ନର୍ଥ ଓ ସାଉଥ ବ୍ଲକ ମଧ୍ୟରେ ଭର୍ଚୁଆଲ ୱାକ ଥ୍ରୁ ର ଆଗାମୀ ଜାତୀୟ ସଂଗ୍ରହାଳୟକୁ କଲେ ଉଦଘାଟନ
ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟକୁ କଲେ ଅନାବରଣ, ଗ୍ରାଫିକ ନଭେଲ- ସଂଗ୍ରହାଳୟର ଗୋଟିଏ ଦିନ, ଭାରତୀୟ ସଂଗ୍ରହାଳୟଗୁଡ଼ିକର ଡାଇରେକ୍ଟୋରୀ, କର୍ତ୍ତବ୍ୟପଥର ପକେଟ ମାନଚିତ୍ର ଓ ସଂଗ୍ରହାଳୟ କାର୍ଡ
“ସଂଗ୍ରହାଳୟ ଅତୀତରୁ ପ୍ରେରଣା ଦେବା ସହ ଭବିଷ୍ୟତ ନିମନ୍ତେ କର୍ତ୍ତବ୍ୟବୋଧ ଉଦ୍ରେକ କରାଇଥାଏ”
“ଦେଶରେ ଏକ ସାଂସ୍କୃତିକ ଭିତ୍ତିଭୂମି ବିକଶିତ ହେଉଛି”
“ସରକାର ସ୍ଥାନୀୟ ଓ ଗ୍ରାମୀଣ ସଂଗ୍ରହାଳୟଗୁଡ଼ିକର ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିବା ବେଳେ, ପ୍ରତ୍ୟେକ ରାଜ୍ୟ ଓ ସମାଜର ପ୍ରତ୍ୟେକ ଭାଗ ନିମନ୍ତେ ଐତିହ୍ୟର ରକ୍ଷା ମଧ୍ୟ କରୁଛନ୍ତି”
“ବଂଶାନୁକ୍ରମିକ ଭାବେ ସଂରକ୍ଷିତ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଜି ବିଶ୍ୱବ୍ୟାପୀ ଭଗବାନ ବୁଦ୍ଧଙ୍କ ଅନୁଗାମୀମାନଙ୍କୁ ଏକାଠି କରୁଛି”
“ଆମର ଐତିହ୍ୟ ବିଶ୍ୱ ଏକତାର ବାର୍ତ୍ତାବହ ହୋଇପାରିବ”
“ଐତିହlସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସଂରକ୍ଷଣ ସମାଜକୁ ପ୍ରେରଣା ଦେବ”
“ପରିବାର, ବିଦ୍ୟାଳୟ, ପ୍ରତିଷ୍ଠାନ ଓ ନଗରୀଗୁଡ଼ିକର ନିଜସ୍ୱ ସଂଗ୍ରହାଳୟ ରହିବା ଉଚିତ”
“ଆପଣ ବୈଶ୍ୱିକ ସଂସ୍କୃତି କାର୍ଯ୍ୟର ଜଣେ ମାଧ୍ୟମ ହୋଇପାରିବେ”
“କୌଣସି ଦେଶର କୌଣସି ସଂଗ୍ରହାଳୟରେ ଅନୈତିକ ଉପାୟରେ ଆସିଥିବା କଳାକୃତି ରହିବା ଅନୁଚିତ । ଆମେ ପ
ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୫-୨୦୨୩) ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି । 

