ନବକାର ମହାମନ୍ତ୍ର କେବଳ ଏକ ମନ୍ତ୍ର ନୁହେଁ, ଏହା ଆମ ବିଶ୍ୱାସର ମୂଳ ମନ୍ତ୍ର : ପ୍ରଧାନମନ୍ତ୍ରୀ
ନବକାର ମହାମନ୍ତ୍ର ବିନମ୍ରତା, ଶାନ୍ତି ଏବଂ ସାର୍ବଜନୀନ ସୌହାର୍ଦ୍ଦ୍ୟର ପ୍ରତୀକ : ପ୍ରଧାନମନ୍ତ୍ରୀ
ନବକାର ମହାମନ୍ତ୍ର ପଞ୍ଚ ପରମେଷ୍ଠିଙ୍କ ପୂଜା ସହିତ ସଠିକ୍ ଜ୍ଞାନ, ଧାରଣା ଏବଂ ଆଚରଣ ଏବଂ ମୁକ୍ତିର ମାର୍ଗର ପ୍ରତୀକ ହୋଇଥାଏ : ପ୍ରଧାନମନ୍ତ୍ରୀ
ଜୈନ ସାହିତ୍ୟ ଭାରତର ବୌଦ୍ଧିକ ଗୌରବର ମେରୁଦଣ୍ଡ : ପ୍ରଧାନମନ୍ତ୍ରୀ
ଜଳବାୟୁ ପରିବର୍ତ୍ତନ ହେଉଛି ଆଜିର ସବୁଠାରୁ ବଡ଼ ସଙ୍କଟ ଏବଂ ଏହାର ସମାଧାନ ହେଉଛି ଏକ ସ୍ଥାୟୀ ଜୀବନଶୈଳୀ, ଯାହା ଜୈନ ସମ୍ପ୍ରଦାୟ ଶତାବ୍ଦୀ ଧରି ଅଭ୍ୟାସ କରି ଆସୁଛନ୍ତି ଏବଂ ଭାରତର ମିଶନ ଏଲଆଇଏଫଇ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛନ୍ତି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନବକାର ମହାମନ୍ତ୍ର ଦିବସ ଅବସରରେ ୯ଟି ସଂକଳ୍ପର ପ୍ରସ୍ତାବ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କରିଥିଲେ ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ନବକାର ମନ୍ତ୍ରର ଗଭୀର ଆଧ୍ୟାତ୍ମିକ ଅନୁଭୂତି ଉପରେ ଆଲୋକପାତ କରିବା ସହ ମନକୁ ଶାନ୍ତି ଓ ସ୍ଥିରତା ଆଣିବାର କ୍ଷମତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶବ୍ଦ ଓ ଚିନ୍ତାଧାରାକୁ ଅତିକ୍ରମ କରି ମନ ଓ ଚେତନା ଭିତରେ ଗଭୀର ଭାବରେ ଅନୁଭୂତ ହେଉଥିବା ଶାନ୍ତିର ଅସାଧାରଣ ଅନୁଭବ ଉପରେ ସେ ମନ୍ତବ୍ୟ ଦେଇଥିଲେ । ଶ୍ରୀ ମୋଦୀ ନବକାର ମନ୍ତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରି ଏହାର ପବିତ୍ର ଶବ୍ଦ ପାଠ କରିଥିଲେ ଏବଂ ମନ୍ତ୍ରକୁ ଶକ୍ତିର ଏକ ସମନ୍ୱିତ ପ୍ରବାହ, ସ୍ଥିରତା, ସମାନତା ଏବଂ ଚେତନା ଏବଂ ଆଭ୍ୟନ୍ତରୀଣ ଆଲୋକର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଲୟର ପ୍ରତୀକ ରୂପରେ ବର୍ଣନା କରଥିଲେ। ନିଜ ବ୍ୟକ୍ତିଗତ ଅନୁଭୂତିକୁ ନେଇ ସେ କହିଥିଲେ ଯେ, କିପରି ସେ ନିଜ ଭିତରେ ନବକାର ମନ୍ତ୍ରର ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରୁଛନ୍ତି । କିଛି ବର୍ଷ  ପୂର୍ବେ ବେଙ୍ଗାଲୁରୁରେ ଏଭଳି ଏକ ସାମୂହିକ ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା, ଯାହା ତାଙ୍କ ମନରେ ଏକ ସ୍ଥାୟୀ ଛାପ ପକାଇଥିଲା ବୋଲି ସେ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଦେଶ ବିଦେଶର ଲକ୍ଷ ଲକ୍ଷ ପୁଣ୍ୟ ଆତ୍ମା ଏକ ମିଳିତ ଚେତନାରେ ଏକାଠି ହୋଇ ଅତୁଳନୀୟ ଅନୁଭୂତି ଲାଭ କରିବା ଉପରେ ଆଲୋକପାତ କରିଥିଲେ । ସେ ସାମୂହିକ ଶକ୍ତି ଏବଂ ସମନ୍ୱିତ ଶବ୍ଦ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଏହାକୁ ପ୍ରକୃତରେ ଅସାଧାରଣ ଏବଂ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଥିଲେ ।

