Today, Indian Railways is cleaner than ever. The broad gauge rail network has been made safer than ever before by unmanned gates: PM Modi
Opposition parties spreading fake news that MSP will be withdrawn: PM Modi on new farm bill
I assure the farmers that the MSP will continue in future the way it is happening today. Government will continue purchasing their produces: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ କୋଶୀ ମହାରେଳ ସେତୁକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବା ସହ ବିହାରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ନୂଆ ରେଳପଥ ଓ ବିଦ୍ୟୁତ୍‌କରଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । କୋଶୀ ମହାସେତୁ ଏବଂ କିଉଲ୍‌ ସେତୁ, ବିଦ୍ୟୁତ୍‌କରଣ ପ୍ରକଳ୍ପ, ରେଳବାଇରେ ମେକ୍‌ ଇନ୍‌ ଇଣ୍ଡିଆର ପ୍ରୋତ୍ସାହନ ସହିତ ଆଜି ଯେଉଁସବୁ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି ସେଥିରେ ମୋଟ 3000 କୋଟି ଟଙ୍କା ବିନିଯୋଗ ହୋଇଛି । ଏହାଦ୍ୱାରା ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ । ଏହିସବୁ ନୂଆ ରେଳ ପ୍ରକଳ୍ପ ବିହାରରେ ରେଳ ସଂଚାରକୁ ସୁଦୃଢ କରିବା ସହିତ ପଶ୍ଚିମବଂଗ ଓ ପୂର୍ବାଞ୍ଚଳ ରାଜ୍ୟକୁ ରେଳ ସଂଯୋଗ ସୁବିଧାକୁ ଅଧିକ ଦୃଢୀଭୂତ କରିବ ।

ଏହିସବୁ ଯେଉଁ ନୂଆ ରେଳପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତଦ୍ଦ୍ୱାରା ବିହାରବାସୀ ଉପକୃତ ହେବେ ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି । ଏହି ଆଧୁନିକ ରେଳ ସୁବିଧା ଦ୍ୱାରା ବିହାର ସମେତ ପୂର୍ବ ଭାରତ ରେଳଯାତ୍ରୀ ବିଶେଷ ଉପକୃତ ହେବେ । ସେ କହିଛନ୍ତି ଯେ ବିହାରରେ ଅନେକ ନଦନଦୀ ରହିଥିବାରୁ ରାଜ୍ୟର ଅନେକ ଅଞ୍ଚଳ ପରସ୍ପରଠାରୁ ବିଚ୍ଛିନ୍ନ । ସେଥିପାଇଁ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଦୀର୍ଘପଥ ଯାତ୍ରା କରିବାକୁ ପଡିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି 4 ବର୍ଷ ପୂର୍ବେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ପାଟନା ଓ ମୁଙ୍ଗେରରେ ଦୁଇଟି ମହାସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହି ଦୁଇଟି ରେଳ ସେତୁ କାର୍ଯ୍ୟକ୍ଷମ ହୋଇଥିବାରୁ ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସହଜ ହୋଇପାରିଛି । ଏହାଫଳରେ ଉତ୍ତର ବିହାରରେ ବିକାଶ ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏହିସବୁ ଯେଉଁ ନୂଆ ରେଳପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତଦ୍ଦ୍ୱାରା ବିହାରବାସୀ ଉପକୃତ ହେବେ ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି । ଏହି ଆଧୁନିକ ରେଳ ସୁବିଧା ଦ୍ୱାରା ବିହାର ସମେତ ପୂର୍ବ ଭାରତ ରେଳଯାତ୍ରୀ ବିଶେଷ ଉପକୃତ ହେବେ । ସେ କହିଛନ୍ତି ଯେ ବିହାରରେ ଅନେକ ନଦନଦୀ ରହିଥିବାରୁ ରାଜ୍ୟର ଅନେକ ଅଞ୍ଚଳ ପରସ୍ପରଠାରୁ ବିଚ୍ଛିନ୍ନ । ସେଥିପାଇଁ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଦୀର୍ଘପଥ ଯାତ୍ରା କରିବାକୁ ପଡିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି 4 ବର୍ଷ ପୂର୍ବେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ପାଟନା ଓ ମୁଙ୍ଗେରରେ ଦୁଇଟି ମହାସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହି ଦୁଇଟି ରେଳ ସେତୁ କାର୍ଯ୍ୟକ୍ଷମ ହୋଇଥିବାରୁ ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସହଜ ହୋଇପାରିଛି । ଏହାଫଳରେ ଉତ୍ତର ବିହାରରେ ବିକାଶ ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଶୀ ମହାସେତୁ ଭଳି କିଉଲ୍‌ ନଦୀ ଉପରେ ଏକ ନୂଆ ରେଳପଥ ନିର୍ମାଣ କରାଯାଇଛି । ଏଥିରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ବ୍ୟବସ୍ଥା ରହିଛି । ଏହା ଫଳରେ ଟ୍ରେନଗୁଡିକ ଘଣ୍ଟାପିଛା 125 କିମି ବେଗରେ ଏହି ରୁଟ୍‌ରେ ଯାତାୟାତ କରିପାରିବ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ବ୍ୟବସ୍ଥା ହାଓଡା-ଦିଲ୍ଲୀ ମେନ୍‌ ଲାଇନରେ ଟ୍ରେନ ଚଳାଚଳକୁ ସୁଗମ କରିବ । ଏହାଫଳରେ ଟ୍ରେନଗୁଡିକୁ ଅଯଥାରେ ଅପେକ୍ଷା କରିବାକୁ ପଡିବ ନାହିଁ ଏବଂ ରେଳଯାତ୍ରା ଅଧିକ ନିରାପଦ ହେବ ।

ଶ୍ରୀ ମୋଦୀ କହିଛନ୍ତି ନୂଆ ଭାରତର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଗତ 6 ବର୍ଷ ମଧ୍ୟରେ ଭାରତୀୟ ରେଳବାଇକୁ ନୂଆ ଆକାର ଦେବାକୁ ଉଦ୍ୟମ କରାଯାଉଛି । ଏହାକୁ ଆତ୍ମନିର୍ଭର ଭାରତର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ତିଆରି କରାଯାଉଛି । ପୂର୍ବାପେକ୍ଷା ଏବେ ଭାରତୀୟ ରେଳବାଇ ଅଧିକ ପରିଚ୍ଛନ୍ନ ହୋଇଛି । ପୂର୍ବାପେକ୍ଷା ରେଳଯାତ୍ରା ମଧ୍ୟ ଅଧିକ ନିରାପଦ ହୋଇପାରିଛି । ବ୍ରଡଗେଜ ଲାଇନରୁ ଜଗୁଆଳୀବିହୀନ ରେଳକ୍ରସିଂ ସବୁକୁ ଉଠାଇ ଦିଆଯାଇଛି । ଭାରତୀୟ ରେଳଗାଡିଗୁଡିକର ଗତି ମଧ୍ୟ ବଢିଛି । ବନ୍ଦେ ଭାରତ ଭଳି ମେଡ୍‌ ଇନ୍‌ ଇଣ୍ଡିଆ ଟ୍ରେନ ଆତ୍ମନିର୍ଭରତାର ପ୍ରତୀକ ପାଲଟିଛି । ଦେଶର ରେଳ ଯୋଗାଯୋଗରେ ଆଧୁନିକତା ଏକ ଅଂଶ ବିଶେଷ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇ ଆଧୁନିକୀକରଣ ଯୋଗୁଁ ବିହାର ବିପୁଳ ସୁବିଧା ସୁଯୋଗ ହାସଲ କରୁଛି । ଗତ କେଇବର୍ଷରେ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ବିହାରର ମାଧେପୁରାଠାରେ ଏକ ଇଲେକ୍ଟ୍ରିକ ଲୋକୋ ଫ୍ୟାକ୍ଟ୍ରି ଏବଂ ମଡହାଓରାରେ ଏକ ଡିଜେଲ ଲୋକୋ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି । ଏହି ଉଭୟ ପ୍ରକଳ୍ପରେ ପ୍ରାୟ 44 ହଜାର କୋଟି ଟଙ୍କା ନିବେଶ କରାଯାଇଛି । ସେ କହିଛନ୍ତି ଯେ ବିହାରରେ ଏବେ ସବୁଠୁ ଶକ୍ତିଶାଳୀ ଇଲେକ୍ଟ୍ରିକ ଟ୍ରେନ ଇଞ୍ଜିନ ତିଆରି ହେଉଛି ଏବଂ ଏହାର ସାମର୍ଥ୍ୟ 12 ହଜାର ଅଶ୍ୱ ଶକ୍ତି ବିଶିଷ୍ଟ । ଏହା ବିହାରବାସୀଙ୍କ ପାଇଁ ଏକ ଗର୍ବର ବିଷୟ । ବିହାରର ପ୍ରଥମ ଲୋକୋସେଡ୍‌ ମଧ୍ୟ କାର୍ଯ୍ୟକ୍ଷମ ହେଲାଣି । ଏହା ଇଲେକ୍ଟ୍ରିକ ଲୋକୋମୋଟିଭ ମରାମତି କରିବ ।

ଶ୍ରୀ ମୋଦୀ କହିଛନ୍ତି ବିହାରର ପ୍ରାୟ 90 ଶତାଂଶ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହୋଇଛି । ଗତ 6 ବର୍ଷ ମଧ୍ୟରେ 3 ହଜାର କିମି ଲମ୍ବର ରେଳପଥକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଇଛି । ସେ କହିଛନ୍ତି 2014 ପୂର୍ବରୁ 5 ବର୍ଷ ମଧ୍ୟରେ ବିହାରରେ 325 କିମି ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା । ତେବେ 2014 ପରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 700 କିମି ରେଳଲାଇନ କାର୍ଯ୍ୟକ୍ଷମ ହୋଇଛି । ଏହାଛଡା ରାଜ୍ୟରେ ଆଉ 1 ହଜାର କିମି ରେଳପଥ ନିର୍ମାଣାଧୀନ ଅବସ୍ଥାରେ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହାଜିପୁର-ଘୋଷୁଆର-ବୈଶାଳୀ ରେଳଲାଇନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦିଲ୍ଲୀ ଓ ପାଟନା ମଧ୍ୟରେ ସିଧାସଳଖ ରେଳସେବା ସ୍ଥାପିତ ହେବ । ଏହାଫଳରେ ବୈଶାଳୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର ବିକାଶ ସହିତ ଆନୁଷଙ୍ଗିକ କ୍ଷେତ୍ରରେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ । ଶ୍ରୀ ମୋଦୀ କହିଛନ୍ତି ଯେ ଡେଡିକେଟେଡ ଫ୍ରେଟ କରିଡର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି କରିଡରର 200 କିମି ବିହାର ଦେଇ ଯିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପାସେଞ୍ଜର ଟ୍ରେନର ବିଳମ୍ବ ଦୂର ହେବ ଏବଂ ମାଲବାହୀ ଟ୍ରେନଗୁଡିକ ନୂଆ ପଥରେ ସୁବିଧାରେ ଯା’ଆସ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରେଳବାଇ ଅବିଶ୍ରାନ୍ତଭାବେ କାର୍ଯ୍ୟକରି ଲୋକଙ୍କୁ ସେବା ଯୋଗାଇଛି । ସେଥିପାଇଁ ରେଳବାଇ ଧନ୍ୟବାଦର ପାତ୍ର । ଏହାଛଡା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଣ ଏବଂ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ସେମାନଙ୍କୁ କାର୍ଯ୍ୟସ୍ଥଳୀରୁ ଘରକୁ ଆଣିବାରେ ରେଳବାଇ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଦେଶର ପ୍ରଥମ କିଷାନ ରେଳ ବିହାର ଏବଂ ମହାରାଷ୍ଟ୍ର ମଧ୍ୟରେ କରୋନା ମହାମାରୀ ସମୟରେ ହିଁ ଚଳାଚଳ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ପୂର୍ବରୁ ବିହାରରେ ଅଳ୍ପ କେତେକ ମେଡିକାଲ କଲେଜ ଥିଲା । ଏହାଫଳରେ ରୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିହାରର ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢିବା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିଲେ । ଏବେ ବିହାରରେ 15ରୁ ଅଧିକ ମେଡିକାଲ କଲେଜ କାର୍ଯ୍ୟ କରୁଛି । ସେଥିମଧ୍ୟରୁ ଅଧିକାଂଶ ଅଳ୍ପ କେଇବର୍ଷ ମଧ୍ୟରେ ତିଆରି କରାଯାଇଛି । ଅଳ୍ପ କେଇବର୍ଷ ପୂର୍ବରୁ ବିହାରରେ ଆଉ ଏକ ଏମ୍ସ ପ୍ରତିଷ୍ଠା କରିବାକୁ ମଞ୍ଜୁରି ମିଳିଛି । ଏହା ଦରଭଙ୍ଗାରେ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ ।

କୃଷି ସଂସ୍କାର ବିଲ୍‌

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଗୁରୁବାରଟି ଥିଲା ଦେଶର କୃଷି ସଂସ୍କାର କ୍ଷେତ୍ରରେ ଏକ ଐତିହାସିକ ଦିବସ । କୃଷି ସଂସ୍କାର ବିଲ୍‌ ଗୃହୀତ ହେବା ସହିତ ଆମ ଚାଷୀମାନଙ୍କୁ ଅନେକ ବନ୍ଧନରୁ ମୁକ୍ତ କରିଛି । ଏହି ଅବସରରେ ସେ ସମଗ୍ର ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଂସ୍କାରିତ ଆଇନ ଅନୁସାରେ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ବିକିବା ପାଇଁ ଅଧିକ ବିକଳ୍ପ ପାଇବେ । ଏହାଦ୍ୱାରା ଚାଷୀମାନେ ମଧ୍ୟସ୍ଥ ଓ ଦଲାଲମାନଙ୍କ କବଳରୁ ମୁକ୍ତ ହେବେ । ଏମାନେ ଚାଷୀଙ୍କ ଆୟର ଏକ ବଡ ଭାଗ ନେଇ ଯାଉଛନ୍ତି ବୋଲି ସେ କହିଛନ୍ତି ।