ସମବେତ ବ୍ୟକ୍ତବିଶେଷଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଇତିହାସର ଅନେକ ଅଧ୍ୟାୟ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଯୋଗୁ ପ୍ରଯୁକ୍ତି ବଳରେ ଜୀବନ୍ୟାସ ପାଇ ଉଠିଛି । ସେ କହିଥିଲେ ଯେତେବେଳେ ଆମେ ଏକ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ କରୁ ସେତେବେଳେ ଆମେ ଅତୀତ ସହ ହଜିଯାଉ ଓ ସଂଗ୍ରହାଳୟ ସତ୍ୟାସତ୍ୟ ଉପରେ ଆଧାରିତ ତଥ୍ୟ ଓ ବାସ୍ତବତା ଆଡ଼କୁ ଆମକୁ ନେଇ ଯାଇଥାଏ । ଏହା ଆମକୁ ଅତୀତରୁ ପ୍ରେରଣା ଦେବା ସହ ଭବିଷ୍ୟତ ନିମନ୍ତେ କର୍ତ୍ତବ୍ୟବୋଧ ଜ୍ଞାନ ମଧ୍ୟ ପ୍ରଦାନ କରିଥାଏ । ଆଜିର ବିଷୟବସ୍ତୁ “ସ୍ଥାୟୀ ଓ ନିରନ୍ତରତା ଓ ଜନକଲ୍ୟାଣ” ସାମ୍ପ୍ରତିକ ବିଶ୍ୱର ଅଗ୍ରାଧିକାର ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ଅଧିକ ପ୍ରାସଙ୍ଗିକ କରିଛି । ଆଜିର ଉଦ୍ୟମ ଯୁବପିଢ଼ିକୁ ନିଜର ଐତିହ୍ୟ ସହ ଅଧିକ ପରିଚିତ କରାଇବ ବୋଲି ପ୍ରଧାନମନ୍ତ୍ରୀ ଆଶାପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳରେ ପହଂଚିବା ଆଗରୁ ସଂଗ୍ରହାଳୟକୁ ଯାଇ ସେଠାକାର ଯୋଜନା ଓ କାର୍ଯ୍ୟନୋୟନ ପରିଚାଳନାକୁ ନେଇ ସନ୍ତୋଷବ୍ୟକ୍ତ କରିବା ସହ ଉଦ୍ୟମର ପ୍ରଂଶସା କରିଥିଲେ । ଏହା ଦର୍ଶକଙ୍କ ମନରେ ପ୍ରଭାବ ମଧ୍ୟ ପକାଇବ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମ ଭାରତର ସଂଗ୍ରହାଳୟଗୁଡ଼ିକ ନିମନ୍ତେ ଏକ ମୋଡ଼ ଆଣିବ ବୋଲି ସେ କହିଥିଲେ ।

 

ଦାସତ୍ୱର ଶତାଧିକ ବର୍ଷ ମଧ୍ୟରେ ଆମ ଐତିହ୍ୟର ବହୁଳାଂଶ ନଷ୍ଟ ହୋଇଛି ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟରେ ଅନେକ ପ୍ରାଚୀନ ପୋଥି ଓ ଗ୍ରନ୍ଥାଗାର ଗୁଡ଼ିକୁ ଜାଳିପୋଡ଼ି ମାଟିରେ ମିଶାଇ ଦିଆଯାଇଥିଲା । ଏହା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ଐତିହ୍ୟ ନିମନ୍ତେ ବିରାଟ କ୍ଷତି । ଏପରିକି ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ଏ ମାଟିର ଦୀର୍ଘଦିନର ଦୃଢ଼ ଐତିହ୍ୟର ସଂରକ୍ଷଣ ଦିଗରେ ମଧ୍ୟ ଉଦ୍ୟମର ଅଭାବ ଦେଖା ଯାଇଥିଲା । ନାଗରିକମାନଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏହାର ଅନ୍ୟ ଏକ କାରଣ ବୋଲି ସେ କହିଥିଲେ । ‘ପଞ୍ଚପ୍ରାଣ’ ବା ସ୍ୱାଧୀନତାର ଅମୃତ କାଳରେ ନିଆଯାଇଥିବା ପାଞ୍ଚଟି ସଂକଳ୍ପକୁ ଦୋହରାଇ ପ୍ରଧାନମନ୍ତ୍ରୀ “ଆମର ଐତିହ୍ୟକୁ ନେଇ ଗର୍ବ କରିବା” ଓ ଦେଶରେ ଏକ ନୂତନ ସଂସ୍କୃତିର ଭିତ୍ତିଭୂମି ବିକଶିତ ହେଉଛି ବୋଲି କହିଥିଲେ । ଏହି ଉଦ୍ୟମରେ ଜଣେ ଭାରତର ସ୍ୱାଧୀନତା ନେଇ ସଂଗ୍ରାମ ଇତିହାସକୁ ଖୋଜି ପାଇବା ସହ ହଜାର ହଜାର ବର୍ଷର ଐତିହ୍ୟକୁ ମଧ୍ୟ ପାଇବ ବୋଲି ସେ କହିଥିଲେ । ସରକାର ସ୍ଥାନୀୟ ଓ ଗ୍ରାମୀଣ ସଂଗ୍ରହାଳୟ ଗୁଡ଼ିକର ସଂରକ୍ଷଣ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବା ସହ ପ୍ରତ୍ୟେକ ରାଜ୍ୟ ଓ ସମାଜର ସବୁ ଅଂଶର ଐତିହ୍ୟକୁ ବଜାୟ ରଖିବାକୁ ବଦ୍ଧ ପରିକର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନର ଅମର ସ୍ୱାକ୍ଷରକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଦଶଟି ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏହା ଆଦିବାସୀ ବିବିଧତା ନେଇ ବିଶ୍ୱକୁ ଏହାର ଝଲକ ଦେବା ପାଇଁ ଏକ ଅନନ୍ୟ ପଦକ୍ଷେପ । ଦେଶର ଐତିହ୍ୟ ସଂରକ୍ଷଣ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ପାଇଁ ଯେଉଁ ଦାଣ୍ଡି ଯାତ୍ରା କରିଥିଲେ ଓ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ଆଇନ ଅମାନ୍ୟ କରି ସେ ଲୁଣ ମାରିଥିଲେ ସେଠାରେ ସ୍ମାରକୀ ନିର୍ମିତ ହୋଇଛି । ଦିଲ୍ଲୀର ୫-ଆଲୀପୁର ରୋଡ୍ ଠାରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳର ପୁନର୍ବିନ୍ୟାସ କରାଯାଇ ଏକ ଜାତୀୟ ସ୍ମାରକୀ ନିର୍ମାଣ କରାଯାଇଛି ।