ଗୁଜରାଟରେ ଜୈନ ଧର୍ମର ପ୍ରଭାବ ସବୁ ଗଳିକନ୍ଦିରେ ଦେଖିବାକୁ ମିଳୁଥିବା ବେଳେ କିପରି ସେ  ଛୋଟ ବେଳୁ ଜୈନ ଆଚାର୍ଯ୍ୟଙ୍କ ସାଙ୍ଗରେ ରହିବାର ସୌଭାଗ୍ୟ ଲାଭ କରିଥିଲେ ସେ ବିଷୟରେ ଆଲୋକପାତ କରିଥିଲେ । "ନବକାର ମନ୍ତ୍ର କେବଳ ଏକ ମନ୍ତ୍ର ନୁହେଁ , ବରଂ ବିଶ୍ୱାସର ମୂଳ ଏବଂ ଜୀବନର ସାର" ବୋଲି ସେ ଜୋର ଦେଇ କହିଥିଲେ। ଆଧ୍ୟାତ୍ମିକତା ଠାରୁ ଆଗକୁ ଯାଇ ବ୍ୟକ୍ତି ବିଶେଷଙ୍କୁ ଓ ସମାଜକୁ ସମାନ ମାର୍ଗଦର୍ଶନ କରୁଥିବା ଏହାର ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ନବକାର ମନ୍ତ୍ରର ପ୍ରତ୍ୟେକ ଶବ୍ଦ ଏବଂ ଏପରିକି ପ୍ରତ୍ୟେକ ଅକ୍ଷରର ଗଭୀର ଅର୍ଥ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ତ୍ର ପାଠ କରିବା ସମୟରେ ପଞ୍ଚ ପରମେଷ୍ଠିଙ୍କୁ ପ୍ରଣାମ କରି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଏ । ଶ୍ରୀ ମୋଦୀ କହିଥିଲେ ଯେ ଯେଉଁ ଅରିହନ୍ତମାନେ 'କେବଳ ଜ୍ଞାନ' ହାସଲ କରିଛନ୍ତି ଏବଂ 'ଭବ୍ୟ ଜୀବ'ଙ୍କୁ ମାର୍ଗଦର୍ଶନ କରିଛନ୍ତି, ସେମାନେ ୧୨ଟି ଦିବ୍ୟ ଗୁଣକୁ ମୂର୍ତ୍ତିମାନ କରିଥିବା ବେଳେ ଆଠଟି କର୍ମକୁ ଉନ୍ମୁଳନ କରିଥିବା ସିଦ୍ଧମାନେ ମୋକ୍ଷପ୍ରାପ୍ତି କରିଛନ୍ତି ଏବଂ ଆଠଟି ଶୁଦ୍ଧ ଗୁଣର ଅଧିକାରୀ ହୋଇଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଚାର୍ଯ୍ୟମାନେ ମହାବ୍ରତ ଅନୁସରଣ କରନ୍ତି ଏବଂ ୩୬ଟି ଗୁଣକୁ ମୂର୍ତ୍ତିମାନ କରି ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରନ୍ତି ଏବଂ ଉପାଧ୍ୟାୟ ୨୫ଟି ଗୁଣରେ ସମୃଦ୍ଧ ମୋକ୍ଷ ପଥ ବିଷୟରେ ଜ୍ଞାନ ପ୍ରଦାନ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଧୁମାନେ ତପସ୍ୟା ଏବଂ ପ୍ରଗତି ମାଧ୍ୟମରେ ନିଜକୁ ଶୋଧନ କରନ୍ତି ଏବଂ ୨୭ଟି ମହାନ ଗୁଣରେ ଯୁକ୍ତ ​‌ହୋଇ ମୋକ୍ଷ ଆଡକୁ ଅଗ୍ରସର ହୁଅନ୍ତି। ସେ ଏହି ପ୍ରତ୍ୟେକ ଶ୍ରଦ୍ଧାଳୁ ପ୍ରାଣୀଙ୍କ ସହିତ ଜଡିତ ଆଧ୍ୟାତ୍ମିକ ଗଭୀରତା ଏବଂ ଗୁଣ ଉପରେ ଆଲୋକପାତ କରିଥିଲେ।

 

"ନବକାର ମନ୍ତ୍ର ପାଠ କରିବା ସମୟରେ ଜଣେ ୧୦୮ଟି ଦିବ୍ୟ ଗୁଣକୁ ପ୍ରଣାମ କରେ ଏବଂ ମାନବିକତାର କଲ୍ୟାଣକୁ ସ୍ମରଣ କରେ" ବୋଲି ଶ୍ରୀ ମୋଦୀ କହିବା ସହିତ, ଏହା ଉଲ୍ଳେଖ କରିଥିଲେ ଯେ ଏହି ମନ୍ତ୍ର ଆମକୁ ମନେ ପକାଇଦିଏ ଯେ ଜ୍ଞାନ ଏବଂ କାର୍ଯ୍ୟ ହେଉଛି ଜୀବନର ପ୍ରକୃତ ଦିଗ, ଗୁରୁ ମାର୍ଗଦର୍ଶକ ଭାବରେ ଆଲୋକର ପଥ ଦେଖାନ୍ତି ଏବଂ ଏଥିରୁ ମାର୍ଗ ସୃଷ୍ଟି ହୋଇଥାଏ।

 ସେ ନବକାର ମନ୍ତ୍ରର ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଆତ୍ମବିଶ୍ୱାସକୁ ପ୍ରେରଣା ଦେଇଥାଏ ଏବଂ ନିଜ ଯାତ୍ରାର ଆରମ୍ଭ କରିଥାଏ । ସେ କହିଥିଲେ ଯେ ପ୍ରକୃତ ଶତ୍ରୁ ନକାରାତ୍ମକ ଚିନ୍ତାଧାରା, ଅବିଶ୍ୱାସ, ଶତ୍ରୁତା ଏବଂ ସ୍ୱାର୍ଥପରତା ଭିତରେ ରହିଛି ଏବଂ ଏହାକୁ ଜିତିବା ହିଁ ପ୍ରକୃତ ବିଜୟ । ଜୈନ ଧର୍ମ ବ୍ୟକ୍ତିଙ୍କୁ ବାହ୍ୟ ଜଗତ ପରିବର୍ତ୍ତେ ନିଜକୁ ଜିତିବା ପାଇଁ ପ୍ରେରଣା ଦେଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ମତ ଦେଇଥିଲେ ଯେ, "ଆତ୍ମବିଜୟ ମଣିଷକୁ ଅରିହନ୍ତ ରେ ପରିଣତ କରିଥାଏ", ସେ ଆହୁରି ମଧ୍ୟ କହିଥିଲେ ଯେ ନବକାର ମନ୍ତ୍ର ଏକ ଆବଶ୍ୟକତା ନୁହେଁ ବରଂ ଏକ ମାର୍ଗ - ଏମିତି ଏକ ମାର୍ଗ ଯାହା ବ୍ୟକ୍ତିମାନଙ୍କୁ ଭିତରୁ ଶୁଦ୍ଧ କରେ ଏବଂ ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନା ଦିଗରେ ମାର୍ଗଦର୍ଶନ କରେ ।

 

