It is imperative for development that our administrative processes are transparent, responsible, accountable and answerable to the people: PM
Fighting corruption must be our collective responsibility: PM Modi
Corruption hurts development and disrupts social balance: PM Modi

ପ୍ରଧାନମନ୍ତ୍ରୀ ଆଜି ସତର୍କ ଭାରତସମୃଦ୍ଧ ଭାରତ’ ବିଷୟବସ୍ତୁ ଉପରେ ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଆୟୋଜନ କରାଯାଇଛି, ଯାହାର ଉଦ୍ଦେଶ୍ୟ ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ଜନ ଭାଗିଦାରୀ ଜରିଆରେ ସାର୍ବଜନୀନ ଜୀବନରେ ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରୋତ୍ସାହନ ଲାଗି ଭାରତର ସଂକଳ୍ପକୁ ଦୋହରାଇବା ତଥା ଏ ଦିଗରେ ଜନସଚେତନତା ସୃଷ୍ଟି କରିବା।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଅଖଣ୍ଡ ଭାରତ ତଥା ଦେଶର ପ୍ରଶାସନିକ ବ୍ୟବସ୍ଥାର ସ୍ଥପତି। ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ସେ ଏପରି ଏକ ବ୍ୟବସ୍ଥାର ନିର୍ମାଣ ଲାଗି ପ୍ରୟାସ କରିଥିଲେ, ଯାହା ଦେଶର ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଯେଉଁଠି ନୀତିଗୁଡ଼ିକ ବିଶ୍ୱସନୀୟତା ଉପରେ ଆଧାରିତ ଥିଲା। ବିଗତ ଦଶନ୍ଧିଗୁଡ଼ିକରେ ଦେଶ ଏକ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଯାହାକି କୋଟି କୋଟି ଟଙ୍କାର ସ୍କାମ, ନକଲି କମ୍ପାନୀ ପ୍ରତିଷ୍ଠା, ଟିକସ ଶୋଷଣ ଏବଂ ଟିକସ ଫାଙ୍କି ଆଦି ସୃଷ୍ଟି କରିଥିଲା ବୋଲି ଶ୍ରୀ ନରେନ୍ଦ୍ର ମୋଦୀ କ୍ଷୋଭର ସହିତ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014ରେ ଯେତେବେଳେ ଦେଶ ଏକ ବଡ଼ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଥିଲା ଏବଂ ଏକ ନୂଆ ଦିଗରେ ଅଗ୍ରସର ହୋଇଥିଲା, ଏହି ପରିବେଶକୁ ବଦଳାଇବା କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଦେଖାଦେଇଥିଲା। ସେ ଆହୁରି କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ କଳାଧନ ବିରୋଧରେ ଏକ କମିଟି ଗଠନ କରାଯିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା। ଏହି ସରକାର ଗଠନ ହେବାର ତୁରନ୍ତ ପରେ କମିଟି ଗଠନ କରାଯାଇଥିଲା। ଏହା ଦୁର୍ନୀତି ବିରୋଧରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ସେ କହିଥିଲେ 2014 ପରଠାରୁ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ଏସବୁ ମଧ୍ୟରେ ରହିଛି ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ, କୃଷି ଆଦି କ୍ଷେତ୍ର। ସେ କହିଥିଲେ ଯେ ଏସବୁ ସଂସ୍କାରକୁ ଆଧାର କରି ଦେଶ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ ଅଗ୍ରସର ହେଉଛି। ଭାରତକୁ ଦୁନିଆର ଅଗ୍ରଣୀ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ କରିବାର ସଂକଳ୍ପକୁ ସେ ଦୋହରାଇଥିଲେ।