 

ଏହାଛଡ଼ା ଜୀବନ ସହ ସଂଶ୍ଳିଷ୍ଟ ପଞ୍ଚତୀର୍ଥର ବିକାଶ ଯଥା ତାଙ୍କ ଜନ୍ମସ୍ଥାନ ମାଉ, ସେ ରହିଥିବା ଲଣ୍ଡନର ଆବାସସ୍ଥଳୀ, ସେ ଜ୍ଞାନ ଲାଭ କରିଥିବା ନାଗପୁର ଓ ମୁମ୍ବାଇର ଚୈତ୍ୟଭୂମି ଯେଉଁଠି ଆଜି ତାଙ୍କର ସମାଧି ରହିଛି ସେଗୁଡ଼ିକର ମଧ୍ୟ ବିକାଶ କରାଯାଇଛି । ସେ ମଧ୍ୟ ଏକତାର ପ୍ରତିମୂର୍ତ୍ତି ନିକଟରେ ଥିବା ସର୍ଦ୍ଦlର ପଟେଲ ସଂଗ୍ରହାଳୟ, ପଞ୍ଜାବର ଜାଲିଆନାୱାଲାବାଗ, ଗୁଜରାଟର ଗୋବିନ୍ଦ ଗୁରୁଜୀ ସ୍ମାରକୀ, ବାରଣାସୀର ମନ ମହଲ ସଂଗ୍ରହାଳୟ ଓ ଗୋଆର ଖ୍ରୀଷ୍ଟିଆନ ଆର୍ଟର ଉଦାହରଣ ଦେଇଥିଲେ । ସେ ମଧ୍ୟ ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଯେଉଁଠାରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନଯାତ୍ରା ଓ ଅବଦାନ ସମ୍ପର୍କରେ ବର୍ଣ୍ଣନା ରହିଛି, ତାହାର ଉଦାହରଣ ଦେବା ସହ ଦର୍ଶକଗଣ ସେଠାକୁ ପରିଦର୍ଶନ ନିମନ୍ତେ ଯିବାକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଗୋଟିଏ ଦେଶ ଏହାର ଐତିହ୍ୟର ସଂରକ୍ଷଣ କରେ, ସେତେବେଳେ ସେ ଦେଶ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ଅନ୍ତରଙ୍ଗ ମଧ୍ୟ ହୋଇଥାଏ । ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଉଦାହରଣ ଦେଇ ସେ କହିଥିଲେ ଯେ ବଂଶାନୁକ୍ରମିକ ଭାବେ ସଂରକ୍ଷିତ ହୋଇ ରହିଥିବା ଏହି ପବିତ୍ର ଦେହାବଶେଷ ସମଗ୍ର ବିଶ୍ୱରେ ଅନେକ ବୁଦ୍ଧ ଅନୁଗାମୀଙ୍କୁ ଏବେ ଏକାଠି କରିଛି । ଗତ ବୁଦ୍ଧ ପୂର୍ଣ୍ଣମୀରେ ମଙ୍ଗୋଲିଆକୁ ଚାରିଟି ପବିତ୍ର ଅବଶେଷ ପଠାଯାଇଛି ଓ ଶ୍ରୀଲଙ୍କାରୁ ଏହା କୁଶୀନଗର ଆସିବ ବୋଲି ସେ କହିଥିଲେ । ସେହିପରି ଗୋଆର ସେଣ୍ଟ କେତେବାନଙ୍କ ଇଚ୍ଛାପତ୍ର ଭାରତରେ ନିରାପଦରେ ରହିଛି । ଯେତେବେଳେ ଦେହାବଶେଷ ଜର୍ଜିଆକୁ ପଠାଯାଇଥିଲା ସେତେବେଳେ ଯେଉଁ ବିପୁଳ ଉଦ୍ଦୀପନା ସେଠାରେ ଦେଖାଯାଇଥିଲା ତାହା ଅବର୍ଣ୍ଣନୀୟ । “ଆମର ଐତିହ୍ୟ ବିଶ୍ୱ ଐକ୍ୟର ବାର୍ତ୍ତାବହ” ବୋଲି ସେ କହିଥିଲେ । ସଂଗ୍ରହାଳୟଗୁଡ଼ିକ ଆଗାମୀ ପିଢ଼ି ନିମନ୍ତେ ସମ୍ପଦ ସଂରକ୍ଷଣର ସକ୍ରିୟ ଅଂଶୀଦାର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେଃ ପୃଥିବୀ ସମ୍ମୁଖିନ ହୋଇଥିବା ଅନେକ ବିପର୍ଯ୍ୟୟର ପଦଚିହ୍ନ ସଂଗ୍ରହାଳୟ ଗୁଡ଼ିକ ସଂରକ୍ଷିତ କରି ରଖିବା ଉଚିତ ଓ ପରିବର୍ତ୍ତିତ ପୃଥିବୀର ମୁଖ ମଧ୍ୟ ଉପସ୍ଥାପିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

