“ଉତ୍ତରାଖଣ୍ଡ ବାସୀଙ୍କ ଶକ୍ତି ଯୋଗୁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ”
“ଲଖୱାର ପ୍ରକଳ୍ପର ପରିକଳ୍ପନା ପ୍ରଥମେ ୧୯୭୬ରେ କରାଯାଇଥିଲା। ଆଜି ୪୬ବର୍ଷ ପରେ ଆମ ସରକାର ଏହାର ଶିଳାନ୍ୟାସ କରିଛନ୍ତି । ଏପରି ବିଳମ୍ବ ଅପରାଧ ଛଡା ଅନ୍ୟ କିଛି ନୁହେଁ ।”
“ଅତୀତର ଦାରିଦ୍ର‌୍ୟ ଓ ସଂଘର୍ଷ ଆଜି ସୁବିଧା ଓ ସହାବସ୍ଥାନରେ ପରିଣତ ହୋଇଛି”
“ଆଜି ଦିଲ୍ଲୀ ଓ ଡେରାଡୁନରେ ସରକାର କ୍ଷମତା ଆଶାରେ ପରିଚାଳିତ ନୁହଁନ୍ତି, ସେବା ମନୋବୃତ୍ତି ଦ୍ୱାରା ପରିଚାଳିତ”
“ଆପଣମାନଙ୍କ ସ୍ୱପ୍ନଗୁଡିକ ଆମର ସଂକଳ୍ପ । ଆପଣମାନଙ୍କ ଇଚ୍ଛା ଆମର ଉତ୍ସାହ; ବର୍ତ୍ତମାନ ଆପଣଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୩୦-୧୨-୨୦୨୧) ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା । ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ । ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ ।

କୈଳାସ ମାନସରୋବର  ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ । ସେ  ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ । ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ । ଏହାଛଡା ରାଜ୍ୟବ୍ୟାପୀ ଅନ୍ୟାନ୍ୟ ବହୁମୁଖୀ ଗୃହନିର୍ମାଣ ପରିମଳ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ କୁମାୟୁଁ ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି ଓ ଉତ୍ତରାଖଣ୍ଡୀ ଟୋପି ଦେଇ ତାଙ୍କୁ  ସମ୍ମାନୀତ କରିଥିବାରୁ ସେ ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାହିଁକି ଏହି ଦଶନ୍ଧି ଉତ୍ତରଖଣ୍ଡର ବୋଲି ପ୍ରଧାନମନ୍ତ୍ରୀ ସବିଶେଷ ବୃତ୍ତାନ୍ତ  କହିଥିଲେ ।  ସେ କହିଥିଲେ ଯେ ଉତ୍ତରାଖଣ୍ଡବାସୀଙ୍କ ଶକ୍ତି ଯୋଗୁଁ ହିଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ । ଉତ୍ତରାଖଣ୍ଡରେ ବୃଦ୍ଧି ପାଉଥିବା ଆଧୁନିକ ଭିତ୍ତଭୂମି, ଚାରିଧାମ ପ୍ରକଳ୍ପ, ତିଆରି ଅଭିମୁଖୀ ରେଳପଥ ଯୋଗୁଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ । ଉତ୍ତରାଖଣ୍ଡରେ ଜଳବିଦ୍ୟୁତ, ଶିଳ୍ପ , ପର୍ଯ୍ୟଟନ, ଜୈବିକ କୃଷି ଓ ସଂଯୋଗୀକରଣ ଦିଗରେ କରିଥିବା ଉନ୍ନତି ଯୋଗୁଁ ଯୁଗ ଉତ୍ତରାଖଣ୍ଡର ଯୁଗ ହେବ।

ପ୍ରଧାନମନ୍ତ୍ରୀ ପାର୍ବତ୍ୟାଞ୍ଚଳରେ ବିକାଶଧାରା କିପରି ବିକାଶ ଚିନ୍ତାଧାରଠାରୁ ଭିନ୍ନ ତା’ର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ବିକାଶ ନ ହେବା ଯୋଗୁଁ ଅନେକ ଏହି ଅଞ୍ଚଳରୁ ଅନ୍ୟ ଆଡକୁ ପଳାୟନ କରୁଛନ୍ତି । ସେ କହିଥିଲେ ଯେ ସରକାର ସବ୍‌କା ସାଥ ସବକା ବିକାଶ ଉତ୍ସାହରେ କାର୍ଯ୍ୟ କରୁଛନ୍ତି । ଏମ୍ସ ଋଷିକେଶର ଉଦ୍ଦାମସିଂ ନଗରଠାରେ ଉପଗ୍ରହ କେନ୍ଦ୍ର ଓ ପିଥରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବ । ଆଜି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା ତାହା ହେଉଛି ସଂକଳ୍ପର ପ୍ରସ୍ତର ଓ ସମ୍ପୂର୍ଣ୍ଣ ସଂକଳ୍ପର ସହ ତା’ର କାର୍ଯ୍ୟ ଶେଷ ହେବ । ଅତୀତରେ ଦାରିଦ୍ର‌୍ୟ ଓ ସଂଘର୍ଷ ଆଦି ସୁବିଧା ଓ ସହାବସ୍ଥାନରେ ପରିଣତ ହୋଇଛି ବୋଲି ସେ କହିଥିଲେ । ଗତ ସାତବର୍ଷ ମଧ୍ୟରେ ହର ଘର ଜଲ, ଶୌଚାଳୟ, ଉଜ୍ଜଳା ଯୋଜନା, ପିଏମ୍‌ଏୱାଇ ଯୋଗୁଁ ମହିଳାମାନଙ୍କ ମର୍ଯ୍ୟାଦା ସୁବିଧା ବୃଦ୍ଧି ଘଟିଛି ।

