୍ଚଳ ଏକ୍ସପ୍ରେସୱେ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି । ଏହି ପ୍ରକଳ୍ପ ଯେଉଁ କୃଷକମାନଙ୍କର ଜମି ଅଧିଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ବ୍ୟତୀତ ଏହି ପ୍ରକଳ୍ପ କାର୍ଯ୍ୟରେ ସଂପୃକ୍ତ ଥିବା ସମସ୍ତ ଶ୍ରମିକ, କର୍ମଚାରୀ ଓ ଇଂଜିନିୟରମାନଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ମନ୍ତବ୍ୟ ପ୍ରଦାନ କରି କହିଲେ ଯେ ଦେଶର ସମୃଦ୍ଧି ଭଳି  ନିରାପତ୍ତା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ ଏହି କଥାକୁ ମନରେ ରଖି, ଲଢ଼ୁଆ ଯୁଦ୍ଧ ବିମାନଗୁଡ଼ିକ କିଭଳି ଭାବେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ସ୍ୱତନ୍ତ୍ର ଭାବେ ନିର୍ମିତ ରନୱେରେ ସହଜରେ ଜରୁରୀ ଅବତରଣ କରିପାରିବ ତାହାର ବ୍ୟବସ୍ଥା କରାଯାଇଛି । ସେ କହିଲେ ଯେ ଏହି ଯୁଦ୍ଧ ବିମାନଗୁଡ଼ିକର ଗର୍ଜନ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିକୁ ଦଶନ୍ଧି ଦଶନ୍ଧି ଧରି ଅଣଦେଖା କରିଆସିଥିଲେ ।

ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକଟ କରି କହିଲେ ଯେ ଗଙ୍ଗାଜୀ ଏବଂ ଅନ୍ୟ ଅନେକ ନଦୀଗୁଡ଼ଇକ ଦ୍ୱାର ଏତେ ମାତ୍ରାରେ ଆଶୀର୍ବାଦ ପ୍ରାପ୍ତ ହୋଇଥିବା ବେଳେ ଏପରି ବିଶାଳ କ୍ଷେତ୍ର ମାତ୍ର ଗତ ୭- ୮ ବର୍ଷ ପୂର୍ବ ପର୍ଯ୍ୟନ୍ତ ବିକାଶ କ୍ଷେତ୍ରରେ ଏତେ ପଛୁଆ ହୋଇ ରହିଥିଲା । ସେ କହିଲେ ଯେ ୨୦୧୪ ମସିହାରେ ଯେତେବେଳେ ଦେଶର ସେବା କରିବା ନିମନ୍ତେ ଦେଶବାସୀ ତାଙ୍କୁ ସୁଯୋଗ ଦେଇଥିଲେ, ସେ ଉତ୍ତର ପ୍ରଦେଶର ବିକାଶ ନିମନ୍ତେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ । ସେ ପରିକଳ୍ପନା କରିଥିଲେ ଯେ ଗରିବ ଲୋକମାନଙ୍କୁ କିଭଳି ପକ୍କା ଘର ପ୍ରଦାନ କରାଯାଇପାରିବ, ଗରିବ ଲୋକମାନଙ୍କୁ କିଭଳି ଶୌଚାଳୟ ମିଳିପାରିବ, ପରିବାରର ମହିଳାମାନଙ୍କୁ କିଭଳି ମୁକ୍ତାକାଶରେ ଶୌଚକାର୍ଯ୍ୟ କରିବାକୁ ପଡ଼ିମନାହିଁ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ କିଭଳି ବିଜୁଳି ଶକ୍ତି ଯୋଗାଇ ଦିଆଯାଇପାରିବ ଏବଂ ସେହିଭଳି ଅନେକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ଥିଲା । ପୂର୍ବବର୍ତ୍ତୀ ସରକାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ତତ୍କାଳୀନ ଉତ୍ତର ପ୍ରଦେଶ ସରକାର ସେମାନଙ୍କୁ ସେହିସବୁ ସୁଯୋଗ ପ୍ରଦାନ କରିବା ନିମନ୍ତେ ସମର୍ଥନ କରିନଥିଲା ଏକଥା  ଭାବିଲେ ତାଙ୍କ ମନ ଦୁଃଖରେ ଭରିଉଠୁଛି । ସେହ କହିଲେ ଯେ, ‘ଉତ୍ତର ପ୍ରଦେଶର ଜନସାଧାରଣ ତତ୍କାଳୀନ ସରକାରଙ୍କୁ ଉତ୍ତରଦାୟୀ ବୋଲି ଧରି ପାରିଥିଲେ  ଏବଂ ଜନସାଧାରଣଙ୍କ ପ୍ରତି ସେମାନେ ଏଭଳି ଅଣଦେଖା ମନୋଭାବ ପୋଷଣ ଯୋଗୁ ସେମାନଙ୍କୁ କ୍ଷମତାରୁ ଅନ୍ତର ମଧ୍ୟ କରିଥିଲେ ।  ବିକାଶ କ୍ଷେତ୍ରରେ କରାଯାଇଥିବା ବାଛବିଚାର ଏବଂ ଯେଉଁଭଳି ଭାବେ ସେମାନଙ୍କ ପରିବାରଙ୍କ ପ୍ରତି ସରକାର ବ୍ୟବହାର କରିଥିଲେ ତାହା ଦୁଃଖଦ ।”

ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ଯେ ପୂର୍ବରୁ ଉତ୍ତର ପ୍ରଦେଶରେ ଦିନକୁ କେତେଥର ବିଜୁଳି କାଟ ହେଉଥିଲା ଏବଂ ସେକଥା କିଏ ଭୁଲିପାରିବ? କିଏ ଭୁଲିପାରିବ ଯେ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସେତେବେଳେ କିପରି ଥିଲ ଏବଂ କିଏ ଏକଥା ଭୁଲି ପାରିବ ଯେ ଉତ୍ତର ପ୍ରଦେଶର ସେତେବେଳେ କିପ୍ରକାର ମେଡ଼ିକାଲ ସୁବିଧାସୁଯୋଗ  ଥିଲା । ସେ କହିଲେ ଯେ ଗତ ସାଢ଼େ ଚାରିବର୍ଷ ଭିତରେ, ଯେତେବେଳେ ପୂର୍ବରେ ହେଉ କି ପଶ୍ଚମରେ ହେଉ, ହଜାର ହଜାର ଗ୍ରାମକୁ ନୂତନ ସଡ଼କ ସହିତ ଯୋଡ଼ା ଯାଇଛି ଏବଂ ହଜାର ହଜାର କିଲୋମିଟର ଦୈର୍ଘ୍ୟ ନୂତନ ସଡ଼କ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଲୋକମାନଙ୍କ ସକ୍ରିୟ ସହଯୋଗ ଯୋଗୁ, ଉତ୍ତର ପ୍ରଦେଶର ବିକାଶ ସ୍ୱପ୍ନ ଏବେ ସାକାର ହୋଇପାରିଛି । ନୂତନ ମେଡ଼ିକାଲ କଲେଜମାନ ନିର୍ମିତ ହେଉଛି, ଏମମ୍ସ ମୁଣ୍ଡ ଟେକୁଛି, ଆଧୁନିକ ଶିକ୍ଷାନୁଷ୍ଠାନମାନ ଉତ୍ତର ପ୍ରଦେଶର ନିର୍ମିତ ହେଉଛି । ମାତ୍ର କେଇ ସପ୍ତାହ ପୂର୍ବେ କୁଶୀନଗର ଠାରେ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦରର ଶୁଭାରମ୍ଭ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଥା ବାସ୍ତବତା ବୋଲି ସଭିଏଁ ଜାଣିଥିଲେ  ଯେ ଉତ୍ତର ପ୍ରଦେଶର ଭଳି  ଏକ ବିଶାଳ ପ୍ରଦେଶର କେତେକ ଅଂଶ ପୂର୍ବର ପରସ୍ପର ଠାରୁ ଅଧିକତର ବିଚ୍ଛିନ୍ନ ହୋଇ ରହୁଥିଲେ । ସେତେବେଳେ ଲୋକମାନଙ୍କୁ ରାଜ୍ୟର ବିିଭିନ୍ନ କ୍ଷେତ୍ରକୁ ଯିବାକୁ ପଡ଼ୁଥିଲା କିନ୍ତୁ ଉପଯୁକ୍ତ ସଂଯୋଗ ନଥିବାରୁ ସେମାନଙ୍କୁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ପୂର୍ବ ଉତ୍ତର ପ୍ରଦେଶର ଲୋକମାନଙ୍କ ନିମନ୍ତେ ଏପରିକି ଲକ୍ଷ୍ନୌରେ ପହଞ୍ôଚବା କାଠିକର ପାଠ ଥିଲା । “ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀମାନଙ୍କ ନିମନ୍ତେ ସେମାନଙ୍କର ନିଜ ଘର ଥିବା ସ୍ଥାନର ବିକାଶ ସୀମିତ ରହିଥିଲା । କିନ୍ତୁ ଆଜି, ପୂର୍ବାଞ୍ଚଳର ଚାହିଦାକୁ ପଶ୍ଚିମ ଉତ୍ତର ପ୍ରଦେଶ ସହ ସମାନ ଗୁରୁତ୍ୱ ପ୍ରଦାନ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ । ସେ କହିଲେ ଯେ ଏହି ଏକ୍ସପ୍ରେସୱେ ସମସ୍ତ ସହରକୁ ସଂଯୋଗ କରି ଯାହାକି ସେମାନଙ୍କ ଅସୀମ ଆଶା ଓ ଆକା„ାକୁ ପୂରଣ କରିବା ସହ ଲକ୍ଷ୍ନୌ ସହିତ ସେମାନଙ୍କ ଠାରେ ଥିବା ପ୍ରଭୂତ ବିକାଶ ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ । ସେ କହିଲେ ଯେ ଯେଉଁସ୍ଥାନକୁ ଉତ୍ତର ସଡ଼କ ସହ ସଂଯୋଗ ରହିଛି, ଉତ୍ତମ ହାଇୱେ ପହଞ୍ôଚଛି, ସେଠାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସୁନିଶ୍ଚିତ, ସେଠାରେ କର୍ମନିଯୁକ୍ତିର ସୁଯୋଗ ଗତି ଲାଭ କରିଥାଏ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତର ପ୍ରଦେଶର ଶିଳ୍ପ ବିକାଶ ନିମନ୍ତେ ଉତ୍ତମ ଯୋଗାଯୋଗ ଓ ସଂଯୋଗୀକରଣ ଏକାନ୍ତ ଜରୁରି । ତେଣୁ ଉତ୍ତର ପ୍ରଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ସଂଯୋଗ କରାଯିବା ଆବଶ୍ୟକ । ସେ କହିଲେ ଯେ ଉତ୍ତର ପ୍ରଦେଶରେ ଏବେ ଏକ୍ସପ୍ରେସୱେ ପ୍ରସ୍ତୁତ ହୋଇସାରିଥିବାବେଳେ  ଶିଳ୍ପ କରିଡୋର କାର୍ଯ୍ୟ ଆରମ୍ଭ ହୋଇସାରିଛି । ଖୁବ୍‍ ଶୀଘୟ ନୂତନ ଶିଳ୍ପସଂସ୍ଥାମାନ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଦେଇ ଏଠାକୁ ଆସିବେ । ଆଗାମୀ ଦିନମାନଙ୍କରେ ଏହି ଏକ୍ସପ୍ରେସୱେର ଉଭୟ ପାଶ୍ୱର୍ରେ ଥିବା ସହରମାନଙ୍କରେ ଖାଦ୍ୟ ପ୍ରକ୍ର୍ରିୟାକରଣ,ଦୁଗ୍ଧ, କୋଲ୍ଡ ଷ୍ଟୋରୋଜ୍‍, ଫଳ ଓ ପନିପରିବା ସଂରକ୍ଷଣ, ଖାଦ୍ୟଶସ୍ୟ, ପଶୁପାଳନ ଓ ଅନ୍ୟାନ୍ୟ କୃଷି ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇବା ସୁନିଶ୍ଚିତ । ସେ କହିଲେ ଯେ କୁଶଳୀ ମାନବସମ୍ବଳ ଉତ୍ତର ପ୍ରଦେଶର ଶିଳ୍ପାୟନ ନିମନ୍ତେ ମଧ୍ୟ ଆବଶ୍ୟକ । ତେଣୁ ମାନବସମ୍ବଳକୁ ଉପଯୁକ୍ତ ତାଲିମ ପ୍ରଦାନ ନିମନ୍ତେ କାର୍ଯ୍ୟ ଆରମ୍ଭ ହେଉଛି । ଆଇଟିଆଇ ଏବଂ ଅନ୍ୟାନ୍ୟ ତାଲିମ ପ୍ରତିଷ୍ଠାନମାନ ତଥା ମେଡ଼ିକାଲ ଶିକ୍ଷାନୁଷ୍ଠାନ ସେହିସବୁ ସହରମାନଙ୍କରେ ପ୍ରତିଷ୍ଠା କରାଯିବ ।

ଉତ୍ତର ପ୍ରଦେଶର ନିର୍ମାଣ କରାଯାଉଥିପା ପ୍ରତିରକ୍ଷା କରିଡୋର ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ରାଜ୍ୟକୁ ବିପୁଳ ମାତ୍ରାର କର୍ମନିଯୁକ୍ତି ସୁଯୋଗ ଆଣିବ । ସେ କହିଲେ ଯେ ଉତ୍ତର ପ୍ରଦେଶରେ ସେହିସବୁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଭବିଷ୍ୟତର ଅର୍ଥନୀତିକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜଣେ ବ୍ୟକ୍ତି ଗୋଟିଏ ବାସଗୃହ ନିର୍ମାଣ କରୁଥିଲେ ସୁଦ୍ଧା, ସେ ପ୍ରଥମେ ସଡ଼କ ପାଇଁ ଚିନ୍ତିତ ଥାଏ ତା’ପରେ ମୃତ୍ତିକା ପରୀକ୍ଷା କରି ଦେଖେ ଏବଂ ଏହା ପରେ ଅନ୍ୟସବୁ କାରଣ ପ୍ରତି ବିଚାର କରିଥାଏ । କିନ୍ତୁ ଉତ୍ତର ପ୍ରଦେଶରେ ଆମେ ଏଭଳି ଏକ ଦୀର୍ଘ କାଳଖଣ୍ଡ ଦେଖୁ ଯେତେବେଳେ ସେଠାରେ ଶାସନ କ୍ଷମତାରେ ଥିବା ସରକାରମାନ ଲୋକମାନଙ୍କୁ କେବଳ ଶିଳ୍ପାୟନର ସ୍ୱପ୍ନ ଦେଖାଉଥିଲେ କିନ୍ତୁ ସେମାନେ ସଂଯୋଗୀକରଣ ନିମନ୍ତେ ଆଦୌ ଚିନ୍ତା