 

ସେ ପ୍ରଦର୍ଶନୀର ଖାଦ୍ୟ ସାମଗ୍ରୀ ଅନୁଭାଗ ଉପରେ ଆଲୋକପାତ କରି ଭାରତର ଉଦ୍ୟମ ଯୋଗୁ ଶ୍ରୀଅନ୍ନ, ବଗଡ଼ା ଶସ୍ୟ ଓ ଆୟୁର୍ବେଦର ଚାହିଦା ବୃଦ୍ଧି ହୋଇଛି ବୋଲି କହିଥିଲେ । ନୂତନ ସଂଗ୍ରହାଳୟ ଗୁଡ଼ିକ ଶ୍ରୀଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ଐତିହାସିକ ଗୁରୁତ୍ୱ ବହନ କରୁଥିବା ବିଷୟମାନ ସଂରକ୍ଷଣ କରିବା ମନୋଭାବ ବୃଦ୍ଧି ପାଇଲେ ସବୁ ସମ୍ଭବପର ହୋଇପାରିବ । ଏହା କିପରି କରିହେବ ସେ ତାହାର ବର୍ଣ୍ଣନା କରିଥିଲେ । ପ୍ରତ୍ୟେକ ପରିବାର ନିଜର ଏକ ପାରିବାରିକ ସଂଗ୍ରହାଳୟ ସୃଷ୍ଟି କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଆଜିର ଏକ ସାଧାସିଧା ଜିନିଷ ଆଗାମୀ ପିଢ଼ି ପାଇଁ ଏକ ଭାବପ୍ରବଣ ସମ୍ପତ୍ତିର ରୂପ ନେଇପାରେ । ସେ ବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ନିଜସ୍ୱ ସଂଗ୍ରହାଳୟ ଖୋଲିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ନଗରୀଗୁଡ଼ିକ ନଗର ସଂଗ୍ରହାଳୟ ଖୋଲିବାକୁ କହିଥିଲେ । ଏହା ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ପ୍ରଚୁର ଐତିହାସିକ ସମ୍ପଦରେ ପରିଣତ ହେବ ।

ସେ କହିଥିଲେ ଯେ ସଂଗ୍ରହାଳୟଗୁଡ଼ିକ ଯୁବପିଢ଼ି ନିମନ୍ତେ ବୃତ୍ତିଗତ ବିଷୟ ହେବାରେ ଲାଗିଛି । ଆମେ ଏହି ଯୁବଗୋଷ୍ଠୀଙ୍କୁ କେବଳ ସଂଗ୍ରହାଳୟ କର୍ମୀ ଭାବେ ବିବେଚନା କରିବା ଅନୁଚିତ । ସେମାନେ ଇତିହାସ ଓ ସ୍ଥାପତ୍ୟ ସହ ସଂଶ୍ଳିଷ୍ଟ ହେଉଥିବାରୁ ବୈଶ୍ୱିକ ସଂସ୍କୃତିର ମାଧ୍ୟମ ହୋଇପାରିବେ । ଏହି ଯୁବଗୋଷ୍ଠୀ ଦେଶର ଐତିହ୍ୟକୁ ବିଦେଶରେ ପରିଚିତ କରାଇବା ସହ ସେମାନଙ୍କ ଅତୀତ ନେଇ ମଧ୍ୟ ଶିଖିବାର ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।