ପ୍ରଶାସନିକ ବ୍ୟବସ୍ଥା ଜନସାଧାରଣଙ୍କ ପ୍ରତି ପାରଦର୍ଶୀ, ଦାୟୀ, ଉତ୍ତରଦାୟୀ, ଦାୟବଦ୍ଧ ହେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ ଉଲ୍ଲେଖ କରିଥିଲେ, ଯେକୌଣସି ପ୍ରକାର ଦୁର୍ନୀତି ଏହାର ସବୁଠୁ ବଡ଼ ଶତ୍ରୁ। ସେ କହିଥିଲେ ଯେ, ଗୋଟିଏ ପଟେ ଦୁର୍ନୀତି ଦେଶର ବିକାଶ ମାର୍ଗରେ ବାଧକ ସାଜିବା ସହିତ ଅନ୍ୟ ପଟେ ସାମାଜିକ ସନ୍ତୁଳନକୁ ନଷ୍ଟ କରିଦେଇଥାଏ। ଏଥିସହିତ ବ୍ୟବସ୍ଥା ପ୍ରତି ଲୋକମାନଙ୍କର ବିଶ୍ୱାସ ଭାଙ୍ଗିଯାଇଥାଏ। ତେଣୁ, ଦୁର୍ନୀତି ନିବାରଣ କେବଳ ଗୋଟିଏ ସଂସ୍ଥା କିମ୍ବା ପ୍ରତିଷ୍ଠାନର ଦାୟିତ୍ୱ ନୁହେଁ ଏହା ଏକ ସମ୍ମିଳିତ  ଦାୟିତ୍ୱ। କେବଳ ଏକାକୀ ଚାଲିବା ଆଭିମୁଖ୍ୟ ନେଇ ଦୁର୍ନୀତିର ମୁକାବିଲା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।

ସେ କହିଥିଲେ ଯେତେବେଳେ ଦେଶ କଥା ସାମ୍ନାକୁ ଆସିଥାଏ, ସତର୍କତା ଅଧିକ ପ୍ରଶସ୍ତ ହୋଇଥାଏ। ଦୁର୍ନୀତି, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ କାରବାର, ବେଆଇନ ଅର୍ଥ କାରବାର, ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠିଯୋଗାଣ ଏସବୁ ପରସ୍ପର ସହ ସଂଶ୍ଳିଷ୍ଟ।

ସେ କହିଥିଲେ ତେଣୁ ଦୁର୍ନୀତି ବିରୋଧରେ ଲଢ଼ିବା ଲାଗି ଏକ ସାମୂହିକ ଆଭିମୁଖ୍ୟ ନେଇ ବ୍ୟବସ୍ଥାଗତ ଯାଞ୍ଚ, ପ୍ରଭାବୀ ଅଡିଟ ଏବଂ ସାମର୍ଥ୍ୟ ବିକାଶ ଓ ପ୍ରଶିକ୍ଷଣ ଉପରେ ଜୋର ଦିଆଯିବା ଉଚିତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସମସ୍ତ ସଂସ୍ଥାଗୁଡ଼ିକ ସମନ୍ୱୟ ଏବଂ ଏକ ସହଯୋଗୀ ଭାବନା ନେଇ କାର୍ଯ୍ୟ କରିବା ବର୍ତ୍ତମାନ ସମୟର ଆବଶ୍ୟକତା।

ସତର୍କ ଭାରତସମୃଦ୍ଧ ଭାରତ ନିର୍ମାଣ ପାଇଁ ଏହି ସମ୍ମିଳନୀ ଏକ ପ୍ରଭାବୀ ମଞ୍ଚ ଭାବେ ସାବ୍ୟସ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

2016ରେ ସତର୍କତା ଜାଗରଣ କାର୍ଯ୍ୟକ୍ରମ ଅବସରରେ କହିଥିବା ନିଜର ଉକ୍ତିକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାରିଦ୍ର୍ୟ ବିରୋଧରେ ସଂଘର୍ଷ କରୁଥିବା ଆମ ଦେଶରେ ଦୁର୍ନୀତିର ଲେଶ ମାତ୍ର ସ୍ଥାନ ନାହିଁ। ସେ କହିଥିଲେ ଯେ ବହୁ ଦଶନ୍ଧି ଧରି ଗରିବ ଲୋକମାନେ ସେମାନଙ୍କ ହକ୍ ଠାରୁ ବଞ୍ଚିତ ହୋଇ ରହିଥିଲେ, କିନ୍ତୁ ଏବେ ଡିବିଟି ଜରିଆରେ ଗରିବମାନେ ସିଧାସଳଖ ସେମାନଙ୍କର ଲାଭ ପାଇପାରୁଛନ୍ତି। ସେ କହିଥିଲେ ଯେ ଡିବିଟିର ପ୍ରଚଳନ ଫଳରେ ବାଟମାରଣା ହେଉଥିବା 1.7 ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି।