କରିନଥିଲେ । ପରିଣାମ ହେଲା ଆବଶ୍ୟକ ସୁବିଧା ସୁଯୋଗ ଅଭାବରୁ ଅନେକ କଳ କାରଖାନା ଯାହାକି ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା ସେସବୁ ସମୟକ୍ରମେ ବନ୍ଦ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ଉଭୟ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଅଧିକତର ବଂଶବାଦୀମାନେ ହିଁ ପ୍ରାଧାନ୍ୟ ବିସ୍ତାର କରି ରହିଥିଲେ । ବର୍ଷ ବର୍ଷ ଧରି ଏହି ପାରିବାରିକ ସଦସ୍ୟଙ୍କ ସହଭାଗୀତା ଉତ୍ତର ପ୍ରଦେଶର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଇଥିଲା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆତି ଉତ୍ତର ପ୍ରଦେଶର ଡବଲ ଇଂଜିନ୍‍ ସରକାର ରାଜ୍ୟର ସାଧାରଣ ଲୋକମାନଙ୍କ ଆବଶ୍ୟକତାକୁ ବିଚାର କରି କାର୍ଯ୍ୟ କରୁଛି । ସେମାନଙ୍କୁ ନିଜର ପରିବାର ବୋଲି ହେତୁ କରୁଛି । ବର୍ତ୍ତମାନ ନୂତନ ଶିଳ୍ପସଂସ୍ଥାମାନଙ୍କ ପାଇଁ ଏଭଳି ଏକ ପରିବେଶ ସୃଷ୍ଟି ହୋଇଛି । ସେ କହିଲେ ଯେ ଏହିସବୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତ ଦଶନ୍ଧିରେ ବିକାଶ କାର୍ଯ୍ୟ କରାଯାଉଛି ଏବଂ ଏକ ସମୃଦ୍ଧ ଉତ୍ତର ପ୍ରଦେଶ ଗଠନ ନିମନ୍ତେ ଭିତ୍ତିଭୂମିର ବିକାଶ ଘଟାଯାଉଛି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ କରୋନା ଟିକାକରଣ କାର୍ଯ୍ୟ ସଫଳତା ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ସେ ଉତ୍ତର ପ୍ରଦେଶର ଲୋକମାନଙ୍କୁ ଏଥିନିମନ୍ତେ ପ୍ରଶଂସା କରିଥିଲେ । ସେମାନେ କୌଣସି ପ୍ରକାର ରାଜନୈତିକ ଅପପ୍ରଚାରରେ ଭଳି ନଯାଇ ଭାରତରେ ପ୍ରସ୍ତୁତ ଟିକା ନେବା ନିମନ୍ତେ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତର ପ୍ରଦେଶର ସାମଗ୍ରିକ ବିକାଶ ନିମନ୍ତେ ସରକାର ଅହୋରାତ୍ର କାର୍ଯ୍ୟରତ ଅଛନ୍ତି। ସଂଯୋଗୀକରଣ ସହିତ, ଉତ୍ତର ପ୍ରଦେଶର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି । ସେ କହିଲେ ଯେ ମାତ୍ର ୨ ବର୍ଷ ଭିତରେ ଉତ୍ତର ପ୍ରଦେଶ ସରକାର ୩୦ ଲକ୍ଷ ଗ୍ରାମୀଣ ପରିବାରଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇପାରିଛନ୍ତି । ଏବଂ ଚଳିତ ବର୍ଷ ଡବଲ ଇଂଜିନ୍‍ ସରକାର ଆହୁରି ଲକ୍ଷ ଲକ୍ଷ ଭଉଣୀମାନଙ୍କ ଘରେ ପାଇପ୍‍ ଜଳ ଯୋଗାଣ ନିମନ୍ତେ ସଂପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ। ସେ କହିଲେ ଯେ ସେବା ମନୋଭାବର ସହ ସମସ୍ତେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବା ଆମର କର୍ତ୍ତବ୍ୟ ଏବଂ ତାହା ଆମେ ଅବଶ୍ୟ ସଂପାଦନ କରିବୁ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"