 

ପ୍ରଧାନମନ୍ତ୍ରୀ ଚୋରାଚାଲାଣ ଓ କଳାକୃତି ଗୁଡ଼ିକର ସମୂହ ଆହ୍ୱାନ ଉପରେ କହିଥିଲେ ଯେ ଭାରତ ଭଳି ସମୃଦ୍ଧ ଐତିହ୍ୟର ଦେଶ ଏହି ସମସ୍ୟା ସହ ଶହ ଶହ ବର୍ଷ ଧରି ସଂଗ୍ରାମ କରି ଆସୁଛି । ସେ କହିଥିଲେ ଅନେକ କଳାକୃତି ଅନୈତିକ ଉପାୟରେ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶରୁ ଚାଲାଣ ହୋଇଛି । ଏଭଳି ଅପରାଧର ଅନ୍ତ ଘଟାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ବିଶ୍ୱରେ ଭାରତର ସୁଖ୍ୟାତି ଆଣିବା ପାଇଁ ଅନେକ ଦେଶ ଏସବୁ କଳାକୃତି ଫେରାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ବନାରସରୁ ଚୋରି ଯାଇଥିବା ମାଆ ଅନ୍ନପୂର୍ଣ୍ଣା, ଗୁଜରାଟରୁ ଚୋରି ହୋଇଥିବା ମା’ ମହିଷାମର୍ଦ୍ଦିନୀ, ଚୋଳ ସାମ୍ରାଜ୍ୟ କାଳରେ ତିଆରି ହୋଇଥିବା ନଟରାଜ ମୂର୍ତ୍ତି, ଗୁରୁ ହରଗୋବିନ୍ଦ ସିଂହଙ୍କ ଖଣ୍ଡାଧାରୀ ମୂର୍ତ୍ତିର ସେ ଉଦାହରଣ ଦେଇଥିଲେ । ସ୍ୱାଧୀନତା ପରେ ମାତ୍ର ୨୦ଟି ମୂର୍ତ୍ତି ଦେଶକୁ ଅଣାଯାଇଥିବା ବେଳେ ଗତ ନଅ ବର୍ଷ ମଧ୍ୟରେ ୨୪୦ଟି ଏପରି ବିରଳ କଳାକୃତି ଦେଶକୁ ଫେରାଇ ଅଣାଯାଇଥିବା ଶ୍ରୀ ମୋଦୀ କହିଥିଲେ । ଗତ ନଅ ବର୍ଷ ମଧ୍ୟରେ ସାଂସ୍କୃତିକ କଳାକୃତି ଚୋରାଚାଲାଣ ମଧ୍ୟ ଅନେକ କାଳରେ ହ୍ରାସ ପାଇଛି । ଏ ଦିଗରେ ସଂଗ୍ରହାଳୟ ସହ ଯୋଡ଼ି ହୋଇଥିବା ପ୍ରତିନିଧି ଗଣ ଅଧିକ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । “ଅନୈତିକ ଉପାୟରେ ଆସିଥିବା କୌଣସି ଦେଶର କଳାକୃତି ଓ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଅନୁଚିତ । ସମସ୍ତ ସଂଗ୍ରହାଳୟ ନିମନ୍ତେ ଆମେ ଏହାକୁ ନୈତିକ ପ୍ରତିବଦ୍ଧତା ଭାବେ ବିଚେତନା କରିବା ଅନୁଚିତ । ଆମେ ଆମର ଐତିହ୍ୟର ସଂରକ୍ଷଣ କରିବା ସହ ଏକ ନୂତନ ଓ ଏକ ନୂତନ ଇଚ୍ଛାପତ୍ର ସୃଷ୍ଟି କରିବା” କହି ପ୍ରଧାନମନ୍ତ୍ରୀ ତାଙ୍କର ଉଦବୋଧନର ପରିସମାପ୍ତି ଘଟାଇଥିଲେ ।

 