ସରକାରୀ ସଂସ୍ଥା ପ୍ରତି ଜନସାଧାରଣଙ୍କର ଆସ୍ଥା ପୁଣିଥରେ ସ୍ଥାପିତ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସେ ଜୋର ଦେଇ କହିଥିଲେ ଯେ ସରକାରଙ୍କ ପକ୍ଷରୁ କୌଣସି ଦୃଢ଼ ହସ୍ତକ୍ଷେପ କିମ୍ବା ସରକାରଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତି ରହିବା ଉଚିତ ନୁହେଁ। ସରକାରଙ୍କ ଭୂମିକା ଆବଶ୍ୟକତା ମଧ୍ୟରେ ସୀମିତ ରହିବା ଉଚିତ ବୋଲି ସେ କହିଥିଲେ। ଲୋକମାନଙ୍କ ମନରେ ଏପରି ଭାବନା ସୃଷ୍ଟି ହେବା ଉଚିତ ନୁହେଁ ଯେ ସରକାର ଅଯଥାରେ ହସ୍ତକ୍ଷେପ କରୁଛନ୍ତି କିମ୍ବା ଦରକାର ବେଳେ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ 1500ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି ଏବଂ ଅଧିକାଂଶ ନିୟମକୁ ସରଳ କରାଯାଇଛି। ସାଧାରଣ ଜନତାଙ୍କ ଅସୁବିଧା ଦୂର ପାଇଁ ପେନସନ, ବୃତ୍ତି, ପାସପୋର୍ଟ, ଷ୍ଟାର୍ଟଅପ ଆଦି ପାଇଁ ଅଧିକାଂଶ ଆବେଦନ ଅନଲାଇନ କରାଯାଇଛି।

 

ପ୍ରଧାନମନ୍ତ୍ରୀ ଏକ ଶାସ୍ତ୍ରୋକ୍ତି ଉଦ୍ଧୃତ କରି କହିଥିଲେ,

ପ୍ରକ୍ଷାଲନାଦ୍ଧି ପଙ୍କସ୍ୟ

ଦୂରାତ ସ୍ପର୍ଶନମ ବରମ୍।

ଅର୍ଥାତ, ମଇଳା ହୋଇ ପରେ ସଫା କରିବା ପରିବର୍ତ୍ତେ ମଇଳା ନହେବା ଭଲ। ଅନୁରୂପ ଭାବେ ଦଣ୍ଡନୀୟ ସତର୍କତା ଅପେକ୍ଷା ନିବାରକ ସତର୍କତା ଶ୍ରେୟସ୍କର। ସେ ଦୁର୍ନୀତି ସୃଷ୍ଟି କରୁଥିବା ପରିସ୍ଥିତିକୁ ଏଡ଼ାଇବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କୌଟିଲ୍ୟଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ,  

ନ ଭକ୍ଷୟନ୍ତି ଯେ

ତ୍ୱର୍ଥାନ ନ୍ୟାୟତୋ ବର୍ଦ୍ଧୟନ୍ତି ଚ।

ନିତ୍ୟାଧିକାରାଃ କାର୍ଯ୍ୟସ୍ତେ ରାଜ୍ଞଃ ପ୍ରିୟହିତେ ରତଥାଃ॥

ଅର୍ଥାତ, ଯେଉଁମାନେ ସରକାରୀ ଟଙ୍କା ଖାଇନଥାନ୍ତି ବରଂ ଏହାକୁ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଥାନ୍ତି, ସେମାନଙ୍କୁ ଦେଶର ହିତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦିଆଯିବା ଉଚିତ।

