୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିଜ୍ଞାନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶକୁ ଉତ୍ସର୍ଗ କରିଛନ୍ତି
ବିଶାଖାପାଟଣାର ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର ଏବଂ ନାଭି ମୁମ୍ବାଇର ମହିଳା ଏବଂ ଶିଶୁ କର୍କଟ ଡାକ୍ତରଖାନା ଭବନ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି
ନାଭି ମୁମ୍ବାଇ ସ୍ଥିତ ଜାତୀୟ ହାଡ୍ରନ୍ ବିମ୍ ଥେରାପି ସୁବିଧା ଏବଂ ରେଡିଓଲୋଜିକାଲ୍ ରିସର୍ଚ୍ଚ ୟୁନିଟ୍ ରାଷ୍ଟକୁ ସମର୍ପିତ କରିଛନ୍ତି
ଫିଜନ୍ ମୋଲିବଡେନମ୍ - ୯୯ ଉତ୍ପାଦନ ସୁବିଧା, ମୁମ୍ବାଇ ଏବଂ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକୀୟ କାରଖାନା, ବିଶାଖାପାଟଣାକୁ ରାଷ୍ଟ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ
ଜଟଣୀର ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର ଏବଂ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ର ଭିତ୍ତିପ୍ରସ୍ତର ସ୍ଥାପନ
ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ ଇଣ୍ଡିଆ (ଲିଗୋ - ଇଣ୍ଡିଆ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
୨୫ ତମ ଜାତୀୟ ପ୍ରଯୁକ୍ତି ଦିବସରେ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ଜାରି
“ଯେଉଁ ଦିନ ଅଟଳ ଜୀ ଭାରତର ସଫଳ ଆଣବିକ ପରୀକ୍ଷଣ ଘୋଷଣା କରିଥିଲେ ମୁଁ ସେହି ଦିନକୁ ଭୁଲି ପାରିବି ନାହିଁ”
"ଅଟଳ ଜୀଙ୍କ ଭାଷାରେ, ଆମେ ନିଜ ଯାତ୍ରାରେ କେବେ ବି ଅଟକି ନାହୁଁ ଏବଂ ଆମ ରାସ୍ତାରେ ଆସୁଥିବା କୌଣସି ଆହ୍ୱାନ ଆଗରେ ସମର୍ପଣ କରି ନାହୁଁ"
“ଆମକୁ ଦେଶକୁ ବିକଶିତ ଏବଂ ଅତ୍ମନିର୍ଭରଶୀଳ କରିବାକୁ ହେବ”
ଆଜିର ଶିଶୁ ଏବଂ ଯୁବକମାନଙ୍କ ଉତ୍ସାହ, ଶକ୍ତି ଏବଂ ସାମର୍ଥ୍ୟ ହେଉଛି ଭାରତର ବଡ଼ ଶକ୍ତି ”
“ଭାରତର ଉଦ୍ୟମୀମାନେ ଶୀଘ୍ର ବିଶ୍ୱର ଅଗ୍ରଣୀ ଉଦ୍ୟୋଗୀ ହେବେ”
“ଆଜିର ଭାରତ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଛି ଯାହା ଏକ ଟେକ୍ ଲିଡର ହେବା ପାଇଁ ଆବଶ୍ୟକ”
ଏହି ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ । 

ଯେଉଁ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ - ଇଣ୍ଡିଆ (ଲିଗୋ – ଇଣ୍ଡିଆ), ହିଙ୍ଗୋଲି; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଜଟଣୀ, ଓଡିଶା; ଏବଂ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଅନ୍ତର୍ଭୁକ୍ତ ।

 

ଜାତି ଉଦ୍ଦେଶ୍ୟରେଁ ଉତ୍ସର୍ଗୀକୃତ ପ୍ରକଳ୍ପ ଗୁଡିକ ହେଉଛି ଫିସନ୍ ମୋଲିବଡେନମ୍ - ୯୯ ଉତ୍ପାଦନ ସୁବିଧା, ମୁମ୍ବାଇ; ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକୀୟ କାରଖାନା, ବିଶାଖାପାଟଣା ; ନ୍ୟାସନାଲ ହାଡ୍ରନ୍ ବିମ୍ ଥେରାପି ସୁବିଧା, ନାଭି ମୁମ୍ବାଇ; ରେଡିଓଲୋଜିକାଲ ରିସର୍ଚ୍ଚ ୟୁନିଟ୍‌, ନାଭି ମୁମ୍ବାଇ ; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ବିଶାଖାପାଟଣା୍‌; ଏବଂ ମହିଳା ଏବଂ ଶିଶୁ କର୍କଟ ହସ୍ପିଟାଲ ଭବନ, ନାଭି ମୁମ୍ବାଇ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ନିକଟ ଅତୀତରେ ଭାରତରେ ହୋଇଥିବା ବିଜ୍ଞାନ ଭିତ୍ତିକ ଏବଂ ବୈଷୟିକ ପ୍ରଗତି ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ ଏବଂ ଏକ ପଦଯାତ୍ରା ମଧ୍ୟ କରିଥିଲେ । ଏହି ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଥିଲେ । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୧ ମଇ ହେଉଛି ଭାରତ ଇତିହାସର ଅନ୍ୟତମ ପ୍ରତିଷ୍ଠିତ ଦିବସ । ସେ ସୂଚାଇ ଦେଇଛନ୍ତି ଯେ ଆଜି ଦିନଟି ହେଉଛି ସେହି ଦିନ, ଯେତେବେଳେ ଭାରତର ବୈଜ୍ଞାନିକମାନେ ପୋଖରାନ ଠାରେ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ସମଗ୍ର ଦେଶକୁ ଗର୍ବିତ କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଯେଉଁ ଦିନ ଅଟଳ ଜୀ ଭାରତର ସଫଳ ଆଣବିକ ପରୀକ୍ଷଣ ସମ୍ପର୍କରେ ଘୋଷଣା କରିଥିଲେ ମୁଁ ସେହି ଦିନକୁ କେବେ ଭୁଲି ପାରିବି ନାହିଁ । ସେ ପ୍ରକାଶ କରିଛନ୍ତି ଯେ, ପୋଖରାନ୍ ଆଣବିକ ପରୀକ୍ଷଣ କେବଳ ଭାରତକୁ ଏହାର ବୈଜ୍ଞାନିକ ଦକ୍ଷତା ପ୍ରମାଣ କରିବାରେ ସାହାଯ୍ୟ କରି ନାହିଁ ବରଂ ଦେଶର ସ୍ତରକୁ ବିଶ୍ୱରେ ମଧ୍ୟ ଆଗକୁ ନେଇଛି । " ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଅଟଳ ଜୀଙ୍କ ଶବ୍ଦରେ ” ଆମେ ଆମର ଯାତ୍ରାରେ କେବେ ବି ଅଟକି ନାହୁଁ କି କୌଣସି ଆହ୍ୱାନ ଆଗରେ କେବେ ବି ଆତ୍ମସମର୍ପଣ କରିନାହୁଁ” । ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଆଜି ଉଦ୍‌ଘାଟିତ ହୋଇଥିବା ଭବିଷ୍ୟତ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ ଜାତୀୟ ହାଡ୍ରନ୍ ବିମ୍ ଥେରାପି ସୁବିଧା ଏବଂ ମୁମ୍ବାଇର ରେଡିଓଲୋଜିକାଲ୍ ରିସର୍ଚ୍ଚ ୟୁନିଟ୍‌, ଫିସନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା, ବିଶାଖାପାଟଣାରେ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକୀୟ କାରଖାନା କିମ୍ବା ବିଭିନ୍ନ କର୍କଟ ଗବେଷଣା ଡାକ୍ତରଖାନା ବିଷୟରେ ଉଲ୍ଲେଖ କରିଛନ୍ତି । ଆଣବିକ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଏହା ଦେଶର ଅଗ୍ରଗତିକୁ ଆଗକୁ ବୃଦ୍ଧି କରିବ ବୋଲି କହିଛନ୍ତି । ଲିଗୋ ଇଣ୍ଡିଆ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଲିଗୋକୁ ଏକବିଂଶ ଶତାବ୍ଦୀର ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକ୍ତି ପଦକ୍ଷେପ ବୋଲି କହିଥିଲେ । ପର୍ଯ୍ୟବେକ୍ଷକ ଛାତ୍ର ଏବଂ ବୈଜ୍ଞାନିକ ମାନଙ୍କ ପାଇଁ ଗବେଷଣା ନିମନ୍ତେ ଏହା ନୂତନ ସୁଯୋଗ ଆଣିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଆଜି ଅମୃତ କାଳ ପ୍ରାରମ୍ଭିକ ଅବସ୍ଥାରେ ରହିଛି, ୨୦୪୭ ର ଲକ୍ଷ୍ୟ ଆମ ସମ୍ମୁଖରେ ସ୍ପଷ୍ଟ ଭାବରେ ଅଛି । ଅଭିବୃଦ୍ଧି, ନବସୃଜନ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଏକ ସମାବେଶୀ ପାରିବେଶିବ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ଆମକୁ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭର କରିବାକୁ ପଡିବ । ସେ ପ୍ରତ୍ୟେକ ପଦକ୍ଷେପରେ ଟେକ୍ନୋଲୋଜିର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ଏହି ପରିପ୍ରେକ୍ଷୀରେ ଭାରତ ଏକ ସାମଗ୍ରିକ ଏବଂ ୩୬୦ - ଡିଗ୍ରୀ ଆଭିମୁଖ୍ୟ ସହିତ ଅଗ୍ରଗତି କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଟେକ୍ନୋଲୋଜିକୁ ଦେଶର ପ୍ରଗତିର ଏକ ଉପକରଣ ଭାବରେ ଗ୍ରହଣ କରେ, ଏହାର ଆଭିମୁଖ୍ୟକୁ ଦୃଢ଼ କରିବାର ମାଧ୍ୟମ ଭାବରେ ନୁହେଁ ।