"ନବକାର ମନ୍ତ୍ର ପ୍ରକୃତରେ ମାନବ ଧ୍ୟାନ, ଅଭ୍ୟାସ ଏବଂ ଆତ୍ମଶୁଦ୍ଧିର ଏକ ମନ୍ତ୍ର", ବୋଲି କହିବା ସହିତ  ପ୍ରଧାନମନ୍ତ୍ରୀ ଏହାର ବୈଶ୍ୱିକ ଦୃଷ୍ଟିକୋଣ ଏବଂ ଏହାର କାଳଜୟୀ ପ୍ରକୃତି ଉପରେ ଆଲୋକପାତ କରି କହିଥିଲେ ଯେ, ଯାହା ଅନ୍ୟ ଭାରତୀୟ ମୌଖିକ ଏବଂ ଶାସ୍ତ୍ରୀୟ ପରମ୍ପରା ପରି ପିଢ଼ି ପିଢ଼ି ଧରି - ପ୍ରଥମେ ମୌଖିକ ଭାବରେ, ପରେ ଶିଳାଲେଖ ମାଧ୍ୟମରେ ଏବଂ ଶେଷରେ ପ୍ରାକୃତ ପାଣ୍ଡୁଲିପି ମାଧ୍ୟମରେ - ଆଜି ମଧ୍ୟ ମାନବଜାତିକୁ ମାର୍ଗଦର୍ଶନ କରି ଚାଲିଛି । "ପଞ୍ଚ ପରମେଷ୍ଠିକୁ ପୂଜା କରିବା ସହିତ ନବକାର ମନ୍ତ୍ର ସଠିକ ଜ୍ଞାନ, ସଠିକ୍ ଧାରଣା ଏବଂ ସଠିକ୍ ଆଚରଣର ପ୍ରତୀକ, ମୁକ୍ତିର ମାର୍ଗ ଭାବରେ କାର୍ଯ୍ୟ କରେ" ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜୀବନର ନଅଟି ଉପାଦାନର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଭାରତୀୟ ସଂସ୍କୃତିରେ ନବମ ସଂଖ୍ୟାର ବିଶେଷ ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସେ ଜୈନ ଧର୍ମରେ ନବମ ସଂଖ୍ୟାର ପ୍ରାଧାନ୍ୟ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରି ନବକାର ମନ୍ତ୍ର, ନଅଟି ତତ୍ତ୍ୱ ଓ ନଅଟି ଗୁଣ ସହିତ ଅନ୍ୟାନ୍ୟ ପରମ୍ପରା ଯଥା ନଅଟି ଭଣ୍ଡାର, ନଅଟି ଦ୍ୱାର, ନବ ଗ୍ରହ, ଦୁର୍ଗାଙ୍କ ନଅ ପ୍ରକାରର ରୂପ ଓ ନବଧା ଭକ୍ତିରେ ଏହାର ଉପସ୍ଥିତି ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସେ ଆଲୋକପାତ କରିଥିଲେ ଯେ ନଅ ଥର ହେଉ କିମ୍ବା ନଅ ଗୁଣ ଯଥା ୨୭, ୫୪ କିମ୍ବା ୧୦୮ ରେ ଜପର ପୁନରାବୃତ୍ତି ନଅ ସଂଖ୍ୟା ଦ୍ୱାରା ପ୍ରତିପାଦିତ ହେବା ସମ୍ପୂର୍ଣ୍ଣତାର ପ୍ରତୀକ ଅଟେ । ନବମ ସଂଖ୍ୟା କେବଳ ଗଣିତ ନୁହେଁ ବରଂ ଏକ ଦର୍ଶନ, କାରଣ ଏହା ସମ୍ପୂର୍ଣ୍ଣତାର ପ୍ରତିନିଧିତ୍ୱ କରେ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ ମନ୍ତବ୍ୟ ଦେଇଥିଲେ ଯେ ପୂର୍ଣ୍ଣତା ହାସଲ କରିବା ପରେ ମନ ଓ ବୁଦ୍ଧି ସ୍ଥିର ହୋଇଥାଏ ଏବଂ ନୂତନ ଜିନିଷ ପ୍ରତି ଇଚ୍ଛାରୁ ମୁକ୍ତ ହୋଇ ଉଠିଥାଏ । ଉନ୍ନତି କରିବା ପରେ ମଧ୍ୟ ଜଣେ ତା'ର ସାରରେ ନିହିତ ରହିଥାଏ ଏବଂ ଏହା ହେଉଛି ନବକାର ମନ୍ତ୍ରର ସାରମର୍ମ।

ନବକାର ମନ୍ତ୍ରର ଦର୍ଶନ ଏକ ବିକଶିତ ଭାରତର ପରିକଳ୍ପନା ସହିତ ଜଡିତ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କର ବୟାନକୁ ଦୋହରାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ , ଏକ ବିକଶିତ ଭାରତ ଉଭୟ ପ୍ରଗତି ଏବଂ ଐତିହ୍ୟର ପ୍ରତୀକ – ଏହା ଏପରି ଏକ ରାଷ୍ଟ୍ର , ଯାହା ଅଟକିବ ନାହିଁ କିମ୍ବା ଦୋହଲି ଯିବ ନାହିଁ, ନୂତନ ଉଚ୍ଚତାରେ ପହଞ୍ଚିବ, ତଥାପି ଏହାର ପରମ୍ପରା ସହିତ ଜଡ଼ିତ ରହିବ ।

ଏକ ବିକଶିତ ଭାରତ ଏହାର ସଂସ୍କୃତି ଉପରେ ଗର୍ବ କରିବ ବୋଲି ସେ ଆଲୋକପାତ କରିଥିଲେ। ତୀର୍ଥଙ୍କରଙ୍କ ଶିକ୍ଷାର ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭଗବାନ ମହାବୀରଙ୍କ ୨୫୫୦ତମ ନିର୍ବାଣ ମହୋତ୍ସବର ଦେଶବ୍ୟାପୀ ପାଳନକୁ ମନେ ପକାଇ ଶ୍ରୀ ମୋଦୀ ବିଦେଶରୁ ତୀର୍ଥଙ୍କରଙ୍କ ସମେତ ପ୍ରାଚୀନ ମୂର୍ତ୍ତି ପ୍ରତ୍ୟାବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ। ସେ ଗର୍ବର ସହ କହିଥିଲେ ଯେ ବିଗତ ବର୍ଷ ଗୁଡ଼ିକରେ ୨୦ରୁ ଅଧିକ ତୀର୍ଥଙ୍କର ମୂର୍ତ୍ତି ଭାରତକୁ ଅଣାଯାଇଛି। ସେ ଭାରତର ପରିଚୟ ଗଠନରେ ଜୈନ ଧର୍ମର ଅତୁଳନୀୟ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ନୂଆଦିଲ୍ଲୀର ନୂତନ ସଂସଦ ଭବନକୁ ଗଣତନ୍ତ୍ରର ମନ୍ଦିର ବୋଲି ବର୍ଣ୍ଣନା କରି ସେ ଜୈନ ଧର୍ମର ଦୃଶ୍ୟମାନ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ଶାର୍ଦ୍ଦୁଲ ଗେଟ୍ ପ୍ରବେଶ ପଥରେ ଥିବା ସ୍ଥାପତ୍ୟ ଗ୍ୟାଲେରୀରେ ସମ୍ମେଦ ଶିଖରଙ୍କ ଚିତ୍ରଣ, ଲୋକସଭାର ପ୍ରବେଶ ଦ୍ୱାରରେ ଅଷ୍ଟ୍ରେଲିଆରୁ ଫେରିଥିବା ତୀର୍ଥଙ୍କର ମୂର୍ତ୍ତି, ସମ୍ବିଧାନ ଗ୍ୟାଲେରୀର ଛାତ ଉପରେ ଭଗବାନ ମହାବୀରଙ୍କ ଚମତ୍କାର ଚିତ୍ର ଏବଂ ଦକ୍ଷିଣ କୋଠାର କାନ୍ଥରେ ସମସ୍ତ ୨୪ ଜଣ ତୀର୍ଥଙ୍କରଙ୍କୁ ଏକାଠି ଚିତ୍ରିତ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହି ଦର୍ଶନ ଭାରତର ଗଣତନ୍ତ୍ରକୁ ମାର୍ଗଦର୍ଶନ କରେ ଏବଂ ସଠିକ୍ ମାର୍ଗ ପ୍ରଦାନ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୈନ ଧର୍ମର ଗଭୀର ସଂଜ୍ଞା ଉପରେ ଆଲୋକପାତ କରିଥିଲେ, ଯାହା ପ୍ରାଚୀନ ଅଗମା ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଯେପରିକି "ଭାଥୁ ସାହାଭୋ ଧମ୍ମୋ", "ଚରିତ୍ତମ ଖଳୁ ଧମ୍ମୋ" ଏବଂ "ଜୀବନା ରକ୍ଷଣାମ୍ ଧମ୍ମୋ"। ଏହି ମୂଲ୍ୟବୋଧରୁ ପ୍ରେରିତ ହୋଇ ସରକାର 'ସବ୍ କା ସାଥ, ସବ୍ କା ବିକାଶ' ର ମନ୍ତ୍ର ନେଇ ଆଗକୁ ବଢ଼ୁଛନ୍ତି ବୋଲି ସେ ଦୋହରାଇଥିଲେ।