ସେ କହିଥିଲେ ଯେ ସ୍ଥାନାନ୍ତର ଏବଂ ନିଯୁକ୍ତି ପାଇଁ ଲବି କରିବା ଲାଗି ପୂର୍ବରୁ ଏକ ଅସାଧୁ ଉଦ୍ୟୋଗ ରହିଥିଲା। ବର୍ତ୍ତମାନ ସରକାର କେତେକ ନୀତିଗତ ନିଷ୍ପତ୍ତି ନେଇଛନ୍ତି ଯାହା ଏପରି ପରିଦୃଶ୍ୟରେ ପରିବର୍ତ୍ତନ ଆଣିଛି ଏବଂ ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ହେଉଥିବା ପ୍ରିୟାପ୍ରିତି ତୋଷଣର ଅନ୍ତ ଘଟିଛି। ଗ୍ରୁବ ବି ଏବଂ ସି ପଦବୀ ପାଇଁ ସରକାର ସାକ୍ଷାତକାର ଉଠାଇ ଦେଇଛନ୍ତି। ବ୍ୟାଙ୍କ ବୋର୍ଡ ବ୍ୟୁରୋ ଗଠନ କରାଯିବା ଫଳରେ ବ୍ୟାଙ୍କର ବରିଷ୍ଠ ପଦବୀଗୁଡ଼ିକରେ ନିଯୁକ୍ତିରେ ପାରଦର୍ଶିତା ଆସିଛି ବୋଲି ସେ କହିଥିଲେ।

ଦେଶରେ ଦୁର୍ନୀତି ନିବାରଣ ସତର୍କତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବହୁ ଆଇନଗତ ସଂସ୍କାର ଅଣାଯାଇଛି ଏବଂ ନୂଆ ଆଇନ ପ୍ରଣୟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଳାଧନ, ବେନାମୀ ସମ୍ପତ୍ତି, ପଳାତକ ଅର୍ଥନୈତିକ ଅପରାଧ ବିରୋଧରେ ସତର୍କତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଅଣାଯାଇଥିବା ନୂଆ ଆଇନ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତ ଦୁନିଆର ଅଳ୍ପ କିଛି ଦେଶ  ମଧ୍ୟରୁ ଅନ୍ୟତମ ଯେଉଁଠି ସାକ୍ଷାତମୁକ୍ତ ଟିକସ ଆକଳନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଦୁର୍ନୀତି ନିବାରଣ ଲାଗି ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ କରିବାରେ ଭାରତ ବିଶ୍ୱର ହାତଗଣତି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଉନ୍ନତ ପ୍ରଯୁକ୍ତି, ସାମର୍ଥ୍ୟ ବିକାଶ, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ କ୍ଷମତାପ୍ରାପ୍ତ ଏଜେନ୍ସି ସଂକ୍ରାନ୍ତ ସତର୍କତା ଯୋଗାଇ ଦେବା ପ୍ରତି ସରକାର ପ୍ରାଥମିକତା ଦେଇ ଆସୁଛନ୍ତି ବୋଲି ସେ କହିଥିଲେ। ଯାହାଫଳରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରିବେ ଏବଂ ଉନ୍ନତ ପରିଣାମ ଦେଇପାରିବେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଦୁର୍ନୀତି ବିରୋଧରେ ଏହି ଅଭିଯାନ ଗୋଟିଏ ଦିନ କିମ୍ବା ଗୋଟିଏ ସପ୍ତାହର ବ୍ୟାପାର ନୁହେଁ।

ସେ ଉଲ୍ଲେଖ କରିଥିଲେ ଯେ ବିଗତ ଦଶନ୍ଧିଗୁଡ଼ିକରେ ପିଢ଼ି ଆଧାରିତ ଦୁର୍ନୀତି ଏକ ବୃହତ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ଏବଂ ଦେଶରେ ଏହା ଏକ ବିଶାଳକାୟ ରୂପ ଧାରଣ କରିଥିଲା। ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଦୁର୍ନୀତି ବ୍ୟାପିବାକୁ ସେ ପିଢ଼ିଗତ ଦୁର୍ନୀତି ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଯେତେବେଳେ ଗୋଟିଏ ପିଢ଼ିର ଦୁର୍ନୀତିଗ୍ରସ୍ତ ଲୋକମାନେ ଉପଯୁକ୍ତ ଦଣ୍ଡ ପାଇନଥାନ୍ତି, ସେମାନଙ୍କର ପରବର୍ତ୍ତୀ ପିଢ଼ିର ଲୋକମାନେ ଆହୁରି ସାହସର ସହିତ ଦୁର୍ନୀତି କରିଥାନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି କାରଣରୁ, ଏହା ଅଧିକାଂଶ ରାଜ୍ୟରେ ଏକ ରାଜନୈତିକ ପରମ୍ପରା ପାଲଟିଥିଲା। ସେ କହିଥିଲେ, ଏକରୁ ଆରେକ ପିଢ଼ି ପର୍ଯ୍ୟନ୍ତ ବ୍ୟାପି ଚାଲିଥିବା ଏହି ଦୁର୍ନୀତି ଏବଂ ବଂଶବାଦର ଦୁର୍ନୀତି ଦେଶକୁ ଖୋଳ କରି ଚାଲିଥିଲା। ସେ କହିଥିଲେ ଯେ ଏହା ଦେଶର ବିକାଶ ପ୍ରତି, ଏକ ସମୃଦ୍ଧ ଭାରତ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ବଡ଼ ବାଧକ ସାଜିଥିଲା।  ସେ ଆଶାବ୍ୟକ୍ତ କରିଥିଲେ ଯେ ଏହି ପ୍ରସଙ୍ଗ ଏହି ଜାତୀୟ ସମ୍ମିଳନୀରେ ଆଲୋଚିତ ହେବ।

ଦୁର୍ନୀତି ସଂକ୍ରାନ୍ତ ଖବର ପ୍ରତି ଦୃଷ୍ଟି ଦେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସେ କହିଥିଲେ, ଯେତେବେଳେ ଦୁର୍ନୀତି ବିରୋଧରେ ଦୃଢ଼ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରମୁଖତାର ସହିତ ପ୍ରଦର୍ଶିତ କରାଯାଇଥାଏ ଏହା ଜନସାଧାରଣଙ୍କ ବିଶ୍ୱାସ ବଢ଼ାଇଥାଏ ଏବଂ ଏହି ବାର୍ତ୍ତା ଦେଇଥାଏ ଯେ ଦୁର୍ନୀତିଗ୍ରସ୍ତ ଛାଡ଼ ପାଇବା ଏବେ କଷ୍ଟକର ହୋଇଯାଇଛି।

ଦୁର୍ନୀତିକୁ ପରାସ୍ତ କରିପାରିଲେ ଏବଂ ଭାରତକୁ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ କରି ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିପାରିଲେ ଦେଶ ସୁଦୃଢ଼ ହୋଇପାରିବ ବୋଳି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରତିବର୍ଷ ଅକ୍ଟୋବର 27ରୁ ନଭେମ୍ବର 2 ତାରିଖ ମଧ୍ୟରେ ‘ସତର୍କତା ଜାଗରଣ ସପ୍ତାହ’ ଅବସରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥାଏ। ଏହି ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ ଯାହାର ଉଦ୍ଦେଶ୍ୟ ଜନ ଭାଗିଦାରୀ ଜରିଆରେ ସାର୍ବଜନୀନ ଜୀବନରେ ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରୋତ୍ସାହନ ଲାଗି ଭାରତର ସଂକଳ୍ପକୁ ଦୋହରାଇବା ଏବଂ ଏ ଦିଗରେ ସଚେତନତା ସୃଷ୍ଟି କରିବା।