ଆଜିର କାର୍ଯ୍ୟକ୍ରମ ‘ସ୍କୁଲ ରୁ ଷ୍ଟାର୍ଟଅପ - ଯୁବ ମସ୍ତିଷ୍କକୁ ନବସୃଜନ ପାଇଁ ପ୍ରଜ୍ଜ୍ୱଳିତ କରିବା’ ର ବିଷୟ ବସ୍ତୁକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବକ ଏବଂ ପିଲାମାନେ ଭାରତର ଭବିଷ୍ୟତର ପନ୍ଥା ସ୍ଥିର କରିବେ । ସେ କହିଛନ୍ତି ଯେ ଆଜିର ଶିଶୁ ଏବଂ ଯୁବକ ମାନଙ୍କ ଉତ୍ସାହ, ଶକ୍ତି ଏବଂ ସାମର୍ଥ୍ୟ ହେଉଛି ଭାରତର ବଡ ଶକ୍ତି । ପ୍ରଧାନମନ୍ତ୍ରୀ ଡଃ ଏ. ପି. ଜେ. ଅବଦୁଲ କଲାମଙ୍କୁ ଉଦ୍ଧୃତ କରି , ଜ୍ଞାନ ସହିତ ଜ୍ଞାନର ମହତ୍ତ୍ୱକୁ ସେ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ ଭାରତ ଏକ ଜ୍ଞାନୀ ସମାଜ ରୂପରେ ବିକଶିତ ହେଉଛି, ସମାନ ସାମର୍ଥ୍ୟର ସହିତ କାର୍ଯ୍ୟ କରୁଛି । ଯୁବ ମନକୁ ପ୍ରଜ୍ୱଳିତ କରିବା ପାଇଁ ଗତ ୯ ବର୍ଷ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ମଜଭୁତ ମୂଳଦୁଆ ଉପରେ ସେ ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ୭୦୦ ଟି ଜିଲ୍ଲାର ୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ନବସୃଜନ ନର୍ସରୀ ପାଲଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲ୍ୟାବ ଗୁଡିକରୁ ୬୦ ପ୍ରତିଶତ ସରକାରୀ ଏବଂ ଗ୍ରାମାଞ୍ଚଳ ବିଦ୍ୟାଳୟରେ ଅଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୭୫ ଲକ୍ଷ ପ୍ଲସ୍ ଛାତ୍ର ଅଟଳ ଟିଙ୍କରିଂ ଲ୍ୟାବରେ ୧୨ ଲକ୍ଷରୁ ଅଧିକ ଉଦ୍ଭାବନ ପ୍ରକଳ୍ପରେ କଠିନ ପରିଶ୍ରମ କରୁଛନ୍ତି । ଯୁବ ବୈଜ୍ଞ।ନିକମାନେ ବିଦ୍ୟାଳୟରୁ ବାହାରକୁ ଆସି ଦେଶର କୋଣ ଅନୁକୋଣରେ ପହଂଚିବା ଏବଂ ସେମାନଙ୍କୁ ସମ୍ଭାଳିବା, ସେମାନଙ୍କର ପ୍ରତିଭାକୁ ଉନ୍ନତ କରିବା ଏବଂ ସେମାନଙ୍କର ଧାରଣାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି । 

 

 

ସେ ଅଟଳ ଇନୋଭେସନ୍ ସେଣ୍ଟର୍ସ (ଏଆଇସି) ରେ ଅନ୍ତର୍ଭୁକ୍ତ ହୋଇଥିବା ଶହ ଶହ ଷ୍ଟାର୍ଟଅପ୍ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଏହା କହିଛନ୍ତି ଯେ ଏହା ‘ନୂତନ ଭାରତ’ର ନୂତନ ଲାବୋରେଟୋରୀ ଭାବରେ ମୁଣ୍ଡ ଟେକିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଟିଙ୍କର – ଉଦ୍ୟମୀ ଖୁବ୍ ଶୀଘ୍ର ବିଶ୍ୱର ଅଗ୍ରଣୀ ଉଦ୍ୟୋଗୀ ହେବେ ।