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଓ ଆବୁଧାବି ଲୋଭୁରେର ନିର୍ଦେଶକ ଶ୍ରୀ ମାନୁଏଲ ରାବାଟେ ଏହି ଅବସରରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ସ୍ୱାଧୀନତାର ଅମୃତ ମହୋତ୍ସବର ଅଂଶ ସ୍ୱରୂପ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ (ଆଇଏମଡି) ଅବସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଚଳିତ ବର୍ଷର ଆଇଏମଡି ବିଷୟବସ୍ତୁ “ସଂଗ୍ରହାଳୟ, ସ୍ଥାୟୀତ୍ୱ ଓ ନିରନ୍ତରତା ଓ ଜନ କଲ୍ୟାଣ” ରଖାଯାଇଛି । ଭାରତୀୟ ସାଂସ୍କୃତିକ କୂଟନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ ନିମନ୍ତେ ସଂଗ୍ରହାଳୟ ବୃତ୍ତିଗତ ଅଧିକାରୀଙ୍କୁ ସମର୍ଥ କରାଇବା ତଥା ସଂଗ୍ରହାଳୟ ସଂରକ୍ଷଣକୁ ଏକ ସାମଗ୍ରିକ ରୂପ ଦେବା ପାଇଁ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।

କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ନର୍ଥ ଓ ସାଉଥ ବ୍ଲକରେ ଏକ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ । ଏହି ସଂଗ୍ରହାଳୟ ବିସ୍ତୃତ ଭାବେ ଐତିହାସିକ ଘଟଣା ବ୍ୟକ୍ତିତ୍ୱ, ଅତୀତର ଚିନ୍ତାଧାରା ଓ ସଫଳତା ଉପରେ ଆଲୋକପାତ କରିବ ଯାହା ଭାରତର ବର୍ତ୍ତମାନ ପାଇଁ ମଧ୍ୟ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟ, ଗ୍ରାଫିକ୍ସ ନଭେଲ- ସଂଗ୍ରହାଳୟରେ ଗୋଟିଏ ଦିନର ଅନାବରଣ କରିବା ସହ ଭାରତୀୟ ସଂଗ୍ରହାଳୟ ଡାଇରେକ୍ଟୋରୀ, କର୍ତ୍ତବ୍ୟ ପଥର ପକେଟ ମାନଚିତ୍ର ଓ ସଂଗ୍ରହାଳୟ କାର୍ଡ ଅନାବରଣ କରିଥିଲେ ।

ଚେନ୍ନାପାଟନମ କଳା ଶୈଳୀରେ ଏହି ମାସ୍କଟ ଏକ ନୃତ୍ୟରତ ବାଳିକାର ହୋଇଥିବା ବେଳେ ଏହା କାଠରେ ତିଆରି ହୋଇଛି । ଗ୍ରାଫିକ୍ସ ନଭେଲରେ ପିଲାମାନେ ସଂଗ୍ରହାଳୟ ପରିଦର୍ଶନ କରି ବିଭିନ୍ନ ବିଷୟରେ ଅବଗତ ହେବା ଦୃଶ୍ୟ ସନ୍ନିବେଶିତ ହୋଇଛି । ଭାରତୀୟ ସଂଗ୍ରହାଳୟ ସର୍ଭେ ଡାଇରେକ୍ଟୋରୀରେ ରହିଛି । କର୍ତ୍ତବ୍ୟ ପଥରେ ବିଭିନ୍ନ ସାଂସ୍କୃତିକ ଓ କୀର୍ତ୍ତିରାଜି ସମ୍ପନ୍ନ ଇତିହାସର ବର୍ଣ୍ଣନା ରହିଛି । ଦେଶର କୀର୍ତ୍ତିରାଜି ସମ୍ପୂର୍ଣ୍ଣ ସଂଗ୍ରହାଳୟ ୭୫ଟି କାର୍ଡ ସଂଗ୍ରହାଳୟ କାର୍ଡରେ ରହିଛି । ଏପରି ସଂଗ୍ରହାଳୟଗୁଡ଼ିକ ସମ୍ପର୍କରେ ତଥ୍ୟ ରହିଛି ।

ବିଶ୍ୱବ୍ୟାପି ବିଭିନ୍ନ ସଂଗ୍ରହାଳୟ ଓ ସାଂସ୍କୃତିକ କେନ୍ଦ୍ରର ଆନ୍ତର୍ଜାତିକ ପ୍ରତିନିଧି ଗଣ ଏଥିରେ ଅଂଶଗ୍ରହଣ କରିଛନ୍ତି । 

The programme witnessed the participation of international delegations from cultural centers and museums from across the world.

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank