ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆ ଠାରେ ଓଏନ୍‌ଜିସି ପ୍ରତିଷ୍ଠାନର ସମନ୍ୱିତ ସାଗର ରକ୍ଷା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ମୋଦୀ ଜଳ ଭିତରେ ପଳାୟନ ଅଭ୍ୟାସ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଦର୍ଶନ ସମ୍ପର୍କିତ ଏକ ବିବରଣୀ ମଧ୍ୟ ଦେଖିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଗୋଆରେ ଓଏନ୍‌ଜିସିର ସାଗର ମଧ୍ୟରେ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଆନନ୍ଦିତ । ସାଗର ମଧ୍ୟରେ ଜୀବନ ରକ୍ଷା ପ୍ରଶିକ୍ଷଣ ପାରିବେଶିକ ବ୍ୟବସ୍ଥାରେ ଏକ ପରିଚୟ ସୃଷ୍ଟି କରିବା କ୍ଷେତ୍ରରେ ଏହି ଅତ୍ୟାଧୁନିକ କେନ୍ଦ୍ରର ଉଦ୍‌ଘାଟନ ଭାରତ ପାଇଁ ଏକ ଐତିହାସିକ କ୍ଷଣ । କଠୋର ଏବଂ ତୀବ୍ର ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଶିକ୍ଷଣ ପ୍ରଦାନ କରି, ଏହା ସୁନିଶ୍ଚିତ କରିବ ଯେ ଅନେକ ଜୀବନ ଠିକ୍ ସମୟରେ କିପରି ବଞ୍ଚିଯିବ ।

 

ପ୍ରଧାନମନ୍ତ୍ରୀ ଏକ ଆଧୁନିକ ସାଗର ମଧ୍ୟରେ ଜୀବନ ରକ୍ଷା କେନ୍ଦ୍ରର ଆବଶ୍ୟକତା ବିଷୟରେ ଏକ ଭିଡିଓ ସେୟାର କରି କହିଛନ୍ତି, "ଏଠାରେ ଆମକୁ ଏକ ଆଧୁନିକ ସାଗର ମଧ୍ୟରେ ଜୀବନ ରକ୍ଷା କେନ୍ଦ୍ରର  ଆବଶ୍ୟକତା ରହିଛି ଏବଂ ଏହା ଆମ ଦେଶ ପାଇଁ କିପରି ଅତ୍ୟନ୍ତ ଲାଭଦାୟକ ହେବ ।

 

ପ୍ରଧାନମନ୍ତ୍ରୀଙ୍କ ସହ ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ର ପେଟ୍ରୋଲିୟମ, ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ଓଏନଜିସି ସାଗର ମଧ୍ୟରେ ଜୀବନ ରକ୍ଷା କେନ୍ଦ୍ର

ଭାରତୀୟ ସାଗର ମଧ୍ୟରେ ଜୀବନ ରକ୍ଷା ପ୍ରଶିକ୍ଷଣ ପାରିବେଶିକ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ  ଓଏନଜିସି ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ରକୁ ଏକ ପ୍ରକାର ସମନ୍ୱିତ ସାଗର ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏଥିରେ ବାର୍ଷିକ ୧୦,୦୦୦ ରୁ ୧୫,୦୦୦ କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଆଶା କରାଯାଉଛି ।  କଠିନ ପାଣିପାଗ ପରିସ୍ଥିତିରେ ଅନୁରୂପିତ ଏବଂ ନିୟନ୍ତ୍ରିତ ଅଭ୍ୟାସ ପ୍ରଶିକ୍ଷାର୍ଥୀ ମାନଙ୍କର ସାଗର ରକ୍ଷା ଜୀବନ କୌଶଳ ଦକ୍ଷତାକୁ ବଢ଼ାଇଥାଏ ଏବଂ ଏହିପରି ବାସ୍ତବ ଜୀବନ ବିପର୍ଯ୍ୟୟରୁ ସୁରକ୍ଷିତ ବଞ୍ଚିବାର ସମ୍ଭାବନାକୁ ବୃଦ୍ଧି କରିଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One App For 2,400-Plus Government Services: How UMANG Is Changing Access In India

Media Coverage

One App For 2,400-Plus Government Services: How UMANG Is Changing Access In India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 27, 2026
March 27, 2026

Relief, Revival & Rise: How PM Modi is Building a Modern, Rooted & Self-Reliant India