କଠିନ ପରିଶ୍ରମର ମହତ୍ତ୍ୱ ଉପରେ ମହର୍ଷି ପତଞ୍ଜଳିଙ୍କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରେ ନିଆ ଯାଇଥିବା ପଦକ୍ଷେପ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି । “ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ, ଡିଜିଟାଲ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ଭାରତକୁ ଏହି କ୍ଷେତ୍ରରେ ନୂତନ ଉଚ୍ଚତା ହାସଲ କରିବାରେ ସାହାଯ୍ୟ କରିଛି” ବୋଲି ଶ୍ରୀ ମୋଦୀ କହିଛନ୍ତି ଯେ ବିଜ୍ଞାନ ପୁସ୍ତକରୁ ବାହାରୁଛି ଏବଂ ପରୀକ୍ଷଣ ମାଧ୍ୟମରେ ପେଟେଣ୍ଟରେ ପରିଣତ ହେଉଛି । ୧୦ ବର୍ଷ ପୂର୍ବେ ପ୍ରତି ବର୍ଷ ପେଟେଣ୍ଟ ସଂଖ୍ୟା ୪୦୦୦ ରହୁଥିବା ବେଳେ ଆଜି ତାହା ୩୦,୦୦୦ ରୁ ଅଧିକକୁ ବୃଦ୍ଧି ପାଇଛି । ସମାନ ଅବଧିରେ ଡିଜାଇନ ଗୁଡିକର ପଞ୍ଜୀକରଣ ୧୦,୦୦୦ ରୁ ୧୫,୦୦୦ କୁ ବୃଦ୍ଧି ପାଇଛି । ଟ୍ରେଡ୍ ମାର୍କ ସଂଖ୍ୟା ୭୦,୦୦୦ ରୁ କମ୍ ଥିବାବେଳେ ୨,୫୦,୦୦୦ ରୁ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । 

ଶ୍ରୀ ମୋଦୀ କହିଛନ୍ତି, “ଆଜିର ଭାରତ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଛି , ଯାହା ଏକ ଟେକ୍ ଲିଡର ହେବା ପାଇଁ ଆବଶ୍ୟକ । ସେ ଦର୍ଶାଇଛନ୍ତି ଯେ ଦେଶରେ ଟେକ୍ ଉଷ୍ମାୟନ କେନ୍ଦ୍ର ସଂଖ୍ୟା ୨୦୧୪ ରେ ପ୍ରାୟ ୧୫୦ ଥିବାବେଳେ ଆଜି ତାହା ୬୫୦ ରୁ ଅଧିକ ହୋଇଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତର ବିଶ୍ୱସ୍ତରୀୟ ନବସୃଜନ ରାଙ୍କ ୮୧ ରୁ ୪୦ ତମ ସ୍ଥାନକୁ ଚାଲି ଯାଇଛି ଯେଉଁଠାରେ ଦେଶର ଯୁବକମାନେ ନିଜର ଡିଜିଟାଲ୍ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରୁଛନ୍ତି । 

 

୨୦୧୪ ସହିତ ତୁଳନାତ୍ମକ ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ପ୍ରାୟ ୧୦୦ ରୁ ବୃଦ୍ଧି ପାଇ ୧ ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ହୋଇ ଯାଇଛିି ଏବଂ ଏହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ କରିଛି । ଭାରତର ଦକ୍ଷତା ଏବଂ ପ୍ରତିଭାକୁ ଲକ୍ଷ୍ୟ କରି , ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅଭିବୃଦ୍ଧି ଏପରି ଏକ ସମୟରେ ଘଟିଛି ଯେତେବେଳେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ସହ ମୁକାବିଲା କରୁଛି । ନୀତି ନିର୍ଣ୍ଣୟକାରୀ, ବୈଜ୍ଞାନିକ ସମ୍ପ୍ରଦାୟ, ଦେଶ ତଥା ବେସରକାରୀ କ୍ଷେତ୍ରରେ ବ୍ୟାପିଥିବା ଗବେଷଣା ଲ୍ୟାବ ପାଇଁ ବର୍ତ୍ତମାନର ମୂହୁର୍ତ୍ତ ଅତ୍ୟନ୍ତ ମୂଲ୍ୟବାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଯଦିଓ ବିଦ୍ୟାଳୟରୁ ଷ୍ଟାର୍ଟଅପ୍ ଯାତ୍ରା ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯିବ, ତଥାପି ହିତାଧିକାରୀ ମାନେ ସେମାନଙ୍କୁ ସବୁବେଳେ ମାର୍ଗଦର୍ଶନ ଏବଂ ଉତ୍ସାହିତ କରିବା ଜରୁରୀ । ପ୍ରଧାନମନ୍ତ୍ରୀ ଏଥି ପାଇଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆମେ ଟେକ୍ନୋଲୋଜିର ସାମାଜିକ ପ୍ରସଙ୍ଗକୁ ଧ୍ୟାନରେ ରଖୁ, ଟେକ୍ନୋଲୋଜି ସଶକ୍ତିକରଣର ଏକ ଶକ୍ତିଶାଳୀ ଉପକରଣ ହୋଇଯାଏ । ଅସନ୍ତୁଳନତା ଦୂର କରିବା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ସାଧନ ହୋଇଯାଏ । ପ୍ରଧାନମନ୍ତ୍ରୀ ସେହି ସମୟକୁ ମନେ ପକାଇ ଥିଲେ ଯେତେବେଳେ ଟେକ୍ନୋଲୋଜି ସାଧାରଣ ନାଗରିକଙ୍କ ପାଖରେ ନଥିଲା ଏବଂ ଡେବିଟ୍‌, କ୍ରେଡିଟ୍ କାର୍ଡଗୁଡିକ ଷ୍ଟାଟସ୍ ସଙ୍କେତ ଭଳି ଜିନିଷ ଥିଲା । କିନ୍ତୁ ଆଜି ଏହାର ସରଳତା ହେତୁ ୟୁପିଆଇ ସ୍ୱାଭାବିକ ହୋଇ ପାରିଛି । ଡାଟା ସର୍ବାଧିକ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଆଜି ଭାରତ ରହିଛି । ଗ୍ରାମୀଣ ଉପଭୋକ୍ତା ସଂଖ୍ୟା ସହରୀ ଉପଭୋକ୍ତାଙ୍କୁ ଅତିକ୍ରମ କରିଛି । ଜେଏଏମ୍ ଟ୍ରିନିଟି, ଜିଇଏମ୍ ପୋର୍ଟାଲ୍‌, କୋୱିନ୍ ପୋର୍ଟାଲ୍‌, ଇ- ଏନ୍‌ଏଏମ୍ ଟେକ୍ନୋଲୋଜିକୁ ସମାବେଶର ଏଜେଣ୍ଟ କରିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ସମାଜକୁ ନୂଆ ଶକ୍ତି ପ୍ରଦାନ କରିଥାଏ, ଆଜି ସରକାର ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଅନଲାଇନ୍ ଜନ୍ମ ପ୍ରମାଣପତ୍ର, ଇ - ପାଠଶାଳା ଏବଂ ଦୀକ୍ଷା ଇ - ଲର୍ନିଂ ପ୍ଲାଟଫର୍ମ, ସ୍କଲାରସିପ୍ ପୋର୍ଟାଲ୍‌, ଚାକିରି ସମୟରେ ୟୁନିଭର୍ସାଲ୍ ଆକ୍ସେସ୍ ନମ୍ବର, ଚିକିତ୍ସା ପାଇଁ ଇ - ସଞ୍ଜୀବନୀ ଏବଂ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଜୀବନ ପ୍ରମାଣ ଭଳି ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କୁ ସାହାଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଜୀବନର ସହଜତା ବୃଦ୍ଧି କରିବାର ଉଦାହରଣ ଭାବରେ ସେ ସହଜ ପାସପୋର୍ଟ, ଡିଜି ଯାତ୍ରୀ ଏବଂ ଡିଜି ଲକରରେ ପଦକ୍ଷେପ ବିଷୟରେ ମଧ୍ୟ କହିଥିଲେ ।

ଟେକ୍ନୋଲୋଜି ଜଗତରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭାରତର ଯୁବକମାନେ ଏହି ଗତି ସହିତ ତାଳମେଳ ରଖିବା ଏବଂ ଏହା ଅତିକ୍ରମ କରିବାରେ ଦେଶର ନେତୃତ୍ୱ ନେବେ । ସେ ନୂତନ ଖେଳ ପରିବର୍ତ୍ତନକାରୀ ଉଦ୍ଭାବନ ଏବଂ ଥେରାପିଟିଭ୍ ସେକ୍ଟର ଭାବରେ ଉଭା ହୋଇଥିବା ଏଆଇ ଉପକରଣଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଏହିପରି ବୈପ୍ଳବିକ ପ୍ରଯୁକ୍ତିର ନେତୃତ୍ୱ ନେବା ଉଚିତ । ଭାରତର ଏକ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷେତ୍ରର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଉକ୍‌ôୃଷ୍ଟତା କିମ୍ବା ଆଇଡିଏକ୍ସ ନିମନ୍ତେ ନବସୃଜନ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ୩୫୦ କୋଟିରୁ ଅଧିକ ମୂଲ୍ୟର ଆଇଡେକ୍ସରୁ ୧୪ ଟି ଉଦ୍ଭାବନ କ୍ରୟ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇ – କ୍ରିଏଟ୍ ଏବଂ ଡିଆର୍‌ଡିଓ ୟଙ୍ଗ୍ ସାଇଟିଷ୍ଟ ଲାବ୍ ଭଳି ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହି ପ୍ରୟାସ ଗୁଡିକୁ ଏକ ନୂତନ ଦିଗ ଦିଆଯାଉଛି । 