ଆଗରୁ ଯେଉଁମାନେ ସରକାରରେ ଥିଲେ ସରକାରୀ ଯୋଜନାରେ ବିଳମ୍ବ ସେମାନଙ୍କ ସ୍ୱଭାବ ବନିଯାଇଥିଲା । “ଆଜି ଯେଉଁ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡରେ ଆରମ୍ଭ ହେଲା ତା’ର ମଧ୍ୟ ଏହି ଇତିହାସ ରହିଛି । ଏହି ପ୍ରକଳ୍ପ ୧୯୭୬ ମସିହାରେ କଳ୍ପନା କରାଯାଇଥିଲା । ଆଜି ୪୬ବର୍ଷ ପରେ ଆମ ସରକାର ଏହି କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବିଳମ୍ବ କୌଣସି ଅପରାଧରୁ କମ୍ ନୁହେଁ,” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗଙ୍ଗୋତ୍ରୀ ଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଅଭିଯାନ ଚଳାଇଛନ୍ତି । ଶୌଚାଳୟ ନିର୍ମାଣ, ଉନ୍ନତ ନର୍ଦ୍ଦମା ବ୍ୟବସ୍ଥା ଯୋଗୁଁ ମଇଳା ନାଳ ପାଣି ଗଙ୍ଗାକୁ ନିଷ୍କାସିତ ହେବା  ହ୍ରାସ ପାଉଛି। ସେହିପରି ନୈନାତାଲ ହ୍ରଦ ପ୍ରତି ଧ୍ୟାନ ଦିଆଯାଇଛି । ନୈନିତାଲ  ଦେବସ୍ଥଳରେ କେନ୍ଦ୍ର ସରକାର ସର୍ବବୃହତ ଅପ୍ଟିକାଲ ଟେଲିସ୍କୋପ ମଧ୍ୟ ସ୍ଥାପନ କରିଛନ୍ତି । ଏହା କେବଳ ଦେଶ ଓ ଦେଶ ବାହାର ବୈଜ୍ଞାନିକମା୍‌ନଙ୍କୁ ନୂତନ ସୁବିଧା ଦେଇନାହିଁ, ବରଂ ଏହି ଅଞ୍ଚଳ ମଧ୍ୟ ନୂତନ ପରିଚୟ ପାଇଛି । ସେ କହିଥିଲେ ଯେ ଆଜି ଦିଲ୍ଲୀ ଏବଂ ଡେରାଡୁନ ସରକାର କେବଳ କ୍ଷମତା ଆଶାରେ ପରିଚାଳିତ ନୁହଁନ୍ତି, ସେବା ମନୋବୃତ୍ତି ଦ୍ୱାରା ପରିଚାଳିତ।

ସୀମାନ୍ତ ରାଜ୍ୟ ହେବା ସତ୍ୱେ ଅନେକ ପ୍ରତିରକ୍ଷା ସମ୍ପର୍କୀତ ଆବଶ୍ୟକତାକୁ ଅଣ ଦେଖା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସଂଯୋଗୀକରଣ ସହ ଜାତୀୟ ସୁରକ୍ଷାର ପ୍ରତ୍ୟେକ ଦିଗକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ସେ କହିଥିଲେ ଯେ ସୈନିକକୁ ସଂଯୋଗୀକରଣ, ଆବଶ୍ୟକୀୟ ଅସ୍ତ୍ରୋପକରଣ ଇତ୍ୟାଦି ପାଇଁ ଅପେକ୍ଷା କରିବାକୁ  ପଡୁଥିଲା ଶତ୍ରୁକୁ କଡା ଟକ୍ଟର ଦେବା ପାଇଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରଖଣ୍ଡ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି ।  ସେ କହିଥିଲେ “ଆପଣମାନଙ୍କ ସ୍ୱପ୍ନଗୁଡିକ ଆମର ସଂକଳ୍ପ, ଆପଣମାନଙ୍କ ଇଚ୍ଛା ଆମର ଉତ୍ସାହ ବର୍ତ୍ତମାନ ଆପଣମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ” ସେ କହିଥିଲେ ଯେ ଉତ୍ତରାଖଣ୍ଡ ଜନସାଧାରଣ ସଂକଳ୍ପ ଏହି ଯୁଗକୁ ଉତ୍ତରାଖଣ୍ଡଯୁଗ ଭାବେ ଗଢି ତୋଳିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push