 

"ଜୈନ ସାହିତ୍ୟ ଭାରତର ବୌଦ୍ଧିକ ଐତିହ୍ୟର ମେରୁଦଣ୍ଡ ଏବଂ ଏହି ଜ୍ଞାନକୁ ସଂରକ୍ଷଣ କରିବା ଏକ କର୍ତ୍ତବ୍ୟ" ବୋଲି ଉଲ୍ଳେଖ କରିବା ସହିତ ଶ୍ରୀ ମୋଦୀ ପ୍ରାକୃତ ଏବଂ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରି କହିଥିଲେ, ଯାହା ଜୈନ ସାହିତ୍ୟ ଉପରେ ଅଧିକ ଗବେଷଣାକୁ ସକ୍ଷମ କରିଥାଏ । ଭାଷା ସଂରକ୍ଷଣ ଦ୍ୱାରା ଜ୍ଞାନର ଅସ୍ତିତ୍ଵ ସୁନିଶ୍ଚିତ ହୋଇଥାଏ ଏବଂ ଭାଷାର ପ୍ରସାର ଦ୍ଵାରା ଜ୍ଞାନର ବିକାଶ ହୋଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତରେ ଶତାବ୍ଦୀ ପୁରୁଣା ଜୈନ ପାଣ୍ଡୁଲିପିର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପ୍ରତ୍ୟେକ ପୃଷ୍ଠାକୁ ଇତିହାସର ଦର୍ପଣ ଏବଂ ଜ୍ଞାନର ମହାସାଗର ଭାବରେ ବର୍ଣ୍ଣନା କରି ଗଭୀର ଜୈନ ଶିକ୍ଷାକୁ ଉଦାହରଣ ଦେଇଥିଲେ । ଧୀରେ ଧୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଲୋପ ପାଉଥିବାରୁ ସେ ଉଦବେଗ ପ୍ରକାଶ କରିବା ସହ ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଥିବା 'ଜ୍ଞାନ ଭାରତ ମିଶନ'ର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ। ପୁରାତନ କାଳକୁ ଆଧୁନିକତା ସହ ଯୋଡ଼ି ଦେଶର ଲକ୍ଷ ଲକ୍ଷ ପାଣ୍ଡୁଲିପି ସର୍ଭେ କରିବା ଏବଂ ପ୍ରାଚୀନ ଐତିହ୍ୟକୁ ଡିଜିଟାଲୀକରଣ କରିବାର ଯୋଜନା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏହି ପଦକ୍ଷେପକୁ ସେ 'ଅମୃତ ସଂକଳ୍ପ' ବୋଲି ବର୍ଣ୍ଣନା କରିଥିଲେ। ନୂଆ ଭାରତ ଏଆଇ ମାଧ୍ୟମରେ ସମ୍ଭାବନା ଖୋଜିବା ସହ ବିଶ୍ୱକୁ ଆଧ୍ୟାତ୍ମିକତାର ସହ ମାର୍ଗଦର୍ଶନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଜୈନ ଧର୍ମ ଉଭୟ ବିଜ୍ଞାନସମ୍ମତ ଏବଂ ସମ୍ବେଦନଶୀଳ ଏବଂ ଏହାର ମୂଳ ନୀତି ମାଧ୍ୟମରେ ଯୁଦ୍ଧ, ଆତଙ୍କବାଦ ଏବଂ ପରିବେଶ ସମସ୍ୟା ଭଳି ବୈଶ୍ୱିକ ଆହ୍ୱାନର ସମାଧାନ ପ୍ରଦାନ କରୁଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୈନ ପରମ୍ପରାର ପ୍ରତୀକ, ଯେଉଁଥିରେ "ପରସ୍ପରୋପଗ୍ରାହୋ ଜୀବନମ୍" ରହିଛି, ତାହା ସମସ୍ତ ପ୍ରାଣୀମାନଙ୍କ ପରସ୍ପର ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରେ । ଅହିଂସା ପ୍ରତି ଜୈନ ଧର୍ମର ପ୍ରତିବଦ୍ଧତାକୁ ସେ ଅତ୍ୟନ୍ତ ସୂକ୍ଷ୍ମ ସ୍ତରରେ ମଧ୍ୟ ପରିବେଶ ସଂରକ୍ଷଣ, ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଗଭୀର ବାର୍ତ୍ତା ବୋଲି ଦର୍ଶାଇଥିଲେ। ସେ ଜୈନ ଧର୍ମର ପାଞ୍ଚଟି ପ୍ରମୁଖ ନୀତିକୁ ସ୍ୱୀକାର କରିଥିଲେ ଏବଂ ଆଜିର ଯୁଗରେ ଅନେକାନ୍ତବାଦ ଦର୍ଶନର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଅନେକାନ୍ତବାଦରେ ବିଶ୍ୱାସ ଯୁଦ୍ଧ ଏବଂ ସଂଘର୍ଷ ପରିସ୍ଥିତିକୁ ରୋକିଥାଏ, ଅନ୍ୟମାନଙ୍କ ଭାବନା ଏବଂ ଦୃଷ୍ଟିକୋଣକୁ ବୁଝିବାକୁ ପ୍ରୋତ୍ସାହିତ କରିଥାଏ । ବିଶ୍ୱ ଅନେକାନ୍ତବାଦର ଦର୍ଶନକୁ ଗ୍ରହଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ଭାରତର ପ୍ରୟାସ ଏବଂ ଫଳାଫଳ ପ୍ରେରଣାର ଉତ୍ସ ପାଲଟିଥିବାରୁ ଭାରତ ପ୍ରତି ବିଶ୍ୱର ବିଶ୍ୱାସ ଗଭୀର ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ , ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡିକ ଭାରତର ପ୍ରଗତି କାରଣରୁ ବର୍ତ୍ତମାନ ଏହା ପ୍ରତି ନଜର ପକାଉଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ମାର୍ଗ ଖୋଲିଥାଏ । ସେ ଏହାକୁ "ପରସ୍ପରୋପଗ୍ରାହୋ ଜୀବନମ୍"ର ଜୈନ ଦର୍ଶନ ସହିତ ଯୋଡ଼ିଥିଲେ, ଯେଉଁଥିରେ ଜୀବନ ପାରସ୍ପରିକ ସହଯୋଗରେ ବିକଶିତ ହୁଏ ବୋଲି ଗୁରୁତ୍ୱାରୋପ କରିଥିଲେ ।  ସେ ଉଲ୍ଲେଖ କରିଛନ୍ତି ଯେ ଏହି ଦୃଷ୍ଟିକୋଣ ଭାରତ ଠାରୁ ସମଗ୍ର ବିଶ୍ଵର ଆଶା ବୃଦ୍ଧି କରିଛି ଏବଂ ଦେଶ ଏହାର ପ୍ରୟାସକୁ ତୀବ୍ର କରିଛି । ଜଳବାୟୁ ପରିବର୍ତନର ଜଟିଳ ସମସ୍ୟାର ସମାଧାନ କରି ସେ ସ୍ଥାୟୀ ଜୀବନଶୈଳୀକୁ ଏହାର ସମାଧାନ ଭାବେ ଚିହ୍ନଟ କରିବା ସହ ଭାରତର ମିଶନ ଏଲଆଇଏଫଇର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ସେ ମନ୍ତବ୍ୟ ଦେଇଥିଲେ ଯେ ଜୈନ ସମ୍ପ୍ରଦାୟ ଶତାବ୍ଦୀ ଧରି ସରଳତା, ସଂଯମ ଏବଂ ନିରନ୍ତରତାର ନୀତିକୁ ବଞ୍ଚୁଛି । ଅପାରିଗ୍ରହର ଜୈନ ନୀତି ବିଷୟରେ ଉଲ୍ଲେଖ କରି ସେ ଏହି ମୂଲ୍ୟବୋଧକୁ ବ୍ୟାପକ ଭାବେ ପ୍ରସାରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନ ନିର୍ବିଶେଷରେ ସମସ୍ତେ ମିଶନ ଏଲଆଇଏଫଇର ଧ୍ଵଜାବାହକ ହେବା ପାଇଁ ସେ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ସୂଚନାଭିତ୍ତିକ ଦୁନିଆରେ ଜ୍ଞାନ ପ୍ରଚୁର ମାତ୍ରାରେ ଅଛି, କିନ୍ତୁ ପ୍ରଜ୍ଞା ବିନା ଏଥିରେ ଗଭୀରତାର ଅଭାବ ରହିଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ , ଜୈନ ଧର୍ମ ସଠିକ୍ ମାର୍ଗ ଖୋଜିବା ପାଇଁ ଜ୍ଞାନ ଏବଂ ପ୍ରଜ୍ଞା ଭିତରେ ସନ୍ତୁଳନ କିପରି ରକ୍ଷା କରାଯିବ ତାହା ଶିଖାଏ । ଯୁବପିଢ଼ିଙ୍କ ପାଇଁ ଏହି ସନ୍ତୁଳନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ, ଯେଉଁଠାରେ ବୈଷୟିକ ଜ୍ଞାନକୌଶଳକୁ ମାନବ ସ୍ପର୍ଶ ଦ୍ୱାରା ପରିପୂର୍ଣ୍ଣ କରାଯିବା ଆବଶ୍ୟକ ଏବଂ ଦକ୍ଷତା ସହିତ ଆତ୍ମା ଜଡିତ ରହିବା ଆବଶ୍ୟକ । ନବକାର ମହାମନ୍ତ୍ର ନୂତନ ପିଢ଼ି ପାଇଁ ଜ୍ଞାନ ଓ ଦିଗଦର୍ଶନର ଉତ୍ସ ଭାବେ କାର୍ଯ୍ୟ କରିପାରିବ ବୋଲି ସେ କହିଛନ୍ତି।