ଏହି ତିନି ଦିନିଆ ସମ୍ମିଳନୀରେ ଆଲୋଚିତ ହେବାକୁ ଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ବିଦେଶୀ ନ୍ୟାୟାଧିକାର କ୍ଷେତ୍ରରେ ତଦନ୍ତ କରାଯିବା ସମୟରେ ଦେଖାଦେଉଥିବା ସମସ୍ୟା, ଦୁର୍ନୀତି ବିରୋଧରେ ସତର୍କତାମୂଳକ ପଦକ୍ଷେପକୁ ପ୍ରକ୍ରିୟାଗତ କରିବା, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ବ୍ୟାଙ୍କ ଠକେଇ ନିବାରଣ ଲାଗି ବ୍ୟବସ୍ଥାଗତ ସୁଧାର; ଅଭିବୃଦ୍ଧିର କାରକ ଭାବେ ପ୍ରଭାବୀ ଅଡିଟ, ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ବଢ଼ାଇବା ଲାଗି ଦୁର୍ନୀତି ନିବାରଣ ଆଇନରେ ଆସିଥିବା ସଦ୍ୟତମ ସଂଶୋଧନ, କ୍ଷମତା ନିର୍ବାଣ ଏବଂ ପ୍ରଶିକ୍ଷଣ; ଦ୍ରୁତ ଏବଂ ପ୍ରଭାବୀ ତଦନ୍ତ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ଆର୍ଥିକ ଅପରାଧରେ ଉଦୀୟମାନ ଧାରା, ସାଇବର ଅପରାଧ ଏବଂ ଅପରାଧୀକ ମାମଲାର ତଦନ୍ତ କରୁଥିବା ସଂସ୍ଥା ମଧ୍ୟରେ ତଦନ୍ତ ଏବଂ ଅପରାଧ ନିବାରଣ ଲାଗି ଗ୍ରହଣ କରାଯାଉଥିବା ଶ୍ରେଷ୍ଠ ପ୍ରଚଳନଗୁଡ଼ିକର ବିନିମୟ କରିବା ସାମିଲ ରହିଛି।

ଏହି ସମ୍ମିଳନୀରେ ନୀତି ନିର୍ମାଣ ଏବଂ ଏ ସଂକ୍ରାନ୍ତ ପ୍ରକ୍ରିୟାରେ କାର୍ଯ୍ୟରତ ପେସାଦାରମାନଙ୍କୁ ଗୋଟିଏ ମଞ୍ଚ ଉପଲବ୍ଧ କରାଇବ। ଯାହାଫଳରେ ପ୍ରକ୍ରିୟାଗତ ସୁଧାର ଏବଂ ଦୁର୍ନୀତି ନିବାରଣ ପଦକ୍ଷେପ ଜରିଆରେ ଦୁର୍ନୀତି ବିରୋଧରେ ଲଢ଼ିବା ତଥା ଉନ୍ନତ ସୁଶାସନ ଓ ଉତ୍ତରଦାୟୀ ପ୍ରଶାସନ ସ୍ଥାପନ କରିବାରେ ପ୍ରୋତ୍ସାହନ ମିଳିବ। ଏହା ଭାରତରେ ବ୍ୟବସାୟିକ ସୁଗମତା ବଢ଼ାଇବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଏହି ସମ୍ମିଳନୀରେ ଦୁର୍ନୀତି ନିବାରଣ ବ୍ୟୁରୋ, ସତର୍କତା କାର୍ଯ୍ୟାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ଆର୍ଥିକ ଅପରାଧ ଶାଖା/ସିଆଇଡିର ମୁଖ୍ୟ; ମୁଖ୍ୟ ଭିଜିଲାନ୍ସ ଅଧିକାରୀ, ସିବିଆଇ ଅଧିକାରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏହି ଉଦଘାଟନୀ ଅଧିବେଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିମାନେ ଅଂଶଗ୍ରହଣ କରିଛନ୍ତି।

Click here to read PM's speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pharma exports to UK may rise up to 10% in FY27 as CETA takes effect

Media Coverage

Pharma exports to UK may rise up to 10% in FY27 as CETA takes effect
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.