ମହାକାଶ କ୍ଷେତ୍ରର ନୂତନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏକ ବିଶ୍ୱ ଖେଳ ପରିବର୍ତ୍ତନକାରୀ ଭାବରେ ଉଭା ହେଉଛି ଏବଂ ଏସ୍‌ଏସ୍‌ଏଲ୍‌ଭି ଏବଂ ପିଏସ୍‌ଏଲ୍‌ଭି କକ୍ଷପଥ ପ୍ଲାଟଫର୍ମ ପରି ଟେକ୍ନୋଲୋଜି ଉପରେ ଆଲୋକପାତ କରିଛି । ମହାକାଶ କ୍ଷେତ୍ରରେ ଯୁବକ ମାନଙ୍କ ନିମନ୍ତେ ଏବଂ ଷ୍ଟାର୍ଟଅପ୍ ପାଇଁ ନୂତନ ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ କୋଡିଂ, ଗେମିଂ ଏବଂ ପ୍ରୋଗ୍ରାମିଂ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ପିଏଲଆଇ ଯୋଜନା ଭଳି ନୀତି ସ୍ତରୀୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯେଉଁ ସମୟରେ ଭାରତ ସେମିକଣ୍ଡକ୍ଟର ଭଳି ନୂତନ କ୍ଷେତ୍ରରେ ନିଜର ଉପସ୍ଥିତି ବୃଦ୍ଧି କରିବାରେ ଲାଗିଛି ।

ନବସୃଜନ ଏବଂ ନିରାପତ୍ତାରେ ହ୍ୟାକଥନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ସରକାର କ୍ରମାଗତ ଭାବରେ ହ୍ୟାକଥନ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଠାରେ ଛାତ୍ରମାନେ ନୂତନ ଆହ୍ୱାନର ସାମନା କରୁଛନ୍ତି ଏବଂ ଏଥିପାଇଁ ଏକ ହ୍ୟାଣ୍ଡ – ହୋଲ୍‌ଡିଂ ଏବଂ ସଂରଚନା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଟଳ ଟିଙ୍କରିଂ ଲ୍ୟାବରୁ ବାହାରୁଥିବା ଯୁବକ ମାନଙ୍କୁ ସମ୍ବୋଧିତ କରିବା ପାଇଁ ଏକ ଅନୁଷ୍ଠାନିକ ବ୍ୟବସ୍ଥା ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଚାରିଛନ୍ତି, "ଆମେ ଏହି ଭଳି ଭାବରେ ଦେଶର ବିଭିନ୍ନ କ୍ଷେତ୍ରରେ ୧୦୦ ଟି ପ୍ରୟୋଗଶାଳାକୁ ଚିହ୍ନଟ କରିପାରିବା, ଯାହା ଯୁବକ ମାନଙ୍କ ଦ୍ୱାରା ସଂଚାଳିତ କରାଯିବା ଉଚିତ ହେବ କି?" 

 ସ୍ୱଚ୍ଛ ଶକ୍ତି ଏବଂ ପ୍ରାକୃତିକ ଚାଷର ବିଶେଷ ଧ୍ୟାନ କ୍ଷେତ୍ର ଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗବେଷଣା ଏବଂ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବୋଧନକୁ ସମାପ୍ତ କରି, ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଜାତୀୟ ପ୍ରଯୁକ୍ତି ସପ୍ତାହ ଏହି ସମ୍ଭାବନାକୁ ହୃଦୟଙ୍ଗମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ର୍ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଅନ୍ୟ ମାନଙ୍କ ସହିତ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ମହାରାଷ୍ଟ୍ରର ହିଙ୍ଗୋଲିରେ ବିକଶିତ ହେବାକୁ ଥିବା ଲିଗୋ - ଇଣ୍ଡିଆ ଦୁନିଆର ହାତଗଣତି ଲେଜର ଇଣ୍ଟରଫେରୋମିଟର ମାଧ୍ୟାକର୍ଷଣ ତରଙ୍ଗ ପର୍ଯ୍ୟବେକ୍ଷଣ ସ୍ଥାନ ମଧ୍ୟରୁ ଗୋଟିଏ ହେବ । ଏହା ୪ କିଲୋମିଟର ହସ୍ତ ଦୈର୍ଘ୍ୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଇଣ୍ଟର ଫେରୋମିଟର ଅଟେ ଯାହା କୃଷ୍ଣ ଗର୍ତ୍ତ (ବ୍ଲାକ୍ ହୋଲ୍‌)ଏବଂ ନିଉଟ୍ରନ୍ ତାରା ପରି ବୃହତ ଜ୍ୟୋତିର୍ବିଜ୍ଞାନୀୟ ପିଣ୍ଡ ଗୁଡିକର ବିଲୟ ସମୟରେ ସୃଷ୍ଟି ହୋଇଥିବା ଗୁରୁତ୍ୱାକର୍ଷଣ ତରଙ୍ଗକୁ ଅନୁଭବ କରିବାରେ ସକ୍ଷମ ହୋଇଥାଏ । ଲିଗୋ - ଇଣ୍ଡିଆ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟ କରୁଥିବା ଦୁଇଟି ପର୍ଯ୍ୟବେକ୍ଷଣଶାଳା , ଗୋଟିଏ ୱାଶିଂଟନ୍‌ର ହାନଫୋର୍ଡ ଠାରେ ଏବଂ ଅନ୍ୟଟି ଲୁଇସିଆନାର ଲିଭିଙ୍ଗଷ୍ଟନ୍‌ରେ ରହିଛି ଯାହା ସହିତ ସିଙ୍କ୍ରୋନାଇଜେସନ୍‌ରେ କାର୍ଯ୍ୟ କରିବ ।

ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ମୁଖ୍ୟତଃ ବିକଶିତ ଦେଶ ମାନଙ୍କରେ ଉତ୍ପାଦିତ ହୁଏ । ବିଶାଖାପାଟଣା ସ୍ଥିତ ଭାବା ଆଣବିକ ଗମେଷଣା କେନ୍ଦ୍ର ପରିସରରେ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ଉତ୍ପାଦନ ପାଇଁ ସୁବିଧା ବିକଶିତ ହୋଇଛି । ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଏବଂ ସ୍ୱଦେଶୀ ସମ୍ବଳରୁ ବାହାର କରା ଯାଇଥିବା ସ୍ୱଦେଶୀ ବିରଳ ପୃଥିବୀ ସାମଗ୍ରୀକୁ ବ୍ୟବହାର କରି ଏହି ସୁବିଧା ସ୍ଥାପିତ କରାଯାଇଛି । ଏହି ସୁବିଧା ସହିତ, ଭାରତ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ଉତ୍ପାଦନ କରିବାର କ୍ଷମତା ରଖିଥିବା ରାଷ୍ଟ୍ର ଗୁଡିକର ଏକ ବଛା ବଛା ଗୋଷ୍ଠୀରେ ଯୋଗ ଦେବ । 

ନାଭି ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ସେଣ୍ଟରର ନ୍ୟାସନାଲ୍ ହାଡ୍ରନ୍ ବିମ୍ ଥେରାପି ସୁବିଧା ହେଉଛି ଏକ ଅତ୍ୟାଧୁନିକ ସୁବିଧା ଯାହା ଆଖପାଖର ସାଧାରଣ ସଂରଚନାରେ ସର୍ବନିମ୍ନ ମାତ୍ରା ସହିତ ଟ୍ୟୁମର ଉପରେ ବିକିରଣର ଅତି ସଠିକ୍ ବିତରଣ କାର୍ଯ୍ୟ କରିଥାଏ । ଲକ୍ଷ୍ୟଭୁକ୍ତ ଟିସୁକୁ ଡୋଜର ସଠିକ୍ ପ୍ରୟୋଗ ବିକିରଣ ଚିକିତ୍ସାର ଶୀଘ୍ର ଏବଂ ବିଳମ୍ବିତ ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିଥାଏ ।