 

ନବକାର ମନ୍ତ୍ରର ସାମୂହିକ ଉଚ୍ଚାରଣ ପରେ ୯ଟି ସଂକଳ୍ପ ନେବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପ୍ରଥମ ସଂକଳ୍ପ ଥିଲା 'ଜଳ ସଂରକ୍ଷଣ', ସେ ବୁଦ୍ଧି ସାଗର ମହାରାଜ ଜୀ ଙ୍କ କଥାକୁ ମନେ ପକାଇ ଥିଲେ, ଯିଏ ୧୦୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ଏମିତି ସମୟ ଆସିବ, ଯେତେବେଳେ ଦୋକାନରେ ପାଣି ବିକ୍ରି ହେବ। ପ୍ରତି ବୁନ୍ଦା ପାଣିର ମୂଲ୍ୟ ଏବଂ ସଞ୍ଚୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦ୍ଵିତୀୟ ସଂକଳ୍ପ ହେଉଛି 'ମା'ଙ୍କ ନାମରେ ଗଛ ଲଗାଇବା'। ବିଗତ କିଛି ମାସ ମଧ୍ୟରେ ୧୦୦ କୋଟିରୁ ଅଧିକ ବୃକ୍ଷରୋପଣ ଉପରେ ସେ ଆଲୋକପାତ କରିବା ସହ ସମସ୍ତଙ୍କୁ ନିଜ ମା'ଙ୍କ ନାମରେ ଏକ ବୃକ୍ଷରୋପଣ କରି ତାଙ୍କ ଆଶୀର୍ବାଦ ଭଳି ଏହାର ଲାଳନପାଳନ କରିବାକୁ ଅନୁରୋଧ କରିଥିଲେ। ସେ ଗୁଜରାଟରେ ୨୪ ଜଣ ତୀର୍ଥଙ୍କର ନାମରେ ୨୪ଟି ଗଛ ଲଗାଇବା ପାଇଁ ତାଙ୍କର ପ୍ରୟାସକୁ ମନେ ପକାଇଥିଲେ , ଯାହା ଅଳ୍ପ କିଛି ଗଛ ନଥିବାରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା । ପ୍ରତ୍ୟେକ ଗଳି, ଆଖପାଖ ଅଂଚଳ ଏବଂ ସହରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ମିଶନରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରି ଶ୍ରୀ ମୋଦୀ 'ସ୍ୱଚ୍ଛତା ମିଶନ' କୁ ତୃତୀୟ ସଂକଳ୍ପ ଭାବରେ ଉଲ୍ଲେଖ କରିଥିଲେ । 'ଭୋକାଲ୍ ଫର୍ ଲୋକାଲ' ଚତୁର୍ଥ ସଂକଳ୍ପ ହୋଇଥିବର ବେଳେ ସେ ସ୍ଥାନୀୟ ଅଂଚଳରେ ନିର୍ମିତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହନ ଦେବା, ଏହାକୁ ବିଶ୍ୱସ୍ତରୀୟ କରିବା ଏବଂ ଭାରତୀୟ ମାଟିର ସାରତତ୍ତ୍ଵ ବହନ କରୁଥିବା ସାମଗ୍ରୀଗୁଡ଼ିକୁ ସମର୍ଥନ କରିବା ଏବଂ ଭାରତୀୟ ଶ୍ରମିକଙ୍କ ସ୍ଵେଦ ବହନ କରୁଥିବା ଜିନିଷଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ। ପଞ୍ଚମ ସଂକଳ୍ପ ହେଉଛି 'ଭାରତକୁ ଜାଣିବା' ଏବଂ ସେ ଲୋକମାନଙ୍କୁ ବିଦେଶ ଯାତ୍ରା କରିବା ପୂର୍ବରୁ ଭାରତର ବିବିଧ ରାଜ୍ୟ, ସଂସ୍କୃତି ଏବଂ ଅଞ୍ଚଳର ଅନୁସନ୍ଧାନ କରିବାକୁ ଅନୁରୋଧ କରିଥିଲେ ଏବଂ ଦେଶର ପ୍ରତ୍ୟେକ କୋଣର ସ୍ୱତନ୍ତ୍ରତା ଏବଂ ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । 'ପ୍ରାକୃତିକ ଚାଷକୁ ଗ୍ରହଣ କରିବା' ଷଷ୍ଠ ସଂକଳ୍ପ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୈନ ନୀତି ବିଷୟରେ ଉଲ୍ଲେଖ କରି ଗୋଟିଏ ଜୀବ ଅନ୍ୟ ଜୀବକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ ବୋଲି ଉଲ୍ଲେଖ କରିବା ସହ ପୃଥିବୀ ମାତାଙ୍କୁ ରାସାୟନିକ ପଦାର୍ଥରୁ ମୁକ୍ତ କରିବା, କୃଷକମାନଙ୍କୁ ସମର୍ଥନ କରିବା ଏବଂ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେ 'ସୁସ୍ଥ ଜୀବନଶୈଳୀ'କୁ ସପ୍ତମ ସଂକଳ୍ପ ଭାବରେ ପ୍ରସ୍ତାବ ଦେଇଥିଲେ ଏବଂ ମୋଟା ଶସ୍ୟ (ଶ୍ରୀ ଅନ୍ନ) ସମେତ ଭାରତୀୟ ଖାଦ୍ୟ ପରମ୍ପରାକୁ ପ୍ରତ୍ୟାବର୍ତ୍ତନ କରିବା, ତୈଳ ବ୍ୟବହାରକୁ ୧୦% ହ୍ରାସ କରିବା ଏବଂ ସଂଯମ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ସୁନିଶ୍ଚିତ କରିବା ପାଇଁ ସେ 'ଯୋଗ ଓ କ୍ରୀଡ଼ାକୁ ସାମିଲ୍ କରିବା' ପ୍ରସ୍ତାବ ଦେଇଥିଲେ ଏବଂ ଯୋଗ ଓ କ୍ରୀଡ଼ାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ହାତ ଧରି ହେଉ ବା ପ୍ଲେଟ୍ ଭର୍ତ୍ତି କରି ଗରିବଲୋକଙ୍କୁ ସାହାଯ୍ୟ କରିବାର ଗୁରୁତ୍ୱକୁ ସେବାର ପ୍ରକୃତ ସାର ବୋଲି ଆଲୋକପାତ କରି ସେ ନବମ ତଥା ଅନ୍ତିମ ସଂକଳ୍ପ ଭାବେ 'ଗରିବଙ୍କୁ ସାହାଯ୍ୟ କରିବା' କୁ ପ୍ରସ୍ତାବ ଦେଇଥିଲେ। ଏହି ସଂକଳ୍ପଗୁଡ଼ିକ ଜୈନ ଧର୍ମର ନୀତି ଏବଂ ଏକ ସ୍ଥାୟୀ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭବିଷ୍ୟତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହି ୯ଟି ସଂକଳ୍ପ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନୂତନ ଶକ୍ତି ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏକ ନୂଆ ଦିଗ ପ୍ରଦାନ କରିବ। ଏହାର କାର୍ଯ୍ୟକାରିତା ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଦୟାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ।

ରତ୍ନତ୍ରେୟ, ଦଶଲକ୍ଷ୍ଷଣ, ସୋଲାହ କରଣ ସମେତ ଜୈନ ଧର୍ମର ନୀତି ଏବଂ ପର୍ଯ୍ୟୁଷଣ ଭଳି ପର୍ବପର୍ବାଣୀ ଆତ୍ମକଲ୍ୟାଣର ମାର୍ଗ ପ୍ରଶସ୍ତ କରେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ବିଶ୍ୱ ନବକାର ମନ୍ତ୍ର ଦିବସ ବିଶ୍ୱସ୍ତରରେ ସୁଖ, ଶାନ୍ତି ଏବଂ ସମୃଦ୍ଧିକୁ କ୍ରମାଗତ ଭାବରେ ବଢ଼ାଇବ । ଏହି କାର୍ଯ୍ୟକ୍ରମ ପାଇଁ ଚାରି ସମ୍ପ୍ରଦାୟ ଏକାଠି ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିବା ସହିତ ସମଗ୍ର ଦେଶରେ ଏକତାର ବାର୍ତ୍ତା ପ୍ରଚାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଯିଏ "ଭାରତ ମାତା କି ଜୟ" ଜପ କରେ ତାଙ୍କୁ ଆଲିଙ୍ଗନ କରାଯିବା ଉଚିତ ଏବଂ ତାଙ୍କ ସହିତ ଯୋଡି ହେବା ଉଚିତ, କାରଣ ଏହି ଶକ୍ତି ଏକ ବିକଶିତ ଭାରତର ମୂଳଦୁଆକୁ ମଜଭୁତ କରିଥାଏ ।

ଦେଶର ବିଭିନ୍ନ ସ୍ଥାନରେ ଗୁରୁ ଭଗବନ୍ତଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ସମଗ୍ର ଜୈନ ସମ୍ପ୍ରଦାୟକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଯୋଗ ଦେଇଥିବା ଆଚାର୍ଯ୍ୟ ଭଗବନ୍ତ, ମୁନି ମହାରାଜ, ଶ୍ରବକ-ଶ୍ରାବିକା ଏବଂ ଦେଶ ବିଦେଶରୁ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜେଆଇଟିଓର ପ୍ରୟାସ ପାଇଁ ସେ ଅଭିନନ୍ଦନ ଜଣାଇବା ସହ ଗୁଜରାଟର ଗୃହମନ୍ତ୍ରୀ ଶ୍ରୀ ହର୍ଷ ସାଂଗଭି, ଜେଆଇଟିଓ ଆପେକ୍ସ ଅଧ୍ୟକ୍ଷ ଶ୍ରୀ ପୃଥ୍ୱୀରାଜ କୋଠାରୀ, ସଭାପତି ଶ୍ରୀ ବିଜୟ ଭଣ୍ଡାରୀ, ଜେଆଇଟିଓର ଅନ୍ୟାନ୍ୟ ଅଧିକାରୀ ଏବଂ ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିକୁ ସ୍ୱୀକାର କରିବା ସହ ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ପୃଷ୍ଠଭୂମି