କୃଷି ସଂସ୍କାର ବିଲ୍‌ ସଂପର୍କରେ ଅପପ୍ରଚାର ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ସମାଲୋଚନା କରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଦେଶକୁ ଶାସନ କରିଥିବା କେତେକ ଲୋକ ଏହି ପ୍ରସଙ୍ଗରେ ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି । ଏପିଏମ୍‌ସି ଆଇନର ପରିବର୍ତ୍ତନ କଥା ବିରୋଧୀ ଦଳଙ୍କ ନିର୍ବାଚନ ଇସ୍ତାହାରରେ ମଧ୍ୟ ସ୍ଥାନ ପାଇଥିଲା । ଏବେ ଏନ୍‌ଡିଏ ସରକାର ତାହାକୁ କାର୍ଯ୍ୟକାରୀ କରୁଥିବାରୁ ଏବେ ସେମାନେ ତାହାକୁ ବିରୋଧ କରୁଛନ୍ତି । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ ନାହିଁ ବୋଲି ଯେଉଁ ପ୍ରଚାର ଚାଲିଛି ତାହାକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଉପଯୁକ୍ତ ସହାୟକ ମୂଲ୍ୟ ଯୋଗାଇ ଦେବାକୁ ସରକାର ବଦ୍ଧପରିକର । ଆହୁରି ମଧ୍ୟ ଚାଷୀଙ୍କଠାରୁ ସରକାର ଯେଉଁ ଧାନ କିଣୁଛନ୍ତି ସେହି ବ୍ୟବସ୍ଥା ସର୍ବନିମ୍ନ ସହାୟକ ମୂଲ୍ୟ ଭିତ୍ତିରେ ଜାରି ରହିବ । ସେ ଆହୁରି କହିଛନ୍ତି ଯେ ନୂଆ ଆଇନ ଫଳରେ ଚାଷୀମାନେ ଏବେ ସେମାନଙ୍କ ଫସଲ ଅମଳ କରି ଦେଶର ଯେକୌଣସି ମଣ୍ଡିରେ ବିକ୍ରିବଟା କରିବାର ସ୍ୱାଧୀନତା ପାଇବେ । ଏପିଏମ୍‌ସି ଆଇନର ଅସୁବିଧାକୁ ହୃଦୟଙ୍ଗମ କରି ବିହାର ମୁଖ୍ୟମନ୍ତ୍ରୀ ଏହାକୁ ଉଚ୍ଛେଦ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ନିମ କୋଟେଡ ୟୁରିଆ, କୋଲ୍‌ଡ ଷ୍ଟୋରେଜ ନେଟୱାର୍କ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଗଠନ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏସବୁ କେବଳ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ସରକାର ନିରନ୍ତର ଚାଷୀଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ୍ୟ କରୁଛନ୍ତି । ପଶୁ ସଂପଦର ସୁରକ୍ଷା ଓ ଉତ୍କୃଷ୍ଟ ଦେଶୀ ପ୍ରଜାତିର ବିକାଶ ପାଇଁ ଦେଶବ୍ୟାପୀ ଅଭିଯାନ ଚାଲିଛି । ଏସବୁ ସତ୍ତ୍ୱେ ଯେଉଁମାନେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସେମାନଙ୍କ ପ୍ରତି ସତର୍କ ରହିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଯେଉଁମାନେ କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ପାଟି କରୁଛନ୍ତି ସେହିମାନେ ହିଁ ଚାଷୀଙ୍କୁ ଶୋଷଣ ଓ ଶୃଙ୍ଖଳା ଭିତରେ ରଖିବାକୁ ଉଦ୍ୟମ କରୁଛନ୍ତି । ସେମାନେ ମଧ୍ୟ ଦଲାଲ ଓ ମଧ୍ୟସ୍ଥଙ୍କୁ ସହାୟତା ଯୋଗାଇ ଚାଷୀଙ୍କ ଆୟକୁ ଲୁଟ୍‌ କରୁଛନ୍ତି । ତେଣୁ ଏଇ ସୁବିଧାବାଦୀ ଗୋଷ୍ଠୀ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଚାଷୀଙ୍କୁ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତକରି ସେମାନଙ୍କ ଆୟ ବୃଦ୍ଧି ଘଟାଇବା ବର୍ତ୍ତମାନ ସମୟର ଦାବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”