ଫିଜନ୍ ମୋଲିବଡେନମ୍ - ୯୯ ଉତ୍ପାଦନ ସୁବିଧା ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଟ୍ରମ୍ବେ କ୍ୟାମ୍ପସରେ ଅବସ୍ଥିତ । ମୋଲିବଡେନମ୍ - ୯୯ ହେଉଛି ଟେକ୍ନେଟିୟମ୍ – ୯୯ ଏମ୍ ର ଜନକ, ଯାହା କର୍କଟ, ହୃଦ୍ ରୋଗ ଇତ୍ୟାଦିର ଶୀଘ୍ର ଚିହ୍ନଟ ପାଇଁ ୮୫% ରୁ ଅଧିକ ଇମେଜିଙ୍ଗ୍ ପଦ୍ଧତିରେ ବ୍ୟବହୃତ ହୁଏ । ଏହି ସୁବିଧା ଦ୍ୱାରା ପ୍ରତି ବର୍ଷ ପ୍ରାୟ ୯ ରୁ ୧୦ ଲକ୍ଷ ରୋଗୀଙ୍କୁ ସ୍କାନ୍ କରିବ ବୋଲି ଆଶା କରାଯାଉଛି ।

ଅନେକ କର୍କଟ ଡାକ୍ତରଖାନା ଏବଂ ସୁବିଧା ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଦେଶର ବିଭିନ୍ନ ଅଞ୍ଚଳରେ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ସୁବିଧାକୁ ବିକେନ୍ଦ୍ରୀକରଣ କରିବ ଏବଂ ବୃଦ୍ଧି କରିବ ।

ଅଟଳ ଇନୋଭେସନ୍ ମିଶନ୍ ଏବଂ ଅନ୍ୟାନ୍ୟ ଉପାଦାନ 

ଜାତୀୟ ଟେକ୍ନୋଲୋଜି ଦିବସ ୨୦୨୩ କୁ ପାଳନ କରୁଥିବା କାର୍ଯ୍ୟକ୍ରମ ଏବଂ ଉତ୍ସବଗୁଡ଼ିକ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍‌) ଉପରେ ବିଶେଷ ଧ୍ୟାନ ଦେଇଥାଏ । ଚଳିତ ବର୍ଷର ଜାତୀୟ ପ୍ରଯୁକ୍ତି ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରି, ଏଆଇଏମ୍ ପାଭିଲିୟନ୍ ଏକାଧିକ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିବ ଏବଂ ଲାଇଭ୍ ଟିଙ୍କରିଂ ଅଧିବେଶନ ଦେଖିବା, ଟିଙ୍କରିଂ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ଷ୍ଟାର୍ଟଅପ୍ ଦ୍ୱାରା ଉଲ୍ଲେଖନୀୟ ଉଦ୍ଭାବନ ଏବଂ ଉତ୍ପାଦର ସାକ୍ଷୀ ହେବା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ଆହୁରି ମଧ୍ୟ ଏଠାରେ ଏକାଧିକ ଏନ୍‌ଗେଜମେଂଟ ଜୋନ୍ ଯେପରିକି ଏଆର୍ / ଭିଆର୍‌, ପ୍ରତିରକ୍ଷା ଟେକ୍‌, ଡିଜିଯାତ୍ରା, ବୟନ ଏବଂ ଲାଇଫ୍ ସାଇନ୍ସ ଇତ୍ୟାଦି ରହିବ । 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଭାରତରେ ହୋଇଥିବା ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତିକୁ ପ୍ରଦର୍ଶନ କରୁଥିବା ପ୍ରଦଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ଏକ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଛନ୍ତି ।

ଜାତୀୟ ପ୍ରଯୁକ୍ତି ଦିବସ ପାଳନର ଉତ୍ସବକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ, ଯେଉଁମାନେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ ଏବଂ ମେ ୧୯୯୮ ରେ ପୋଖରାନ୍ ପରୀକ୍ଷଣର ସଫଳ ଆୟୋଜନକୁ ସୁନିଶ୍ଚିତ କରିଥିଲେ । ସେବେ ଠାରୁ ଜାତୀୟ ପ୍ରଯୁକ୍ତି ଦିବସ ପ୍ରତି ବର୍ଷ ମେ ୧୧ ରେ ପାଳନ କରାଯାଏ । ଏହା ପ୍ରତି ବର୍ଷ ଏକ ନୂତନ ଏବଂ ଭିନ୍ନ ବିଷୟ ସହିତ ପାଳନ କରାଯାଏ । ଏହି ବର୍ଷର ବିଷୟବସ୍ତୁ ହେଉଛି ‘ସ୍କୁଲ୍ ଟୁ ଷ୍ଟାର୍ଟଅପ୍ – ଇଗ୍‌ନାଇଟ୍ ୟଙ୍ଗ୍ ମାଇଣ୍ଡସ୍ ଟୁ ଇନୋଭେଟ୍‌’ (‘ସ୍କୁଲ ରୁ ଷ୍ଟାର୍ଟଅପ - ଯୁବ ମସ୍ତିଷ୍କକୁ ନବସୃଜନ ପାଇଁ ପ୍ରଜ୍ଜ୍ୱଳିତ କରିବା’ )।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”