ନବକାର ମହାମନ୍ତ୍ର ଦିବସ ହେଉଛି ଆଧ୍ୟାତ୍ମିକ ସୌହାର୍ଦ୍ଦ୍ୟ ଏବଂ ନୈତିକ ଚେତନାର ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଯାହା ଜୈନ ଧର୍ମର ସବୁଠାରୁ ସମ୍ମାନଜନକ ଏବଂ ସାର୍ବଜନୀନ ଜପ, ନବକାର ମହାମନ୍ତ୍ର ସାମୂହିକ ଜପ ମାଧ୍ୟମରେ ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରେ । ଅହିଂସା, ନମ୍ରତା ଏବଂ ଆଧ୍ୟାତ୍ମିକ ପ୍ରଗତିର ନୀତି ଉପରେ ଆଧାରିତ ଏହି ମନ୍ତ୍ର ପ୍ରଜ୍ଞାଦୀପ୍ତ ପ୍ରାଣୀଙ୍କ ଗୁଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ । ସ୍ୱାଭିମାନ, ସହିଷ୍ଣୁତା ଏବଂ ସାମୂହିକ କଲ୍ୟାଣର ମୂଲ୍ୟବୋଧ ଉପରେ ପ୍ରତିଫଳନ କରିବାକୁ ଏହି ଦିବସ ସମସ୍ତ ବ୍ୟକ୍ତିଙ୍କୁ ଉତ୍ସାହିତ କରନ୍ତି ।

ଶାନ୍ତି ଓ ଏକତା ପାଇଁ ୧୦୮ରୁ ଅଧିକ ଦେଶର ଲୋକ ମାନେ ବିଶ୍ୱସ୍ତରୀୟ ସ୍ଲୋଗାନରେ ସାମିଲ ହୋଇଥିଲେ । ସେମାନେ ପବିତ୍ର ଜୈନ ଜପ ମାଧ୍ୟମରେ ଶାନ୍ତି, ଆଧ୍ୟାତ୍ମିକ ଜାଗରଣ ଏବଂ ସାର୍ବଜନୀନ ସୌହାର୍ଦ୍ଦ୍ୟ ବଢ଼ାଇବାରେ ଅଂଶଗ୍ରହଣ କରିଥିଲେ ।

 

ରତ୍ନତ୍ରେୟ, ଦଶଲକ୍ଷ୍ଷଣ, ସୋଲାହ କରଣ ସମେତ ଜୈନ ଧର୍ମର ନୀତି ଏବଂ ପର୍ଯ୍ୟୁଷଣ ଭଳି ପର୍ବପର୍ବାଣୀ ଆତ୍ମକଲ୍ୟାଣର ମାର୍ଗ ପ୍ରଶସ୍ତ କରେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ବିଶ୍ୱ ନବକାର ମନ୍ତ୍ର ଦିବସ ବିଶ୍ୱସ୍ତରରେ ସୁଖ, ଶାନ୍ତି ଏବଂ ସମୃଦ୍ଧିକୁ କ୍ରମାଗତ ଭାବରେ ବଢ଼ାଇବ । ଏହି କାର୍ଯ୍ୟକ୍ରମ ପାଇଁ ଚାରି ସମ୍ପ୍ରଦାୟ ଏକାଠି ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିବା ସହିତ ସମଗ୍ର ଦେଶରେ ଏକତାର ବାର୍ତ୍ତା ପ୍ରଚାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଯିଏ "ଭାରତ ମାତା କି ଜୟ" ଜପ କରେ ତାଙ୍କୁ ଆଲିଙ୍ଗନ କରାଯିବା ଉଚିତ ଏବଂ ତାଙ୍କ ସହିତ ଯୋଡି ହେବା ଉଚିତ, କାରଣ ଏହି ଶକ୍ତି ଏକ ବିକଶିତ ଭାରତର ମୂଳଦୁଆକୁ ମଜଭୁତ କରିଥାଏ ।

ଦେଶର ବିଭିନ୍ନ ସ୍ଥାନରେ ଗୁରୁ ଭଗବନ୍ତଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ସମଗ୍ର ଜୈନ ସମ୍ପ୍ରଦାୟକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଯୋଗ ଦେଇଥିବା ଆଚାର୍ଯ୍ୟ ଭଗବନ୍ତ, ମୁନି ମହାରାଜ, ଶ୍ରବକ-ଶ୍ରାବିକା ଏବଂ ଦେଶ ବିଦେଶରୁ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜେଆଇଟିଓର ପ୍ରୟାସ ପାଇଁ ସେ ଅଭିନନ୍ଦନ ଜଣାଇବା ସହ ଗୁଜରାଟର ଗୃହମନ୍ତ୍ରୀ ଶ୍ରୀ ହର୍ଷ ସାଂଗଭି, ଜେଆଇଟିଓ ଆପେକ୍ସ ଅଧ୍ୟକ୍ଷ ଶ୍ରୀ ପୃଥ୍ୱୀରାଜ କୋଠାରୀ, ସଭାପତି ଶ୍ରୀ ବିଜୟ ଭଣ୍ଡାରୀ, ଜେଆଇଟିଓର ଅନ୍ୟାନ୍ୟ ଅଧିକାରୀ ଏବଂ ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିକୁ ସ୍ୱୀକାର କରିବା ସହ ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ପୃଷ୍ଠଭୂମି

ନବକାର ମହାମନ୍ତ୍ର ଦିବସ ହେଉଛି ଆଧ୍ୟାତ୍ମିକ ସୌହାର୍ଦ୍ଦ୍ୟ ଏବଂ ନୈତିକ ଚେତନାର ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଯାହା ଜୈନ ଧର୍ମର ସବୁଠାରୁ ସମ୍ମାନଜନକ ଏବଂ ସାର୍ବଜନୀନ ଜପ, ନବକାର ମହାମନ୍ତ୍ର ସାମୂହିକ ଜପ ମାଧ୍ୟମରେ ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରେ । ଅହିଂସା, ନମ୍ରତା ଏବଂ ଆଧ୍ୟାତ୍ମିକ ପ୍ରଗତିର ନୀତି ଉପରେ ଆଧାରିତ ଏହି ମନ୍ତ୍ର ପ୍ରଜ୍ଞାଦୀପ୍ତ ପ୍ରାଣୀଙ୍କ ଗୁଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ । ସ୍ୱାଭିମାନ, ସହିଷ୍ଣୁତା ଏବଂ ସାମୂହିକ କଲ୍ୟାଣର ମୂଲ୍ୟବୋଧ ଉପରେ ପ୍ରତିଫଳନ କରିବାକୁ ଏହି ଦିବସ ସମସ୍ତ ବ୍ୟକ୍ତିଙ୍କୁ ଉତ୍ସାହିତ କରନ୍ତି ।

ଶାନ୍ତି ଓ ଏକତା ପାଇଁ ୧୦୮ରୁ ଅଧିକ ଦେଶର ଲୋକ ମାନେ ବିଶ୍ୱସ୍ତରୀୟ ସ୍ଲୋଗାନରେ ସାମିଲ ହୋଇଥିଲେ । ସେମାନେ ପବିତ୍ର ଜୈନ ଜପ ମାଧ୍ୟମରେ ଶାନ୍ତି, ଆଧ୍ୟାତ୍ମିକ ଜାଗରଣ ଏବଂ ସାର୍ବଜନୀନ ସୌହାର୍ଦ୍ଦ୍ୟ ବଢ଼ାଇବାରେ ଅଂଶଗ୍ରହଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi gets 'full marks' from former India cricketer as Chennai set to host historic Big Bash League opener

Media Coverage

PM Modi gets 'full marks' from former India cricketer as Chennai set to host historic Big Bash League opener
NM on the go

Nm on the go

Always be the first to hear from the PM. Get the App Now!
...
India-New Zealand relations are at a turning point: PM Modi at the India-New Zealand Business Event
July 11, 2026

Your Excellency, Prime Minister क्रिस्टोफर लक्सन,

भारत और न्यूज़ीलैंड के business leaders,

नमस्कार

किया ओरा

ऑकलैंड में आप सबके बीच आकर मुझे बहुत प्रसन्नता हो रही है। मैं प्रधानमंत्री लक्सन का, उनके सकारात्मक विचारों और भारत के प्रति उनकी गहरी प्रतिबद्धता के लिए विशेष आभार व्यक्त करता हूँ।

आप सभी की उपस्थिति न्यूज़ीलैंड की innovation, enterprise और future-oriented सोच का प्रतीक है। भारत की ओर से, मैं 140 करोड़ लोगों की aspirations और ambitions का संदेश लेकर आया हूँ।

Friends,

यह बैठक ऐसे समय में हो रही है जब भारत और न्यूज़ीलैंड के संबंध एक turning point पर हैं। आज हम अपने संबंधों को Strategic Partnership के सूत्र में बांध रहे हैं। यह केवल एक diplomatic milestone नहीं है। यह हमारे साझा भविष्य का एक नया संकल्प है।

इस वर्ष दोनों देशों के बीच नौ महीनों के रिकॉर्ड समय में Free Trade Agreement किया गया। यह आप सभी के लिए market access, investment, services, technology और talent mobility के नए अवसर लेकर आएगा। मुझे विश्वास है कि नए जोश और उत्साह के साथ काम करते हुए हम 2030 तक द्विपक्षीय व्यापार को दोगुना बढ़ाएंगे।

न्यूज़ीलैंड द्वारा अगले पंद्रह वर्षों में भारत में बीस बिलियन डॉलर का investment commitment किया गया है। यह केवल निवेश का ही नहीं, बल्कि भारत की विकास यात्रा में सहभागी बनने का भी commitment है।

Friends,

आज भारत दुनिया की fastest-growing major economy है। हमारी बढ़ती मिडल क्लास, large scale digital adoption और इंफ्रास्ट्रक्चर push, भारत को एक unique growth story बनाते हैं।

भारत में हमने reform, perform और transform को governance का आधार बनाया है। आज भारत में policy stability है, political stability है, और growth की continuity है।

इसलिए आज विश्व को हमारा संदेश है: India is not only a market; India is a launchpad for global growth.

भारत में बन रहे इन अवसरों का लाभ उठाने के लिए मैं कुछ उदाहरण आपके सामने रखना चाहूँगा। भारत में manufacturing को बढ़ावा देने के लिए हमने Production Linked Incentive scheme शुरू की है। इसके अंतर्गत food processing से लेकर textiles जैसे 14 sectors में लगभग बीस बिलियन डॉलर का सपोर्ट दिया जा रहा है। मैं आप सभी को इस manufacturing momentum का हिस्सा बनने के लिए आमंत्रित करता हूँ।

भारत में airports, regional connectivity, air cargo और टुरिज़म तेज़ी से बढ़ रहे हैं। भारत आज दुनिया का तीसरा सबसे बड़ा domestic aviation market है। हम मिलकर cargo corridors, flight connectivity और joint tourism packages बना सकते हैं।

Kiwi, apples, honey और seafood के लिए perishable cargo solutions विकसित किए जा सकते हैं। न्यूज़ीलैंड के पास horticulture, dairy science, और forestry में विशाल एक्स्पर्टीज़ है। भारत के पास consumer market, food parks और agri-tech talent की ताकत है। हम मिलकर farm-to-market value chains और global export platforms बना सकते हैं।

Fin Tech में आज भारत global leader है। आज दुनिया की पचास प्रतिशत real time digital payments भारत में होती हैं। हम digital payments के साथ साथ green bonds और blended finance में आगे बढ़ सकते हैं।

हमने space sector को private participation के लिए खोल दिया है। आज भारत में 400 से अधिक space start-ups है और अब तो एक यूनिकॉर्न भी बन गई है। दोनों देशों की कम्पनियां भारत के space ecosystem के साथ मिलकर small satellites, remote sensing और ocean monitoring में काम कर सकती हैं।

भारत में Smart Cities Mission के अंतर्गत 100 cities में 8,000 से अधिक projects पर काम हो रहा है। हम मिलकर urban mobility, water management, waste management जैसे क्षेत्रों में काम कर सकते हैं।

Friends,

मैं माओरी business leaders का विशेष अभिनंदन करता हूँ। भारत की सभ्यता और माओरी tradition, दोनों में प्रकृति, समुदाय और सस्टेनेबिलिटी के प्रति गहरा सम्मान है। हमारे FTA में भी माओरी बिजनेसस के लिए अवसरों को विशेष स्थान दिया गया है। हमारी इन साझा मूल्यों को जोड़कर हम inclusive and sustainable trade का नया model बना सकते हैं।

Friends,

मेरा सुझाव है कि हम मिलकर एक बहुत ही ambitious Business Roadmap बनाएं। अपनी strengths को जोड़ते हुए हम कम से कम पाँच flagship प्रोजेक्ट्स की पहचान करें, और उन्हें समयबद्ध तरीके से पूरा करने के लिए review मेकनिज़म बनाएं। तभी हम अपने संबंधों के पूरे potential को realise कर सकेंगे, और दोनों देशों के लोगों की आकांक्षाओं और अपेक्षाओं पर खरे उतर सकेंगे।

मैं आप सभी को इस यात्रा में कंधे से कंधा मिलाकर चलने के लिए आमंत्रित करता हूँ।

Let us make our partnership a platform for prosperity, a bridge for innovation, and a force for global good.

और मैं चाहता हूँ की भारत और नई ज़ीलैण्ड मिल कर के एक नयी शक्ति के रूप में उभरें।

और मेरा एक और आग्रह है। जैसे अभी आपने बताया कि खेल के हमारे संबंधों के सौ साल हो रहे हैं। यह बड़ा महत्वपूर्ण इवेंट है।

इसको तो हम मनाएंगे ही मनाएंगे। लेकिन क्या हम यह सोच सकते हैं, की 35 से कम उम्र के Businessmen, ऐसा एक बड़ा डेलीगेशन भारत आएं, और भारत से भी 35 से नीचे की उम्र का एक बिज़नेस डेलीगेशन New Zealand आये?

ताकि हम एक नयी पीढ़ी को हम तैयार करें ? इसी एक शुभकामना के साथ आप सब का बहुत-बहुत धन्यवाद।